spot_img
Home Blog Page 4694

ଶିଳ୍ପାୟନର ନୂଆ ଅଧ୍ୟାୟ, ୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ନୂଆ ଅଧ୍ୟାୟ । ୨୩ ଶହ ୫୯ ଦଶମିକ ୨୯ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦୯ କୋଟି ଟଙ୍କାର ୨ ପ୍ରକଳ୍ପର ଉଦଘାଟନ ସହ ୧୯ ଶହ ୫୦ଦଶମିକ ୨୬କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିବେଶ କ୍ଷେତ୍ରରେ ୧୪ତମ ପର୍ଯ୍ୟାୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିବେଶ ଦ୍ୱାରା ୩ ହଜାର ୨ ଶହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପ୍ରକଳ୍ପ ମଧ୍ୟରେ ଲଜିଷ୍ଟିକ୍ ପାର୍କ, ତିନିଟି ଇଥାନଲ୍ ପ୍ଲାଣ୍ଟ, ସିମେଣ୍ଟ ତିଆରି ୟୁନିଟ ଏବଂ ପଞ୍ଚତାରକା ହୋଟେଲ ପ୍ରକଳ୍ପ ରହିଛି । ଶିଳ୍ପ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହୋଇଛି ଶିଳ୍ପାୟନ । ଶିଳ୍ପ ପାଇଁ ଦକ୍ଷ ମାନବସମ୍ବଳ ସୃଷ୍ଟି କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ଅନବରତ ନିବେଶ ଦ୍ୱାରା ପୂର୍ବ ଭାରତରେ ଓଡ଼ିଶା ଉତ୍ପାଦନଭିତ୍ତିକ ଶିଳ୍ପର ହବ୍ ହୋଇଛି । ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ବସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ ।

ସିପସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦ କୋଟିର ପୁଞ୍ଜି ନିବେଶ ହେବ । ଯାଜପୁରରେ ଏକ ସିମେଣ୍ଟ ୟୁନିଟ ତିଆରି ହେବ । ପ୍ରତିବର୍ଷ ୧ଦଶମିକ ୫ ମିଲିଅନ ମେଟ୍ରିକ୍ ଟନ୍ ସିମେଣ୍ଟ ପ୍ରସ୍ତୁତ କରିବ । ଏହା ୨୧୪ ଜଣଙ୍କ ପାଇଁ ସୃଷ୍ଟି କରିବ ନିଯୁକ୍ତି ସୁଯୋଗ । କେନ୍ଦୁଝର ଯୋଡ଼ାରେ ଷ୍ଟିଲ ପ୍ରୋଜେକ୍ଟ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୯୪୬ କୋଟି ଟଙ୍କାର ନିବେଶ ହେବ । ଏଥିରେ ୮୦୩ ଜଣଙ୍କ ପାଇଁ ନିଯୁକ୍ତି ପାଇବେ ।

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ, ମଙ୍ଗଳବାର ଆସିବ ନିର୍ବାଚନ ତାରିଖ !

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ ଆୟୋଗ  ।  ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଅବଗତ କରିଛନ୍ତି  ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀ । କରୋନା ସ୍ଥିତି ଓ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି  ।

ସେପଟେ ପଞ୍ଚାୟତ ଭୋଟ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ନିର୍ବାଚନ ଆୟୋଗ ଆଲୋଚନା କରିଛନ୍ତି । ଭିସିରେ ଅନୁଷ୍ଠିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଓ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଯେହେତୁ କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କୋଭିଡ କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ  କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଛନ୍ତି ।

ସୋମବାର ବସିଥିବା ସର୍ବଦଳୀୟ ବୈଠକରେ ବିରୋଧି ଦଳ ବିଜେପି ଓ କଂଗ୍ରେସ କିନ୍ତୁ ନିର୍ବାଚନ ଘୁଞ୍ଚାଯିବା ନେଇ ଯୁକ୍ତି ଉପସ୍ଥାପନା କରିଥିଲେ । କିନ୍ତୁ ଶାସକ ବିଜେଡ଼ିର ମତ ହେଉଛି, ସଠିକ ସମୟରେ  ଅନୁଷ୍ଠିତ ହେଉ ନିର୍ବାଚନ  । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସଠିକ ସମୟରେ ପରିଚାଳନା ନେଇ ଯୁକ୍ତି ବାଢିଛି ବିଜୁ ଜନତା ଦଳ ।  ଅନ୍ୟପଟେ କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ନିର୍ବାଚନ ଆୟୋଗ  ।

୨୪ ସୁଦ୍ଧା ପୁରୀରେ ପଞ୍ଚତାରକା ହୋଟେଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଜି ଶିଳାନ୍ୟାସ କରିଛନ୍ତି  । ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦କୋଟିର ପୁଞ୍ଜିନିବେଶ ହେବ। ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯାଇଛି । ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ଫୁଡ଼ କୋର୍ଟ ନିର୍ମାଣ କରାଯିବ।

୨୦୨୪ ଜାନୁୟାରୀ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ରିପୋର୍ଟରେ ମେଗା ସମ୍ମିଳନୀ ଓ ବାହାଘର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି।୧୩ ମହଲା ଉପରେ ସ୍କାଏ ଲାଉଞ୍ଜ ବାର ରହିବ । ଏଥିରେ ମୋଟ ୧୨୫ଟି ରୁମ ରହିବ । ଷ୍ଟେଟ ଅଫ ଆର୍ଟ ୱେଲନେସ ସ୍ପା ଓ ଜିମ ବ୍ୟବସ୍ଥା ମଧ୍ୟ ରହିବ । ସେହିପରି ପୁରୀରେ ଏହି ପଞ୍ଚତାରକା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ରିସୋର୍ଟ ବହୁମାତ୍ରାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି  ।

ଚୋର ନେଇଥିଲା ମୋବାଇଲ, ଫେରାଇଲା ପୋଲିସ

ଭୁବନେଶ୍ୱର: ଶହୀଦନଗର ପୁଲିସ ତରଫରୁ ‘ମୋବାଇଲ ଫୋନ ହସ୍ତାନ୍ତର ମେଳା’  । ୧୫ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି।  ଉଦ୍ଧାର ହୋଇଥିବା  ମୋବାଇଲ ଗୁଡିକ ମଧ୍ୟରୁ ୪ ଟି ଛିନତାଇ ମାମଲା, ୩ ଟି ଚୋରୀ ମାମଲା ଅନ୍ତର୍ଭୁକ୍ତ ହୋଇଥିବାବେଳେ ୮ଟି ମୋବାଇଲ ହଜିଯାଇଥିବାର ଅଭିଯୋଗକାରୀ ମାନେ ଅଭିଯୋଗ କରିଥିଲେ । ଏହି ସମସ୍ତ ମୋବାଇଲ ଶହୀଦନଗର ପୋଲିସ ଥାନା ପକ୍ଷରୁ ପ୍ରଦାନ କରାଯାଇଛି  ।

ପ୍ରକାଶଯୋଗ୍ୟ ଯେ , ଭୂବନେଶ୍ୱର ସହରାଞ୍ଚଳ ଜିଲ୍ଲାର ପ୍ରତି ଥାନାରେ ଥିବା POPD ଟିମ, DCP ଅଫିସର ଟିମ – 60 ଏବଂ ତଦନ୍ତକାରୀ ଅଫିସର ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ତୁରନ୍ତ ଅପରାଧୀମାନଙ୍କୁ କାବୁ କରାଯାଇ ଏହିସବୁ ମୋବାଇଲ ଗୁଡିକ ଉଦ୍ଧାର କରାଯାଇପାରିଥିଲା। ମୋବାଇଲ ଗୁଡିକ ଫେରିପାଇବା ପରେ ସମସ୍ତ ବ୍ୟକ୍ତି କମିଶନରେଟ୍ ପୁଲିସକୁ ଧନ୍ୟବାଦ ଅର୍ପଣ କରିଛନ୍ତି।  ପ୍ରକାଶ ଥାଉ କି, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାର ଲକ୍ଷ୍ୟ ସହ ସେମାନଙ୍କର କ୍ଷତିଗ୍ରସ୍ତ  କିମ୍ବା ହଜିଯାଇଥିବା ସାମଗ୍ରୀ ଉଦ୍ଧାର କରି ଫେରାଇବା ପାଇଁ  କମିଶନରେଟ୍ ପୁଲିସର ଏହି ପ୍ରୟାସ  ନିରନ୍ତର ଜାରି ରହିଛି  । ସାଧାରଣ ଲୋକଙ୍କ ସୁରକ୍ଷାରେ ସର୍ବଦା ପୋଲିସ ସର୍ପମିତ ପୋଲି ମଧ୍ୟ ପ୍ରେସମିଟ ଜରିଆରେ ପ୍ରକାଶ ପାଇଛି  ।

ଯୁବତୀଙ୍କୁ ମର୍ଡର, ମାରିଦେଲେ କି ପୁରୁଷ ବନ୍ଧୁ ?

ଭୁବନେଶ୍ୱର: ରାଜଧାନୀରେ ପୁଣି ମର୍ଡର । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସୁରେଖା ପଲେଇ ନାମକ ଯୁବତୀଙ୍କୁ ହତ୍ୟା କାରାଯାଇଥିବା ସୂଚନା ମିଳିଛି । ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସ୍ପେଶାଲ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି । ମିଳିଥିବା ସୂଚନା ମୁତାବକ ତାରିଣୀ ବସ୍ତିରେ ରହୁଥିବା ସମୟରେ ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ଉକ୍ତ ମହିଳାଙ୍କ  ସମ୍ପର୍କ ବଢିଥିଲା ।

ପରେ ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଏକାଠି ରହୁଥିଲେ । ବିବାହ କରିବାର ସ୍ୱପ୍ନ ଦେଖିଥିଲେ । ଗତ ରାତିରେ କିନ୍ତୁ ସବୁ ଛାରଖର ହୋଇଯାଇଥିଲା । ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଚାରିଜଣ ଘର ନିକଟରେ ଭୋଜିଭାତ କରିଥିଲେ ଓ ନିଶାର ବଶବର୍ତ୍ତୀ ହୋଇ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଚଳାଇଛି  ।

ଡିମ୍ପଲ-ସୁମିତ ବିବାଦ: ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର

ବ୍ରହ୍ମପୁର: ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ-ତପସ୍ୱିନୀ ଦାମ୍ପତ୍ୟ କଳି ମାମଲା । ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡିମ୍ପଲଙ୍କ ଶ୍ୱଶୂର ପ୍ରମୋଦ ସାହୁ । ପରିବାର ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଗତ ଡିସେମ୍ବର 20 ତାରିଖରେ ତପସ୍ୱିନୀ, ପ୍ରମିଳା ତ୍ରିପାଠୀ ଓ ତାଙ୍କ ୩୦ରୁ ଅଧିକ ସହଯୋଗୀ ଅଭଦ୍ର ଭାଷାରେ ଗାଳି ଦେବା ସହ ଗେଟ ଭାଙ୍ଗି ଘରେ ପଶିଥିବା ନେଇ ଅଭିଯୋଗ କରିଥିଲେ ପ୍ରମୋଦ ସାହୁ  ।

ଏନେଇ ଥାନାରେ  ଏତଲା ଦେଇଥିଲେ ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ  । ସେପଟେ ଏତଲା ଦେବା ସ୍ୱତେ ମଧ୍ୟ ପୋଲିସର କାର୍ଯ୍ୟାଷ୍ଠାନରେ ବିଳମ୍ବ ହେବାରୁ ପ୍ରମୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରମୋଦ ସାହୁ । ବହୁଚର୍ଚ୍ଚିତ ଡିମ୍ପଲ ଓ ସୁମିତ ସାହୁ ବିବାହ ବିଛେଦ ଘଟଣା ରାଜ୍ୟରେ ଚହଳ ପକାଇଥିଲା  । ଶ୍ୱଶୁର ଘରେ ରହିବା ନେଇ ପତ୍ନୀ ତପସ୍ୱିନୀ ଦାସ ଚାହୁଁଥିବାବେଳେ ଘରେ ରହିବା ନେଇ ଆଗ୍ରହ ଦେଖାଇନଥିଲେ ଶ୍ୱଶୁର ପ୍ରମୋଦ ସାହୁ  । ପରେ ଏ ରାସ୍ତାରେ ଆନ୍ଦୋଳନ ଜାରି ରଖିଥିଲେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ ତପସ୍ୱିନୀ ଦାସ  ।

 

ବୁଷ୍ଟର ଡୋଜ୍ ନେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସାରା ଦେଶରେ ବୁଷ୍ଟର ଡୋଜ୍ । କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହି ପ୍ରିକସନ ଟିକା ନେଇପାରିବେ । ଆଜିଠୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୁଷ୍ଟର ଡୋଜ୍ ନେଇ ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟରେ ଆଗଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ବୁଷ୍ଟର ଡୋଜ୍ । ଏହା ବାଦ୍ ଯେଉଁମାନଙ୍କର ଦୁଇଟି ଡୋଜ୍ ଟିକା ନେବାର ୯ ମାସ ପୂରଣ ହୋଇଥିବା ସେହିମାନେ ବୁଷ୍ଟର ଡୋଜ ନେଇପାରିବେ । ବିଧାନସଭାରେ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୭୦ପ୍ରତିଶତ ବିଧାୟକ ଅଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ବିଧାୟକମାନେ ବିଭିନ୍ନ ଅଞ୍ଚଳ ବୁଲିବେ । ବୁଷ୍ଟର ଡୋଜ ସେମାନଙ୍କୁ ଅଧିକ ସୁରକ୍ଷା ଯୋଗାଇବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨୮ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୨୮ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ଡରାଇଲା କୋଭିଡ଼ର ନୂଆ ଭାରିଏଣ୍ଟ ଓମିକ୍ରନ୍। ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଏନେଇ ଆଏଲଏସ୍ ପକ୍ଷରୁ ସ୍ଵାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି।

ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୩ରେ ୨ ଜଣ, ଡିସେମ୍ବର ୨୬ରେ ୪ ଜଣ, ଡିସେମ୍ବର ୨୯ ରେ ଜଣେ, ଡିସେମ୍ବର ୩୦ରେ ୫ ଜଣ, ଜାନୁଆରୀ ୨ରେ ୨୩ ଜଣ, ଜାନୁଆରୀ ୫ରେ ୨୪ଜଣ ଏବଂ ଜାନୁଆରୀ ୮ରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ହୋଇଥିଲେ।ସୋମବାର ୨୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ । ଗତ ୨୪ ଘଣ୍ଟାରେ ୪୮୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ ୨୧୦ଜଣ ସହକାରୀ ଯନ୍ତ୍ରୀ: ୫-ଟି ମନ୍ତ୍ର ଆପଣାଇବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗର ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚରେ ୨୧୦ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଆଜିର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଗ୍ରାମୀଣ ଗୃହ ଓ ପାନୀୟ ଜଳ ଯୋଗାଣ ଦୁଇଟି ଫ୍ଲାଗସିପ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଗାଁର ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ନେଇ ଡେଡ୍‌ଲାଇନ୍‌ ସ୍ଥିର କରାଯାଇଛି ।

ସେହିପରି ପ୍ରତିଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୪ ଟାର୍ଗେଟ ଦିଆଯାଇଛି । ଏଥିପାଇଁ ପଞ୍ଚାୟତସ୍ତରରେ ମାନବ ସମ୍ବଳ ବିକାଶ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଆଜିର ନିଯୁକ୍ତି ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ଆହୁର ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ଏହାସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗରିବଙ୍କୁ ସରକାରୀ ଯୋଜନାର ଫାଇଦା ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ନବନିଯୁକ୍ତ ସମସ୍ତ ଇଂଜିନିୟର ନିଜର ଉଦ୍ୟମ ଦ୍ୱାରା ଏହି ଯୋଜନାର ସଫଳ ରୂପାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି । ଲୋକଙ୍କ ପାଇଁ ସରକାର । ତେଣୁ ସେମାନଙ୍କ ପାଇଁ ପେଶାଦାର ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଣୁ ନବ ନିଯୁକ୍ତ ଇଞ୍ଜିନିୟରମାନେ ଏଦିଗରେ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ କର୍ମଚାରୀଙ୍କୁ ୫-ଟି ମନ୍ତ୍ରକୁ ଆପଣାଇବାକୁ ମଧ୍ୟ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଂଗ: ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର କମିଟି କରିବ ତଦନ୍ତ

ଚଣ୍ଡିଗଡ଼: ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ମାମଲାର ଯାଞ୍ଚ କରିବ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । କମିଟିରେ ଚଣ୍ଡିଗଡ଼ ଡିଜିପି, NIA ଆଇଜି, ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସାମିଲ ହେବେ ।

ଗୁଇନ୍ଦା ବିଭାଗର ଅତରିକ୍ତ ମହାନିର୍ଦ୍ଦେଶକ ମଧ୍ୟ କମିଟିର ସଦସ୍ୟ ରହିବେ । ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ପକ୍ଷରୁ କରାଯାଉଥିବା ସମସ୍ତ ତଦନ୍ତ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବ ସରକାରଙ୍କୁ ପଠାଯାଇଥିବା କାରଣଦର୍ଶାଅ ନୋଟିସକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ରାଜ୍ୟକୁ କାରଣଦର୍ଶାଅ ନୋଟିସ୍ ପଠାଯିବାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଖଣ୍ଡପୀଠ ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ବିବାହ ବିବାଦ ମାମଲା: ମୂଳ ପିଟିସନ୍ ଉପରେ ଆଜି ଶୁଣାଣି