spot_img
Home Blog Page 47

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ ; ଶାନ୍ତି କଥାବାର୍ତ୍ତା ଚାଲିଥିବାବେଳେ ପୁଣି ବଡ଼ ଆକ୍ସନ ନେଇଛି ଆମେରିକା

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଶାନ୍ତି କଥାବାର୍ତ୍ତା ଚାଲିଥିବାବେଳେ ପୁଣି ବଡ଼ ଆକ୍ସନ ନେଇଛି ଆମେରିକା । IRGCର ଜାହାଜ ଓ ମିସାଇଲ ଲଞ୍ଚ ସାଇଟ ଉପରେ ଆକ୍ରମଣ । ମିସାଇଲ ଆଟାକରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଇରାନର ବନ୍ଦର ଆବାସ ପୋର୍ଟ ଉପରେ ଭୟଙ୍କର ଆକ୍ରମଣ କରିଛି ଅମେରିକା । ଇରାନର ବୈଦିଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲେ ବାକଇ ଶାନ୍ତି କଥାବାର୍ତ୍ତାରେ ଅଗ୍ରଗତି ହେଉଥିବା ସୂଚନା ଦେଇଥିବାବେଳେ ଆମେରିକାର ଏହି ଆକ୍ରମଣ ପୁଣି ଦ୍ବନ୍ଦ୍ବ ସୃଷ୍ଟି କରିଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ ତରଫରୁ କୁହାଯାଇଛି ଯେ, ଇରାନ ପକ୍ଷରୁ ହେଉଥିବା ବିପଦକୁ ଏଡ଼ାଇବାକୁ ଏପରି ଆକ୍ରମଣ କରାଯାଇଛି । CENTCOM ମୁଖପାତ୍ର ନେଭି କ୍ଯାପେଟେନ ଟିମ ହକିନ୍ସଙ୍କ କହିବା କଥା, ୟୁଏସ ସେଣ୍ଟ୍ରାଲ କମାଣ୍ଡ ସିଜଫାଇୟାରରୁ ନିଜ ସେନାଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି ଆକ୍ରମଣ କରାଯାଇଛି । ନ୍ୟୁୟର୍କ ଟାଇମ୍ସ ର ସୂଚନା ଅନୁସାରେ, ଏହି ଆକ୍ରମଣର ଟାର୍ଗେଟ ଥିଲା ବନ୍ଦର ଆବାସ ନିକଟବର୍ତ୍ତୀ ଅଞ୍ଚଳ । ଯାହା ହର୍ମୁଜ ଷ୍ଟେଟ ନିକଟରେ ଇରାନର ନେଭାଲ ବେସ ।

 

ଚାପିଦେଲା ହାଇୱା ; ଜେସିବି ଅପରେଟରଙ୍କ ମୃତ୍ୟୁ

ଚାପିଦେଲା ହାଇୱା । ଜେସିବି ଅପରେଟରଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଢେଲୁଆ ପଞ୍ଚାୟତର ଘୋଘର ଗ୍ରାମ ସ୍କୁଲ ବସ୍ତି ନିକଟରେ ଏକ ଜମିରେ କାରଖାନା ବର୍ଯ୍ୟ ବସ୍ତୁ ପକାଇବା ସମୟରେ ଘଟିଛି ଅଘଟଣ । ବ୍ୟର୍ଯ୍ୟବସ୍ତୁ ପକାଉଥିବା ହାଇୱା ଚକ ତଳେ ଚାପି ହୋଇ ଜଣେ ଜେସିବି ଅପରେଟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଶୋଇ ଥିବା ବେଳେ ହାଇୱାଟି ଚଢି ଯିବରୁ ତାଙ୍କ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେଶ୍ରାମାଲ ପଞ୍ଚାୟତ ରାଇବେର୍ଣ୍ଣା ଗ୍ରାମର ୨୭ବର୍ଷୀୟ ସାଲବିନ ବାର୍ଲ। । ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଥିବା ହାଇୱାଟି ଫେରାର ହୋଇ ଯାଇଛି । ଅନ୍ୟ ପକ୍ଷରେ ବେଆଇନ ବର୍ଜ୍ୟବସ୍ତୁ ପକାଯାଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛି ।

ଚଳଚଞ୍ଚଳ ରଥଖଳା ; ତିନି ରଥର ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି

ନନ୍ଦିଘୋଷ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗରମ ସତ୍ତ୍ବେ ଚଳଚଞ୍ଚଳ ରଥଖଳା। ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ଆବଶ୍ୟକୀୟ ୪୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତିନିରଥର ଚାରି ନାହାକା ସହ ୧୪ ନାହାକା କାମ ମଧ୍ୟ ଶେଷ ହୋଇଛି । ତେବେ ଆଜି ରଥଖଳାରେ ତିନି ରଥର ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି।

ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା ; ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଉପରେ ବର୍ଷିଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ : ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା ।ଜଳେଶ୍ଵର ବଡମନ୍ଦାରୁଣୀ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା। ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଉପରେ ବର୍ଷିଲେ ଚାଷୀ ।  ଭୋଗରାଇ ବ୍ଳକ ବଡମନ୍ଦାରୁଣୀ ସେବା ସମବାୟ ସମିତିରେ ଗତ ବର୍ଷ ୭୦୦ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଚଳିତ ବର୍ଷ ସମବାୟ ସମିତିର ମନମାନି ନୀତି ଯୋଗୁଁ ମାତ୍ର ୩୦୦ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୪୦୦ ଚାଷୀ ପଞ୍ଜି କରଣରୁ ବାଦ ପଡିଛନ୍ତି । ୧୦ ରୁ ୧୫ ଦିନ ଭିତରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ କରିବାର ଥିଲା କିନ୍ତୁ ୩୦୦ ଚାଷୀଙ୍କ ପଞ୍ଚିକରଣ କରିଛନ୍ତି ସମବାୟ ସମିତିରେ । କିଛି ପ୍ରଭାବଶାଳୀ ଚାଷୀ ଙ୍କୁ ରାତି ଅଧିଆ ପଞ୍ଜୀକରଣ କରିଥିବା ବେଳେ ବହୁ ଚାଷୀ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ଯଥାଶିଘ୍ର ରାଜ୍ୟ ସରକାର ଚାଷୀଙ୍କ ନୂତନ ପଞ୍ଜୀକରଣ ଉପରେ ଧ୍ୟାନ ନ ଦେବେ ଆଗାମି ଦିନରେ ସମବାୟ ସମିତି ବନ୍ଦ କରିବା ସହିତ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମବାୟ ସମିତିର ସମ୍ପାଦକ ସୁଶାନ୍ତ କୁମାର ଦାସ ଙ୍କୁ ପଚାରିବାରୁ କହିଛନ୍ତି ୧୦ ତାରିଖ ରୁ ୨୫ ତାରିଖ ମଧ୍ୟରେ ପଞ୍ଜୀକରଣ ପାଇଁ ସରକାରୀ ନିର୍ଦେଶ ଥିଲା । କିନ୍ତୁ ବ୍ଳକ୍ କାର୍ଯ୍ୟାଳୟକୁ ୧୨ ତାରିଖ ଦିନ ଡକାଗଲା ଟ୍ରେନିଂ ଦେବା ପାଇଁ । କମ୍ପୁଟରରେ ସାଇଟ ଖୋଲିଲା ୧୫ ତାରିଖରୁ । ତେଣୁ ୧୫ ତାରିଖ ପାଖରୁ ଆମେ ଫର୍ମ ଦେବା ଆରମ୍ଭ କଲୁ ଏହାରି ଭିତରେ ୬୦୦ ଚାଷୀ ପଞ୍ଜୀକରଣ କରଣ ପାଇଁ ଫୋର୍ମ ଦେଇଥିଲେ କିନ୍ତୁ ପଞ୍ଜିକରଣରେ ଜାଞ୍ଚ ହେବାରୁ କିଛି ଚାଷୀଙ୍କ ପେଣ୍ଡିଙ୍ଗ ରହିଛି । ୨୫ ତାରିଖ ଦିନ ସରକାରଙ୍କ ପକ୍ଷରୁ ପଞ୍ଜିକରଣ ବନ୍ଦ ହେଇଯିବାରୁ ଚାଷୀଙ୍କ ପଞ୍ଜିକରଣ ହେଇ ପାରିନି ।

ମିଥ୍ୟା ପ୍ରତିଶୃତି ଓ ଧୂଆଁ ବାଣରେ ରହିଯାଇଛି ବିଜେପି ସରକାର; ଏ ସରକାର ଅମଳରେ ସେତେ ବଡ଼ ପ୍ରାକୃତିକ ବିପର୍ଯୟ ହୋଇନି

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକୁ ବିପର୍ଯ୍ୟୟ ମୁକାବିଲା ପାଠ ପଢ଼ାଇବ ଓଡ଼ିଶା । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଡିଜାଷ୍ଟର ରିସ୍କ ରିଡକ୍ସନ ୱାଙ୍କି ଗ୍ରୁପ୍‌ର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ ୩ରୁ ୫ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧୂ ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପରି ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ହେଲେ ବିଜେପି ସରକାର ସମୟରେ କିଛି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ହୋଇ ନଥିବା ଅଭିଯୋଗ କରିଛି କଂଗ୍ରେସ । ୧୯୮୦, ୧୯୮୨ ରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ୟା ମୁକାବିଲା କରିଥିଲା କଂଗ୍ରେସ ସରକାର । ସେହିପରି ୨୦୨୪ ଯାଏଁ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ବାତ୍ୟା ଓ ବନ୍ୟା ମୁକାବିଲା କରିଥିଲା। ସେ ସବୁ ସରକାରଙ୍କ ତଥ୍ୟ ସଂଗ୍ରହ କରିବା କଥା । ମିଥ୍ୟା ପ୍ରତିଶୃତି ଓ ଧୂଆଁ ବାଣରେ ରହି ଯାଇଛି ବିଜେପି ସରକାର । ଏହି ସରକାର ଅମଳରେ ସେତେ ବଡ଼ କିଛି ପ୍ରାକୃତିକ ବିପର୍ଯୟ ହୋଇନି । କେବଳ ଖରା ଟିକେ ଅଧିକ ହେଉଛି । ପୁରୀରେ ଅନ୍ୟ ଦେଶର ଲୋକଙ୍କୁ ନେଇ ଡ୍ରାମା କରିବାକୁ ବିଜେପି ଚାହୁଁଛି । ଖାଲି ପତିଆରା ରାଜନୀତିରେ ବିଜେପି ବ୍ୟସ୍ତ ବୋଲି କହିଛନ୍ତି ସୁରେଶ ।

ରାଉରକେଲାରେ କାଳବୈଶାଖୀ ତାଣ୍ଡବ ; ଵ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି

ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସହରର ସେକ୍ଟର ଅଞ୍ଚଳରେ ଝଡବର୍ଷାରେ ଵ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଝଡବର୍ଷା ଓ କାଳ ବୈଶାଖୀ ଯୋଗୁଁ ସେକ୍ଟର ଅଞ୍ଚଳର ଅନେକ ସ୍ଥାନରେ ଵିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ସହ ଶହଶହ ଗଛ ଉପୁଡି ପଡିଛି । ଗଛପଡି ଵହୁ ଘର ଭାଙ୍ଗିଵା ସହ କାର ଓ ଦୁଇ ଚକିଆ ଗାଡି ଭାଙ୍ଗି ଥିବା ଅଭିଯୋଗ ହୋଇଛି । ବଡ ଗଛ ଉପୁଡି ପଡିବାରୁ ମନ୍ଦିରର କିଛି ଅଂଶ ସହ  ପାଚେରୀ କ୍ଷତିଗ୍ରସ୍ତ ହୋଇଛି।  ଗତକାଲି ଅପରାହ୍ନରେ ଝଡବର୍ଷା ପର ଠାରୁ ବିଭିନ୍ନ ସେକ୍ଟର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ସେକ୍ଟର ବାସିନ୍ଦା ଅଭିଯୋଗ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ନିଶମ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ପ୍ରଶାସନ ପକ୍ଷରୁ ୭ଟି ଟିମ ଗଠନ କରାଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି। କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦିଆଯିବା ସହ ଖାଦ୍ୟ ଯୋଗାଇ ଦିଆଯାଉଥିଵା ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା ; ଅନ୍ୟ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ : ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । କେନ୍ଦ୍ରାପଡ଼ାରୁ ଅନ୍ୟ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ୪୮ ବର୍ଷୀୟ ବିନୋଦ ବେହେରା ଗିରଫ। ବିନୋଦ ଘର କେନ୍ଦ୍ରାପଡା ଜିଲ୍ଲା ର ଇନ୍ଦୁପୁର ହୋଇଥିବା ବେଳେ ସତ୍ୟନଗର ରେ ସେ ରହୁଥିଲା । ଏହି କେସରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୬ ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ବିନୋଦ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଥାନା ଓ କ୍ରାଇମସ୍ପଟକୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ ଏଭିଡ଼େନ୍ସ ଜରିଆରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆହୁରି ୨୦ରୁ ଉର୍ଦ୍ଧ୍ବ ଲୋକ ସମ୍ପୃକ୍ତି ଥିବା ଜଣାପଡିବା ପରେ ଜିଲ୍ଲା ବାହାରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଦିଗକୁ ଦୃଷ୍ଟି ଦିଆଯାଉଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ।

ବଲାଙ୍ଗୀର ଚାନୁଟମାଲ ହାତୀ ମୃତ୍ୟୁ ମାମଲା ; ଫରେଷ୍ଟର ନିଲମ୍ବିତ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଚାନୁଟମାଲ ହାତୀ ମୃତ୍ୟୁ ମାମଲା । ଫରେଷ୍ଟର ନିଲମ୍ବିତ । ଜମି ମାଲିକ, ଯନ୍ତ୍ରୀ ଓ ଲାଇନମ୍ୟାନ ବିରୋଧରେ NBW ଜାରି । ବଲାଙ୍ଗୀର ବନବିଭାଗ ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁ ନିକଟ କାଜୁ ବଗିଚାରେ ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ପ୍ରାଥମିକ ତଦନ୍ତ ପରେ ବନ ବିଭାଗ ଚାର୍ଜସିଟ ଦାଖଲ କରିଛି I ହାତୀ ମୃତ୍ୟୁ ପାଇଁ କାଜୁବଗିଚା ମାଲିକ ସଂଜୀବ ପଟେଲ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୁନେଦ ଖାଁ ଓ ଚାନୁଟମାଲ ଲାଇନ୍‌ମ୍ୟାନ୍‌ ଅଜିତ ତରିଆକୁ ଦାୟୀ କରିଛି ବନ ବିଭାଗ I ଏହାସହ କାର୍ଯ୍ୟରେ ଅବହେଳା ପାଇଁ ମୁରିବାହାଲ ରେଞ୍ଜ୍ ଗୁଡ଼ିଘାଟ ସେକ୍ସନ ଫରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି  I ଗତ ଏପ୍ରିଲ ୩୦ ରେ ଚାନୁଟମାଲ ଗାଁ ନିକଟ କାଜୁ ବଗିଚାରୁ ୮ ରୁ ୧୦ ବର୍ଷର ଏକ ଦନ୍ତା ହାତୀର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ବନବିଭାଗ I ଘଟଣାସ୍ଥଳରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ବେଳେ ମୃତ ହାତୀ ଶୁଣ୍ଢରେ କ୍ଷତଚିହ୍ନ ରହିଥିବାରୁ ବିଦ୍ୟୁତ ସ୍ପର୍ଶରେ ଦନ୍ତାର ମୃତ୍ୟୁ ହୋଇଥିବା ସନ୍ଦେହ ହୋଇଥିଲା I ବଲାଙ୍ଗୀର ଡିଏଫଓ ଅଜିତ ବିଶି, ଏସିଏଫ୍ ମୁରାରୀ ପ୍ରସାଦ ପଣ୍ଡା, ମୁରିବାହାଲ ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କ ସହ ବିଦ୍ୟୁତ ବିଭାଗ ଅଧିକାରୀ ଓ ପୋଲିସ ପହଞ୍ଚି ତଦନ୍ତ କରିଥିଲେ I ହାତୀ ମୃତ୍ୟୁର ତଦନ୍ତ କରି ଏସିଏଫ ମୁରାରୀ ପ୍ରସାଦ ପଣ୍ଡା ଡିଏଫଓଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ଗତ ୨୦ ତାରିଖରେ ମୁରିବାହାଲ JMFCରେ ଦାଖଲ କରିଥିଲେ I ଚାର୍ଜସିଟ୍ ଦାଖଲ ପରେ ୩ ଜଣ ଅଭିଯୁକ୍ତ ଫେରାର୍ ରହିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ମୁରିବାହାଲ JMFC ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି I

ଏଫେମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ; ପୀଡିତାଙ୍କ ଘରେ ପହଞ୍ଚିଲେ ଇପ୍ସିତା ସାହୁ ଓ ବିଧାୟକ ଗୌତମବୁଦ୍ଧ ଦାସ

ନନ୍ଦିଘୋଷ ବ୍ୟୁରୋ : ଏଫେମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ପିଡିତାଙ୍କ ଘରେ ପହଞ୍ଚିଲେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ପିଡିତା ଘରେ ପହଞ୍ଚି କଲେ ଆଲୋଚନା । ଭୋଗରାଇ ନିର୍ବାଚନ ମଣ୍ଡଳୀର ନାରୀ ଅଧିକାର କାର୍ଯ୍ୟକ୍ରମ ଆଗରୁ ପୀଡିତା ବାପା ମାଆ ଙ୍କ ପାଖରେ ପହଞ୍ଚି ତାଙ୍କର ଦୁଃଖ ବୁଝିଥିଲେ । ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଏବଂ ସେତେବେଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୁରଣ ନହେବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ଏସ୍ ସାଇନିଙ୍କ ବଦଳି ପରେ ଘଟଣାକୁ ସମ୍ପୁର୍ଣ୍ଣ ରୁପେ ଚପାଇ ଦେଇଛନ୍ତି ରାଜ୍ୟ ସରକାର । ମାମଲା ଆଗକୁ ବଢୁନାହିଁ । ଦୁଇଦିନ ଆଗରୁ ପ୍ରିନ୍ସିପାଲଙ୍କୁ ବେଲ୍ ମିଳିଯାଇଛି । ଛାତ୍ରୀଙ୍କ ନାଁରେ ସ୍ତମ୍ଭ କରିବାର ଥିଲା, ତାହା ଆଜି ଯାଏଁ ହେଇନାହିଁ । ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଛାତ୍ର ସଂଗଠନ ଲଢ଼େଇ କରିବ ବୋଲି କହିଛନ୍ତି ବିଜୁ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ । ସେପଟେ ଝିଅ କଥା ବହୁତ ମନେ ପଡୁଛି ବୋଲି କହିଛନ୍ତି ମାଆ । ଝିଅକୁ ନେଇ ଯେଉଁ ଆଶା ଓ ସ୍ୱପ୍ନ ଦେଖିଥିଲୁ ସବୁ ଧୁଳିସାତ ହେଇଗଲା । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ସେ ସମୟରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ବି ପୁରଣ କରିନାହାନ୍ତି । କେବେ ନ୍ୟାୟ ମିଳିବ ସେଥିପାଇଁ ଅପେକ୍ଷାରେ ଥିବା କହିଛନ୍ତି ମାଆ ।

 

 

କଣାସରେ ପୁଣି ଝାଡ଼ାବାନ୍ତି ନେଲା ମୁଣ୍ଡ; ବିନ୍ଧନ ପଞ୍ଚାୟତ ଗୋଳର ଗ୍ରାମର ସୁକୁମାରୀ ସାମନ୍ତରାୟଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କଣାସରେ ପୁଣି ଝାଡ଼ାବାନ୍ତି ନେଲା ମୁଣ୍ଡ । ବିନ୍ଧନ ପଞ୍ଚାୟତ ଗୋଳର ଗ୍ରାମର ୬୮ ବର୍ଷୀୟ ମହିଳା ସୁକୁମାରୀ ସାମନ୍ତରାୟଙ୍କ ମୃତ୍ୟୁ । ଆଜି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ସୁକୁମାରୀ ରବିବାର ରାତିରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । ଗତକାଲି ପ୍ରଥମେ କଣାସ ଓ ପରେ ପୁରୀ କଲର ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଅପରାହ୍ନରେ ଭୁବନେଶ୍ବର ନେଇଥିଲେ ପରିବାର ଲୋକେ । ଆଜି ତାଙ୍କର ମୃତ୍ୟୁ ହେଇଛି । ଦୂଷିତ ପାଣି ଝାଡ଼ାବାନ୍ତିର କାରଣ ବୋଲି କୁହାଯାଉଛି । ଦୟାନଦୀ ଜଳ ଏବେ ଜହାର ପାଲଟିଛି । ପମ୍ପ ହଉସରୁ ଜଳ ଯୋଗାଣ ହେଉଥିଲେ ବି ତାହା ସମ୍ପୂର୍ଣ ବିଶୁଦ୍ଧ ନୁହେଁ ବୋଲି ଅଭିଯୋଗ ହେଉଛି । ଗତ ବର୍ଷରୁ ଏଯାଏ ଝାଡ଼ାବାନ୍ତିରେ ପାଖାପାଖି ୧୫ ଜଣ ଲୋକ ପ୍ରାଣ ହରାଇଲେଣି । ଏବେ ପୁଣି କଣାସରେ ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହେବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ଲୋକେ ।