spot_img
Home Blog Page 4730

ଜାତୀୟ ପ୍ରତିଯୋଗିତାରେ ମହକିଲେ ମିଲନ କୁମାରୀ

ଭୁବନେଶ୍ୱର: ଜାତୀୟ ଇଭେଣ୍ଟରେ ପୁଣି ଚମକିଲେ ଓଡ଼ିଆ ଝିଅ  ।  ମିସ୍ ଟିନ୍ ଡିଭା ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ଟାଇଟଲ ହାସଲ କରିଛନ୍ତି ମିଲନ କୁମାରୀ ପଣ୍ଡା  ।  ଡିସେମ୍ବର ୨୧ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜୟପୁର ଏବଂ ଦିଲ୍ଲୀରେ ଏହି ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ।

ପ୍ରତିଯୋଗିତାରେ ମୋଟ ୫ଟି କାଟାଗୋରୀରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ମିସ ଟିନା ଡିଭାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ମିଲନ କୁମାରୀ ପଣ୍ଡା  । ସେପଟେ ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇବା ପରେ ନିଜ ପରିବାର ଲୋକଙ୍କୁ ଧନ୍ୟବାଦ ଦେବା ସହ ଇଭେଣ୍ଟର ଅଭିଜ୍ଞତା ବାଣ୍ଟିଛନ୍ତି ମିଲନ୍।

ସାରା ଅଲ୍ଲୀଙ୍କୁ ବାଇକରେ ବୁଲାଇ ଫସିଲେ ଭିକି କୌଶଲ

ଇନ୍ଦୋର: ବାଇକରେ ବୁଲାଇ ଫସିଲେ ଭିକି । ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ବାଇକରେ ବସାଇ ବୁଲାଇବା ଅଭିନେତା ଭିକି କୌଶଲଙ୍କୁ ମହଙ୍ଗା ପଡ଼ିଛି । ସାରା, ଭିକିଙ୍କୁ ଯେଉଁ ବାଇକରେ ବସି ବୁଲାଉଥିଲେ ତାର ନମ୍ବର ଏକ ଆକ୍ଟିଭାର ଥିଲା । ସୋସିଆଲ୍ ମିଡିଆରେ ସୁଟିଂର ଫଟୋ ଭାଇରାଲ୍ ପରେ ନମ୍ବରର ପ୍ରକୃତ ମାଲିକ ପୋଲିସର ଅଭିଯୋଗ କରିଛନ୍ତି ।

ଭିକି ଓ ସାରା ଇନ୍ଦୋରରେ ଲୁକାଛିପି-୨ ଫିଲ୍ମର ସୁଟିଂ କରୁଛନ୍ତି । ଏହି ସିନକୁ ଭିକି କୌଶଲ ଓ ଫିଲ୍ମ ନିର୍ଦ୍ଦେଶକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆକ୍ଟିଭାର ନମ୍ବର ବ୍ୟବହାର ନେଇ ଆରଟିଓରେ ମଧ୍ୟ ଅଭିଯୋଗ ହୋଇଛି । ଆରଟିଓ ମଧ୍ୟ ଏହାକୁ ବେଆଇନ୍ କହିଛି । ଯାଞ୍ଚ ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Luka Chuppi Actor Vicky Kaushal Rides Fake Number Bike In Indore With Sara Ali Khan

ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ପରେ ନମ୍ବରର ପ୍ରକୃତ ମାଲିକ ଜୟ ସିଂହ ଯାଦବ ଚିନ୍ତିତ ହୋଇ ପଡ଼ିଛନ୍ତି । ତାଙ୍କ କହିବା ଅନୁସାରେ ସେ ନେଇ କିଛି ଜଣା ନାହିଁ । ମୋ ନମ୍ବର ଫିଲ୍ମ ସୁଟିଂ ଗାଡ଼ିରେ କେମିତି ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବାଇକରେ ନମ୍ବର ଲାଗିଥିବା ବେଳେ ଦୁର୍ଘଟଣା ହୋଇଥିଲେ କିଏ ଦାୟୀ ହୋଇଥାନ୍ତା ?

ଇନ୍ଦୋର ଆରଟିଓ ଜିତେନ୍ଦ୍ର ରଘୁବଂଶୀଙ୍କ ଅନୁସାରେ, ଏମିତି କରିବା ଭୁଲ୍ ଅଟେ । କୌଣସି ବି ଗାଡ଼ିର ନମ୍ବର ଅନ୍ୟ କେହି ଚାହିଁଲେ ବି ବ୍ୟବହାର କରିପାରିବ ନାହିଁ । ଗାଡ଼ିର ମାଲିକ ସହମତି ଦେଲେ ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଏନେଇ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବ୍ରଜରାଜନଗର ଆସନ ଖାଲି, କିଶୋରଙ୍କୁ ମନେ ପକାଇଲେ ବାଚସ୍ପତି

ଭୁବନେଶ୍ୱର: ବ୍ରଜରାଜନଗର ବିଜେଡି ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପରଲୋକ ପରେ ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ସ୍ୱର୍ଗତଃ ମହାନ୍ତି ଜଣେ ଜନପ୍ରତିନିଧି ଭାବେ ଅନେକ ସୁନାମ ଅର୍ଜନ କରିଥିଲେ । ସେ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବା ସହ ରାଜ୍ୟସଭାର ସାଂସଦ ଥିଲେ ।

ଏଥି ସହ ବିଧାୟକ ଭାବେ ସେ ଅନେକ ସମୟରେ ଲୋକଙ୍କ କଥା ଗୃହରେ ଉପସ୍ଥାପନା କରୁଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ କିଶୋର । ହୀରାକୁଦ ବିସ୍ଥାପିତଙ୍କ ହକ୍ ପାଇଁ ସେ ଲଢ଼େଇ କରିଆସିଥିଲେ । ତାଙ୍କ ପରଲୋକରେ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆସନଟି ଖାଲି ହେବା ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀ, ବିଧାନସଭାର ସମସ୍ତ ସଦସ୍ୟ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।

ପୁରୀରେ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କଲେ ପରିଦର୍ଶନ

ପୁରୀ: ନୂତନ ବର୍ଷରେ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ  ।  କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ। ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ ପରିକ୍ରମା ମାର୍ଗରେ ପରିଦର୍ଶନ କରିଥିଲେ 5T ସଚିବ ।

ଗତ ବର୍ଷ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେଉଛି ସବୁଜ ବଳୟ । ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯାଉଛି। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ବତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା।

ନବବର୍ଷରେ କାଳିଆର କରୁଣା ଭିକ୍ଷା କଲେ ନବୀନ

ଭୁବନେଶ୍ୱର: କାଳିଆ ପାଖରେ କରୁଣା ଭିକ୍ଷା  ।  ନୂଆ ବର୍ଷରେ ମହାବାହୁଙ୍କୁ ଆଶିଷ ମାଗିଲେ ମୁଖ୍ୟମନ୍ତ୍ରୀ  ।  ନବୀନ ନିବାସରେ ବିଶ୍ୱନିୟନ୍ତାଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ  । ନୂଆବର୍ଷରେ ଜଗତର ନାଥ ଜଗନ୍ନାଥଙ୍କୁ ଆଶିଷ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ନୂଆବର୍ଷ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ ।

ନବୀନ ନିବାସରେ ଥିବା ଶ୍ରୀଜଗନ୍ନାଥଙ୍କ ଫଟୋ ପାଖରେ ଭକ୍ତିପୂତ ପ୍ରଣାମ ଜଣାଇବା ସହ ରାଜ୍ୟ ପାଇଁ ମଙ୍ଗଳ କାମନା କରିଛନ୍ତି ନବୀନ। ମହାପ୍ରଭୁ ଶ୍ରୀଜଗନ୍ନାଥ କରୋନା ମହାମାରୀରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ନବୀନ ଅତି ନିରାଡ଼ମ୍ବର ଭାବେ ନୂଆ ବର୍ଷ ଆରମ୍ଭ କରିଛନ୍ତି । ନୂଆବର୍ଷରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଶ୍ରୀଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି ନବୀନ ।

ଆଉ ୨ ଦିନ ପରେ ଏ ସ୍ମାର୍ଟଫୋନରୁ କରି ପାରିବେନି କଲ୍

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍… ନିତିଦିନିଆ ଜୀବନର ଅବିଚ୍ଛେଦ ଅଙ୍ଗ । ସକାଳୁ ଉଠିବା ଠାରୁ ରାତିରେ ବେଡକୁ ଯିବା ଯାଏ ସମସ୍ତଙ୍କ ହାତରେ ଥାଏ ଫୋନ୍ । ଫୋନ୍ ହାତରେ ନଥିଲେ ଦୁନିଆ ଅଟକି ଯିବା ଭଳି ଲାଗେ । ଦିନ ଥିଲା ଏ ସ୍ମାର୍ଟଫୋନ୍ ବି ରାଜ୍ କରୁଥିଲା । ହାତରେ ଏ ସ୍ମାର୍ଟଫୋନ୍ ଥିଲେ ଷ୍ଟାଟସ ସିମ୍ବଲ କୁହାଯାଉଥିଲା । ପ୍ରାୟ ଏକ ଦଶନ୍ଧି ତଳେ ବ୍ଲାକବେରୀ ଫୋନକୁ ଦେଖିଲେ ଲୋକେ କେତେ କଣ ଭାବୁଥିଲେ । ଏବେ ଏହି ଫୋନ୍ ମାର୍କେଟରୁ ହଜି ଯାଇଛି । ଆଉ ମାତ୍ର ଦୁଇ ଦିନ ପରେ ବ୍ଲାକବେରୀ ଫୋନ୍ ଅଚଳ ହୋଇଯିବ ।

ଆଜି ଯାଏ ଆପଣ ବ୍ୟବହାର କରି ଆସୁଥିବା ବ୍ଲାକବେରୀ ଫୋନ୍ ଆଉ କାମ କରିବ ନାହିଁ । କାରଣ କମ୍ପାନୀ ପୁରୁଣା ସ୍ମାର୍ଟଫୋନ୍ ଉପରେ ଯୋଗାଉଥିବା ସପୋର୍ଟ ସେବା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ କମ୍ପାନୀ କୌଣସି ବ୍ୟବହାରକାରୀଙ୍କୁ କିଛି ସମସ୍ୟା ହେଲେ ସାହାଯ୍ୟ କରୁଥିଲା । ଏଣିକି ଏହା ବନ୍ଦ ହୋଇଯିବ । ଫଳରେ ଏହି ସ୍ମାର୍ଟଫୋନ୍ ଆଉ କୌଣସି କାମରେ ଆସିବ ନାହିଁ । କେବଳ ଘରେ ସୋ ପିସ୍ ଭାବେ ଫୋନକୁ ରଖିବା ଛଡ଼ା ବ୍ୟବହାର କରିପାରିବେ ନାହିଁ ।

Blackberry Is Taking Back Its Support To Older Smartphones

କମ୍ପାନୀ ପୁରୁଣା ସଫ୍ଟୱେରରରେ ଚାଲୁଥିବା ସ୍ମାର୍ଟଫୋନ୍ ଉପରେ ସପୋର୍ଟ ବନ୍ଦ କରୁଛି । ଯଦି ଆପଣ ବ୍ଲାକବେରୀ ଫୋନ୍ ୟୁଜର ତେବେ ଆପଣ ଡରୁଥିବେ ନିଶ୍ଚୟ । କଣ ଆପଣଙ୍କ ଫୋନ୍ ବି ବନ୍ଦ ହୋଇଯିବ ? ତେବେ ଆସନ୍ତୁ ଜାଣିବା ବ୍ଲାକବେରୀ କେଉ ମଡେଲ ଉପରେ ଆଉ ସପୋର୍ଟ ଯୋଗାଇବ ନାହିଁ ।

ବ୍ଲାକବେରୀର ଘୋଷଣା ଅନୁସାରେ OS, 7.1 OS, ପ୍ଲେବୁକ୍ OS 2.1 ସିରିଜ୍ ଓ ବ୍ଲାକବେରୀ ୧୦ ସ୍ମାର୍ଟଫୋନରେ ସପୋର୍ଟ ପ୍ରଦାନ କରିବ ନାହିଁ । ଫଳରେ ଉପରୋକ୍ତ ମଡେଲର ବ୍ଲାକବେରୀ ଫୋନ୍ ବ୍ୟବହାରକାରୀ ଆଉ ସ୍ମାର୍ଟଫୋନ୍ ଚଲାଇ ପାରିବେ ନାହିଁ । ଏପରିକି ପୁରୁଣା ସଫ୍ଟୱେର କମ୍ପାନୀ ଏପଡେଟ୍ କରିବ ନାହିଁ । ବ୍ଲାକବେରୀ ଜାନୁଆରୀ ୪ ତାରିଖରୁ ସପୋର୍ଟ ସେବା ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି । ତେବେ ବ୍ଲାକବେରୀର ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କୁ ପୂର୍ବ ଭଳି ସପୋର୍ଟ ସେବା ମିଳିବ ।

ମହଙ୍ଗା ହେଲା ଅନଲାଇନ୍ ଖାଦ୍ୟ ଓ ଗାଡ଼ି ଚଢ଼ା

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଝଟକା । ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡର ଠାରୁ ଅନଲାଇନ୍ ଟ୍ୟାକ୍ସି ସେବା ଆଜିଠୁ ମହଙ୍ଗା ହୋଇଛି । ଆଜିଠୁ ସ୍ୱିଗି ଓ ଜମାଟୋ ଡେଲିଭରୀ ଆପରେ ଖାଦ୍ୟ ମଗାଇବା ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଫଳରେ ଅନଲାଇନରେ ଖାଦ୍ୟ ମଗାଇ ଖାଉଥିବା ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

ତେବେ ଏଭଳି ନିଷ୍ପତ୍ତି ଯେ କେବଳ ଗ୍ରାହକଙ୍କୁ ପ୍ରଭାବିତ କରିବ ତା’ନୁହେଁ । ଏହା ଦ୍ୱାରା ଛୋଟ ରେଷ୍ଟୁରାଣ୍ଟ, ଡେଲିଭରୀ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହେବେ । ଏଭଳି କ୍ଷେତ୍ରରେ ଛୋଟ ହୋଟେଲ ଖାଦ୍ୟ ସାମଗ୍ରୀ ଦର ବଢ଼ାଇବେ ନଚେତ୍ ଅନଲାଇନ୍ ପ୍ଲାଟଫର୍ମରେ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେବେ । ପୂର୍ବରୁ ରେଷ୍ଟୁରାଣ୍ଟ ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଥିବା ବେଳେ ଆଜିଠୁ ଅତିରିକ୍ତ ୫ ପ୍ରତିଶତ କର ଲାଗୁ ହୋଇଛି ।

Ordering Online Food May Be Costlier Due To New GST Rules

ଏଥିସହ ନିତିଦିନିଆ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଥିବା ଅନଲାଇନ୍ ପରିବହନ ସେବା ମହଙ୍ଗା ହୋଇଛି । କୋଭିଡ୍ ସମୟରେ ସର୍ବସାଧାରଣ ପରିବହନ ପରିବର୍ତ୍ତେ ଆପଣ ଯଦି ଓଲା, ଉବର ଭଳି ଆପ୍ ଉପରେ ନିର୍ଭରଶୀଳ । ତେବେ ଏ ଖବର ଆପଣଙ୍କ ପାଇଁ । ଅନଲାଇନ୍ ଅଟୋ ରାଇଡ୍ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ପୂର୍ବଭଳି ଅଫଲାଇନ୍ ଅଟୋ ସେବା ଟିକସମୁକ୍ତ ରହିବ ।

ଅନଲାଇନ୍ ଫୁଡ୍ ଡେଲିଭରୀ ଓ ଅନଲାଇନ୍ ଟ୍ୟାକ୍ସି ସେବା ମହଙ୍ଗା ହୋଇଥିବା ବେଳେ ନୂଆବର୍ଷରୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଜିଏସଟି ଆଇନ୍ ଅନୁସାରେ, ଜିଏସଟି ରିଫଣ୍ଡ ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଧାର କାର୍ଡ ଦେବେ । ଆଧାର କାର୍ଡ ତଥ୍ୟ ନଦେଲେ ଜିସଏଟି ରିଫଣ୍ଡ ମିଳିବ ନାହିଁ ।

ଛେଳି ଚୋରି ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ପୋଲିସ ଏଏସଆଇ

ବଲାଙ୍ଗୀର: ବାଡ଼ ଫସଲ ଖାଇଲେ ସେ କ୍ଷେତକୁ ଉଜୁଡ଼ିବାରୁ କେହି ଅଟକାଇ ପାରିବେନି । ବଲାଙ୍ଗୀର ଜିଲ୍ଲାରେ ଜଣେ ପୋଲିସ ବାବୁ ଏହି ବହୁ ପ୍ରଚଳିତ ଋଢ଼ି ଭଳି କାମ କରି ଫସିଛନ୍ତି । ପୋଲିସ ବାବୁ ଚୋରି ଅଟକାଇବେ କ’ଣ ନିଜେ ଚୋରି କରି ନିଲମ୍ବିତ ହୋଇଛନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଲିସ ବାବୁ ଜଣଙ୍କ କାହା ଘରେ ପଶି କିଛି ଚୋରି କରିନାହାନ୍ତି କି କୌଣସି ଦୋକାନରେ ପଶି ଲୁଟି ନାହାନ୍ତି । ମହାଶୟ ଏକ ଛେଳି ଚୋରି କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗୀର ସିନ୍ଧକେଲା ଥାନା ଅଞ୍ଚଳରେ । ନିଲମ୍ବିତ ହୋଇଥିବା ପୋଲିସ ବାବୁ ଜଣଙ୍କ ଥାନାର ଏଏସଆଇ ସୁମନ ମଲ୍ଲିକ । ବଲାଙ୍ଗୀର ଏସପି ନୀତିନ କୁସଲକର ସୁମନଙ୍କୁ ନିଲମ୍ବିତ କରିଛନ୍ତି । ନୂଆବର୍ଷରେ ଭୋଜି କରିବା ଲୋଭରେ ପୋଲିସ ବାବୁ ଏହି କାଣ୍ଡ ଘଟଇଛନ୍ତି ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଏକ ଛେଳି ଥାନା ଭିତରକୁ ପଶି ଯାଇଥିଲା । ହେଲେ ରାତି ପର୍ଯ୍ୟନ୍ତ ଛେଳିଟି ଥାନାରୁ ଫେରି ନଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଛେଳି ନମିଳିବାରୁ ମାଲିକ ଗ୍ରାମବାସୀଙ୍କୁ ସବୁ କଥା କହିଥିଲେ । ଏହାପରେ ଗ୍ରାମବାସୀ ଏକାଠି ହୋଇ ଥାନା ପରିସରରେ ଖୋଜାଖୋଜି କରିବା ପରେ ପଛପଟେ ରକ୍ତ ଓ ଛେଳିର ହାଡଗୋଡ଼ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଛେଳି ମାଲିକ ଥାନାରେ ଅଭିଯୋଗ କରିଥିଲେ । ହେଲେ ସୁମନ ତାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଏକାଠି ହେବା ସହ ଥାନା ଘେରାଉ କରି ଅଭିଯୁକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଆଜି ସକାଳୁ ଘଟଣା ଏସପି ନୀତିନ କୁସଲକରଙ୍କ ପାଖରେ ପହଞ୍ଚି ଥିଲା । ଏହାପରେ ଏସପି କାର୍ଯ୍ୟନୁଷ୍ଠାନ ସ୍ବରୂପ ଏଏସଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି ।

ପାହାଡ଼ ଧସି ଜଣେ ମୃତ, ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା

ଚଣ୍ଡିଗଡ଼: ବର୍ଷ ଆରମ୍ଭରୁ ଅଘଟଣ । ଧସିଲା ପାହାଡ଼ । ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Haryana Hill Slope One Dead Many Feared Trapped

ସୂଚନା ଅନୁସାରେ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଭାଗ ଖସି ଯାଇ ବଡ଼ ଅଘଟଣ ଘଟିଛି । ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ପାହାଡ଼ ଧସିଲା ତାର କାରଣ ଜଣାପଡ଼ିନାହିଁ । ପାହାଡ଼ ମନକୁ ମନ ଖସିଲା ନା ବିସ୍ଫୋରଣ ଯୋଗୁଁ ଧସିଲା ଅସ୍ପଷ୍ଟ ରହିଛି । ପାହାଡ଼ ତଳେ ଚାପି ହୋଇ ରହଥିବା ଲୋକଙ୍କି ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଉଛି ।

କିଶୋରଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ବର: ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ । COWIN ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ OTP ଜରିଆରେ ଟିକାକରଣ ପାଇଁ ନାମ ପଞ୍ଜୀକରଣ କରୁଛନ୍ତି କିଶୋର । ଏହାପରେ ସେମାନେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ନେଇ ୩ ତାରିଖଠାରୁ ଟିକା ନେଇପାରିବେ । ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ପିଲା । ଯେତେ ପିଲା ଟିକା ନେବାକୁ ଆସିବେ, ସେମାନଙ୍କର ଟିକାକରଣ କରାଯିବ । ୨୦୦୫ରୁ ୨୦୦୭ ମଧ୍ୟରେ ଜନ୍ମ ହୋଇଥିବା ପିଲାଙ୍କ ଟକାକରଣ ପାଇଁ ଅଭିଭାବକମାନେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି ।

ଏବେ ରାଜ୍ୟରେ ୨ ହଜାର ୬୦୦ କେନ୍ଦ୍ରରେ ଚାଲିଛି ଟିକାକରଣ । ସେଥିରୁ କିଛି କିଶୋରମାନଙ୍କ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।  ଅନ୍ୟ କେନ୍ଦ୍ରଗୁଡ଼ିକାରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଶୋରଙ୍କୁ ଟିକା ଦିଆଯିବ । ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭାକ୍ସିନ ମହଜୁଦ ଅଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭାକ୍ସିନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା COWIN ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟିକାକରଣ ପାଇଁ ପଞ୍ଜୀକରଣ କରିଛନ୍ତି ।

ଗତକାଲି ସୁଦ୍ଧା ମୋଟ୍‌ ୫ କୋଟି ଡୋଜ ଟିକାକରଣ କରି ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏହା ଏକ ବଡ଼ ସଫଳତା । ରାଜ୍ୟରେ ୧୮ ବର୍ଷରୁ ଅଧିକ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଲେଣି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୬୪ ପ୍ରତିଶତ ଲୋକ ଉଭୟ ଡୋଜ ଟିକା ନେଇ ସାରିଲେଣି । ସେପଟେ ଗଣଶିକ୍ଷା ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ୧୫ରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ମାଗିଛି ।

ସେପଟେ ବଢୁଥିବା ଓମିକ୍ରନ ସଂଖ୍ୟାକୁ ଦେଖି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଟିକା ହିଁ ସଂକ୍ରମଣରେ ରୋକ୍ ଲଗାଇପାରିବ । ସଂକ୍ରମଣ ଚେନ୍ ବ୍ରେକ୍ ଦେବାକୁ ହେଲେ ସମସ୍ତେ ଟିକା ନେବାକୁ ସେ ଅନୁରୋଧ କରିଛନ୍ତି ।

ସେ ଆହୁରି କହିଛନ୍ତି, ‘ରାଜ୍ୟରେ ସଂକ୍ରମଣ ବଢୁଛି । ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ତୀକ୍ଷ୍ଣ ନଜର ରଖିଛନ୍ତି ରାଜ୍ୟ ସରକାର । ପଜିଟିଭିଟି ମନିଟରିଂ କରାଯାଉଛି । ପ୍ରୋଟୋକଲ ଅନୁସାରେ ଆକ୍ସନ ନିଆଯାଉଛି । ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଥଣ୍ଡା ଓ କାଶ ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଆନ୍ତୁ । ଯେତିକି କରୋନା ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କ ସ୍ବାବ୍ ଜିନମ ସିକ୍ୟୁନସିଂ ପାଇଁ ପଠାଯିବ । ଏବେ ବିଦେଶ ଫେରନ୍ତାଙ୍କର ଏହା କରାଯାଉଛି।’