ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘର ସାହିରେ ଧୁମଧାମରେ ପାଳିତ ହୋଇଯାଇଛି ଗହ୍ମା ପର୍ବ ବା ବଳଭଦ୍ର ପୂଜା । ରାକ୍ଷୀ ପୂର୍ଣ୍ଣିମା ପରେ ପାଞ୍ଚ ଦିନ ଧରି ପାଳନ ହୁଏ ଏହି ପର୍ବ । ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଆମିଷ, ପିଆଜ ରସୁଣ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ । ପୂଜାର ଦ୍ୱିତୀୟ ଦିନକୁ ବଡ଼ ପୂଜା ନାଁରେ ନାମିତ କରାଯାଇଥାଏ । ସେଥିରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପିଠା ଓ କ୍ଷୀରି ଭୋଗ ରୂପେ ଅର୍ପଣ କରାଯାଇଥାଏ । ଶେଷ ଦିନରେ ପ୍ରଭୁଙ୍କ ପାଖରେ ଶାଗ ଭାତ ଭୋଗ ଲଗାଯାଇଥାଏ । ଏହି ଦିନ ସହସ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପାଟରା ମାନଙ୍କ ଦ୍ୱାରା ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥାଏ।
ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ
ଆରଡି : ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ। ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ହେଉଥିବା ଏ ଭିଡିଓଟି ଭଦ୍ରକ ଜିଲ୍ଲା ଧାମନଗର ସହରରେ ଥିବା ଜରା ନିବାସର। ଏକ ବେସରକାରୀ ଆଶୀର୍ବାଦ ସଂଗଠନର ପରିଚାଳନାରେ ଥିବା ଏହି ଜରା ନିବାସରେ ଅନ୍ତେବାସୀଙ୍କୁ ଭଲ ଖାଇବାକୁ ଦିଆଯାଉନଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯତନା ଦିଆଯାଉଥିବା ଅଭିଯୋଗ। ଧନୁ ମଳିକ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରିକି ପରିସର ଵାହାରେ ଅଭିଯୋଗ କଲେ କିମ୍ବା ଖାଦ୍ୟ ସର୍ମ୍ପକରେ କିଛି କହିଲେ ଜରା ନିଵାସରୁ ତଡ଼ି ଦିଆଯିବ ବୋଲି ଧମକ ଦିଆଯାଉଛି। ପୂର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ଆସିଛି। ଏଥିଲାଗି ଜିଲ୍ଲାପାଳ ତଦନ୍ତ କରିବା ଆବଶ୍ଯକ ବୋଲି ଦାବି ଉଠୁଛି। ଏନେଇ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ବୃଦ୍ଧାଶ୍ରମ ଭିତରକୁ ଯାଉଥିବା ସମୟରେ ସାମ୍ବାଦିକଙ୍କୁ ବାରଣ କରିଥିଲେ ସୁରକ୍ଷାକର୍ମୀ। ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଭରପୂର ପ୍ରୟାସ କରିଥିଲେ। ଧାମନଗର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ ସଂପର୍କିତ ଭିଡିଓ ଭାଇରାଲ ବିଭିନ୍ନ ସୋସିଆଲ ମିଡ଼ିଆ ହେଉଥିବା ଦେଖିବାକୁ ମିଳିଛି।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ବର : ଦେଶ ପାଳୁଛି ୭୯ ତମ ସ୍ବାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶାତ୍ମବୋଧର ମାହୋଲ ଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଉଡିଛି ତ୍ରିରଙ୍ଗା । ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଆଜି ପତାକା ଉତ୍ତୋଳନ କରିଛନ୍ତି I ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ ,ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଶତାଧିକା ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ବୋଲି ନେତାମାନେ ମତ ରଖିଥିଲେ ।
ଆଜି ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ
ନୁଆଦିଲ୍ଲୀ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ଦିବସ ପାଳନ ଦେଖିବା ପାଇଁ ପ୍ରାୟ 20 ରୁ 25 ହଜାର ଅତିଥି ଲାଲକିଲ୍ଲାରେ ପହଞ୍ଚନ୍ତି, ଯେଉଁଥିରେ ଭିଆଇପି ଅତିଥି ଏବଂ ସାଧାରଣ ଜନତା ମଧ୍ୟ ସାମିଲ ଅଛନ୍ତି । ତେବେ ଲାଲକିଲ୍ଲା ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀର ପ୍ରତ୍ୟେକ କୋଣରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ପୋଲିସ ଦ୍ୱାରା ଯାଞ୍ଚ ମଧ୍ୟ କରାଯାଉଛି। ଲାଲକିଲ୍ଲାରେ ପ୍ରବେଶ ପଥ ପୋଲିସ ଦ୍ୱାରା ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀ ସମେତ ୨୦ ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି।ଲାଲକିଲ୍ଲା ଏବଂ ଏହାର ଆଖପାଖରେ ଥିବା ସମସ୍ତ ଭିଭିଆଇପି ରୁଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରଥମ ଥର ପାଇଁ, ପାର୍କିଂରେ ଅଣ୍ଡର ଯାନ ସ୍କାନିଂ ସିଷ୍ଟମ ବ୍ୟବହାର କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅନ୍ୟପଟେ ଭୁବନେଶ୍ବର ଗାନ୍ଧିମାର୍ଗରେ ଅନୁଷ୍ଠିତ ହେବ ପରେଡ ଉତ୍ସବ । ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେଡ ୪୯ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ଏହାସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା ଲାଗି ଆନ୍ଧ୍ରପ୍ରଦେଶ ପୋଲିସର ଗୋଟିଏ ପ୍ଲାଟୁନ ପରେଡରେ ସାମିଲ ହେବେ । ଚଳିତ ବର୍ଷ ୨୦୨୨ ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କାମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ସୁରକ୍ଷା ଦୃଷ୍ଟିକୋଣରୁ ସ୍ବତନ୍ତ୍ର ରଣନୀତି କରି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

