spot_img
Home Blog Page 4790

BCCI –ବିରାଟ ଷ୍ଟାର ୱାର, କିଏ କହୁଛି ସତ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଅଧିନାୟକତ୍ୱକୁ ନେଇ ଆରମ୍ଭ ହୋଇଥିବା ଷ୍ଟାର ୱାର ଜୋରଦାର ହେବାରେ ଲାଗିଛି । ବିରାଟଙ୍କଠାରୁ ଦିନିକିଆ ଟିମର ଅଧିନାୟକ ପଦରୁ ବିଦା କରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ବିରାଟ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟା ଯାଉଛି ବୋଲି ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ଟିମ୍ ଘୋଷଣାର ମାତ୍ର ୯୦ ମିନିଟ୍ ପୂର୍ବରୁ କୁହାଯାଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ଟି-ଟ୍ୱେଣ୍ଟି ଅଧିନାୟକ ପଦ ନଛାଡିବାକୁ ତାଙ୍କୁ ବିସିସିଆଇ କହିନଥିଲା ।

ବିରାଟଙ୍କ ଏହି ବିସ୍ଫୋରକ ପ୍ରେସମିଟ୍ ପରେ ବିସିସିଆଇ ତାଙ୍କ ଉପରେ ପାଲଟା ଆକ୍ରମଣ କରିଛି । ବିରାଟଙ୍କ ଉପରେ ବିରାଟ ଆକ୍ରମଣ କରି ବିସିସିଆଇ କହିଛି ଯେ, ସେପ୍ଟେମ୍ବର ମାସରେ ହିଁ ବିରାଟଙ୍କୁ କୁହାଯାଇଥିଲା ଯେ, ହ୍ୱାଇଟ୍ ବଲ କ୍ରିକେଟରେ ଟିମର ଦୁଇ ଜଣ କ୍ୟାପ୍ଟେନ ରହି ପାରିବେ ନାହିଁ । ଏହାସତ୍ୱେ ବିରାଟ ନିଜେ ଟି-ଟ୍ୱେଣ୍ଟି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।
ନିଜ ନାମ ଗୋପନ ରଖି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବିରାଟଙ୍କ ସହିତ ଅଧିନାୟକ ପଦବୀକୁ ନେଇ ସେପ୍ଟେମ୍ବର ମାସରେ ହିଁ କଥାବାର୍ତ୍ତା ସରିଥିଲା । ସେତେବେଳେ ତାଙ୍କୁ ଟି-୨୦ କ୍ୟାପ୍ଟେନ୍ସି ଛାଡିବାକୁ ଅଟକାଇବା ପାଇଁ ଉଦ୍ୟମ ହୋଇଥିଲା । ଯେତେବେଳେ ସେ ମାନି ନଥିଲେ ସେତେବେଳେ ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ହ୍ୱାଇଟ୍ ବଲ କ୍ରିକେଟରେ ଗୋଟିଏ ଟିମ ପାଇଁ ଦୁଇ ଜଣ ଅଧିନାୟକ ରହି ପାରିବେ ନାହିଁ । ତାଙ୍କୁ କୁହାଯାଇଥିଲା ଯେ, ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ଜଣେ ହିଁ କ୍ୟାପ୍ଟେନ ରହିବେ ।

ବିସିସିଆଇ ଓ ବିରାଟଙ୍କ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଆଗକୁ କେଉଁ ମୋଡ ନେବ ତାହା ଦେଖିବାକୁ ରହିଲା । କାରଣ ବିରାଟ କହୁଛନ୍ତି ସେ ବୋର୍ଡ୍ ସହିତ କଥା ହୋଇ ଟି-ଟ୍ୱେଣ୍ଟି କ୍ୟାପ୍ଟେନ୍ ପଦ ଛାଡିଥିଲେ । ଅନ୍ୟପକ୍ଷରେ ବୋର୍ଡ୍ କହୁଛି ଆମେ ବିରାଟଙ୍କୁ ରଖିବାକୁ ଚାହୁଁଥିଲୁ ।

ଏସିଆନ ଚମ୍ପିଆନ୍ସ ଟ୍ରଫି: ବାଂଲାଦେଶକୁ ୯-୦ରେ ହରାଇଲା ଟିମ୍ ଇଣ୍ଡିଆ

ଢ଼ାକା: ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ଆୟୋଜକ ବାଂଲାଦେଶକୁ ୯-୦ରେ ପରାସ୍ତ କରି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏସିଆନ ଚମ୍ପିଆନ୍ସ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ଡିଫେଣ୍ଡିଂ ଚମ୍ପିଆନ କୋରିଆକୁ ଭେଟିଥିଲା । ଏହି ମ୍ୟାଚ ୨-୨ରେ ଡ୍ର’ ହୋଇଥିଲା । ପ୍ରଥମ ମ୍ୟାଚ ଡ୍ର’ ରହିବା ଫଳରେ ଦ୍ୱିତୀୟ ମ୍ୟାଚରେ ବିଜୟ ପାଇଁ ଟର୍ଫକୁ ଓହ୍ଲାଇଥିଲା ବ୍ଲୁ ବ୍ରିଗେଡ । ପ୍ରଥମ ମ୍ୟାଚର ବଦଲା ଦ୍ୱିତୀୟ ମ୍ୟାଚରେ ନେଇଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ୯-୦ରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ଦିଲପ୍ରୀତ ସିଂଙ୍କ ହାଟ୍ରିକ ଗୋଲ ଫଳରେ ଭାରତ ଏହି ବିଜୟ ହାସଲ କରିଛି ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୧୨ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ ଦିଲପ୍ରୀତ ସିଂହ । ଏହା ପରେ ୨୨ତମ ମିନିଟରେ ଦିଲପ୍ରୀତ ସିଂ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୨-୦ରେ ଆଗୁଆ କରିଥିଲେ । ମ୍ୟାଚର ୨୮ ତମ ମିନିଟରେ ଲଳିତ ଉପାଧ୍ୟୟଙ୍କ ଷ୍ଟିକରୁ ଆସିଥିଲା ତୃତୀୟ ଗୋଲ । ସେହିପରି ୪୦ ଓ ୪୨ ତମ ମିନିଟରେ ଜର୍ମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ଯୁଗଳ ଗୋଲ । ୪୪ ତମ ମିନିଟରେ ଦିଲପ୍ରୀତ ସିଂ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୬-୦ ଗୋଲରେ ଆଗୁଆ କରିଥିଲେ । ଏଥି ସହ ଦିଲପ୍ରୀତ ସିଂ ହାଟ୍ରିକ ଗୋଲ ସ୍କୋର ମଧ୍ୟ କରିଥିଲେ । ତୃତୀୟ କ୍ୱାଟର ଶେଷ ସୁଦ୍ଧା ଭାରତ ୬-୦ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାଟରରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା । ୫୪ ତମ ମିନିଟରେ ଆକାଶଦୀପ ସିଂ, ୫୫ ମିନିଟରେ ଅଧିନାୟକ ମନପ୍ରୀତ ସିଂ ଓ ୫୭ତମ ମିନିଟରେ ହରମନପ୍ରୀତ ସିଂଙ୍କ ଷ୍ଟିକରୁ ଆସିଥିଲା ଗୋଲ । ଯାହା ଫଳରେ ଏହି ମ୍ୟାଚକୁ ଭାରତ ୯-୦ରେ ବିଜୟ ଲାଭ କରିଥିଲା ।

ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ଡ୍ର’ ଓ ଗୋଟିଏ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।  ଭାରତ ୧୭ ଡିସେମ୍ବରରେ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟୁଥିବା ବେଳେ ୧୯ ଡିସେମ୍ବରରେ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହେବ ।

ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ଏସଓପି

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ନୂଆ ଏସଓପି ଅନୁଯାୟୀ ବଢ଼ିବ ଜଗା ଦର୍ଶନ ସମୟ ସୀମା । ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ଖୋଲା ରହିବ । କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।

Puri Jagannath Temple Darshan Time Extended

ବନକ ଲାଗି ଓ ପଇତା ଲାଗି ସମୟରେ ଜୟ ବିଜୟ ଓ ବେହରଣ ଦ୍ୱାର ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପ୍ରବେଶ ପାଇଁ ୨ଟି ଡୋଜ୍ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ ।

ଜାନୁଆରୀ ୮ରୁ ଭୁବନେଶ୍ୱର ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ସବଜୁନିୟର, ଜୁନିୟର ଓ ସିନିୟର ଭାରଉତ୍ତୋଳନ ପ୍ରତିଯୋଗିତା । ଆସନ୍ତା ଜାନୁଆରୀ ୮ରୁ ୧୬ ତାରିଖ ଯାଏ ଏହି ପ୍ରତିଯୋଗିତା ଭୁବନେଶ୍ୱରେ ଖେଳାଯିବ । ଏହି ଜାତୀୟ ପ୍ରତିଯୋଗିତା ପାଇଁ ଆଜି ଟିମ୍ ଘୋଷଣା କରିଛି ଓଡ଼ିଶା ।

ଗତ ରାଜ୍ୟ ଭାରଉତ୍ତୋଳନରେ ଯେଉଁମାନେ ସଫଳତା ପାଇଥିଲେ ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଛି । ଆଜି ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ଭାରଉତ୍ତୋଳନ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ଖୁବଶୀଘ୍ର ଗଠନ ହେବ କିନ୍ନର ମଙ୍ଗଳ ବୋର୍ଡ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଲା କିନ୍ନରଙ୍କ ପାଇଁ ଚିଠା ପଲିସି । ବିଭିନ୍ନ ବିଭାଗର ମତାମତ ସଂଗ୍ରହ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ । ଖୁବଶୀଘ୍ର ଗଠନ କରାଯିବ କିନ୍ନର ମଙ୍ଗଳ ବୋର୍ଡ । ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ ।

Odisha To Setup Transgender Welfare Board Soon

ଖୁବଶୀଘ୍ର ଆସିବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । ସରକାରୀ ଭାବେ ଜାରି ହେଲା ଚିଠା ପ୍ରସ୍ତାବ । ରାଜ୍ୟରେ ଗଠିତ ହେବ କିନ୍ନର ମଙ୍ଗଳ ବୋର୍ଡ । ସମାଜରେ ବଦଳିବ କିନ୍ନରଙ୍କ ପ୍ରତି ଦୃଷ୍ଟିଭଙ୍ଗୀ । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୨ ହଜାରରୁ ଅଧିକ କିନ୍ନର ପଞ୍ଜିକୃତ ହୋଇଛନ୍ତି । ତେବେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ । ୨୦୧୪ରେ ସର୍ବୋଚ୍ଚ ନ୍ୟାୟଳୟ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ଆଇନ୍ କରିବା ସହ ସମସ୍ତ ରାଜ୍ୟକୁ ନିଜ ନିଜ ପଲିସି ପ୍ରଣୟନ କରିବାକୁ କହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ କିନ୍ନରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Odisha To Setup Transgender Welfare Board Soon

ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଚିଠା ପଲିସି ଚୂଡ଼ାନ୍ତ ହେବା ପରେ ସମାଜରେ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ବିଭିନ୍ନ ବିଭାଗର ମତାମତ ସଂଗ୍ରହ କରାଯାଉଛି । ସ୍ୱତନ୍ତ୍ର ମଙ୍ଗଳ ବୋର୍ଡ ଗଠନ ସହ ସେମାନଙ୍କର ବିଭିନ୍ନ ଦାବିକୁ ଏଥିରେ ସାମିଲ୍ କରାଯିବ ।

Odisha To Setup Transgender Welfare Board Soon

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କିନ୍ନର ମହସଂଘ । ଏହା ଦ୍ୱାରା କିନ୍ନରଙ୍କ ଲିଙ୍ଗ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା, କର୍ମଜୀବୀ କିନ୍ନରଙ୍କ ପାଇଁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଅନୁମତି ଏବଂ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ୱେଲଫର ବୋର୍ଡ ପାଇଁ ପ୍ରସ୍ତାବ ରହିଛି । ଏଥିରେ କିନ୍ନର ଉପକୃତ ହେବା ସହିତ ସେମାନେ ନିଜ ବୃତ୍ତିରୁ ଓହରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରବର୍ତ୍ତାଇବ ବୋଲି କିନ୍ନର ନେତ୍ରୀ ମତ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କିନ୍ନରଙ୍କୁ ନୂଆ ଅଧିକାର ଦେଲା ଓଡ଼ିଶା

କେବେ ଖୋଲିବ ସ୍କୁଲ୍ ? କେମିତି ପଢ଼ିବେ ପିଲା ?

ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ଘାରିଛି ପ୍ରାଥମିକ ସ୍କୁଲ ପିଲାଙ୍କ ପାଠପଢ଼ା ଚିନ୍ତା । କୋଭିଡ୍ ପାଇଁ ୨ ବର୍ଷ ହେବ ସ୍କୁଲ ଖୋଲି ନଥିବା ବେଳେ କୋଭିଡ୍ ପରେ କେବେ ଖୋଲିବ ସ୍କୁଲ ? କେମିତି ସ୍କୁଲ ଆସିବେ ଛାତ୍ରଛାତ୍ରୀ ? କିଭଳି ରହିବ ଶିକ୍ଷା ବ୍ୟବସ୍ଥା ? ତାକୁ ନେଇ ହୋଇଛି ଆଲୋଚନା । ଆତ୍ମଶକ୍ତି ଟ୍ରଷ୍ଟ ଜରିଆରେ ଜିଲାୱାରୀ ସର୍ଭେ ପରେ ପିଲାଙ୍କ ମାନସିକ ସ୍ଥିତିକୁ ବଢ଼ିଛି ଚିନ୍ତା । ତେଣୁ କୋଭିଡ୍ ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଯୋଜନା କରୁଛି ଆୟୋଗ ।

When The Primary School WIll Open In Odisha

କେବେ ଖୋଲିବ ସ୍କୁଲ ? କେମିତି ପଢିବେ ପିଲାଏ ? ସ୍କୁଲ ନଖୋଲିଲେ କଣ ହେବ ବିକଳ୍ପ ? ବିନା ପାଠପଢ଼ାରେ କିଭଳି ପଡ଼ିବ ମୂଳଦୁଆ ? ଦୀର୍ଘ ୨୨ମାସ ହେଲାଣି । ରାଜ୍ୟରେ ଖୋଲିନି ପ୍ରାଥମିକ ସ୍କୁଲ । ଶିକ୍ଷାରୁ ବି ଦୂରେଇ ଯାଇଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ଉତ୍ତୀର୍ଣ୍ଣ ହୋଇଛନ୍ତି ସତ ହେଲେ ଶିକ୍ଷା ଘର ଶୂନ । ଯାହାକୁ ନେଇ ପିଲାଙ୍କ ମାନସିକ ଚାପ ବଢ଼ିଛି । ରାଜ୍ୟରେ ମାତ୍ର ୨୭ ପ୍ରତିଶତ ପିଲା ଅନଲାଇନ୍ ମାଧ୍ୟମରେ ପାଠ ପଢୁଛନ୍ତି । ଆତ୍ମଶକ୍ତି ଏନଜିଓ ସମସ୍ତ ଜିଲ୍ଲାରେ ଚାଟଶାଳୀ ସର୍ଭେ କରି ପିଲାଙ୍କ ଶୋଚନୀୟ ସ୍ଥିତି ବିଷୟରେ ଜାଣିବାକୁ ପାଇଛନ୍ତି । ଆଗକୁ ଯଦି ବନ୍ଦ ରହେ ତେବେ ପ୍ରାଥମିକ ସ୍କୁଲ ପିଲା ବାଧ୍ୟ ହୋଇ ସ୍କୁଲ ଛାଡ଼ିବେ । ସେପଟେ ବିଇଓ କହିଛନ୍ତି ଘରଘର ବୁଲି ଗ୍ରୁପ୍ କରି ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଉଛନ୍ତି ।

When The Primary School WIll Open In Odisha

ପ୍ରାଥମିକ ଶିକ୍ଷା ହେଉଛି ପିଲାଙ୍କ ମୂଳଦୁଆ । କିନ୍ତୁ ଅନଲାଇନ୍ ମାଧ୍ୟମରେ ସମସ୍ତଙ୍କ ପାଖରେ ସ୍କୁଲ ଶିକ୍ଷା ପହଞ୍ଚି ପାରୁନାହିଁ । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ୍ ଖୋଲିବା ଯଦିଓ ଜରୁରୀ କିନ୍ତୁ ସଂକ୍ରମଣ ଆଶଙ୍କା ଏବେ ବି ରହିଛି । ତେବେ ପିଲାଙ୍କ ପାଖରେ ସ୍କୁଲ ଶିକ୍ଷା କିଭଳି ପହଞ୍ଚିବ ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନିଷ୍କର୍ଷ ବାହାରିବା ପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ । ବିକଳ୍ପ ଶିକ୍ଷା ବ୍ୟବସ୍ଥାକୁ ଫୋକସ୍ ରହି ବୋଲି OSPCR ଅଧ୍ୟକ୍ଷା କହିଛନ୍ତି ।

When The Primary School WIll Open In Odisha

ସ୍କୁଲ ନ ଖୋଲିଲେ ବି ପିଲାଙ୍କୁ କିପରି ଶିକ୍ଷାଦାନ କରାଯିବ ସେନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାର ଡିଇଓ, ବିଇଓ, ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ।

ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଦୁବାଇ: ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତା ବର୍ଷ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ଆସନ୍ତା ବର୍ଷ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ ଆଜି ଆଇସିସି ପକ୍ଷରୁ ସୂଚୀ ଜାରି କରାଯାଇଛି । ମହିଳା ବିଶ୍ୱକପ ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ଖେଳାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୩ ଏପ୍ରିଲରେ ଖେଳାଯିବ ।

ଜାରି ହୋଇଥିବା ସୂଚୀ ଅନୁସାରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ମାର୍ଚ୍ଚ ୬ରେ ବୈ ଓଭାଲରେ ଖେଳାଯିବ । ଚଳିତ ବର୍ଷ ଦୁବାଇରେ ଖେଳାଯାଇଥିବା ପୁରୁଷ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ୨୦୨୨ ମହିଳା ବିଶ୍ୱକପରେ ମୋଟ ୮ଟି ଟିମ୍ ଭାଗ ନେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ । ଏହି ସମସ୍ତ ୩୧ଟି ମ୍ୟାଚ ୬ଟି ସହରରେ ଖେଳାଯିବ । ସମସ୍ତ ଟିମ୍ ସବୁ ଟିମ୍ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଟପ୍-୪ରେ ରହିଥିବା ଟିମ୍ ସେମିଫାଇନାଲରେ ଖେଳିବ ।

ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ପକ୍କା କରିଛନ୍ତି । ପଞ୍ଚମ ଦଳ ଭାବରେ ଆୟୋଜକ ନ୍ୟୁଜିଲାଣ୍ଡକୁ ସୁଯୋଗ ମିଳିଥିବାବେଳେ ବାକି ତିନୋଟି ଦଳ ପାକିସ୍ତାନ, ବାଂଲାଦେଶ ଓ ଓ୍ୱେଷ୍ଟ ଇଣ୍ଡିଜ୍ ବିଶ୍ୱକପ କ୍ୱାଲିଫାୟାର ମ୍ୟାଚ ଖେଳି ସ୍ଥାନ ପକ୍କା କରିଛି ।

ସାବଧାନ ! ବର୍ତ୍ତିବାକୁ ଚାହୁଁଥିଲେ, ଗୁଗୁଲ କ୍ରୋମରେ ଜଲଦି କରିନିଅ ଏହି କାମ…

ନୂଆଦିଲ୍ଲୀ : ଯଦି ଆପଣ ଗୁଗୁଲ କ୍ରୋମ ୟୁଜ କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଗୁଗୁଲ କ୍ରୋମ ୟୁଜର୍ସମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ ତରଫରୁ ଗୁଗୁଲ କ୍ରୋମ ୟୁଜର୍ସଙ୍କୁ ସଜାଗ କରାଯାଇଛି । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଏକ ସରକାରୀ ଏଜେନ୍ସି ହୋଇଥିବା ବେଳେ ଏହା ଆଇଟି ମିନିଷ୍ଟ୍ରି ଅନ୍ତର୍ଭୁକ୍ତ । ଏଥିପାଇଁ ଆପଣ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇପାରନ୍ତି ଆସନ୍ତୁ ଜାଣିବା ସବିଶେଷ ତଥ୍ୟ…

ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମର କହିବାନୁସାରେ ଗୁଗୁଲ କ୍ରୋମ ବ୍ରାଉଜର୍ସରେ ଉପଲବ୍ଧ ଅର୍ବିଟର କୋଡ ଜରିଆରେ ୟୁଜର୍ସଙ୍କ ସମସ୍ତ ଗୋପନୀୟ ତଥ୍ୟ ସାଇବର ଫଣ୍ଡ ହାସିଲ କରପାରନ୍ତି । ଏଜେନ୍ସିର ରିପୋର୍ଟନୁସାରେ ଏହାର ଫାଇଦା ଉଠାଇ ହ୍ୟାକର୍ସ ୟୁଜର୍ସଙ୍କ ସମସ୍ତ କାର୍ଯ୍ୟକଳାପ ଉପର ନଜର ରଖିପାରିବେ । ମାତ୍ର ଗୁଗୁଲ କ୍ରୋମର ନୂଆ ଭର୍ସନରେ ଏହା ସମ୍ଭବ ନୁହେଁ ବୋଲି ଗୁଗୁଲ ତରଫରୁ ସୂଚନା ମିଳିଛି । ଏଥିସହ କ୍ରୋମ ୟୁଜର୍ସମାନଙ୍କୁ ଏହାର ଅପଡେଟ୍ ଭର୍ସନ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛି ଗୁଗୁଲ ।

।ଗତ କିଛି ଦିନ ତଳେ ଗୁଗୁଲ କ୍ରୋମ ୱିନଡୋଜ୍, ମ୍ୟାକ୍ ଏବଂ ଲିନକ୍ସ ଅପଡେଟ୍ କରିଥିବା ବେଳେ ଏହି ଅପଡେଟ ନୂଆ ଭର୍ସନରେ ଉପୁଜିଥିବା ୨୨ ଗୋଟି ସମସ୍ୟାର ସମାଧାନ କରିଥିଲା । ଏଥିମଧ୍ୟରୁ ଅଧିକାଂଶ ସମସ୍ୟା ଏକ୍ସଟରନାଲ ରିସର୍ଚ୍ଚର୍ସ ପ୍ରକାଶ କରିଥିବା ଜଣାପଡ଼ିଛି । ଯଦି ଆପଣ ଗୁଗୁଲ କ୍ରୋମ ୟୁଜ କରୁଛନ୍ତି ତେବେ ଖୁବ୍ ଶୀଘ୍ର ଏହାର ଅପଡେଟ୍ ଭର୍ସନ ଡାଉନଲୋଡ କରନିଅନ୍ତୁ ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ବଡ଼ ସଫଳତା, ସ୍ମାର୍ଟ ଚିକିତ୍ସା ପାଇବେ ସାଢ଼େ ୩ କୋଟି ଲୋକ

ଭୁବନେଶ୍ୱର: ମାଲକାନଗିରିରୁ ଅଗଷ୍ଟ ୨୦ ତାରିଖରେ ଆରମ୍ଭ ହୋଇଥିବା ସେବା ଓ ପ୍ରତିବଦ୍ଧତାର ଏ ଅଭିଯାନ ଆଜି ଯାଜପୁରରେ ଉଦଯାପିତ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ସାମିଲ ହୋଇଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ କାର୍ଯ୍ୟକ୍ରମରେ । ରାଜ୍ୟର ଗରିବ ଲୋକଙ୍କୁ ସବୁଦିନ ପାଇଁ ଚିକିତ୍ସା ଖର୍ଚ୍ଚରୁ ମୁକ୍ତି ମିଳିଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡ଼ାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ  ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ ।

 Jajpur Included In BSKY, Now 3.5 Crore Odia Will Get Free Treatment

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିବ । ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା । ଏହାଦ୍ୱାରା ସେ ନିଜେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ସହିତ ବିଜୁ ବାବୁଙ୍କର ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି,  କେନ୍ଦ୍ରାପଡ଼ା ଥିଲା ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡ଼ାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ । ଆଜି ମଧ୍ୟ କେନ୍ଦ୍ରାପଡ଼ାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡ଼ିତ ହୋଇ ରହିଛି ।

 Jajpur Included In BSKY, Now 3.5 Crore Odia Will Get Free Treatment

କେନ୍ଦ୍ରାପଡ଼ାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବି ଥିଲା । ଜିଲ୍ଲାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆରସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ଦେଶର ଶିଳ୍ପ ମାନଚିତ୍ରରେ ଯୋଡ଼ ହେବ । କେନ୍ଦ୍ରାପଡ଼ାର ଭୂମିହୀନ ଚାଷୀମାନଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଦିଆଯାଇଛି । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ।

ଯାଜପୁରରେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଯାଜପୁରର ମିଶନ ଶକ୍ତିର ମାଆ ମାନଙ୍କ କାମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କର ବ୍ୟବସାୟକୁ ବଢ଼ାଇବା ପାଇଁ ୨୨୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି । ଭଲ ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି ।  ଯାଜପୁର ମ୍ୟୁନିସପାଲଟିର ସବୁ ପରିବାରକୁ ପାଇପ ପାଣିର ସୁବିଧା ଦିଆଯାଇ ପାରିଛି । ବ୍ୟାସନଗର ସହିତ ଆଉ ୮ଟି ବ୍ଲକ୍‌ରେ ପାଇପ ପାଣି ପାଇଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ସେହିପରି ବରି ଓ କୋରେଇ ବ୍ଲକ ପାଇଁ ମଧ୍ୟ ପାଇପ ପାଣିର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ୨୦୨୪ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 Jajpur Included In BSKY, Now 3.5 Crore Odia Will Get Free Treatment

ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହି ଦିନ ଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି । ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା । ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

 Jajpur Included In BSKY, Now 3.5 Crore Odia Will Get Free Treatment
FILE PIC

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଏହି ସ୍ମାର୍ଟକାର୍ଡ ବିଷୟରେ ପଚାରିବାରୁ ସେମାନେ ଏ କାର୍ଡ ପାଇ ବହୁତ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ  ମନ୍ତ୍ରୀ ରଘୁନନ୍ଦନ ଦାସ, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ଏବଂ ଯାଜପୁରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଓଡ଼ିଶା ଆଜି ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ସୁନାମ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଯାଜପୁରର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।

ଝିଅକୁ ମେଡିକାଲ ନେବାକୁ ଘରକୁ ଫେରୁଥିଲେ ବାପା, ଡାକି ନେଲା ଯମ

ଭଦ୍ରକ: ଦଇବ କେତେବେଳେ, କାହା ଉପରେ କେମିତି ଦୁଃଖର ପାହାଡ଼ ଲଦି ଦେବ ଜଣାନାହିଁ । ଏଇ ଯେମିତି କିଡନୀ ଆକ୍ରାନ୍ତ କୁନି ଝିଅକୁ ମେଡିକାଲ ନେବା ପାଇଁ ଘରକୁ ଫେରୁଥିଲେ ଦୁଃଶାସନ ମହାପାତ୍ର । ହେଲେ କିଏ ଜାଣିଥିଲା ସେ ଘରେ ପହଞ୍ଚିବା ଆଗରୁ ଅଧା ବାଟରୁ ଚାଲିଯିବେ । ଧାମରାରୁ ଭଦ୍ରକ ଘରକୁ ଫେରିବା ବାଟରେ ଅଜଣା ଗାଡ଼ି ଧକ୍କାରେ ଦୁଃଶାସନଙ୍କ ସହ ସାଙ୍ଗରେ ଆସୁଥିବା ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣଙ୍କ ମୃତ୍ୟୁରେ ଶୋକାକୂଳ ହୋଇ ପଡ଼ିଛି ଚଣ୍ଡିଗାଁ ।

Father Died On The Way To Daughter Treatment Bhadrak

ବାହୁନି କାନ୍ଦୁଛି ସ୍ତ୍ରୀ । ବୁଢ଼ା ବାପ ଆଖିରେ ଲୁହର ଅବିଶ୍ରାନ୍ତ ଧାର । କିଛି ଜାଣି ପାରୁନି କୁନି ଝିଅ, ସମସ୍ତଙ୍କୁ ବଲବଲ କରି ଚାହୁଁଛି । ଅଧାରେ ଅଟକି ଯାଇଛି ଝିଅର ଚିକିତ୍ସା, ଦୁର୍ଘଟଣାରେ ଚାଲି ଯାଇଛି ବାପାର ଜୀବନ । କାନ୍ଦ ବୋବାଳି ଫାଟି ପଡୁଛି ଘର, ଗାଁ ସବ୍ଧ । ଲୁହ ଭରା ଆଖିରେ ବାପାଙ୍କୁ ଖୋଜୁଛି କୁନି ଝିଅ । ବାପା ଆସିବେ, ଆଉ ତାକୁ ଡାକ୍ତରଖାନା ନେଇ ଭଲ କରିଦେବେ । ହେଲେ କିଏ ଜାଣିଛି ନିୟତିର ଲେଖା କିଛି ଅଲଗା । ଝିଅକୁ ଚିକିତ୍ସା କରିବାକୁ ନେବାକୁ ଆସୁଥିବା ବେଳେ ଆଖି ବୁଜିଛନ୍ତି ଚଣ୍ଡିଗାଁର ଦୁଃଶାସନ ମହାପାତ୍ର । ଧାମରାରୁ ବାଇକରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି ।

Father Died On The Way To Daughter Treatment Bhadrak

ଝିଅର କିଡନୀ ରୋଗ ଚିକିତ୍ସା ପାଇଁ ବୁଧବାର କଟକ ବଡ଼ ମେଡିକାଲ ଯାଇଥାନ୍ତେ ଦୁଃଶାସନ । ମଙ୍ଗଳବାର ରାତିରେ ଦୁଇ ଜଣ ସାଥିଙ୍କ ସହ ଧାମରାରୁ ଚଣ୍ଡିଗାଁ ବାଇକରେ ଫେରୁଥିଲେ । ହେଲେ ସାବରଙ୍ଗ ନିକଟରେ ଅଜଣା ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଦୁଃଶାସନଙ୍କ ସହ ସାଙ୍ଗରେ ଆସୁଥିବା ପ୍ରକାଶ ଦଳେଇ ଓ ଦୈତାରି ବେହେରାଙ୍କ ମୃତ୍ୟୁ ହୋଇଛି । ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ । ଏଭଳି ସ୍ଥିତିରେ ପ୍ରଶାସନ ଗରିବ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।