spot_img
Home Blog Page 4796

ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ଏଣୁ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ । ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ଜନ ପ୍ରତିନିଧି ଓ ସାମାଜିକ କର୍ମୀଙ୍କୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ । ୪ କୋଟି ୬୨ ଲକ୍ଷ ଡୋଜ୍ ଦିଆ ସାରିଲାଣି । ୮୭.୪ ପ୍ରଥମ ଡୋଜ୍ ସରିଛି । ପ୍ରାୟ ୪୦ ଲକ୍ଷ ଲୋକ ନେଇନାହାନ୍ତି ।

ସୂଚନା ଯୋଗ୍ୟ ଯେ, ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ସୁରତରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଜିନମ ସିକ୍ବେନ୍ସିଂ ପରେ ଏହା ସ୍ପଷ୍ଟ ହୋଇଥିଲା । ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ ।

ଗତ ୩ ତାରିଖରେ ପହଞ୍ଚିବା ପରେ ସେ କରୋନା ପରୀକ୍ଷା କରାଇଥିଲା । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରୁ ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

ମଧ୍ୟରାତ୍ରିରେ ବାରଣାସୀ ଷ୍ଟେସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟରାତ୍ରୀରେ ବାରଣାସୀ ରେଳ ଷ୍ଟେସନର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବାରଣାସୀରେ ଭିତ୍ତିଭୂମୀ ବିକାଶ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ରେଳ ଯୋଗାଯୋଗକୁ ଆହୁରି ବିକଶଶିତ କରିବା ଲାଗି ମଧ୍ୟ କାର୍ଯ୍ୟ କରୁଛି କେନ୍ଦ୍ର ସରକାର । ଏଥିସହିତ  ସ୍ୱଚ୍ଛତା, ଆଧୁନିକୀକରଣ ଓ ଯାତ୍ରୀ ଅନୁକୂଳ ବ୍ୟବସ୍ଥା ମଧ୍ୟ ଫୋକସ୍‌ରେ ରହିଛି ।

ସୋମବାର ମଧ୍ୟରାତ୍ରିର ଏହି ଅନୁଧ୍ୟାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ତେବେ ଆଜି ଅପରାହ୍ଣ ୩,୩୦ ମିନିଟରେ ପ୍ରଧାନମନ୍ତ୍ରୀ ସଦ୍‌ଗୁରୁ ସାଦାଫାଲାଦେଓ ବିହାଙ୍ଗମ୍ ଯୋଗ ସଂସ୍ଥାନକୁ ୯୮ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏଥିସହିତ ପ୍ରଧାନମନ୍ତ୍ରୀ  ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କନକ୍ଳେଭ୍ ସେ ଯୋଗଦେବେ । ସେମାନଙ୍କ ସହ ବିହାର ଓ ନାଗାଲାଣ୍ଡ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ ।

ଏଥିସହିତ ପଢ଼ନ୍ତୁ: ‘ବିଜେପି କ’ଣ କେବଳ ହିନ୍ଦୁ, ଅନ୍ୟମାନେ ଆକାଶରୁ ଖସିଆସି କ’ଣ ରାସ୍ତାରେ ପଡ଼ିଛନ୍ତି’

ସୂଚନା ଯୋଗ୍ୟ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିଥିଲେ । ଏୟାରପୋର୍ଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ । ୨୩ ଟି ଛୋଟ ବଡ଼ ଅଟ୍ଟାଳିକା ଏବଂ ୨୭ ଟି ମନ୍ଦିର ବିଶିଷ୍ଟ ଏହି କରିଡରର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କରିଡର ୫୦ ହଜାର ବର୍ଗ ମିଟର ପରିସର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଠାରେ ୪ଟି ବଡ଼ ପ୍ରବେଶ ଦ୍ୱାର ଥିବା ବେଳେ ୨୨ଟି ଶିଳାଲେଖ ନିର୍ମାଣ କରାଯାଇଛି ଯେଉଁଥିରେ କାଶୀଧାମର ମହିମା ଉଲ୍ଲେଖ ରହିଛି ।

ଗୁଜୁରାଟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସୁରତ: ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କିଛିଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ୪୨ ବର୍ଷର ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡ଼ିଛି । ଜିନମ ସିକ୍ବେନ୍ସିଂ ପରେ ଏହା ସ୍ପଷ୍ଟ ହୋଇଥିଲା । ବ୍ୟକ୍ତି ଜଣକ ନିଜ ବ୍ୟବସାୟ ପାଇଁ ଦକ୍ଷିଣ ଆଫ୍ରିକାରେ ରହିଥିଲେ । ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ ।

ଗତ ୩ ତାରିଖରେ ପହଞ୍ଚିବା ପରେ ସେ କରୋନା ପରୀକ୍ଷା କରାଇଥିଲା । ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ଏହାକୁ ମିଶାଇ ଗୁଜୁରାଟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରୁ ଆଉ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।

 

ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଦେଖନ୍ତୁ ଭିଡିଓ

କୋଲକାତା: ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ନିୟୋଜିତ । ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱଡା ସ୍ଥିତ ଚାମରାଇଲର ଲିଲୁଆରେ । ଭୋର ସମୟରେ ହଠାତ୍ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପକ ଭାବେ ମାଡ଼ି ଚାଲିଥିଲା । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିକାଣ୍ଡ ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାର ମୃତାହତ ନେଇ କୌଣସି ସୂଚନା ନାହିଁ ।

ଅତ୍ୟଧିକ ଋଣ ଭାର ଯୋଗୁଁ ବନ୍ଦ ହେଲା ବିବାଦୀୟ ସ୍ପାଇଓ୍ୱେର ପେଗାସସ୍ ୟୁନିଟ୍

ନୂଆଦିଲ୍ଲୀ: ସ୍ପାଇଓ୍ୱେର ପେଗାସସ୍ ୟୁନିଟକୁ ବନ୍ଦ କରିବ ଏନଏସଓ ଗ୍ରୁପ । ଅନେକ ସ୍କାଣ୍ଡାଲ ଭିତରେ କମ୍ପାନୀ ଛନ୍ଦି ହୋଇଥିବା ସହ ଏହାର ଅତ୍ୟଧିକ ଋଣ ଭାର ଯୋଗୁ ପେଗାସସ ୟୁନିଟକୁ ବନ୍ଦ କରିବାକୁ ଯୋଜନା କରିଛି ଏନଏସଓ ଗ୍ରୁପ । ଏପରିକି ସମୁଦାୟ କମ୍ପାନୀକୁ ବି ବିକ୍ରି କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଦୁଇଟି ଆମେରିକୀୟ ନିବେଶକ କମ୍ପାନୀ ସହ କଥାବାର୍ତ୍ତା ହୋଇଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ବିକ୍ରି ହେବା ପରେ ଏଥିରେ ୨୦୦ ନିୟୁତ ଡଲାର ପୁଞ୍ଜି ନିବେଶ କରାଯିବ ଏବଂ କଡ଼ା ସାଇବର ନିରାପତ୍ତା ସେବା ଭିତ୍ତିରେ କମ୍ପାନୀ ପରିଚାଳିତ ହେବ ।

ପେଗାସସ ସ୍ପାଇଓ୍ୱେର ଜରିଆରେ ବିଶ୍ୱର ଶହ ଶହ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋବାଇଲ ହ୍ୟାକ ସ୍କାଣ୍ଡାଲ ପଦାକୁ ଆସିବା ପରେ ଅଡ଼ୁଆରେ ପଡିଥିଲା ଏନଏସଓ ଗ୍ରୁପ । କେବଳ ସରକାରଙ୍କୁ ହିଁ ପେଗାସସ ବିକ୍ରି କରିବାର ନିୟମ ରହିଥିଲେ ବି ଏହା ଜରିଆରେ ରାଜନୈତିକ ନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକ ପ୍ରମୁଖଙ୍କ ଫୋନ ହ୍ୟାକ ହୋଇଥିଲା । ଆତଙ୍କବାଦ ଓ ଅପରାଧ ଦମନ ଲାଗି ଏହି ସଫ୍ଟଓ୍ବେର କେବଳ ସରକାରଙ୍କୁ ହିଁ ବିକ୍ରି କରାଯାଇଛି ବୋଲି ଏନଏସଓ ଦାବି କରିଥିଲେ ବି ଆମେରିକା ବାଣିଜ୍ୟ ବିଭାଗ ଏହାକୁ କଳା ତାଲିକାଭୁକ୍ତ କରିଥିଲା । ବ୍ୟବସାୟରେ ଘାଟା ଯୋଗୁ ଏନଏସଓର ଋଣ ପରିମାଣ ୪୫୦ ନିୟୁତ ଡଲାରକୁ ବୃଦ୍ଧି ପାଇଛି ।

ଡିବିରି ନିଆଁରୁ ଅଗ୍ନିକାଣ୍ଡ: ଯୁବତୀ ଜୀବନ୍ତ ଦଗ୍ଧ

ବଣାଈ: ଡିବିରି ନିଆଁରୁ ଯୁବତୀ ଜୀବନ୍ତ ଦଗ୍ଧ । ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବଣାଇଁରେ । ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନେଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଘଟିଛି ଏପରି ଦୁଃଖଦ ଘଟଣା । ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଡ୍ରେସରେ ଲାଗିଥିଲା ନିଆଁ । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ । ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଯୁବତୀ ଜଣଙ୍କ ଲହୁଣୀପଡାର ଏକ କଲେଜରେ ଯୁକ୍ତ ୩ରେ ପଢୁଥିଲେ । ବଣାଈ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: କରଞ୍ଜିଆରେ ହାତୀ ଉପଦ୍ରବ: ଗାଁରେ ପଶି ଘର ଭାଙ୍ଗିଲେ

 

‘ବିଜେପି କ’ଣ କେବଳ ହିନ୍ଦୁ, ଅନ୍ୟମାନେ ଆକାଶରୁ ଖସିଆସି କ’ଣ ରାସ୍ତାରେ ପଡ଼ିଛନ୍ତି’

ପାଣାଜି: ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରତିଷ୍ଠାତା ମମତା ବାନାର୍ଜୀ । ବିଜେପି ବାଲା ଭାବନ୍ତି ସେମାନେ କେବଳ ହିନ୍ଦୁ, ଅନ୍ୟମାନେ କ’ଣ ଆକାଶରୁ ଖସି ଆସି ରୋଡରେ ପଡ଼ିଛନ୍ତି ।

ଦକ୍ଷିଣ ଗୋଆରେ ଅନୁଷ୍ଠିତ ଦଳୀୟ ସମାବେଶରେ ଯୋଗ ଦେଇ ସେ ଶାସକ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ବାଂଲାଦେଶ ଏବଂ ରାଜସ୍ଥାନରେ ହିଂସା ନେଇ ଫେକ୍ ଭିଡିଓ ସେୟାର କରିବା ସହ ପଶ୍ଚିମବଙ୍ଗ ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିପାରୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଲଭ୍‌ଲି ଇଣ୍ଡିଆ ଉପରେ ଗୁରୁତ୍ୱ ଦେଇଛନ୍ତି ମମତା ବନାର୍ଜୀ । ସେ କହିଛନ୍ତି ତ୍ୟାଗର ମାନେ ହେଉଛି ହିନ୍ଦୁଜିମ୍, ଇମାନ୍ (ବିଶ୍ୱାସ)ର ମାନେ ହେଉଛି ମୁସଲମାନ୍, ପ୍ୟାର୍ (ପ୍ରେମ)ର ମାନେ ହେଉଛି ଇସାଇ ଓ ଶିଖ୍‌ର ମାନେ ହେଉଛି ବଳିଦାନ ଏମାନଙ୍କୁ ନେଇ ଆମ ଲଭ୍‌ଲି ଇଣ୍ଡିଆ ।

ମୁଁ ମଧ୍ୟ ହିନ୍ଦୁ ପରିବାରରେ ଜନ୍ମ ହୋଇଛନ୍ତି ତାଙ୍କ ପରିବାର ଲୋକେ ମୁସଲିମ୍ କିମ୍ୱା ଖ୍ରୀଷ୍ଟିଆନ୍ ଓ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ଘୃଣା କରିବା ଶିଖାଇନାହାନ୍ତି । ସେ ଆହୁରି କହିଛନ୍ତି ଯେ, ଦେଶର କିଛି ରାଜେନୖତିକ ଦଳ ନିଜକୁ ଜମିଦାର ପାର୍ଟି ବୋଲି ମଣନ୍ତି । ସେ ନିଜେ କିଛି କରନ୍ତିନାହିଁ କି ଅନ୍ୟମାନଙ୍କୁ କିଛି କରିବାକୁ ଦିଅନ୍ତିନାହିଁ । କଂଗ୍ରେସ ଯଦି ପ୍ରକୃତରେ ଚାହୁଁଛି ଗୋଆରେ ବିଜେପି କ୍ଷମତା ନଆସୁ ତେବେ ସେମାନେ ଟିଏମ୍‌ସି ସହ ମେଣ୍ଟ କରିବା ଉଚିତ୍ । ଯାହା ଦ୍ୱାରା ଭୋଟ ବିଭାଜନକୁ ରୋକାଯାଇପାରିବ । ଯଦି କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରିବା ନେଇ କାର୍ଯ୍ୟ କରୁଛି ତେବେ  ଆମର କିଛି କହିବାରନାହିଁ । କିନ୍ତୁ ଆମେ ଏମ୍‌ଜିପି ସହ ଏକ ମେଣ୍ଟ ଗଢ଼ିଛୁ ଯାହା ବିଜେପିର ବିକଳ୍ପ । କଂଗ୍ରେସ ଚାହିଁଲେ ଏଥିରେ ଯୋଗଦେଇପାରିବେ ।

ଏଥିସହିତ ପଢ଼ନ୍ତୁ: BSKYରେ ଯୋଡ଼ି ହେବ ନୟାଗଡ଼ ଓ ଜଗତସିଂହପୁର: ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

BSKYରେ ଯୋଡ଼ି ହେବ ନୟାଗଡ଼ ଓ ଜଗତସିଂହପୁର: ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ନୟାଗଡ଼ରେ ଲେଖାହେବ ବିକାଶର ନୂଆ କାହାଣୀ । ଉଇଁବ ସେବା ଆଉ ଉନ୍ନତିର ନୂଆ ସୂର୍ଯ୍ୟ । ଜିଲ୍ଲାବାସୀ ପାଇବେ ସ୍ୱାସ୍ଥ୍ୟ ସେବାର ମାଷ୍ଟର କି । ସକାଳ ୧୧ଟା ୩୦ରେ ଭର୍ଚୁଆଲରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାର ୨ଲକ୍ଷ ୨୩ ହଜାର ୬୦ ପରିବାରର ୭ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହା ସହ ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ବିକାଶର ପେଡି । ଜିଲ୍ଲାରେ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୮୫କୋଟି ୩୫ଲକ୍ଷ ଟଙ୍କାରେ ୧୫୧ଟି ପ୍ରକଳ୍ପର ଉଦଘାଟନ କରିବେ ନବୀନ । ଏହା ସହିତ ୯୦୯ କୋଟି ୧୮ଲକ୍ଷ ଟଙ୍କାରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେବେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଜିଲ୍ଲାର ସମସ୍ତ ବ୍ଲକରେ ଆରମ୍ଭ ହେବ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।

ସେହିଭଳି ବିଏସ୍‌କେଓ୍ୱାଇରେ ଯୋଡ଼ିହେବ ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅପରାହ୍ଣ ୫ଟାରେ ଭର୍ଚୁଆଲରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ବିପ୍ଳବରେ ସାମିଲ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାରେ ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ଜଣ ହିତାଧିକାରୀ ଉପକୃତ ହେବେ । ଏହା ଛାଡ଼ି ଜିଲ୍ଲାର ବିକାଶ ପାଇଁ ଖୋଲିବ ଅନୁଦାନ ପେଡ଼ି । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

କରଞ୍ଜିଆରେ ହାତୀ ଉପଦ୍ରବ: ଗାଁରେ ପଶି ଘର ଭାଙ୍ଗିଲେ

0

କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ବନାଞ୍ଚଳ ଖସାକୁଦର ଗ୍ରାମରେ ଦୁଇଟି ଘର ଭାଙ୍ଗିଛନ୍ତି । ଗତ ଦୁଇ ଦିନ ହେଲା ଠାକୁରମୁଣ୍ଡା ବନାଞ୍ଚଳ ଛାଡି କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ କୁ ଯାଇଥିଲେ କିନ୍ତୁ ଗତକାଲି ବିଳମ୍ବିତ ରାତିରେ ପୁଣି ଠାକୁରମୁଣ୍ଡା ବନାଞ୍ଚଳ ପଶି ଆସିଛନ୍ତି । ତେବେ ଅଠର ଟି ହାତୀ ପୁଣି ପାଟଣା ବନଖଣ୍ଡକୁ ଚାଲି ଯାଇଥିବା ବେଳେ ଆଠଟି ହାତୀ ଠାକୁରମୁଣ୍ଡା ବନାଞ୍ଚଳ ସୀମାବେଡା ଜଙ୍ଗଲରେ ଅଛନ୍ତି ।

ସେହିଭଳି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ୨୬ ଟିକିଆ ହାତୀପଲ। ସୋମବାର ବିଳମ୍ବିତ ରାତିରେ ଏହି ହାତୀପଲ କୁମୁଳାବାହାଳି ଓ ବନବୀର ଗ୍ରାମରେ ପଶି ଘରଦ୍ଵାର ଭାଙ୍ଗି ଦେଇଛନ୍ତି। ଏଥି ସହ ମାଛଗଡ଼,ଦାମାହୁଦା ଡାଳପକା ଅଞ୍ଚଳରେ ଏକର ଏକର ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ବସ୍: ୪ଜଣ ଗୁରୁତର

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ବସ୍: ୪ଜଣ ଗୁରୁତର

ଗଜପତି: ବସ୍ ଦୁର୍ଘଟଣାଗ୍ରସ୍ତ । ବାହାଘର ସାରି ପାରଳାଖେମୁଣ୍ଡିରୁ ପୋଲସରା ରୁମାଗଡ ଫେରୁଥିବା ବେଳେ ବସ ଦୁର୍ଘଟଣା। ବସ୍‌ରେ ମୋଟ ୩୫ ଜଣ ଯାଉଥିବା ବେଳେ। ଦୁର୍ଘଟଣାରେ ୪ ଗୁରୁତର ହୋଇଛନ୍ତି । ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବୋମିକା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଆହତମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାତି ୧ଟା୨୫ରେ ପାରଳାଖେମୁଣ୍ଡିରୁ ବାହାରି ମାତ୍ର ୨୪ କିଲୋମିଟର ଯିବା ପରେ ସେବକପୁର ନିକଟରେ ଦୁର୍ଘଟଣା ଘଟିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ: ୧୫ରୁ ଆହୁରି କମିବ