spot_img
Home Blog Page 4870

ଟ୍ରାକରେ ଜଳିଗଲା ଦୁର୍ଗ-ଉଦ୍ଧମପୁର ଏକ୍ସପ୍ରେସର ଏସି କୋଚ୍

ମୁରୈନା: ଟ୍ରାକରେ ଜଳିଗଲା ଟ୍ରେନ୍ । ମୁରୈନା-ଧୌଳପୁର ନିକଟରେ ବୈଷ୍ଣୌ ଦେବୀରୁ ଆସୁଥିବା ଦୁର୍ଗ-ଉଦ୍ଧମପୁର ଏକ୍ସପ୍ରେସରେ ନିଆଁ ଲାଗିଛି । ଏସି କୋଚରେ ନିଆଁ ଲାଗି ଏ-୧ ଓ ଏ-୨ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଏକ୍ସପ୍ରେସରୁ ଉଭୟ ବଗିକୁ ଅଲଗା କରାଯାଇଥିବା ବେଳେ ଅନ୍ୟ ବଗିରେ ମଧ୍ୟ ଧୂଆଁମୟ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଅଗ୍ନିଶମ ବାହିନୀର ୮ଟି ଟିମ୍ ନିଆଁ ଆୟତ୍ତ ପାଇଁ ଚେଷ୍ଟା କରୁଛନ୍ତି ।

Fire Broke Out In Durga Udhampur Express AC Coach 

ତେବେ ବର୍ତ୍ତମାନ ମୃତାହତ ନେଇ କୌଣସି ଖବର ନାହିଁ । କିଛି ସମୟ ପରେ ଟ୍ରେନଟି ଗ୍ୱାଲିୟର ଅଭିମୁଖେ ଯାତ୍ରା କରିବ । ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ଦିଲ୍ଲୀରୁ ଝାନସୀ ଯାଉଥିବା ତାଜ୍ ଏକ୍ସପ୍ରେସରେ ମଧ୍ୟ ନିଆଁ ଲାଗିଥିଲା । ଏସି କୋଚରେ ନିଆଁ ଲାଗିଥିବା ବେଳେ ବଡ଼ ଅଘଟଣ ଘଟି ନଥିଲା ।

ବଦଳୁଛି କି ଜଙ୍ଗଲ ଆଇନ ? ଫୁଲଫଳ ଖାଇବା ଛାଡ଼ି ମାଂସ ଖାଉଛି ଓରାଙ୍ଗଉଟାନ

ବୋର୍ନିଓ: ମଣିଷ ଭଳି ବଦଳୁଛି କି ବନ୍ୟଜନ୍ତୁଙ୍କ ଖାଦ୍ୟପେୟର ଅଭ୍ୟାସ ? ଶାକାହାରୀ ମଣିଷ ଯେମିତି ଆମିଷ ଖାଉଛି ବନ୍ୟ ପ୍ରାଣୀ ବି ସେମିତି କରୁଛନ୍ତି କି ? ଫଳମୂଳ, ଗଛପତ୍ର ଖାଇବା ଛାଡ଼ି ମାଂସ ଖାଇବା ଆରମ୍ଭ କରିଛନ୍ତି କି ଶାକାହାରୀ ଜୀବ ? ହୁଏତ ନୁହେଁ । ହେଲେ ଆଜି ଆମେ ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ ଯାହାର ଖାଦ୍ୟପେୟ ଜୀବ ବିଜ୍ଞାନୀଙ୍କୁ ମଧ୍ୟ ଜଙ୍ଗଲ ଆଇନକୁ ନେଇ ଆଉ ଥରେ ଭାବିବାକୁ ବାଧ୍ୟ କରିଦେବ ।

ଆଜ୍ଞା ହଁ, ଏକ ଓରାଙ୍ଗଉଟାନର ଖାଇବା ପରିବର୍ତ୍ତନ ଏବେ କେବଳ ଜୀବ ବିଜ୍ଞାନୀ ନୁହଁନ୍ତି, ସମସ୍ତଙ୍କୁ ଚକିତ କରିବାରେ ଲାଗିଛି । ପ୍ରଥମ ଥର ପାଇଁ ଶାକାହାରୀ ଓରାଙ୍ଗଉଟାନକୁ ମାଂସ ଖାଉଥିବା ଦେଖିବାକୁ ମିଳିଛି । ବର୍ନିଲର ମୋଲଙ୍ଗ ନାମକ ଓରାଙ୍ଗଉଟାନ ଏକ ସ୍ଲୋ ଲୋରିସ ମାଙ୍କଡ଼କୁ ମାରି ଖାଇଯାଇଛି । ସ୍ଲୋ ଲୋରିସ ହେଉଛି ମାଙ୍କଡ ପ୍ରଜାତୀର ଏକ ଛୋଟ ଜୀବ ।

ଘଟଣା ୨୦୧୭ ମସିହାର । ହେଲେ ଓରାଙ୍ଗଉଟାନ ମାଂସ ଖାଇବା ପରେ ବିଶ୍ବର ଅନ୍ୟ ଦେଶରେ ଥିବା ଏହି ଜୀବଙ୍କ ଉପରେ ସର୍ଭେ ଆରମ୍ଭ ହୋଇଥିଲା । ଏହାପରେ ଷ୍ଟଡି ପ୍ରାଇମେଟ ନାମକ ଏକ ଜର୍ନଲରେ ଏବେ ଏହାର ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଓରାଙ୍ଗଉଟାନ ଶାକାହାରୀ ଜୀବ । ଏମାନେ ଫଳ, କଅଁଳିଆ ପତ୍ର, ଚେରମୂଳ ଓ କିଛି ମାତ୍ରାରେ କୀଟପତଙ୍ଗ ଖାଇଥାନ୍ତି । ମୁଖ୍ୟତଃ ଓରାଙ୍ଗଉଟାନର ଖାଇବାର ୬୧ ପ୍ରତିଶତ ବିଭିନ୍ନ ପ୍ରକାରର ଫଳ ଥାଏ । ୧୪ ପ୍ରତିଶତ କଅଁଳିଆ ପତ୍ର ଓ ୮ ପ୍ରତିଶତ ଫୁଲ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ୨୦୦୩ରୁ ୨୦୧୭ ବର୍ନିୟନ ଓରାଙ୍ଗଉଟାନ ଉପରେ ଚାଲିଥିବା ଏକ ସର୍ଭେ ସମୟରେ ଏହି ଅଜବ ଘଟଣା ଘଟିଥିଲା । ଯାହା ଓରାଙ୍ଗଉଟାନଙ୍କ ଖାଇବାକୁ ନେଇ ପୂର୍ବରୁ ଥିବା ଧାରଣା ଉପରେ ବିଚାର କରିବାକୁ ଜୀବ ବିଜ୍ଞାନୀଙ୍କୁ ବାଧ୍ୟ କରିଛି ।

ଘଟଣା ଦିନ ଓରାଙ୍ଗଉଟାନ ମୋଲଙ୍ଗ ନିଜ ମାଆ କୋରୀ ଓ ୩ ବର୍ଷର ପିଲା କେଟାମ୍ବେ ସହ ଗଛ ଉପରେ ବସିଥିଲା । ପ୍ରତିଦିନ ପରି ସେଦିନ ବି ପୂରା ପରିବାର ମଜାରେ ଗଛ ପତ୍ର ଖାଉଥିଲେ । ଏହି ସମୟରେ ପାଖ ଗଛରେ ଥିବା ଏକ ସ୍ଲୋ ଲୋରିସ ଉପରେ ମୋଲଙ୍ଗର ନଜର ପଡିଥିଲା ।  ଏହାପରେ ମୋଲଙ୍ଗ ତାକୁ ଗୋଡାଇବା ସହ ଗଛରୁ ତଳକୁ ଖସାଇ ଦେଇଥିଲା । ସ୍ଲୋ ଲୋରିସ ତଳେ ପଡ଼ିବା ମାତ୍ରେ ମୋଲଙ୍ଗ ତାକୁ ଧରି ପୁଣି ନିଜ ପରିବାର ପାଖକୁ ଗଛ ଉପରକୁ ପଳାଇଥିଲା । ଗଛରେ ବସିବା ପରେ ହଠାତ ସେ ସ୍ଲୋ ଲୋରିସର ମୁଣ୍ଡକୁ ଗୋଟିଏ ଝଟକାରେ ଶରୀରରୁ ଭିଡି ଅଲଗା କରି ଦେଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲେ ମାଙ୍କଡଟିର ମୃତ୍ୟୁ ହୋଇଯିବା ପରେ ମୋଲଙ୍ଗ ତାକୁ ତଳକୁ ନଫିଙ୍ଗି ଖାଇବା ଆରମ୍ଭ କରି ଦେଇଥିଲା । ଯାହା ଏହି ଓରାଙ୍ଗଉଟାନ ପରିବାର ଉପରେ ସର୍ଭେ କରୁଥିବା ଜୀବ ବିଜ୍ଞାନଙ୍କ ଗୋଡ ତଳୁ ମାଟି ଖସାଇ ଦେବା ଭଳି ଘଟଣା ଥିଲା ।

ଏହାଠାରୁ ବଡ଼ କଥା ହେଲା ଓରାଙ୍ଗଉଟାନ ପରିବାର ଯାହା ବି ଖାଇଥାନ୍ତି ନିଜ ମଧ୍ୟରେ ଭାଗବଣ୍ଟା କରିଥାନ୍ତି । ହେଲେ ମାଆ କୋରୀ ଯେତେବେଳେ ମୋଲଙ୍ଗକୁ ମାଂସ ମାଗିଥିଲା ସେ ଦେବାକୁ ମନା କରିଦେଇଥିଲା ।

Orangutan in Kalimantan, Indonesia.

ବୈଜ୍ଞାନିକମାନେ ତାଙ୍କ ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ‘ବର୍ନିୟନ ଓରାଙ୍ଗଉଟାନର ଏମିତି ଆକ୍ରମଣ ଓ ଖାଇବା ପିଇବାକୁ ନେଇ ଜୀବ ବିଜ୍ଞାନୀ ଆଚମ୍ବିତ ଅଛନ୍ତି । ଏଣୁ ଏତେ ଶୀଘ୍ର ଓରାଙ୍ଗଉଟାନର ଏମିତି ବ୍ୟବହାରକୁ ନେଇ କିଛି କହିବା ଠିକ୍ ହେବ ନାହିଁ । ଭବିଷ୍ୟତରେ ଯଦି ଏମିତି କିଛି ଘଟଣା ପୁଣି ଦେଖିବାକୁ ମିଳିବ ତେବେ ଏହା ଉପରେ କିଛି ବିଚାର କରାଯାଇପାରେ ।’

କୋରିଆ ଠୁ 5-1ରେ ପରାଜିତ ଆମେରିକା, ସ୍ପେନକୁ 3-2 ରେ ହରେଇଲା ନେଦରଲାଣ୍ଡ 

ଭୁବନେଶ୍ୱର: ଜୁନିୟର ବିଶ୍ୱକପର ତୃତୀୟ ଦିନର ଦ୍ୱିତୀୟ ମ୍ୟାଚ ଶେଷ ହୋଇଛି  ।  ଆମେରିକାକୁ 5-1 ରେ ହରାଇ ବିଜୟୀର ଟୀକା ପିନ୍ଧିଛି କୋରିଆ  । କୋରିଆ ଦଳ ତରଫରୁ 4 ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଲି ସେଓଙ୍ଗ ପରେ ପରେ 12 ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗଙ୍କ ପେନାଲଡ଼ିକ କର୍ଣ୍ଣରର ଦ୍ୱିତୀୟ ଗୋଲ କୋରିଆ ଖାତାକୁ ଯାଇଥିଲା  । ସେହିଭଳି 27 ମିନିଟରେ ଚଥୁର୍ଥ ଓ 36 ମିନିଟରେ ପଞ୍ଚମ ପେନାଲଡ଼ିକ କର୍ଣ୍ଣାରକୁ ଗୋଲରେ ପରିଣତ କରିବରେ ସଫଳ ହୋଇଥିଲା କୋରିଆ  । 39 ମିନିଟରେ କିମ ଟାଇହୋ ଷ୍ଟିକ ରୁ କୋରିଆ ଦଳକୁ ମିଳିଥିଲା ପଞ୍ଚମ ଗୋଲ  । ଆମେରିକା ତରଫରୁ 37 ମିନିଟରେ କାଟିଜ଼ ୱ୍ୟାଟ୍ୱ ଗୋଟିଏ ହିଁ ଫିଲଡ ଗୋଲ ଦେଇ ଦଳ ପାଇଁ ଖାତା ଖୋଲି ଥିଲେ  ।

ସେପଟେ ତୃତୀୟ ଦିନରେ ତୃତୀୟ ମ୍ୟାଚକୁ ହାତେଇଲା ନେଦରଲାଣ୍ଡ । ୩-୨ ଗୋଲରେ ପରାସ୍ତ କଲା ସ୍ପେନ କୁ। ପ୍ରଥମ ହାଫ୍ ରେ ନେଦରଲାଣ୍ଡ ୨-୦ ଗୋଲରେ ଲିଡ୍ କରୁଥିଲେ ସୁଦ୍ଧା ତୃତୀୟ କ୍ୱାଟର ରେ କମ୍ ବେକ କରିଥିଲା ସ୍ପେନ। ତୃତୀୟ କ୍ୱାଟରରେ ସ୍ପେନ ୨ ଟି ଗୋଲ୍ ସ୍କୋର କରି ନେଦରଲାଣ୍ଡ ସହିତ ବରାବର କରିଥିଲା। କିନ୍ତୁ ଶେଷ ୩ ମିନିଟରେ ନେଦରଲାଣ୍ଡ ପେନାଲଟି କର୍ଣର ଯୋଗେ ଆଉ ଏକ ଗୋଲ୍ ଦେଇ ମ୍ୟାଚରେ ଜୀତ୍ ହାସଲ କରିଛି।

ଅନ୍ୟପଟେ ସ୍ପେନକୁ 3-2 ରେ ହରେଇଛି ନେଦରଲାଣ୍ଡ  । ପୂର୍ବରୁ ଦୁଇ ବିଜୟୀ ଦଳ ମଧ୍ୟରେ ଜୋରଦାର ହୋଇଥିଲା ଲଢେଇ  । ନେଦରଲାଣ୍ଡ ଦଳ ତରଫରୁ ପ୍ରଥମ 9 ମିନିଟରେ ଗୋଲ ଦେଇଥିଲେ ସ୍କୁଟେନ ଶେଲଡନ  । ଏହାପରେ 27 ମିନିଟରେ ଫିଲ ଗୋଲ ଦେଇଥିଲେ ଜନସେନ ଗୁସ  । ଶେଷ 59 ମିନିଟରେ ବୁକକେନ୍ସ ମିଲେସଙ୍କ ଗୋଲ ନେଦରଲାଣ୍ଡକୁ ବିଜୟର ନିକଟତର କରାଇଥିଲା  । ସ୍ପେନ ତରଫରୁ 38 ମିନିଟରେ ପ୍ରଥମ ଫିଲ ଗୋଲ ଦେଇଥିଲେ ଲାକାଲ୍ଲୀ ବୋର୍ଜା ଏବଂ ଦ୍ୱିତୀୟ ପେନାଲଡିକ କର୍ଣ୍ଣରକୁ 45 ମିନିଟରେ ଗୋଲରେ ପରିଣତ କରିଥିଲେ କୁନୀଲ୍ଲ ପାଉ  । ପରବର୍ତୀ ମ୍ୟାଚରେ  ଅଲଜଏଣ୍ଟିନାକୁ ଭେଟିବ ଜର୍ମାନୀ  ।

ଦେଶର ଗଳିରେ ବୁଲୁଛନ୍ତି କେତେ କୁକୁର ଓ ବିଲେଇ ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଦେଶର ଗଳିରେ କେତେ କୁକୁର ଓ ବିଲେଇ ଅଛନ୍ତି ? ଗୁରୁବାର ପ୍ରକାଶ ପାଇଛି ପ୍ରଥମ ଷ୍ଟେଟ ଅଫ୍ ପେଟ୍ ହୋମଲେସନେସ ଇଣ୍ଡେକ୍ସ ରିପୋର୍ଟ । ଅନୁମାନ ଅନୁସାରେ, ଭାରତରେ ୮ କୋଟି ବୁଲା କୁକୁର ଓ ବିଲେଇ ସଡ଼କରେ ରହୁଛନ୍ତି । ପେଟ ହୋମଲେସନେସ ଇଣ୍ଡେକ୍ସରେ ଭାରତକୁ ୧୦ ଅଙ୍କ ସ୍କୋରରୁ ୨.୪ ଅଙ୍କ ମିଳିଛି ।

 State Of Pet Homelessness Index Report 8 Crore Homeless And Uncared Cats And Dogs On Streets Of India

ଭାରତକୁ ମିଳିଥିବା କମ ରେଟିଂ ଦର୍ଶାଉଛି ଯେ ଦେଶରେ କିଭଳି ବୁଲା କୁକୁର ଓ ବିଲେଇଙ୍କ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଭାରତକୁ ଏତେ କମ ରେଟିଂ ମିଳିବାର କାରଣ ଅପେକ୍ଷାକୃତ କମ ପଶୁଙ୍କୁ ଟିକାକରଣ, ଜଳାତଙ୍କ ସହ କୈନାଇ ରୋଗ ଅଧିକ ହେବା, ପଶୁ ପାଳିବା ପାଇଁ ଅତ୍ୟଧିକ ଖର୍ଚ୍ଚ ଓ ପଶୁ କଲ୍ୟାଣ ପାଇଁ ମଜଭୁତ ଆଇନ୍ ନାହିଁ ।

ସର୍ଭେ ଅନୁସାରେ, ୫୦ ପ୍ରତିଶତ ଲୋକ ପାଳିତ ପଶୁଙ୍କୁ ରାସ୍ତାରେ ଛାଡ଼ି ଦେଇଛନ୍ତି । ପ୍ରାୟ ୮ କୋଟି ବିଲେଇ ଓ କୁକୁର ରାସ୍ତାରେ ରହୁଛନ୍ତି । ଏପରିକି ପଶୁଙ୍କୁ ପାଳୁଥିବା ୫୦ ପ୍ରତିଶତ ଲୋକ ଅତି କମରେ ଗୋଟିଏ ପାଳିତ ପଶୁଙ୍କୁ ରାସ୍ତାରେ ଛାଡ଼ି ଦେଇଥିବା ସ୍ୱୀକାର କରିଛନ୍ତି । ୩୪ ପ୍ରତିଶତ ଲୋକ କୁକୁର ଓ ୩୨ ପ୍ରତିଶତ ଲୋକ ବିଲେଇକୁ ରାସ୍ତାରେ ଛାଡ଼ି ଦେଇଛନ୍ତି ।

 State Of Pet Homelessness Index Report 8 Crore Homeless And Uncared Cats And Dogs On Streets Of India

ଇପିଏଚ୍ ଇଣ୍ଡେକ୍ସ ତଥ୍ୟ ଅନୁସାରେ, ଦେଶରେ ୮୨ ପ୍ରତିଶତ କୁକୁରଙ୍କୁ ବୁଲା କୁକୁର ଭାବେ ଗଣାଯାଏ । ଆଉ ୫୩ ପ୍ରତିଶତ ଲୋକ ମାନନ୍ତି ବୁଲା କୁକୁର ଲୋକଙ୍କ ପାଇଁ ବିପଦ । ୬୫ ପ୍ରତିଶତ ଲୋକ କୁକୁର କାମୁଡ଼ାକୁ ଭୟ କରୁଥିବା ବେଳେ ୮୨ ପ୍ରତିଶତ ଲୋକ ବୁଲା କୁକୁରଙ୍କୁ ସଡ଼କରୁ ନେଇ ସେଲ୍ଟରରେ ରଖିବା ପାଇଁ ମତ ଦେଇଛନ୍ତି ।

ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଲାଙ୍ଗିର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ନାମଲେଖା ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ବଡ଼ପଡ଼ା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ । ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ୯୯.୩୫ ପ୍ରତିଶତ ମାର୍କ ରଖି ଏନଆଇଟି ୱାରାଙ୍ଗଲରେ ପଢ଼ିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।

କିନ୍ତୁ ଏଥିରେ ଅର୍ଥ ସାଜିଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ନାମଲେଖା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିଲା । କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ନାମଲେଖା ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ୱାରା ତାଙ୍କର ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

କୋହଲିଙ୍କୁ ଡ୍ୟାନ୍ସ ଶିଖାଇଲେ ଚହଲଙ୍କ ପତ୍ନୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବେଶ୍ ଆକ୍ଟିଭ ରୁହନ୍ତି ଭାରତୀୟ ଦଳର ଲେଗ୍ ସ୍ପିନର ୟୁଜିବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ଖାସ କରି ଯଦି ଧନଶ୍ରୀଙ୍କ କଥା କହିବା ସେ ତାଙ୍କ ଫଟୋ ଓ ଭିଡିଓ ତାଙ୍କ ଫ୍ୟାନମାନଙ୍କ ପାଇଁ ସେୟାର କରିଥାନ୍ତି । ଏଥିସହ ଧନଶ୍ରୀ ତାଙ୍କ ଡ୍ୟାନ୍ସ ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତି ।  ଯାହାକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି ତାଙ୍କ ଫ୍ୟାନ । ତେବେ ବର୍ତ୍ତମାନ ଧନଶ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆର ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ସେ ବିରାଟ କୋହଲିଙ୍କୁ ଡ୍ୟାନ୍ସ ଶିଖାଉଥିବାର ନଜର ଆସୁଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ଭିଡିଓକୁ “ବିହାଇଣ୍ଡ ଦ ସିନ୍” ଭିଡିଓକୁ ସେୟାର କରିଛି । ଏହି ଭିଡିଓରେ ଚହଲଙ୍କ ପତ୍ନୀ ଧନଶ୍ରୀ ବିରାଟ କୋହଲିଙ୍କୁ ହୁକ୍ ଷ୍ଟେପ୍ ଶିଖାଉଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ୟୁଜବେନ୍ଦ୍ର ଚହଲ, ଏବି ଡିଭିଲୟର୍ସ, ଦେବିଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସଓ୍ବେଲ, ମହମ୍ମଦ ସିରାଜଙ୍କ ସହ ଆରସିବିର ଅନ୍ୟ ଖେଳାଳି ଏହି ଭିଡିଓରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ବିହାର ପଞ୍ଚାୟତ ନିର୍ବାଚନରେ “ଖାନ ସାର୍”ଙ୍କ ନିଆରା ପ୍ରଚାର

ପାଟନା: ୟୁଟ୍ୟୁବରେ ବେଶ୍ ପରିଚିତ ଖାନ ସାର୍ । ପାଠ ପଢ଼ାଇବା ଶୈଳୀ ପାଇଁ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ପାଟନାର “ଖାନ ସାର୍” । କେତେବେଳେ ପାଠ ପଢ଼ାଇବା ଶୈଳୀକୁ ନେଇ ତ କେତବେଳେ ତାଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ଖାନ ସାର୍ ।  ତେବେ ଏବେ ନିଜ ପାଠ ପଢ଼ାଇବା ଶୈଳୀ କିମ୍ବା ନିଜ ନାମ ପାଇଁ ଚର୍ଚ୍ଚାକୁ ଆସିନାହାନ୍ତି ଖାନ ସାର୍ । ରାଜନୈତିକ ମଇଦାନରେ ପ୍ରଚାର କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଖାନ ସାର୍ । ବିହାର ହେଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖାନ ସାର୍ । ୟୁଟ୍ୟୁବର ଖାନ ସାର୍ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାଇଁ ଛିଡା ହୋଇଥିବା ତାଙ୍କ ୟୁଟ୍ୟୁବର ସାଙ୍ଗଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି । ସରପଞ୍ଚ ପାଇଁ ଛିଡା ହୋଇଥିବା ପ୍ରାର୍ଥୀଙ୍କ ସହ ଖାନ ସାର ରୋଡ ସୋ କରୁଥିବାର ନଜର ଆସିଥିଲେ । ଏହି ରୋଡ ସୋ’ରେ ଖାନ ସାର ଖୁସି ମଜ୍ଜାକରେ ଭୋଟ ପାଇଁ ଲୋକମାନଙ୍କୁ ଅପିଲ କରିଥିଲେ ।

ନିର୍ବାଚନ ପ୍ରଚାର ସମୟରେ ଖାନ ସାର କହିଥିଲେ କି ୧୦୦୦ ନୁହେଁ ୫ ହଜାର ଟଙ୍କା ନିଅନ୍ତୁ କିନ୍ତୁ ଭୋଟ୍ ଦିଅନ୍ତୁ ନାହିଁ । ବଜାରରେ ଛେଳି ୫ ହଜାରରେ ବିକ୍ରି ହେଉଛନ୍ତି କିନ୍ତୁ ଏଠି ନିର୍ବାଚନ ସମୟରେ ଲୋକମାନେ କିପରି ୧ ହଜାରରେ ବିକ୍ରି ହୋଇ ଯାଉଛନ୍ତି । ଆପଣମାନେ ସ୍ବାସ୍ଥ୍ୟ, ଶିକ୍ଷା ପାଇଁ ସଂଗ୍ରାମ କରନ୍ତୁ । ଆମେ ଏଠାକୁ ସବୁବେଳେ ଆସିବୁ । ଯଦି କାହାକୁ ଶିକ୍ଷା ଦରକାର ତେବେ ଆପଣ ପାଟନା ଆସି ଆମକୁ ଦେଖା କରନ୍ତୁ ବୋଲି କହିଥିଲେ ଖାନ ସାର୍ ।

ଯେଉଁ ପ୍ରାର୍ଥୀଙ୍କ ପାଇଁ ଖାନ ସାର ପ୍ରଚାର କରୁଛନ୍ତି ସେ ହେଉଛନ୍ତି ବିପିନ କୁମାର । ବିପିନ କୁମାର ହେଉଛନ୍ତି ଖାନ ସାରଙ୍କ ୟୁଟ୍ୟୁବର ସାଙ୍ଗ । ସେ ମଧ୍ୟ ୟୁଟ୍ୟୁବରେ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି । ସେ Maths Masti ନାମରେ ଏକ ୟୁଟ୍ୟୁବ ଚ୍ୟାନେଲରେ ପିଲାମାନଙ୍କୁ ପଢ଼ାଉଛନ୍ତି । ବିପିନ କୁମାର କହିଛନ୍ତି କି ଯେଉଁ ପ୍ରକାରରେ ସମାଜରେ ଭ୍ରଷ୍ଟାଚାର ହେଉଛି, ଏହାର ସମାଧାନ ପାଇଁ ମୁଁ ପଞ୍ଚାୟତ ନିର୍ବାଚନ ମଇଦାନରେ ପ୍ରାର୍ଥୀ ହୋଇଛି । ମୁଁ ୟୁଟ୍ୟୁବରେ ପଢ଼ାଇବା ସହ ସମାଜ ସେବା କରିବାକୁ ଚାହେଁ । କୌଣସି ଗୋଟିଏ କାମକୁ ଛାଡି ପାରିବି ନାହିଁ ବୋଲି କହିଛନ୍ତି ବିପିନ କୁମାର ।

 

ଚାଷୀ ଆନ୍ଦୋଳନକୁ ବର୍ଷେ, ବିନା ଆଲୋଚନାରେ ଓହରିବୁ ନାହିଁ: ଟିକାୟତ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ବର୍ଷେ ପୂରିଛି । ଶୀତ, ଖରା, ବର୍ଷା ଖାଇ ଚାଷୀ ବର୍ଷେ ହେଲା ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି, ହକ୍ ପାଇଁ ଲଢ଼ୁଛନ୍ତି । କୃଷି ଆଇନ୍ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆଜି ବର୍ଷେ ପୂରଣ କରିଛି । ଗାଜିପୁର, ସିଂଘୁ ଓ ଟିକରି ସୀମାରେ ଚାଷୀ ପୁଣି ବିପୁଳି ମାତ୍ରାରେ ଏକାଠି ହୋଇଛନ୍ତି । ଅନ୍ୟପଟେ କୃଷି ଆଇନ୍ ବିରୋଧରେ ଆନ୍ଦୋଳନକୁ ବର୍ଷେ ପୂର୍ତ୍ତିରେ କୃଷକ ମହାପଞ୍ଚାୟତ ବସିଛି ହରିୟାଣାର ବହାଦୂରଗଡ଼ ।

Farmers Hold Kisan Mahapanchayat On First Anniversary Of Protests Against Farm Laws

ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନାହାଁନ୍ତି । ଆମେ ସରକାରଙ୍କ ସହ ଆଲୋଚନା ନ କରି ଆନ୍ଦୋଳନକୁ ଶେଷ କରିବାର ଯୋଜନା ନାହିଁ । କେନ୍ଦ୍ର ସରକାର କଥାବାର୍ତ୍ତା କଲେ ସମାଧାନ ବାହାରିବ । ସରକାର ଆଲୋଚନା ଚାହୁଁ ନାହାଁନ୍ତି, ବିନା ଆଲୋଚନାରେ କେମିତି ସମାଧାନର ବାଟ ବାହାରିବ ?

Farmers Hold Kisan Mahapanchayat On First Anniversary Of Protests Against Farm Laws

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ନେଇ ଯେ ପର୍ଯ୍ୟନ୍ତ ଆଇନ୍ ନ ଆସିଛି ସେ ଯାଏଁ ଆମେ ହଟିବୁନି ବୋଲି କହିଛନ୍ତି ରାକେଶ ଟିକାୟତ । ଏଥିସହ ଚାଷୀ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପୋଲିସ ପୁଣି ଥରେ ସୀମାରେ ବ୍ୟାରିକେଡ୍ ଲଗାଇଥିବାରୁ ପ୍ରଶ୍ନ କରିଛନ୍ତି ଟିକାୟତ । ନଭେମ୍ବର ୨୯ରେ ଟ୍ରାକ୍ଟର ରାଲି ହେବ ବୋଲି ସେ କହିଛନ୍ତି ।

ଷ୍ଟେସନରେ ରିଜ୍ୟୁମ୍ ଝୁଲାଇ ୩ ଘଣ୍ଟାରେ ଚାକିରି ପାଇଲେ ଯୁବକ

ନୂଆଦିଲ୍ଲୀ: ଲଗାତାର ସାକ୍ଷାତକାର ଦେବା ପରେ ଚାକିରି ମିଳିଲାନି । ଆଉ ଚାକିରି ଖୋଜିବା ପାଇଁ ନୂଆ ଉପାୟ ବାହାର କଲେ ଯୁବକ । ରେଲୱେ ଷ୍ଟେସନରେ ପପ୍-ଅପ ଷ୍ଟାଣ୍ଡରେ ରିଜ୍ୟୁମ୍ ଲଗାଇବାର କିଛି ଘଣ୍ଟା ମଧ୍ୟରେ ଯୁବକଙ୍କୁ ଚାକିରି ମିଳି ଯାଇଛି । ରିପୋର୍ଟ ଅନୁସାରେ, ଲଣ୍ଡନର ୨୪ ବର୍ଷୀୟ ହାଇଦର ମଲିକଙ୍କୁ ଚାକିରି ମିଳୁ ନଥିଲା ।

ମିଡିଲସେକ୍ସ ବିଶ୍ୱବିଦ୍ଯାଳୟରୁ ବ୍ୟାଙ୍କିଂ ଓ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ହାଇଦର ଚାକିରି ଖୋଜୁଥିଲା । ନିୟମତି ଜୁମରେ ସାକ୍ଷାତକାର ଦେଉଥିଲା । କିନ୍ତୁ ଚାକିରି ମିଳି ନଥିଲା । ଏହାପରେ ଚାକିରି ଖୋଜିବାର ନୂଆ ଉପାୟ ଆପଣାଇଥିଲା ହାଇଦର । ସେ ଏକ ବୋର୍ଡରେ ସମସ୍ତ ତଥ୍ୟ ଲେଖି ନିଜ ସିଭି ଓ ଲିଙ୍କଇଡନ ପ୍ରୋଫାଇଲର କ୍ୟୁଆର୍ କୋଡ୍ ସେୟାର କରିଥିଲେ ।

ଷ୍ଟେସନରେ ବୋର୍ଡ ଲଗାଇବାକୁ ହାଇଦରକୁ ପ୍ରେରଣା ଦେଇଥିଲେ ତାଙ୍କ ବାପା । ଷ୍ଟେସନରେ ରିଜ୍ୟୁମ୍ ଲଗାଇବା ପରେ ବହୁତ ଲୋକ ହାଇଦରକୁ ଭିଜିଟିଂ କାର୍ଡ, ଫୋନ୍ ନମ୍ବର ଦେବା ସହ କଥା ହୋଇଥିଲେ । ଆଉ ତାଙ୍କ ଫଟୋ ଭାଇରାଲ୍ ହୋଇ ଯାଇଥିଲା । ଫଳରେ ହାଇଦରକୁ ବାରମ୍ବାର ଫୋନ୍ ସହ ସାକ୍ଷାତକାର ପାଇଁ ଡକା ଯାଇଥିଲା । ଆଉ ଶେଷରେ ଚାକିରି ମିଳି ଯାଇଛି ।

ବିଟକଏନ୍ ୱାଲେଟରେ ଥିବା ୬ ଲକ୍ଷ ହୋଇଗଲା ୨୧୬ କୋଟି

ନୂଆଦିଲ୍ଲୀ: ଏବେ ଦେଶରେ କ୍ରିପ୍ଟୋକରେନ୍ସିକୁ ନେଇ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ସରକାର ବିଲ୍ ମଧ୍ୟ ଆଣିବାକୁ ଯାଉଛନ୍ତି । ଲୋକ ଏଥିରେ ନିବେଶ କରୁଥିବା ବେଳେ ପୂର୍ବରୁ ଟଙ୍କା ଖଟାଇଥିବା ବ୍ୟକ୍ତି ଏବେ କୋଟିପତି । ୯ ବର୍ଷ ଧରି ବିଟକଏନ୍ ୱାଲେଟରେ ଥିବା ୬ ଲକ୍ଷ ଏବେ ୨୧୬ କୋଟିରେ ପରିଣତ ହୋଇଛି ।

Bitcoin Wallet Wakes Up After 9 Years Rs 6 Lakh Turned Into RS 216 Crores

୨୦୧୨ ମସିହା ଡିସେମ୍ବର ୧୦ରେ ବିଟକଏନର ଆରମ୍ଭ ହୋଇଥିଲା । ସେତେବେଳେ ବିଟକଏନର ମୂଲ୍ୟ ୧୩.୩୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୯୮୦ ଟଙ୍କା ଥିଲା । ସେହି ହିସାବରେ ୬୧୬ ବିଟକଏନର ମୂଲ୍ୟ ୮,୧୯୫ ଡଲାର ଅର୍ଥାତ୍ ପ୍ରାୟ ୬ ଲକ୍ଷ ଟଙ୍କା ଥିଲା ।

ଏହାପରେ ଆକାଉଣ୍ଟରେ ଆଉ କିଛି ନେଣଦେଣ ହୋଇନଥିଲା । ପ୍ରାୟ ୯ ବର୍ଷ ଧରି ସେମିତି ପଡ଼ିଥିଲା । ଏବେ ନିକଟରେ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ବିଟକଏନ୍ ନେଣଦେଣ କରିଥିଲେ । ଜଣାପଡ଼ିଲା ଏଥିରେ ୩୮୫, ୬୫୫ ପ୍ରତିଶତ ଲାଭ ହୋଇଛି । ବର୍ତ୍ତମାନ ବିଟକଏନର ମୂଲ୍ୟ ଅନୁସାରେ, ଏହି ଅର୍ଥ ୨୯.୪୦ ମିଲିୟନ ଡଲରା ବା ଭାରତୀୟ ମୂଲ୍ୟରେ ପ୍ରାୟ ୨୧୬ କୋଟି ଟଙ୍କା । ଏହି ଅଭିବୃଦ୍ଧି କ୍ରିପ୍ଟୋକରେନ୍ସି ୱାଲେଟକୁ ଏକ ୱେଲରେ ପରିଣତ କରିଛି ।