spot_img
Home Blog Page 4884

କାନପୁର ଟେଷ୍ଟ ପୂର୍ବରୁ ବିବାଦରେ ବିସିସିଆଇ; ଡାଏଟ ଚାର୍ଟକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ

କାନପୁର: ଆସନ୍ତା ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ତେବେ ଏହି ଟେଷ୍ଟ ପୂର୍ବରୁ ବିବାଦ ଘେରକୁ ଆସିଛି ବିସିସିଆଇ । କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ଏକ ଡାଏଟ ଚାର୍ଟ ପ୍ରସ୍ତୁତ କରିଛି । ତେବେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଦେଖିବା ପରେ ପ୍ରଶଂସକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପରେ ଆଜି ସକାଳୁ ଟୁଇଟରରେ “BCCI Promotes Halal” ଟ୍ରେଣ୍ଡ କରିଥିଲା ।

ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା କାନପୁର ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳି ଖାଇବା ପାଇଁ ମେନ୍ୟୁ ଜାରି କରିଛି । ଏହି ମେନ୍ୟୁ ଅନୁସାରେ ଖେଳାଳିଙ୍କ ବ୍ରେକ ଫାଷ୍ଟ, ଲଞ୍ଚ, ଟି ଓ ଡିନର ସାମିଲ ରହିଛି । ତେବେ ଏହି ମେନ୍ୟୁରେ ମାଂସାହାରୀଙ୍କ ପାଇଁ ହଲାଲ ମାଂସ ସାମିଲ କରାଯାଇଛି । ରିପୋର୍ଟ ଅନୁଯାୟୀ କାନପୁର ଟେଷ୍ଟ ପୂର୍ବରୁ ବିସିସିଆଇ ଖେଳାଳିଙ୍କ ପାଇଁ ହଲାଲ ମାଂସ ବାଧ୍ୟତାମୂଳକ କରିଛି । ତେବେ ବିସିସିଆଇ କରିଥିବା ଏହି ଡାଏଟ ଚାର୍ଟକୁ ସମସ୍ତ ଖେଳାଳି ମାନିବାକୁ ବାଧ୍ୟ । ବିସିସିଆଇ ଦ୍ବାରା ଜାରି ହୋଇଥିବା ଡାଏଟ ଚାର୍ଟକୁ ଦେଖିବା ପରେ ପ୍ରଶଂସକ ବିସିସିଆଇ ଉପରେ ବର୍ଷିଛନ୍ତି । କାହିଁକି ନା ଏହି ଡାଏଟ ଚାର୍ଟରେ ରହିଛି ହଲାଲ ମାଂସ । ଅନ୍ୟପକ୍ଷରେ ଏହି ଡାଏଟ ଚାର୍ଟରେ ହଲାଲ ମାଂସ ଥିବା ଜାଣିବା ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା । ଏହି ମାମଲାରେ ଭାରତୀୟ କ୍ରିକେଟ ପ୍ରଶଂସକ ବିସିସିଆଇର ଏପରି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ପ୍ରଶଂସକ କହିଛନ୍ତି କି ଭାରତୀୟ ଦଳରେ ଅଧିକାଂଶ ଖେଳାଳି ହିନ୍ଦୁ । ତେଣୁ ତାଙ୍କ ଧର୍ମ ଅନୁସାରେ ହଲାଲ ମାଂସ ଖାଇବା ଅନୁଚିତ । ତେବେ ବିସିସିଆଇ କାହିଁକି ଖେଳାଳିମାନଙ୍କୁ ତାଙ୍କ ଧର୍ମ ବିପକ୍ଷରେ ଯାଇ ହଲାଲ ମାଂସ ଖାଇବାକୁ ବାଧ୍ୟ କରୁଛନ୍ତି ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି ।

ତେବେ ବିସିସିଆଇର ଏପରି କାର୍ଯ୍ୟକୁ ମଧ୍ୟ ରାଜନୈତିକ ମହଲରେ ନିନ୍ଦା କରାଯାଇଛି । ଭାରତୀୟ ଜନତା ପାର୍ଟି ବିସିସିଆଇର ଏପରି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି । ବିଜେପି ମୁଖପାତ୍ର ଗୌରବ ଗେୟଲ ଟୁଇଟ କରି ବିସିସିଆଇକୁ ହଲାଲ ପ୍ରୋମୋଟ ନ କରିବା ପାଇଁ କହିଛନ୍ତି । ବିସିସିଆଇକୁ ମନେ ରଖିବାକୁ ପଡ଼ିବ ଯେ ଏହି ବୋର୍ଡ ଭାରତରେ ତିଆରି ହୋଇଛି ପାକିସ୍ତାନରେ ହୋଇନାହିଁ ବୋଲି ଆଉ ଏକ ଟୁଇଟ କରି କହିଛନ୍ତି ଗୌରବ ଗୋଏଲ ।

ଆନ୍ଧ୍ର ବର୍ଷା ବିତ୍ପାତ ଯୋଗୁଁ ଫସି ରହିଥିବା ଆଉ ୮ ଜଣଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

0

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପାତ ଯୋଗୁଁ ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିବା ୧୬ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ଓଡ଼ିଶା-ମୋ ପରିବାର ଦ୍ୱାରା ଉଦ୍ଧାର । ସେମାନଙ୍କ ମଧ୍ୟରୁ ଗତକାଲି ୮ଜଣଙ୍କୁ ବିମାନ ଯୋଗେ ଭୁବନେଶ୍ଵରଙ୍କୁ ଅଣାଯାଇଥିଲା । ଅନ୍ୟ ୮ଜଣ ପାଇଁ ଗତକାଲିଠାରୁ ଚେନ୍ନାଇଠାରେ ରହିବା ଏବଂ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ଚେନ୍ନାଇଠାରେ ଓଡ଼ିଶା-ମୋ ପରିବାର ପ୍ରତିନିଧି କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ସେମାନଙ୍କର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ ।

ତେବେ ଆଜି ଓଡ଼ିଶା ମୋ ପରିବାର ଦ୍ୱାରା ଏହି ୮ଜଣଙ୍କୁ ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱରକୁ ଅଣାଯାଇଛି। ଆଜି ଅପରାହ୍ନ ୪ଟାରେ ସେମାନେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ସେଠାରେ ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜୁ ଜନତା ଦଳ ସମ୍ପାଦକ (ଓଡ଼ିଶା ମୋ ପରିବାର) ସୁବାସ ପାତ୍ର, ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ଉପଦେଷ୍ଟା । ଡଃ ସତ୍ୟଜିତ ଦାଶ, ବିଜୁ ଯୁବ ଜନତା ଦଳ ସମ୍ପାଦିକା ଲକ୍ଷ୍ମୀଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ ଓଡ଼ିଶା-ମୋ ପରିବାର ଦ୍ୱାରା କରାଯାଇଥିଲା ସେମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା ଏବଂ ବୟସ୍କ। ଓଡ଼ିଶା ଫେରିବା ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀଙ୍କୁ କରୋନା: ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବିବାହ ଋତୁରେ କମିଲା ସୁନା ଦର; ରେକର୍ଡ ଦରରୁ ୮ ହଜାର ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: କମିଲା ସୁନା ଦର । ଆଜି ସୁନା ଓ ରୂପା ଦରରେ କମିଛି । ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଓ୍ବେବସାଇଟ ଅନୁସାରେ ଆଜି ସୁନା ଦର ୭୫୮ ଟଙ୍କା କମି ୪୮ ହଜାର ୭୬ ଟଙ୍କାରେ ପହଂଚିଛି । ସେହପରି ରୂପା କଥା ଯଦି କହିବା ତାହାଲେ MCXରେ ଅପରାହ୍ନ ୪ଟା ସମୟରେ ଏହା ୯୯୪ ଟଙ୍କା କମି ୬୩ ହଜାର ୫୭୭ ଟଙ୍କାରେ ଟ୍ରେଡ କରୁଛି । ପାଇକାରୀ ବଜାରରେ ରୂପା ୧୨୯୭ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୬୪ ହଜାର ୫୩୨ ଟଙ୍କାକୁ ଆସିଯାଇଛି ।

ସୁନା ଏବେ ତା’ର ରେକର୍ଡ ଦରରୁ ବହୁତ ଶସ୍ତାରେ ବଜାରରେ ଉପଲବ୍ଧ ହେଉଛି । ଗତବର୍ଷ ଅଗଷ୍ଟରେ ସୁନାର ମୂଲ୍ୟ ପାଇକାରୀ ବଜାରରେ ପ୍ରତି ୧୦ ଗ୍ରାମକୁ ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା । ଯାହା ଏକ ରେକର୍ଡ ଥିଲା । ଏବେ ଏହା କମି ୪୮ ହଜାର ୭୬ ଟଙ୍କାରେ ପହଞ୍ଚିଛି । ଏହା ମୂଲ୍ୟ ସୁନାର ରେକର୍ଡ ମୂଲ୍ୟଠାରୁ ୮ ହଜାର ୧୨୪ ଟଙ୍କା ଶସ୍ତାରେ ମିଳୁଛି ।

ତେବେ ଲଗାତର ଭାବରେ ସୁନା ଦର କାହିଁକି କମୁଛି । ଏହାର ଉତ୍ତରରେ କେଡିଆ କମୋଡିଟିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ ସୁନା ହ୍ରାସ ହେବାର କୌଣସି ଦୃଢ଼ ଏବଂ ଠୋସ୍ କାରଣ ନାହିଁ। ଆମେରିକୀୟ ଫେଡେରାଲ ବ୍ୟାଙ୍କ ସୁଧ ହାରକୁ କମ୍ ରଖିଛି | ଏହା ସୁନା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି, କିନ୍ତୁ ଆଗାମୀ ଦିନରେ ସୁନା ଦର ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଅଜୟ କୋଡିଆ । ସେ ଆହୁରି କହିଛନ୍ତି କି ବିଶ୍ବ ଏବଂ ଦେଶରେ ଦରଦାମ୍ ଲଗାତର ଭାବରେ ବୃଦ୍ଧି ପାଉଛି । ଏହା ବ୍ୟତୀତ କିଛି ଦେଶରେ କରୋନା କେସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ଯାହା ଫଳରେ ଆଗାମୀ ଏକ ବର୍ଷ ମଧ୍ୟରେ ସୁନା ଦର ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନା ଦର ୫୫ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ସେ କହିଛନ୍ତି । ଯଦି ଆପଣ ସୁନା କିଣିବାକୁ କିମ୍ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ଅଜୟ କୋଡିଆ ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ । ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏଭଳି ଭିଡିଓ ପୋଷ୍ଟ କରି କେଜ୍ରିଓ୍ୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପଞ୍ଚାଇବାକୁ ଚେଷ୍ଟା କରାଯାଇଛି ।

ଚଳିତ ବର୍ଷ ଜାନୁଆରୀ ମାସରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ନେଇ ଦିଲ୍ଲୀ ପୋଲିସଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ ।

ଏହି ମାମଲାରେ ସମ୍ୱିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦିଲ୍ଲୀ ପୋଲିସ ନିକଟରେ ଦାବି କରିଥିଲେ । ଏହି ବିବାଦୀୟ ଭିଡିଓକୁ ସମ୍ୱିତ ପାତ୍ର ୩୦ ଜାନୁଆରୀରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି ଭିଡିଓରେ ଏକ ସାକ୍ଷାତକାରର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅରବିନ୍ଦ କେଜ୍ରିଓ୍ୱାଲ ବିବାଦୀୟ କୃଷି ଆଇନର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଏହି ବିବାଦୀୟ ୩ କୃଷି ବିଲକୁ କ୍ରାନ୍ତିକାରୀ ବୋଲି କହିଥିଲେ । ଏହାର ଦୃଢ଼ ଜବାବ ରଖିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ । ଏହି ଭିଡିଓକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ କରିଛନ୍ତି । ଏବେ ଯାଏଁ ବିଜେପି ଠାରୁ ଆଦେଶ ନେଉଥିଲେ, ଏବେ ସେମାନେ ଦେଇଥିବା ନକଲି ଭିଡିଓକୁ ଚଲାଉଛନ୍ତି । ଏହା ବିଜେପି ଓ କଂଗ୍ରେସର ମିଛ ଭିଡିଓର ସତ ।

ବାଇକ୍ ରାଇଡର ମଜା ନେଉଛି ‘ଗାଇ’

ଅଜବ କାମ କରିବାରେ ଭାରତୀୟ ଭାରି ଧୁରନ୍ଧର । ଏଥିରେ ଭାରତୀୟମାନେ କାହାରିଠୁ କମ୍ ନୁହେଁ । ଭାରତୀୟଙ୍କ ପାଖରେ ସବୁକିଛି ସମ୍ଭବ । ଯେତେ କଠିନ କାମ ହେଉ ପଛେ ଭାରତୀୟଙ୍କ ପାଖରେ ଥାଏ ବିକଳ୍ପର ବିଭିନ୍ନ ପନ୍ଥା । ଠିକ୍ ଏହିଭଳି ଏକ ଅଜବ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

କ’ଣ ଆପଣ କେବେ କୈାଣସି ଗାଡ଼ିରେ ଗାଇକୁ ବସିଥିବାର ଦେଖିଛନ୍ତି ? ଚାରି ଚକିଆ ଗାଡ଼ି ନୁହଁ, ଦୁଇ ଚକିଆ ଗାଡ଼ି ଅର୍ଥାତ୍ ବାଇକ୍ । ଏ କଥା ଶୁଣିଲେ ନିଶ୍ଚୟ ଆଶ୍ଟର୍ଯ୍ୟ ଲାଗୁଥିବ । ମାତ୍ର ଏହି ଘଟଣାଟି ସତ । ଯାହାର ଭିଡିଓ ଭାଇରାଲ ହେଉଛି । ଆପଣ ଭାବୁଥିବେ ବାଇକରେ ଗୋଟେ ଗାଇକୁ ବସେଇକି ନେବା ଅସମ୍ଭବ । ମାତ୍ର ଭିଡିଓଟି ଦେଖିଲେ ଆପଣ ଜାଣିପାରିବେ । ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟେ ଗାଇକୁ ବସେଇ ନେଇ ଯାଉଥିବାର ଦେଖାଯାଉଛି ଏବଂ ଗାଇଟି ବାଇକରେ ବସି ରାଇଡର ମଜା ନେଉଥିବାର ଜଣାଯାଉଛି । ଏହି ଦୃଶ୍ୟଟିକୁ ଅନ୍ୟ ଜଣେ ବ୍ୟକ୍ତି ରେକଡିଂ କରି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି । ପ୍ରଥମ ଥର ପାଇଁ ଗୋଟେ ଗାଇ ବାଇକ୍ ଉପରେ ବସିଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ଗାଇଟିକୁ ନିଜ ବାଇକର ପଛ ସିଟ୍ ରେ ରସି ସାହାଯ୍ୟରେ ବାନ୍ଧିଥିବାର ଦେଖାଯାଉଛି । ତେବେ ଏ ଘଟଣାଟି କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ ।

ରାଜନୀତିକୁ ଆସିଲେ ୨୨ ଚାପୁଡା ଖାଇଥିବା ଲକ୍ଷ୍ନୌ କାବ୍ ଡ୍ରାଇଭର, ପୁରୁଷଙ୍କ ପାଇଁ ଲଢିବେ

ଲକ୍ଷ୍ନୌ: ରାଜନୀତିରେ ପାଦ ଥାପିବେ ୨୨ ଚାପୁଡା ଖାଇଥିବା ଲକ୍ଷ୍ନୌ କାବ୍ ଡ୍ରାଇଭର ସଆଦତ ଅଲ୍ଲୀ । ପୁରୁଷ ମାନଙ୍କ ପାଇଁ ସ୍ବର ଉଠାଇବା ପାଇଁ ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ପୁରୁଷ ମାନଙ୍କ ପାଇଁ ଲଢ଼ିବା ପାଇଁ ରାଜନୀତିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ସଆଦତ ।

ରାଜନୀତିରେ ଏଣ୍ଟ୍ରି କରିବା ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ କି ମୁଁ ଦେଶର ସେହି ପୁରୁଷମାନଙ୍କ ସହ ଛିଡା ହେବାକୁ ଚାହେଁ ଯେଉଁମାନେ ମହିଳାଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଛନ୍ତି । କେବଳ ଏହା ନୁହେଁ ସଆଦତ ଅଲ୍ଲୀ ଏବେ ଦେଶ ସାରା ସମସ୍ତ କାବ୍ ଡ୍ରାଇଭରଙ୍କ ସହ ମଧ୍ୟ ଛିଡା ହୋଇଛନ୍ତି । କାବ୍ ଡ୍ରାଇଭର ସଆଦତ ଅଲ୍ଲୀଙ୍କ ଅନୁସାରେ ଏମିତି ବହୁତ ମାମଲା ରହିଛି ଯେଉଁଠାରେ ପୁରୁଷଙ୍କ କଥା ଶୁଣା ଯାଏନାହିଁ । ଏମିତି କି ଏଯର୍ପ୍ୟନ୍ତ ମୋତେ ମଧ୍ୟ ନ୍ୟାୟ ମିଳିନାହିଁ । ଏପରିସ୍ଥଳରେ ମୁଁ ରାଜନୈତିକ ପାର୍ଟିରେ ଯୋଗ ଦେଇ ଏହା ସାହାର୍ଯ୍ୟରେ ନ୍ୟାୟ ପାଇ ପାରିବି ଏବଂ ଅନ୍ୟ ପୁରୁଷମାନଙ୍କୁ ନ୍ୟାୟ ପ୍ରଦାନ କରିପାରିବି ।

ସଆଦତ ଅଲ୍ଲୀଙ୍କ ସହ ଆସିଥିବା ଓକିଲ କହିଛନ୍ତି କି ଆମକୁ ନ୍ୟାୟ ମିଳିଲା ନାହିଁ । ଯେଉଁଥି ପାଇଁ ସେ ରାଜନୈତିକ ପାର୍ଟିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇ ୩୦ରେ ଲକ୍ଷ୍ନୌର ବାରାବରଓ୍ବାଠାରେ କ୍ୟାବ ଡ୍ରାଇଭର ସଆଦତ ଅଲ୍ଲୀଙ୍କୁ ପ୍ରିୟଦର୍ଶନୀ ଯାଦବ ବାରାବରଓ୍ବାଠାରେ ୨୨ଟି ଚାପୁଡା ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପ୍ରୟଦର୍ଶନୀ ଯାଦବ ବିନା କିଛି କାରଣରେ କାବ୍ ଡ୍ରାଇଭରଙ୍କୁ ୨୨ଟି ଚାପୁଡା ମାରିଥିଲେ । ଖାଲି ଏତିକି ନୁହେଁ କାବ୍ ଡ୍ରାଇଭରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣାରେ ତଦନ୍ତ ସମୟରେ ଯେତେବେଳେ ଜଣା ପଡ଼ିଥିଲା କି କ୍ୟାବ ଡ୍ରାଇଭର ନିର୍ଦ୍ଦେଶ ସେତେବେଳେ ସେହି ଝିଅଙ୍କ ବିରୋଧରେ ଚୋରି, ମାରପିଟ ସମେତ ଅନ୍ୟ ଧାରା ଲଗାଇଯାଇଥିଲା ।

ଓଡ଼ିଆ ଭାଷାକୁ ଗୌଣଭାଷା କହିବା ପ୍ରସଂଗରେ ସିବିଏସ୍‌ଇର ସ୍ପଷ୍ଟୀକରଣ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଗୌଣଭାଷା କହିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲା ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ବା ସିବିଏସଇ । କୌଣସି ଭାଷା ଗୌଣ ନୁହେଁ । ବୋର୍ଡ ପକ୍ଷରୁ ପ୍ରଶାସନିକ ପ୍ରକ୍ରିୟାରେ ଟର୍ମ- ୧ ପରୀକ୍ଷା ପାଇଁ ବ୍ୟବହାର ହେଉଥିବା ଭାଷାକୁ ନେଇ ବର୍ଗୀକରଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଦେଉଥିବା ପରୀକ୍ଷା ଆଧାରରେ ବର୍ଗୀକରଣ କରାଯାଇଥିଲା । ବିଶେଷକରି ଆପ୍ଲାଏଡ ମ୍ୟାଥ୍ , ଇଂରାଜୀ ଇଲେକ୍ଟିଭ୍ ଓ ଆଞ୍ଚଳିକ ଭାଷାଗୁଡ଼ିକର ଡେଟ୍ ସିଟ୍‌ରେ ବିଷୟଗୁଡ଼ିକ ଉଲ୍ଲେଖ ଥାଏ । ବୋର୍ଡ ପାଇଁ ସବୁ ବିଷୟ ସମାନ ଗୁରୁତ୍ୱ ବହନ କରୁଛି । ଏସବୁ ବିଷୟକୁ ବୋର୍ଡର ପ୍ରଶାସନିକ ପ୍ରକ୍ରିୟାରେ ଗୌଣ ବିଭାଗରେ ରଖାଯାଇଛି । ଏକାଡେମିକ ଦୃଷ୍ଟିରୁ କୌଣସ ବିଷୟ ଗୌଣ ନୁହେଁ ବୋଲି ସ୍ପଷ୍ଟୀକରଣ ରଖିଛି ସିବିଏସଇ । ଗତକାଲି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

 ଓଡ଼ିଆ ଭାଷାକୁ ଗୌଣଭାଷା ବର୍ଗରେ ସିବିଏସ୍‌ଇ ରଖିବା ନେଇ ଉତ୍କଳ ସମ୍ମିଳନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ସିବିଏସଇ ଓଡ଼ିଆ ଭାଷା ସମ୍ପର୍କରେ ଜାଣିନି । ନିଜ ଅଜ୍ଞତାର ପରିଚୟ ଦେଇଛି ବୋଲି ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱେତ ପାତ୍ର କହିଛନ୍ତି । ସିବିଏସ୍‌ଇ ନିଷ୍ପତ୍ତିକୁ ବିରୋଧ କରାଯିବ । ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯିବ । ତୁରନ୍ତ ଓଡ଼ିଆ ଭାଷାକୁ ସିବିଏସ୍‌ଇ ପ୍ରମୁଖ ଭାଷା ବର୍ଗରେ ରଖିବା ପାଇଁ ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ ପାତ୍ର ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀଙ୍କୁ କରୋନା: ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଉରକେଲା ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀଙ୍କୁ କରୋନା: ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଉରକେଲା: ସୁନ୍ଦରଗଡ଼ ସହରରେ ଥିବା ସେଣ୍ଟମେରୀ ସ୍କୁଲର ୫୧ ଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଥିବା ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ପୃଥକବାସରେ ରଖାଯାଇ ମେଡିକାଲ ସୁପରଭିଜନରେ ରଖାଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ସେଣ୍ଟମେରୀ ସ୍କୁଲର ୫୧ ଜଣ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେଵା ପରେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଓ ବୁର୍ଲାରେ କଲେଜ ଛାତ୍ର ସଂକ୍ରମିତ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁନି । ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ, ସଂକ୍ରମିତ ସଙ୍ଗରୋଧରେ ଅଛନ୍ତି । କଲେଜ ଛାତ୍ରଛାତ୍ରୀ ଟିକା ନେଇଥିବାରୁ ଗୁରୁତର ହେବା ଆଶଙ୍କା ନାହିଁ । ସଂକ୍ରମିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣଧାରୀଙ୍କ ଉପରେ ନଜର ରଖନ୍ତୁ । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣଧାରୀଙ୍କ ଉପରେ ନଜର ରଖନ୍ତୁ । ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା, ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଭୋଡାଫୋନ୍ ପ୍ଲାନ୍ ରେଟ୍ ବଢିଲା,ଜାଣନ୍ତୁ ଆପଣଙ୍କୁ କେତେ ପଡିବ ମହଙ୍ଗା ?

ନୂଆଦିଲ୍ଲୀ: ଏୟାରଟେଲ ପରେ ରେଟ ବଢ଼ାଇଲା ଭେଡାଫୋନ ଓ ଆଇଡିଆ । ଭୋଡାଫୋନ ଆଇଡିଆ ପ୍ରିପେଡ ପ୍ଲସ ଟାରିଫ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି । ରେଟ ବଢ଼ିବା ନେଇ ଆଜି କମ୍ପାନୀ ଏକ୍ସଚେଞ୍ଜ ଫାଇଲିଙ୍ଗରେ ସୂଚନା ଦେଇଛି । ଏହି ନୂଆ ପ୍ଲାନ ୨୫ ନଭେମ୍ବରରୁ ଲାଗୁ ହେବ ବୋଲି କହିଛି କମ୍ପାନୀ । କମ୍ପାନୀ କହିଛି କି ଏହି ନୂଆ ପ୍ଲାନ ଦ୍ବାରା ଆଭରେଜ ରେଭିନ୍ୟୁ ପର ୟୁଜର୍ସ ପ୍ରକ୍ରିୟାରେ ସୁଧାର ଆସିବ । ଗତକାଲି ଭାରତୀ ଏୟାରଟେଲ ତାଙ୍କ ପ୍ରିପେଡ ପ୍ଲାନ ୨୫ ପ୍ରତିଶତ ବୃଦ୍ଧି କରିଛି ।

ଭୋଡାଫୋନ ଆଇଡିଆ ପାଖରେ ଡିସେମ୍ବରରେ ୨୭ କୋଟି ଓୟାରଲେସ ୟୁଜର୍ସ ଥିଲେ । ଏଥି ମଧ୍ୟରେ ଉଭୟ ପ୍ରିପେଡ ଓ ପୋଷ୍ଟପେଡ ୟୁଜର୍ସ ସାମିଲ ଅଛନ୍ତି । ତେବେ ଏହି ବଢ଼ିଥିବା ଟଙ୍କା ସବୁ ପ୍ରିପେଡ ୟୁଜର୍ସଙ୍କ ପାଇଁ ଲାଗୁ ହେବ । ଏୟାରଟେଲ ଓ ଭୋଡାଫୋନ ଆଇଡିଆ ପ୍ରିପେଡ ମୂଲ୍ୟ ବଢ଼ାଇବା ପରେ ଏବେ ରିଲିଆନ୍ସ ଜିଓ ବି ତାଙ୍କ ପ୍ରିପେଡ ପ୍ଲାନ ମହଙ୍ଗା ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ଜିଓ ସବୁଠାରୁ ଶସ୍ତା ପ୍ଲାନ ଉପଭୋକ୍ତାଙ୍କୁ ଦେଉଛି ।

ଭୋଡାଫୋନ ଆଇଡିଆ ୟୁଜର୍ସଙ୍କୁ ଏବେ ୭୯ ଟଙ୍କାର ପ୍ଲାନ ପାଇଁ ୯୯ ଟଙ୍କା ଦେବାକୁ ପଡ଼ିବ । ସେହିପରି ଭାବରେ ଏକ ବର୍ଷ ପାଇଁ ଥିବା ଭ୍ୟାଲିଡିଟି ପ୍ଲାନ ୨୩୯୯ ଟଙ୍କା ବଦଳରେ ୨୮୯୯ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ଲାନରେ ଉପଭୋକ୍ତାଙ୍କୁ ୫୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଏୟାରଟେଲ ପାଖରେ ଇଣ୍ଟରନେଟ ସ୍ପିଡ ଏକ ବହୁତ ବଡ଼ ଚ୍ୟାଲେଞ୍ଜ । ବିଗତ କିଛି ମାସ ହେବ ଏୟାରଟେଲ ଡାଉନଲୋଡ ଓ ଅପଲୋଡ ସ୍ପିଡ ତାଙ୍କ କମ୍ପିଟେଟରଙ୍କଠାରୁ ବହୁତ ପଛରେ ରହିଛି । ରିଲିଆନ୍ସ ଜିଓ ଡାଉନଲୋଡ ଓ ଭୋଡାଫୋନ ଆଇଡିଆ ଅପଲୋଡ ସ୍ପିଡରେ ଲଗାତର ବାଜି ମାରିଛି । ଏୟାରଟେଲ ଲଗାତର ଭାବରେ ତୃତୀୟରେ ରହିଛି । ଅକ୍ଟୋବରରେ ଜିଓର ଆଭରେଜ 4G ଡାଉନଲୋଡ ସ୍ପିଡ 21.9 Mbps ରହିଥିଲା । ସେହିପରି ଭାବରେ ଭୋଡାଫୋନ ଆଇଡିଆର ଡାଉନଲୋଡ 15.6 Mbps ଓ ଏୟାରଟେଲ 4Gର ଡାଉନଲୋଡ ସ୍ପିଡ 13.2 Mbps ରହିଛି । ସେହି ପରି ଭାବରେ ଯଦି ଅପଲୋଡ କଥା କହିବା ଯଦି ତାହାଲେ ଏଥିରେ ଭୋଡାଫୋନ ଆଇଡିଆ, ଜିଓ ଓ ଏୟାରଟେଲକୁ ପଛରେ ପକାଇ ଦେଇଛି ।  VI 4G ଅପଲୋଡ ଆଭରେଜ ସ୍ପିଡ 7.6 Mbps ରହିଛି । ସେହିପରି ଭାବରେ ରିଲିଆନ୍ସ ଜିଓର ଅପଲୋଡ ସ୍ପିଡ 6.4 Mbps ରହିଥିବାବେଳେ ଏୟାରଟେଲ ଅପଲୋଡ ସ୍ପିଡ 5.2 Mbps ସହ ତୃତୀୟ ସ୍ଥାନରେ ରହିଛି ।

ଗୋ-ଡାଡି ଉପରେ ସାଇବର ଆଟାକ୍, ୟୁଜର୍ସଙ୍କ ତଥ୍ୟ ଚୋରି ଅଭିଯୋଗ

ନୂଆଦିଲ୍ଲୀ: ଗୋ-ଡାଡି ଉପରେ ସାଇବର ଆଟାକ୍। ଇଣ୍ଟରନେଟ ଡୋମେନ ରେଜିଷ୍ଟ୍ରାର ବା ଓ୍ୱେବ ହୋଷ୍ଟିଂ ସାଇଟ୍ ଗୋ-ଡାଡି ୟୁଜର୍ସଙ୍କ ତଥ୍ୟ ଚୋରି ଅଭିଯୋଗ। ଏହି ସାଇଟର ପ୍ରାୟ ୧.୨ ମିଲିୟନ ଆକ୍ଟିଭ ଓ ଇନଆକ୍ଟିଭ ୟୁଜର୍ସ ରହିଥିବା ବେଳେ ସାଇବର ଆଟାକ ଯୋଗେ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଥାର୍ଡ ପାର୍ଟି ଓ୍ୱାଡ ପ୍ରେସ୍ ଜରିଆରେ ୟୁଜର୍ସଙ୍କ ଆକାଉଣ୍ଟ ପରିଚାଳନା କରାଯାଉଥିବା ବେଳେ ଇମେଲ ଆଇଡି, ମୋବାଇଲ ନମ୍ବର ଓ ଅନ୍ୟ ତଥ୍ୟ ଲିକ୍ ହୋଇଛି ବୋଲି କମ୍ପାନୀ କହିଛି। ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଥିବା ନେଇ ନଭେମ୍ବର ୧୭ରେ କମ୍ପାନୀ ଜାଣିବାକୁ ପାଇଥିଲା। ତେବେ ଆଇଟି ଏକ୍ସପର୍ଟଙ୍କ ଜରିଆରେ ଏହାର ତଦନ୍ତ କରାଯାଇଥିଲା।

ତଦନ୍ତ ପରେ ସେପ୍ଟେମ୍ବର ୬ ରୁ ଫେକ୍ ପାସଓ୍ୱାର୍ଡ ଜରିଆରେ ସାଇଟ୍ ହ୍ୟାକ୍ କରାଯାଇ ତଥ୍ୟ ଚୋରି ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଓ୍ୱାର୍ଡ ପ୍ରେସର ପ୍ରାଥମିକ ପାସଓ୍ୱାର୍ଡ କମ୍ପାନୀ ପକ୍ଷରୁ ବଦଳା ଯାଇଥିଲେ ବି ପୁରୁଣା ପାସଓ୍ୱାର୍ଡ ବ୍ୟବହାର କରାଯାଇ ଡାଟା ଲିକ୍ କରାଯାଇଛି ବୋଲି କମ୍ପାନୀ ଅଭିଯୋଗ କରିଛି।