spot_img
Home Blog Page 4885

ISL ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ ଓଡ଼ିଶା ଏଫ୍‌ସି ସହ ବେଙ୍ଗାଲୁରୁ ଏଫ୍‌ସି

ଭୁବନେଶ୍ୱର: ଇଣ୍ଡିଆନ୍ ସୁପର୍ ଲିଗ୍ ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ନିଜର ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା ଏଫ୍‌ସି। ବେଙ୍ଗାଲୁରୁ ଏଫ୍‌ସି ବିରୋଧରେ ଖେଳିବ ଓଡ଼ିଶା ଦଳ।

ନୂତନ କୋଚ୍ କିକୋ ରାମିରେଜ୍ ଏବଂ ଅଧିନାୟକ ହେକ୍ଟର ରୋଡାସ ଆଜି ମିଡ଼ିଆର ପ୍ରଶ୍ନର ଉତ୍ତର ଦେଇଥିଲେ। ଗୋଆର ଭାସ୍କୋ ରେ ଥିବା ତିଲକ୍ ମଇଦାନରେ ହେବ ଆସନ୍ତାକାଲି ର ମୁକାବିଲା।

ଏହି ସିଜନରେ ପ୍ରଥମଥର ପାଇଁ ଓଡ଼ିଶା ଏଫ୍‌ସି ର ୩ ଜଣ ଅଧିନାୟକ ରହିଛନ୍ତି – ହେକ୍ଟର ରୋଡ଼ାସ, ଭିକ୍ଟର ମୋଙ୍ଗିଲ ଆଉ ବିନିତ୍ ରାଏ। ଦଳର ମୁଖ୍ୟ ଲକ୍ଷ୍ୟ ରହିବ ଗତ ବର୍ଷର ପ୍ରଦର୍ଶନ କୁ ପଛରେ ପାକାଈ ଏକ ନୂତନ ଆରମ୍ଭ କରିବା।

କାଲିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ହକି ବିଶ୍ୱକପ୍ । ଡିସେମ୍ବର ୫ ତାରିଖ ଯାଏଁ ଚାଲିବ ଟକ୍କର । ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଦର୍ଶକଙ୍କ କୋଳାହଳରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍, ଦର୍ଶକଙ୍କ ବିନା ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି । ୧୬ ଟିମ୍ ପାଇଁ ୧୦ଟି ହୋଟେଲ ରହଣୀ ବ୍ୟବସ୍ଥା ହୋଇଛି । ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଡ଼ା ସୁରକ୍ଷା ଭିତରେ ଖେଳାଳିଙ୍କ ବସ୍ ହୋଟେଲରୁ ଷ୍ଟାଡିୟମ୍ ଆସିବ । କରୋନା କଟକଣା ପାଇଁ ବିନା ଦର୍ଶକରେ ସମସ୍ତ ମ୍ୟାଚ୍ ଖେଳାଯିବ ।

ପୁରୁଷ ଜୁନିଅର ହକି ବିଶ୍ୱକପ୍ ପାଇଁ ସମସ୍ତ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସୁରକ୍ଷା ପାଇଁ ଗେଟରୁ ଗ୍ରାଉଣ୍ଡ ସବୁଠି ପୋଲିସ ଫୋର୍ସ ମୁତୟନ ହେବେ । ୪ଟି ଦେଶ ସହ ପାକିସ୍ତାନ ଖେଳାଳି ମାନଙ୍କ ସୁରକ୍ଷା ଉପରେ ଅଧିକ ନଜର ରହିବ । ପ୍ରତି ଖେଳାଳି ଓ ଅଫିସିଆଲଙ୍କ ୭୨ ଘଣ୍ଟାରେ କରୋନା ଟେଷ୍ଟ କରାଯାଉଛି ।

କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନୂଆ ବିଜେଡି କମିଟି

ଭୁବନେଶ୍ୱର: କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ବିଜେଡି କମିଟି ପୁର୍ନଗଠନ କରାଯାଇଛି । ଉଭୟ ଜିଲ୍ଲା ବିଜେଡି ସଭାପତି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ପ୍ରେସ୍ ଇସ୍ତାହାର ପ୍ରକାଶ କରିଛନ୍ତି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ।

୮ ଜଣଙ୍କୁ ଜିଲ୍ଲା ଉପସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ୧୨ ଜଣଙ୍କୁ ସାଧାରଣ ସମ୍ପାଦକ, ୧୬ ଜଣଙ୍କୁ ସମ୍ପାଦକ, ଯୁଗ୍ମ ସମ୍ପାଦକ ଭାବେ ୧୩ ଜଣଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ସାହୁଙ୍କୁ, ଡିଜିଟାଲ ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ପାଢ଼ୀଙ୍କୁ, ଡିଜିଟାଲ ସମ୍ପାଦକ ସ୍ୱସ୍ତିକ ପାତ୍ର ଓ ଡିଜିଟାଲ ଯୁଗ୍ମ ସମ୍ପାଦକ ଭାବେ ବାଦଲ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି ।

ସେହିଭଳି ବୌଦ୍ଧ ଜିଲ୍ଲା ଉପସଭାପତି ଭାବେ ୬ ଜଣଙ୍କୁ ଜିଲ୍ଲା ଉପସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ୬ ଜଣଙ୍କୁ ସାଧାରଣ ସମ୍ପାଦକ, ୫ ଜଣଙ୍କୁ ସମ୍ପାଦକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୧୯ ଜଣଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କୋଷାଧ୍ୟକ୍ଷ ଭାବେ ଲିଙ୍ଗରାଜ ମଲିକଙ୍କୁ, ସୋସିଆଲ୍ ମିଡିଆ ଲାଗି ପ୍ରଦୀପ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଦୁର୍ନୀତି ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୩୨ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି କଠୋର ପଦକ୍ଷେପ ଜାରି ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ୩ ବଡ଼ ମୁଣ୍ଡ, ୨୨ ଲକ୍ଷ ୬୧ ହଜାର ଟଙ୍କା ଜବତ

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁଁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଶ୍ରୀ ବେହେରା ବର୍ତ୍ତମାନ ନିଲମ୍ବିତ ଅଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର ।

ନୂଆ ଇନିଂସ ଆରମ୍ଭ କରିବେ କୀର୍ତ୍ତି ଆଜାଦ; କଂଗ୍ରେସ ଛାଡି TMC ଯୋଗ ଦେବେ

ନୂଆଦିଲ୍ଲୀ: କଂଗ୍ରେସ ଛାଡିବେ କୀର୍ତ୍ତି ଆଜାଦ । କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା କୀର୍ତ୍ତି ଆଜାଦ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭବଗବତ ଝା ଆଜାଦଙ୍କ ପୁଅ କୀର୍ତ୍ତି ଦରଭଙ୍ଗା ଆସନରୁ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ସେ ବିଜେପିରେ ଥିବାବେଳେ ପରେ ସେ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ଲଢି ପରାସ୍ତ ହୋଇଥିଲେ । କୀର୍ତ୍ତି ଆଜାଦଙ୍କୁ ଦଳରେ ସାମିଲ କରିବାର ମୁଖ୍ୟ କାରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନ । କାହିଁକି ନା ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଚେକ୍ ମେଟ ଦେବା ପାଇଁ ଏବେ ଠାରୁ ରଣନିତୀ କରିଛନ୍ତି ମମତା ବାନାର୍ଜୀ ।

କୀର୍ତ୍ତି ଆଜାଦ ଜଣେ ପ୍ରତିଷ୍ଠିତ କ୍ରିକେଟର । ସେ ୧୯୮୩ ବିଶ୍ବକପ ବିଜେତା ଟିମରେ ସାମିଲ ଥିଲେ । ଦିଲ୍ଲୀ କ୍ରିକେଟ ଆସୋସିଏସନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସମ୍ପୃକ୍ତି ଅଭିଯୋଗ କରିବାରୁ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା । କିଛି ଦିନ ତଳେ କଂଗ୍ରେସ ନେତୃତ୍ବଙ୍କୁ ସେ ସମାଲୋଚନା କରିବା ସହ ଆପନା ଭାରତ ମୋର୍ଚ୍ଚା ଗଠନ କରିଥିଲେ ।

‘ଭାରତୀୟ ସମ୍ବିଧାନ ଧାରା ୩୨’ ବିଶ୍ୱର ଦିଗଦର୍ଶନ : ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍‌

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏକ ସାଧାରଣ ନାଗରିକ ଭାରତୀୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ସିଧାସଳଖ ନ୍ୟାୟ ଆବେଦନ କରିପାରିବ । ପୃଥିବୀର ଏକମାତ୍ର ରାଷ୍ଟ୍ର ଭାବେ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଭାରତୀୟ ନାଗରିକଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଏଭଳି ବିରଳ ଅଧିକାର ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଦେଖିବାକୁ ମିଳେ ନାହିଁ ବୋଲି କହିଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍ ।

ନୂଆଦିଲ୍ଲୀସ୍ଥିତ କନିଷ୍ଟିଚ୍ୟୁସନ୍ କ୍ଲବରେ ସର୍ବଭାରତୀୟ ଆଇନ୍ ମଞ୍ଚ ପକ୍ଷରୁ ପୂର୍ବତନ ବିଚାରପତି କେ.ଜି. ବାଲାକ୍ରିଷ୍ଣନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ୟୁକ୍ରେନ, ଇକ୍ୱିଡର, ଇରାକ ପ୍ରଭୃତି ରାଷ୍ଟ୍ରର ରାଷ୍ଟ୍ରଦୂତ ମାନେ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ବିଚାରପତି କେ.ଜି. ବାଲାକ୍ରିଷ୍ଣନ୍ ବିଳମ୍ବିତ ନ୍ୟାୟ ଏବଂ ବିଚାରପତିଙ୍କ ଅଭାବ ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରି କହିଥିଲେ ‘ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ନ୍ୟାୟାଳୟମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ କରାଇବା ଏବଂ ବିଚାରପତି ନିଯୁକ୍ତି ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ତତ୍ପର ହୋଇ ପଦକ୍ଷେପ ନେବାର ସମୟ ଆସିଛି । ଏହା ହୋଇପାରିଲେ ଭାରତରେ ବୃଦ୍ଧି ପାଉଥିବା ବିଳମ୍ବିତ ନ୍ୟାୟ ଏବଂ କେସ୍ ସଂଖ୍ୟାକୁ ହ୍ରାସ କରାଯାଇପାରିବ । ଜିଲ୍ଲା ଏବଂ ହାଇକୋର୍ଟ ସ୍ତରରେ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରମାନେ ପ୍ରାଥମିକତା ଦେବା ଜରୁରୀ ।’

Former CJI K. G. Balakrishnan On Article 32 of Indian Constitution

ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ସର୍ବଭାରତୀୟ ଆଇନ୍ ମଞ୍ଚର ସାଧାରଣ ସମ୍ପାଦକ ଆଇନଜୀବୀ ଜୟଦୀପ ମୁଖାର୍ଜୀ ବିଚାରପତି କେ.ଜି. ବାଲାକ୍ରିଷ୍ଣନଙ୍କର ସ୍ମୃତିଚାରଣ କରିଥିଲେ । ଜଣେ ସାଧାରଣ ମଣିଷ ଭାବେ ନିଜର କାର୍ଯ୍ୟ ଜୀବନ ଆରମ୍ଭ କରି ଭାରତର ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଓ ଗୌରବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିଛି । ବିଚାରପତି ବାଲାକ୍ରିଷ୍ଣନଙ୍କର ମଧ୍ୟାହ୍ନ ଭୋଜନ ରାୟ ଭାରତର ନ୍ୟାୟପାଳିକା ଇତିହାସ ପୃଷ୍ଠାରେ ଏକ ଅମଳିନ ନିର୍ଦ୍ଦେଶ ହୋଇ ରହିପାରିବ । ଏହି ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ଉପସ୍ଥିତ ରାଷ୍ଟ୍ରଦୂତ ମାନେ ବିଚାରପତି ବାଲାକ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ଭାରତର ସମ୍ବିଧାନ ଓ ନ୍ୟାୟପାଳିକାମାନଙ୍କର ଗୁରୁତ୍ୱ ଦାୟିତ୍ୱକୁ ପ୍ରଶଂସା କରିଥିଲେ ।

ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କୁ ଆଉ ଦଳରେ ରଖିବନିି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଗ୍ରୁପ୍ ଷ୍ଟେଜରୁ ପରାଜୟ ପରେ ଏବେ ଦ୍ବିପାକ୍ଷିକ ସିରିଜରେ ବ୍ୟସ୍ତ ଅଛି ଟିମ୍ ଇଣ୍ଡିଆ । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ସମୟରେ ଏହା ପରେ ସାଉଥ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ତେବେ ଏସବୁ ଭିତିରେ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । ୨୦୨୨ ମସିହାରେ ହେବାକୁ ଥିବା ଆଇପିଏଲ ପୂର୍ବରୁ ମେଗା ନିଲାମୀ ହେବାକୁ ଯାଉଛି । ମେଗା ଅକ୍ସନ ପୂର୍ବରୁ ଏକ ବଡ଼ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନ୍ନର ରବିଚନ୍ଦ୍ରନ ଅଶ୍ବିନୀ ।

ଅଶ୍ବିନୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରବି ଚନ୍ଦ୍ରନ ଅଶ୍ବିନୀ କହିଛନ୍ତି କି ମୋତେ ଲାଗୁନାହିଁ କି ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଆଗାମୀ ସିଜିନ୍ ପାଇଁ ଦଳରେ ରଖିବେ । ଅଶ୍ବିନୀ କହିଛନ୍ତି କି ଯଦି ମୋତେ ଦଳରେ ରଖିଥାନ୍ତେ ତେବେ ଏହା ଜଣା ପଡ଼ିଥାନ୍ତା । ତେବେ କେବଳ ଏହା ନୁହେଁ ରବିଚନ୍ଦ୍ରନ ଅଶ୍ବିନୀ ଏହା ମଧ୍ୟ ସଙ୍କେତ ଦେଇଛନ୍ତି କି ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟାସ ଆୟରଙ୍କୁ ବି ଦଳରେ ରଖିନପାରେ । ଆୟରଙ୍କୁ ଦିଲ୍ଲୀ ଦଳରେ ରଖିବ ନାହିଁ ଏହା ଆଗରୁ ଜଣା ପଡ଼ୁଥିଲା କାହିଁକି ନା ଆୟାର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବାକୁ ଚାହୁଁଥିଲେ  । ୨୦୨୧ ଆଇପିଏଲ ପୂର୍ବରୁ ହିଁ ଆହାତ ହୋଇଥିଲେ ଶ୍ରେୟାସ ଆୟର । ଯାହା ଫଳରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅଧିନାୟକ ପଦ ମିଳିଥିଲା । କିନ୍ତୁ ଏହା ପରେ ଯେତେବେଳେ ଆୟର ଫିଟ୍‌ ହୋଇ ଟିମକୁ ଫେରିଥିଲେ ସେତେବେଳେ ତାଙ୍କୁ ଆଉ ଅଧିନାୟକତ୍ବ ମିଳିନଥିଲା । ତେବେ ସୂଚନା ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଅଧିନାୟକ ଋଷଭ ପନ୍ତଓ ଓପନର ପୃଥ୍ବୀ ଶ’ଙ୍କୁ ଆଗାମୀ ସିଜିନ ପାଇଁ ଦଳରେ ରଖିପାରନ୍ତି ।

ବାହା ହେବ କହି ଆସିଲାନି ବର, ବୋହୂ ବେଶରେ ପୁଅ ଘର ସାମ୍ନାରେ ଶଙ୍ଖ ଫୁଙ୍କି ଧାରଣା ଦେଲେ ଯୁବତୀ

ବ୍ରହ୍ମପୁର: ବାଡୁଅ ପାଣି ଗାଧୁଆ ସରିଥିଲା । ହଳଦି ମାଖି ବଧୂବେଷରେ ବର ଅପେକ୍ଷାରେ ଥିଲା ବଧୂ। କିନ୍ତୁ ଅପେକ୍ଷା ଅପେକ୍ଷାରେ ରହିଗଲା। ବର ଆସିଲାନି କି ରୋଷଣୀ ଜଳିଲାନି ବାଜା ବାଜିଲାନି। ଶେଷରେ ବଧୂବେଷରେ ବର ଘର ଆଗରେ ପଂହଚିଲେ କନ୍ୟା । ଆଉ ତା’ପରେ ଆରମ୍ଭ ହେଲା ହାଇଡ୍ରାମା । ଯାହା ଆଗରେ ଏକତା କପୁରଙ୍କ ସିରିଏଲର ପ୍ଲଟ୍ ବି ପଡିଯିବ ଫିକା । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର । ସିଲ୍କ ସିଟିରେ ଲେଖା ହୋଇଛି ସମ୍ପର୍କ,ସମ୍ବନ୍ଧ ଓ ପ୍ରତାରଣାର ନୂଆ କାହାଣୀ । ବର ଘର ଆଗରେ ଧାରଣାରେ ବସିଛି କନ୍ୟା । ଖବର ଓଡ଼ିଶା ମିଡିଆରୁ ବାହାରି ଦିଲ୍ଲୀ ମିଡିଆରେ ପହଂଚିଲାଣି । ଧାରଣାରେ ବସିଛି ବୋହୂ ।

ଗପ ହେଲେ ବି ସତ ଭଳି କାହାଣୀର ଦୁଇ ଚରିତ୍ର ହେଉଛନ୍ତି ଡାକ୍ତର ସୁମିତ ସାହୁ ଓ ପ୍ରେମିକା ତପସ୍ୱିନୀ । ବ୍ରହ୍ମପୁର ବ୍ରହ୍ମାନଗରରେ ରୁହନ୍ତି ତପସ୍ୱିନୀ । ତପସ୍ୱିନୀଙ୍କ ଅଭିଯୋଗ ହେଉଛି ଯେ, ୨୦୨୦ରେ ସେ ସୁମିତ ସାହୁଙ୍କୁ କୋର୍ଟ୍ ମ୍ୟାରେଜ୍ କରିଥିଲେ । ତପସ୍ୱିନୀ ମଧ୍ୟ ଡାକ୍ତରୀ ଛାତ୍ରୀ । କୋ

କୋର୍ଟ ମ୍ୟାରେଜ୍ ପରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ସୁମିତଙ୍କ ଘରେ ଏକାଠି ରହିଥିଲେ। ତେବେ ଏହି ସମୟରେ ଶାଶୁ ଶ୍ୱଶୁର ଏବଂ ବୋହୁ ତମସ୍ୱିନୀଙ୍କ ମଧ୍ୟରେ ସମ୍ପର୍କ ଭଲ ପଡ଼େନାହିଁ। ବୈଦିକ ରୀତିନୀତିରେ ବାହାଘର ହୋଇନଥିବାରୁ ବୋହୁକୁ ସିନ୍ଦୁର ପିନ୍ଧିବା ପାଇଁ ମନା କରନ୍ତି ଶାଶୁ। ଆଉ ଠିକ ୬ ମାସ ପରେ ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଇଥିଲେ ସୁମିତ। ରୀତିନୀତି  ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମୟର ସହିତ ସବୁକିଛି ବଦଳିବାକୁ ଲାଗିଥିଲା। ସୁମିତ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା।

ତେବେ ସୁମିତଙ୍କ ପରିବାର ବିବାହ ପାଇଁ ଦିନ ଘୁଞ୍ଚାଉଥିବା କାରଣରୁ ମାମଲା କୋର୍ଟକୁ ଯାଇଥିଲା। କୋର୍ଟର ଭୟରେ ବିବାହ କରାଇ ଦେବାକୁ ପୁଣି ପୁଅର ବାପା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା ବେଳେ ଶେଷରେ ସୋମବାର ବିବାହ ପାଇଁ ଦିନ ଠିକ ହୋଇଥିଲା। କାର୍ଡ଼ ମଧ୍ୟ ବଂଟା  ସରିଥିଲା। ହେଲେ ବିବାହ ଉତ୍ସବ ପାଇଁ କୌଣସି ଆୟୋଜନ କରିନଥିଲେ ସୁମିତଙ୍କ ପରିବାର ।

ବଧୂ ବେଷରେ ତପସ୍ୱିନୀ ସୁମିତଙ୍କୁ ଅପେକ୍ଷା କରିଥିଲେ । ହେଲେ ବେଳ ଗଡିଥିଲା କିନ୍ତୁ ସୁମିତ ଆସିନଥିଲେ । ଶେଷରେ ବାଧ୍ୟ ହୋଇ ତପସ୍ୱିନୀ ସୁମିତଙ୍କ ଘରେ ପଂହଚିଥିଲେ । କିନ୍ତୁ ତାଙ୍କୁ ଘର ଭିତରକୁ ପଶିବାକୁ ସୁମିତଙ୍କ ପରିବାର ଅନୁମତି ଦେଇ ନଥିଲେ । ଶେଷରେ ପ୍ରତିବାଦ କରି ଶଙ୍ଖ ବଜାଇ ପୁଅ ଘର ସାମ୍ନାରେ ଧାରଣା ଦେଇଛନ୍ତି  ତପସ୍ୱିନୀ ଓରଫ ଡିମ୍ପଲ । ଲିଖିତ ଅଭିଯୋଗ ଓ କୋର୍ଟର ଆଦେଶ ଅନୁଯାୟୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିଲା ମରଣୋତ୍ତର ମହାବୀର ଚକ୍ର; ଚୀନ ସେନାଙ୍କୁ ଦେଇଥିଲେ ମୁହଁତୋଡ ଜବାବ

ନୂଆଦିଲ୍ଲୀ: ଶହୀଦ ବୀରଙ୍କୁ ମିଳିଲା ଦେଶର ଦ୍ବିତୀୟ ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ସମ୍ମାନ ମହାବୀର ଚକ୍ର । ଲଦାଖର ବରଫାଞ୍ଚଳ ଗଲଓ୍ବାନ ଘାଟିରେ ଚୀନ ସେନାଙ୍କୁ ମୁହଁତୋଡ ଜବାବ ଦେଇ ଶହିଦ୍ ହୋଇଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ଆଉ ଚାରି ଜଣ ଭାରତୀୟ ସୈନିକ ମଧ୍ୟ ଗଲଓ୍ବାନ ଘାଟିରେ ଶହିଦ ହୋଇଥିଲେ । ତେବେ ଏହି ଚାରି ଜଣ ସୈନିକଙ୍କୁ ମଧ୍ୟ ମିଳିଛି ଭୀର ଚକ୍ର ।

କର୍ଣ୍ଣେଲ ସନ୍ତୋଷ ବାବୁ ୧୬ ବିହାର ରିଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିଲେ । ଗଲଓ୍ବାନ ଘାଟିରେ ଚୀନ ସହ ହୋଇଥିବା ଉତ୍ତେଜନାରେ ଯେଉଁ ୨୦ ଜଣ ଭାରତୀୟ ସେନା ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ୨୦ ଜଣ ଭାରତୀୟ ସୈନିକ ୭ ଘଣ୍ଟା ଧରି ଚୀନ ସୈନିକଙ୍କ ସହ ଲଢ଼େଇ କରି ଶହିଦ୍ ହୋଇଥିଲେ । ତେବେ ଗଲଓ୍ବାନ ଘାଟିର ଏହି ଘଟଣା ପରେ ତୁରନ୍ତ ଲଦାଖ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ମୋଦି ଗଲଓ୍ବାନ ଘାଟିରେ ଶହିଦ ହୋଇଥିବା ବୀର ଯବାନଙ୍କ ବାହାଦୁରୀକୁ ପ୍ରଶଂସା କରିଥିଲେ ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରୋଣତ୍ତର ସମ୍ନାନରେ ସମ୍ମାନିତ କରିଥିଲେ । କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମାଆ ଓ ପତ୍ନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ମହାବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଗଲଓ୍ବାନ ଘାଟିରେ ଯେଉଁ ସୈନିକମାନେ ଶହିଦ ହୋଇଥିଲେ ସେମାନଙ୍କ ଗ୍ରୁପ୍ କମାଣ୍ଡର ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ ।

ରାୟଗଡ଼ାରେ BSKY କାର୍ଡ ବଣ୍ଟନ ଆରମ୍ଭ, ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯୋଡ଼ି ହେଲା ରାୟଗଡ଼ା । ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାମ ପାଇଁ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଶିଳ୍ପ କ୍ଷେତ୍ରରେ ରାୟଗଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ । ବଦଳିଛି ରାୟଗଡ଼ା, ଜନଜାତି ଭାଇଭଉଣୀଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆସିଛି ।

ରାୟଗଡ଼ା ମିଶନ ଶକ୍ତି ମାଆମାନେ ସାଜିଛନ୍ତି ପରିବର୍ତ୍ତନର ସାରଥି । ୪ ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ୍‌ର ମାଆମାନେ ରୋଜଗାରକ୍ଷମ ହୋଇଛନ୍ତି । ଜଳସେଚନର ବିକାଶ ପାଇଁ ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଶୀଘ୍ର ସରିବ । ଗୁଣପୁର ବ୍ଲକର ଏକ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ । ବିଏସକେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହୋଇଛି ରାୟଗଡ଼ା ।

 Smart BSKY Card Distribution Started In Rayagada

ଏଥିରେ ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଉପକୃତ ହେବେ । ସ୍ମାର୍ଟ କାର୍ଡରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ । ଦେଶର ୨ ଶହରୁ ଅଧିକ ବଡ଼ ହସ୍ପିଟାଲ୍‌ରେ ମିଳିବ ସ୍ୱାସ୍ଥ୍ୟସେବା । ପୁରୁଷଙ୍କୁ ୪ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ।