spot_img
Home Blog Page 4886

ରାୟଗଡ଼ାରେ BSKY କାର୍ଡ ବଣ୍ଟନ ଆରମ୍ଭ, ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯୋଡ଼ି ହେଲା ରାୟଗଡ଼ା । ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାମ ପାଇଁ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଶିଳ୍ପ କ୍ଷେତ୍ରରେ ରାୟଗଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ । ବଦଳିଛି ରାୟଗଡ଼ା, ଜନଜାତି ଭାଇଭଉଣୀଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆସିଛି ।

ରାୟଗଡ଼ା ମିଶନ ଶକ୍ତି ମାଆମାନେ ସାଜିଛନ୍ତି ପରିବର୍ତ୍ତନର ସାରଥି । ୪ ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ୍‌ର ମାଆମାନେ ରୋଜଗାରକ୍ଷମ ହୋଇଛନ୍ତି । ଜଳସେଚନର ବିକାଶ ପାଇଁ ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ଶୀଘ୍ର ସରିବ । ଗୁଣପୁର ବ୍ଲକର ଏକ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ । ବିଏସକେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହୋଇଛି ରାୟଗଡ଼ା ।

 Smart BSKY Card Distribution Started In Rayagada

ଏଥିରେ ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଉପକୃତ ହେବେ । ସ୍ମାର୍ଟ କାର୍ଡରେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ । ଦେଶର ୨ ଶହରୁ ଅଧିକ ବଡ଼ ହସ୍ପିଟାଲ୍‌ରେ ମିଳିବ ସ୍ୱାସ୍ଥ୍ୟସେବା । ପୁରୁଷଙ୍କୁ ୪ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ।

ଓଜନ କମ ସହ ଦୁଇଗୁଣା ରେଞ୍ଜ ଏବଂ ଶତ୍ରୁ ପାଇଁ ଅଧି ଘାତକ, ସେନା ପାଇଁ ଦେଶରେ ପ୍ରସ୍ତୁତ ହେବ ଏକେ-୨୦୩ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ: ଭାରତୀୟ ସେନା ଖୁବ୍ ଶୀଘ୍ର ସ୍ୱଦେଶୀ ଏକେ-୨୦୩ ଆସଲ୍ଟ ରାଇଫଲ୍ର ବ୍ୟବହାର କରିବ। ଏହି ପ୍ରସଙ୍ଗରେ ଭାରତ ଏବଂ ଋଷ ମଧ୍ୟରେ ହୋଇଥିବା ଚୁକ୍ତି ଚୂଡାନ୍ତ ହେବାକୁ ଯାଉଛି। କୁହାଯାଉଛି ଯେ ୫ ହଜାର କୋଟିର ଚୁକ୍ତି ଅନୁଯାୟୀ ଆସନ୍ତା ଦଶ ବର୍ଷ ପାଇଁ ଉତ୍ତରପ୍ରଦେଶର ଆମେଥୀରେ ୬.୦୧ ଲକ୍ଷ ଏକେ-୨୦୩S ଆସଲ୍ଟ ରାଇଫଲ ତିଆରି କରାଯିବ। ଏହାପୂର୍ବରୁ ଋଷରୁ ଭାରତକୁ ପ୍ରାୟ ୭୦ ହଜାରରୁ ୧ ଲକ୍ଷ ଆଟାକ୍ ରାଇଫଲ, ପାର୍ଟସ୍ ଏବଂ ଟେକ୍ନୋଲୋଜି ଆସିବ। କାରଖାନା ପ୍ରତିଷ୍ଠା ହେବାର ୩୨ ମାସରୁ ଭାରତୀୟ ସେନା ରାଇଫଲ ପାଇବା ଆରମ୍ଭ କରିବ।

 

ଭାରତ ଏବଂ ଋଷ ଏକତ୍ର ଏକେ-୨୦୩ ଆସଲଟ୍ ରାଇଫଲ୍‌କୁ ତିଆରି କରିବେ। ଏକେ ସିରିଜର ଏହା ହେଉଛି ସବୁଠାରୁ ଆଧୁନିକ ଏବଂ ସାଂଘାତିକ ରାଇଫଲ। ଏହି ରାଇଫଲକୁ ତିଆରି କରିବାକୁ ଯାଉଥିବା କମ୍ପାନୀର ନାମ ହେଉଛି ଇଣ୍ଡୋ-ଋଷ ରାଇଫଲସ ପ୍ରାଇଭେଟ ଲିମିଟେଡ୍ (IRRPL)। ଏହି ରାଇଫଲ ଅନେକ ଦଶନ୍ଧି ଧରି ଭାରତୀୟ ସେନା ଦ୍ୱାରା ବ୍ୟବହୃତ ଇନ୍‌ସାସ୍‌ ରାଇଫଲର ସ୍ଥାନ ଗ୍ରହଣ କରିବ। ଭାରତୀୟ ସେନାକୁ ୭.୦୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲର ଆବଶ୍ୟକତା ରହିଛି।

 

ଏହି ରାଇଫଲ ସମ୍ବନ୍ଧରେ ଭାରତ ଏବଂ ଋଷରେ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରୁଷରୁ ୭୦ ହଜାରରୁ ୧ ଲକ୍ଷ ରାଇଫଲ ଆମଦାନୀ ହେବ। ବାକି ୬.୦୫ ଲକ୍ଷ ରାଇଫଲ ଆମେଠିରେ ତିଆରି ହେବ। ଏହି ରାଇଫଲର ପ୍ରଥମ ପ୍ରୋଟୋଟାଇପ୍ ୨୦୦୭ ମସିହାରେ ଏକେ-୨୦୦ ନାମରେ ଆସିଥିଲା। ​​ଏହି ରାଇଫଲକୁ ଏକେ-୨୦୦ ସିରିଜରେ ରଖାଯାଇଛି।

 

୨୦୧୩ ରେ ରେଟନିକ ପ୍ରୋଗ୍ରାମ ଅଧୀନରେ, ଏକେ-୨୦୩ କୁ ଏକେ-୧୦୩-୩ ଭାବରେ ନାମିତ କରାଗଲା।  ତା’ପରେ ୨୦୧୯ରେ ଏକେ-୩୦୦ ଏବଂ ଏକେ-୧୦୦M ରାଇଫଲ ଆସିଲା, ଯାହା ସମାନ ସିରିଜର ଥିଲା।  କିନ୍ତୁ ୨୦୧୯ ମସିହାରେ ଏହାର ନାମ ଏକେ-୨୦୩ ରଖାଗଲା।

 

ଏକେ-୨୦୩ ଆସାଲେଟ୍ ରାଇଫଲ୍ ଇନ୍‌ସାସ୍‌ ରାଇଫଲ ଅପେକ୍ଷା ଛୋଟ, ହାଲୁକା ଏବଂ ସାଂଘାତିକ। ମାଗାଜିନ ଏବଂ ବାୟୋନେଟ ବିନା ଇନ୍‌ସାସ୍‌ ରାଇଫଲର ଓଜନ ୪.୧୫ କିଲୋଗ୍ରାମ। ଯେତେବେଳେ କି, ଏକେ-୨୦୩ ର ଓଜନ ୩.୮ କିଲୋଗ୍ରାମ। ଇନ୍‌ସାସ୍‌ ରାଇଫଲର ଦୈର୍ଘ୍ୟ ୯୬୦ ମିଲିମିଟର ଥିବାବେଳେ ଏକେ-୨୦୩ ମାତ୍ର ୭୦୫ ମିମି।  କମ୍ ଓଜନ ଏବଂ କମ୍ ଦୈର୍ଘ୍ୟ ସହିତ ବନ୍ଧୁକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସହଜରେ କ୍ୟାରି କରାଯାଇପାରେ। ଲମ୍ବା କମ୍‌ ହୋଇଥିବାରୁ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସହଜରେ ବ୍ୟବହାର କରିହୁଏ।

 

ଏକେ-୨୦୩ ରାଇଫଲରେ ୭.୬୨x୩୯mm ର ବୁଲେଟ୍ ଅଛି, ଯାହା ଏହାକୁ ଅଧିକ ମାରାତ୍ମକ କରିଥାଏ। ଯେତେବେଳେ କି ଇନ୍‌ସାସ୍‌ ୫.୫୬x୪୫mm ବୁଲେଟ୍ ବ୍ୟବହାର କରେ। ସେପଟେ ଇନ୍‌ସାସ୍‌ର ୪୦୦ ମିଟର ରେଞ୍ଜ ଥିବାବେଳେ ଏକେ-୨୦୩ ଆକ୍ରମଣ ରାଇଫଲର ରେଞ୍ଜ ୮ଶହ ମିଟର ରହିଛି। ଯାହାଦ୍ୱାରା ଏହି ରାଇଫଲକୁ ବ୍ୟବହାର କରି ଶତ୍ରୁକୁ ବହୁ ଦୂରରୁ ଆକ୍ରମଣ କରାଯାଇପାରିବ।

ଆସନ୍ତାକାଲି ପୁରୀ ଆସିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପରିକ୍ରମା ଯୋଜନାର କରିବେ ଶିଳାନ୍ୟାସ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ହୋଇଥିବା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ପୁରୀରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ । ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ସମ୍ପନ୍ନ ହେବ । ୧୦ଟା ୧୫ରୁ ସାଢ଼ା ୧୦ଟା ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ଦିଆଯିବ ।

CM Naveen Patnaik To Be Lay Stone Foundation For Puri Shri Mandir Parikrama Project Tomorrow

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିକ୍ରମା ଯୋଜନା ପାଇଁ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନିତ କରିବେ । ପରିକ୍ରମା ଯୋଜନାର ଏକ ମଡେଲ୍ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ ବୋଲି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ପୁରୀର ସବୁ ବିଧାୟକ ଓ ସାଂସଦ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୪୦ଜଣ ଇନସ୍ପେକ୍ଟର ଓ ୧୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି ।

CM Naveen Patnaik To Be Lay Stone Foundation For Puri Shri Mandir Parikrama Project Tomorrow

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସମ୍ମୁଖ ଭାଗ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ଚାଲିଛି ଯଜ୍ଞ । ତ୍ରି-ଦିନାତ୍ମକ ଯଜ୍ଞର ଆଜି ଦ୍ଵିତୀୟ ଦିବସ । ଆଜି ଦ୍ୱିତୀୟ ଦିନରେ ମନ୍ତ୍ର ଓ ବେଦପାଠରେ କମ୍ପୁଛି ଯଜ୍ଞ ସ୍ଥଳ । ସକାଳୁ ସକାଳୁ ବ୍ରାହ୍ମଣଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ସହ ଆଜି ଶିଳା ପୂଜନ କରାଯିବ । ଆସନ୍ତାକାଲି ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ । ଶ୍ରୀମନ୍ଦିର ସୁରକ୍ଷା କରିଡର ପରିକଳ୍ପନାର ପ୍ରଥମ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ।

୨୬/୧୧ ପରେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଅନୁମତି ମାଗିଥିଲା ବାୟୁ ସେନା କିନ୍ତୁ ମିଳିନଥିଲା ସବୁଜ ସଙ୍କେତ

ମୁମ୍ବାଇ: ୨୬ ନଭେମ୍ବର ୨୦୦୮ । ଭାରତ ପାଇଁ ଥିଲା ଏକ କଳା ଦିନ । ଏହି ଦିନ ଭାରତର ଅର୍ଥନୈତିକ ରାଜଧାନୀ ଉପରେ ହୋଇଥିଲା ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ୧୦ ଜଣ ଶସସ୍ତ୍ର ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକ ସମୟରେ କରିଥିଲେ ଆକ୍ରମଣ । କେହି କିଛି ବୁଝିବା ପୂର୍ବରୁ ମୁମ୍ବାଇରେ ଖେଳିଯାଇଥିଲା ଆତଙ୍କ ଲହରି । ତେବେ ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ବଡ଼ ଆତଙ୍କୀ ଆକ୍ରମଣକୁ ୧୩ ବର୍ଷ ପୂରିବାକୁ ଯାଉଥିବା ବେଳେ ଏହି ମାମଲା ଉପରେ ସେତେବେଳର କଂଗ୍ରେସ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ ।

ଏହି ମାମଲା ଉପରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ ଏକ ପୁସ୍ତକ ଲେଖି ତତ୍କାଳୀନ ମନମୋହନ ସିଂଙ୍କ ସରକାରଙ୍କ ଉପରେ ଆଲୋଚନା କରିଛନ୍ତି । ମନୀଷ ଏହି ପୁସ୍ତକରେ ଲେଖିଛନ୍ତି କି ମୁମ୍ବାଇ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବା ଦରକାର ଥିଲା । କିନ୍ତୁ କଂଗ୍ରେସ ସରକାର ଏମିତି କିଛି ବଡ଼ ପଦକ୍ଷେପ ଗ୍ରହଣ କରିନଥିଲା । ସେ ଏହି ପୁସ୍ତକରେ ଆହୁରି ଲେଖିଛନ୍ତି କି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ବଳତା ଦର୍ଶାଉଛି । ୨୬/୧୧ ଆକ୍ରମଣ ଏମିତି ଏକ ସୁଯୋଗ ଥିଲା ଯେତେବେଳେ କି ଭାରତ ପାକିସ୍ତାନ ବିପକ୍ଷରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରିଥାନ୍ତା । ଏଥିସହ ମନୀଷ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ସହ ତୁଳନା କରିଛନ୍ତି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ କି ମନୀଷ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଏହା ପୂର୍ବରୁ ପଞ୍ଜାବରେ ହୋଇଥିବା ରାଜନୈତିକ ଅସ୍ଥିରତା ସମୟରେ ସେ ପଞ୍ଜାବ କଂଗ୍ରେସ ଉପରେ ଆଙ୍ଗୁଳି ଉଠାଇଥିଲେ । ସେ କହିଥିଲେ କି ଯାହାକୁ ପଞ୍ଜାବର ଦାୟିତ୍ବ ଦିଆଯାଇଛି ସେ ପଞ୍ଜାବକୁ ଭଲ ଭାବରେ ବୁଝନ୍ତି ନାହିଁ । ଏହା ପୂର୍ବରୁ କହ୍ନୈଆ କୁମାର କଂଗ୍ରେସରେ ଯୋଗ ଦେବା ସମୟରେ ମଧ୍ୟ ସେ କଂଗ୍ରେସ ଉପରରେ ପ୍ରଶ୍ନ ଉଠାଇଥିଲେ ।

ତେବେ ମନୀଷ ତିଓ୍ବାରୀ ତାଙ୍କ ପୁସ୍ତକରେ ଲେଖିଥିବା କଥାକୁ ବିଜେପି ବି କଂଗ୍ରେସକୁ ଘେରିବା ଆରମ୍ଭ କରିଦେଇଛନ୍ତି । ବିଜେପି ପ୍ରବକ୍ତା ଶେହଜାଦ ପୁନଓ୍ବାଲା ଟୁଇଟି କରି କହିଛନ୍ତି କି ମନୀଷ ତିଓ୍ବାରି ୨୬/୧୧ ମୁମ୍ବାଇ ଆକ୍ରମଣରେ ୟୁପିଏ ସରକାରଙ୍କ ଦୁର୍ବଳତା କଥା ଠିକ୍ କହିଛନ୍ତି । ବିଜେପି ମୁଖପାତ୍ର ଆହୁରି ଲେଖିଛନ୍ତି କି ଏହି ଆକ୍ରମଣ ପରେ ଏୟାର ଚିଫ ମାର୍ଶଲ ପାକିସ୍ତାନ ଉପରେ ବାୟୁସେନା ପ୍ରତି ଆକ୍ରମଣ କରିବା ପାଇଁ ଚାହୁଁଛି ବୋଲି କହିଥିଲେ । କିନ୍ତୁ ୟୁପିଏ ସରକାର ଏହା କରିବାକୁ ଦେଇନଥିଲା । ସେ କହିଛନ୍ତି କି ୨୬/୧୧ ଆକ୍ରମଣ ପରେ କଂଗ୍ରେସ ହିନ୍ଦୁମାନଙ୍କୁ ଦାୟୀ କରିବା ଓ ପାକିସ୍ତାନଙ୍କୁ ବଞ୍ଚାଇବାରେ ବ୍ୟସ୍ତ ଥିଲେ । ହିନ୍ଦୁତ୍ବ, ଧାରା-୩୭୦ ଓ ସର୍ଜିକାଲ ଷ୍ଟ୍ରାଇକ ବାବଦରେ  ରାହୁଲ ଗାନ୍ଧୀ ଓ କଂଗ୍ରେସର ଭାଷା ପାକିସ୍ତାନର ଭାଷା ବୋଲି କହିଛନ୍ତି ଶେହଜାଦ ପୁନଓ୍ବାଲା ।

 

ଠିକା କର୍ମଚାରୀଙ୍କୁ ୩ ମାସ ମଧ୍ୟରେ ସ୍ଥାୟୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସ୍ଥାୟୀ ହେବେ କାର୍ଯ୍ୟରତ ଠିକା କର୍ମଚାରୀ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଚାରୋଟି ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ହେବେ । ୩ ମାସ ମଧ୍ୟରେ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଲୋକସେବା ଭବନ, ଗୋପବନ୍ଧୁ ଏକାଡେମୀ, ଲୋକାଲ ଫଣ୍ଡ ଅଡିଟ୍ ଓ ସବ ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ହେବେ ।

Odisha High Court Directs To Regularize Contractual Employee With In 3 Months

ନିକଟରେ ଠିକା କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଗ୍ରପ୍ ‘ସି’ ଓ ‘ଡି’ ଠିକା କର୍ମଚାରୀଙ୍କୁ ୫୦ ପ୍ରତିଶତ ଅଧିକ ଦରମା ମିଳିବ । ଠିକା କର୍ମଚାରୀ ପରିବର୍ତ୍ତେ ଇନିସିଆଲ୍ ଆପୋଏଣ୍ଟି କୁହାଯିବ । ପୂର୍ବ ନିୟମ ଅନୁସାରେ, ୬ ବର୍ଷ ଚାକିର ପରେ ସେମାନଙ୍କୁ ନିୟମିତ କରାଯିବ ।

ଗ୍ୟାସ ଦରବୃଦ୍ଧିକୁ ନେଇ ବଢ଼ୁଛି ବିରୋଧ, ସମ୍ବଲପୁର ଆରଡିସି ଜୋନରେ ବିଜେଡିର ପ୍ରତିବାଦ

ସମ୍ବଲପୁର: ଶୀଘ୍ର କମାଓ ରନ୍ଧନ ଗ୍ୟାସ ଦର । ଅତିଷ୍ଠ ହେଲେଣି ସାଧାରଣ ଲୋକ । ୩ ବର୍ଷରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ସିଲିଣ୍ଡର ଦର ବୃଦ୍ଧିକୁ ନେଇ ସାଧାରଣରେ ଜନ ଅସନ୍ତୋଷ ରହିଥିବା ବେଳେ ଲୋକଙ୍କ ସ୍ୱରକୁ ଶାଣିତ କରିଛି ବିଜେଡି । ଲୋକଙ୍କ ସାମୁହିକ ସ୍ୱାର୍ଥ୍ୱ ପାଇଁ ବିଜେଡି ପକ୍ଷରୁ ବିକ୍ଷୋଭ, ପ୍ରତିବାଦ କରାଯାଉଛି ।

BJD Stages Protest Against GAS Price Hike In Sambalpur RDC Zone

ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛି ବିଜେଡିର ମହିଳା, ଛାତ୍ର ଓ ଯୁବ ୱିଙ୍ଗ । ଆଜି ଦ୍ୱିତୀୟ ଦିନରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛି ବିଜୁ ଜନତା ଦଳ । ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାରେ ବ୍ଲକ୍ ଅଫିସ ଆଗରେ ମଧ୍ୟ ବିଜେଡି ଆନ୍ଦୋଳନ କରୁଛି ।

BJD Stages Protest Against GAS Price Hike In Sambalpur RDC Zone

ରାଉରକେଲା ସହରର ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରେ ରଘୁନାଥପାଲି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି ।  ଆସନ୍ତାକାଲି ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ । ଏହାସହ ଆଗକୁ ଦଳର ଛାମୁଆ ସଂଗଠନ ଗାଁ ଗାଁ ବୁଲି କେନ୍ଦ୍ରର ପ୍ରତାରଣା ନେଇ ଲୋକଙ୍କୁ ସଚେତନ କରିବ ।

ଆମାଜନ, ଫ୍ଲିପକାର୍ଟ ସମେତ କିଛି ଇ-କମର୍ସ କମ୍ପାନୀଙ୍କୁ ନୋଟିସ୍; କାରଣ କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: ବିଭିନ୍ନ ଇ-କର୍ମସ କମ୍ପାନୀ ଉପରେ ନୋଟିସ୍ ଜାରି କରିଛି ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟକ୍ସନ ଅଥରିଟୀ । ସ୍ଥିର ମାନଙ୍କ ପ୍ରେସର କୁକର ନ ବିକିବା ଅଭିଯୋଗରେ ଏହି ନୋଟିସ ଜାରି କରିଛି ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟକ୍ସନ ଅଥରିଟୀ । CCPA ଯେଉଁସବୁ କମ୍ପାନୀ ଉପରେ CCPA ନୋଟିସ୍ ଜାରି କରିଛି ସେ କମ୍ପାନୀ ସବୁ ହେଉଛି ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ, ସପକ୍ଲୁଜ୍ ଏବଂ ପେଟିଏମ ମଲ ସାମିଲ ଅଛି । ଏହି ସବୁ ଇ-କମର୍ସ କମ୍ପାନୀ କେନ୍ଦ୍ର ସରକାର ତରଫରୁ ଜାରି ହୋଇଥିବା କ୍ବାଲିଟି କଣ୍ଟ୍ରୋଲର ଆଦେଶକୁ ଉଲଂଘନ କରିଛନ୍ତି । CCPA  ୨୧ ଜାନୁଆରୀ ୨୦୨୦ରେ ଜାରି କରିଥିବା ଘରୋଇ ବ୍ୟବହାର ପ୍ରେସର କୁକର ଆଦେଶର ଉଲଂଘନ କରିବା ନେଇ ଏହି ସବୁ ଇ-କମର୍ସ କମ୍ପାନୀ ଉପରେ ପ୍ରେସର କୁକର ବିକ୍ରି ଉପରେ ରୋକ ଲଗାଯାଇଛି ।

CCPA ଆଦେଶ ଅନୁସାରେ ଘରୋଇ ପ୍ରେସର କୁକରର ଭାରତୀୟ ମାନଙ୍କ IS 2347:2017 ହେବା ଦରକାର ଏବଂ ଅଗଷ୍ଟ ୨୦୨୦ରୁ ଲାଗୁ ହୋଇଥିବା BIS ଲାଇସେନ୍ସ ଅଧୀନରେ ଷ୍ଟାଣ୍ଡର୍ଡ ମାର୍କ ରହିବା ଦରକାର । ଦେଶରେ ବିକ୍ରି ହୋଇଥିବା ନକଲି ସାମଗ୍ରୀ ଉପରେ ରୋକ ଲଗାଇବାକୁ ଚେଷ୍ଟା ଆରମ୍ଭ କରିଛି । ନକଲି ସମାଗ୍ରୀର ବିକ୍ରି ଉପରେ ରୋକ ଲଗାଇବା ଏବଂ କଞ୍ଜ୍ୟୁମର ରାଇଟର୍ସର ଉଲ୍ଲଂଘନର ଯାଞ୍ଚ କରିବା ପାଇଁ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ପାଇଁ ଏକ ଗାଇଡଲାଇନ ଜାରି କରିଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେମିତିକି ହେଲମେଟ, ପ୍ରେସର କୁକର ଏବଂ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ଏହି ଲିଷ୍ଟରେ ସାମିଲ ଅଛି ।

ସରକାରଙ୍କ ସୂଚନା ଅନୁସାରେ ଆମାଜନରେ ଦୁଇଟି, ଫ୍ଲିପକାର୍ଟରେ ୩ଟି, ସ୍ନାପଡିଲରେ ୨ଟି, ସପକ୍ଲୁଜରେ ୩ଟି ଏବଂ ପେଟିଏମ ମଲରେ ୩ଟି କମ୍ପାନୀ ପ୍ରେସର କୁକର ସ୍ଥିର ମାନଙ୍କରେ ବିକ୍ରି କରୁନଥିଲେ । ତେବେ ଅଥରିଟି ସମସ୍ତ ଇ-କମର୍ସ କମ୍ପାନୀଙ୍କୁ ନୋଟିସ୍ ଜାରି କରିବାର ସାତ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛି । ଯଦି ଏହି ମାମଲାରେ ଉ-କମର୍ସ କମ୍ପାନୀ କୌଣସି ଉତ୍ତର ନ ଦିଅନ୍ତି ତେବେ ଉପଭୋକ୍ତା ସଂରକ୍ଷଣ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବଢ଼ୁଛି କଂଗ୍ରେସ୍‌ ଏବଂ ଟିଏମ୍‌ସି ମଧ୍ୟରେ ବିବାଦ, ଦିଲ୍ଲୀ ଆସିଲେ ହେଲେ ସୋନିଆଙ୍କୁ ଭେଟିଲେନି ମମତା

ନୂଆଦିଲ୍ଲୀ: କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ଶୀତକାଳୀନ ଅଧିବେଶନ ପୂର୍ବରୁ ୧୮ଟି ବିରୋଧୀ ଦଳ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଛି। ସେପଟେ ସବୁଠାରୁ ବଡ଼ କଥା ହେଉଛିଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଗସ୍ତରେ ଦିଲ୍ଲୀ ଆସିଛନ୍ତି। ହେଲେ ଏହି ଗସ୍ତ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ କୌଣସି ଯୋଜନା କରି ନାହାଁନ୍ତି। ଯାହା ଏବେ ଦୁଇ ଜଣଙ୍କ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।

ଅଗଷ୍ଟ ୨୦ ପରେ ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା, ଯାହାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟି, ବର୍ତ୍ତମାନ ବିରୋଧୀ ଦଳର କେବଳ ସଂସଦୀୟ ନେତାମାନେ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି କରିବେ। ଗତ ବୈଠକରେ ମୁଖ୍ୟ ସଂଗଠକ ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ସଂସଦ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆମେ ବର୍ତ୍ତମାନ ନିଷ୍ପତ୍ତି ନେଇଛୁ। ୨୦୨୪ ନିର୍ବାଚନ ସହ ଜଡିତ ବଡ ପ୍ରସଙ୍ଗରେ ପରବର୍ତ୍ତୀ ପର୍ଯ୍ୟାୟରେ ବିରୋଧୀ ଦଳର ବୈଠକ ଡକାଯିବ ବୋଲି ସେ କହିଛନ୍ତି।

ସୋମବାର ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ଜଣେ ପ୍ରମୁଖ ସହାୟକ କହିଛନ୍ତି ଯେ ଟିଏମସି ମୁଖ୍ୟ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ସହ ଦେଖାହେବା ପାଇଁ ସମୟ ମାଗିନାହଁନ୍ତି। ଉଭୟ ନେତାଙ୍କ ସାକ୍ଷାତ ପାଇଁ ଆମେ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କାର୍ଯ୍ୟାଳୟରୁ କୌଣସି ନିମନ୍ତ୍ରଣ ପାଇନାହୁଁ ବୋଲି କହିଛନ୍ତି। ଦିଲ୍ଲୀର ତିନି ଦିନିଆ ଗସ୍ତ ସମୟରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେତେକ ରାଜନୈତିକ ନେତାଙ୍କୁ ଭେଟିବେ।

ଆଉ ୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପଜିଟିଭ୍ ସଂଖ୍ୟା ୨୯କୁ ବୃଦ୍ଧି

ସମ୍ବଲପୁର: ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ସଂକ୍ରମଣ ମାମଲା । ସୋମବାର ପ୍ରଥମ ବର୍ଷର ୨୨ ଜଣ ଏମବିବିଏସ୍ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଆଉ ୭ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଏଥିସହ ଭୀମାସରରେ କୋଭିଡ୍ ସଂକ୍ରମିତ ଡାକ୍ତର ଛାତ୍ରଛାତ୍ରୀଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି ।

Offline Exams Cancelled In Burla VIMSAR After 29 MBBS Students Tested Corona Positive

ଏଥିସହ ପଢ଼ନ୍ତୁ: ବୁର୍ଲା ଭୀମସାରରେ ୨୨ ଛାତ୍ରୀ କରୋନା ପଜିଟିଭ୍

ଏକାଧିକ ଡାକ୍ତରୀ ଛାତ୍ରଛାତ୍ରୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ୍ ପରୀକ୍ଷା ବାତିଲ୍ କରି ଦିଆଯାଇଛି । ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ୍ ମାଧ୍ୟମରେ ହେବା ନେଇ ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ।

ବିଧାନସଭା ଅଧିବେଶନ ପୂର୍ବରୁ ୨୯ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ବସିବ । ଡିସେମ୍ବ ୧ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ଡିସେମ୍ବର ୩୧ ତାରିଖ ଯାଏଁ ଶୀତ ଅଧିବେଶନ ଚାଲିବ । ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ରହିଛି ।

Ahead Of Assembly Winter Session Speaker Called All Party Meeting

ଏଥର ବି କରୋନା କଟକଣା ଭିତରେ ଅଧିବେଶନ ହେବ । ଶୀତ ଅଧିବେଶନ ପୂର୍ବରୁ ୩ ଦିନ ଧରି ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଇଁ ପ୍ରବେଶ ଅନୁମତି ମିଳିବ ।

Ahead Of Assembly Winter Session Speaker Called All Party Meeting

ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ ହଲ୍ଲା କରି ପାରିବେନି । ଶିମିଳାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ସର୍ବଦଳୀୟ ବୈଠକରେ ସବୁ ଦଳକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ।