spot_img
Home Blog Page 4890

ବିଜେପି ସାଧାରଣ ଲୋକଙ୍କ ସହ ନୁହେଁ ଧନାଢ଼୍ୟଙ୍କ ସହ ଅଛି: ଲେନିନ୍

ଭୁବନେଶ୍ୱର: ଭାରତୀୟ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଆଉ ୮ମାସ ରାସନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ପ୍ରସଂଗରେ ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ମହାନ୍ତି । ସମ୍ପ୍ରତି କରୋନାର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଏବେ ବି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଆଉ ୮ ମାସ ରାସନ ସାମଗ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଯୋଗାଇଦେବାକୁ  ଚିଠି ଲେଖିଥିଲେ । ଯାହାକୁ ଓଡ଼ିଶା ବିଜେପି ସମର୍ଥନ କରିବା ବଦଳରେ ସାମ୍ୱାଦିକ ସମ୍ମିଳନୀ କରି ବିରୋଧ କରୁଛି ।

କେନ୍ଦ୍ରର ଭୁଲ ନୀତି ଯୋଗୁଁ ଲୋକେ ସମସ୍ୟା ଭୋଗୁଛନ୍ତି । ତୈଳ ଓ ଗ୍ୟାସ ଦର ୨ଗୁଣା ହୋଇଛି, ଏହାକୁ ବିଜେପିର ଅଣଦେଖା କରୁଛି । ଗରିବ ଓ ଜରୁରୀ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ରାସନ ଯୋଗାଣ ଜାରି ରଖିବାକୁ ଅନୁରୋଧ କରିଥିବା ବେଳେ ଏହାକୁ ତାତ୍ସଲ୍ୟ କରିଛି ଓଡ଼ିଶା ବିଜେପି । ଏଥରୁ ସ୍ପଷ୍ଟ ହେଉଛି ଯେ,  ବିଜେପି ସାଧାରଣ ଲୋକଙ୍କ ସହ ନାହିଁ, ଧନାଢ଼୍ୟଙ୍କ ପାଇଁ ଅଛି । ବ୍ୟବସାୟୀ ଓ ବିତ୍ତଶାଳୀଙ୍କ ହିତ ପାଇଁ ବିଜେପି ଚିନ୍ତା କରୁଛି ।

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡ଼ିଶାର ଚାଷୀଙ୍କ ଠାରୁ ଚାଉଲ କିଣା ଯାଉନଥିବା ବେଳେ ଓଡ଼ିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ । ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି । ଓଡ଼ିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତତା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡ଼ିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ନିଜକୁ ନିଜେ ପରିହାସ କରୁଛନ୍ତି ବିଜେପି ନେତା, ପ୍ରେସମିଟରେ ବର୍ଷିଲା ବିଜେଡ଼ି

ସାଉଥ୍ ସୁପରଷ୍ଟାର୍ କମଲ ହାସନଙ୍କୁ କରୋନା

ନୂଆାଦିଲ୍ଲୀ: ସାଉଥ୍ ସୁପରଷ୍ଟାର ତଥା ରାଜନେତା ପଦ୍ମଶ୍ରୀ କମଲ ହାସନଙ୍କୁ କରୋନା ।  ୟୁଏସ୍ ଟୁରରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେ ଏବେ ଆଇସୋଲେସନରେ ଅଛନ୍ତି । ନିଜେ କମଲ ହାସନ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘ୟୁଏସ୍ ଟୁରରୁ ଫେରିବା ପରେ ସାମାନ୍ୟ କାଶ ହୋଇଥିଲା । ଟେଷ୍ଟ କରିବା ପରେ ମୋତେ କରୋନା ହୋଇଥିବା ଜଣାପଡ଼ିଥିଲା । ମୁଁ ଏବେ ଆଇସୋଲେସନରେ ଅଛି । ଏବେ ବୁଝୁଛି ପାଣ୍ଡେମିକ ସ୍ଥିତି ଏବେ ବି ରହିଛି । ଆଶା କରୁଛି ସମସ୍ତେ ସୁରକ୍ଷିତ ରୁହନ୍ତୁ ।’

ଟ୍ବିଟ୍ ପରେ କମଲ ହାସନ ଶୀଘ୍ର କରୋନା ମୁକ୍ତ ହେବା ନେଇ ପ୍ରଶଂସକ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଛନ୍ତି । କିଛି ୟୁଜର୍ସ ଏବେ ବିଗ ବୋଷ କିଏ ହୋଷ୍ଟ କରିବ ବୋଲି ପ୍ରଶ୍ନ କରିଛନ୍ତି । କେବଳ ତାମିଲ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, କମଲ ହାସନ ପୂରା ଦେଶରେ ନିଜ ଅଭିନୟ ପାଇଁ କୋଟି କୋଟି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ତାମିଲ ସିନେମା ବ୍ୟତୀତ ହିନ୍ଦି, ତେଲଗୁ, ମାଲାୟଲମ, କନ୍ନଡ, ବେଙ୍ଗଲୀ ଫିଲ୍ମରେ ବି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ଓଡ଼ିଶାରେ ନାହାଁନ୍ତି ନବୀନଙ୍କ ସମତୁଲ ନେତା, ମାନିଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରଶଂସା  । ବିରୋଧୀ ଦଳରେ ନାହିଁ ନବୀନ ପଟ୍ଟନାୟକଙ୍କ ସମତୂଲ ନେତା । ନବୀନଙ୍କ ଭାବମୂର୍ତ୍ତୀ ହିଁ ବିଜେଡି ବିଜୟର କାରଣ । ୨୦୦୦ ମସିହାରୁ କ୍ରମାଗତ ଭାବେ ବିଜେଡିର ବିଜୟ ଧାରା ଏବଂ ଉପନିର୍ବାଚନଗୁଡିକରେ ବିଜୟ ହିଁ ଏହାର ମୂଳ କାରଣ  ବୋଲି କହିଛନ୍ତି ଖୋଦ ବିରୋଧି ନେତା ।

ଖାରବେଳ ସ୍ୱାଇଁ ବିଜେପିର ଜଣେ ବରିଷ୍ଠ ନେତା  । ପୂର୍ବରୁ ଅନେକ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଖାରବେଳ  । ପିପିଲି ଉପ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ଅନୁପସ୍ଥିତ ରହି ମଧ୍ୟ ବିପୁଳ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ଜିତିଥନ୍ତି  । ଯାହା କେବଳ ନବୀନଙ୍କ ଭାବ ମୂର୍ତ୍ତି ପାଇଁ ସମ୍ଭବ ଏକଥା ମାନିଛନ୍ତି ଖୋଦ ବିଜେପିର ବରିଷ୍ଠ ।

ସେହିପରି ଖାରବେଳ ଏକଥା ମଧ୍ୟ କହିଛନ୍ତି କି, ବିରୋଧୀ ଦଳରେ ନବୀନଙ୍କ ଭାବମୂର୍ତ୍ତୀକୁ ଟକ୍କର ଦେବା ଭଳି ନେତା ନାହାଁନ୍ତି  । ତେବେ ପୂର୍ବରୁ ଅନେକ ବାର ମୁଖ୍ୟମନ୍ତ୍ରୀଙ୍କୁ ସାଣିତ ସମାଲୋଚନା କରୁଥିବା ନେତା ଖାରବେଳ ସ୍ୱାଇଁ ମଧ୍ୟ ଗ୍ରହଣ କରିଛନ୍ତି ଯେ, ନବୀନଙ୍କ ସମତୁଲ ନାହାଁନ୍ତି  ।

କୁକୁର ବିକୁଛି ୨୩୦ କୋଟି ଟଙ୍କାର ଘର

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କୁକୁର ଗୁନ୍ଥର-୬କୁ ତ ଜାଣିଥିବେ । ୪୩୦ କୋଟି ଟଙ୍କାର ମାଲିକ ଗୁନ୍ଥରର ଦିନ ରାଜା ପରି କଟିଥାଏ । ପ୍ରତିଦିନ ତା’ ଦେଖାଶୁଣା ପାଇଁ ନିଯୁକ୍ତି ପାଇଛନ୍ତି ଏକାଧିକ କର୍ମଚାରୀ । ଯେଉଁମାନେ ଛାଇ ପରି ଗୁନ୍ଥର ଆଖପାଖରେ ରହିଥାନ୍ତି । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଗୁନ୍ଥର-୬ । ନିଜ ୨୩୦ କୋଟି ଟଙ୍କାର ମିୟାମି ହାଓ୍ବେଲି ବିକ୍ରି କରିବାକୁ ଯାଉଛି ଗୁନ୍ଥର-୬ ।

ଆମେରିକାର ଫ୍ଲୋରିଡା ସ୍ଥିତ ଏହି ହାଓ୍ବେଲିରେ ୯ଟି ଓ୍ବାଟରଫ୍ରଣ୍ଟ ବେଡରୁମ୍ ଓ ୮ଟି ବାଥରୁମ୍ ରହିଛି । ହାଓ୍ବେଲି ବାହାରେ ଏକ ସୁନ୍ଦର ଓ ଅତ୍ୟାଧୁନିକ ସୁଇମ୍ ପୁଲ୍ ମଧ୍ୟ ରହିଛି । ମିୟାମି ଭିଲାର ଲିଭିଙ୍ଗ ରୁମ୍ ଚେମିନି ଉପରେ ଗନ୍ଥର-୬ର ଏକ ଫଟୋଚିତ୍ର ରହିଛି । ଏଥିରେ ସୁନାର ପ୍ରଲେପ ଦିଆଯାଇଛି ।

ମିୟାମି ଭିଲାରୁ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଦେବ । ହାଓ୍ବେଲି ଚାରିପାଖ ବିଭିନ୍ନ ପ୍ରକାରର ଗଛରେ ପୂର୍ଣ୍ଣ ହୋଇ ରହିଛି । ହାଓ୍ବେଲିରୁ ପୂରା ସହରକୁ ଦେଖି ହେବ ।

ଗନ୍ଥର-୬ ଜର୍ମାନୀ ଶେଫର୍ଡ ପ୍ରଜାତୀର କୁକୁର । ଗନ୍ଥର-୬କୁ ଏତେ ପରିମାଣର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ପ୍ରଥମେ ଗନ୍ଥର-୬ଙ୍କ ପୂର୍ବଜ ଗନ୍ଥର-୩କୁ ଏହି ୪୩୦ କୋଟି ଟଙ୍କାର ସମ୍ପତ୍ତି ଦିବଂଗତ ମାଲିକାନି କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନଙ୍କ ପାଖରୁ ୧୯୯୨ ମସିହାରେ ମିଳିଥିଲା । ମୃତ୍ୟୁ ପୂର୍ବରୁ କାଉଣ୍ଟେସ୍ ଗନ୍ଥର-୩ଙ୍କ ନାଁରେ ଏହି ସମ୍ପତ୍ତି କରିଥିଲେ ।  ୧୯୯୨ରେ ତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ଗନ୍ଥର-୩ ଏହାର ମାଇକ ହୋଇଥିଲେ ଓ ପିଢୀ ପରେ ପିଢୀ ଏହାର ମାଲିକାନା ଏବେ ଗନ୍ଥର-୬ଙ୍କ ପାଖରେ ରହିଛି ।

ସୂଚନାଯୋଗ୍ୟ, କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନ ନାଁରେ କୌଣସି ମହିଳା ନଥିଲେ ବୋଲି ୧୯୯୫ ମସିହାରେ ଇଟାଲିୟନ ପ୍ରେସରେ ଖବର ପ୍ରକାଶ ପାଇଥିଲା । ଯାହାକୁ ହାଓ୍ବେଲିର ଜଣେ ପୁରୁଣା ମାଲିକ ଖଣ୍ଡନ କରିବା ସହ କାଉଣ୍ଟେସ୍ ହିଁ ନିଜ ପାଳିତ କୁକୁର ନାଁରେ ଏହି ସମ୍ପତ୍ତି କରିଥିବା କହିଥିଲେ ।

ପୁରୀରେ ମାନସ ମଙ୍ଗରାଜ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କଲେ ପରିଦର୍ଶନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମାନସ ମଙ୍ଗରାଜ । ଆସନ୍ତା ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ଆଜିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାବିଧି ଆରମ୍ଭ ହୋଇଛି । ସକାଳୁ ଶ୍ରୀମନ୍ଦିର ସେବାୟତଙ୍କ ଦ୍ୱାରା ଯଜ୍ଞ ଓ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟମାନ ଆରମ୍ଭ ହୋଇଛି  । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ କରାଯିବ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ମଣ୍ଡପରେ ଚାଲିଛି ପୂଜା କାର୍ଯ୍ୟକ୍ରମ ।

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡ଼ିର ଅଡ଼ିଟ କରିବ CAG

ଭୁବନେଶ୍ୱର: ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି ।

ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିସ କରିବ ସିଏଜି ।

ପ୍ରଧାନ ମହାଲେଖାକାର ନୂତନ କାର୍ଯ୍ୟାଳୟର ଲୋକାର୍ପଣ ଅବସରରେ ଏହା କହିଛନ୍ତି ଭାରତର ଲେଖା ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ । ଦେଶର ପ୍ରଥମ ଅଡିଟ ପକ୍ଷ ପାଳନ ଅବସରରେ ଏହି ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ସିଏଜି କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ମନିଶ କୁମାର, ଭୁବନେଶ୍ୱର ରେଳଓ୍ୱେ ଅଡିଟର ପ୍ରମୁଖ ନିର୍ଦ୍ଦେଶକ ଅନନ୍ତ କିଶୋର ବେହେରା ଓ ସିପିଡବ୍ଳ୍ୟୁଡିର ଅତିରିକ୍ତ ମହାନିର୍ଦ୍ଦେଶକ ଟି.ଏସ୍. ବିବେକାନନ୍ଦ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଓଡ଼ିଶା ଏଜିର କାର୍ଯ୍ୟକାଳପକୁ ଉଚ୍ଚ ପ୍ରଶଂସା କରିଥିଲେ ।  ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ ୪୦ ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ ।

ଲକ୍ଷ୍ନୌ ମହାପଞ୍ଚାୟତରେ ଗର୍ଜିଲେ ଚାଷୀ, MSP ଗ୍ୟାରେଣ୍ଟି ପାଇଁ ନୂଆ ଆଇନ ଆଣ

ନୂଆଦିଲ୍ଲୀ: ବିବାଦୀୟ ୩କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ବି ଚାଷୀ ଅଟଳ । ଖାଲି ଆଇନ ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଚାଷୀ ମହାପଞ୍ଚାୟତରେ ଚାଷୀ ନେତା ରାକେଶ ଟିକୟତ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ।

ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ୬ଦଫା ଦାବିପତ୍ର ପୂରଣ ନହେବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନି ବୋଲି ଟିକାୟତ କହିଛନ୍ତି । କେନ୍ଦ୍ର ସରକାର MSPକୁ ନେଇ ବାରମ୍ବାର ମିଛ କହୁଛନ୍ତି । ମିଛର କୌଣସି ସମଧାନ ନାହିଁ, ଏଣୁ ସରକାର ଖୁବ ଶୀଘ୍ର MSPକୁ ଆଇନରେ ପରିଣତ କରନ୍ତୁ । ଏଥି ସହ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ମୃତ୍ୟୁ ହୋଇଛି ସେ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଚାଷୀ ଦାବି କରିଛନ୍ତି । ଏଭଳି ୬ଟି ଦାବି ରଖିଛନ୍ତି ଚାଷୀ ସଙ୍ଗଠନ । ଯେ ପର୍ଯ୍ୟନ୍ତ ସରକାର ମାନି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ସଫା ସଫା ଶୁଣାଇ ଦେଇଛନ୍ତି ।..

ପୁରୀ ଆସିଛନ୍ତି RBI ଗଭର୍ଣ୍ଣର, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ RBI ଗଭର୍ଣ୍ଣର ଶକ୍ତି କାନ୍ତ ଦାଶ । ଆଜି ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ । ପତ୍ନୀଙ୍କ ସହ ସିଂହଦ୍ୱାରରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ଶୁଭ୍ରାଂଶୁ ପାଢ଼ୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାଶ ମହାପାତ୍ର ସ୍ୱାଗତ କରିଥିଲେ ।

ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ  । ପରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଐତିହ୍ୟ କରିଡର ସମ୍ପର୍କରେ ପଚାରି ବୁଝିଥିଲେ  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  ।

ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ । ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ବଢିଥିବାବେଳେ ଆଜି ଦିଲ୍ଲୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାର ସମୀକ୍ଷା କରାଯାଇଛି । ଆସନ୍ତା ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ବୃଦ୍ଧି କରାଯାଇଛି । ସେପଟେ ଦିଲ୍ଲୀରେ ଏକ୍ୟୁଆଇ ୩୪୯ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ପବନର ଗତି ଅତି ଧୀର ରହିଥିବାରୁ ପ୍ରଦୂଷଣ ହ୍ରାସ ପାଇବାର ନାଁ ନେଉନାହିଁ । ଆସନ୍ତା ଦୁଇ ଦିନ ଯାଏଁ ପ୍ରଦୂଷଣର ମାତ୍ରା ଥମିବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପ୍ରଦୂଷଣ ବିଭାଗ । ଆସନ୍ତା ୨୪ ତାରିଖରୁ ଶୀତ ବଢିବା ସହ ତାପମାତ୍ରା ହ୍ରାସ ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହି କାରଣରୁ ଦିଲ୍ଲୀରେ ପ୍ରଦୂଷଣ ଥମିବାର ସମ୍ଭାବନା ନଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ଅଞ୍ଚଳରେ ନଡା ପୋଡିବା ଜାରି ରହିଥିବାରୁ, ଏହାର ପ୍ରଭାବରେ ଦିଲ୍ଲୀବାସୀ ଆକ୍ତାମାକ୍ତା ଅବସ୍ଥାରେ କାଳ କାଟୁଛନ୍ତି । ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ସର୍ବାଧିକ ଖରାପ ସ୍ଥିତିରେ ରହିଛି । ଏଠାରେ ଏକ୍ୟୁଆଇ ରହିଛି ୩୯୪ । ସେହିପରି ଆକେ ପୁରମରେ ଏକ୍ୟୁଆଇ ରହିଛି ୩୫୯ ।

ସେପଟେ ଯମୁନା ନଦୀରେ ପୁଣି ବଢିଲା ପ୍ରଦୂଷଣ । ନଦୀରେ ପ୍ରଚୁର ଫେଣ ଭାସୁଥିବା ଦେଖାଦେଇଛି । ଗତ କିଛି ଦିନ ତଳେ ନଦୀରେ ଫେଣ ଭାସୁଥିବା ଯୋଗୁ ପ୍ରଦୂଷଣ ବଢିବା ଆଶଙ୍କା କରାଯାଉଥିଲା । ଏବେ ପୁଣି ଥରେ ପ୍ରଚୁର ଫେଣ ଭାସୁଥିବାରୁ ଚିନ୍ତା ପ୍ରକାଶ ପାଇଛି । ଗତ ୮ ତାରିଖରୁ ନଦୀରେ ଧାରାବାହିକ ଭାବେ ଫେଣ ଭାସିବା ପରିଲକ୍ଷିତ ହୋଇଆସୁଛି । ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ କ୍ଷେତ୍ରରୁ ବାହାରୁଥିବା ବିଷାକ୍ତ ଜଳ ପ୍ରଭାବରୁ ଏହି ଫେଣ ସୃଷ୍ଟି ହୋଇଥିବା ବିଶେଷଜ୍ଞ କହିଛନ୍ତି । ୱାଜିରାବାଦ ଓ ଓଖଲା ମଧ୍ୟସ୍ଥ ୨୨ କିଲୋମିଟର ନଦୀରେ ଏହି ଫେଣ ବହୁଳ ଭାବେ ପରିଲକ୍ଷିତ ହୋଇଛି ।

ଉପାନ୍ତ ନୁହେଁ ବିକଶିତ କନ୍ଧମାଳ, ନିର୍ମାଣ ହେବ ମେଡ଼ିକାଲ କଲେଜ

କନ୍ଧମାଳ: କନ୍ଧମାଳରେ ହେବ ମେଡ଼ିକାଲ କଲେଜ । 5ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗୋଟେପଟେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କାର୍ଯ୍ୟକ୍ରମ ଜାରି ରହିଛି ଅନ୍ୟପଟେ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ତେବେ ଉପାନ୍ତ ଅଞ୍ଚଳ କୁହାଯାଉଥିବା କନ୍ଧମାଳ ଆଗାମୀ ଦିନରେ ବିକଶିତ କନ୍ଧମାଳ ହେବାର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ । କନ୍ଧମାଳ ହଳଦୀ ବିଶ୍ବରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଥିବା କହିଛନ୍ତି  । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କନ୍ଧମାଳରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି।

ସେହିପରି କନ୍ଧମାଳରେ ବିଜୁ ସେତୁ ଯୋଜନାରେ 120କୋଟି ଟଙ୍କା ବିନିଯୋଗରେ 69ଟି ଗ୍ରାମପଞ୍ଚାୟତରେ ଯୋଗାଯୋଗରେ ଉନ୍ନତି କରାଯାଇଛି । ଏହାଦ୍ବାରା 2ଲକ୍ଷ ଲୋକ ଏହାଦ୍ବାରା ଉପକାର ପାଇଛନ୍ତି । ବାଲିଗୁଡ଼ାରେ 220/33 କେଭି ଗ୍ରୀଡ୍ ସବଷ୍ଟେସନ୍ କାମ ଶୀଘ୍ର ସରିବ । ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟାଗୁଡା, ଦାରିଙ୍ଗବାଡ଼ି, ବାଲିଗୁଡାର 34 ହଜାର ପରିବାର ଉପକାର ପାଇବେ ।  ସ୍ମାର୍ଟ କାର୍ଡ ଦ୍ୱାରା ଦେଶର 2ଶହରୁ ଅଧିକ ବଡ଼ ବଡ ହସପିଟାଲରେ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ  ।