ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା

ଭୁବେନଶ୍ବର: ଆଜିଠୁ ଭ୍ୟାକ୍ସିନ ନେବେ କିଶୋର । ୧୫ରୁ ୧୮ ବର୍ଷ କିଶୋରଙ୍କ ଲାଗି ଆରମ୍ଭ ହେବ ଟିକାକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ଟିକାକରଣ କରାଯିବ । ସକାଳ ୮ରୁ ଗୋଟାଏ ପର୍ଯ୍ୟନ୍ତ ଭ୍ୟାକ୍ସିନ ଦିଆଯିବ । କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯିବ । ଏଥିପାଇଁ ଉଭୟ ଅନଲାଇନ୍ ଓ ଅନସାଇଟରେ ପଞ୍ଜିକରଣ କରାଯାଉଛି ।

ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ କିଶୋର ଟିକା ନେବାକୁ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦେବାକୁ ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ କିଛି ଟିକାକେନ୍ଦ୍ର ସ୍ବତନ୍ତ୍ର ଭାବେ କିଶୋରଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆବଶ୍ୟକ ପଡ଼ିଲେ କିଛି ସ୍କୁଲ୍ ଓ କଲେଜରେ ମଧ୍ୟ ଭ୍ୟାକ୍ସିନେସନ୍ କେନ୍ଦ୍ର ଖୋଲାଯିବ । ମାସକ ଭିତରେ ସମସ୍ତଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପିଲାଙ୍କ ଟିକାକରଣ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପକ୍ଷରୁ ମିଳିତ ବୈଠକ କରାଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କର ପରୀକ୍ଷା ଥିବାରୁ ପ୍ରଥମେ ନବନ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ । ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ବିଦ୍ୟାଳୟରେ ଟିକାଦାନ ପାଇଁ ଆବଶ୍ୟକ ସ୍ଥାନ ଯୋଗାଇ ଦିଆଯିବ । ପ୍ରଥମ ଡୋଜ୍ ନେବାର ୧୮ରୁ ୪୦ ଦିନ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ ।

Leave a Reply