spot_img
Home Blog Page 4898

ଆହୁରି ଶକ୍ତିଶାଳୀ ହେବ ନୌସେନା: ଆସନ୍ତାକାଲି ସାମିଲ ହେବ ନୂଆ ରକ୍ଷକ ଆଇଏନ୍‌ଏସ୍ ବିଶାଖାପାଟନମ୍

0

ମୁମ୍ୱାଇ: ସମୁଦ୍ରକୁ ଓହ୍ଲାଇବ ଦେଶର ନୂଆ ରକ୍ଷକ । ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢ଼ିବ ଭାରତର ଶକ୍ତି । କାଲି ନୌସେନାରେ ସାମିଲ ହେବ ଆଇଏନଏସ୍ ବିଶାଖାପଟନମ । ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟନମକୁ କାଲି ନୌସେନାରେ ସାମିଲ କରାଇବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଧ୍ବଂସୀ ହତିଆର, ମିସାଇଲ୍ ଲେସରେ ନିର୍ମାଣ ହୋଇଛି ଆଇଏନଏସ୍ ବିଶାଖାପଟନମ ।

ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ଏଥିସହ ୭୬ ଏମଏମ ସୁପରର ଗନ୍ ମଧ୍ୟ ରହିଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଏହାର ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ହେଉଛି ୧୭ ମିଟର । ଘଣ୍ଟାକୁ ୫୫.୫୬ କିଲୋମିଟର ବେଗରେ ଦୌଡିବ ଆଇଏନଏସ୍ ବିଶାଖାପଟନମ । ଭାରତ ଓ ଇସ୍ରାଏଲ ଏକ ହୋଇ ଏହାକୁ ନିର୍ମାଣ କରିଥିବାବେଳେ ଭାରତର ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳ ଏଥିରେ ସ୍ଥାନ ପାଇଛି । ନୌସେନାରେ ଆଇଏନଏସ୍ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ ।

ଏଥିସହିତ ପଢ଼ନ୍ତୁ: କେଉଁ ରାସ୍ତାରେ କେତେ ବେଗରେ ଚଳାଇବେ ଗାଡ଼ି ?

ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ: ୨୦ ଜଣଙ୍କ ପ୍ରାଣହାନୀ, ବହୁ ସଂଖ୍ୟାରେ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପ୍ରଳୟ ରଚୁଛି ବନ୍ୟା । କ୍ରମାଗତ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି । ବନ୍ୟାରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି । ତିରୁପତିରେ ସ୍ଥିତି ଜଟିଳ ହୋଇଛି । ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରେ ଫସିଛନ୍ତି । ତିରୁମାଲା ପର୍ବତକୁ ଯାଇଥିବା ଘାଟି ରାସ୍ତା ଓ ବିଭିନ୍ନ ପଥକୁ ବନ୍ଦ କରିଦିଆଯାଇଛି । ତିରୁପତି ଅନ୍ତର୍ଗତ ସ୍ବର୍ଣ୍ଣମୁଖୀ ନଦୀରେ ପ୍ରବଳ ବନ୍ୟା ଆସିବା ଯୋଗୁ ହଜାର ହଜାର ଲୋକ ଜଳବନ୍ଦୀ ରହିଛନ୍ତି ।

ଅନେକ ଜଳଭଣ୍ଡାର ବନ୍ୟାଜଳରେ ଉଛୁଳୁଛି । ରାଜ୍ୟ ପରିବହନ ବିଭାଗର ୧୨ଟି ବସ୍ ବିଭିନ୍ନ ସ୍ଥାନରେ ଫସିଛି । ଅନନ୍ତପୁର ଜିଲ୍ଲାର କାଦିରି ସହରରେ ଘର ଭୁଶୁଡ଼ି ୩ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ତାକମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି ।

ଲଗାଣ ବର୍ଷା ଯୋଗୁ ଚେୟେରୁ ନଦୀରେ ବଡ଼ ବନ୍ୟା ଆସିଥିଲା । ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ବାହିନୀକୁ ମୁତୟନ କରାଯାଇଛି । ବନ୍ୟା ଯୋଗୁ ଅଧିକାଂଶ ରାସ୍ତା ଧୋଇହୋଇଯାଇଛି । ରାୟଲସୀମା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଚିତ୍ତୋର, କଡପା, କର୍ଣ୍ଣଲ ଓ ଅନନ୍ତପୁର ଜିଲ୍ଲୀ ବି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଜଳ ପ୍ଲାବିତ ହୋଇଥଇବାରୁ କଡପା ବିମାନ ବନ୍ଦରକୁ ଆସନ୍ତା ୨୫ ତାରିଖ ଯାଏଁ ବନ୍ଦ କରାଯାଇଛି । ସେପଟେ ତାମିଲନାଡୁ ଓ କେରଳରେ ବଢଛି ବନ୍ୟା ବିପଦ ।

୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । 5T ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡ଼ର ୩୨ଟି, ପୁରୀର ୪୮ଟି, ବଲାଙ୍ଗିରର ୨୪ଟି ଓ କେନ୍ଦ୍ରାପଡ଼ାର ୩୦ଟି ସ୍କୁଲ ସାମିଲ୍ ହୋଇଛି ।

ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

CM Naveen Patnaik Inaugurates 148 Transformed High Schools Of 5 Districts

ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।’ ଜୀବନରେ ସଫଳତା ପାଇଁ ସ୍କୁଲରୁ ହିଁ ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

CM Naveen Patnaik Inaugurates 148 Transformed High Schools Of 5 Districts

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ, ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ 5T ନୀତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତର ହେଉଛି ଆମର 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । 5T ହେଉଛି ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି ।

ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ । ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି  ହେଉଛି ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ୱଚ୍ଛତା ହେଉଛି 5Tର ସବୁଠାରୁ ବଡ଼ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢ଼ି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ । ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସମ୍ପର୍କରେ ନିଜର ମନ କଥା କହିଥିଲେ । ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡ଼ର ପୀୟୂଷ ପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗିରର ଆର୍ୟାନ୍‌ ଶତପଥି ଓ କେନ୍ଦ୍ରାପଡ଼ାର ସୋନମ ପରବିନ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ, ସ୍କୁଲର ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ, ବିଶେଷକରି ଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି ବୋଲି ସେମାନେ କହିଥିଲେ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇଏଏସ୍‌, ଆଇପିଏସ୍‌ ଅଫିସର, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

CM Naveen Patnaik Inaugurates 148 Transformed High Schools Of 5 Districts

କାର୍ଯ୍ୟକ୍ରମରେ ଜଗତସିଂହପୁରରେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡ଼ରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବଲାଙ୍ଗିରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏବଂ କେନ୍ଦ୍ରାପଡ଼ାରେ ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ସ୍କୁଲ ରୂପାନ୍ତର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଅଦ୍ଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ । ଶିକ୍ଷା ଏବେ ବାପା ମାଆଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ପାଇଁ ଏକ ଚର୍ଚ୍ଚାର ବିଷୟ ହୋଇଛି ବୋଲି ପ୍ରକାଶ କରି ସେମାନେ ଖୁସିବ୍ୟକ୍ତ କରିଥିଲେ ।

ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିଜର ସଫଳତାରେ ସ୍କୁଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଟିଟିଲାଗଡ଼ ହାଇସ୍କୁଲରୁ ପାଠ ପଢିଥିବା ଶ୍ରୀ ତ୍ରିପାଠୀ କହିଥିଲେ, ମୁଁ ଗୋଟିଏ ସରକାରୀ ସ୍କୁଲରୁ ପାଠ ପଢି ସ୍ୱପ୍ନ ପୂରଣ କରିପାରିଛି ଏବଂ ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି କିଛି ଯୋଗଦାନ ରଖିପାରିଛି । ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶପାତାଳ ତଫାତ ରହିଛି । ତେଣୁ ତୁମେ ମାନେ ନିଶ୍ଟୟ ତୁମର ସ୍ୱପ୍ନ ପୂରଣ କରିପାରିବ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଅନେକ ପିଲା ଭବିଷ୍ୟତରେ ଆଇଏଏସ୍‌ ଓ ଆଇପିଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ବିଷୟ ଶୁଣି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ଅନେକ ପଦସ୍ଥ ଅଧିକାରୀ ସରକାରୀ ସ୍କୁଲରୁ ହିଁ ପାଠ ପଢ଼ି ଲକ୍ଷ୍ୟ ପୂରଣ କରିଛନ୍ତି । ମୁଁ ମଧ୍ୟ ସରକାରୀ ସ୍କୁଲରେ ପଢ଼ିଛି । ତେଣୁ ଆମ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ନିଶ୍ଚୟ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ପତଳା ହେବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ ସଙ୍ଗେ ଆନ୍ତରିକ ଅଙ୍ଗର ଯତ୍ନ ନେବା ଜରୁରୀ ।

ନ୍ୟୁଟ୍ରିସନିଷ୍ଟ ଅଜରା ଖାନଙ୍କ କହିବାନୁସାରେ ଖାଦ୍ୟରେ ପରିବର୍ତ୍ତନ ଆଣିଲେ ଆମ ସ୍ୱାସ୍ଥ୍ୟରେ ଆମେ ସୁଧାର ଆଣିପାରିବା । ବର୍ତ୍ତମାନ ‘ଜିରୋ’ ସାଇଜର ଟ୍ରେଣ୍ଡ ଚାଲୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଏହି ଟ୍ରେଣ୍ଡ ଫଲୋ କରିବାରେ ଲାଗିପଡ଼ିଛନ୍ତି । ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେଉଛନ୍ତି । ଏହି ନ୍ୟୁଟ୍ରିସନିଷ୍ଟ ନିଜ ଇନଷ୍ଟାଗ୍ରାମରେ ୫ଟି ଖାଦ୍ୟର ଉପକାରିତା ଲେଖିଛନ୍ତି । ଯାହା ଶରୀରକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଓଜନ କମାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ :

ପିଜୁଳି : ଶୀତଦିନେ ସବୁଠୁ ଅଧିକ ବିକ୍ରି ହେଉଥିବା ଫଳ ହେଉଛି ପିଜୁଳି । ପିଜୁଳି ଶରୀରର ଓଜନ କମାଇବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ମତରେ ପିଜୁଳି ଖାଇବା ଦ୍ୱାରା ପ୍ରତ୍ୟେକ ଦିନ ଶରୀରରେ ଫାଇବରର ଆବଶ୍ୟକତା ୧୨ ପ୍ରତିଶତ ପୂରଣ ହୋଇଥାଏ । ଏଥିସହ ଏହା ଶରୀରର ପାଚନ କ୍ରିୟାରେ ସହାୟକ ହୋଇଥାଏ । ଶରୀରରେ ପାଚନକ୍ରିୟା ଠିକ୍ ଭାବେ ସମ୍ପର୍ଣ୍ଣ ହେଲେ ଏହା ଶରୀରରେ ଶୀଘ୍ର ଓଜନ ହ୍ରାସ କରିଥାଏ ।

ଡାଲଚିନି : ପ୍ରତିଦିନ ୨ ଖଣ୍ଡ ଡାଲଚିନି ଶରୀରରେ ଓଜନ ହ୍ରାସ କରାଇଥାଏ । ବିଶେଷ କରି ଶୀତଦିନେ ଡାଲଚିନି ଶରୀର ଗରମ ରଖିଥାଏ । ଜର୍ନଲ ଅଫ୍ ନ୍ୟୁଟ୍ରିସନାଲ ସାଇନ୍ସ ଏଣ୍ଡ ଭିଟାମିନୋଲୋଜି ରିପୋର୍ଟ ଅନୁସାରେ ଡାଲଚିନିରେ ସିନମାମାଡିହାଇଡର ଉପସ୍ଥିତି କାରଣରୁ ପାଚନପ୍ରକ୍ରିୟା ସଠିକ୍ ହୋଇଥାଏ । ଯାହା ଶରୀରରେ ମେଦବହୁଳତା ହ୍ରାସ କରିଥାଏ ।

ଗାଜର : ଶରୀରରେ ମେଦବହୁଳତା ହ୍ରାସ କରାଇବାରେ ଗାଜର ସାହାଯ୍ୟ କରିଥାଏ । ଏହାକୁ ଆପଣ ଖାଲି ଖାଇବା ସହ ପ୍ରତ୍ୟେକ ଦିନ ଗରିଷ୍ଠ ଖାଦ୍ୟ ପରେ ସାଲାଡ ଆକାରରେ ଖାଇପାରିବେ । ଗାଜର ଖାଇବା ଦ୍ୱାରା ଅନେକ ସମୟ ଯାଏ ଭୋକ ହୋଇନଥାଏ । ଏହା ଦ୍ୱାରା ବାରମ୍ବାର ଖାଇବାର ଅଭ୍ୟାସ ମଧ୍ୟ କମ୍ ହୋଇଥାଏ । ଖାଇବାରେ ପ୍ରତ୍ୟେକ ଦିନ ଗାଜର ଖାଇବା ଭଲ କାରଣ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ ।

ସବୁଜ ପନିପରିବା : ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସବୁଜ ପନିପରିବା ଏଥିପାଇଁ ଖୁବ୍ ଲାଭଦାୟକ । ପାଳଙ୍ଗ ଶାଗ ଓଜନ ହ୍ରାସ କରିବାରେ ସହାୟ ହୋଇଥାଏ । ଏହା ଦ୍ୱାରା ଶରୀରରେ ଥିବା ଚର୍ବି କମ୍ ହେବା ସହ ଏଥିରେ ଫାଇବରର ମାତ୍ରା ଭରପୂର ଥାଏ ।

ମେଥି : ଶୀତଦିନେ ମେଥି ଖାଇବା ଦ୍ୱାରା ଏହା ଓଜନ ହ୍ରାସ ସହ ସୁଗାର ଲେଭଲ ନିୟନ୍ତ୍ରଣ ରଖିଥାଏ ।

 

 

 

 

ନିର୍ଦ୍ଧାରିତ ସମୟରେ ଟଙ୍କା ପାଉନି ଓଡ଼ିଶା, ତିନି ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଏବେ ସୁଦ୍ଧା ମିଳିନି ୫୦ ହଜାର କୋଟି

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ସ୍ୱାୟତ୍ତତା ଉପରେ କେନ୍ଦ୍ରର କୁଠାରାଘାତ । ନିର୍ଦ୍ଧାରିତ ସମୟରେ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଟଙ୍କା ପାଉନି ଓଡ଼ିଶା । ୩ଟି ଅର୍ଥ କମିଶନଙ୍କ ସମୟରେ ଏବେ ସୁଦ୍ଧା ଓଡ଼ିଶା ୫୦ ହଜାର କୋଟି ଟଙ୍କା ପାଇନି । କେନ୍ଦ୍ରର ଏପରି ଅବହେଳା ରାଜ୍ୟ ବଜେଟ୍‌ ପ୍ରସ୍ତୁତ କରିବାରେ ବାଧକ ସାଜୁଛି । ସଂସଦର ଆଗାମୀ ଅଧିବେଶନରେ ବିଜେଡି ଏହି ପ୍ରସଙ୍ଗ ଉଠାଇବା ସହ ସ୍ପେଶାଲ ଫୋକସ୍‌ ରାଜ୍ୟ ଦାବି ଦୋହରାଇବ । କଂଗ୍ରେସ ମଧ୍ୟ ବିଜେଡି ସହିତ ସ୍ୱର ମିଳାଇଥିବା ବେଳେ ବିଜେପି କହୁଛି ଭିନ୍ନକଥା ।

Centre Not Providing Funds As Per Finance Commission Recommends

କମୁଛି କେନ୍ଦ୍ରୀୟ ଅନୁଦାନ, ଠିକ୍‌ ସମୟରେ ବି ଅର୍ଥ ମିଳୁନି । କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଆସୁନି ଟଙ୍କା । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ଗର୍ଜିଲା ବିଜେଡି । ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଓଡ଼ିଶାକୁ ଏବେ ସୁଦ୍ଧା ପ୍ରାୟ ୫୦ ହଜାର କୋଟି ଟଙ୍କା ମିଳିନାହିଁ । ୨୦୧୦-୧୫ ପର୍ଯ୍ୟନ୍ତ ତ୍ରୟୋଦଶ ଅର୍ଥ କମିଶନ ସମୟରେ ମିଳିବାକୁ ଥିଲା ୬୯ ହଜାର ୩୧୬ କୋଟି ଟଙ୍କା । କିନ୍ତୁ ମିଳିଛି ୬୮ ହଜାର ୧୧୯ କୋଟି । ୧୧୯୭ କୋଟି ଟଙ୍କା ମିଳିନାହିଁ । ସେହିପରି ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଅର୍ଥ କମିଶନ ସମୟରେ ଓଡ଼ିଶାକୁ କେନ୍ଦ୍ର ୩୬ ହଜାର ୫୬୫ କୋଟି ଟଙ୍କା ଦେଇନାହିଁ ।

Centre Not Providing Funds As Per Finance Commission Recommends

ଏବେ ପଞ୍ଚଦଶ ଅର୍ଥ କମିଶନ ଅବଧିର ଆରମ୍ଭରେ ବି ସମାନ ଦଶା । ୨୦୨୦-୨୧ ଆର୍ଥିକବର୍ଷରେ ମିଳିନାହିଁ ୧୨ ହଜାର ୪୩ କୋଟି ଟଙ୍କା । ତା’ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର କୋଭିଡ୍‌ ମହାମାରୀ ସମୟରେ ଆର୍ଥିକ ସୁପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି । ଗୋଟିଏ ପଟେ କେନ୍ଦ୍ରୀୟ ଅନୁଦାନ କମୁଥିବାବେଳେ ଅଣଟିକସ ରାଜସ୍ୱ ସଂଗ୍ରହ ରାଜ୍ୟ ପାଇଁ ବଡ଼ ସମ୍ବଳ ଭାବେ କାମ କରୁଛି । ଦୁର୍ବିପାକପ୍ରବଣ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ଓ ଉପକୂଳ ସୁରକ୍ଷା ବନ୍ଧ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଆର୍ଥିକ ସହାୟତା ମାଗୁଥିଲେ ବି ଟଙ୍କାଟିଏ ମିଳୁନାହିଁ । ସଂସଦର ଆଗାମୀ ଅଧିବେଶନରେ ବିଜେଡି ଏନେଇ ଦୃଢ଼ ଦାବି କରିବ ।

Centre Not Providing Funds As Per Finance Commission Recommends

ହେଲେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି । କହିଛି, ଅର୍ଥ କମିଶନଙ୍କ ସୁପାରିସ ଏକ ଆକଳନ । ଚିରାଚରିତ ଢଙ୍ଗରେ ବିଜେପି କହିଛି, ଓଡ଼ିଶା ସରକାର ଅର୍ଥ ଖର୍ଚ୍ଚ ନେଇ ପୂର୍ବରୁ ସୁଚିନ୍ତିତ ଯୋଜନା କରୁନାହାନ୍ତି । ଅଧିକାଂଶ କ୍ଷେତ୍ରରେ କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ ନହୋଇ ପଡ଼ି ରହୁଛି । ବିନିଯୋଗ ପ୍ରମାଣ ପତ୍ର ବି ମିଳୁନି । ଅନ୍ୟପଟେ ବିଜେଡିର ଦାବିକୁ ସମର୍ଥନ କରିଛି କଂଗ୍ରେସ । କହିଛି, କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଅର୍ଥ କମିଶନଙ୍କ ସୁପାରିସଠାରୁ ମଧ୍ୟ ଅଧିକ ଅର୍ଥ ବି ରାଜ୍ୟକୁ ଆସିଥିଲା । ଏବେ ଯେଭଳି ଭାବେ କେନ୍ଦ୍ର ଅର୍ଥ ଦେବାରେ ଟାଳଟୁଳ ନୀତି ଆପଣାଇଛି, ସେଥିପାଇଁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ସାର୍ବଜନୀନ କରନ୍ତୁ ।

Centre Not Providing Funds As Per Finance Commission Recommends

ବିଜେପିର ଯୁକ୍ତିକୁ ରାଜ୍ୟର ଅର୍ଥନୀତି ବିଶାରଦମାନେ ଉପହାସ କରୁଛନ୍ତି । କହିଛନ୍ତି ଯେ ଏଭଳି ଯୁକ୍ତି ଅବାନ୍ତର । ଅପର ପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ଦେଇଛନ୍ତି । ଆର୍ଥିକ ବର୍ଷର ୭ ମାସ ବିତିଛି । ଖଣି ରାଜସ୍ୱ, ଅଣଟିକସ ରାଜସ୍ୱ ସଂଗ୍ରହ ବୃଦ୍ଧି ଯୋଗୁଁ ରାଜ୍ୟକୁ ଏଯାଏ ଋଣ କରିବାକୁ ପଡ଼ିନି ।

କେଉଁ ରାସ୍ତାରେ କେତେ ବେଗରେ ଚଳାଇବେ ଗାଡ଼ି ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ବେଳେ ପରିବହନ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି ଗାଡ଼ିର ବେଗ । କେଉଁ ରାସ୍ତାରେ ଘଣ୍ଟା ପ୍ରତି କେତେ ସ୍ପିଡରେ ଘଣ୍ଟା ପ୍ରତି ଗାଡ଼ି ଚଳାଇ ପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡ୍ରାଇଭର ବ୍ୟତୀତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

 Know Vehicle Speed Limit Issued By Odisha Transport Authority For Different Road

ସେହିଭଳି ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

ଡ୍ରାଇଭର ସହ ୯ରୁ ଅଧିକ ଯାତ୍ରୀ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

 Know Vehicle Speed Limit Issued By Odisha Transport Authority For Different Road

ମାଲ ପରିବହନରେ ବ୍ୟବହୃତ ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

ସେହିଭଳି ୨ ଚକିଆ ଯାନ ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

ତିନି ଚକିଆ ଯାନ ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୩୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

ଆରମ୍ଭ ହେଉନି ବିମାନ ସେବା, କେନ୍ଦ୍ର ବିରୋଧରେ ତେଜୁଛି ଜନ ଅସନ୍ତୋଷ

ରାଉରକେଲା: ଉଡ଼ାଣ ଯୋଜନାରେ ରାଉରକେଲା ସହରରୁ ବିମାନ ସେବା ଆରମ୍ଭ ହେବାରେ ବିଳମ୍ଭ । ବିଭିନ୍ନ ମହଲରେ ପ୍ରକାଶ ପାଇଲାଣି ଅସନ୍ତୋଷ । ୪ ବର୍ଷ ହେଲା କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଆସୁଥିଲେ ସୁଦ୍ଧା ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରି ନାହିଁ । ଏଥିପାଇଁ କେନ୍ଦ୍ରର ଅବହେଲାକୁ ଦାୟୀ କରିଛନ୍ତି ବିଧାୟକ ଓ ସ୍ଥାନୀୟ ଲୋକେ ।

Rourkela Air Port Udaan Scheme Flight Service

ରାଉରକେଲାରୁ କେବେ ଉଡିବ ବିମାନ ? ପ୍ରତିଶ୍ରୁତି ଭିତରେ ଅଟକିଛି ନିର୍ମାଣ କାର୍ଯ୍ୟ । ବିମାନ ଘାଟି ଅଛି ହେଲେ ଲୋକଙ୍କୁ ମିଳୁନି ସୁବିଧା । ୪ ବର୍ଷ ହେଲା ଉଡ଼ାଣ ଯୋଜନାରେ ରାଉରକେଲାକୁ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଆସୁଛି । ୨୦୧୭ ମାର୍ଚ୍ଚ ୧୦ ତାରିଖରେ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ବିମାନଘାଟିର ସ୍ଥିତି ଅନୁଧ୍ୟାନ କରିବା ସହ ସର୍ଭେ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏହା ସତ୍ତ୍ୱେ ବି କେନ୍ଦ୍ରର ଅବହେଳା ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ଥିବା କହିଛନ୍ତି ବିଧାୟକ ।

Rourkela Air Port Udaan Scheme Flight Service

ରାଉରକେଲା ଇସ୍ପାତ କାରଖାନା ସହ ଜିଲ୍ଲାରେ ରହିଛି ଶତାଧିକ ବଡ଼ କାରଖାନା, ବିପିୟୁଟି ଓ ଏନଆଇଟି ପରି ଶିକ୍ଷାନୁଷ୍ଠାନ । ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ସହରରୁ ଏଠାକୁ ଯାତାୟାତ କରନ୍ତି । ତେଣୁ ଖୁବଶୀଘ୍ର ବିମାନ ସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

‘ଭାଇ ଜାନ୍’ ମନ୍ତବ୍ୟକୁ ନେଇ ଘେରିଲା ବିଜେପି: ଏଭଳି ଜବାବ ରଖିଲେ ନବଜ୍ୟୋତ ସିଦ୍ଧୁ

ନୂଆଦିଲ୍ଲୀ: ଶନିବାର କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ତାଙ୍କ ବୟାନକୁ ନେଇ ବିଜେପି ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଛନ୍ତି  । କର୍ତ୍ତାପୁର ସାହିବ ଯାତ୍ରା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ନବଜ୍ୟୋତ ।

ଏହାପରେ ପଞ୍ଜାବ କଂଗ୍ରେସ ସଭାପତି ଥିବା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲା । ବଡ଼ଭାଇ ସମ୍ୱୋଧନ ନେଇ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି ।  ନବଜ୍ୟୋତ କହିଥିଲେ ଯେ, ତାଙ୍କୁ ହିନ୍ଦୁତ୍ୱ ଭିତରେ ଆଇଏସ୍ ଏବଂ ବୋକୋ ହାରାମ୍ ଭଳି ଆତଙ୍କବାଦୀ ସଂଗଠନ ଦେଖାଯାଉଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ‘ଭାଇ ଜାନ୍’ ବ ବଡ଼ ଭାଇ ଦେଖାଯାଅନ୍ତି ।

ବର୍ତ୍ତମାନ ସିଦ୍ଧୁଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ଖାନ ହେଉଛନ୍ତି ତାଙ୍କ ବଡ଼ ଭାଇ ଭଳି, ସେ ତାଙ୍କୁ ବହୁତ ଭଲ ପାଅନ୍ତି । ଆଉ ଏହି ଭିଡିଓକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପକ୍ଷରୁ ପାକିସ୍ତାନୀ ଅଫିସିଆଲ୍ ସ୍ୱାଗତ କରିଛନ୍ତି । ଯାହାକୁ ନେଇ ବିଜେପି ତୁମ୍ୱି ତୁଫାନ୍ ସୃଷ୍ଟି କରିଥିବା ବେଳେ ବିଜେପିକୁ ଯାହା କହିବାର ଅଛି କହୁ ବୋଲି କହିଛନ୍ତି ସିଦ୍ଧୁ ।

ପଞ୍ଚାବ ମନ୍ତ୍ରୀ ପାରଗତ ସିଂହ ମଧ୍ୟ ନବଜ୍ୟୋତ ସିଂହଙ୍କୁ ସମର୍ଥନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରୁଛନ୍ତି ତାହା ଦେଶ ପ୍ରେମ, ଯେତେବେଳେ ସିଦ୍ଧୁ ଯାଉଛନ୍ତି ତାହା କ’ଣ ଦେଶଦ୍ରୋହ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଘଟଣାକୁ ନେଇ କହିଛନ୍ତି ଯେ, ଏହା ଅତ୍ୟନ୍ତ ଗୁରୁତର ବିଷୟ ଏବଂ ଚିନ୍ତାର ବିଷୟ । ଦେଶର ଏହି ସର୍ବପୁରାତନ ଦଳର ନେତାଙ୍କୁ ମନେ ହେଉଛି ଦେଶରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନକୁ ପ୍ରଶଂସା କଲେ ଖୁସି ଏଣୁ ସେ ଏଭଳି କରିଛନ୍ତି । କିନ୍ତୁ ଭାରତରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।  ପଞ୍ଜାବ ସୀମାରେ ପାକିସ୍ତାନ ରହିଥିବା ବେଳେ ସେଠାରେ ସେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛି । ଏଣୁ ସେଠାରେ ଏକ ପରିପକ୍ୱ ଏବଂ ଦେଶପ୍ରେମୀ ନେତୃତ୍ୱର ଆବଶ୍ୟକତା ଥିବା ଶ୍ରୀ ପାତ୍ର ଯୁକ୍ତି ବାଢ଼ିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚୀନ ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର

ଗୁଗଲରେ ସର୍ଚ୍ଚ କରି କଷ୍ଟମର କେୟାରକୁ କଲ୍ କଲେ, ଖାଲି ହୋଇଗଲା ଆକାଉଣ୍ଟ

ଭୁବନେଶ୍ୱର: ଗୁଗଲରେ ସର୍ଚ୍ଚ କରୁଛନ୍ତି କି କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର । ତେବେ, ସତର୍କ ହୋଇ ଯାଆନ୍ତୁ । ନଚେତ୍ ସର୍ବଶ୍ୱାନ୍ତ ହୋଇଯିବେ । ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବା ଜଣେ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି । ଗୁଗଲ୍ ସର୍ଚ୍ଚରୁ ମିଳିଥିବା ନମ୍ବରରେ କଲ୍ କରିବା ପରେ ଜଣେ ବ୍ୟକ୍ତି ୨ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଏନେଇ ଖଣ୍ଡଗିରି ଥାନା ଓ ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ବ୍ୟକ୍ତି ।

Cyber Crime Man Loses 2.29 Lakh By Dialing Customer Care Number From Google Search

ଅଭିଯୋଗ ଅନୁସାରେ, ଏସବିଆଇ ଆକାଉଣ୍ଟରେ କିଛି ନେଣଦେଣ ଦ୍ୱନ୍ଦ୍ୱ ନେଇ ବ୍ୟକ୍ତି ଜଣଙ୍କ ଗୁଗଲରେ ବ୍ୟାଙ୍କର ନମ୍ବର ସର୍ଚ୍ଚ କରିଥିଲେ । ଆଉ ଏକ ମୋବାଇଲ୍ ନମ୍ବର ପାଇବା ପରେ କଲ୍ କରିଥିଲେ । ଆଉ ଠକ ଜଣଙ୍କ ଚତୁରତାର ସହ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୨୯ ହଜାର ଟଙ୍କା ଠକି ନେଇ ଯାଇଛନ୍ତି ।

Cyber Crime Man Loses 2.29 Lakh By Dialing Customer Care Number From Google Search

ଏଭଳି କ୍ରାଇମରୁ ବର୍ତ୍ତିବା ପାଇଁ ଉପଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । କଷ୍ଟମର କେୟାର ନାଁରେ ଗୁଗଲରେ ସର୍ଚ୍ଚ ନକରିବାକୁ ପୋଲିସ ପରାମର୍ଶ ଦେଇଛି । କମ୍ପାନୀର କଷ୍ଟମର କେୟାର ଗୁଗଲରେ ସର୍ଚ୍ଚ ନକରି କମ୍ପାନୀର ୱେବସାଇଟରୁ ନମ୍ବର ଆଣି ଯୋଗାଯୋଗ କରନ୍ତୁ । ପ୍ରାୟ କମ୍ପାନୀର କଷ୍ଟମର କେୟାରର ନମ୍ବର ମୋବାଇଲ୍ ନମ୍ବର ନଥାଏ, ୟୁନିକ୍ ନମ୍ବର ଥାଏ ବୋଲି କହିଛନ୍ତି ଡିସିପି ।

ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚୀନ ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର

ନୂଆଦିଲ୍ଲୀ: ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ଭାରତ ସୀମାରେ ଚୀନର ଅକ୍ତିଆର ସତ୍ୟକୁ ମଧ୍ୟ ମୋଦି ସରକାର ଗ୍ରହଣ କରନ୍ତୁ ବୋଲି କହିଛନ୍ତି ରାହୁଲ । ସମ୍ପ୍ରତି ଭାରତ-ଚୀନ ମଧ୍ୟରେ ସୀମାରେ ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଚୀନ ସେନା ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ଦାବି କରିଆସୁଛି କଂଗ୍ରେସ । ଏ ନେଇ ଦାବି କରିଛନ୍ତି ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ।

କୃଷି ଆଇନକୁ ନେଇ ସରକାର ବ୍ୟାକଫୁଟକୁ ଆସିଯାଇଥିବା ବେଳେ ଏବେ ଚୀନ ପ୍ରସଂଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସେ ଟ୍ୱିଟ୍ କରିଛନ୍ତି ଯେ, ଚୀନର ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର । ଅନ୍ୟପକ୍ଷରେ ଭିଣୋଇ ରବର୍ଟ ଭଦ୍ରା କୃଷି ଆଇନ ପ୍ରତ୍ୟାହାରର ଶ୍ରେୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି  । ଏବଂ ଉଭୟଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ନେତା ବୋଲି କହିଛନ୍ତି । ତେବେ ଘଟଣାଗୁଡ଼ିକୁ ଅନୁଶୀଳନ କଲେ ମନେ ହେଉଛି କୃଷି ଆଇନ ପରେ ଏବେ ଚୀନ ପ୍ରସଂଗରେ ସରକାରଙ୍କୁ ଘେରିବ କଂଗ୍ରେସ । ଚୀନ ପକ୍ଷରୁ ଭାରତ ସୀମାରେ କବ୍‌ଜା କରାଯିବାକୁ ନେଇ ସେନା ମୁଖ୍ୟ ଏମ୍ଏମ୍ ନରଭାଣେଙ୍କୁ ପାଲଟା ଆକ୍ରମଣ କରିଥିଲେ ରାହୁଲ । ସେ କହିଥିଲେ ଯେ, ଚୀନ ଏଠାରେ ରହିବ କି? ଆମ ମାଟିରେ ।