spot_img
Home Blog Page 4906

ଦ୍ବିତୀୟ ଟି-୨୦ରେ ଷ୍ଟାଡିୟମକୁ ଆସିବେ ଧୋନୀ; ଖେଳାଳିଙ୍କୁ କରିବେ ଉତ୍ସାହିତ

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚ ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ଜିତି ଭାରତ ଏହି ତିନି ଟିକିଆ ସିରିଜରେ ୨-୦ରେ ସିରିଜ ଜିତିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚ ବିଜୟ ପରେ ଆଜି ମଧ୍ୟ ଜିତିବାକୁ ପଡ଼ିଆକୁ ଓହ୍ଲାଇବ ରୋହିତ ବ୍ରିଗେଡ ।

https://twitter.com/dhoniizzaq/status/1460569444678127620?s=20

ତେବେ ଆଜି ମ୍ୟାଚରେ ଷ୍ଟାଡିୟମରେ ନଜର ଆସିବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଭାରତୀୟ ଦଳକୁ ଚିଅର କରିବା ପାଇଁ ଆଜି ଧୋନୀ ଷ୍ଟାଡିୟମକୁ ଆସିବେ । ଧୋନୀଙ୍କ ହୋମ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳା ଯାଉଥିବାରୁ ଧୋନୀ ଆଜି ଷ୍ଟାଡିୟମକୁ ଆସିକି ଭାରତୀୟ ଦଳର ମନବୋଳ ବଢ଼ାଇବେ । ଦ୍ବିତୀୟ ଟି-୨୦ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଦୁଇ ତିନି ଥର ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ନଜର ଆସିଥିଲେ ।  ସେ ଷ୍ଟାଡିୟମ ପରିସରରେ ଥିବା ଜିମରେ ବ୍ୟାୟାମ କରୁଥିବାବେଳେ ଫିଟ୍‌ ରହିବା ପାଇଁ ଷ୍ଟାଡିୟମ ପରିସରରେ ଟେନିସ୍ ମଧ୍ୟ ଖେଳିଥିଲେ । ଧୋନୀ ଷ୍ଟାଡିୟମ ଆସିଥିବା ସମୟରେ ଝାଡଖଣ୍ଡର ଅଣ୍ଡର-୧୯ ଟିମ୍ ସହ ମଧ୍ୟ କଥା ହୋଇଥିଲେ ଏବଂ ଯୁବ ଖେଳାଳି ଧୋନୀଙ୍କ ଅଟୋଗ୍ରାଫ୍ ନେଉଥିବାରୁ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।

ପ୍ରକାଶ ପାଇବ ଅଫଲାଇନ୍ +2 ପରୀକ୍ଷା ଫଳ, 13 ହଜାର 43 ଜଣ ଛାତ୍ରଛାତ୍ରୀ କରିଥିଲେ ଆବେଦନ

ଭୁବନେଶ୍ୱର:  ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି  ।  ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www. orissaresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତ ବର୍ଷ କୋଭିଡ କଟକଣାକୁ ଅନୁପାଳନ କରାଯାଇ ପରୀକ୍ଷା ହୋଇନଥିଲା  । ପୂର୍ବ ପରୀକ୍ଷାର ମାର୍କ ମୁତାବକ ଫଳ ପ୍ରକାଶ ପାଇଥିଲା  । ଗୋଟେପଟେ ଚଳିତବର୍ଷ ଯୁକ୍ତ ଦୁଇଦରେ ଭଲ ରେଜଲ୍ଟ ହୋଇଥିବାବେଳେ ଅନ୍ୟପଟେ କିଛି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ନାଖୁସ ରହିଥିଲେ  ।

ଉଚ୍ଚ ଶିକ୍ଷା ବିଭାଗର ସୂଚନା ରହିଥିଲା, ଯେଉଁମାନେ ମାର୍କରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ  । ତେଣୁ ଏଥିପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆବେଦନ ପତ୍ର ଭରିଥିଲେ  । ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇଥିବା ରାଜ୍ୟର 13 ହଜାର 43 ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ତେବେ ଆଜି ସଂନ୍ଧ୍ୟାରେ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି  ।

NFT କରି କୋଟିପତି ହେଲେ ଦିଲ୍ଲୀ ଯୁବକ; ୯ ମାସରେ ରୋଜଗାର କଲେ ୭ କୋଟି

ନୂଆଦିଲ୍ଲୀ: ୯ ମାସରେ ଜଣେ ଯୁବକ ରୋଜଗାର କରିଛନ୍ତି ୭ କୋଟି ୪୨ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ସତ । ୭ ମାସରେ ୯ କୋଟି ରୋଜଗାର କରିଛନ୍ତି ଦିଲ୍ଲୀର ଏହି ଯୁବକ । ଏହି କାରନାମା କରିଛନ୍ତି ଦିଲ୍ଲୀର ଆର୍ଟିଷ୍ଟ ଅମୃତ ପାଲ ସିଂ । ଅମୃତ ବିଗତ ୯ ବର୍ଷ ଧରି ଡିଜାଇନର ଏବଂ Illustrator ଭାବରେ କାମ କରୁଥିଲେ । ଅମୃତଙ୍କ ଏହି ରୋଜଗାର ପଛରେ ରହିଛି NFT ଅର୍ଥାତ Nonfungible Tokens । ୩୨ ବର୍ଷିୟ ଅମୃତ ପ୍ରଥମ ଥର ପାଇଁ ଫେବୃଆରୀରେ ହିଁ NFT ତିଆରି କରିଥିଲେ ।

https://twitter.com/amritpaldesign/status/1443300883874258945?s=20

ଆର୍ଟର ଏନଫଟି କରି ବିକ୍ରି କରିବାକୁ ଅମୃତଙ୍କୁ ତାଙ୍କ ସାଙ୍ଗ କହିଥିଲେ । ଏହା ପରେ ସେ ଏନଫଟି ବିକ୍ରି କରିବା ଆରମ୍ଭ କରିଦେଇଥିଲେ ।ଅମୃତ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଓ ଷ୍ଟିମ୍ ଜବ୍ସଙ୍କ ସହ ବହୁ ଲୋକଙ୍କ କାର୍ଟୁନ ଓ 3-D ପୋଟ୍ରେଟ କରିଥିଲେ । ଅମୃତ କହିଛନ୍ତି କି ସେ ସେହି ଲୋକମାନଙ୍କର ପୋଟ୍ରେଟ ତିଆରି କରିଛନ୍ତି ଯେଉଁମାନେ ତାଙ୍କୁ ପ୍ରେରିତ କରିଛନ୍ତି ।

ସିଏନବିସିର ରିପୋର୍ଟ ଅନୁଯାୟୀ ଏକ ଟୟ୍ ଫେସ ଏନଏଫଟିକୁ ସେ ୪ ହଜାର ୭୦୬ ଡଲାରରେ ବିକ୍ରି କରିଥିଲେ । ଅମୃତ କହିଛନ୍ତି କି ଟୟ୍ ଏନଏଫଟି ବ୍ୟତୀତ ସେ ଟୟ୍ ରୁମ୍ ନାମକ ଏକ ପ୍ରୋଜେକ୍ଟ ଉପରେ ବି କାମ କରୁଛନ୍ତି । ଅମୃତ କହିଛନ୍ତି କି ଏନଏଫଟି ପୂର୍ବରୁ ସେ ଏକ ଡିଜାଇନର ଭାବରେ ଭଲ କାମ କରୁଥିଲେ । କିନ୍ତୁ କିଛି ମାସ ପୂର୍ବରୁ ସେ ଏନଏଫଟି କାମ କଲେ ଏବଂ ବହୁ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି । ଏନଏଫଟିରୁ ହୋଇଥିବା ରୋଜଗାରକୁ ସେ Metaverseରେ ବି ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି ଅମୃତ ପାଲ ସିଂହ ।

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତ୍ୟାହାର ହେବ ତିନି କୃଷି ଆଇନ

ନୂଆଦିଲ୍ଲୀ: ପ୍ରତ୍ୟାହାର ହେବ ତିନି କୃଷି ଆଇନ  । ଅଚାନକ ଦେଶକୁ ସମ୍ବୋଧନ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  । ଗୁରୁ ନାନକ ଦେବଙ୍କ ଜୟନ୍ତୀରେ କେନ୍ଦ୍ର ସରକାର କୃଷି ଆଇନ ହଟାଇବା ନେଇ ଦେଶକୁ ସ୍ପଷ୍ଟ କରିଛନ୍ତି  । ଏନଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା  । ଆନ୍ଦୋଳନ, ହରକତ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି  । ଯାହା ସରକାରଙ୍କୁ ଏକ ପ୍ରକାର ଅକଳରେ ପକାଇଥିଲା  । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ  । ସେ କହିଥିଲେ, କେନ୍ଦ୍ର ସରକାର ନେଇଥିବା ଏକ ବଡ଼ ପଦକ୍ଷେପରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି  । ତେଣୁ ଏଭଳି ଏକ ମହତକଂକ୍ଷା ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି  । ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି  । ତେଣୁ ଆପଣ ମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି  ।

ଆମ ତପସ୍ୟାରେ କମି ରହିଗଲା । କୃଷକଙ୍କ ସ୍ୱାର୍ଥ ସାଧନରେ ଆଇନରେ ପରିଣତ ହୋଇଥିଲା ତିନୋଟି କୃଷି ଆଇନ  । କୃଷକଙ୍କ ଆୟ ବୃଦ୍ଧି, ଏମଏସପି ବୃଦ୍ଧି, ବଜାରରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବୃଦ୍ଧି କରିବା ସହିତ କୃଷି ଉତ୍ପାଦିତ ପଦାର୍ଥକୁ ବିଶ୍ୱ ବଜାରରେ ପହଁଚାଇବା ଥିଲା କୃଷି ଆଇନର ଲକ୍ଷ୍ୟ  । ସେଥିପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ବିଲକୁ ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର  ।  ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବିଲରେ ପରିଣତ ହୋଇଥିଲା  । କିନ୍ତୁ ଏହି ନୂତନ କୃଷି ଆଇନକୁ କୃଷକ ସଂଗଠନ ଗୁଡ଼ିକ ବିରୋଧ କରିଥିଲେ  । ଏମିତିକି ବର୍ଷାଧିକ କାଳ ଆନ୍ଦୋଳନ ଜାରି ରଖିଥିଲେ କୃଷକ ସଂଗଠନ  । ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା  । ଯାହା କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଦ୍ୱିଧାରେ ପକାଇଥିଲା  ।

ତେବେ ଆଜି ଶୀଖ ଧର୍ମଗୁରୁ ନାନକଙ୍କ ଜୟନ୍ତୀରେ ଦେଶକୁ ସମ୍ବୋଧନ କରିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମସ୍ତ ଚାଷୀଙ୍କ ଆଗରେ ଦୁଃଖ ପ୍ରକାଶ କରିଥିଲେ  । ଏବଂ ଆନ୍ଦୋଳନରୁ ହଟିବା ପାଇଁ ନିବେଦନ କରିଥିଲେ  । ଆଜି ଭଳି ପବିତ୍ର ଦିବସରେ ସମସ୍ତ ଚାଷୀ ଭାଇ ନିଜ ନିଜ ଘରକୁ ଫେରିବା ସହ ପୁଣି ଥରେ କ୍ଷେତକୁ ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ଏଥିସହ ଦଃଖ ପ୍ରକାଶ କରି କହିଥିଲେ, ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିବା ନେଇ ନିଷ୍ପତ୍ତି ନେଇଛନ୍ତି  । ତେଣୁ ଚଳିତ ମାସରେ ହେବାକୁ ଥିବା ସଂସଦ ଅଧିବେସନରେ ଏନେଇ ସାମ୍ବିଧାନିକ କାର୍ଯ୍ୟ କରାଯିବ  ।

 

ଭାରତରେ ଲୋକପ୍ରିୟ ପାସଓ୍ବାର୍ଡ କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ବ ଡିଜିଟାଲ ଯୁଗରେ ପରିଣତ ହେଉଛି । ଏହି ଡିଜିଟାଲ ଯୁଗରେ ଲୋକ ମଧ୍ୟ ଡିଜିଟାଲ ହେୁଉଛନ୍ତି । ଏହି ଇଣ୍ଟରନେଟ ଦୁନିଆରେ ଯାହା ବି କଲେ ସେଥିରେ ପାସଓ୍ବାର୍ଡ ଆବଶ୍ୟକ । ତେବେ ବର୍ତ୍ତମାନ ସ୍ଥିତିରେ ଏକ ମଜବୁତ ପାସଓ୍ବାର୍ଡ ଆବଶ୍ୟକ । କିନ୍ତୁ ଯଦି ଆମେ କିଛି ଲୋକପ୍ରିୟ ପାସଓ୍ବାର୍ଡ କଥା କହିବା ତାହାଲେ ଏହି ପାସଓ୍ବାର୍ଡ ବହୁତ ଦୁର୍ବଳ ଅଟେ । ଏହି ପାସଓ୍ବାର୍ଡରେ Nordpass କରିଥିବା ଏକ ରିପୋର୍ଟ ଅନୁଯାୟୀ ଭାରତରେ କି ପ୍ରକାର ପାସଓ୍ବାର୍ଡ ରଖନ୍ତି ।

ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏବେ ବି ଲୋକମାନେ ପାସଓ୍ବାର୍ଡକୁ ନେଇ ଚିନ୍ତା କରନ୍ତିନି । କାହିଁକି ନା ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି Password । କେବଳ ଭାରତ ନୁହେଁ ଜାପାନରେ ବି ସବୁଠାରୁ ଅଧିକ ବ୍ୟବହୃତ ପାସଓ୍ବାର୍ଡ ହେଉଛି Password । ଏହା ବ୍ୟତୀତ ଭାରତରେ ଆଉ କିଛି ସାଧାରଣ ପାସଓ୍ବାର୍ଡ ବ୍ୟବହୃତ ହେଉଛି । ସେଗୁଡିକ ହେଉଛି ILoveYou, Krishna, sairam ଏବଂ omsairam ।

ପାସଓ୍ବାର୍ଡ ମ୍ୟାନେଜର Nordpassର ଏକ ରିସର୍ଚ୍ଚ ଅନୁସାରେ ଏହି ପାସଓ୍ବାର୍ଡ  ଲିଷ୍ଟରେ  ଟପରେ ରହିଛି 12345 ଏବଂ QWERTY ରହିଛି । ଏହି ପାସଓ୍ବାର୍ଡ କେବଳ ଭାରତରେ ନୁହେଁ ଦୁନିଆ ସାରା ଏହି ପାସଓ୍ବାର୍ଡ ଲୋକପ୍ରିୟ ଅଟେ । ଭାରତରେ ଅଧିକ ବ୍ୟବହୃତ ହେଉଥିବା ପାସଓ୍ବାର୍ଡ ହେଉଛି 123456789, 1234567, india123,qwerty, abc123, xxx, indya123, 1qaz@WSX, 123123, abcd1234 ଏବଂ 1qaz ରହିଛି । ତେବେ ସବୁଠାରୁ ଭଳ କଥା ହେଉଛି ଭାରତ ସେହି ଦେଶରେ ସାମିଲ ଅଛି ଯେଉଁ ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି Passwaord । ତେବେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ ୫୦ଟି ଦେଶରୁ ୪୩ଟି ଦେଶରେ ପାସଓ୍ବାର୍ଡ ଲିଷ୍ଟରେ ଟପରେ ରହିଛି 123456 ।  ତେବେ ଭାରତରେ ସବୁଠାରୁ ଲୋକପ୍ରିୟ ପାସଓ୍ବାର୍ଡ ହେଉଛି QWERTY ।

Nordpass ର ଏହି ରିସର୍ଚ୍ଚ ଅନୁଯାୟୀ ଭାରତରେ ଲୋକ ଅନ୍ୟ ଜଣଙ୍କ ନାମକୁ ନିଜର ପାସଓ୍ବାର୍ଡ ରଖିଥାନ୍ତି ।  ଏହା ବ୍ୟତୀତ Sweetheart, lovely, Sunshine ଏବଂ iloveyou ପରି ପାସଓ୍ବାର୍ଡ ବେଶ୍ ଲୋକପ୍ରିୟ । ଏହି ରିସର୍ଚ୍ଚରେ କୁହାଯାଇଛି କି ଯେତେ ଲୋକପ୍ରିୟ ପାସଓ୍ବାର୍ଡ ସେତିକି ଦୁର୍ବଳ ଅଟେ । ଏପରି ସ୍ଥିତିରେ ହ୍ୟାକର୍ସ ମାନଙ୍କୁ ଆକାଉଣ୍ଟ ହ୍ୟାକ କରିବାରେ ସହଜ ହେବ । ହ୍ୟାକର୍ସଙ୍କ ବ୍ୟତୀତ କେହି ଆପଣଙ୍କ ପରିଜନ ବି ଆପଣଙ୍କ ଆକାଉଣ୍ଟ ବ୍ୟବହାର କରିପାରିବେ ।

Nordpassର ସିଇଓ ଜୋନାସ୍ କାର୍କଲିସଙ୍କ ଅନୁଯାୟୀ ଦିନକୁ ଦିନ ପାସଓ୍ବାର୍ଡ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ ଏବେବି ସଠିକ୍ ପାସଓ୍ବାର୍ଡ ରଖିବାରେ ଅସମର୍ଥ । ଦୁର୍ବଳ ପାସଓ୍ବାର୍ଡ ବିପଦ ମୁକ୍ତ ଅଟେ । ତେଣୁ ଲୋକମାନଙ୍କୁ ଏହାକୁ ବୁଝିବାକୁ ପଡ଼ିବ ଯେ ପାସଓ୍ବାର୍ଡ ସେଟଂ କରିବା ସମୟରେ କୌଣସି ଦ୍ବିଧା କରିବା ଉଚିତ୍ ନୁହେଁ । ସାଧାରଣତଃ ଲୋକମାନେ ସବୁ ଆକାଉଣ୍ଟ ପାଇଁ ଗୋଟିଏ ପାସଓ୍ବାର୍ଡ ବ୍ୟବହାର କରନ୍ତି । ତେବେ ପ୍ରତ୍ୟେକ ଆକାଉଣ୍ଟ ପାଇଁ ସମାନ ପାସଓ୍ବାର୍ଡ ବ୍ୟବହାର କରିବାରେ ବହୁ ପ୍ରକାର ସମସ୍ୟା ରହିଛି । ତେବେ ଯଦି ଆପଣ ଦୁର୍ବଳ ପାସଓ୍ବାର୍ଡ ବ୍ୟବହାର କରୁଛନ୍ତି ତେବେ ଏଥିରେ କୌଣସି ସମସ୍ୟା ଆସିବା ପୂର୍ବରୁ ଏହାକୁ ପରିବର୍ତ୍ତନ କରିନିଅନ୍ତୁ । ଏକ ଶକ୍ତିଶାଳୀ ପାସଓ୍ବାର୍ଡ ପାଇଁ ଆପଣ ବଡ଼ ବଡ଼ ଅକ୍ଷର, ଲୋୟର କେସ୍ ଏବଂ ସ୍ପେସିଆଲ କ୍ୟାରେକ୍ଟର ବ୍ୟବହାର କରନ୍ତୁ ଯାହା ଫଳରେ ପାସଓ୍ବାର୍ଡ ଦୁର୍ବଳ ହେବ ନାହିଁ ।

ଆଜି ସକାଳ ୯’ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଆଜି ସକାଳ ୯ରେ ଦେଶବାସୀଙ୍କ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ କରୋନା ମହାମାରୀ ସମୟରେ ଅନେକ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମୋଦି । ତେବେ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍ଦେଶ୍ୟରେ କ’ଣ କହିବେ ତାହା ଉପରେ ପୂରା ଦେଶବାସୀଙ୍କ ନଜର ରହିବ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ୯ରେ ଦେଶବାସୀଙ୍କୁ ସମ୍ବାଧିତ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା  ଟୁଇଟ୍‌ରେ ଉଲ୍ଲେଖ ଅଛି, ଆଜି ଶ୍ରୀଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୂରବ। ଉତ୍ତର ପ୍ରଦେଶର ମହୋବାରେ ଆଜି ପ୍ରଧାନମନ୍ତ୍ରୀ ଜଳସେଚନ ସଂକ୍ରାନ୍ତ କେତେକ ପ୍ରମୁଖ ଯୋଜନାର ଉଦ୍‌ଘାଟନ କରିବେ। ତା’ପରେ ‘ରାଷ୍ଟ୍ରରକ୍ଷା ସମର୍ପଣ ପର୍ବ’ରେ ଯୋଗଦେବାକୁ ସେ ଝାନ୍‌ସୀ ଯିବେ। ଏହି ସବୁ କାର୍ଯ୍ୟକ୍ରମ ପୂର୍ବରୁ, ସକାଳ ୯ଟା ବେଳେ ସେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ।

ସୁନା ବେଶରେ ଦର୍ଶନ ଦେବେ ତିନି ଠାକୁର, କାର୍ତ୍ତିକ ପୂର୍ଣ୍ଣିମାରେ ଧାରଣ କରନ୍ତି ରାଜରାଜେଶ୍ୱର ବେଶ

ପୁରୀ: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ବିବିଧ ସ୍ୱର୍ଣ୍ଣ ଅଳଙ୍କାର ଯଥା କବଜ, କୁଣ୍ଡଳ, କିରିଟ, ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳା, ବାହାଡା ମାଳା, ଶଙ୍ଖ, ଚକ୍ର, ହଳ ମୁଷଳ ଆଦି ନାନାଦି ରତ୍ନ ଅଳଙ୍କାରରେ ବିଭୂଷିତ ହେବେ ମହାବାହୁ । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ । ପୋଲିସ ପ୍ରଶାସନ ପକ୍ଷରୁ ମହାକାର୍ତ୍ତିକ ପୂର୍ଣମୀ ଅବସରରେ 20ପ୍ଲାଟୁନ ପୋଲିସ ଫୋର୍ସ ସହ ବହୁ ଅଧିକାରୀ ମୁତୟନ ହୋଇଛନ୍ତି ।

ହରି ଉତ୍ଥାପନ ଏକାଦଶୀରୁ ଆରମ୍ଭ ହୋଇଥିଲା ଧର୍ମମାସ ପଞ୍ଚୁକ । ପାଞ୍ଚ ଦିନରେ ୫ଟି ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ପ୍ରଥମ ଦିନରେ ରତ୍ନ ସିଂହାସନରେ ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶରେ ଦର୍ଶନ ଦେଇଥିଲେ ଠାକୁର । ତେବେ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ମିଳି ନଥିଲା । ଦ୍ବିତୀୟ ଦିନରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥିଲେ । ଦୁଇଦିନ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଭାବ ବିହ୍ବଳ ହୋଇଥିଲେ ଭକ୍ତ । ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା ।

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

ଆ କା ମା ବୈ.. ଉତ୍କଳର ଅନନ୍ୟ ପରମ୍ପରା କାର୍ତ୍ତିକ ପୂର୍ଣ୍ଣିମା

ନନ୍ଦିଘୋଷ ବ୍ୟୁରୋ: ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଓଡିଶା ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ଦିଗଦର୍ଶନ  । ଏହି ଦିନଟି ମନେ ପକାଏ ଉତ୍କଳର ଐତିହ୍ୟ, ସାଧବପୁଅଙ୍କ ଲେଉଟାଣୀର କାହାଣୀ  । ଦୂର ଦୂରକୁ ବାଣିଜ୍ୟ ପାଇଁ ଯାଇଥିବା ଓଡ଼ିଆପୁଅ ମାନେ ସେହିଦିନ ହିଁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।  ଏ ପରମ୍ପରା ହିଁ ବଖାଣେ ଯେ ଓଡ଼ିଶାର ବୋଇତ ବନ୍ଦାଣର ଐତିହ୍ୟ  ।

ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଡି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ ।

ସେତିକି ବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ । ଲୋକ ମୁଖରେ ପ୍ରସିଦ୍ଧିଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ ବୋଲି, ସିଂହଳବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ । ଏହି ଦିନଟି ପ୍ରତିଟି ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର  । ଆବାହନ କାଳରୁ ଚାଲି ଆସୁଥିବା ଏ ପରମ୍ପରା ଆଜି ମଧ୍ୟ ଜୀବିତ  ।  କଟକଣା ଭିତରେ ବି କିଏ ଘରେ, କିଏ ମନ୍ଦିରରେ ଓ କେହିକେହି ନିକଟସ୍ଥ ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ତେବେ ଅନେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବାତିଲ ହୋଇଛି ।

ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିର ରଖି କଟକ, ଭୁବନେଶ୍ବରରେ ବାଲିଯାତ୍ରାକୁ ବାତିଲ କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ସେପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଙ୍ଗା ଭସାଇବା କଟକଣା କୋହଳ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଦ୍ବିତୀୟ ଟି-୨୦ରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ; ମ୍ୟାଚ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

ରାଞ୍ଚି: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ । ଝାଡଖଣ୍ଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଜୟପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୫ ଓ୍ବିକେଟରେ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ନୂଆ କୋଚ୍ ରାହୁଲ ଦ୍ରାବିଡ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଜୟର ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯଦି ଆଜିର ମ୍ୟାଚରେ ପରାଜୟ ଲାଭ କରେ ତେବେ ଏହି ସିରିଜରେ ମଧ୍ୟ ପରାଜୟ ବରଣ କରିବ ନ୍ୟୁଜିଲାଣ୍ଡ ।

ଅନ୍ୟପଟେ ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ, ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଦମଦାର ବିଜୟଲାଭ କରିଥିଲେ । ତେବେ ଦ୍ବିତୀୟ ମ୍ୟାଚରେ ଓପନର ରୋହିତ ଶର୍ମା, ଲୋକେଶ ରାହୁଲ, ସୂର୍ଯ୍ୟ କୁମାର ଯାଦବ ଓ ରିସଭ୍ ପନ୍ଥଙ୍କ ଉପରେ ଦଳ ନିର୍ଭର କରିବ । ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଭାରତୀୟ ଟିମ୍ । ସେପଟେ ଉଭୟ ବ୍ୟାଟିଂ  ଓ ବୋଲିଂରେ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିବା ପାଇଁ ଉଦ୍ୟମ କରିବ ବ୍ଲାକ କ୍ୟାପ  । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି  ।

ଭାରତୀୟଙ୍କୁ କରୋନା ଟିକାର ତୃତୀୟ ଡୋଜ୍ ନେଇ ଆସନ୍ତା ସପ୍ତାହରେ ବୈଠକ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର କରୋନାର ତୃତୀୟ ଡୋଜ ନେବେ ଭାରତୀୟ । ଆସନ୍ତା ସପ୍ତାହରେ ଏନେଇ କେନ୍ଦ୍ରର ବରିଷ୍ଠ ଅଧିକାରୀ ମାନେ ଆଲୋଚନା କରିବେ । ଏହାକୁ ବୁଷ୍ଟର ଡୋଜ୍ ବୋଲି କୁହାଯିବ ନାହିଁ ବରଂ ଏହାକୁ ଆଡିସନାଲ୍ ବା ଅତିରିକ୍ତ ଡୋଜ୍ ବୋଲି କୁହାଯିବ । ଏଥିପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ ହେବ । କରୋନାର ଦୁଇଟି ଯାକ ଡୋଜ ନେବାର କିଛି ମାସ ପରେ ତୃତୀୟ ଡୋଜ ଦିଆଯିବ । ସମ୍ପୂର୍ଣ୍ଣ ସୁସ୍ଥ ଲୋକ ମଧ୍ୟ ଏହି ଟିକା ନେବେ ।

 India May Form Policy on Rolling Out Third Vaccine Dose

ଅକ୍ଟୋବର ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତୃତୀୟ ଡୋଜ୍ ଦେବାକୁ ବିଭିନ୍ନ ଦେଶକୁ ଅପିଲ୍ କରାଯାଇଥିଲା । ସରକାର ଚାହିଁଲେ ତୃତୀୟ ଡୋଜ୍ ଦେଇ ଲୋକଙ୍କୁ ସୁରକ୍ଷିତ କରିପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । ଭାରତରେ ୧୧୫ କୋଟିରୁ ଅଧିକ ଲୋକ ଟିକା ନେଇଥିବା ବେଳେ ୭୫ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ଏବଂ ୩୮ ଲକ୍ଷରୁ ଅଧିକ ଲୋକ ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି ।