spot_img
Home Blog Page 4953

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ରକ୍ଷକ’, ତାଲିମ ନେବେ ୩୦ ହଜାର ଜୀବନ ରକ୍ଷାକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ  ଆଶାପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି । ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ । ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ । ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ । ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

 

ପିଲାଙ୍କ ପାଠପଢ଼ା ପାଇଁ ମାଇକ୍ରୋସଫ୍ଟର ନୂଆ ଲାପଟପ୍, ଦାମ ମାତ୍ର ୧୮ ହଜାର

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନ କ୍ଲାସ ବହୁତ ବଢ଼ି ଯାଇଛି । ବିଶେଷ କରି କରୋନା କାଳରେ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଅନଲାଇନ ଷ୍ଟଡି ଫ୍ରାଣ୍ଡଲି ଲାପଟପ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏମିତି ସ୍ଥିତିରେ ପ୍ରାୟ ସବୁ ସଫ୍ଟଓ୍ବେର କମ୍ପାନୀ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ ସହ ଲାପଟପ୍ ଲଞ୍ଚ କରୁଛନ୍ତି । ଯାହାର ମୂଲ୍ୟ ସାଧାରଣ ଲାପଟପଠାରୁ କମ ରହୁଛି । ଏବେ ମାଇକ୍ରୋସପ୍ଟ ଏମିତି ଲାପଟପ୍ ଲଞ୍ଚ କରିଛି । ଯାହାର ନାଁ  Surface Laptop SE ରଖାଯାଇଛି । ଏଥିରେ Windows 11ର ଭର୍ଜନ ଦିଆଯାଇଛି । ଗୁରୁତ୍ବପୂଣ୍ଣର୍ କଥା ହେଲା ଏହା କମ୍ପାନୀର ସବୁଠାରୁ ଶସ୍ତା ଲାପଟପ୍ ହେବାକୁ ଯାଉଛି । ଏହାର ମୂଲ୍ୟ ୨୪୯ ଡଲାର (ପାଖାପାଖି ୧୮ ହଜାର ୫୨୩ ଟଙ୍କା) ରହିଛି । ଆସନ୍ତାବର୍ଷ ଏହା ବଜାରରେ ଉପଲବ୍ଧ ହେବ ।

କ’ଣ ରହିଛି ବିଶେଷତ୍ବ ?

Surface Laptop SEରେ ୧୧.୬ ଇଞ୍ଚର ସ୍କ୍ରିନ୍ ରହିଛି । ସ୍କ୍ରିନ ରେଜୁଲୋସନ୍ 1366X768p ରହିଛି । ଏସ୍ପେଟ ରେସିଓ ୧୬:୯ ରଖାଯାଇଛି । ଏଥିରେ Intel Celeron N4020 ପ୍ରୋସେସର ଦିଆଯାଇଛି । ଏହାକୁ 4GB କିମ୍ବା 8GB  ରାମ୍ ସହ କିଣି ପାରିବେ । ଏଥିରେ 64GB ଓ 128GB eMMC ସପୋର୍ଟ ଦିଆଯାଇଛି ।

୧ ମେଗାଫିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି, ଯାହା 720p ଭିଡିଓ ରେକର୍ଡ କରିବାକୁ ସକ୍ଷମ । ଏହାସହ ସିଙ୍ଗିଲ USB A ପୋର୍ଟ, USB ଟାଇପ୍ C ପୋର୍ଟ ଓ ୩.୫ଏମଏମ ହେଡଫୋନ୍ ଦିଆଯାଇଛି ।

ମାଇକ୍ରୋସଫ୍ଟ ପକ୍ଷରୁ ଦାବି କରାଯାଇଛି ଲାପଟପ ୧୬ ଘଣ୍ଟା ଚାର୍ଜ ଦେବ । ବର୍ତ୍ତମାନ ଏହା ଆମେରିକା, ବ୍ରିଟେନ, କନାଡ଼ା ଓ ଜାପାନ ମାର୍କେଟରେ ଲଞ୍ଚ ହୋଇଛି । ଏହାକୁ ଏମିତି ତିଆରି କରାଯାଇଛି ଯେ, ମରାମତି କରିବା ସହଜ ହେବ ।

ଲାପଟପରେ Windows 11 SE ଦିଆଯାଇଛି । ଛାତ୍ର ଓ ସ୍କୁଲ ଆଡମିନିଷ୍ଟ୍ରେସନ ପାଇଁ ଏହି ଅପରେଟିଙ୍ଗ ସିଷ୍ଟମ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ଓ୍ବେବ ବେସଡ୍ ଆପ୍ ବ୍ୟବହାର ହୋଇଛି ।

ତେବେ ଭାରତରେ ଏହି ଲାପଟପ୍ କମ୍ପାନୀ ଲଞ୍ଚ କରିବ କି ନାହିଁ ତାହା ସ୍ପଷ୍ଟ କରିନି । ଭାରତରେ ଅନ୍ୟ ସରଫେସ୍ ଲାପଟପ୍ ମିଳୁଥିବାରୁ ଆଗାମୀ ଦିନରେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି ।

ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା; ମା’ଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ

ସୋନୀପତ: ରାଷ୍ଟ୍ରୀୟ ସ୍ତରର ରେସଲରଙ୍କୁ ଗୁଳି ମାରି ହତ୍ୟା । ହରିଆଣାର ସୋନୀପତରେ ରାଷ୍ଟ୍ରିୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ନିଶାଙ୍କ ବ୍ୟତୀତ ତାଙ୍କ ଭାଇ ଓ ତାଙ୍କ ମା’ଙ୍କୁ ମଧ୍ୟ ଗୁଳି ମାରିଥିଲେ ଆକ୍ରମଣକାରୀ । ତେବେ ଏହି ଆକ୍ରମଣରେ ନିଶାଙ୍କ ସହ ତାଙ୍କ ଭାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ତାଙ୍କ ମା ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ସମ୍ବେଦନଶୀଳ ଘଟଣା ସୋନୀପତର ହଲାଲପୁର ଗାଁର ଘଟିଛି । ଯେଉଁଠାରେ ସୁଶୀଲ କୁମାରଙ୍କ ନାମରେ ଏକାଡେମୀ ରହିଛି ।  ସେହି ଏକାଡେମୀଠାରେ ଆକ୍ରମଣକାରୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ । ଆକ୍ରମଣକାରୀ ନିଶା ଦାହିୟା, ତାଙ୍କ ଭାଇ ସୁରଜ ଦାହିୟା ଓ ତାଙ୍କ ମା’ ଧନପତିଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷା କରିଥିଲେ । ତେବେ ଆଖିବୁଜା ଗୁଳି ବର୍ଷା ପରେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ ।  କିଏ କିଛି ବୁଝିବା ପୂର୍ବରୁ ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇ ସୁରଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ମା’ ଧନପତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଏବେ ବି ସେ ସଙ୍କଟାପୂର୍ଣ୍ଣ ରହିଛନ୍ତି । ତେବେ କ’ଣ ପାଇଁ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ତାହା ଉପରୁ ଏବେ ବି ପରଦା ଉଠିନି ।

ତେବେ ନିଶା ଦାହିୟାଙ୍କୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅଣ୍ଡର-୨୩ ଓ୍ବାର୍ଲ୍ଡ ରେସଲିଂ ଚମ୍ପିଆନସିପରେ ମେଡାଲ ଜିତିଥିବା ପାଞ୍ଚ ଜଣ ରେସଲରଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ନିଶା ଦାହିୟା ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଥିଲେ କି ଶିବାନୀ, ଅଞ୍ଜୁ,ଦିବ୍ୟା, ରାଧିକା ଏବଂ ନିଶାଙ୍କୁ ଓ୍ବାର୍ଲ୍ଡ ଚମ୍ପିଆନସିପ ବିଜୟ ପାଇଁ ଶୁଭେଚ୍ଛା ।

 

 

ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି, ୩୧ରେ ଅବସର ନେବେ ଅଭୟ

ଭୁବନେଶ୍ୱର: ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି । ଡ଼ିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ  । ଅବସର ନେଇ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର  ।  ଡ଼ିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡ଼ିଜିପି ଅଭୟ  । ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ  ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଯେଉଁଥିରେ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କ ଅବସର ନେଇ ଉଲ୍ଲେଖ ରହିଛି  । ଡିଜିପି ଅଭୟ ଜିସେମ୍ବର ୩୧ରେ ଅବସର ନେବା ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ  ।

ଓଡ଼ିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର  । ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ  । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡ଼ିଜି ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ  ।

ଧାରଣାରେ ବସିଲେ ଖେଳାଳି; କହିଲେ ‘କେନ୍ଦ୍ର ସମ୍ମାନ ଦେଉଛି, ଆପଣ କାହିଁକି ନୁହେଁ’…

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପାରା କୁସ୍ତି ଯୋଦ୍ଧା ବିରେନ୍ଦ୍ର ସିଂହ ହରିୟାଣା ସରକାର ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି। ନିକଟରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯାହା ପରେ ସେ ନୂଆଦିଲ୍‌ଲୀ ସ୍ଥିତ ହରିୟାଣା ଭବନ ବାହାରେ ଧାରଣାରେ ବସିଛନ୍ତି ।

ବିରେନ୍ଦ୍ର ସିଂହ ଟ୍ୱିଟ୍ କରି କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ମୁଁ ଦିଲ୍‌ଲୀ ହରିୟାଣା ଭବନର ଫୁଟପାଥରେ ବସିଛି । ଯେଯାଏଁ ଆପଣ ମୁକ-ବଧିର ଖେଳାଳିଙ୍କୁ ପାରା ଖେଳାଳି ମାନଙ୍କ ଭଳି ସମାନ ଅଧିକାର ପ୍ରଦାନ ନକରନ୍ତି, ସେଯାଏଁ ମୁଁ ଧାରଣାରୁ ଉଠିବି ନାହିଁ । କେନ୍ଦ୍ର ଆମକୁ ସମ୍ମାନ ଦେଉଥିବା ବେଳେ ଆପଣ କାହିଁକି ଦେବେନାହିଁ ।

ମୁଖ୍ୟତଃ ପାରା କୁସ୍ତି ଯୋଦ୍ଧା ରୂପେ ଯୋଗଦାନ ପାଇଁ ବିରେନ୍ଦ୍ରଙ୍କୁ  ପଦ୍ମଶ୍ରୀ ସମ୍ମାନ ମିଳିଛି । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ସମାନ ଅଧିକାର ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ବିରେନ୍ଦ୍ରଙ୍କୁ ସମ୍ମାନ ମିଳିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଦେଇଥିଲେ। ଯାହାର ଜବାବ ଦେଇ ବିରେନ୍ଦ୍ର କହିଥିଲେ,- ମୁଖ୍ୟମନ୍ତ୍ରୀ ଜି ଆପଣ ଯଦି ମୋତେ ପାରା ଖେଳାଳି ମାନୁଛନ୍ତି ତେବେ ପାରା ଖେଳାଳି ଭଳି ସମାନ ଅଧିକାର କାହିଁକି ଦେଉନାହାଁନ୍ତି । ମୁଁ ଗତ ୪ ବର୍ଷ ହେବ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଆଜିବି ଜୁନିଅର କୋଚ୍ ହୋଇ ରହିଛି ।

ଭଉଣୀ ଘର ଗାଁରେ ଯୁବକଙ୍କ ସହ କଥା ହେବାରୁ, ବନ୍ଦ କୋଠରୀରେ ଅଟକ ରଖିଲେ ଗ୍ରାମବାସୀ

ନବରଙ୍ଗପୁର: ପ୍ରେମୀ ଯୁଗଳଙ୍କୁ ବନ୍ଦ କୋଠରୀରେ ରଖି ଅସଦାଚରଣ ଅଭିଯୋଗ । ଉଭୟଙ୍କୁ ଅଟକ ରଖିବା ସହିତ ବିବାହ କରିବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୋନପୁର ବଙ୍ଗୀୟ ଡିଏନକେ ଗାଁରୁ ଆସିଛି ଏଭଳି ଅଭିଯୋଗ । ଅଭିଯୋଗ ଅନୁସାରେ ଯୁବତୀ ଜଣକ ଭଉଣୀଘରକୁ ବୁଲିବାକୁ ଯାଇଥିବା ବେଳେ, ଗାଁର ଜଣେ ଯୁବକଙ୍କ ସହ କଥା ହେଉଥିବା ବେଳେ ପ୍ରେମୀଯୁଗଳଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଉଭୟଙ୍କୁ ଅସଦାଚରଣ କରିବା ସହିତ ଜୋରଜବରଦସ୍ତ ବିବାହ ପାଇଁ ଉଦ୍ୟମ କରିଥିଲେ । ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ । ଯୁବତୀଙ୍କ ବାପା ଗ୍ରାମବାସୀଙ୍କୁ ବିରୋଧ କରିବାରୁ ଗାଁ ଲୋକ ମାଡ଼ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଇଘର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗିରଫ ହେଲେ କୋହଲିଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ହାଇଦ୍ରାବାଦରୁ ଗିରଫ କରିଛି । ମୁମ୍ବାଇ ପୋଲିସର ସାଇବର ସେଲ ଏହି ଅଭିଯୁକ୍ତକୁ ଗିରଫ କରିଛି । ତେବେ ହାଇଦ୍ରାବାଦରୁ ଗିରଫ କରି ଅଭିଯୁକ୍ତକୁ ମୁମ୍ବାଇ ଆଣୁଛି ପୋଲିସ । ସୂଚନା ଅନୁସାରେ ରାମନାଗେଶ ଶ୍ରୀନିବାସ ଅକୁବାଥିନି ବୋଲି ଜଣାପଡ଼ିଛି । ଯାହାର ବୟସ ୨୩ ବର୍ଷ । ଏହି ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଭିଯୁକ୍ତ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର । ସେ ପୂର୍ବରୁ ଏକ ଫୁଡ୍ ଡେଲିଭରି ଆପ ପାଇଁ ସଫ୍ଟଓ୍ବେର୍ ଡେଭଲପର ଭାବରେ କାର୍ଯ୍ୟ କରୁଥିଲେ । ସେ ଆଇଆଇଟି ହାଇଦ୍ରାବାଦରୁ ବିଟେକ କରିଛନ୍ତି ।

ଚଳିତ ଟି-୨୦ ବିଶ୍ବକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲା ।  ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାସ୍ତ ପରେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ମଧ୍ୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଏହା ପରେ କିଛି ପ୍ରଶଂସକ ଏତେ ଅସନ୍ତୋଷ ଥିଲେ ଯେ ସେମାନେ ସବୁ ସୀମା ପାର କରିଦେଇଥିଲେ । ଏମିତିକି ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ସହ ତାଙ୍କ ପରିବାର ଏବଂ ତାଙ୍କ ଛୋଟ ଝିଅ ବାମିକାଙ୍କୁ ମଧ୍ୟ ଛାଡିନଥିଲେ କିଛି ପ୍ରଶଂସକ । ତାଙ୍କ ଝିଅକୁ ଧମକ ଦେବା ସହ ଅପଶବ୍ଦର ବ୍ୟବହାର ମଧ୍ୟ କରିଥିଲେ । ବିରାଟ କୋହଲିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଥିଲେ ପ୍ରଶଂସକ । ଏହି ଭିତରେ ଜଣେ ବ୍ୟକ୍ତି ବିରାଟ କୋହଲିଙ୍କ ଝିଅଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ମାମଲା ଉପରେ ପାକିସ୍ତାନ ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍ ବି ଏପରି ଧମକ ଉପରେ ଆପତ୍ତି ଉଠାଇଥିଲେ । ଇଞ୍ଜାମାମ କହିଥିଲେ କି ଏପରି ଭାବରେ କାହା ଝିଅ ଓ ପରିବାର ପ୍ରତି ଆପତ୍ତି ଜନକ ମନ୍ତବ୍ୟ ଦେବା ଭୁଲ ଅଟେ । ତେବେ ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ ଆକ୍ସନ ନେଇଥିଲେ । ମହିଳା ଆୟୋଗ ଏହି ମାମଲାରେ ନୋଟିସ୍ ଜାରି କରି ପୋଲିସଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ଏପର୍ଯ୍ୟନ୍ତ କ’ଣ ଆକ୍ସନ ନିଆଯାଇଛି ତାହାର ସୂଚନା ମାଗିଥିଲେ । ତେବେ ଆଜି ଏହି ମାମଲର ମୁଖ୍ୟ ଅଭିଯୁକ୍ତକୁ ମୁମ୍ବାଇ ପୋଲିସର ସାଇବର ସେଲ ଗିରଫ କରିଛି ଏବଂ ଅଧିକ ପଚରା ଉଚରା ପାଇଁ ତାଙ୍କୁ ମୁମ୍ବାଇ ଆଣାଯାଉଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।

ମାଓ ପ୍ରବଣ ଅଞ୍ଚଳରେ ପହଁଚିଲା ନବୀନଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

କଳାହାଣ୍ଡି: ମାଓ ପ୍ରବଣ ଅଞ୍ଚଳରେ ପହଞ୍ଚିଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ସମସ୍ତ ପଞ୍ଚୟତରେ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି । ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମାଓ ପ୍ରବଣ ଦୁର୍ଗମ ଅଞ୍ଚଳରେ କାର୍ଡ ବଣ୍ଟନ କରିଛନ୍ତି । ଦେଦର, ଡ଼ୁମେଲମାଳ, ବାଙ୍କୀପାଲସରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବା ସହିତ ଏହାର ଉପକାରିତା ସମ୍ପର୍କରେ ବୁଝାଇଛନ୍ତି ମନ୍ତ୍ରୀ ।

ଏହା ସହିତ ସଚେତନ ରହି କାର୍ଡର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାର୍ଡ ଦେବା ସହିତ ଲୋକଙ୍କର ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଛନ୍ତି । ଲୋକମାନଙ୍କ ନିକଟରେ ରାସ୍ତା, ବିଜୁଳି, ପାନୀୟଜଳ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଏହି ସ୍ୱାସ୍ଥ୍ୟ ସୁବିଧା ସର୍ବଜନ ବିଦିତ  । ସଭିଙ୍କ ପାଇଁ ଏବା ପ୍ରଣେଦିତ  । ସାଧାରଣ ଲୋକେ , ଗରିବୀ , ଖଟିଖିଆ ପରିବାରର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରିକଳ୍ପନା କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଜୁନିୟର ହକି ବିଶ୍ବକପ୍: ରାଜଧାନୀର କେଉଁ ହୋଟେଲରେ ରହିବେ କେଉଁ ଟିମ୍ ?

ଭୁବେନଶ୍ବର: ପୁଣି ହକି ହବ୍ ଓଡ଼ିଶା ହକିର ରଙ୍ଗରେ ରଙ୍ଗେଇ ହେବ । ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ । ସୋମବାରଠାରୁ ଭୁବନେଶ୍ବରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ ପାରମ୍ପାରିକ ରିତିନିତିର ହୋଟେଲ ପକ୍ଷକୁ କରାଯିବ ଭବ୍ୟ ସ୍ବାଗତ । ତେବେ ପାକିସ୍ତାନ ଟିମ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବନ୍ଦୋବସ୍ତ। ଆସନ୍ତୁ ଜାଣିବା, କେଉଁ ଟିମ୍ କେଉଁ ହୋଟେଲରେ ରହିବେ ଏବଂ ପାକିସ୍ତାନ ଟିମର ଖାଇବା ମେନ୍ୟୁରେ କ’ଣ ରହିଛି ।

ମେ ଫେୟାର ହୋଟଲରେ ଆର୍ଜେଣ୍ଟିନା ଓ ୟୁଏସଏ ଖେଳାଳି ରହିବାକୁ ଥିବା ବେଳେ ନେଦରଲାଣ୍ଡ ଖେଳାଳି ଟ୍ରାଇଡେଣ୍ଟରେ, ଫ୍ରାନ୍ସ ଖେଳାଳି ତାଜ୍ ଭିବନ୍ତ ହୋଟଲରେ, ପୋଲାଣ୍ଡ ଖେଳାଳି ନିଳୟ ରେସିଡେନ୍ସିରେ, ସାଉଥ ଆଫ୍ରିକା ଟିମ୍ ଏଚଏଚଆଇରେ, ଚିଲ୍ଲି ଓ ଜର୍ମାନୀ ଟିମ୍ ଲେମନ ଟ୍ରି ହୋଟଲରେ,  ସ୍ପେନ୍, ବେଲଜିୟମ ଓ ଭାରତୀୟ ଦଳ ସାଣ୍ଡି ଟାଓ୍ୱାର ହଟେଲରେ ଏବଂ ପାକିସ୍ତାନ, ମାଲେସିଆ ଓ କୋରିଆ ଟିମ ହୋଟେଲ ସ୍ୱସ୍ତି ପ୍ରିମିୟମରେ ରହିବାର ବନ୍ଦୋବସ୍ତ କରାଯାଇଛି ।

ବିଦେଶୀ ଖେଳାଳିଙ୍କ ନିଜ ଦେଶର ଖାଇବା ମେନ୍ୟୁ ଅନୁସାରେ ହୋଟେଲ ପକ୍ଷରୁ ମନ୍ୟୁ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଦୀର୍ଘ ବର୍ଷ ପରେ ପାକିସ୍ତାନର କୌଣିସ ଟିମ୍ ଭୁବନେଶ୍ୱର ଆସୁଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ହୋଟେଲ ସ୍ୱସ୍ତି ପ୍ରିମିୟମ । ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ଖାଇବା ମେନ୍ୟୁ ଆନୁସାରେ ଖାଦ୍ୟ ପ୍ରସ୍ତୁତ କରିବ ସ୍ୱସ୍ତି ପ୍ରିମିୟମ। ପାକିସ୍ତାନ ଖେଳାଳି ବିଶେଷ କରି ଆଫଗାନ ଓ ଇଣ୍ଡିଆନ୍ ଫୁଡକୁ ପସନ୍ଦ କରିଥିବାରୁ ଏହି ଖାଦ୍ୟ ଉପରେ ହୋଟେଲ ପକ୍ଷରୁ ଅଧିକ ଗୁରୁତ୍ୱ  ଦିଆଯିବ। ବିଶେଷ କରି ଚିକେନ୍ କବାବ, ଚିକେନ ସିଖ୍ କବାବ, ତନ୍ଦୁରୀ କବାବ, କ୍ରିମି ଚିକେନ କବାବ, ଗ୍ରିଲ୍ଡ ଫିସ୍ , ଚାପଲି ରାପ୍ ପ୍ରମୁଖ ଖାଦ୍ୟ ପାକିସ୍ତାନୀ ଖେଳାଳିଙ୍କୁ ପରାସ ଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ଏତିକି ନୁହେଁ ୧୦ ପ୍ରକାରର ସାଲାଡ୍ ଓ ୫ ପ୍ରକାର ବିଦେଶୀ ଫ୍ରୁଟ୍ ମଧ୍ୟ ଖେଳାଳିଙ୍କୁ ଦିଆଯିବ ।

ପାକିସ୍ତାନ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମନଙ୍କ ପାଇଁ ସ୍ୱସ୍ତି ପ୍ରିମିୟମ ହୋଟଲର ଗୋଟିଏ ଫ୍ଲୋରକୁ ଡେଡିକେଟେଡ୍ ଭାବେ ରଖାଯାଇଛି । ଯେଉଁ ଫ୍ଲୋରକୁ ବାହାର ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବନି । ଏହାସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଥିବା ସ୍ୱସ୍ତି ପ୍ରିମିୟମ ହୋଟେଲ୍ ଜିଏମ୍ ଦେବେନ୍ଦ୍ର ଶର୍ମା କହିଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଜୁନିୟର ହକି ବିଶ୍ୱକପ ଖେଳାଯିବ । ଏହାକୁ କିପରି ସୁରୁଖୁରୁରେ ଆୟୋଜନ କରିହେବ ସେନେଇ ରାଜ୍ୟ ସରକର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତିଙ୍କୁ ୧୧ ବର୍ଷ ଜେଲ; ମନି ଲଣ୍ଡରିଂ ମାମଲାରେ ଥିଲେ ଜଡ଼ିତ

ଢ଼ାକା: ଜେଲ ଯିବେ ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନା । ମଙ୍ଗଳବାର ବାଂଲାଦେଶ କୋର୍ଟ ପୂବର୍ତନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ୧୧ ବର୍ଷ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁରେନ୍ଦ୍ର କୁମାର ବାଂଲାଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି । ଦୁର୍ନୀତି ସମ୍ବନ୍ଧୀୟ ଦୁଇଟି ମାମଲାରେ ସୁରେନ୍ଦ୍ରଙ୍କୁ ମିଳିଛି ଏହି ଦଣ୍ଡାଦେଶ । ଢ଼ାକାର ସ୍ବତନ୍ତ୍ର ବିଚାରପତି ଶେଖ ନଜମୁଲ ଆଲମ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୁରେନ୍ଦ୍ର କୁମାର ଏବେ ଆମେରିକାରେ ରହୁଛନ୍ତି । ମନି ଲଣ୍ଡରିଂ ମାମଲାରେ ସୁରେନ୍ଦ୍ର କୁମାରଙ୍କୁ ୭ ବର୍ଷ ଦଣ୍ଡାଦେଶ ଦେଇଛି । ତେବେ ବିଶ୍ବାସଘାତ କରିବା ମାମଲାରେ ତାଙ୍କୁ ଚାରି ବର୍ଷ ଦଣ୍ଡାଦେଶ ମିଳିଛି । ଢ଼ାକା ଟ୍ରିବୁନ ଖବର କାଗଜର ରିପୋର୍ଟ ଅନୁସାରେ ଜେଲର ଦଣ୍ଡ ଅଲଗା ଅଲଗା ଭାବରେ ଚାଲିବ । ଏହି ମାମଲାରେ କୋର୍ଟ କହିଛି କି ଜଜ୍ ଏସ.କେ ସିହ୍ନା ମନି ଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ରିପୋର୍ଟ ଅନୁସାରେ କିଷାନ ବ୍ୟାଙ୍କ ଯାହା ଏବେ ପଦ୍ମ ବ୍ୟାଙ୍କ ଭାବରେ ପରିଚତ ସେହି ବ୍ୟାଙ୍କରୁ ୪ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି ।

ତେବେ ଏହି ମାମଲାରେ ୧୦ ଜଣ ଅଭିଯୁକ୍ତ ଥିଲେ ।  କିନ୍ତୁ ତଙ୍ଗଲ ବାସିନ୍ଦା ମହମ୍ମଦ ଶାହା ଜାହାନ ଏବଂ ନିରଞ୍ଜନ ଚନ୍ଦ୍ର ଶାହା ନିର୍ଦ୍ଦୋଶରେ ଖଲାସ ହୋଇଥିଲେ କାରଣ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହୋଇନଥିଲା । ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଜୋରିମାନା ସହ ଜଲେ ଦଣ୍ଡାଦେଶ ମଧ୍ୟ ଦିଆଯାଇଛି । ସୁରେନ୍ଦ୍ର କୁମାର ସିହ୍ନା ଜାନୁଆରୀ ୨୦୧୫ରୁ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ବାଂଲାଦେଶର ୨୧ତମ ଚିଫ୍ ଜଷ୍ଟିସ୍ ଥିଲେ । ଅନ୍ୟପକ୍ଷରେ ଜଷ୍ଟିସ୍ ସିହ୍ନା ଅଭିଯୋଗ କରିଛନ୍ତି କି ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା । କାରଣ ସେ ବାଂଲାଦେଶର ଅଗଣତନ୍ତ୍ର ଓ କ୍ଷମତାଶୀନ ଶାସନକୁ ବିରୋଧ କରିଥିଲେ ।