spot_img
Home Blog Page 4966

ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍ ସିନ୍ ବେଳେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ଯୁବକ, ଲାଇଟ୍ ଅନ୍ ହେଉଣୁ ନିର୍ଧୂମ ଛେଚିଲେ ଦର୍ଶକ

ଭୋପାଳ: ଭୋପାଳରେ ଏକ ସିନେମା ହଲ୍‌ରେ ଦେଖିବାକୁ ମିଳିଛି ରିୟଲ ଆକ୍ସନ । ଏଠାରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶେଷ ଶୋ’ ଚାଲୁଥିଲା । ରାତି ପାଖାପାଖି ୧୨ଟା ବେଳେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ପରଦାକୁ ଆସିଥିଲା, ସେହି ସମୟରେ ଜଣେ ଯୁବକ ପଛରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ ଏବଂ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ରିୟଲ ଫିଲ୍ମ ଆରମ୍ଭ ହୋଇ ଯାଇଥିଲା। ପ୍ରଥମେ ଯୁବତୀ ଚପଲ ଓହ୍ଲାଇ ଯୁବକଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହା ଦେଖି ଉପସ୍ଥିତ ଦର୍ଶକ ମଧ୍ୟ ବାହାରି ପଡ଼ିଥିଲେ। ପ୍ରଥମେ ସମସ୍ତେ ଥିଏଟର ଭିତରେ ଯୁବକଙ୍କୁ ପିଟିଥିଲେ ଏବଂ ପରେ ଥିଏଟର ବାହାରକୁ ନେଇ ନିର୍ଧୂମ ଛେଚିଥିଲେ । ଯଦିଓ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ନ ଥିଲା।

ସ୍ଥାନୀୟ ଥାନା ପୋଲିସ କହିଛି କି, ଘଟଣା ବିଷୟରେ କୌଣସି ଖବର ଆସି ନାହିଁ । କେହି ଅଭିଯୋଗକାରୀ ମଧ୍ୟ ଥାନାରେ ପହଞ୍ଚି ନାହାନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଛି । ସୂଚନାଥାଉ କି, ଅକ୍ଷୟ ଓ କ୍ୟାଟ୍ରିନାଙ୍କ ରୋମାଣ୍ଟିକ୍‌ ସିନ୍‌ ସମୟରେ ଯୁବକ ଜଣକ ପଛକୁ ବାରମ୍ବାର ବୁଲି ଚାହୁଁଥିଲେ ଏବଂ କମେଣ୍ଟ କରିଥିଲେ କି, ‘ଛାଡ କାଲିର କଥା’। ସେ ବାରମ୍ବାର ପଛକୁ ବୁଲି ଯୁବତୀଙ୍କ ଆଡ଼କୁ ଚାହୁଁଥିଲେ। ସେହି ସମୟରେ ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ବାରଣ କରିଥିଲେ ବି ସେ ମାନି ନ ଥିଲେ। ଏହାପରେ ଯୁବତୀ ଚପଲ ଖୋଲି ଯୁବକଙ୍କୁ ପିଟିଥିଲେ। ଯୁବତୀ ଏବଂ ଦର୍ଶକ ମିଳିମିଶି ଯୁବକଙ୍କୁ ମାଡ଼ ମାରୁଥିବା ବେଳେ ଯୁବକ ଜଣକ ବହୁତ ନେହୁରା ହେଉଥିଲେ। କିନ୍ତୁ ଲୋକେ କିଛି ବି ଶୁଣି ନ ଥିଲେ। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଯୁବକଙ୍କୁ ଯେତେବେଳେ ଲୋକେ ପିଟୁଥିଲେ, ସେହି ସମୟରେ ଥିଏଟର ଭିତରେ ଗୀତ ବାଜୁଥିଲା। ସେଠାରେ ଉପସ୍ଥିତ ଅନ୍ୟ ଯୁବତୀମାନେ ମଧ୍ୟ ତାଙ୍କୁ ଚପଲରେ ପିଟିଥିଲେ। ଲୋକେ ଯେତେବେଳେ ଯୁବକଙ୍କୁ ଧରି ଥାନାକୁ ନେଉଥିଲେ, ତ ସେତିକି ବେଳେ ଯୁବକଙ୍କ ସାଙ୍ଗ ସେଠାରେ ପହଞ୍ଚି ଥିଲେ ଏବଂ ଯୁବତୀଙ୍କ ସାମ୍ନାରେ ଯୁବକଙ୍କୁ କ୍ଷମା ମଗାଇ ଥିଲେ। ଏହାପରେ ମାମଲା ଶାନ୍ତ ପଡ଼ିଥିଲା। ଅଭିଯୁକ୍ତ ଯୁବକ ପୁରୁଣା ସହରର ବୋଲି କୁହାଯାଉଛି। ସେପଟେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଘଟଣାସ୍ଥଳରେ ପାଖାପାଖି ୧୦ରୁ ୧୨ଜଣ ଲୋକ ଉପସ୍ଥିତ ରହି ଯୁବକଙ୍କୁ ନିର୍ଧୂମ ଛେଚୁଛନ୍ତି ଏବଂ ଯୁବକ ଜଣକ କାକୁତିମିନତି ହେଉଛନ୍ତି। ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ଭିଲେନର ଘର ଭାଙ୍ଗିଲା ପୋଲିସ, KBN ନାଁରେ ସୃଷ୍ଟି କରିଥିଲେ ଆତଙ୍କରାଜ

ଭୁବନେଶ୍ୱର: ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିଥିବା କେବିଏନ ଗ୍ରୁପକୁ ପୋଲିସର ଟାର୍ଗେଟ  । କେତେବେଳେ ସାଧାରଣ ଯାତ୍ରୀଙ୍କୁ ଆକ୍ରମଣ ତ, କେତେବେଳେ ବ୍ଲାଙ୍କ ଫାୟରିଂ କରି ସୃଷ୍ଟି କରିଥିଲେ ଆତଙ୍କରାଜ  । ଆଜି କମିସନରେଟ ପୋଲିସ  ଭାଙ୍ଗିଛି ଭିଲେନର ଘର । ବନ୍ଧୁକ ରଖିଥିବା ସନ୍ଦେହରେ ଗ୍ରୁପ୍‌ର ସଦସ୍ୟ ରାକେଶ ବେହେରା ଓରଫ ତେଙ୍ଗର ଘର ଭାଙ୍ଗିଛି ପୋଲିସ ।

ସେପଟେ କ୍ରାଇମ ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣାରେ ମୋଟ 29 ଜଣକ ନାମରେ ମାମଲା ରୁଜୁ କରିଛି ନୟାପାଲ୍ଲୀ ଥାନା ପୋଲିସ । KBN ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତକୁ ମିଶାଇ ମୋଟ 7 ଜଣକୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗ ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନାଙ୍କ ସମେତ 22 ଜଣ ଏବେ ବି ଫେରାର ଅଛନ୍ତି । ଦୁଇ ଦିନ ତଳେ ରାଜଧାନୀର ଏକ ନିଛାଟିଆ ରାସ୍ତାରେ ବ୍ଲାଙ୍କ ଫାୟରିଂ ଭିଡିଓ ଭାଇରାଲ ହୋଇଥିଲା  । ଯାହାକୁ ନେଇ ସାଧାରଣରେ ଏକପ୍ରକାର ଭୟ ସଞ୍ଚାର ହୋଇଥିଲା   ।

ସେପଟେ ଏହି ଭିଡ଼ିଓ ଭାଇରାଲ ହେବାପରେ ଭୁବନେଶ୍ୱରରେ ଥିବା ବିଭିନ୍ନ ଖଟିକୁ ଚିହ୍ନଟ କରିଛି ପୋଲିସ । ରାତିରେ ପାଟ୍ରୋଲିଂକୁ ପୋଲିସ ଜୋରଦାର କରିଛି । ଏହି ଗ୍ୟାଙ୍ଗ ଦ୍ୱାରା କୌଣସି ଲୋକ ଅପରାଧର ଶିକାର ହୋଇ ନାହାନ୍ତି । କୌଣସି ଲୋକ ଅପରାଧ ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି ନିବେଦନ କରିଛନ୍ତି ।

କଳାହାଣ୍ଡିରେ ମହା ମିଶ୍ରଣ ପର୍ବ: ବିରୋଧୀ ଶିବିର ଛାଡ଼ି ବିଜେଡିରେ ସାମିଲ ହେଲେ ହଜାର ହଜାର କର୍ମୀ

ଧର୍ମଗଡ଼: କଳାହାଣ୍ଡିରେ ବିଜେଡି ପକ୍ଷରୁ ଆଯୋଜିତ ହୋଇ ଯାଇଛି ମହା ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବିରୋଧୀ ଦଳର ହଜାର ହଜାର କର୍ମୀ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏମାନେ ଶଙ୍ଖ ଧରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ନବ ଦାସ  ଓ ନିରଞ୍ଜନ ପୂଜାରୀ ଓ ସାଂସଦ ସୁଜିତ କୁମାର ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଯୋଗଦେଇ କର୍ମୀମାନଙ୍କୁ ବିଜେଡି ଶିବିରକୁ ସ୍ବାଗତ କରିଥିଲେ ।

ବିଷ ହେଲା ଯମୁନା ପାଣି, ବିଷାକ୍ତ ପାଣିରେ ବୁଡ଼ ପକାଇବାକୁ ବାଧ୍ୟ ହେଲେ ଛଟ୍ ବ୍ରତଧାରୀ

ନୂଆଦିଲ୍ଲୀ: ବିଷ ହେଲା ଯମୁନା ପାଣି । କଳ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ବିଷାକ୍ତ ବାୟୁ ଯୋଗୁଁ ଯମୁନା ନଦୀର ଜଳରେ ଆମୋନିଆ ମାତ୍ରା ବୃଦ୍ଧି ହୋଇଛି । ଯାହାଫଳରେ ନଦୀ ପାଣିରେ ବରଫ ଭଳି ଆସ୍ତରଣ ଭାସୁଥିବା ଦେଖାଯାଇଛି । ଯମୁନା ଜଳ ପ୍ରଦୂଷିତ ହେବା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି । ସେପଟେ ଆଜିଠାରୁ ଛଟ୍ ପୂଜା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀବାସୀ ଯମୁନାର ସେହି ବିଷାକ୍ତ ପାଣିରେ ବୁଡ଼ ପକାଇଛନ୍ତି ।

ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଥିବା ବେଳେ ଆଜି ପ୍ରଥମ ଦିନରେ ଶହ ଶହ ଲୋକ ବୁଡ଼ ପକାଇଛନ୍ତି । ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଏଭଳି ଧଳା ଧଳା ଫେଣ ଭାସୁଥିବା ବେଳେ ସେହି ପାଣିରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ଆଖପାଖ ରାଜ୍ୟରେ ନଡ଼ା ଜଳାଯିବା ଓ ଦୀପାବଳିରେ ବାଣ ଫୁଟାଯିବା ଦିଲ୍ଲୀର ବାୟୁ ପ୍ରଦୂଷଣ ଓ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି କାରଣ ପାଲଟିଛି ।

ଅନ୍ୟପଟେ ଯମୁନା ନଦୀରେ ଆମୋନିଆ ପ୍ରଦୂଷଣ ବୃଦ୍ଧି ପାଇବା ପରେ ଅନେକ ଅଞ୍ଚଳରେ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ସୋନିଆ ବିହାର, ଓ୍ବାଜିରାବାଦ, ଚନ୍ଦ୍ରଓ୍ବାଲ ଆଦି ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହୋଇଛି ବୋଲି ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କୁହାଯାଇଛି ।

ଗାମୁଛା ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ଫାଉଡ଼ାରେ ମାରି ହତ୍ୟା କଲା ସ୍ୱାମୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଗାଧୋଇ ସାରିବା ପରେ ସ୍ତ୍ରୀର ଗାମୁଛା ଦେବାରେ ବିଳମ୍ୱ ହେବାରୁ ଫାଉଡ଼ା ମାରି ହତ୍ୟା କଲା ସ୍ୱାମୀ । ଘଟଣାଟି କିରନାପୁର ଥାନା ଅଧୀନସ୍ଥ ହୀରାପୁର ଗାଁରେ ବୋଲି ପୋଲିସ ସୂଚନା ଦେଇଛି ।

କିରନାପୁର ପୋଲିସ ଥାନା ନିରୀକ୍ଷକ ରାଜେନ୍ଦ୍ର କୁମାର ବାରୀୟାଙ୍କ କହିବାନୁସାରେ, ‘ଗତ ଶନିବାର ସେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଅଭିଯୁକ୍ତର ନାଁ ରାଜକୁମାର (୫୦) ଓ ସେ ଜଣେ ବନବିଭାଗ କର୍ମଚାରୀ । ମୃତ ମହିଳା ଜଣକ ହେଉଛନ୍ତି ୪୫ ବର୍ଷୀୟ ପୁଷ୍ପା ବାଇ, ଯେ କି ଜଣେ ଗୃହିଣୀ ।’

ପୋଲିସଙ୍କ କହିବାନୁସାରେ ରାଜକୁମାର ଗାଧୋଇ ସାରିବା ପରେ ସ୍ତ୍ରୀ ପୁଷ୍ପାକୁ ଗାମୁଛା ମାଗିଥିଲେ । ସେତେବେଳେ ପୁଷ୍ପା ରୋଷେଇ ଘରେ ବାସନ ମାଜୁଥିଲେ । ଏଥିପାଇଁ ସେ ରାଜକୁମାରଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ଗାମୁଛା ଦେବାରେ ବିଳମ୍ୱ ହେବାରୁ ରାଜକୁମାର ଉତ୍ତ୍ୟକ୍ତ ହୋଇ ପୁଷ୍ପାଙ୍କୁ ଫାଉଡ଼ା ସାହାଯ୍ୟରେ ହତ୍ୟା କରିଥିଲେ । ଏହି ସମୟରେ ତାଙ୍କ ଝିଅ ଅଟକାଇବାକୁ ଚେଷ୍ଟା କରିବାରୁ ରାଜକୁମାର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଶନିବାର ଦିନ ପୁଷ୍ପାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୋଲିସ ରାଜକୁମାର ବିରୋଧରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ତୁରନ୍ତ ଗିରଫ କରିଥିଲା  ।

ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ, ୧୪୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ । ଆୟୋଜିତ ହୋଇଛି ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୂଜ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । କଳା, ସାହିତ୍ୟ, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ମେଡିସିନ, ଶିକ୍ଷା, କ୍ରୀଡା ଆଦି କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ଗତବର୍ଷ ଘୋଷିତ ପ୍ରତିଭାଙ୍କୁ ଚଳିତ ବର୍ଷ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୧୮ ଜଣ ରହିଛନ୍ତି ବିଦେଶୀ, ପ୍ରବାସୀ ଭାରତୀୟ, ପିଆଇଓ । ୧୨ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସାହିତ୍ୟ ଓ ଶିକ୍ଷା ଲାଗି ଡକ୍ଟର ଦମୟନ୍ତୀ ବେଶ୍ରା, ବୀଣାପାଣି ମହାନ୍ତି, କଳା ଲାଗି ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ମନମୋହନ ମହାପାତ୍ର, ବିକଳ୍ପ କୃଷି ଲାଗି ପ୍ରଫେସର ରାଧାମୋହନ, ପ୍ରାଣୀ ସମ୍ପଦର ସୁରକ୍ଷା ଲାଗି ବଟକୃଷ୍ଣ ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ମନମୋହନ ମହାପାତ୍ର ଓ ପ୍ରଫେସର ରାଧାମୋହନଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିଛି ।

ସେହିପରି ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । କଙ୍ଗନା ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ସବୁଜ ଏବଂ ଗୋଲ୍ଡେନ୍‌ ରଙ୍ଗର ସାରୀ ପିନ୍ଧିଥିଲେ। କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଅନ୍ୟପଟେ ଗାୟକ ଅଦନନ୍ ସାମିଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଉତ୍ସବରେ ଅଦନନ୍ ସାମି ଏକ କଳା ଶେରୱାନି ପିନ୍ଧିଥିଲେ । ଶ୍ରେଷ୍ଠ ଅଭିନେତ୍ରୀ ପାଇଁ କଙ୍ଗନା ରାଣାୱତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଜଗନ ରେଡ୍ଡୀଙ୍କ ଗସ୍ତ ବେଳେ ରାଜ୍ୟ ସରକାର ଉଠାଇବେ କୋଟିଆ ପ୍ରସଙ୍ଗ

ଭୁବେନଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଏଥିପାଇଁ ସେ ଓଡ଼ିଶା ଆସୁଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନ ହେବ ।

ଜଗନଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । କହିଛନ୍ତି, ‘ଆମ ପାଇଁ କୋଟିଆ ବଡ଼ ପ୍ରସଙ୍ଗ । ଏନେଇ ଜଗନଙ୍କ ସହ ଆଲୋଚନା କରାଯିବ । ଦୀର୍ଘଦିନ ହେଲା ପୋଲାଭରମ ଲଢ଼େଇ ଜାରି ରହିଛି । ଭେଟଘାଟ ବେଳେ ପୋଲାଭରମ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ ।’ ଆଲୋଚନା ଦ୍ବାରା ସମାଧାନର ବାଟ ବାହାରିବା ନେଇ ଆଶା ଥିବା ଦେବୀ ମିଶ୍ର କହିଛନ୍ତି ।

ଅବିଶ୍ରାନ୍ତ ବର୍ଷାରେ ହନ୍ତସନ୍ତ ଚେନ୍ନାଇ: ସହର ବାହାରକୁ ଯାଇଥିବା ଲୋକଙ୍କୁ ନଫେରିବାକୁ ପରାମର୍ଶ

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷାରେ ଚେନ୍ନାଇ ସ୍ଥିତି ସଂଗୀନ । ପ୍ରାୟ ସମସ୍ତ ସହର ତଳି ଅଞ୍ଚଳ ପାଣିରେ ବୁଡି ରହିଥିବା ବେଳେ ଅଧିକାଂଶ ରାସ୍ତାଘାଟ ବନ୍ଦ ହୋଇଯାଇଛି । ସେପଟେ ଆସନ୍ତାକାଲି ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ ଲଘୁଚାପର ରୂପ ନେଉଥିବା ଯୋଗୁ ତିନି ଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ । ରାଜ୍ୟ ପ୍ରଶାସନ ୪ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ସହର ବାହାରକୁ ଦୀପାବଳି ଲାଗି ଚାଲି ଯାଇଥିଲେ ସେମାନେ ନ ଫେରିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ।

ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରାୟ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଚେନ୍ନାଇ, ଥିରୁଭାଲୁର, କାଞ୍ଚିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ କଲେଜ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମଦୁରାଇ, କୁଡାଲୋର, ଥାଞ୍ଜାଭୁରରେ ସ୍ଥିତି ଖରାପ ହେବା ଆଶଙ୍କାରେ ସେହି ସବୁ ଜିଲ୍ଲାକୁ ଏନଡିଆରଏଫ ଟିମ ପଠାଯାଇଛି ।

କୋଏମ୍ବାଟୁର, କାରୁର, ଏରୋଡ, ପେରାମ୍ବୁଲୁର ଆଦି ଜିଲ୍ଲାରେ ୫ ହଜାରରୁ ଅଧିକ ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ବନ୍ୟା ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ବିଭିନ୍ନ ପ୍ରପୀଡିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଲୋଚନା କରିବା ସହ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଚେନ୍ନାଇ ସହର ନିକଟରେ ଥିବା ଚେମ୍ବାରାମ୍ବାକ୍କମ ହ୍ରଦରୁ ପାଣି ନିଷ୍କାସନ କରାଯିବାରୁ ସମସ୍ୟା ଉତ୍କଟ ହୋଇଛି । ଆଦ୍ୟାର ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ କାଞ୍ଚିପୁରମ ଓ ଚେଙ୍ଗଲପାଟୁ ଜିଲ୍ଲା ଅଧିକ ପ୍ରଭାବିତ ହେବାରେ ଲାଗିଛି ।

 

ଲଖିମପୁର ଖେରି ହିଂସା ମାମଲା: ତୃତୀୟ ଥର ପାଇଁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲା । ତୃତୀୟ ଥର ଲାଗି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦାଦାଗିରି ସଂକ୍ରାନ୍ତ ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ଏହି ସ୍ପର୍ଶକାତର ଘଟଣାରେ ଧିମା ତଦନ୍ତ ପ୍ରକ୍ରିୟା ଚାଲିଥିବା ଯୋଗୁ କୋର୍ଟ ଅସନ୍ତୁଷ୍ଟ ହେବା ସହ ବର୍ତ୍ତମାନ ସୁଦ୍ଧା ରହିଥିବା ସାକ୍ଷୀଙ୍କ ସମ୍ପର୍କରେ ସବିଶେଷ ବିବରଣୀ ମାଗିଲେ ସୁପ୍ରିମକୋର୍ଟ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ସେପରି କିଛି ବିଷୟ ନାହିଁ ବୋଲି ଦର୍ଶାଇବା ସହ ଲ୍ୟାବରେଟୋରି ରିପୋର୍ଟ ବର୍ତ୍ତମାନ ସୁଦ୍ଧା କାହିଁକି ଆସିନାହିଁ ବୋଲି କହିଛନ୍ତି କୋର୍ଟ । ଏହା ସହ ତଦନ୍ତର ସବିଶେଷ ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ଜଣେ ସ୍ବାଧୀନ ବିଚାରପତିଙ୍କୁ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଲଖିମପୁର ଖେରି ହିଂସା ମାମଲାରେ କାହିଁକି ଭିନ୍ନ ଭିନ୍ନ ଦୁଇଟି ଏଫଆଇଆର ରୁଜୁ ହୋଇଛି ତାହା ବି ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି । ଗତ ଶୁଣାଣିରେ କୋର୍ଟ ପ୍ରଶ୍ନ କରିଥିଲେ ଘଟଣା ଦିନ ୪ ହଜାର ୫୦୦ ଲୋକ ଉପସ୍ଥିତ ଥିବାବେଳେ କାହିଁକି ମାତ୍ର ୨୩ ଜଣ ସାକ୍ଷୀ ଅଛନ୍ତି । ଅକ୍ଟୋବର ୩ର ଏହି ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସନ୍ତୋଷଜନକ ନଥିଲା ବୋଲି କହିଥିଲେ କୋର୍ଟ ।

ରାଜଧାନୀରେ KBN ଗ୍ରୁପ୍‌ର ଆତଙ୍କରାଜ ଘଟଣା, ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ରାତି ଅଧିଆ କେ.ବି.ଏନ. ଗ୍ରୁପ ଆତଙ୍କରାଜ ଘଟଣା । ଦୁଇ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରାତିରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ କରୁଥିଲା କେବିଏନ ଗ୍ରୁପ୍ । ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ ।

ଭିଡିଓ ଭାଇରାଲ ପରେ ଚଢ଼ାଉ କରି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ କେବିଏନ ଗ୍ରୁପ୍ ଦ୍ବାରା ଆକ୍ରମଣର ଶିକାର ଜଣେ ଯୁବତୀ ଗ୍ରୁପର ଆତଙ୍କରାଜ ସଂପର୍କରେ ଖୁଲାସା କରିବା ସହ ପୋଲିସକୁ ଜଣାଇଥିଲେ । ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଥିଲା ।