spot_img
Home Blog Page 497

ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ଭୁବନେଶ୍ୱର : ଭାରତର ବୀର ମାନଙ୍କର ବଳିଦାନର କଥା । ସେମାନଙ୍କ ବୀରତ୍ବ ଓ ସାହସର ଗାଥା । ଅଗଷ୍ଟ କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପକାଇଲେ ବିଭିନ୍ନ ବର୍ଗ । ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ତଥା ସ୍ଵାଧୀନତା ସଂଗ୍ରାମୀ ପରିବାର ସାମିଲ ହୋଇ ଦେଶର ସ୍ଵାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାମନିସୀଙ୍କୁ ମନେ ପକାଇଛନ୍ତି । ଭୁବନେଶ୍ୱର ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ସଦନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏଠାରେ ଥିବା ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବିଭିନ୍ନ ପ୍ରମୁଖ ରାଜନୈତିକ ବ୍ୟକ୍ତି ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅବତାରଣା କରିଛନ୍ତି । ଏହି ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ଦାୟାଦ ମାନଙ୍କୁ ସମ୍ମାନିତ କରାଯାଇଛି । କ୍ରାନ୍ତି ଦିବସ ସମ୍ପର୍କରେ ଆଜିର ପିଢ଼ି ଜାଣିବା ସହ ଦେଶପ୍ରେମରେ ନିଜକୁ ସାମିଲ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି ।

ରାଜ୍ଯର ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶକୁ ସ୍ୱାଧୀନ କରିବା ପାଇଁ ତାଙ୍କର ବଳିଦାନ ଦେଇଛନ୍ତି । ଏହି ସ୍ଵାଧିନତା ସଂଗ୍ରାମୀ ପରିବାରକୁ କୁଟୁମ୍ବ ଯୋଜନାରେ ପେନସନ ପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଆଜିଯାଏ ତାହା ମିଳିଲା ନାହିଁ ବୋଲି କୁହାଯାଇଛି । ଯାହାକୁ ନେଇ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଦୁଃଖ ପ୍ରକାଶ କହିବା ସହ ଏହାକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳ ନିର୍ବିଶେଷରେ ସମସ୍ତେ ଗୋଟିଏ ମଞ୍ଚ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇଛନ୍ତି ।

ରାଜଧାନୀରେ ବାଇକ ଲୁଟେରା ଗ୍ଯାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ

ଭୁବନେଶ୍ବର :  ଦିନରେ ବସ୍ ଡ୍ରାଇଭର ଓ ହେଲ୍ପର । ରାତି ହେଲେ ବାଇକ ଲୁଟ୍ । ମାଷ୍ଟର କି ରେ ଖୋଲି ମାରୁଥିଲେ ଚମ୍ପଟ । ଗାଡ଼ି ଚୋରଙ୍କ ଭାଣ୍ଡାଫୋଡ଼ କଲା କମିଶନରେଟ୍ ପୋଲିସ୍ । ଗ୍ଯାଙ୍ଗର ୫ ଅଭିଯୁକ୍ତ ଗିରଫ, ୧୫ ବାଇକ ଜବତ । ଦେଖି ନିଅନ୍ତୁ ଏହି ଭଦ୍ରବ୍ଯକ୍ତିଙ୍କୁ । ଦିନରେ ରାଜଧାନୀରେ ଏମାନେ ଚଳାଉଥିଲେ ବସ  I କିଏ ଡ୍ରାଇଭର ତ ପୁଣି କିଏ ହେଲପର । ହେଲେ ରାତି ହେଲେ ଚାଲୁଥିଲା ସାଂଘାତିକ କାମ । ଗ୍ୟାଙ୍ଗର ଅନ୍ୟମାନଙ୍କ ସହିତ ରାଜଧାନୀରୁ କରୁଥିଲେ ବାଇକ ଲୁଟ୍ । ମଲ, ପାର୍କ ଓ ଅନ୍ଯ ସ୍ଥାନରେ ପାର୍କିଂ ହେଉଥିବା ବେଳେ ପୁରୁଣା ବାଇକ ଓ ସ୍କୁଟି ମାଷ୍ଟର କିରେ ଖୋଲି ଚମ୍ପଟ ମାରୁଥିଲେ  । ବିଭିନ୍ନ ଗ୍ୟାରେଜରେ ଗାଡିଗୁଡିକୁ ଖୋଲି ବିକ୍ରି କରୁଥିଲେ । ବଡଗଡ଼ ଥାନା ଓ ଭରତପୁର ଥାନାରେ ମାମଲା ରୁଜୁ ପରେ ପୋଲିସ ଚଳାଇଥିଲା ଛାନଭିନ୍ନ । ଗ୍ଯାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ୧୫ଟି ବାଇକ ଜବତ କରିଛି ପୋଲିସ । ଉଦ୍ଧାର ବାଇକକୁ ପ୍ରକୃତ ମାଲିକଙ୍କୁ ଫେରାଇଛି ପୋଲିସ୍ ।

ଗିରଫ ଅଭିଯୁକ୍ତମାନେ ହେଲେ ଆଶୁତୋଷ ବିଧାର, ଜଗନ୍ନାଥ ବେହେରା, ରାଜେନ୍ଦ୍ର ବେହେରା, ପ୍ରତ୍ୟୁଷ କୁମାର ସିଂ, ରଞ୍ଜିତ କୁମାର ବେହେରା । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କଟକ ଅଞ୍ଚଳରେ ଅଭିଯୁକ୍ତଙ୍କ ଘର । ତେବେ ଗ୍ଯାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ବାଇକ ଫେରି ପାଇ ଖୁସି ବ୍ୟକ୍ତ କରିଛନ୍ତି ମାଲିକ I

ବ୍ରେନ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟର ଉଦଘାଟନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ବ୍ରେନ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାଜର ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଗାମୀ ଦିନରେ ଏହା କାର୍ଯ୍ୟ କରିବ। ଏଥିସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କ ଦକ୍ଷିତା ବିକାଶ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବ। ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସେବା ଆରମ୍ଭ କରିବ।

ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଅଶୋକ ମହାପାତ୍ର, ଏଫ୍ଏମ୍ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡ଼ କୁମରବର ଦାସ, ଅତିରିକ୍ତ ସଚିବ ଆଇଏଏସ୍ ଗଣେଶ୍ଵର ଜେନା, ଶିକ୍ଷାବିତ ଡ଼ ବୈରାଗୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ଟ୍ରଷ୍ଟର ସଭାପତି ଶ୍ରୀ ଅଶୋକ କୁମାର ଭୂୟାଁ, ସମ୍ପାଦକ ଡଃ ବିଜୟ କୁମାର ଜେନା ଓ ଉପଦେଷ୍ଟା ଡ଼ ଗିରିଶ ରଞ୍ଜନ ସାହୁ ଉପସ୍ଥିତ ଥିଲେ ।

ବାବୁଙ୍କ ଭୁଲ ଯୋଗୁଁ ଟଙ୍କା ପାଇଲେନି ଠିକାଦାର…

ସୁବର୍ଣ୍ଣପୁର : ଅଙ୍ଗନବାଡି କେନ୍ଦ୍ରର ର୍ନିମାଣ ପାଇଁ ମନରେଗା ଯୋଜନାରେ ୨୦୨୩-୨୪ ରେ ଟଙ୍କା ମଞ୍ଜୁର ହେଲା। ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା । କାମ ପାଇଁ ୩ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା ।  ଜଣେ ଠିକାଦାର ସାହାଯ୍ୟରେ କାମ ମଧ୍ୟ ବି ଶେଷ ହେଲା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ନୁଆଁପାଲି ଗାଁରେ ଏହି କାମ ସମ୍ପୁର୍ଣ୍ଣ ହୋଇଥିବା ନେଇ କନିଷ୍ଠ ଯନ୍ତ୍ରୀ ବିଲ ମଧ୍ୟ କଲେ । ହେଲେ ଟଙ୍କା ପଡିବା ପୂର୍ବରୁ କାର୍ଯ୍ୟ କୋଡକୁ ର୍ପୂବରୁ ସମ୍ପୁର୍ଣ୍ଣ ଦର୍ଶାଇ ବନ୍ଦ କରିଦେଲେ ବିଡ଼ିଓ ମହାଶୟ । ଯାହା ଫଳରେ ଆଉ ଟଙ୍କା ପାଇ ପାରିଲେନି ଠିକାଦାର ।

କେବଳ ଗୋଟିଏ ନୁହେଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଡ଼ିଓ ଏଭଳି କରିଥିବା ଅଭିଯୋଗ ହୋଇଛି । କେବଳ ୨୭ ହଜାର ଟଙ୍କା ଶ୍ରମିକ ବାବଦରେ ପଡିଛି ।  ବାକି ଟଙ୍କା ପଡିବା ପୂର୍ବରୁ କାହିଁକି ବନ୍ଦ କରିଦେଲେ ଫାଇଲ ବିଡ଼ିଓ  ? ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରିଛନ୍ତି ଠିକାଦାର । ଅନ୍ୟପଟେ ତରଭା ବିଡ଼ିଓ କ୍ୟାମେରା ଆଗରେ ମୁହଁ ଖୋଲି ନଥିବାବେଳେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସରକାରୀ ବାବୁଙ୍କ ମନମୁଖୀ କାମ ଯୋଗୁଁ କାମ କରି ଟଙ୍କା ପାଇଲେନି ଠିକାଦାର । ତୁରନ୍ତ ଠିକାଦାର ଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି ।

ବରୀ- ବିଦୁରୁପା ରାସ୍ତା ଖାଲ ଖମାରେ ଭର୍ତ୍ତି

ବରୀ : ରାସ୍ତା ଫାଟି ଆଁ କଲାଣି । ଖାଲ ଖମାରେ ଭର୍ତ୍ତି ହେଲାଣି । ଯାତାୟତ ବେଳେ କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ବରୀ- ବିଦୁରୁପା ଭାୟା ରାମଚନ୍ଦ୍ରପୁର ଦେଇ ଯାଇଥିବା ଏହି ରାସ୍ତାର ଏହି ଦୂରାବସ୍ଥା । ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ହେବ ଚଳୁଥିଲେ ମଧ୍ୟ ଏବେ ସୁଦ୍ଧା ସରିବାର ନାମ ନେଉନାହିଁ। ବରୀ ନିର୍ବାଚନ ମଣ୍ଡଳୀ, ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ଲୋକ ମାନେ ରାସ୍ତା ଉପରେ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟକ ଲୋକ ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲା ବାହାରକୁ ଦୈନଦିନ ଯାତାୟତ କରିଥାଆନ୍ତି। ମେଡ଼ିକାଲ୍ ନିକଟରେ ଅଳ୍ପ ଦିନ ପୂର୍ବରୁ ହୋଇଥିବା ରାସ୍ତାରେ ପିଚୁ ଫାଟି ଆଁ କଲାଣି । ଏ ନେଇ ସ୍ଥାନିୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ରାସ୍ତା ଦେଇ ନିତିଦିନ ପର୍ଯ୍ୟଟକ ମାନେ ବୌଦ୍ଧ ପୀଠ ରତ୍ନଗିରି, ସହିତ ବରୀ ବ୍ଲକ, ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, କୋର୍ଟ,ସ୍କୁଲ ଓ କଲେଜକୁ ମଧ୍ୟ ଯାତାୟତ କରିଥାଆନ୍ତି। ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ବ୍ୟୟ ଅଟକଳର ବିବରଣୀ ଏବଂ ଏହି କାର୍ଯ୍ଯର ନିର୍ଦ୍ଧାରିତ ସମୟ ସୀମାର ବୋଡ ଲଗା ଯାଇନାହିଁ। ରାସ୍ତା ଉପରେ ସମ୍ପୃକ୍ତ ଠିକାଦାର ବଜୁରୀ ଗୁଣ୍ଡ ପକାଇ ଦିର୍ଘ୍ 3ମାସ ଚୁପ୍ ବସି ପଡ଼ିଥିଲେ । ଘଟଣାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ତରବରିଆ ଭାବେ ପୁଣି ବଜୁରିଗୁଣ୍ଡ ପକାଯାଇଥିବା ଦେଖିବାକୁ ମିଳିଛି । ପୂର୍ତ୍ତ ବିଭାଗ ଏସଡିଓ ଦିଲ୍ଲୀପ ନାୟକ ଆମକୁ କୌଣସି ପ୍ରତିକ୍ରିୟା ଦେବାକୁ ଖୋଲା ଖୋଲି ମନା କରି ଦେଇଥିଲେ।

ବ୍ୟାଙ୍କ ପକ୍ଷରୁ ଘୋଷଣା: ଏଣିକି ଆକାଉଣ୍ଟରେ ମିନିମମ୍ ବାଲାନ୍ସ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ

ପ୍ରାଇଭେଟ ସେକ୍ଟର ଲେଣ୍ଡର ଆଇସିସିଆଇ ବ୍ୟାଙ୍କର ସେଭିଙ୍ଗସ ଖାତାରେ ଏଣିକି ମିନିମମ ବାଲାନ୍ସ ୫୦ ହଜାର ଟଙ୍କା ରଖିବାକୁ ପଡ଼ିବ । ଏହି ନିୟମ ଅଗଷ୍ଟ ୧ ତାରିଖରୁ ପ୍ରଭାବୀ ହୋଇଯିବ । ଏହା ପୂର୍ବରୁ ମିନିମମ ବାଲାନ୍ସ ୧୦ ହଜାର ଟଙ୍କା ରହିଥିଲା । ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତାରେ ସର୍ବନିମ୍ନ ରାଶି ୫ ଗୁଣ ବୃଦ୍ଧି କରାଯାଇଛି । ମିନିମମ ବାଲାନ୍ସର ବୃଦ୍ଧି ମେଟ୍ରୋ ଠାରୁ ଆରମ୍ଭ କରି ଗାଁ ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି । ଯେଉଁ ଗ୍ରାହକଙ୍କ ଖାତାରେ ମିନିମମ ବାଲାନ୍ସ ନଥିବ, ସେ ଜରିମାନା ଦେଇ ପାରନ୍ତି ।

ମେଟ୍ରୋ ଓ ସହରାଞ୍ଚଳରେ ଏଣିକି ଅତିକମରେ ୫୦ ହଜାର, ଅର୍ଦ୍ଧ-ସହରୀ ଅଞ୍ଚଳରେ ୨୫ ହଜାର ଓ ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ରଖିବାକୁ ପଡ଼ିବ । ପୂର୍ବରୁ ମେଟ୍ରୋ ଓ ସହରାଞ୍ଚଳରେ ସଞ୍ଚୟ ଖାତା ପାଇଁ ସର୍ବନିମ୍ନ ରାଶି ୧୦ ହଜାର ଟଙ୍କା ରହିଥିଲା । ଏହି ନିଷ୍ପତ୍ତି ପରେ ଏବେ ଘରୋଇ ବ୍ୟାଙ୍କରେ ମିନିମମ ବାଲାନ୍ସ କ୍ଷେତ୍ରରେ ଆଇସିଆଇସିଆଇ ବ୍ୟାଙ୍କର ରାଶି ସବୁଠାରୁ ଆଗରେ ରହିଛି । ଅନ୍ୟ ପକ୍ଷରେ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୨୦୨୦ରେ ଏସବିଆଇ ମିନିମମ ବାଲାନ୍ସ ହଟାଇ ଦେଇଥିଲା । ଅପରେସନ କଷ୍ଟ ମ୍ୟାନେଜ କରିବା ପାଇଁ ଅନ୍ୟ ବ୍ୟାଙ୍କମାନେ ସଞ୍ଚୟ ଖାତାରେ ଅତିକମରେ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମିନିମମ ବାଲାନ୍ସ ସୀମା ରଖିଛନ୍ତି ।

ଟ୍ରମ୍ପ ଓ ପୁଟିନଙ୍କ ଆଗାମୀ ସାକ୍ଷାତକୁ ନେଇ ରାଗିଗଲେ ଜେଲେନସ୍କି…

ନନ୍ଦିଘୋଷ ବ୍ୟୁରୋ  ; ଆମେରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଆଗାମୀ ସାକ୍ଷାତକୁ ନେଇ ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଯୁକ୍ରେନ ଇଞ୍ଚେ ଜମି ମଧ୍ୟ ଛାଡିବ ନାହିଁ । ଦୁଇ ଜଣ ନେତାଙ୍କ ମଧ୍ୟରେ ଯୁକ୍ରେନ ବିନା କିପରି ଚୁକ୍ତି ହୋଇପାରିବ ନାହିଁ । ଯଦି ହେବ ଏହା ଶାନ୍ତି ବିରୋଧରେ ଏକ ଭଲ ନିର୍ଣ୍ଣୟ ନୁହେଁ । ଶାନ୍ତି ଆଣିବା ବଦଳରେ ଏହା ଅଶାନ୍ତି ସୃଷ୍ଟି କରିବ । ଯେଉଁ ନିଷ୍ପତ୍ତି ଯୁକ୍ରେନ ବିରୁଦ୍ଧରେ ନିଆଯାଉଛି, ତାହା ଶାନ୍ତିର ବିରୁଦ୍ଧ ହୋଇଥିବାରୁ ଏଥିରୁ କିଛି ହାସଲ କରିହେବ ନାହିଁ । ଆମ ସମସ୍ତଙ୍କୁ ଶାନ୍ତି ଦରକାର, ଯାହାକୁ ସମସ୍ତେ ସମ୍ମାନ କରିବେ ।

ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଭିଡିଓ ପୋଷ୍ଟ କରି ଜେଲେନସ୍କି କହିଛନ୍ତି, ଉଲାସ୍କାରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି । ଯାହା ଯୁଦ୍ଧ ହେଉଥିବା ସ୍ଥାନରୁ ବହୁତ ଦୂରରେ ରହିଛି । ଯେଉଁ ଯୁଦ୍ଧ ଆମ ଲୋକଙ୍କ ବିରୋଧରେ ହେଉଛି । ଯୁକ୍ରେନ ବିନା ଏହା ଶେଷ ହେବା ସମ୍ଭବ ନାହିଁ । ପୁଟିନଙ୍କୁ ଆମ ଲୋକଙ୍କ ଉପରେ ଭରସା ନାହିଁ । ତେଣୁ ସେ ଯୁକ୍ରେନକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛି । ଏହା  ତାର ଭୁଲ ନିଷ୍ପତ୍ତି । ଯୁକ୍ରେନ ଲୋକ ବହୁତ ଶକ୍ତିଶଳୀ ସେମାନେ ନିଜର ରକ୍ଷା କରିବା ଜାଣିଛନ୍ତି ।

ଜେଲେନସ୍କି ଏହି କଥା ମଧ୍ୟ କହିଛନ୍ତି କି, ଯୁଦ୍ଧ ସମୟରେ ଆମକୁ ଏମିତି ଲୋକ ସାହାଯ୍ୟ କରିଥିଲେ । ଯେଉଁମାନେ ଋଷକୁ ମଧ୍ୟ ସାହାଯ୍ୟ କରିଥିଲେ । କାରଣ ସେମାନେ ଜାଣନ୍ତି କି ପୁଟିନ ଭୁଲ କରୁଛନ୍ତି । ସମସ୍ତେ ଶାନ୍ତି କଣ ଜାଣିବା ଦରକାର । ଋଷକୁ ଏହି ଯୁଦ୍ଧ ଶେଷ କରିବାକୁ ହେବ । କାରଣ ଏହି ଯୁଦ୍ଧ ଋଷ ଆରମ୍ଭ କରିଥିଲା ।

ସମ୍ବିଧାନ ପାଳନ କରିବାକୁ ନେଇ ଜେଲେନସ୍କି ପୁଟିନଙ୍କୁ କହିଛନ୍ତି, ଯୁକ୍ରେନରେ ସମ୍ବିଧାନ ଅଛି । ସମସ୍ତେ ଏହାକୁ ପାଳନ କରନ୍ତି । ଯୁକ୍ରେନବାସୀ ଜାଣିଛନ୍ତି ନିଜର ଜମିକୁ କାହାକୁ ବି ଉପହାରରେ ଦିଆଯାଇପାରିବ ନାହିଁ । ଜେଲେନସ୍କି ଟ୍ରମ୍ପକୁ ଶାନ୍ତି ଉପରେ ଆଲୋଚନା କରିବାକୁ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା କରିବା ପୂର୍ବରୁ କହିଛନ୍ତି, ଯୁଦ୍ଧ ସମାପ୍ତିର ଶେଷ ଭାଗରେ ରହିଛି । ଦୁଇ ଦେଶ ମଧ୍ୟରେ ଏହି ଆକ୍ରମଣ ରୋକିବାକୁ ପଡିବ । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା ପାଇଁ ଘୋଷଣା କରିଥିଲେ । ଅଗଷ୍ଟ ୧୫ ଦିନ ଅଲାସ୍କାରେ ହେବ ।

IG ପିତା ସିପାହୀଙ୍କୁ ବରଖାସ୍ତ କଲେ: ଓକିଲ ଝିଅ କେସ ଲଢ଼ିଲେ, ଚାକିରି ଫେରି ପାଇଲେ ସିପାହୀ

ଉତ୍ତରପ୍ରଦେଶର ବରେଲୀରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଦାଚରଣ ମାମଲାରେ ଜିଆରପି କନଷ୍ଟେବଳ ତୌଫିକ ଅହମଦଙ୍କୁ ଆଇଜି ରାକେଶ ସିଂହ ଚାକିରିରୁ ବରଖାସ୍ତ କରିଥିଲେ । ମାତ୍ର ଏହି ଘଟଣାଟି ସେତେବେଳେ ରୋମାଞ୍ଚକର ମୋଡ଼ ନେଇଥିଲା, ଯେତେବେଳେ ଆଇଜିଙ୍କ ଝିଅ ଅନୁରା ସିଂହ ଉକ୍ତ କେସ ଲଢ଼ିଥିଲେ । ଅନୁରା ଏହି କେସ ଲଢ଼ି ତୌଫିକଙ୍କୁ ନ୍ୟାୟ ପ୍ରଦାନ କରିଥିଲେ ଓ ସିପାହୀ ତୌଫିକ ତାଙ୍କର ଚାକିରି ପୁଣି ଫେରି ପାଇଥିଲେ ।

ତେବେ ପିତାଙ୍କ ଦ୍ବାରା ଚାକିରିରୁ ବରଖାସ୍ତ ହୋଇଥିବା ଜଣେ ସିପାହୀ ଝିଅଙ୍କ ଦ୍ବାରା ଚାକିରି ଫେରି ପାଇଛନ୍ତି । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ୨୦୨୩ ମସିହାରେ ତୌଫିକଙ୍କ ବିରୋଧରେ ପକ୍ସୋ ଆକ୍ଟ ଲାଗିବା ସହ ତାଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । ବିଭାଗୀୟ ଯାଞ୍ଚରେ ମଧ୍ୟ ତୌଫିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇଜିଙ୍କ ନିଷ୍ପତ୍ତିକୁ ବିରୋଧ କରି ତୌଫିକ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜିଙ୍କ ଝିଅ ଅନୁରା କୋର୍ଟରେ ତୌଫିକଙ୍କ କେସ ଲଢ଼ିଥିଲେ । ତୌଫିକଙ୍କୁ ଚାକିରିରୁ ବାହାର କରିବାର ଆଦେଶକୁ ରଦ୍ଦ କରିବାକୁ ଅନୁରା କୋର୍ଟରେ ଦାବି କରିଥିଲେ । ଉଭୟପକ୍ଷଙ୍କ କଥା ଶୁଣିବା ପରେ ତୌଫିକଙ୍କୁ ଚାକିରିରୁ ବାହାର କରିବା କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ଭୁଲ୍ ବୋଲି ଦର୍ଶାଇଥିଲେ । ବିଭାଗୀୟ ଯାଞ୍ଚ ରିପୋର୍ଟ ଓ ବରଖାସ୍ତ ଆଦେଶକୁ ରଦ୍ଦ କରିବାକୁ କୋର୍ଟ ଆଦେଶ ଦେଇଥିଲେ । ଏଥିସହିତ ତୌଫିକଙ୍କୁ ପୋଲିସ ସେବାରେ ପୁଣି ଯୋଗ ଦେବାକୁ କୋର୍ଟ ଆଦେଶ ଦେଇଥିଲେ ।

ହସ୍ପିଟାଲରେ ଅଗ୍ନିକାଣ୍ଡ : ଜଣେ ମୃତ, ୪ ଅଚେତ

ନନ୍ଦିଘୋଷ ବ୍ୟୁରୋ : ରକ୍ଷୀ ପୂର୍ଣ୍ଣମାରେ ଅଘଟଣ । ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡ ।  ଏକ ହସ୍ପିଟାଲରେ ନିଆଁ ଲାଗିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଅଚେତ ହୋଇପଡିଛି । ଦିଲ୍ଲୀର ଆନନ୍ଦ ବିହାରରେ ଏକ ହସ୍ପିଟାଲରେ  ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାରୁ ହସ୍ପିଟାଲ ସାରା ଧୂଆଁ ଭର୍ତ୍ତି ହୋଇଥିଲା । ଫଳରେ ରୋଗୀମାନଙ୍କୁ ଝରକା ଭାଙ୍ଗି ବାହାର କରାଯାଇଥିଲା । ନିଆଁ ଅକ୍ସିଜେନ ସିଲିଣ୍ଡରକୁ ଲାଗିଥିବା ଜଣାପଡିଛି ।  ମେଡିକାଲରେ ଥିବା ଅନ୍ୟ ସିଲିଣ୍ଡର ଗୁଡିକୁ ବାହାର କରାଯାଇଛି । ଉଦ୍ଧାରକାର୍ଯ୍ୟ ଚାରି ରହିଛି ।

ଏହି ଅଗ୍ନିକାଣ୍ଡରେ ଜଣେ ହସ୍ପିଟାଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ରୋଗୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ଉଦ୍ଧାର କରି ଅନ୍ୟ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।

ମହିଳା ଟି-୨୦ରେ ପ୍ରଥମ ଘଟଣା: ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇଲେ ଆୟର୍ଲାଣ୍ଡ କ୍ରିକେଟର

ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇବା ଘଟଣା ପୁରୁଷ କ୍ରିକେଟରେ ବହୁତ ଥର ଦେଖାଯାଇଛି । ମାତ୍ର ଏହି ଘଟଣା ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ପ୍ରଥମ ଥର ଦେଖିବାକୁ ମିଳିଛି । ଅଗଷ୍ଟ ୮ରେ ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ ଏହା ଦେଖିବାକୁ ମିଳିଛି । ଦ୍ବିତୀୟ ଟି-୨୦ରେ ଆୟର୍ଲାଣ୍ଡର ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଶେଷ ବଲରେ ଛକା ମାରି ଦଳକୁ ଜିତାଇ ବିଶ୍ବ ରେକର୍ଡ କରିଛନ୍ତି । ଦ୍ବିତୀୟ ଟି-୨୦ରେ ୧୬୯ ରନର ପିଛା କରୁଥିବା ଆୟର୍ଲାଣ୍ଡକୁ ଅନ୍ତିମ ବଲରେ ୪ ରନର ଆବଶ୍ୟକତା ପଡ଼ୁଥିଲା । ଏପରି ସ୍ଥିତିରେ ଷ୍ଟ୍ରାଇକରେ ଥିବା ଆୟର୍ଲାଣ୍ଡ ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଏକ ଛକା ମାରିଥିଲେ । ଏହାଫଳରେ ଆୟର୍ଲାଣ୍ଡ ଉକ୍ତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶାନଦାର ବିଜୟ ହାସଲ କରିଥିଲା । ଏହି କ୍ରମରରେ ଲକ୍ଷ୍ୟ ପିଛା କରି ଅନ୍ତିମ ବଲରେ ଛକା ମାରି ମ୍ୟାଚକୁ ଜିତାଇବାରେ ଜେନ ପ୍ରଥମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଥମ ଟି-୨୦ରେ ମଧ୍ୟ ଆୟୋଜନ ଦଳ ଆୟର୍ଲାଣ୍ଡ ପାକିସ୍ତାନକୁ ୧୧ ରନରେ ହରାଇଥିଲା ।