spot_img
Home Blog Page 501

ବାଣିଜ୍ୟ ପ୍ରସଙ୍ଗରେ ଭାରତ ସହ ଆଉ ହେବ ନାହିଁ ଆଲୋଚନା : ଟ୍ରମ୍ପ ଦେଲେ ସୂଚନା

ନନ୍ଦିଘୋଷ ବ୍ୟୁରୋ : ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ଆଉ ଆଲୋଚନା କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଟ୍ରମ୍ପ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟଗତ ସହଭାଗିତା ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିଛନ୍ତି ଟ୍ରମ୍ପ। ଆସନ୍ତା ଅଗଷ୍ଟ ୨୭ରୁ ନୂଆ ଟାରିଫ କାର୍ଯ୍ୟକ୍ଷମ ହେବ।

ସେପଟେ ଭାରତ ଉପରେ ଆମେରିକାର ଟାରିଫ ଲାଗୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭ। ଆମେରିକାର ଏକପାଖିଆ ଟାରିଫ ନୀତି ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି। ଟ୍ରେଡ ସମ୍ପର୍କରେ କଥାବାର୍ତ୍ତା ନେଇ ଯଦିଓ ଭାରତ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ତଥାପି ବ୍ରାଜିଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିବା କୁହାଯାଇଛଇ। ଦକ୍ଷିଣ ବିଶ୍ବର ବିଭିନ୍ନ ରାଷ୍ଟ୍ର ମଧ୍ଯରେ ସହଯୋଗ ପ୍ରତିଷ୍ଠା ଲାଗି ଦୁଇ ନେତା ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରସଙ୍ଗରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଲଭା ଆଲୋଚନା କରିବାକୁ ଯୋଜନା କିରଛନ୍ତି।

ସାପ୍ତାହିକ ହାଟରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା : ୬ ଅଭିଯୁକ୍ତଙ୍କୁ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାପ୍ତାହିକ ହାଟରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା। ୬ ଅଭିଯୁକ୍ତଙ୍କୁ ଗିରଫ କଲା ଯୋଡ଼ା ପୋଲିସ। ଗତକାଲି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ସାପ୍ତାହିକ ହାଟରେ ଘଟିଥିଲା ଆକ୍ରମଣ। ଆକ୍ରମଣ। ମୃତକ ହେଲେ ଚମ୍ପୁଆ ଏନଏସି ଅନ୍ତର୍ଗତ ତିନି ନମ୍ବର ଓ୍ବାର୍ଡ ଅଲ୍ଲୀ ନଗରର ମହମ୍ମଦ ସଦ୍ଦାମ। ମହମ୍ମଦ ସାପ୍ତାହିକ ହାଟରେ ମୋବାଇଲ ଦୋକାନ କରିଥିଲୋ। ମୋବାଇଲ କଭର କିଣାକୁ ନେଇ କିଛି ଯୁବକଙ୍କ ସହ ବଚସା ହୋଇଥିଲା। ଏନେଇ କିଛି ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲୋ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲୋ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥଇଲା। ଘଟଣାକୁ ନେଇ ବାସୁଦେବପୁର ଡାକ୍ତର ଖାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା।

ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ନନ୍ଦିଘଷୋଷ ବ୍ୟୁରୋ : ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନର ସମ୍ଭାବନା ରହିଛି  । ଆଜି ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା. ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦-୪୦କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ବି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା. ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ବହିବା ନେଇ ସମ୍ଭାବନା ରହିଛି । ପୁଣି ୧୦ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର I

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନନ୍ଦିଘୋଷ ବ୍ୟୁରୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶର ପରେ ପୁଣି ମୋଟ ଆମଦାନୀ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି।

ଆଜି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହେଲେ ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ସେପଟେ ଭାରତ ଉପରେ ଟାରିଫ ବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ନିନ୍ଦା କରିଛନ୍ତି। ନୂଆଦିଲ୍ଲୀ ଏହାର ଆର୍ଥିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଗ୍ରହଣ କରିବ ବୋଲି କହିଛନ୍ତି ଜୈସୱାଲ। ସେପଟେ ସିଧାସଳଖ ଆମେରିକାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଯଦିଓ ଏହାର ମୂଲ୍ୟ ବହନ କରିବାକୁ ପଡିବ।ସେପଟେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ଉତ୍ତରାଖଣ୍ଡ ଧରାଲୀରେ ମାଟି ଭିତରୁ ଜୀବନ ଖୋଜା, ଯବାନଙ୍କ ପକ୍ଷରୁ ଜୋରଦାର ରେସକ୍ୟୁ ଅପରେସନ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରକାଶୀରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ସେନା କର୍ମଚାରୀଙ୍କ ସମେତ ୫୮ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛି NDRF। ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଠାବ କରିବା ପାଇଁ ଦୁଇଟି ସନ୍ଧାନୀ କୁକୁରଙ୍କୁ ମଧ୍ୟ କାର୍ଯ୍ୟରେ ମୁତୟନ କରାଯାଇଛି। ବନ୍ୟା ପ୍ରଭାବିତ ଉତ୍ତରକାଶୀ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହର୍ସିଲ-ଧରାଲି ଅଞ୍ଚଳରୁ ୩୭୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଗଙ୍ଗୋତ୍ରୀ ଧାମ ଅଞ୍ଚଳରେ ଫସି ରହିଥିବା ୧୪୦ ଜଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ଗୁରୁବାର ଦୁଇଟି ନୂତନ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।ବିପର୍ଯ୍ୟୟର ସଂଖ୍ୟା ଅସ୍ପଷ୍ଟ ରହିଛି।NDRFର ଚାରିଟି ଦଳ ଘଟଣାସ୍ଥଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ୨୬୦ ଜଣଙ୍କୁ ହେଲିକପ୍ଟର ଯୋଗେ ମାଳତୀକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଭାରତୀୟ ବାୟୁସେନା IAF ଦ୍ୱାରା ପରିଚାଳିତ ଚିନୁକ୍ ଏବଂ MI-୧୭ ହେଲିକପ୍ଟରରେ ଡେରାଡୁନକୁ ନିଆଯାଇଛି। ଉଦ୍ଧାର ହୋଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉତ୍ତରକାଶୀର ମାଟଲି ଅଞ୍ଚଳକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ଏମ୍ସ ଋଷିକେଶରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କୁ ଡେରାଡୁନର ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୮ ଜଣଙ୍କୁ ଉତ୍ତରକାଶୀର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ସେନା ଏକ ବିବୃତ୍ତିରେ କହିଛି।

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ,ଏବେ ବି ସସପେନ୍ସ ଜାରି

ନନ୍ଦିଘୋଷ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ । ଏବେ ବି ସସପେନ୍ସ ଜାରି । ହତ୍ୟା ନା ଆତ୍ମହତ୍ୟା ହେଉନି ସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକ ପଟ୍ଟାମୁଣ୍ଡାଇ ମେଡିକାଲରୁ ଫେରିବା ବେଳକୁ ଘର କବାଟ ବନ୍ଦ ଥିଲା । ସେମାନେ ତାଲା ଭାଙ୍ଗି ଭିତରକୁ ପଶିବା ବେଳକୁ ଝିଅକୁ ପୋଡିଯାଇଥିବା ଅବସ୍ଥାରେ ଦେଖିଥିଲେ ।

ପୂର୍ବରୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ତେରୋହୀ ଗାଁର ଜଣେ ଯୁବକ ତାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।ଗତକାଲି ଏସସିବି ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଛି ।

ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

ଅଶ୍ଲୀଳ ଇଙ୍ଗିତ କରୁଛନ୍ତି ସାହିତ୍ୟ ଶିକ୍ଷକ: ମୁହଁ ପୋଛିବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ

ଅଶ୍ଲୀଳ ଇଙ୍ଗିତ କରୁଛନ୍ତି ସାହିତ୍ୟ ଶିକ୍ଷକ । ମୁହଁ ପୋଛିବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ । ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ଜଣଙ୍କୁ ଶିକ୍ଷକ ବାରମ୍ଵାର ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଭୁବନ ଥାନା ଅଞ୍ଚଳରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଘଟଣା ପରେ ମାନସିକ ଚାପରେ ସ୍କୁଲକୁ ଯାଉ ନଥିବା କହିଛନ୍ତି ଛାତ୍ରୀଙ୍କ ବାପା । ଶିକ୍ଷକଙ୍କ ଗିରଫ ପାଇଁ ଭୁବନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀ ଓ ପରିବାର ଲୋକେ । ଏହା ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରାଇଥିଲେ ପରିବାର ଲୋକେ । ବିଦ୍ୟାଳୟରେ ମାତ୍ର ଦୁଇଟି ନବମ ଏବଂ ଦଶମ ଶ୍ରେଣୀ ରହିଛି । ଏଠାରେ କାର୍ଯ୍ୟରତ ଅଛନ୍ତି ସମୁଦାୟ ୪ ଜଣ ଶିକ୍ଷକ । ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି । ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରିଣୀ ଏବଂ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଛି ପରିଚାଳନା କମିଟି । ତୁରନ୍ତ ପଦେକ୍ଷପ ନିଆ ନଗଲେ ଆଗାମୀ ସମୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି କମିଟି ସଭାପତି ପ୍ରମୋଦ ବେହେରା ।

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଭାରତ ଗସ୍ତରେ ଆସିବେ ରାଷ୍ଟ୍ରପତି ପୁଟିନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷର ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ତେବେ ଏ ନେଇ ତାରିଖ ଚୂଡ଼ାନ୍ତ ହେଉଛି।ଏବେ ମସ୍ତୋ ଗସ୍ତରେ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଜାତା ଅଜିତ ଡୋଭାଲ। ରୁଷ ସୁରକ୍ଷା ପରିଷଦ ସଚିବ ସର୍ଗେଇ ସୋଇଗୁଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ପୁଟିନଙ୍କ ଆଗମୀ ଗସ୍ତ ଲାଗି ନୂଆଦିଲ୍ଲୀ ଉତ୍ସାହିତ ବୋଲି କହିଛନ୍ତି ଅଜିତ ଡୋଭାଲ। ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ ଅବସରରେ ଏହା ନିଶ୍ଚିତ କରିଛନ୍ତି।ଡୋଭାଲ କହିଛନ୍ତି ଯେ, ମସ୍କୋ ସହ ଆଗାମୀ ସମ୍ପର୍କ ନେଇ ନୂଆଦିଲ୍ଲୀ ଉତ୍ସାହିତ ଏବଂ ଆନନ୍ଦିତ। ଭାରତ-ରୁଷିଆ ସମ୍ମିଳନୀକୁ ଦ୍ୱିପାକ୍ଷିକ ସମ୍ପର୍କର ୱାଟରସେଡ୍ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଡୋଭାଲ। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁଟିନ ଦୁଇଥର ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀ ପାଇଁ ଗତ ଜୁଲାଇରେ ମସ୍କୋ ଗସ୍ତ ସମୟରେ ଭେଟିଥଲେ। ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ସମୟରେ କାଜାନରେ ଦୁଇ ନେତା ପୁଣି ଥରେ ସାକ୍ଷାତ କରିଥିଲେ।ଭାରତ ଦ୍ୱାରା ରୁଷର ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଗସ୍ତ ଏକ ସମ୍ବେଦନଶୀଳ ସମୟରେ ଆସିଛି।

ଖୁବ ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ: ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଖୁବ ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ୮ ହଜାର ୩୫୮, ପଂଚାୟତିରଜା ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ରହିଛି । ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ: ମାନସଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଥିବା ୫୧ ହଜାର ୧୭୬ ଗ୍ରାମ ମଧ୍ୟରୁ ୪୯ ହଜାର ୨୫୫ ମୋବାଇଲ ନେଟୱାର୍କ ଥିବା କେନ୍ଦ୍ର ଯୋଗାଯୋଗ ତଥା ଗ୍ରାମ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି ଚନ୍ଦ୍ର ଶେଖର ସଂସଦରେ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ ରହିଛି। ଏ ଯାଏଁ କେତେ ଗାଁରେ ମୋବାଇଲ ନେଟୱାର୍କ ପହଞ୍ଚିନାହିଁ। ଏ କ୍ଷେତ୍ରରେ ବିଏସଏନଏଲଡ଼ ଓ ଘରୋଇ ଅପରେଟରଙ୍କ ଭୂମିକା, ଶତପ୍ରତିଶତ ମୋବାଇଲ ନେଟୱାର୍କ ପାଇଁ ଧାର୍ଯ୍ୟସମୟ ସୀମା କଣ? ଏହାସହିତ ଏଥିପାଇଁ କିଛି ସ୍ବତନ୍ତ୍ର ପାଣ୍ଠି ବିନିଯୋଗ ହେଉଛି କି ବୋଲି ମାନସ ରଞ୍ଜନ ମଙ୍ଗରାଜ ୫ଟି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି କହିଛନ୍ତି ଯେ, ମୋବାଇଲ ନେଟୱାର୍କ ଥିବା ୪୯ ହଜାର ୨୫୫ ଗାଁ ମଧ୍ୟରୁ ୪୮ ହଜାର ୪୯୦ ଗାଁରେ 4G ନେଟୱାର୍କ କାମ କରୁଛି। ରାଜ୍ୟର ୧୯ ହଜାର ୫୧୯ଟି ଆଦିବାସୀ ଗାଁ ମଧ୍ୟରୁ ୧୮ ହଜାର ୩୦୨ଟି ଗାଁରେ ମୋବାଇଲ ନେଟୱାର୍କ ଅଛି। ଏଥିନିମନ୍ତେ ୯୮ ହଜାର ୮୪୮ଟି ବେସ ଟ୍ରାନସରିସିଭର ଷ୍ଟେସନ ବା ବିଟିଏସ ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ୮୮ ହଜାର ୩୬୦ଟି ବିଟିଏସଡ଼ ଘରୋଇ ସଂସ୍ଥାମାନେ ପ୍ରତିଷ୍ଠା କରିଥିବାବେଳେ ବିଏସଏନଏଲ ୧୦ ହଜାର ୪୮୮ଟି ଷ୍ଟେସନ ସ୍ଥାପନ କରିଛି। ଡିଜିଟାଲ ଭାରତ ନିଧି ଯୋଜନା ଆନୁକୂଲ୍ୟରେ ମୋବାଇ ନେଟୱାର୍କର ପରିସର ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି। ୨୦୨୫ ଜୁନମାସ ସୁଦ୍ଧା ୩ ହଜାର ୧୧୩ଟି ମୋବାଇ ଟାୱାର ସ୍ଥାପନ ହୋଇଛି। ଏହାଦ୍ବାରା ୪ ହଜାର ୪ ଶହ ୯୧ଟି ଗାଁ ମୋବାଇଲ ନେଟୱାର୍କ ସହ ଯୋଡ଼ି ହୋଇଛି। ୨୦୨୫ ଜୁନ ମାସ ସୁଦ୍ଧା ଡିଜିଟାଲ ଭାରତ ନିଧି ଯୋଜନା ମାଧ୍ୟମରେ ୩ ହଜାର ୯୩୪ କୋଟି ଟଙ୍କା ପ୍ରଦାନ କରାଯାଇଛି।