spot_img
Home Blog Page 5072

ଲେଖକରୁ ରାଜନେତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ କାହାଣୀ

ଭୁବନେଶ୍ୱର: ରାଜନୀତିର ଧାର ଧରିନଥିବା ଜଣେ ବିଶ୍ୱସ୍ତରୀୟ ଲେଖକ ଆଜି ଧୁରୀଣ ରାଜନୀତିଜ୍ଞ । ତାଙ୍କ ବାପା ବିଜୁ ପଟ୍ଟନାୟକ କିମ୍ବା ପରିବାର ଲୋକେ ମଧ୍ୟ କେବେ ଭାବିନଥିଲେ ଯେ, ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଅପରାଜେୟ ନେତା ଭାବେ ଛିଡ଼ା ହେବେ । ଏକଥାକୁ ସବୁ ରାଜନୈତିକ ବିଶ୍ଲେଷକ ଓ ପଣ୍ଡିତମାନେ ମାନିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟ କାହିଁକି ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କ ସମକକ୍ଷ ଲୋକପ୍ରିୟ ନେତା ଏପର୍ଯ୍ୟନ୍ତ ତିଆରି ହୋଇନାହାନ୍ତି । ଆଜି ଏହି ବିଚକ୍ଷଣ ଜ୍ଞାନୀ ଓ ମାନବପ୍ରେମୀ ରାଜନେତା ୭୬ ବର୍ଷରେ ପ୍ରଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଏହି ମହାନ ଜନନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

 Life Turning Point Of Odisha CM Naveen Patnaik, From Author To Politician

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ସେଇ କୁନି ପିଲା ଦିନେ ଓଡ଼ିଶାକୁ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଶାସନ କରିବ, ଏ କଥା ବୋଧହୁଏ ନିଜେ ବାପା ବିଜୁ ପଟ୍ଟନାୟକ କେବେ ଚିନ୍ତା କରିନଥିଲେ । ବିଜୁଙ୍କ ଅବସାନ ପରେ ସେ ଆଜି ଅପ୍ରତିଦ୍ୱନ୍ଦ୍ୱୀ ଶାସକ । ବୟସର ସାୟାହ୍ନରେ ମଧ୍ୟ ଓଡ଼ିଶାବାସୀ କେବଳ ଆଉ କେବଳ ତାଙ୍କୁ ହିଁ ଶାସନ ଗାଦିରେ ବସାଇବାକୁ ପସନ୍ଦ କରିଚାଲିଛନ୍ତି । କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢିଛନ୍ତି । ଭାଇ ପ୍ରେମ ପଟ୍ଟନାୟକ ଜଣେ ପ୍ରତିଷ୍ଠିତ ଶିଳ୍ପପତି ଏବଂ ଭଉଣୀ ଗୀତା ମେହେଟା ମଧ୍ୟ ଜଣେ ଆନ୍ତର୍ଜାତିକ କ୍ଷାତିସମ୍ପନ୍ନ ଲେଖିକା । ନବୀନ ପ୍ରଥମେ ଡେରାଡୁନର ୱେଲହାମ୍ ସ୍କୁଲ ଓ ପରେ ଡୁନ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକ ହାସଲ କରିବା ପରେ ସେ ଲେଖାଲେଖି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।

 Life Turning Point Of Odisha CM Naveen Patnaik, From Author To Politician

୧୯୮୫ରୁ ୧୯୯୩ ମଧ୍ୟରେ ନବୀନ ଚାରୋଟି ବହି ଲେଖିଛନ୍ତି । ୧୯୮୩ ମସିହାରେ ନବୀନଙ୍କ ପରିଚୟ ହୋଇଥିଲା ଆମେରିକାର ପୂର୍ବତନ ପ୍ରଥମ ମହିଳା ଜାକଲିନ କେନେଡିଙ୍କ ସହ । ଉଭୟ ମିଳିତ ଭାବେ ଦୁଇଟି ବହି ଲେଖିଥିଲେ । ନବୀନ ଜଣେ ଅତି ଭ୍ରମଣପ୍ରିୟ ବ୍ୟକ୍ତି । ରାଜନୀତିକୁ ଆସିବା ପୂର୍ବରୁ ନିଜ ବନ୍ଧୁମାନଙ୍କ ସହ ସେ ଦେଶ ବିଦେଶର ବହୁ ଅଞ୍ଚଳ ବୁଲିଛନ୍ତି । ଏପରିକି ୧୯୮୮ ମସିହାରେ ଦ ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେ ଲେଖିଥିବା ଏ-ସେକେଣ୍ଡ ପାରାଡାଇଜ୍, ଏ-ଡେଜାର୍ଟ କିଙ୍ଗଡମ୍, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ଆଜି ବିଶ୍ବ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ମଧ୍ୟ ପାଇଛି । ନବୀନଙ୍କ ଲେଖନୀରେ ରହିଥିବା ଜାଦୁଗରୀ ତାଙ୍କ ଚିତ୍ରକଳାରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ସେ ଜଣେ ଉଚ୍ଚକୋଟିର ଚିତ୍ରକର ମଧ୍ୟ । ଓଡ଼ିଶାର ପାରମ୍ପାରିକ କଳା ପ୍ରତି ତାଙ୍କର ରହିଛି ଦୁର୍ବଳତା । ଦେଶର ଏକମାତ୍ର ସରକାରୀ କୋଠା ଭାବେ ବିଶ୍ୱ ଆର୍କିଟେକ୍ଟ ପୁରସ୍କାର ପ୍ରାପ୍ତ କୃଷି ଭବନ ଡିଜାଇନ ମଧ୍ୟ ନବୀନଙ୍କ ମାନସ ସନ୍ତାନ ।

 Life Turning Point Of Odisha CM Naveen Patnaik, From Author To Politician

କ୍ରମାଗତ ଭାବେ ଗତ ୨୧ ବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳୁଥିବା ନବୀନଙ୍କ ଜୀନବ ଶୈଳୀ ଓ ଚାଲିଚଳନରେ କିଛି ବି ପରିବର୍ତ୍ତନ ଆସିନି । ଆମିଷ ଖାଆନ୍ତି ନାହିଁ, ଲୋଭ ଏବଂ ମୋହମାୟା ଠାରୁ ବହୁ ଦୂରରେ । ସବୁବେଳେ କ୍ଲିନ ସେଭ୍, ଗୋଟିଏ ସାଧାରଣ ଚପଲ ଓ ଧଳା ପାଇଜାମା ତାଙ୍କର ପରିଚୟ । ଯେଉଁଥିପାଇଁ ଏଭଳି ଜଣେ ଅମାୟିକ ବ୍ୟକ୍ତି ବିରୋଧରେ ବିରୋଧୀ ଯେତେ ଅଭିଯୋଗ ଆଣିଲେ ବି ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିପାରନ୍ତିନି। ସାଢେ ଚାରି କୋଟି ଓଡ଼ିଶାବାସୀ ତାଙ୍କର ପରିବାର ।

ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ ପୋଲିସର ଏନକାଉଣ୍ଟର

କଟକ: କଟକରେ ଏନକାଉଣ୍ଟର । କନ୍ଦରପୁର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ସକାଳୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ୍ ଜବତ କରିଛି କନ୍ଦରପୁର ଥାନା ପୋଲିସ । ଏକ ଅପରାଧିକ ମାମଲାରେ ପୋଲିସ ତାକୁ ଖୋଜୁଥିଲା ।

Cuttack Police Encounter To Criminal Raka

ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଇ ବନ୍ଧରେ ରାକାର ପିଛା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ପୋଲିସର ପାଲଟା ଗୁଳି ରାକାର ଗୋଡ଼ରେ ବାଜିଛି । ରାକାକୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁଳି ବିନିମୟ ବେଳେ କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହାତ ହୋଇଛନ୍ତି । ରାକା ଏକାଧିକ ଅପରାଧରେ ଜଡ଼ିତ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ରାକା ବିରୋଧରେ ରହିଛି ସଂଗୀନ ମାମଲା ।

ଓଡ଼ିଶାର ଜନନାୟକ, କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମ ଦିନ

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଆଜି ଜନ୍ମଦିନ ପାଳୁନାହାନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ସଂକଟ ସମୟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଦେଢ଼ବର୍ଷ ଧରି କୋଭିଡ୍‌ କଷ୍ଟରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

Odisha CM Naveen Patnaik's Birthday

ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ ବୋଲି ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ମୃତକଙ୍କ ପରିବାରକୁ ସହଯୋଗ, ରକ୍ତଦାନ ଶିବିର ଭଳି କାର୍ଯ୍ୟରେ ସାମିଲ ହେଲେ ତାହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପାଳନ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଆଜି ଜନ୍ମ ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଫେଲ୍ ମାରିଲା କୋଲକାତାର ବୋଲିଂ ରଣନୀତି, ଚତୁର୍ଥ ଥର ପାଇଁ ସିଏସକେ IPL ଚାମ୍ପିଅନ୍

ଦୁବାଇ: ଚତୁର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ । ଆଇପିଏଲର ୧୪ ତମ ସଂସ୍କରଣରେ ବିଜୟର ତାଜ୍ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ୨୭ ରନରେ ହରାଇ ଚତୁର୍ଥଥର ଲାଗି ଚେନ୍ନାଇ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ।

IPL 2021 Chennai Super Kings Clinch Title For 4th Time

ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ୍ ରାଇଡର୍ସ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକୱାଡ ୩୨ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୮୬, ରବିନ ଉତ୍ଥାପା ୩୧ ଓ ମୋଇନ୍ ଅଲ୍ଲୀ ୩୭ ରନ୍ କରି କୋଲକାତାକୁ ୧୯୩ ରନର ଟାର୍ଗେଟ୍ ଦେଇଥିଲେ ।

ପ୍ରଥମ ୧୦ ଓଭରରେ କୋଲକାତା ଭଲ ବ୍ୟାଟିଂ କରିଥିଲା । ୧୦.୪ ଓଭରରେ ଦଳୀୟ ସ୍କୋର ୯୧ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ସ୍କୋର ୫୦ ରନ୍ କରି ଆଉଟ୍ ହୋଇଥିଲେ ଭେଙ୍କଟେଶ ଆୟାର । ପରବର୍ତ୍ତୀ ୨ଟି ବଲରେ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିଲେ ନୀତିଶ ରାଣା । ୧୧.୩ ଓଭରରେ ସୁନୀଲ ନାରିଣେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଖସି ଚାଲିଥିଲା କୋଲକାତା ନାଇଟ୍ ରାଇଡର୍ସର ଗୋଟିଏ ପରେ ଗୋଟିଏ ୱିକେଟ୍ । ୨୦ ଓଭର ସୁଦ୍ଧା ଦଳ ୯ ୱିକେଟ୍ ହରାଇ ୧୬୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଚେନ୍ନାଇ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୨୭ ରନରେ ଜିତି ନେଇ ଟାଇଟଲ୍ ହାତେଇଛି ।

IPL 2021 Chennai Super Kings Clinch Title For 4th Time

୨୦୧୨ରେ ଶେଷଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା କେକେଆରର ଚାମ୍ପିଅନ୍ ଆଶା ୨୦୨୧ରେ ବି ମଉଳି ଯାଇଛି । ଚତୁର୍ଥ ଥର ପାଇଁ ଧୋନିଙ୍କ ନେତୃତ୍ୱରେ ପୁଣି ଚାମ୍ପିଅନ୍ ହୋଇଛି ଚେନ୍ନାଇ । ଗତ ଆଇପିଏଲ୍ ସଂସ୍କରଣରେ ଲିଗ୍ ପର୍ଯ୍ୟାୟରୁ ଚେନ୍ନାଇ ବିଦାୟ ନେଇଥିଲା । ପୂର୍ବରୁ ଚେନ୍ନାଇ ଓ କୋଲକାତା ମଧ୍ୟରେ ୨୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଚେନ୍ନାଇର ପଲ୍ଲା ଭାରି ରହିଛି । ଚେନ୍ନାଇ ୧୬ଟି ମ୍ୟାଚରେ ବାଜି ମାରିଥିବା ବେଳେ କୋଲକାତା ମାତ୍ର ୮ଟି ମ୍ୟାଚ୍ ଜିତିଛି ।

ସୁପ୍ରିମକୋର୍ଟ ପହଞ୍ଚିଲା ସିଂଘୁ ସୀମାରେ ଦଳିତ ଯୁବକଙ୍କୁ ହତ୍ୟା ମାମଲା

ନୂଆଦିଲ୍ଲୀ: ସିଂଘୁ ସୀମାରେ ୨୫ ବର୍ଷିଅ ଦଳିତ ଯୁବକଙ୍କୁ ହତ୍ୟା ଓ ଶବ ସହ ବର୍ବରତା ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସିଂଘୁ ବର୍ଡରକୁ ଖାଲି କରିବାକୁ ଆବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷରୁ ପଞ୍ଜାବ, ହରିୟାଣା ଓ ପଶ୍ଚିମ ୟୁପିର କୃଷକ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ସେଥିମଧ୍ୟରୁ ସିଂଘୁ ଏକ ସୀମା । ଯେଉଁଠି ଶୁକ୍ରବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ବ୍ୟାରିକେଡରେ ଝୁଲୁଥିଲା ।

ଲଖବୀର ସିଂହଙ୍କ ହତ୍ୟା ମାମଲାରେ ଆଇନଜୀବୀ ଶଶାଙ୍କ ଶେଖର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କରିଛନ୍ତି । ଏଥିସହ ସିଂଘୁ ସୀମାରୁ ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ, କୃଷକ ଆନ୍ଦୋଳନ ମଞ୍ଚ ନିକଟରୁ ହିଁ ଦଳିତ ଯୁବକ ଲଖବୀରଙ୍କ ମୃତଦେହ ମିଳିଛି ।

ଏହି ମାମଲାରେ ଜଣେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ନିହଙ୍ଗ ସରବଜିତ ସିଂହ, ଲଖବୀରକୁ ହତ୍ୟା କରିଥିବା କହିଛି । ପୋଲିସ ଶନିବାର ନିହଙ୍ଗକୁ କୋର୍ଟରେ ହାଜର କରିବ । ସରବଜିତକୁ ନିହଙ୍ଗ ହତ୍ୟା କରିଥିବା ମାନିଛି । ରାତି ପ୍ରାୟ ୩ଟା ବେଳେ ମାରିଥିବା କହିଛି ।

କଟକରେ ବିନା ଶୋଭାଯାତ୍ରାରେ ହେବ ମାଆଙ୍କ ଭସାଣି

କଟକ: ଆସନ୍ତାକାଲି ଶନିବାର କଟକରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣି ଉତ୍ସବ । କୋଭିଡ କଟକଣା ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଶୋଭାଯାତ୍ରାରେ ମାଆଙ୍କ ବିସର୍ଜନ କାର୍ଯ୍ୟ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କଟକ କମିଶନରେଟ୍ ପୋଲିସ । ସହରର ବିଭିନ୍ନ ମଣ୍ଡପର ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର  ବିସର୍ଜନ ପାଇଁ ବିଭିନ୍ନ ସ୍ଥାନ ନିର୍ଦ୍ଧାରିତ କରାଯାଇଛି । ମାଆଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଉଭୟ କାଠଯୋଡ଼ି ଓ ମହାନଦୀ କୂଳର ୬ଟି ସ୍ଥାନରେ ୧୮ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି ।

Devi Durga Idol Immersion Will Be Do Without Procession In City

ମଣ୍ଡପ କର୍ମକର୍ତ୍ତା ମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ହୋଇ ଥିବା ରୁଟରେ ବିନା କୌଣସି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ବିସର୍ଜନ କାର୍ଯ୍ୟ ଶେଷ କରିବେ । ସନ୍ଧ୍ୟା ସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ କରିବା ପାଇଁ ପୋଲିସ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ସହରରେ ମୋଟ ୩୨ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ।

IPL ଫାଇନାଲ: କେକେଆର ଆଗରେ ୧୯୩ ରନର ଟାର୍ଗେଟ

ଦୁବାଇ: କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୯୩ ରନର ଟାର୍ଗେଟ୍ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ତିନି ୱିକେଟ୍ ହରାଇ ୧୯୨ ରନ୍ କରିଛି ।

ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇର ଦୁଇ ଓପନର୍ ରିତୁରାଜ ଗାୟକୱାଡ ଏବଂ ଡୁ ପ୍ଲେସିଙ୍କ ବ୍ୟାଟରୁ ଦ୍ରୁତ୍ ରନ୍ ବାହାରିଥିଲା। ଉଭୟ ୬୧ ରନର ପାର୍ଟନରସିପ କରିଥିଲେ । ୯ମ ଓଭରରେ ସୁନିଲ ନାୟର କେକେଆରକୁ ଦେଇଥିଲେ ପ୍ରଥମ ସଫଳତା ।  ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୭ ବଲରୁ ୩୨ ରନ୍ କରିଥିବା ରିତୁରାଜଙ୍କୁ  ଶିଭମଙ୍କ ଜରିଆରେ କ୍ୟାଚ୍ କରାଇ ନାୟର ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିବା ରବୀନ ଉତ୍ଥାପାଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା ।  ମାତ୍ର ୧୫ ବଲ୍ ଖେଳି ଉତ୍ଥାପା ୩ଟି ଛକା ସହାୟତାରେ ୩୧ ରନ୍ କରି ନାୟରଙ୍କ ଦ୍ୱିତୀୟ ଶିକାର ବନିଥିଲେ । ୧୪ତମ ଓଭରର ତୃତୀୟ ବଲରେ ଏଲବିଡବ୍ଲ୍ୟୁ ହୋଇ ଉତ୍ଥାପା କ୍ରିଜ୍ ଛାଡ଼ିଥିଲେ ।

ଅନ୍ୟପକ୍ଷରେ ଡୁ ପ୍ଲେସିଙ୍କୁ ଅଟକାଇବାକୁ କେକେଆରର କୌଣସି ବୋଲର୍ ସଫଳ ହୋଇନଥିଲେ। ୭ ଚୌକା ୩ ଛକା ସହାୟତାରେ ୫୯ ବଲର ସମ୍ମୁଖୀନ ହୋଇ ଡୁ ପ୍ଲେସି ୮୬ ରନ୍ କରିଥିଲେ । ମ୍ୟାଚର ଶେଷ ବଲରେ ଶିଭମ ମାହିଙ୍କ ବଲରେ ଭେଙ୍କେଟସ ହାତରେ ଧରା ପଡ଼ିଥିଲେ ଡୁ ପ୍ଲେସି । ମୋଇନ ଅଲି ୨ ଚୌକା, ୩ ଛକା ସହାୟତାରେ ୩୭ ରନ୍ କରି ଅପରାଜିତ ରହିଥିଲେ ।

ଆଜିର ଏହି ହାଇ ପ୍ରୋଫାଇଲର ଫାଇନାଲରେ ଟସରେ ବାଜି ମାରିଥିଲା କେକେଆର । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଇ ମୋର୍ଗାନ । ହେଲେ ଧୋନୀ ବାହିନୀ କେକେଆରର ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ ।

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହଙ୍କ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ପରଲୋକ ହୋଇଯାଇଛି । ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ । ଜୀବନରେ ବହୁ ସଂଗ୍ରାମ ଓ ସଂଘର୍ଷ କରି ନିଜସ୍ୱ ପ୍ରୟାସରେ କେଜେଏସ ଗ୍ରୁପ ପ୍ରତିଷ୍ଠା କରିବା ସହ ସେ ଏହାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।

ନିଜର ଇଚ୍ଛାଶକ୍ତି ଓ ତାଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ ସେ ଜଣେ ବୈପ୍ଳବିକ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଦେଶରେ ନା କମେଇ ପାରିଥିଲେ । ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୫ ଦଶନ୍ଧି ଧରି ସେ ଦେଶର ବିଭିନ୍ନ ସ୍ଥାନରେ ଲୁହ, ସିମେଣ୍ଟ, କଂକ୍ରିଟ, ନିର୍ମାଣ, ରିଅଲ ଇଷ୍ଟେଟ, ଭିତ୍ତିଭୂମି ନିର୍ମାଣ ଓ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ବ୍ୟବସାୟିକ ପରାକାଷ୍ଠା ପ୍ରତିପାଦିତ କରିପାରିଥିଲେ । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ପାକିସ୍ତାନ ବେକ ମୋଡିଲା ତାଲିବାନ: ଫ୍ଲାଇଟ୍ ଲ୍ୟାଣ୍ଡ କରାଇ ନଦେବାକୁ ଦେଲା ଧମକ

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଳ ହେଉ କି ଏହା ପୂର୍ବରୁ ତାଲିବାନୀ ଆତଙ୍କୀଙ୍କୁ ସୁରକ୍ଷା ଦେବା ହେଉ ସବୁବେଳେ ସାଙ୍ଗରେ ଛିଡ଼ା ହୋଇଛି ପାକିସ୍ତାନ। ସେତିକି ନୁହେଁ ନର୍ଦନ ଏଲାଏନ୍ସ ଉପରେ ରାତିର ଅନ୍ଧାରରେ ଏୟାର ଷ୍ଟ୍ରାଇକ୍ ବି କରିବାକୁ ପଛାଇନି ପାକିସ୍ତାନ ବାୟୁସେନା। ଆମେରିକାର ତାଲିବାନ ଉପରେ ଆକ୍ରମଣ ବେଳେ ଆତଙ୍କୀଙ୍କ ଲୁଚିଛପି ସୁରକ୍ଷା ଦେଇଥିଲା। ତାଲିବାନ ସରକାରକୁ ମାନ୍ୟତା ଦେବାକୁ ନିଆଜୀ ଇମରାନ୍ ଅନ୍ତର୍ଜାତୀୟ ସ୍ତରରେ ଲବି କରିବାକୁ ବି ପଛାଇ ନଥିଲେ। ତାଲିବାନ ଆଫଗାନ ଦଖଲ କରିବା ପରେ ପାକିସ୍ତାନ ଉପରେ ନାଲି ଆଖି ଦେଖାଇବା ଆରମ୍ଭ କରିଦେଇଛି। ଏବେ ତାଲିବାନ କାବୁଲରୁ ଇସଲାମାବାଦ ଯାଉଥିବା ବିମାନ ଉପରେ ଟିକେଟ୍ ବାବଦକୁ ମାତ୍ରାଧିକ ଟଙ୍କା ନେଉଥିବା ଅଭିଯେଗା ଆଣି ଚେତାବନୀ ଦେଇଛି।

କାବୁଲରୁ ଇସଲାମାବାଦ ଯାଉଥିବା ବିମାନ ଭଡ଼ା କମାଇବାକୁ କହିଛି ତାଲିବାନ। ଯଦି ଭଡ଼ା କମା ନଯାଏ ତେବେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନକୁ ଆଫଗାନିସ୍ତାନରେ ଲ୍ୟାଣ୍ଡ ହେବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛି।

ଆଫଗାନିସ୍ତାନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ନୋଟିସ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ପିଆଇଏ ଯାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଟିକେଟ୍ ବାବଦକୁ ନେଉଥିବା ଅଭିଯୋଗ ଆସିଛି।

ଜିୟୋ ଟିଭି ରିର୍ପୋଟ ଅନୁସାରେ, କାବୁଲରୁ ଇସଲାମାବାଦକୁ ଏବେ ୨୫୦୦ ଡଲାର ଅର୍ଥାତ ୧ ଲକ୍ଷ ୮୮ ହଜାର ଟଙ୍କା ପଡୁଛି। ଯାହା ତାଲିବାନର ଆଫଗାନ ଦଖଲ ପୂବର୍ରୁ ୧୨୦ରୁ ୧୫୦ ଡଲାର ଅର୍ଥାତ ୧୧ ହଜାର ଟଙ୍କା ପଡୁଥିଲା।

ଟଏ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୪୫ ପର୍ଯ୍ୟଟକ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନର ଟଏ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୫ ପର୍ଯ୍ୟଟକ । ଇଞ୍ଜିନର ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସଞ୍ଜିତ କୁମାର । ସମସ୍ୟା ଯୋଗୁଁ କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଟଏ ଟ୍ରେନ୍ । ଗତ ୮ ତାରିଖ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଉଦଘାଟିତ ହୋଇଥିଲା ଟଏ ଟ୍ରେନ୍ । ନନ୍ଦନକାନନରେ ଟଏ ଟ୍ରେନଟି ଚାଲୁଥିବା ବେଳେ ଅଚାନକ ନିଆଁ ଲାଗି ଯାଇଥିଲା ।

ଟ୍ରେନରେ ଯାଉଥିବା ୪୫ ଯାତ୍ରୀ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଅଳ୍ପକେ । ଆଜି ଅପରାହ୍ମ ୪ଟା ୪୫ ମିନିଟ୍ ସମୟରେ ଟ୍ରେନଟି ୪୫ ଯାତ୍ରୀଙ୍କୁ ନେଇ ପରିକ୍ରମା କରୁଥିବା ବେଳେ ଇଞ୍ଜିନରୁ ଅଚାନକ ହୁତୁ ହୁତୁ ହୋଇ ଧୂଆଁ ବାହାରି ଥିଲା । ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍ ଡ୍ରାଇଭର ଟ୍ରେନକୁ ଅଟକାଇ ବାହାରକୁ ପଳାଇ ଆସିଥିଲେ । ଟ୍ରେନର ଦ୍ୱିତୀୟ ଡବାକୁ ନିଆଁ ଲାଗୁଥିବା ବେଳେ ସମସ୍ତ ଯାତ୍ରୀ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ ।

ଗତ ୮ ତାରିଖ ଶୁକ୍ରବାର ଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ହେଲେ ଉଦଘାଟନ ଦିନ ଠାରୁ ଟ୍ରାଏଲରେ ଥିବା ଶିଶୁ ରେଳ ଗାଡ଼ି ଗତକାଲି ଗୁରୁବାର ଠାରୁ ଚାଲୁ ହୋଇଥିଲା । ହେଲେ ଗୋଟେ ଦିନ ନଯାଉଣୁ ଆଜି ଆଣି ଦେଇଛି ଏକ ବଡ଼ ଦୁର୍ଘଟଣା ।