spot_img
Home Blog Page 5076

ଜାପାନ ସହ ସୁଦୃଢ ହେଉଛି ଓଡ଼ିଶାର ଶିଳ୍ପ ସହଭାଗିତା, ଆଗେଇଛି ସାଂସ୍କୃତିକ ସମ୍ପର୍କ

ଭୁବନେଶ୍ୱର: ଜାପାନ ଓ ଓଡ଼ିଶା ମଧ୍ୟରେ ଶିଳ୍ପ ସହଭାଗିତା ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଏକ ସେମିନାର ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି । ଏଥିରେ ଜାପାନ ଓ ଓଡିଶା ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଜାପାନର କିପରି ନିବେଶ ବଢିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜାପାନ ସହ ସମ୍ପର୍କ ସୁଦୃଢ ହୋଇଛି ।

ଶିଳ୍ପ ସହ ସାଂସ୍କୃତିକ ସମ୍ପର୍କରେ ମଧ୍ୟ ଅନେକ ବିକାଶ ହୋଇଛି । ଜାପାନ ସହ ଓଡ଼ିଶାର ଶିଳ୍ପ ସହଭାଗିତାରେ ଅନେକ କାର୍ଯ୍ୟକ୍ରମ ଗତବର୍ଷ ସଫଳ ହୋଇଛି । ଜାପାନର ଅନେକ ଶିଳ୍ପ ସଂସ୍ଥା ଏବେ ଓଡ଼ିଶାରେ ନିବେଶ ପାଇଁ ମନବଳାଇଛନ୍ତି । ଏହି ସେମିନାରରେ କେନ୍ଦ୍ର ସରକାରଙ୍କ ବୈଦେଶିକ ସଚିବ ହର୍ଷବର୍ଧନ ଶ୍ରୀଙ୍ଗଲା ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ସହ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଏନେଇ ଯଥେଷ୍ଟ ସହଯୋଗ କରିବେ ବୋଲି ବୈଦେଶିକ ସଚିବ ହର୍ଷବର୍ଧନ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଭେଟିଛନ୍ତି । ଶିଳ୍ପ ପର୍ଯ୍ୟଟନ, ଅତ୍ୟାଧୁନିକ ଜ୍ଞାନ କୌଶଳ, ନିବେଶ, କ୍ରିଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା କରାଯିବ ବୋଲି ହର୍ଷବର୍ଧନ ସିଙ୍ଗଲା କହିଛନ୍ତି ।

ଗଜପତିରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ବ୍ୟବସ୍ଥାର କଲେ ସମୀକ୍ଷା

ଗଜପତି: ପୋଲିସ ଡିଜି ଅଭୟ ଗଜପତି ଗସ୍ତରେ ଅଛନ୍ତି । ଗଜପତି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଗଞ୍ଜେଇ ଚୋରାଚାଲାଣର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଜିଲ୍ଲାରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାବେଳେ, ରୋକ୍ ଲଗାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି ପୋଲିସ ଡିଜି ।

ବିଶେଷ କରି ଜିଲ୍ଲାର ଅଡବା, ମୋହନା ଓ ଆର ଉଦୟଗିରି ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ବୃଦ୍ଧି ପାଇଛି । ଡିଜିପିଙ୍କ ଗସ୍ତ ଅବସରରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଜପତି ଏସପି ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି  ।

ଦିନେ ପୋଲିସର ନିଦ ହଜାଉଥିଲା, ଆଜି ନିଜେ ଆଖିବୁଜିଲା

ଭୁବନେଶ୍ୱର: ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ଘଟିଛି  ।  ନିର୍ଦ୍ଧିଷ୍ଟ ଭାବେ ମାଓ ସଂଗଠନ କିମ୍ବା ପୋଲିସ ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆଯାଇ ନାହିଁ ତଥାପି କିଛିଦିନ ହେଲା ସେ କିଡନୀ ଜନିତ‌ ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ତେବେ ଗତକାଲି ତାଙ୍କର ମୄତ୍ୟୁ ହୋଇଥିବା ନେଇ ବିଶେଷ ସୂଚନା ମିଳିଛି ।

ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ । ଅନେକ ସମୟରେ ବର୍ଡର ପୋଲିସର ନିଦ ହଜାଇଦେଇଥିଲା ଅକ୍କିରାଜୁ  । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୀର୍ଘ ଦିନଧରି ଅସୁସ୍ଥ ଥିବା ଜଣାପଡ଼ିଥିଲା  । ବୁଧବାର ଏହି ମୋଷ୍ଟ ୱାଣ୍ଚେଡ଼ ମାଓବାଦୀର ମୃତ୍ୟୁ ଘଟିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି  ।

ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ ବୃଦ୍ଧି ପାଇବ BSF କ୍ଷମତା

ପାକିସ୍ତାନ: ବାଂଲାଦେଶ ଆନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ BSF ବା ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା ବୃଦ୍ଧି ପାଇବ । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ BSFର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ BSFର କ୍ଷମତା ୧୫ କିମି ସୀମା କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଅର୍ଥାତ ଏବେ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସୀମା କ୍ଷେତ୍ରଠାରୁ ୫୦ କିଲୋମିଟର କ୍ଷେତ୍ର ମଧ୍ୟରେ ବିଏସଏଫ୍ ସର୍ଚ୍ଚ ଅପରେସନ ଓ ଗିରଫ କରିପାରିବ ।

ନିକଟରେ ଆନ୍ତର୍ଜାତୀୟ ସୀମା ପାର୍ଶ୍ବରେ ଡ୍ରୋନ ଉଡିବା, ମାରଣାସ୍ତ୍ର ଫିଙ୍ଗା ଯିବା ପରେ ଦେଶର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର କହିଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପଞ୍ଜାବରେ ରାଜନୀତି ସରଗରମ ହୋଇଛି । କେନ୍ଦ୍ରର ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବିରୋଧ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହାକୁ ସମର୍ଥନ କରିଛନ୍ତି । ବିଏସଏଫର ଅଧିକାର ବୃଦ୍ଧିକୁ ନେଇ କେନ୍ଦ୍ରର ଏଭଳି ଏକତରଫା ନିଷ୍ପତ୍ତିକୁ ଚନ୍ନି ବିରୋଧ ବା ସହ ଗୃହମନ୍ତ୍ରୀ ତୁରନ୍ତ ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ ବୋଲି ଚନ୍ନି ଟ୍ବିଟ କରିଛନ୍ତି । ଅନ୍ୟ ବିରୋଧୀ ଦଳ ମଧ୍ୟ ସରକାର ଏଥି ପ୍ରତି ଆଉ ଥରେ ବିଚାର କରିବା ପାଇଁ କହିଛନ୍ତି ।

ବନ୍ଧୁ- ବନ୍ଧକ-ବିଲ: ମନିଷ ହତ୍ୟାର କାରଣ ବିଲ ପେମେଣ୍ଟ !

ନନ୍ଦିଘୋଷ ବ୍ୟୁରୋ:  ବନ୍ଧୁ- ବନ୍ଧକ-ବିଲ । ସମୟ ଘୁଞ୍ଚୁଛି, ସସପେନ୍ସ ବଢୁଛି । ଭୁବନେଶ୍ୱରରେ ଘଟିଲା ଘଟଣା, କନ୍ଧମାଳରୁ ହେଲେ ଅଟକ । ରହସ୍ୟର ରାହାଜାନୀ ଭିତରେ ପାତ୍ରପଡ଼ାର ପୋଖରୀ । ସତରେ ସେଦିନ ଘଟିଥିଲା କଣ ? କେବଳ ହୋଟେଲ ସାଉଥ ସିଟିରେ ନଥିଲା ଏମାନଙ୍କ ପୋଗ୍ରାମ । ଏହା ବ୍ୟତୀତ ଆହୁରି ଦୁଇଟି ବାରରେ ଏଣ୍ଟ୍ରି କରିଥିଲେ । ସାରା ରାତି ବାରରେ ପାର୍ଟି କରିଥିଲେ ମନିଷ ଓ ତାଙ୍କ ବନ୍ଧୁ । ପ୍ରଥମେ ମନିଷଙ୍କ ସହ ହିମାଂଶୁ ବେହେରା ଓ ଅମ୍ରିତ ବିଶ୍ୱାଳ ରହିଥିବା ବେଳେ ସଂନ୍ଧ୍ୟା ୫ଟା ୩୦ ରେ ଆସିଥିଲେ ଲିଟୁ ଓରଫ ଦିନେଶ ମହାପାତ୍ର ଏବଂ ମୁନ୍ନା ଓରଫ ମୃତ୍ୟୁଞ୍ଜୟ ମିଶ୍ର ।

ତେବେ ସେ କାଳ ରାତିରେ କଣ ଘଟିଲା ? ମଜ୍ଜା ମସୁଗଲରେ ଚାଲିଥିବା ପାର୍ଟିରେ କିଏ ରଚିଲା ମୃତ୍ୟୁର ଷଡ଼ଯନ୍ତ୍ର । କାହିଁକି ସେମାନଙ୍କ ଭିତରେ ହୋଇଥିଲା ବିବାଦ ? ଓ ରାତି ଅଧରେ କାହିଁକି ମନିଷ ଏମରଜେନ୍ସି ବାପାଙ୍କୁ ଟଙ୍କା ମାଗିଲେ ? ଏ ତମାମ ପ୍ରଶ୍ନର ଉତ୍ତର ଖୋଜୁଥିବା ପୋଲିସ ଘଟଣାର ଖିଅ ପାଖରେ ଖୁବ ଶୀଘ୍ର ପହଁଚିବାକୁ ଯାଉଛି । ସେପଟେ ଜେରା ବେଳେ ସତ ଓଗାରିଛନ୍ତି ସେଦିନ ରାତିରେ ଥିବା ସାଥି । ବାରରେ ବିଲ ପେମେଣ୍ଟ କରିବାକୁ ଯାଇ ହୋଇଥିଲା ବିବାଦର ସୂତ୍ର ପାତ । ବାରରେ ପ୍ରାୟ ୩୫ରୁ ୪୦ ହଜାର ଟଙ୍କାର ବିଲ ହୋଇଥିବାବେଳେ, ମନୀଷ ଟଙ୍କା ନଦେବାରୁ ପାଟିତୁଣ୍ଡ ହୋଇଥିଲା ।

ଶେଷରେ ବାର କର୍ତ୍ତୁପକ୍ଷଙ୍କ ପାଖରେ ନିଜ ମୋବାଇଲକୁ ବନ୍ଧକ ରଖିଥିଲେ ମନୀଷ । ପରେ ବାପା ନବୀନ ଦାସଙ୍କ ଠାରୁ ଟଙ୍କା ଆଣି ହୋଟେଲରେ ପେମେଣ୍ଟ କ୍ଲିଅର କରିଥିଲେ । ଏବଂ ଏହା ପରେ ଏକାକୀ ବାହାରକୁ ବାହାରିଥିବା ସିସିଟିଭିରେ କଏଦ ହୋଇଛନ୍ତି ମୃତ ମନିଷ । ତେବେ ବନ୍ଧୁ ମାନଙ୍କ ସହ ବାରରେ ଥିବା ମନିଷ ବାହାରିଲା ବେଳକୁ କାହିଁକି ଏକାକୀ ଆସିଥିଲେ । ଯଦି ପାର୍ଟି ବେଳେ ଅନ୍ୟମାନେ ଥିଲେ, ତେବେ ପେମେଣ୍ଟ ବେଳେ କୁଆଡ଼େ ଗଲେ ? ରାତି ୩. ୨୯ରେ ହୋଟେଲ ସାଉଥ ସିଟିରୁ ଏକାକୀ ମନିଷ ବାହାରିଛନ୍ତି ।

ସେପଟେ ହୋଟେଲରୁ ବାହାରିବା ପରେ ଚାଲି ଚାଲି କାର ଅଭିମୁଖେ ଯାଉଥିବା ସିସିଟିଭିରେ କଏଦ ହୋଇଛନ୍ତି । ତେବେ ଶେଷ ଚିତ୍ରରେ ଥିବା ମନିଷ ଏହା ପରେ କେଉଁ ଆଡକୁ ଯାଉଛନ୍ତି ଏବଂ ସାଥିରେ ଅନ୍ୟକେଉଁମାନେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସବୁ ପରେ ଅକ୍ଟୋବର ୯ ତାରିଖର ଘଟଣା ଏବେ ବି ସସ୍ପପେନ୍ସରେ । ସାରା ରାତି ସାଥିରେ ଥିବା ବନ୍ଧୁ କଣ ଶେଷରେ ବେଇମାନ ସାଜିଲେ । ନାଁ ବିଲ ପେମେଣ୍ଟରୁ ସୂତ୍ରପାତ ହୋଇଥିବା କଳହ ମୃତ୍ୟୁର ନକ୍ସା ଆଙ୍କିଥିଲା । ଏ ସମସ୍ତ ରହସ୍ୟର ଗୁମର ଖୋଲିବ କି ବନ୍ଧୁ- ବନ୍ଧକ ଓ ବିଲ ?

୨୦୧୯ରେ ମିଶିଥିଲେ, ୨୦୨୧ ରେ ଛାଡ଼ିଦେଲେ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ  ।  ୨୦୧୯ ମସିହାରେ କଂଗ୍ରେସରେ ଯୋଗଦାନ କରିଥିବା ଏହି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି  । ସୋସିଆଲ ମିଡିଆରେ ଏନେଇ ନିଜେ ସୂଚନା ପ୍ରଦାନ କରିଛନ୍ତି ନବୀନ ନନ୍ଦ  ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି  । ୨୦୧୯ରେ ଢେଙ୍କାନାଳରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ  । ୨୦୦୯ରେ ନବୀନ ନନ୍ଦ ଏନ୍‌ସିପି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ପରେ ବିଜେଡିରେ ଯୋଗ ଦେଇଥିଲେ ନବୀନ ନନ୍ଦ  । କିନ୍ତୁ
୨୦୧୮ ମସିହାରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା  । ଅର୍ଥାତ ୨୦୧୮ ମସିହାରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ ନବୀନ  ।

ତେବେ ନବୀନ ନନ୍ଦ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ, ତାଙ୍କୁ ୨୦୧୯ ମସିହାରେ କଂଗ୍ରେସ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିଥିବାରୁ ଦଳ ଉପରେ ଖୁସି ପ୍ରକଟ କରିଛନ୍ତି  । ବିଶେଷ କରି ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେ ଦଳ ଉପରେ ଭରସା ଜୁଟାଇ ନପାରି ଇସ୍ତଫା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି  ।

ଆର୍ଯନ ଡ୍ରଗ୍ସ ମାମଲା: ତିନି ଘଣ୍ଟା ଭିତରେ କୋର୍ଟରେ କ’ଣ ହେଲା ?

ମୁମ୍ବାଇ:  କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯନ ଖାନଙ୍କୁ ଜାମିନ ଦେଲାନାହିଁ କୋର୍ଟ । ଏବେ ଆର୍ଯନଙ୍କୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଆର୍ଥର ରୋଡ୍‌ ଜେଲରେ ହିଁ ରହିବାକୁ ପଡ଼ିବ । ପ୍ରାୟ ୪ ଘଣ୍ଟାର ଯୁକ୍ତି ପରେ ଅଦାଲତ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରରେ ହେବ ।  ଆର୍ଯନ ଖାନଙ୍କ ପକ୍ଷରୁ କୋର୍ଟରେ ଓକିଲ ଅମିତ ଦେଶାଇ, ସତୀଶ ମାନସିନ୍ଦେ ଯୁକ୍ତି ରଖିଥିବାବେଳେ ଏନସିବି ପକ୍ଷରୁଏଏସଜି ଅନିଲ ସିଂ,ସ୍ପେଶାଲ ପବ୍ଲିକ୍‌ ପ୍ରୋସିକ୍ୟୁଟର ଅଦୈତ ସେଠନା ଏବଂ ଏଏମ ଚିମାଲକର ଉପସ୍ଥିତ ଥିଲେ ।

କୋର୍ଟରେ କ’ଣ କହିଲେ ଆର୍ଯନଙ୍କ ଓକିଲ ?

ଆର୍ଯନଙ୍କ ଓକିଲ କହିଲେଯେ, ଆଜିର ଯୁବପୀଢିଙ୍କ ଭାଷା ଶୈଳୀ ବଦଳିଛି । ଆମ ଇଂରାଜୀ କହିବା ଏବଂ ସେମାନଙ୍କ ଇଂରାଜୀ କହିବା ଭିତରେ ଅନେକ ପ୍ରଭେଦ ରହିଛି । ସେମାନଙ୍କ କହିବାର ଶୈଳୀ ବା ଲେଖିବାର ଶବ୍ଦ ତଦନ୍ତ କରୁଥିବା ଏଜେନ୍ସିକୁ ସନ୍ଦେହଜନକ ଲାଗିପାରେ । ଓକିଲ ଅମିତ ଦେଶାଇ ପଚାରିଲେଯେ, କ’ଣ ଆପଣଙ୍କୁ ଲାଗୁଛିଯେ, ଆର୍ଯନ ଇଣ୍ଟରନ୍ୟାସନାଲ ଡ୍ରଗ୍ସ ଟ୍ରାଫିକିଂରେ ସାମିଲ ଥିବେ?  ଏଜେନ୍ସି କହିଲା ହଁ, ଏମଇଏ ସମ୍ପର୍କରେ ଅଛି । ଆର୍ଯନଙ୍କ ଓକିଲ କହିଲେ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ମିଛ ଏବଂ ଭିତ୍ତିହୀନ । ଡ୍ରଗ୍ସ ରେଭ୍‌ ପାର୍ଟି ସହିତ ଜଡ଼ିତ କୌଣସି ତଥ୍ୟ ନାହିଁ । ଦୀର୍ଘଦିନ ଧରି ଆର୍ଯନ ବିଦେଶରେ ରହୁଥିଲେ । ବିଦେଶରେ କେତେକ ଜିନିଷ ରହିଛି ଯାହା ଅବୈଧ ନୁହେଁ ।  ଅପରାଧକୁ ନେଇ ଅନୁମାନ କରିବା କେବଳ ସେକ୍ସନ ୩୫ ଟ୍ରାଏଲରେ ଲାଗୁ ହୋଇପାରେ, ଜାମିନ ସମୟରେ ନୁହେଁ । ମୁଁ କାହାକୁ ଛାଡ଼ ପାଇଁ ନୁହେଁ ବରଂ ଜାମିନ ପାଇଁ କହୁଛି ।

ଦସ୍ତାବିଜ ଦେଇ ଏନସିବି କ’ଣ କହିଲା ?

ଏନସିବି କହିଲାଯେ, ଶକ୍ତ ପ୍ରମାଣକୁ ନଜରରେ ରଖି ଉଭୟଙ୍କୁ ଗିରଫ କରାଯାଇଛି ।  ଡ୍ରଗ୍ସର ବିଦେଶ ଲିଙ୍କ୍‌ କ’ଣ ରହିଛି ନିହାତି ତଦନ୍ତ ହେବ । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଡ୍ରଗ୍ସ ନେଉଥିଲେ । ଦୁଇଜଣଙ୍କ ହ୍ୱାଟ୍ସଆପ ଚାଟ ବାବଦରେ ତଦନ୍ତ ହେବା ଜରୁରୀ । ଯେଉଁ ଡ୍ରଗ୍ସ ଜବତ ହେଲା, ତାହା କେବଳ ଅରବାଜ ନେଇନଥାନ୍ତେ ।  ଶିପ୍‌ ସେଠାରୁ ବାହାରିବା ପରେ ପାର୍ଟି ଆରମ୍ଭ ହୋଇଥାନ୍ତା ଏବଂ ସମସ୍ତ ଅଭିଯୁକ୍ତ ଡ୍ରଗ୍ସ ନେଇଥାନ୍ତେ । ଏନସିବିର କହିବା ହେଉଛି ଶାହାରୁଖଙ୍କ ପୁଅର ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହିତ ଯୋଗାଯୋଗ ରହିଛି । ଏହା ଏକ ବିରାଟ ଧରଣର ଷଡ଼ଯନ୍ତ୍ର । ଯାହାର ତଦନ୍ତ ହେବା ନିହାତି ଜରୁରୀ । ଆର୍ଯନ ଅରବାଜଙ୍କ ଠାରୁ ଡ୍ରଗ୍ସ ନେଉଥିଲେ । ତେବେ କେବଳ ସେତିକି ନୁହେଁ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ହୋଇଛି ।

ଆର୍ଯନଙ୍କୁ ବେଲ୍‌ ନମିଳିବାରୁ ଶାହାରୁଖ ତାଙ୍କ ଓକିଲ ବଦଳାଇଛନ୍ତି । ସୂଚନାଯୋଗ୍ୟ ଆର୍ଯନଙ୍କୁ ଗିରଫ ପରେ ବଲିଉଡର ଏକାଧିକ ସେଲିବ୍ରିଟି ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଅନେକ ତାଙ୍କୁ ସୋସିଅଲ ମିଡିଆରେ ପୋଷ୍ଟ ଶେୟାର କରି ସମର୍ଥନ କରୁଛନ୍ତି ।

ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ, ମୌଳବାଦୀ ଭାଙ୍ଗିଲେ ମୁର୍ତ୍ତି

କୋଲକତା : ବାଂଲାଦେଶରେ ମହାଷ୍ଟମୀ ଅବସରରେ ମହାମାୟଙ୍କ ମୁର୍ତ୍ତି ସହ ପେଣ୍ଡାଲ ଭଙ୍ଗିଲେ ଚରମପନ୍ଥି। ଯାହାକୁ ନେଇ ଭାରତରେ ସୃଷ୍ଟି ହୋଇଛି ହଇଚଇ। ବାଂଲାଦେଶ ଇତିହାସରେ ଏମିତି ଘଟଣା ହୁଏତ ପ୍ରଥମ ହୋଇପାରେ, ହେଲେ ଭାରତରେ ପଡ଼ିଛି ଜୋରଦାର ଇଫେକ୍ଟ। କଥା ଯାଇ ପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାନରେ।

ବାଂଲାଦେଶରେ ଘଟି ଯାଇଥିବା ଏମିତି ଉଦବେଗଜନକ ଘଟଣାକୁ ନେଇ ବିଶେଷ କରି ପଶ୍ଚିମବଙ୍ଗରେ ଉଠିଛି ପ୍ରତିବାଦର ସ୍ବର। ଟିଏମସି ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି, ‘‘ଚରମପନ୍ଥି ଶକ୍ତି ବାଂଲାଦେଶରେ ସନାତନ ଧର୍ମାଲମ୍ବୀଙ୍କ ଉପରେ ଆକ୍ରମଣ କରିବାରେ ଅଭ୍ୟସ୍ତ ହୋଇଗଲେଣି। ଦୁର୍ଗା ପୂଜା ଶୋଭାଯାତ୍ରା ସମୟରେ ଉଗ୍ରବାଦୀ ମାଆଙ୍କ  ପ୍ରତିମା ସହ ପେଣ୍ଡାଲକୁ ବି ଭାଙ୍ଗିଛନ୍ତି।’’

ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି, ‘‘ସନାତନ ଧର୍ମର ବହୁ ଲୋକ ଏମିତି ଆକ୍ରମଣର ଶିକାର ହୋଇ ପଶ୍ଚିମବଙ୍ଗକୁ ପଳାଇ ଆସିଛନ୍ତି। ଏହି ପୀଡ଼ିତମାନେ ସେଠାରେ ରହୁଥିବା ସଂଖ୍ୟାଲଘୁଙ୍କୁ ସହାଯ୍ୟ କରିବାକୁ ଅନୁରୋଧ କରୁଛନ୍ତି। ମୋର ଅନୁରୋଧ ଆପଣ ତୁରନ୍ତ ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।’’

ଅନ୍ୟପକ୍ଷରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ‘‘ବାଂଲାଦେଶ ଘଟଣା ଉପରେ ନଜର ରଖାଯାଇଛି। ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେ ବାଂଲାଦେଶ ସରକାରଙ୍କ ସମ୍ପର୍କରେ ଅଛୁ।’’

ପିଲାଙ୍କ ପାଇଁ ଆସୁଛି କୋଭାକ୍ସିନ, ଖୁବଶୀଘ୍ର WHOର ସ୍ୱୀକୃତି

ନୂଆଦିଲ୍ଲୀ: କୋଭାକ୍ସିନକୁ ଖୁବଶୀଘ୍ର ମିଳିବ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି । ଏ ନେଇ ସୂଚନା ଦେଇଛନ୍ତି  ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ଭାରତରେ ଏବେସୁଦ୍ଧା 6 କୋଟି ଲୋକଙ୍କୁ covaxinର ଦୁଇଟି ଡୋଜ ଟିକା ଦିଆସରିଛି। ଦେଶର ସମୁଦାୟ ଜନସଂଖ୍ୟାର 73 ପ୍ରତିଶତ ଲୋକଙ୍କୁ କୋଭିଡର ପ୍ରଥମ ଡୋଜ ଟିକା ଦିଆସାରିଛି। ଖୁବ ଶୀଘ୍ର 100 କୋଟି ଲୋକଙ୍କୁ ଟିକା ଦିଆଯିବ।

କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ନେଇ ଭାରତ ବାୟୋଟେକ ପକ୍ଷରୁ ସମସ୍ତ ବୈଷୟିକ ପ୍ରମାଣପତ୍ର ଦିଆସାରିଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି ଏ ନେଇ ଅନୁଧ୍ୟାନ କରୁଛନ୍ତି । ଅଳ୍ପଦିନ ଭିତରେ covaxinକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବ ବୋଲି ବୈଦେଶିକ ସଚିବ କହିଛନ୍ତି ।

ତେବେ କୋଭାକ୍ସିନକୁ ସ୍ୱିକୃତି ମିଳିବା ଭାରତ ପାଇଁ ଖୁସି ଖବର  । କେବଳ ଯୁବକ ଏବଂ ବୟସ୍କଙ୍କ ପାଇଁ କୋଭିଡ ଟିକା ବ୍ୟବହାର ହେଉଥିବା ବେଳେ ନାବାଳକ ଏବଂ ଶିଶୁଙ୍କ ପାଇଁ ଭ୍ୟାକ୍ସିନ ଉପଲବ୍ଧ ନଥିଲା  । ତେବେ ଅନୁମତି ମିଳିବା ପରେ ୨ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ଏହି ଭ୍ୟାକ୍ସିନ ନେଇପାରିବେ  । ଶିଶୁଙ୍କ ଦେହରେ ମଧ୍ୟ ଆଣ୍ଟିବଡ଼ି ବୃଦ୍ଧି ପାଇବ  ଯଦ୍ୱାରା ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବାରୁ ବର୍ତ୍ତିବା ନେଇ ମଧ୍ୟ ଆଶା ପ୍ରକଟ କରିଛନ୍ତି ଚିକିତ୍ସକ  ।

ରାଜଧାନୀରେ ଚାଞ୍ଚଲ୍ୟ, ରାମ ମନ୍ଦିର ପଛପଟେ ପଡ଼ିଛି ମଣିଷର ଖଣ୍ଡ ବିଖଣ୍ଡିତ ଶରୀର 

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଚାଞ୍ଚଲ୍ୟ  । ରାମ ମନ୍ଦିର ପଛପଟେ ପଡିଛି ମଣିଷର ହାତ- ଗୋଡ଼  । ରାସ୍ତା ଉପରେ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ ପଡିଥିବା ଦେଖାଯାଇଛି । ତେବେ ଏଭଳି ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ କେମିତି ଓ କେଉଁଠୁ ଆସିଲା ମଣିଷର ଖଣ୍ଡ ବିଖଣ୍ଡିତ ଶରୀର  । ଅଳିଆ ଗଦାରେ ମଣିଷର ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ସ୍ଥାନୀୟ ଅଞ୍ଚଳରେ  ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

ତେବେ କେଉଁଠୁ ଆସିଛି ଏସବୁ ଅଙ୍ଗ ପ୍ରତ୍ୟଙ୍ଗ, କିଏ ଏଠାରେ ଆଣି ପକାଇଛି ନା ଏହାରି ପଛରେ କୌଣସି ରହସ୍ୟ ଲୁଚି ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ ।  ଏନେଇ ଖାରବେଳ ନଗର ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ କରୁଛି । ହାଡ ଗୁଡିକ ଏମ୍ସ ପଠାଯାଇ ପରୀକ୍ଷା ନିରିକ୍ଷା କରାଯିବ । ମୃତ୍ୟୁ କାରଣ ସହ ଏହା ପୁରୁଷ କି ସ୍ତ୍ରୀର ହାଡ ସେନେଇ ସ୍ପଷ୍ଟ ହେବ ।