spot_img
Home Blog Page 5077

ନିପାତ ହେବେ ଆତଙ୍କବାଦୀ, ମୋଦି ରଚୁଛନ୍ତି ଚକ୍ରବ୍ୟୁହ

ଘାଟିରୁ ନିପାତ ହେବେ ଆତଙ୍କବଦୀ। ଆଉ ବୋହିବନି ରକ୍ତର ନଦୀ। ନିରୀହ ଲୋକଙ୍କ ରକ୍ତରେ ଆତଙ୍କୀଙ୍କୁ ଖେଳିବାକୁ ଦିଆଯିବନି ହୋଲି। ପ୍ରସ୍ତୁତ ହେଉଛି ଆତଙ୍କବଦୀଙ୍କ ଉପରେ ମାଷ୍ଟର୍ ଷ୍ଟ୍ରୋକ୍ ପାଇଁ ରଣନୀତି। ଫୁଲ୍ ଆକ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନଏସଏ ଅଜିତ ଡୋଭାଲଙ୍କ ସହ ତିଆରି କରୁଛନ୍ତି ଚକ୍ରବ୍ୟୁହ।

ମିଳିଥିବା ସୂଚନା ଅନୁସାରେ ମୋଦି ଏବଂ ଡୋଭାଲଙ୍କ ମଧ୍ୟରେ କାଶ୍ମୀର ଓ ସୀମାକୁ ନେଇ ଆଲୋଚନା ଚାଲିଛି। ବୈଠକକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ସୀମା ପାର ଆତଙ୍କବଦକୁ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ଘାଟିରେ ପୁଣି ଆତଙ୍କବଦ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୭ଜଣ ନିରୀହ ନାଗରିକ ଆତଙ୍କୀଙ୍କ ଶିକାର ହୋଇଥିବା ବେଳେ ୫ ଯବାନ ସହିଦ ହୋଇଛନ୍ତି। ଯାହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।

ଧାରା ୩୭୦ ହଟିବା ପରଠାରୁ ଘାଟିରେ ଶାନ୍ତି ଫେରିଥିବା ବେଳେ ଆତଙ୍କବଦୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଆଫଗାନୀସ୍ଥାନରେ ତାଲିବାନ ଶାସନ ଫେରିବା ପରେ ଓ ଭାରତରେ ପାର୍ବଣ ଆସି ଯାଇଥିବାରୁ ଘାଟିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଆତଙ୍କୀ।

ସେପଟେ ଆତଙ୍କୀଙ୍କୁ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ଜୋରଦାର ଜବାବ। ‘ଅପରେସନ ଅଲ୍ ଆଉଟ’ ଜରିଆରେ ଖୋଜି ଖୋଜି ଆତଙ୍କୀଙ୍କୁ ସଫା କରୁଛନ୍ତି ଭାରତୀୟ ବୀର। ୨୪ ଘଣ୍ଟା ମଧ୍ୟରେ ନିପାତ ହୋଇ ସାରିଲେଣି ୬ ଆତଙ୍କୀ। ଏମାନଙ୍କ ମଧ୍ୟରେ ଏମିତି କି କିଛି ଆତଙ୍କବାଦୀ ଅଛନ୍ତି ଯିଏ ନିରୀହ ଲୋକଙ୍କ ହତ୍ୟାରେ ସାମିଲ ଥିଲେ।

ଅନ୍ୟପକ୍ଷରେ, ମୋଦି ଏବଂ ଡୋଭାଲଙ୍କ ଏହି ଭେଟଘାଟରେ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ। ଯାହା ଉପରେ ପୂରା ଦେଶର ନଜର ରହିଛି।

ପୂଜା ପରେ ସୁଧୁରିବ ସ୍ଥିତି, ଖୋଲିପାରେ ସ୍କୁଲ

ଭୁବନେଶ୍ୱର: ଦୀର୍ଘ ଦିନର ବିଦ୍ୟାଳୟ ଛୁଟିରେ ଲାଗିପାରେ ବ୍ରେକ  । ପୁଣି ଥରେ ଖୋଲିପାରେ ରାଜ୍ୟର ସମସ୍ତ ସ୍କୁଲ  । କୋଭିଡ କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଅନ ଲାଇନରେ ପିଲାଙ୍କର ପାଠ ପଢା ଚାଲିଛି  । ତଥାପି ବିଦ୍ୟାର୍ଥୀଙ୍କ ପ୍ରଥମରୁ ଅଷ୍ଟମ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଆସୁଥିଲେ ଅବିଭାବକ  । ତେବେ ପୂଜା ପରେ ସ୍ଥିତି ସୁଧୁରିବ  । ଏବଂ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ। ଏବଂ ଭଗବାନଙ୍କ କୃପାରୁ ପୂଜା ପରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ସହ ବିଦ୍ୟାଳୟ ମାନ ଖୋଲିବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ  ।

ଦଶହରାରେ କାହିଁକି ହୁଏ ଶସ୍ତ୍ର ପୂଜା ? ଜାଣନ୍ତୁ କେମିତି ଆରମ୍ଭ ହେଲା ଏହି ପରମ୍ପରା

ନୂଆଦିଲ୍ଲୀ: ଦଶହରା ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଏ । ଦଶହରାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ । ଚଳିତ ଥର  ୧୫ ଅକ୍ଟୋବର ୨୦୨୧ ଶୁକ୍ରବାର ଦଶହରା ପର୍ବ ପାଳନ ହେବ । ଏହିଦିନ ବିଶେଷକରି ଶସ୍ତ୍ର ପୂଜା କରିବାର ବିଧାନ ରହିଛି । ଏହି ଦିନ ମା’ ଦୁର୍ଗା ଏବଂ ଭଗବାନ ଶ୍ରୀରାମଙ୍କୁ ପୂଜା କରାଯାଏ । ଏହି ଦିନ କରାଯାଉଥିବା କାମରେ ଶୁଭଫଳ ମିଳେ ବୋଲି ଲୋକମାନ୍ୟତା ରହିଛି । ଖାଲି ସେତିକି ନୁହେଁ ଏହା ମଧ୍ୟ କୁହାଯାଏଯେ, ଶତୃ ଉପରେ ବିଜୟ ହାସଲ କରିବା ପାଇଁ ମଧ୍ୟ ଏହି ଦିନ ଶସ୍ତ୍ର ପୂଜା କରିବା ଉଚିତ୍‌ । ତେବେ ଏହି ପରମ୍ପରା ସହିତ କ’ଣ ରହିଛି ଇତିହାସ ଓ ପରମ୍ପରା ଆସନ୍ତୁ ଆଲୋଚନା କରିବା ।

ଜ୍ୟୋତିଷାଚାର୍ଯ୍ୟ ଡାକ୍ତର ଅରବିନ୍ଦ ମିଶ୍ରାଙ୍କ କହିବା ହେଉଛି ଦଶହରା ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ । ଏହି ଦିନ ମା’ ଦୁର୍ଗା ମହିଷାସୁର ନାମକ ଅସୁରକୁ ବଧ କରି ଦେବତାଙ୍କୁ ମହିଷାସୁରର ଅତ୍ୟାଚାର କବଳରୁ ରକ୍ଷା କରିଥିଲେ । ଏହିଦିନ ଭଗବାନ ଶ୍ରୀରାମ ରାବଣକୁ ବଧ କରି ମାତା ସୀତାଙ୍କୁ ତା’ କବଳରୁ ରକ୍ଷା କରିଥିଲେ । ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବୋଲି କୁହାଯାଏ ।

ପୁରାତନ କାଳରୁ ଏହିଦିନ ସନାତନ ଧର୍ମରେ ଶସ୍ତ୍ର ପୂଜାର ପରମ୍ପରା ରହିଛି । ଏହିଦିନ ଲୋକ ଶସ୍ତ୍ର ପୂଜା ସହିତ ଯାନବାହନର ମଧ୍ୟ ପୂଜା କରନ୍ତି । ଖାଲି ସେତିକି ନୁହେଁ ଏହି ଦିନ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ବୋଲି କୁହାଯାଏ ।

ଜ୍ୟୋତିଷାଚାର୍ଯ୍ୟ ଏହା ମଧ୍ୟ କୁହନ୍ତିଯେ,  ପୁରାତନ କାଳରେ କ୍ଷେତ୍ରୀୟମାନେ ଦଶହରାର ପ୍ରସ୍ତୁତି ଯୁଦ୍ଧକୁ ଯିବାପାଇଁ କରୁଥିଲେ । ଯୁଦ୍ଧକୁ ଯିବା ପୂର୍ବରୁ ଶସ୍ତ୍ର ପୂଜା କରାଯାଉଥିଲା ।  ତେବେ ସେହି ସମୟରୁ ଏହି ପରମ୍ପରା ଚାଲି ଆସୁଛି ।

କନ୍ଧମାଳବାସୀଙ୍କୁ ଦୂର୍ଗାପୂଜା ଭେଟି, ୭ ବ୍ଲକରେ ହେବ ମେଗା ପାନୀୟ ପ୍ରକଳ୍ପ

ଭୁବନେଶ୍ୱର: ଶାରଦୀୟ ପୂଜା ଅବସରରେ କନ୍ଧମାଳବାସୀଙ୍କୁ ପୁଣି ଥରେ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୬୫୮ କୋଟି ଟଙ୍କାରେ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏନେଇ କନ୍ଧମାଳ ଜିଲ୍ଲା କ.ନୁଆଗାଁ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଜିଲ୍ଲା ବିଜେଡ଼ି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।  ଏହି ମେଗା ପାନୀୟଜଳ ପ୍ରକଳ୍ପ ଦ୍ବାରା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ଚକାପାଦ, ଜି.ଉଦୟଗିରି ଓ କ.ନୁଆଗାଁରେ ପାନୀୟ ଜଳ ପ୍ରକଳ୍ପକୁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଜିଲ୍ଲାର ମୋଟ ୬ଟି ବ୍ଲକର ୬୩୭ଟି ଗାଁରେ ପ୍ରାୟ ୪ଲକ୍ଷ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ଉପସ୍ଥିତ ରହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିବାରୁ  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ ।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜଙ୍କ ପ୍ରଥମ ସାକ୍ଷାତକାର, କହିଲେ ନିଜକୁ….

ନୂଆଦିଲ୍ଲୀ:  ବିଗବସ୍‌ ଫେମ୍‌ ଶେହନାଜ ଗିଲ୍‌ ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ କାମକୁ ଫେରିଛନ୍ତି । ଶେହନାଜ ଗିଲଙ୍କୁ  ଦିଲଜିତ ଦୋସାଂଝ ଏବଂ ସୋନମ ବାଜଓ୍ୱାଙ୍କ ସହିତ ତାଙ୍କ ଆଗାମି ଫିଲ୍ମ ‘ହୌସଲ ରଖ’ର ପ୍ରମୋଶନରେ ଦେଖିବାକୁ ମିଳିଛି । ସାକ୍ଷାତକାରର କିଛି ଭିଡ଼ିଓ କ୍ଲିପ୍‌ ମଧ୍ୟ ସୋସିଅଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡ଼ିଓରେ ଶହନାଜ କହୁଛନ୍ତି ‘ମୁଁ ନିଜକୁ ଧୌର୍ଯ୍ୟ ରଖ’ ବୋଲି କହିବି । ତେବେ ଶେହନାଜଙ୍କ ଏହି ଭିଡ଼ିଓ କ୍ଲିପ୍‌ ଦେଖିବା ପରେ ତାଙ୍କ ପ୍ରଶଂସକ ତାଙ୍କୁ ଧୈର୍ଯ୍ୟ ରଖିବାକୁ କହୁଛନ୍ତି ।

ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ ପରେ ସମସ୍ତେ କେବଳ ଶେହନାଜ ଗିଲଙ୍କ ଗୋଟିଏ ଝଲକ୍‌ ଦେଖିବାକୁ ଚାହୁଁଥିଲେ । କିନ୍ତୁ ତାହା ସମ୍ଭବ ହେଉନଥିଲା । ଏବେ ତାଙ୍କଠାରୁ କିଛି ଶୁଣିବାକୁ ପାଇଛନ୍ତି ତାଙ୍କ ପ୍ରଶଂସକ । ତେବେ ଶେହନାଜଙ୍କ ଏହି ଭିଡ଼ିଓ ଦେଖିବା ପରେ ଜଣାପଡ଼ୁଛି ସେ ଖୁବ୍‌ ପ୍ରୋଫେସନାଲ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨ରେ ହୃଦଘାତ ହେତୁ ବିଗବସ ୧୩ର ବିଜେତା ବା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଥିଲା । ସିଦ୍ଧାର୍ଥଙ୍କ ପରଲୋକରେ ଖୁବ୍‌ ଭାଙ୍ଗି ପଡ଼ିଥିଲେ ଶେହନାଜ । ଶେହନାଜଙ୍କ ହୃଦୟ ବିଦାରକ ଫଟୋ ତାଙ୍କ ପ୍ରଶଂସକଙ୍କୁ ଭାବବିହ୍ୱଳ କରି ଦେଇଥିଲା ।

କଂଗ୍ରେସ ଭବନରେ ଗୁଣ୍ଡାଗର୍ଦ୍ଦି, ନିଶାନାରେ ନିରଞ୍ଜନ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭଙ୍ଗାରୁଜା ପରେ ଦଳୀୟ ଶିବିରରେ ତେଜିଛି ଅସନ୍ତୋଷ । ପଞ୍ଚାୟତ ଓ ପୌରନିର୍ବାଚନ ପୂର୍ବରୁ ସଂଗଠନରେ ଏପରି ଫାଟ ଦଳର ବରିଷ୍ଠନେତାଙ୍କୁ ଚିନ୍ତାରେ ପକାଇଛି । ଗଣ୍ଡଗୋଳ ନେଇ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଦଳର ହେଭିଓ୍ବେଟ ନେତା । ଏହା କଂଗ୍ରେସ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଏଆଇସିସି ସମ୍ପାଦକ ଶରତ ରାଉତ ଓ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

କଂଗ୍ରେସ ଭବନ ଓ କଂଗ୍ରେସର ସୁରକ୍ଷା ଦାୟିତ୍ବ ପିସିସି ସଭାପତିଙ୍କର, ସେ ତାଙ୍କର ଦାୟିତ୍ବ ସଠିକ ନିର୍ବାହ କରୁନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ନେତାଏ ଅଭିଯୋଗ କରିଛନ୍ତି । ସେପଟେ ଗଣ୍ଡଗୋଳ ଲିପ୍ତ ନେତାଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ରୁ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଏନେଇ ପିସିସି ସଭାପତି ଏକ କମିଟି ଗଠନ କରିଛନ୍ତି ।

ସେପଟେ ଖୁବଶୀଘ୍ର କମିଟି ତଦନ୍ତ କରି ରିପୋର୍ଟ ଦେବ ବୋଲି କମିଟିର ଅଧ୍ୟକ୍ଷ କହିଛନ୍ତି ।  କଂଗ୍ରେସର ଗୋଷ୍ଠୀ କନ୍ଦଳ ଦଳକୁ ରସାତଳକୁ ନେଇଯାଉଛି  । କେବଳ ଥରେ ନୁହେଁ ବାରମ୍ବାର କଂଗ୍ରେସ ଭବନରେ ଘଟୁଛି ଏଭଳି ଅଭାବନୀୟ ଘଟଣା  । ଦଳୀୟ ଅସନ୍ତୋଷର ନିଶାନା ସାଜିଛି କଂଗ୍ରେସ କାର୍ଯ୍ୟାଳୟ  ।  ଏନେଇ ହାଇକମାଣ୍ଡ ସ୍ବତନ୍ତ ଦୃଷ୍ଟି ନଦେଲ ଓଡ଼ିଶା କଂଗ୍ରେସ ଆଗକୁ ବହୁତ କ୍ଷତି ସହିବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି  ।

କୋଇଲା କରିଦେବ କି ଦେଶକୁ ଅନ୍ଧାର ?

ନୂଆଦିଲ୍ଲୀ: ସରକାର ଯେତେ ସଫେଇ ଦେଲେ ବି ଧିରେ ଧିରେ ଘନେଇବାରେ ଲାଗିଛି ଦେଶରେ କୋଇଲା ସଙ୍କଟ। ଏ ସ୍ଥିତି ଲାଗି ରହିଲେ, ବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିବ ଗଭୀର ପ୍ରଭାବ। ସେତିକି ନୁହେଁ, ଶୀଘ୍ର ସ୍ଥିତିରେ ସୁଧାର ନଆସିଲେ ଚୀନ୍ ଭଳି ଭାରତରେ ବି ଅନ୍ଧାର ଛାଇ ଯିବାର ଆଶଙ୍କା ସୃଷ୍ଟି ହେଇଛି।

ସରକାରୀ ହିସାବରେ ଦେଶରେ ୧୩୫ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ। ହେଲେ ଏଥିରୁ ୧୮ଟି ପ୍ଲାଣ୍ଟରେ କୋଇଲା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ୨୦ଟି ପ୍ଲାଣ୍ଟ ଏମିତି ଅଛନ୍ତି ଯାହାଙ୍କ ପାଖରେ ମାତ୍ର ୭ ଦିନଠାରୁ କିଛିଦିନ ଅଧିକ ଷ୍ଟକ ରହିଛି।

ଦେଶରେ କୋଇଲା ସଙ୍କଟ ନଥିବା ଗତ ରବିବାର ଶକ୍ତିମନ୍ତ୍ରୀ ଆରକେ ସିଂହ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଥିଲେ। ଏକଥା ବି ମାନିଥିଲେ ଯେ, ପାଓ୍ବାର ପ୍ଲାଣ୍ଟଗୁଡିକରେ ଆବଶ୍ୟକ ଅନୁସାରେ କୋଇଲା ନାହିଁ। ତାଙ୍କ ଅନୁସାରେ ପୂର୍ବରୁ ୧୭/୧୭ ଦିନର ଷ୍ଟକ୍  ରହୁଥିବା ବେଳେ ଏବେ ମାତ୍ର ୪ରୁ ୫ ଦିନର ରହିଛି।

ଅନ୍ୟପକ୍ଷରେ ବିଦ୍ୟୁତ ମନ୍ତ୍ରାଳୟର ହିସାବକୁ ଦେଖାଗଲେ, ୧୨ ଅକ୍ଟୋବର ଯାଏଁ ଦେଶର ୧୮ଟି ପ୍ଲାଣ୍ଟରେ କୋଇଲା ଷ୍ଟକ ଶୂନ୍ ହୋଇଯାଇଥିଲା। ୨୬ ପ୍ଲାଣ୍ଟରେ ଗୋଟିଏ ଦିନର କୋଇଲା ଷ୍ଟକ୍ ଥିବାବେଳେ ୫ଟି ପ୍ଲାଣ୍ଟରେ ୭ଦିନ ଓ ୧୫ଟିରେ ୭ଦିନଠାରୁ ଅଧିକ ଷ୍ଟକ ଥିଲା।

ସୂଚନାଯୋଗ୍ୟ, କୋଲ ଇଣ୍ଡିଆ ଲିମିଟେଡ୍ ଚଳିତବର୍ଷ କୋଇଲା ଉତ୍ପାଦନରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ଅଗଷ୍ଟ ମାସ ସୁଦ୍ଧା କୋଲ ଇଣ୍ଡିଆ ୨୪୯.୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଛି। ଯାହା ଗତବର୍ଷ ସମାନ ସମୟ ଉତ୍ପାଦନଠାରୁ ୧୩.୮ ମିଲିୟନ ଟନ୍ ଅଧିକା।

ସରକାରଙ୍କ କହିବା କଥା ହେଲା, କରୋନାର ଦ୍ବିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ବିଦ୍ୟୁତ ଚାହିଦା ବଢ଼ିଯାଇଛି। ସେପଟେ ବିଦେଶରେ କୋଇଲା ମୂଲ୍ୟ ବୃଦ୍ଧି ଯୋଗୁଁ ଆମଦାନୀ ହ୍ରାସ ପାଇଛି। ଏହାବାଦ କୋଇଲା ଖାଦନ ଆଖପାଖରେ ବର୍ଷା ହେବା କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଛି।

ତଥାପି ସରକାରଙ୍କୁ ଏହା ଉପରେ ନଜର ରଖି ତୁରନ୍ତ ସମାଧାନର ବାଟ ବାହାର କରିବା ଉଚିତ୍। ନହେଲେ ଚୀନ୍ ଭଳି ଏଠାରେ ମଧ୍ୟ ସ୍ଥିତି ହୋଇପାରେ। କୋଇଲା ସଙ୍କଟ ଚୀନକୁ ଏମିତି ଘାରିଛି ଯେ, ଜିନ୍ ପିଙ୍ଗ ସରକାରଙ୍କୁ ବିଦ୍ୟୁତ ବ୍ୟବହାର ଉପରେ କଟକଣା ଲଗାଇବାକୁ ପଡ଼ିଲା। ଫଳରେ ବହୁ କମ୍ପାନୀରେ ଉତ୍ପାଦନ ପ୍ରଭାବତି ହେବାରେ ଲାଗିଛି। ଏପରିକି କିଛି ଇଣ୍ଟର ନ୍ୟାସନାଲ କମ୍ପାନୀ ଚୀନରୁ ପେଡି ପୁଟୁଳି ବାନ୍ଧି ପଳାଇ ଯିବାକୁ ଯୋଜନା ଆରମ୍ଭ କରିଦେଲେଣି।

ଧରାପଡ଼ିଲେ ମୋହନ ମାଝିଙ୍କ ଗାଡ଼ିକୁ ବୋମାମାଡ଼ କରିଥିବା ଅଭିଯୁକ୍ତ, SP କଲେ ଖୁଲାସା

କେନ୍ଦୁଝର: ବିରୋଧି ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ଼ ଘଟଣାର ଖୁଲାସା କରିଛି କେନ୍ଦୁଝର ପୋଲିସ । ଘଟଣାକୁ ଗୁରୁତ୍ୱର ନେଇ ତଦନ୍ତ ଚଳାଇଥିବା ପୋଲିସ ଶେଷରେ ସମସ୍ତ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି  । ଏନେଇ କେନ୍ଦୁଝର SP ପ୍ରେସମିଟ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି  ।

ପୋଲିସର କହିବା ମୁତାବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କୌଣସି ରାଜନୈତିକ ଉଦେଶ୍ୟ ନୁହେଁ ବଂର ପାରିବାରିକ ବିଦ୍ୱେଷ ଓ ଆର୍ଥିକ କାରଣରୁ ହୋଇଥିଲା ଆକ୍ରମଣ  । ବମିଂ କରିଥିବା ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ ହୋଇଥିବା ସୂଚନା ମିଳିଛି । ଗତ ୧୦ ତାରିଖରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ମୋହନ ମାଝୀଙ୍କ ଗାଡ଼ିକୁ ଦୁଇଟି ବୋମାମାଡ଼ କରିଥିଲେ ବୋଲି ମୋହନ ମାଝୀ କେନ୍ଦୁଝର ଥାନାରେ ଏନେଇ ଅଭିଯୋଗ ହୋଇଥିଲା ।

ପରେ ମୋହନମାଝି ବିଜେଡ଼ି ନେତାଙ୍କ ଉପରେ ଆରୋପ ଲଗାଇଥିଲେ  । ରାଜନୈତିକ ଉଦେଶ୍ୟ ରଖିି ବିଜେଡ଼ି ନେତା ବୋମାମାଡ଼ କରିଥିବା ଅଭିଯୋଗ କରିଥିଲେ  । ଏହାପରେ ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ରାସ୍ତାରୋକ ମଧ୍ୟ କରାଯାଇଥିଲା । ବିଜେପିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା । ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିବା ସହିତ ଘଟଣାର ସତ ପଦାକୁ ଆଣିଛି । ସତ ସାମ୍ନାକୁ ଆସିବା ପରେ ବିଜେପିର ଅସଲ ଉଦ୍ଦେଶ୍ୟ ଲୋକଙ୍କ ସାମ୍ନାରେ ପଡ଼ିଥିବା କହିଛନ୍ତି ବିଜେଡ଼ି ନେତା  ।

ଡ୍ରଗ୍ସ ମାମଲା: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ୍‌, ୨୦ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: କ୍ରଜୁ ଶିପ୍‌ ଡ୍ରଗ୍ସ ମାମଲାକୁ ନେଇ ଆର୍ଥର ରୋଡ୍‌ ଜେଲରେ କଏଦ ଆର୍ୟନଙ୍କୁ ନେଇ ଗୁରୁବାର ନିଷ୍ପତ୍ତି ଆସି ସାରିଛି ।  ବୁଧବାର ଆର୍ୟନଙ୍କ ଜାମିନ ପିଟିସନକୁ ନେଇ ମୁମ୍ବାଇ ସେସନ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏନସିବି ଏବଂ ଆର୍ୟନ ଖାନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ।

ଖବର ଅନୁସାରେ ଆଜି ମଧ୍ୟ ଆର୍ୟନଙ୍କୁ ଜାମିନ ମିଳିନାହିଁ । ଏହି ମାମଲାର ଆଗାମି ଶୁଣାଣି ୨୦ ଅକ୍ଟୋବରରେ ହେବ । ତେବେ ଆର୍ୟନଙ୍କ ଓକିଲଙ୍କ କହିବା ହେଉଛି ଆଜିକାଲି ପିଲାଙ୍କ ଭାଷା ବିଶେଷକରି ଇଂରାଜୀ କହିବାର ଶୈଳୀ ଭିନ୍ନ । ତେଣୁ ସେମାନଙ୍କ କଥାବାର୍ତ୍ତା  ତଦନ୍ତ କରୁଥିବା ଏଜେନ୍ସିକୁ ସନ୍ଦେହଜନକ ଲାଗିପାରେ ।

 

ସୂଚନା ଅନୁସାରେ ଆର୍ୟନ ଖାନଙ୍କୁ ବେଲ ଦେବାପାଇଁ ଆର୍ୟନଙ୍କ ଓକିଲ ଖୁବ୍‌ ଚେଷ୍ଟା କରିଥିଲେ, କିନ୍ତୁ ଜାମିନ ନମିଳିବାରୁ ଶାହାରୁଖ ଓକିଲ ବଦଳାଇ ଦେଇଛନ୍ତି ।

କିମ୍ ଜଙ୍ଗଙ୍କ ସେନାର କାରନାମା ଦେଖି ବିଶ୍ବ ଚକିତ

ଦୁର୍ଦ୍ଦଶ ଉତ୍ତର କୋରିଆ ଯବାନଙ୍କ କାରନାମା ଦେଖି ବିଶ୍ବ ଚକିତ। ନିଜେ ତାନାଶାହ କିମ୍ ଜଙ୍ଗ୍ ଉନ ବି ଆଶ୍ଚର୍ଯ୍ୟ। ତାଳି ମାରି ଯବାନଙ୍କୁ କଲେ ଉତ୍ସାହିତ। ଯିଏ ବି ଏହି ଭିଡିଓ ଦେଖୁଛନ୍ତି, ଉତ୍ତର କୋରିଆ ଯବାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଉତ୍ତର କୋରିଆରେ ଆୟୋଜିତ ହୋଇ ଯାଇଛି ସେଲ୍ଫ ଡିଫେନ୍ସ ୨୦୨୧। ଏଥିରେ କିମଙ୍କ ଯବାନ ମୁଣ୍ଡରେ ଇଟା ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। ବେକରେ ମୋଡ଼ି ବଙ୍କା କରି ଦେଇଥିଲେ ଲୁହା ରଡ୍। ସେତିକି ନୁହେଁ, ଭଙ୍ଗା କାଚ ଉପରେ ଶୋଇ ଦେଖାଇଲେ କଳା କୌଶଳ।

ସବୁବେଳେ ନିଜ ଶକ୍ତି ପ୍ରଦର୍ଶନ କରି ବିଶ୍ବର ଅନ୍ୟ ମହାଶକ୍ତିଙ୍କୁ ଭୟଭିତ କରିବାକୁ ପ୍ରୟାସ କରୁଥିବା କିମ୍ ଏଥର ସେଲ୍ଫ ଡିଫେନ୍ସକୁ ମାଧ୍ୟମ କରିଛନ୍ତି। ପ୍ରଦର୍ଶନୀରେ ଯବାନଙ୍କ ଏପରି କାରନାମା ଦେଖାଇ ଆମେରିକା ହେଉ କି ଚିର ଶତ୍ରୁ ଦକ୍ଷିଣ କୋରିଆ ସେନା ମଧ୍ୟରେ ଭୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି କିମ୍ ଜଙ୍ଗ।

ଭିଡିଓରେ ଦେଖିବାକୁ ମିଳୁଛି, କିମଙ୍କ ଯବାନ ଭଙ୍ଗା କାଚ ଓ କଣ୍ଟା ଉପରେ ଶୋଇ ରହିଛନ୍ତି। ଶରୀରରେ ସିମେଣ୍ଟ ସ୍ଲାବ୍ ରଖି ହାତୁଡ଼ିରେ ଭାଙ୍ଗୁଛନ୍ତି। ସେତିକି ନୁହେଁ, ଦେହରେ ବନ୍ଧା ଯାଇଥିବା ଜଞ୍ଜିରକୁ ମଧ୍ୟ ଛିଡ଼ାଇ ଦେଉଛନ୍ତି। ଏହି ପ୍ରଦର୍ଶନୀରେ କେବଳ ଯବାନମାନେ କଳାକୌଶଳ ଦେଖାଇ ନଥିଲେ। ବିଧ୍ବଂସକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ସେପଟେ ସୋସିଆଲ ମିଡିଆରେ କିଛି ୟୁଜର୍ ଏହାକୁ ଇଣ୍ଡିଆା ଗଟ୍ ଟ୍ୟାଲେଣ୍ଟ ସହ ତୁଳନା କରିଛନ୍ତି।