spot_img
Home Blog Page 5088

ଦୁଇ ଅବଦ୍ଦୁଲଙ୍କ କାହାଣୀ: ଜଣେ ଥିଲେ ରାଷ୍ଟ୍ରପତି, ଅନ୍ୟଜଣେ କଏଦୀ

ନନ୍ଦିଘୋଷ ବ୍ୟୁରୋ: ଦୁଇ ଅବଦୁଲଙ୍କ କାହାଣୀ  । ଜଣେ ଭାରତର ମିସାଇଲ ମ୍ୟାନ  । ଆଉ ଜଣେ ପାକିସ୍ତାନର ‘ଆଟମ ବମ’ ଜନକ । ଜଣେ ହେଲେ ରାଷ୍ଟ୍ରପତି  । ଆଉ ଜଣେ ଜେଲର କଏଦୀ  । ଜଣଙ୍କ ପ୍ରତି ଦେଶବାସୀଙ୍କ ଅକୁଣ୍ଠ ଭଲପାଇବା  । ଅନ୍ୟ ଜଣଙ୍କ ପ୍ରତି ଅସହ୍ୟ ନିନ୍ଦା  । ତେବେ କିଏ ଏହି ଦୁଇ ଅବଦୁଲ  । ପାକିସ୍ତାନର ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କୁ ଇସଲାମିକ ପରମାଣୁ ବମର ଜନକ କୁହାଯାଏ  । କୋଭିଡରେ ସଂକ୍ରମିତ ଥିବା ଏହି ବିଖ୍ୟାତ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି  । ବିଶ୍ୱରେ ମରମାଣୁର ଆତଙ୍କ ରଚିଥିବା ଏହି ବ୍ୟକ୍ତି ଶେଷରେ ଅଦୃଶ୍ୟ ଆତଙ୍କରେ ଆଖି ବୁଜିଛନ୍ତି  ।

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଅବଦୁଲ କଲାମଙ୍କ ସହ ପାକିସ୍ତାନ ବୈଜ୍ଞାନିକ ଅବଦୁଲ୍ଲ କାଦିର ଖାନଙ୍କୁ ତୁଳନା କରାଯାଏ  । ଭାରତରେ ମିସାଇଲର ଉଦ୍ଭାବନ କରନ୍ତି ଅବଦ୍ଦୁଲ କାଲାମ  । ଆଉ ପାକିସ୍ତାନରେ ଆଟମ ବମର ଉଦ୍ଭାବନ କରନ୍ତି ଅବଦୁଲ୍ଲ କାଦିର ଖାନ  । କିନ୍ତୁ ପାର୍ଥକ୍ୟ ଏତିକି ଭାରତ ଏହି ମିସାଇଲ ମ୍ୟାନଙ୍କୁ କରେ ଦେଶର ରାଷ୍ଟ୍ରପତି  । ଆଉ ପାକିସ୍ତାନ ଆଟମ ବମ ମ୍ୟାନକୁ ସଜାଏ ଜେଲର କଏଦୀ  । ଜଣଙ୍କର ମୃତ୍ୟୁରେ ସମଗ୍ର ଦେଶ ଅଶ୍ରୁ ଝରାଏ  । ଆଉ ଜଣଙ୍କର ମୃତ୍ୟୁରେ ସେଠାକର ସରକାର ମଧ୍ୟ ଶେଷ ଦର୍ଶନ କରେନି  ।

କିଏ  ଏହି ଦୁଇ ଅବଦ୍ଦୁଲ ?

ଦୁଇ ବୈଜ୍ଞାନିକ ଉଭୟଙ୍କୁ ଜାଣନ୍ତି  । ଉଭୟେ ଉଭୟଙ୍କ ପଡୋଶୀ । ଜଣେ ଭାରତର, ଅନ୍ୟ ଜଣେ ପାକିସ୍ତାନର । ଉଭୟେ ଦୁଇ ଦେଶ ପାଇଁ ଉତ୍ସର୍ଗୀ ଦେଇଛନ୍ତି ଭିନ୍ନ ଏକ ଶକ୍ତି  । କିନ୍ତୁ ଜୀବନର ଶେଷ ୧୭ ବର୍ଷ କାରାଗାରରେ ଜୀବନ ବିତାନ୍ତି ପାକିସ୍ତାନ ଆଟମ ବମର ଉଦ୍ଭାବକ  । ଏମିତିକି ପଞ୍ଜରାରୁ ମୁକୁଳିବା ନେଇ ଚିତ୍କାର କରି କରି ଶେଷରେ ଚିର ନିଦ୍ରାରେ ଶୋଇଯାଆନ୍ତି  । ଭାରତକୁ ଅଗ୍ନି ଓ ପୃଥ୍ୱୀ ଭଳି ମିସାଇଲ ଏବଂ ଆଟମ ବମ ଭଳି ଶକ୍ତି ପ୍ରଦାନ କରିଥିବା ଚାଚା କଲାମଙ୍କୁ ଏ ଦେଶ ସର୍ବୋଚ୍ଚ ଆସନ ପ୍ରଦାନ କରେ  । ଅର୍ଥାତ ଏ ଦେଶ ରାଷ୍ଟ୍ରପତି ଆସନ ଉତ୍ସର୍ଗୀ ଦିଏ  ।  କଲାମ ଥିଲେ ସାଧାରଣ  ଜନତାର ରାଷ୍ଟ୍ରପତି । ପ୍ରତିଟି କୋଣ ଅନୁକୋଣରୁ ଛୁଟି ଆସୁଥିଲା ତାଙ୍କ ଲୋକପ୍ରିୟତା  ।

ଯେବେ କଲାମଙ୍କ ନିଧନ ହୁଏ, ଖବର ଶୁଣୁ ଶୁଣୁ ସମଗ୍ର ଭାରତ ସ୍ତବ୍ଦ ହୋଇଯାଏ  । ଅବିରତ ଅଶ୍ରୁରେ ଶ୍ରଦ୍ଧାଞ୍ଜଳୀ ଜଣାଏ ଏ ମାଟି  । କିନ୍ତୁ ପାକିସ୍ତାନର ଏହି ବୈଜ୍ଞାନିକ କଲାମଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡନ୍ତି  । ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ବୈଜ୍ଞାନିକ ଅବଦୁଲ କାଦିର ଖାନ କୁହନ୍ତି, କାଲାମ ଜଣେ ସାଧାରଣ ସାଇଣ୍ଚିଷ୍ଟ  । ପୂର୍ବତନ ପ୍ରଦାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କେବଳ ମୁସଲିମ ଭୋଟ ଅକ୍ତିଆର କରିବାକୁ ଯାଇ କାଲାମକୁ ରାଷ୍ଟ୍ରପତି କରିଥିବା ଆରୋପ ଲଗାନ୍ତି କାଦିର ଖାନ  ।

ଯେତେବେଳେ କଲାମ ମିସାଇଲ ଏବଂ ପରମାଣୁ ବମର ଉଦ୍ଭାବନ କରି ଭାରତର ଯଶ ବଢାନ୍ତି  । ସେତେବେଳେ କାଦିର ଖାନ ଲିବିଆ ଏବଂ ଉତ୍ତର କୋରିଆ ଭଳି ଦେଶକୁ ପରମାଣୁର ଟେକନିକ ବିକ୍ରୟ କରି ପାକିସ୍ତାନର ନାଁ କୁ ନୀଚ୍ଚ ସାବସ୍ତ କରନ୍ତି  । ସେ ସମୟରେ କାଦିର ଖାନଙ୍କ ସହ ପାକିସ୍ତାନର ତତ୍କାଳୀନ ସେନା କର୍ମଚାରୀ ମଧ୍ୟ ସାମିଲ ଥିଲେ  । କିନ୍ତୁ ବଲ୍ଲୀ କା ବକରା  ବନିଗଲେ କାଦିର ଖାନ  । ଅର୍ଥାତ ପାକିସ୍ତାନ ସେନା ବୈଜ୍ଞାନିକ କାଦିର ଖାନଙ୍କ ମୁଣ୍ଡରେ ନିର୍ଦ୍ୱନ୍ଦରେ ଅଠା ବୋଳିଦେଲା  । ମିଡିଆ ସୁତ୍ର ମୁତାବିକ ଅନ୍ୟ ଦେଶକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ୨୦୦୩ ମସିହାରେ ଦୋଷୀ ସାବସ୍ତ୍ୟ ହେଲେ କାଦିର ଖାନ  ।

ନଜର ବନ୍ଦୀରେ ପାକିସ୍ତାନ ଅବଦ୍ଦୁଲ

ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନଜର ବନ୍ଦୀ ରହିଲେ ପାକିସ୍ତାନର ଆଟମ ବମର ଉଦ୍ଭାବକ  । ଆବଦ୍ଦୁଲ କାଦିର ଖାନ ଲାହୋର ହାଇକୋର୍ଟ, ସୁପ୍ରିମ କୋର୍ଟରେ ମୁକ୍ତିର ଗୁହାରୀ କରି କରି ଥକିଗଲେ  । ଏମିତିକି ସୁପ୍ରିମକୋର୍ଟଙ୍କ ଆଗରେ ହାଜିର ହୋଇ ନିଜର ମତ ସାବସ୍ତ୍ୟ କରିବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ ପାକିସ୍ତାନ ସରକାର  । କିନ୍ତୁ ୧୯୭୨ ମସିହାରେ ନେଦରଲ୍ୟାଣ୍ଡରେ ପ୍ରସ୍ତୁତ ହେଉଥିବା ଜର୍ମାନୀ, ଡଚ୍, ବ୍ରିଟେନ ଏବଂ ନେଦରଲ୍ୟାଣ୍ଡର ସହଭାଗିତାରେ ଏକ ଟପ ସିକ୍ରେଟ ପ୍ରୋଜେକ୍ଟ ପ୍ରସ୍ତୁତ ହେଉଥାଏ  । ଆଉ ସେହି ପ୍ରୋଜେକ୍ଟରେ କାମ କରୁଥାନ୍ତି କାଦିର ଖାନ  । ତାଙ୍କ କାମ ଥିଲା ଟେକନିକ୍ ସଜ ଜଡ଼ିତ ଜର୍ମାନୀ ଡକ୍ୟୁମେଣ୍ଟ ଗୁଡିକୁ ଡଚ ଭାଷାରେ ଟ୍ରାନ୍ସଲେଟ କରିବା  ।

ଚୋରି କରିଥିଲେ ତଥ୍ଯ

୧୯୭୨ ମସିହାରୁ ୧୯୭୫ ମସିହା ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟରେ କାମ କରନ୍ତି କାଦିର ଖାନ  । ଆଉ ଏହି ସମୟର ସୁଯୋଗ ନେଇ ଅନେକ ପରମାଣୁ ଟେକନିକାଲ ଡକ୍ୟୁମେଣ୍ଟକୁ ଚୋରି କରନ୍ତି  । ଏବଂ ପରବର୍ତ୍ତୀ ସମୟରେ ଏହି ଟେକନିକକୁ ପ୍ରୟୋଗ କରି ପାକିସ୍ତାନରେ ନିର୍ମାଣ କରନ୍ତି ଆଟମ ବମ୍  । ୧୯୮୩ ମସିହାରେ ମଧ୍ୟ ଡଟ କୋର୍ଟ କାଦିର ଖାନଙ୍କୁ ଦୋଷୀ ସାବସ୍ତ୍ୟ କରନ୍ତି  । ଲିବିଆ, ଇରାନ ଏବଂ ଉତ୍ତର କୋରିଆରୁ ମଧ୍ଯ ଟେକନିକ ହ୍ୟାକ କରିଥିବା ନେଇ ୨୦୦୪ ମସିହାରେ ନିଜେ ସ୍ୱୀକାର କରନ୍ତି ଏହି ବୈଜ୍ଞାନିକ  ।

ମୁକ୍ତିର ଭିକ ମାଗୁଥିଲେ ଆଟମ ବମ ଜନକ

ମୁକ୍ତିର ଭିକ ମାଗୁଥିବା ପାକିସ୍ତାନର ଏହି ବିଖ୍ୟାତ ବୈଜ୍ଞାନିକ, ଶେଷରେ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଗଲେ  । କିନ୍ତୁ ପରମାଣୁ ବମ ଭେଟିଦେଇଥିବା ଏହି ବୈଜ୍ଞାନିକଙ୍କୁ ଶେଷ ଦର୍ଶନ କରିନଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ   । ଗଣମାଧ୍ୟମ ଡନକୁ ଦେଇଥିବା ଶେଷ ସାକ୍ଷାତକାରରେ ନିଜର କ୍ଷୋଭ ପ୍ରକାଶ କରିଥିଲେ କାଦିର ଖାନ  । ପ୍ରତିକ୍ରିୟାରେ କହିଥିଲେ, ମୁଁ ଅତ୍ୟନ୍ତ ଦୁଃଖି ଯେ, ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ କ୍ୟାବିନେଟ ମୋତେ ଦେଖିବା ପାଇଁ ଆସୁ ନାହାଁନ୍ତି  । କିମ୍ବା ମୋର ଚିକିତ୍ସା ନେଇ ମଧ୍ୟ ଅବଗତ ହେଉ ନାହାଁନ୍ତି  । ଗୋଟେପଟେ ପାକିସ୍ତାନ ରକ୍ଷକ କୁହାଯାଉଥିବା କାଦିର ଖାନଙ୍କ ମୃତ୍ୟୁକୁ ନେଇ ଦେଶ ଶ୍ରଦ୍ଧାଞ୍ଜଳୀ ଜଣାଉଥିବାବେଳେ ସରକାରଙ୍କ ପକ୍ଷରୁ କେହି ମଧ୍ୟ ଦର୍ଶନ କରିନଥିଲେ  । ଆଉ ଏହି ସମୟ ହିଁ କହୁଥିଲା ଭରତର କାଲାମ ଏବଂ ପାକିସ୍ତାନର କାଦିର ଖାନଙ୍କ କଥା  । ମନେ ପକାଇଦେଉଥିଲା ଦୁଇ କାଲାମଙ୍କ କାହାଣୀ…

ସରକାରୀ ଅଧିକାରୀଙ୍କୁ ଅସଦ୍ ବ୍ୟବହାର ଘଟଣା: ନିଜ ମନ୍ତବ୍ୟକୁ ସଠିକ୍ ବୋଲି ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ଭୁବନେଶ୍ୱର: ଦୁଇ ଦୁଇଟି ସ୍ଥାନରେ ସରକାରୀ ଅଧିକାରୀଙ୍କୁ ଅସଦ୍ ବ୍ୟବହାର କରିବାପରେ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ନିଜ ଅସଦବ୍ୟବହାରକୁ ଠିକ୍ ବୋଲି ଦର୍ଶାଇବା ସହ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପାଇଁ ସେ କହିଥିଲେ କିନ୍ତୁ ଏଥର ମାଡ ମରାଯିବ ବୋଲି ଧମକ ଦେଇଛନ୍ତି ।

କେବଳ ସେତିକି ନୁହେଁ, ସରକାରୀ ଅଧିକାରୀମାନଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ହୋଇ ଆଇନକୁ ହାତକୁ ନେବା ଭଳି ବିବୃତ୍ତି ଦେବା କେତେ ଶୋଭନୀୟ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏଭଳି ବିବୃତ୍ତି ଦେଲା ବେଳେ କେନ୍ଦ୍ରମନ୍ତ୍ରୀ ଟୁଡୁ ଅତୀତରେ କେବେ ବିଜୁ ବାବୁ ମଧ୍ୟ ମାଡ ତତ୍ତ୍ୱ କଥା କହିଥିଲେ ବୋଲି ସଫେଇ ଦେଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଛନ୍ତି ବିଜୁ ପଟ୍ଟନାୟକ କେଉଁ ପରିସ୍ଥିତିରେ କେବେ ଓ କଣ କହିଥିଲେ । ବିଜୁ ପଟ୍ଟନାୟକଙ୍କ ନାଁ ନେଇ ଖସି ଯିବାକୁ ଚାହୁଁଥିବା ଟୁଡୁଙ୍କୁ ଏବେ ବିଭିନ୍ନ ମହଲରୁ ହିରୋଧର ସମ୍ମୁଖିନ ହେବାକୁ ପଡିବ । ଶୁଣନ୍ତୁ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

 

ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ଓଏଏସ ଅଫିସର ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଅଶୋଭନୀୟ ଆଚରଣ ନେଇ ପ୍ରତିାବଦ କରାଯାଇଛି । ଜିଲ୍ଲାର ସମସ୍ତ ପ୍ରଶାସନିକ ଅଫିସରମାନେ କଳାଵ୍ୟାଚ ପିନ୍ଧି କେନ୍ଦ୍ରମନ୍ତ୍ରୀଙ୍କ ଆଚରଣର ନିନ୍ଦା କରାଯାଇଛି । ଗତ ୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଓ ଜିଲ୍ଲାପାଳ ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ତହସିଲଦାର ପ୍ରମୁଖଙ୍କୁ ଗାଳିଗୁଲଜ କରିଥିଲେ ମନ୍ତ୍ରୀ । ଏହାର ଦୃଢ ପ୍ରତିବାଦ କରି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ । ସଂଘର ଏକ ବୈଠକରେ ମନ୍ତ୍ରୀଙ୍କ ଏଭଳି ଅସଦାଚରଣକୁ ଦୃଢ ନିନ୍ଦା କରାଯିବା ସହ ଏସମ୍ପର୍କରେ ରାଜ୍ୟ ସ୍ତରୀୟ ଓଏଏସ ସଂଘକୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ନଚେତ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ ।

ପୁଅ ଦୋଷୀ ବୋଲି ଗିରଫ ହେଲେ, ବାପା କାହିଁକି ପଦ ଛାଡୁ ନାହାଁନ୍ତି ?

ନୂଆଦିଲ୍ଲୀ: ଆଶିଷ ମିଶ୍ରାଙ୍କୁ ଗିରଫ ପରେ ମଧ୍ୟ ଥମୁ ନାହିଁ ବିବାଦ  । ସୋମବାର କଂଗ୍ରେସ ଦେଶବ୍ୟାପୀ ମଉନ ବ୍ରତ ପ୪ାଳନ କରିଛି  । ବିକ୍ଷୋଭ ମାଧ୍ୟମରେ ବିଜେପି ସରକାର ବର୍ଷିଛି କଂଗ୍ରେସ  । ସୋପେଟେ ଏକ ସାଧାରଣ ସଭାରେ ଯୋଗଦେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଯଦି ପୁଅ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି  । ତେବେ ବାପା କାହିଁକି ପଦବୀ ହରାଇବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୀୟଙ୍କା ଗାନ୍ଧୀ  ।

ଅନ୍ୟପଟେ ୩ ଦିନିଆ ପୋଲିସ ହେପାଜତକୁ ଗଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ । ଲଖିମପୁର ଖେରି ଦୌରାଜଜ କୋର୍ଟରେ ହୋଇଥିବା ଶୁଣାଣିରେ ପୋଲିସ ହେପାଜତକୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଆଶିଷଙ୍କୁ ରିମାଣ୍ଡରେ ନେବାକୁ SIT କରିଥିଲା ଆବେଦନ ।

ପରିବାରକୁ ନ୍ୟାୟ ଓ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସାରା ଦେଶରେ ମୌନ ପ୍ରତିବାଦ କରିଛି କଂଗ୍ରେସ । ବିଭିନ୍ନ ରାଜ୍ୟର ରାଜଭବନ, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ମୌନବ୍ରତ କରି ପ୍ରତିବାଦ ଜଣାଇଛନ୍ତି । ଲକ୍ଷ୍ମୌରେ ମୌନ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଦିଲ୍ଲୀରେ ମଧ୍ୟ କଂଗ୍ରେସ ପାଳନ କରିଛି ମୌନବ୍ରତ ।

ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ, ୧୩ ରେ ଅପରାହ୍ନରେ ସାନି ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଛଟପଟ ଜୁନିୟର କିଙ୍ଗଖାନ। ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୧୩ ତାରିଖ ଅପରାହ୍ଣ ୨ଟା ୪୫ରେ ବେଲ୍‌ ଆବେଦନର ଶୁଣାଣି ହେବ ।  ସୋମବାର ଜାମିନ ଆବେଦନର ଶୁଣାଣି ହେବାର ଥିଲା । ମାତ୍ର ୧୩ ତାରିଖ ଯାଏଁ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ । ତୃତୀୟ ଥର ଲାଗି ଜାମିନ ପାଇବାରେ ବିଫଳ ହୋଇଛନ୍ତି ଆର୍ଯ୍ୟନ ।

ଗତ ସପ୍ତାହରେ ତାଙ୍କ ଗିରଫଦାରି ପରଠାରୁ ଜାମିନ ଆବେଦନର ଶୁଣାଣି ବାରମ୍ବାର ଘୁଞ୍ଚିଆସୁଛି । କୋର୍ଟ ନିକଟରେ ଏନସିବି ନିଜର ବୟାନ ଦେବା ପରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ । ଗତ ଶୁକ୍ରବାରଠାରୁ ୨୩ ବର୍ଷ ବୟସ୍କ ଆର୍ଯ୍ୟନ ମୁମ୍ବାଇର ଜେଲରେ ଅଛନ୍ତି । ଡ୍ରଗ୍ସ ପାର୍ଟି ମାମଲାରେ ବିବାଦରେ ଛନ୍ଦି ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ୍ ଖାରଜ କରିଥିଲେ ମୁମ୍ବାଇ କିଲ୍ଲା କୋର୍ଟ ।

ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟରେ ଦର୍ଶାଇଥିଲେ ଯେ- ଆର୍ଯ୍ୟନଙ୍କ ନିକଟରେ କୌଣସି ଡ୍ରଗ୍ସ ଠାବ ହୋଇ ନଥିବାରୁ ତାଙ୍କ ମାମଲା ସହ ଅନ୍ୟ ଅଭିଯୁକ୍ତଙ୍କ ମାମଲାକୁ ତୁଳନା କରାଯାଇପାରିବ ନାହିଁ ।

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଆଦ୍ୱିକା ଆପ୍’

0

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ  ସୋମବାର ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଓ୍ୱେବିନାର ଅନୁଷ୍ଠିତ ହୋଇଯାଇଛି । ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ କିଶୋରୀ ବାଳିକାମାନଙ୍କ ପାଇଁ ଲୋକାର୍ପିତ ହୋଇଥିବା ଆଦ୍ୱିକା କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଉପଲବ୍ଧିକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଆଦ୍ୱିକା କାର୍ଯ୍ୟକ୍ରମ ମାତ୍ର ବର୍ଷକ ମଧ୍ୟରେପ୍ରାୟ ୧୦ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚିପାରିଛି ଏବଂ ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଡିଜିଟାଲ ଯୁଗରେ ଜୀବନ ସହଜ ହୋଇଛି । ଅଧିକ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଆମର କିଶୋରୀ ଏବଂ ମହିଳାମାନଙ୍କୁ ଡିଜିଟାଲ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିବାକୁ ହେବ  । ଏଥିପାଇଁ ଆମ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ମୋ ଛତୁଆ, ଇ-କାଳିଆ, ଇମାନଦେୟ, ମୋ ଶିଶୁ ଆଦି ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ । ୟୁନିସେଫ୍ ଏବଂ ୟୁଏନ୍‌ଏଫ୍ଏର ମିଳିତ ସହଯୋଗରେ  କ୍ଷେତ୍ର କର୍ମଚାରୀମାନଙ୍କୁ ନେଇ ଆୟୋଜିତ ଓ୍ୱେବିନାରର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁବିକାଶ ସେ ଏହା କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ୟୁନିସେଫ୍ ଓଡ଼ିଶାର ମୁଖ୍ୟ ମୋନିକା ନିଲେସନ୍ ଏବଂ ୟୁନିସେଫ୍‌ର ରାଜ୍ୟ ପ୍ରକଳ୍ପ ସଂଯୋଜକ ମହମ୍ମଦ ନଦିମ୍ ନୁର୍ ପ୍ରମୁଖ ବାଳିକାମାନଙ୍କ କ୍ଷେତ୍ରରେ ବିଦ୍ୟାଳୟ ଡ୍ରପଆଉଟ୍ ସଂଖ୍ୟା ହ୍ରାସ, ବାଲ୍ୟ ବିବାହ ନିରୋଧ, କିଶୋରୀମାନଙ୍କ ମଧ୍ୟରେ ପୁଷ୍ଟି ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି, ଶିଶୁ ନିର୍ଯାତନା ଓ ବାଳିକା ଚାଲାଣ ଆଦି ରୋକିବା କ୍ଷେତ୍ରରେ ବିଭାଗ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି ଏବଂ ପ୍ରାୟ ସମସ୍ତ ପ୍ରୟାସ କିଶୋରୀ ବାଳିକାମାନଙ୍କ ସମୃଦ୍ଧିରେ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।

କିଶୋରୀ ବାଳିକା ସମୃଦ୍ଧି ଭଳି ସାମାଜିକ ପ୍ରସଂଗରେ ସର୍ବଦା ସହଯୋଗ ରଖିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତାରକା ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଓ୍ୱେବିନାରରେ ଯୋଗଦେଇ ବାଳିକା ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱପୂଣ୍ଣ ବୋଲି କହିବା ସହ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀ ବାଳିକାମାନଙ୍କୁ ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ । ଆକ୍ସନ ଏଡ୍, ଓଡ଼ିଶାର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଘସିରାମ ପଣ୍ଡା ଓଡ଼ିଶା ସରକାରଙ୍କ ଆଦ୍ୱିକା ମଡେଲଟି ଅନ୍ୟ ରାଜ୍ୟମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ବୋଲି କହିଥିଲେ ।

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରୀ ପ୍ରଭାବଶାଳୀ କରିବା ନିମନ୍ତେ ଉଦ୍ୟମ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆଦ୍ୱିକାର ଏହି ଓ୍ୱେବିନାରରେ ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, କର୍ମଚାରୀ, ସଖୀ ସହେଲୀ, ଗ୍ରୁପ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକତ୍ତାଙ୍କ ସମେତ ପ୍ରାୟ ତିନି ହଜାର ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଜଣ ଯୋଗଦେଇଥିଲେ ।

ଏଟିଏମ୍‌ ଗାଡ଼ିରୁ ଲୁଟ୍‌ ଉଦ୍ୟମ: ଚମ୍ପଟ ମାରିବା ବେଳେ ମାଡ଼ି ବସିଲା ପୋଲିସ

ଢେଙ୍କାନାଳ: ଶଙ୍କରପୁର- ଢେଙ୍କାନାଳ ରାସ୍ତାରେ ଏଟିଏମ୍ ଗାଡିରୁ ଲୁଟ୍ ଉଦ୍ୟମ ଘଟଣା । ଚମ୍ପଟ ମାରିବା ବେଳେ ଢେଙ୍କାନଳ ଭୋଜଦେଇପୁର ନିକଟରେ ମାଡି ବସିଲା ପୋଲିସ । ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 2 ଜଣ ବୌଦ୍ଧର, ଜଣେ ଆଠଗଡ଼ର, ଆଉ ଜଣେ ନିଆଳିର ବୋଲି ଜଣା ପଡ଼ିଛି । ଅଭିଯୁକ୍ତଙ୍କ ଠାରୁ ୪ଟି ଖଣ୍ଡା ଓ ୫ଟି ବନ୍ଧୁକ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଏଟିଏମ ଗାଡିରୁ ଦେଢକୋଟି ଟଙ୍କା ଲୁଟ କରି ଫେରାର ମାରୁଥିଲେ ।

ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ । ଲୁଟ ପରେ ଗୁରୁତର ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆଇଜି ସେଣ୍ଟ୍ରାଲ ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମନୀଷ ଦାସଙ୍କ ମୃତଦେହ ଉଦ୍ଧାର ମାମଲା, ଡାଏଟମ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କଲା କମିଶନରେଟ ପୋଲିସ

ଦେବଗଡ଼ରୁ ଦୂର ହେଉଛି କୁପୋଷଣ: ଶିଶୁଙ୍କ ପାଇଁ ବରଦାନ ସାଜିଛି ସ୍ୱତନ୍ତ୍ର ପୁଷ୍ଟ ପୁନର୍ବାସ କେନ୍ଦ୍ର

ଦେବଗଡ଼: ଅପପୁଷ୍ଟି ବିରୋଧରେ ଦେବଗଡ଼ ଜିଲ୍ଲାକୁ ସଫଳତା । ଜିଲ୍ଲାରୁ ଦୂର ହେଉଛି କୁପୋଷଣ । ଶିଶୁଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟ ଚିକିତ୍ସାଳୟରେ ସ୍ଥାପିତ ସ୍ୱତନ୍ତ୍ର ପୁଷ୍ଟି ପୁନର୍ବାସ କେନ୍ଦ୍ର  । ଲୋକଙ୍କ ମଧ୍ୟରେ ସଚେତନତା ସହିତ ଉପଯୁକ୍ତ ଚିକିତ୍ସା ପ୍ରଣାଳୀ ପାଇଁ ଏବେ ରାଜ୍ୟ ସରକାରଙ୍କ ଅପପୁଷ୍ଟି ଦୂରୀକରଣ ଲକ୍ଷ୍ୟ ପୂରଣ ହେବାରେ ଲାଗିଛି  ।

ଅପପୁଷ୍ଟିମୁକ୍ତ ହେଉଛି ଦେବଗଡ଼ ଜିଲ୍ଲା  । ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମରେ ଜିଲ୍ଲାରୁ କୁପୋଷଣ ଦୂର ହେଉଛି  । ଏହି ସଫଳତା ପଛରେ ରହିଛି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦ୍ୱାରା ଅପପୁଷ୍ଟି ହଟିବାରେ ଲାଗିଛି । ଏକ୍ଷେତ୍ରରେ ମୁଖ୍ୟ ଚିକିତ୍ସାଳୟରେ ସ୍ଥାପିତ ସ୍ୱତନ୍ତ୍ର ପୁଷ୍ଟି ପୁନର୍ବାସ କେନ୍ଦ୍ର ମଧ୍ୟ ବରଦାନ ସାଜିଛି ।

ପୂର୍ବରୁ ଦେବଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ଶିଶୁ କୁପୋଷଣର ଶିକାର ହେଉଥିଲେ  । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଏମାନଙ୍କୁ ଚିହ୍ନଟ କରି ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଶିଶୁଙ୍କ ରହିବା ଓ ଖାଇବା ସହିତ ମନୋରଞ୍ଜନ ପାଇଁ ରହିଛି ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା । ସୁସ୍ଥ ହୋଇ ଫେରୁଥିବା ଶିଶୁଙ୍କ ଅଭିଭାବକଙ୍କୁ ଦୈନିକ ଶହେ ଟଙ୍କା  ଦିଆଯାଉଛି । ଫଳରେ ଲୋକ ସଚେତନ ହେବା ସହିତ ପିଲାମାନେ କୁପୋଷଣ ମୁକ୍ତ ହେଉଛନ୍ତି । ଦେବଗଡ଼ ସହିତ ଅନ୍ୟ ଜିଲ୍ଲାର ରୋଗୀଙ୍କ ପାଇଁ ଏହି ପୁଷ୍ଟି ପୁନର୍ବାସ କେନ୍ଦ୍ର ଆଶା ପାଲଟିଛି ।

ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତଙ୍କ ଲାଗି ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ୍

ପୁରୀ: ଶ୍ରୀମନ୍ଦିରରେ ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ଼ । ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତ ମାନଙ୍କ ପାଇଁ ଧୋତି ମକୁଟା କିମ୍ବା ଢିଲା ପାଇଜାମା ଡ୍ରେସ କୋଡ଼ ବାଧ୍ୟତାମୂଳକ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୯୦ କୋଟି ଟଙ୍କାର ବଜେଟ ସମ୍ପର୍କରେ ଅର୍ଥ ସବ କମିଟିରେ ଆଲୋଚନା ହୋଇଛି । ସେପଟେ ନଭେମ୍ବର ୪ ଦୀପାବଳି, ୧୬ ତାରିଖ ଓ ୧୯ ତାରିଖ ଦିନ ଶ୍ରୀମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ । ୧୮ତାରିଖ ଦିନ ଗୁରୁକୂଳ ଆଶ୍ରମ ନେଇ ଅନୁଷ୍ଠିତ ହେବ ଭୂମିପୂଜନ। ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ପୁରୀରେ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଛି କାର୍ତ୍ତିକ ନୀତିନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ଶ୍ରୀଜିଉଙ୍କ ରାଧା-ଦାମୋଦର ବେଶ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଲାଗି ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଠଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହେବ ହରିହର ବେଶ । ୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଏବଂ ହରି ଉତ୍ଥାନ ନୀତି ହେବ । ସେହିପରି ୧୬ ତାରିଖରେ ବାଙ୍କଚୂଡ଼ା ବା ବାମନବେଶ ଓ ଗରୁଡ଼ ଉତ୍ଥାନ ନୀତି ହେବ । ୧୭ ତାରିଖରେ ହେବ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୧୯ ତାରିଖରେ ହେବ ରାଜାଧିରାଜ ବେଶ । ପୂର୍ବରୁ ସର୍ବସାଧାରଣ ଦର୍ଶନ ହେଉଥିଲା, ବର୍ତ୍ତମାନ ବନ୍ଦ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ଯୋଗଦେଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି ।

ଅର୍ଥନୀତିରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ଆଉ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଶ୍ରମ ଅର୍ଥନୀତି ଲାଗି ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସୁଇଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।

 

ରାଜ୍ୟ କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଉଚ୍ଛେଦ ହେଲା ଠିକା ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଉଚ୍ଛେଦ ହେଲା ଠିକା ନିଯୁକ୍ତି । ଠିକା କର୍ମଚାରୀଙ୍କୁ ଆଉ କୁହାଯିବନି ଠିକା କର୍ମଚାରୀ । ସେମନାଙ୍କୁ ଇନିସିଆଲ ଆପଏଣ୍ଟିଜ୍ ବୋଲି କୁହାଯିବ । ଠିକା ଭିତ୍ତିରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । ଏବେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦ ପ୍ରତିଶତ ଦରମା ପାଇବେ । ଠିକା କର୍ମଚାରୀଙ୍କୁ ମିଳିବ ମେଡିକାଲ ଟ୍ରିଟମେଣ୍ଟ ରିଇମ୍ବର୍ସମେଣ୍ଟ ସୁବିଧା । ଉପକୃତ ହେବେ ରାଜ୍ୟର ସବୁ ଠିକା କର୍ମଚାରୀ ।

ଏ ବାବଦରେ ବାର୍ଷିକ ରାଜ୍ୟ ସରକାର ୨୫୦କୋଟି ଅତିରିକ୍ତ ଖର୍ଚ୍ଚ କରିବେ । ରାଜ୍ୟର ପ୍ରତ୍ୟେକ ପରିବାରକୁ ମିଲିବ ସ୍ବଚ୍ଛ ପାନୀୟ ଜଳ । ୪ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପକୃତ ହେବ । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ । ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁର୍ନବିନ୍ୟାସକୁ ମ଼ଞ୍ଜୁରୀ ।

ଲୋକାୟୁକ୍ତ ରିପୋର୍ଟ ୨୦୨୦କୁ ମଞ୍ଜୁରୀ । ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ । ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ । ମଣ୍ଡିକୁ ଅଧିକ ଧାନ ଆସିଲେ, ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନବେମ୍ବର ୨୦୨୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା । ମେ ୨୦୨୨ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା ।