spot_img
Home Blog Page 5089

ପୁଞ୍ଚରେ ଆତଙ୍କବାଦୀଙ୍କ ଗୁଳିମାଡ଼, ୪ ଯବାନ ଓ ଜଣେ ଜେସିଓ ସହିଦ

ଜମ୍ମୁ ଓ କାଶ୍ମୀର:  ପୁଞ୍ଚରେ ପୁଣି ଆତଙ୍କବାଦୀଙ୍କ ସହ ଯବାନଙ୍କ ସଂଘର୍ଷ  । ଆତଙ୍କବାଦୀଙ୍କ ଗୁଳିରେ  ୪ ଯବାନ ଓ ଜଣେ ଜେସିଓ ସହିଦ ହୋଇଥିବା ସୂଚନା । ପୁଞ୍ଚ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେଠାରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ ତୁମୂଳ ସଂଘର୍ଷ ଘଟିଥିଲା । ଫଳରେ କିଛି ଯବାନ ଓ ଜଣେ ଜୁନିଅର କମିଶନଡ ଅଫିସର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୪ ଯବାନ ଓ ଜେସିଓଙ୍କ ମୃତ୍ୟୁ ଘଟିଥିଲା ।

ସୁରକ୍ଷା କର୍ମୀମାନେ ସାରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ଅପରେସନ ଜାରି ରହିଛି । ସେପଟେ ଜାମ୍ମୁ ଓ କାଶ୍ମୀରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବାନ୍ଦିପୋରା ଜିଲ୍ଲା ହାଜିନ ଇଲାକାର ଗୁନ୍ଦଜାହାଙ୍ଗିରରେ ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।

ଆତଙ୍କବାଦୀ ଟଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ନିରାପତ୍ତାରକ୍ଷୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ଆତଙ୍କୀର ନାଁ ହେଉଛି ଇମିତିଆଜ ଅହମ୍ମଦ ଦର ଓ ସେ ଲସକର-ଏ-ତଏବା ସଂଗଠନର ଏକ ଛାମୁଆ ବାହିନୀ ଭାବେ ପରିଚିତ ଦି ରେଜିଷ୍ଟାନସ ଫୋର୍ସର ସଦସ୍ୟ । ସେ ବାନ୍ଦିପୋରରେ ସାହଗନ୍ଦଠାରେ ଘଟିଥିବା ଗଣହତ୍ୟା ଘଟଣାରେ ସମ୍ପୃକ୍ତ ଥିଲା ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ୟବସ୍ଥାକୁ ନେଇ ଆସିଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ବୈଠକରେ ଚୂଡାନ୍ତ ହେଲା କାର୍ତ୍ତିକ ନୀତି ନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳ ଧୂପ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଅନୁଷ୍ଠିତ ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଛଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହରିହର ବେଶ ହେବ ।

୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଓ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ସେହିପରି ୧୬ ତାରିଖରେ ବାଙ୍କଚୁଡା ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି ହେବ । ୧୭ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ, ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ପୂର୍ବରୁ ସର୍ବସାଧାରଣ ଦର୍ଶନ ହେଉଥିଲା, ବର୍ତ୍ତମାନ ବନ୍ଦ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି ।

ପୁଣି ବଢିଲା ତୈଳ ଦର, ଦିଲ୍ଲୀରେ ପେଟ୍ରୋଲ ୧୦୪ ଟଙ୍କା ୪୪ ପଇସା

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ଲଗାତାର ଭାବେ ଆଜି ସପ୍ତମ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଁ ଲିଟର ପିଛା ଦର ୧୦୪ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଡିଜେଲ ୩୫ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି ।

ସେହିଭଳି ମୁମ୍ବାଇର ପେଟ୍ରୋଲ ଦର ୧୧୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୩ ପଇସା ରହିଛି । ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଯଥାଶୀଘ୍ର ଏ ଦିଗରେ ଧ୍ୟାନ ଦେବା ସହ ଦର କମାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ଆଜି ବି ମିଳିଲାନି ବେଲ୍, ପୁଣି ଜେଲରେ ରହିବେ ଆର୍ଯ୍ୟନ ଖାନ

ଭୁବନେଶ୍ୱର: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ୍‌ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୧୩ ତାରିଖରେ ବେଲ୍‌ ଆବେଦନର ଶୁଣାଣି ହେବ । ଅପରାହ୍ନ ୨ଟା ୪୫ ମିନିଟରେ ଶୁଣାଣି କରିବେ କୋର୍ଟ । ଆଜି ଜାମିନ ଆବେଦନର ଶୁଣାଣି ହେବାର ଥିଲା । ମାତ୍ର ୧୩ ତାରିଖ ଯାଏଁ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ । ଜବାବ ଦାଖଲ ପାଇଁ ସମୟ ଏନସିବି । ଡ୍ରଗ୍ସ ପାର୍ଟି ମାମଲାରେ ବିବାଦରେ ଛନ୍ଦି ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ୍ ଖାରଜ କରିଥିଲେ ମୁମ୍ବାଇ କିଲ୍ଲା କୋର୍ଟ । ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ ।

ଖୋର୍ଦ୍ଧା: ଗାଁ ମାଟିକୁ ଆସିଲା ସହିଦ ଯବାନ ଜ୍ୟୋତିପ୍ରକାଶ ମହାରଣାଙ୍କ ମରଶରୀର

ଭୁବନେଶ୍ୱର: ଜନ୍ମମାଟିକୁ ଫେରିଲା ବୀର ଯବାନଙ୍କ ମରଶରୀର । କାର୍ଯ୍ୟରତ ସମୟରେ ସହିଦ ହୋଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗାଁର ଜ୍ୟୋତିପ୍ରକାଶ ମହାରଣା । ତାଙ୍କ ଗାଁ ଖଣନ୍ତରେ ମରଶରୀର ପହଞ୍ଚିବା ପରେ ଖେଳି ଯାଇଥିଲା ଶୋକର ଲହରୀ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନ ଜ୍ୟୋତିପ୍ରକାଶ ମହାରଣାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଜ୍ୟୋତିପ୍ରକାଶ ୨୦୧୬ରେ ସେନାରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ପଠାନକୋଟ ଏବଂ ପରେ ଭଟିଣ୍ଡାରେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ମଧ୍ୟରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଥିବା ନେଇ ଖବର ପାଇଥିଲେ ପରିବାର ଲୋକ । ଶୁକ୍ରବାର ରାତିରେ ଡ୍ୟୁଟିକୁ ବାହାରୁଥିବା ବେଳେ ମୂର୍ଚ୍ଛା ହୋଇ ପଡିଯାଇଥିଲେ ଜ୍ୟୋତି । ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଜଣେ ବୀର ଯବାନଙ୍କୁ ହରାଇ କାନ୍ଦୁଛି ଖଣନ୍ତ ଗାଁ ।

 

ସରିଲା କ୍ୟାବିନେଟ ବୈଠକ,୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ୧୬ ପ୍ରସ୍ତାବରେ ବାଜିଲା ମୋହର । ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଷୋଡ଼ଶ ବିଧାନସଭାର ସତ୍ରାବସାନକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀଙ୍କ ଅଦ୍ୟକ୍ଷତାରେ ବସିଥିଲା ବୈଠକ ।

ନନ୍ଦନକାନନ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ୬ ଦିନର ବାସି ଚିକେନ କଷା ଦେଇ ତଣ୍ଡ ଗଣିଲେ ରେଷ୍ଟୁରାଷ୍ଟ ମାଲିକ

ଭୁବନେଶ୍ୱର: ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ବିକି ତଣ୍ଡ ଗଣିଲେ ରେଷ୍ଟୁରାଣ୍ଟ ମାଲିକ । ‘ହେରମିଟ ଜିଙ୍ଗ ‘ରେଷ୍ଟୁରାଣ୍ଟରେ ଚଢ଼ାଉ କରିଛି ବିଏମସି ଫୁଡ ଇନକ୍ୱାରୀ ଡିପାର୍ଟମେଣ୍ଟ । ବାସି ଖାଦ୍ୟ ବିକ୍ରି ନେଇ କିଛି ପର୍ଯ୍ୟଟକଙ୍କ ଅଭିଯୋଗକୁ ଭିତ୍ତି କରି ଚଢାଉ କରିଥିଲା ବିଏମସିର ୪ଜଣିଆ ଟିମ ।

ଚଢ଼ାଉ ବେଳେ ୨୦ରୁ ୩୦ କେଜି ୬ଦିନର ବାସି ଚିକେନ କଷା ଜବତ ହୋଇଛି । ଗରାଖ ଖାଇବାକୁ ଆସିଲେ ବାସି ଚିକେନ୍ କଷା ଗରମ କରି ଦେଉଥିଲେ ରେଷ୍ଟୁରାଣ୍ଟ କର୍ମଚାରୀ । ଏହାସହ କିଛି ବାସି ବିରିୟାନୀ ବି ମିଳିଛି । ଫୁଡ ଡିପାର୍ଟମେଣ୍ଟ ଅଧିକାରୀ ୬୯ଧାରାରେ ମୋଟା ଅଙ୍କର ଫାଇନ ଆଦାୟ କରିଛନ୍ତି । ଆଉ ଦୂଷିତ ଖାଦ୍ୟ ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଫୁଡ ଡିପାର୍ଟମେଣ୍ଟ ଅଫିସରେ ସତ୍ୟଜିତ ପଟେଲ କହିଛନ୍ତି ।

ମନୀଷ ଦାସଙ୍କ ମୃତଦେହ ଉଦ୍ଧାର ମାମଲା, ଡାଏଟମ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:  ଭୁବନେଶ୍ୱର ପାତ୍ରପଡା ମନୀଷ ଦାଶ ହତ୍ୟା ମାମଲା । ଡାଏଟମ ଟେଷ୍ଟ ପାଇଁ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ । ଟେଷ୍ଟ ପାଇଁ ପୋଖରୀ ପାଣିର ସାମ୍ପୁଲ ସଂଗ୍ରହ କଲା ପୋଲିସ । ପୋଖରୀ ଓ ମୃତଦେହ ଭିତରୁ ପାଣିକୁ ଫରେନସିକ ଲାଵକୁ ପଠାଇବ ପୋଲିସ । ଆଜି ଫରେନସିକ ଲ୍ୟାବକୁ ପଠାଯିବ ନମୁନା । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି । ଜାଣିବା ପାଇଁ ଡାଏଟମ ଟେଷ୍ଟ କରିବ ପୋଲିସ ।

ସେପଟେ ଭିସେରା ଟେଷ୍ଟ ପାଇଁ ନମୁନା ପଠାଇଛି ପୋଲିସ । ଗତକାଲି ପାତ୍ରପଡାର ନମକାନି ପଖୋରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମନୀଷ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ । ମନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏବେବି ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ମନୀଷଙ୍କ ସାଙ୍ଗରେ ଯାଇଥିବା ୨ଜଣ ଯୁବକଙ୍କୁ ଠାବ କଲା ପରେ ମୃତ୍ୟୁର କାରଣ ଜଣାପଡିବ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ କାରଣ କଣ ଜଣାପଡିବ ।

ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲ ଗଲେ ଶିକ୍ଷକ

କନ୍ଧମାଳ: ବନ୍ଧା ହେଲେ ରସିକିଆ ସାର୍ । ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲ ଗଲେ ଶିକ୍ଷକ । ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁରେ ଟ୍ୟୁସନ୍ କରୁଥିବା ସରିଫ ଡିଗାଲ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଦାରିଙ୍ଗବାଡି ଥାନାରେରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ବହୁ ଖୋଜାଖୋଜି କରିବା ପରେ ଦାମନଯୋଡି ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ଗିରଫ କରିଛି । ଦାମନଯୋଡିରେ ଉଭୟେ ସ୍ୱାମୀ ଓ ସ୍ତ୍ରୀର ପରିଚୟ ଦେଇ ରହୁଥିବା ସୂଚନା ଦେଇଛି ପୋଲିସ ।

୭୯ ବର୍ଷରେ ପାଦ ଥାପିଲେ ବିଗି ବି ଅମିତାଭ ବଚ୍ଚନ, ଜାଣନ୍ତୁ ତାଙ୍କ ଫିଟନେସର ରହସ୍ୟ

ମୁମ୍ବାଇ: ବଲିଉଡର ବିଗ୍ ବି ଆଜି ତାଙ୍କର ୭୯ ତମ ଜନ୍ମ ଦିନ ପାଳନ କରୁଛନ୍ତି। ସେ ଅକ୍ଟୋବର ୧୧, ୧୯୪୨ ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ବହୁତ ଏନରଜିଟିକ୍ ଏବଂ ଫିଟ୍ ଦେଖାଯାନ୍ତି। ଏହି ବୟସରେ, ଲୋକମାନେ ସାଧାରଣତଃ ବିଶ୍ରାମ ନେବାକୁ ଚିନ୍ତା କରନ୍ତି, କିନ୍ତୁ ବିଗ୍ ବି ଆଜି ବି ଦିନକୁ ୧୬ ଘଣ୍ଟା କାମ କରନ୍ତି। ଏହା ନିଶ୍ଚିତ ଭାବରେ ଯୁବକ ଏବଂ ବୃଦ୍ଧମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ହୋଇପାରେ। ଆଜି,ତାଙ୍କ ପାଖରେ ଫିଲ୍ମ ବ୍ୟତୀତ, ଅନେକ ବିଜ୍ଞାପନ ମଧ୍ୟ ଅଛି। ସେ ଉତ୍ସର୍ଗୀକୃତ ଏବଂ ଡିସିପ୍ଲିନ୍ ସହିତ ପ୍ରତ୍ୟେକ ଛୋଟ ବଡ ନିର୍ଦ୍ଦେଶକଙ୍କ ସହିତ କାମ କରନ୍ତି। ଯେତେବେଳେ ଅମିତାଭ ବଚ୍ଚନଙ୍କ ଫିଟନେସ୍ ଏବଂ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ଯେ ତାଙ୍କ ଫିଟନେସର ରହସ୍ୟ କ’ଣ? ତେବେ ଚାଲନ୍ତୁ ଜାଣିବେ ବିଗ୍ ବିଙ୍କ ଫିଟ୍ ରହିବାର ରହସ୍ୟ ବିଷୟରେ…

ମିଠା ଖାଇବା:

ସେଲିବ୍ରିଟି ଡେଲି ରୁଟିନ୍ ଅନୁଯାୟୀ ଅମିତାଭ ବଚ୍ଚନ ମିଠା ଠାରୁ ଦୂରରେ ରୁହନ୍ତି। କେବଳ ଏତିକି ନୁହେଁ, ସେ ଚକୋଲେଟ୍ ଏବଂ ପେଷ୍ଟ୍ରିରୁ ମଧ୍ୟ ଦୂରେଇ ରୁହନ୍ତି। ବାସ୍ତବରେ, ଏହି ଜିନିଷଗୁଡ଼ିକରେ ପ୍ରଚୁର ପରିମାଣର ଚର୍ବି ଏବଂ କ୍ୟାଲୋରୀ ଥାଏ, ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ।

ସ୍ମୋକିଂ ଏବଂ ଆଲକୋହଲ:

ଅନେକ ଫିଲ୍ମରେ ଅମିତାଭ ବଚ୍ଚନ ସିଗାରେଟ୍ ଟାଣୁଥିବାର ଦେଖାଯାଏ କିନ୍ତୁ ବାସ୍ତବ ଜୀବନରେ ସେ ଧୂମପାନ କରନ୍ତି ନାହିଁ। ବାସ୍ତବରେ ଧୂମପାନ ଏପରି ଅଭ୍ୟାସ ଯାହା ଶରୀରର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। କେବଳ ଏତିକି ନୁହେଁ, ସେ ଅମିତାଭ ମଦ୍ୟପାନଠାରୁ ମଧ୍ୟ ଦୂରରେ ରୁହନ୍ତି।

ପ୍ରତ୍ୟେକ ଦିନ ଏକ୍ସରସାଇଜ୍:

ଅମିତାଭ ବଚ୍ଚନ ପ୍ରତିଦିନ ୱାର୍କଆଉଟ୍ କରନ୍ତି। ସେ ନିୟମିତ ମର୍ଣ୍ଣିଂ ୱାର୍କ କରନ୍ତି ଏବଂ ଯୋଗ ମଧ୍ୟ ତାଙ୍କର ଦୈନନ୍ଦିନ ଜୀବନର ଏକ ଅଂଶ। ତାଙ୍କ ଫିଟନେସ୍ ପାଇଁ ନିୟମିତ ବ୍ୟାୟାମ ହେଉଛି ସବୁଠାରୁ ବଡ କାରଣ।

ଚା’ କଫି:

ମଦ୍ୟପାନ ଏବଂ ସିଗାରେଟ୍ ବ୍ୟତୀତ ଅମିତାଭ ବଚ୍ଚନ ଚା ଏବଂ କଫି ଆଦୌ ପିଇବାକୁ ପସନ୍ଦ କରନ୍ତି ନାହିଁ। ଯଦିଓ ସେ ପ୍ରାରମ୍ଭିକ ବର୍ଷରେ କଫି ପିଇବାକୁ ଭଲପାଉଥିଲେ, କିନ୍ତୁ କିଛି ଦିନ ପୂର୍ବରୁ ସେ ମଧ୍ୟ ଏହାକୁ ଛାଡିଦେଲେ।

ନନ୍‌ଭେଜ:

ଅମିତାଭ ବଚ୍ଚନ ପୂର୍ବରୁ ନନ୍‌ଭେଜ୍ ଖାଉଥିଲେ, କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ ଜୟା ଶୁଦ୍ଧ ଶାକାହାରୀ ହୋଇଯାଇଛନ୍ତି।

ଡାଏଟ୍ ପ୍ଲାନ୍:

ତାଙ୍କର  ଦୈନନ୍ଦିନ ଖାଦ୍ୟ ବିଷୟରେ କହିବାକୁ ଗଲେ ସେ ପ୍ରତିଦିନ ତୁଳସୀ ପତ୍ର, ପ୍ରୋବାୟୋଟିକ୍ ଖାଦ୍ୟ, ପ୍ରୋଟିନ୍ ଡ୍ରିଙ୍କ୍ କରିଥାନ୍ତି। ଏହା ବ୍ୟତୀତ ନଡ଼ିଆ ପାଣି, ଅଁଳା ରସ, କଦଳୀ, ଖଜୁରୀ ଏବଂ ଆପେଲକୁ  ସ୍ନାକ୍ସ ଭାବରେ ନିଅନ୍ତି। ପ୍ରଚୁର ଜଳ ମଧ୍ୟ ତାଙ୍କର ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନର ରହସ୍ୟ।