spot_img
Home Blog Page 5092

କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ପ୍ରସଙ୍ଗ, ବର୍ଷିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ହକି ଇଣ୍ଡିଆର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ । ୨୦୨୨ରେ ବର୍ମିଂହାମ୍ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାଗ ନେବନାହିଁ ଭାରତୀୟ ହକି ଦଳ । ହକି ଇଣ୍ଡିଆର ଏଭଳି ନିଷ୍ପତ୍ତିକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ହକି ଏକ ଫେଡେରେସନର ଟିମ୍ ନୁହେଁ ପୂରା ଦେଶର ଟିମ୍ । ୧୩୦ କୋଟି ଭାରତୀୟ ଦଳ ।

ବ୍ୟାନ ପୂର୍ବରୁ ଫେଡେରେସନକୁ ସରକାରଙ୍କ ସହ ଆଲୋଚନା କରିବା ଦରକାର । ୧୩୦ କୋଟି ଲୋକ ସଂଖ୍ୟାରେ ମାତ୍ର ୧୮ ଖେଳାଳି ଦେଶକୁ ପ୍ରତିନିଧିତ୍ୱ କରନ୍ତି ନାହିଁ । ଅନ୍ତର୍ଜାତୀୟ ସ୍ତରର ମ୍ୟାଚରେ ଭାଗ ନେବା ଉଚିତ୍ । ହକି ଭଳି ଲୋକପ୍ରିୟ ଖେଳରେ ପ୍ରତିଭାଙ୍କ ଅଭାବ ନାହିଁ । ହକି ଇଣ୍ଡିଆ ଏଭଳି ନିଷ୍ପତ୍ତିରୁ ବିରତି ନେଉ ।

ଭାରତୀୟ ଦଳ କେଉଁଠି ଦେଶକୁ ପ୍ରତିନିଧିତ୍ୱ କରିବ ତାହା କେବଳ ଫେଡେରେସନ୍ ସ୍ଥିର କରିବ ନାହିଁ । ଏ ନିଷ୍ପତ୍ତି ଭାରତ ସରକାର ନେବେ । ଯଦି ଆଇପିଏଲ୍ ଓ ବିଶ୍ୱକପ୍ ଖେଳାଯାଇ ପାରୁଛି ତାହେଲେ ହକି ଖେଳାଳି କାହିଁକି ଏସିଆନ୍ ଗେମ୍ସ ଓ କମନୱେଲଥ ଗେମ୍ସରେ ଖେଳି ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ହୁତୁହୁତୁ ହୋଇ ଜଳିଲା କାର୍, ଉପରେ ଥିଲା ବିଦ୍ୟୁତ୍ ତାର

ବାରିପଦା: ହୁତୁ ହୁତୁ ହୋଇ ଜଳିଲା କାର୍ । ଉପସ୍ଥିତି ବୁଦ୍ଧି ଲାଗି ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟ ଲୋକେ । ବାରିପଦା ସହର ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି ।

Car Brunt In Fire Mayurbhanj

ସୂଚନା ଅନୁଯାୟୀ, ବାରିପଦା ସହର ଜଗନ୍ନାଥ ମନ୍ଦିର ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ  କାରରେ ଆଜି ସକାଳ ଭୋର୍ ପାଖାପାଖି ୫ ଟା୩୦ ସମୟରେ ନିଆଁ ଲାଗିଥିଲା । ଉପରେ ଯାଇଥିବା ଇଲେକ୍ଟ୍ରିକ ତାରରେ ନିଆଁ ଲଗିବାର ଆଶଙ୍କା ରହିଥିଲା ।

Car Brunt In Fire Mayurbhanj

ସତ୍ୟଜିତ୍ ପୃଷ୍ଟି ନାମକ ଜଣେ ଯୁବକ ସେହି ବାଟଦେଇ ମର୍ଣ୍ଣିଂୱାକ୍ ଯିବା ସମୟରେ ଏହି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି କାରଟି କାହାର ଓ କେଉଁ ପରିସ୍ଥିତରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।

ଏହି ୪ କାରଣ ପାଇଁ ଦେଶରେ ଦେଖାଦେଇଛି କୋଇଲା ଅଭାବ

ନୂଆଦିଲ୍ଲୀ: ଦେଶରେ କୋଇଲା ସଂକଟ ଭୟଙ୍କର ରୂପ ନେଉଛି । କୋଇଲା ଅଭାବର ସିଧା ପ୍ରଭାବ ପଡ଼ିଛି ବିଦ୍ୟୁତ୍ ଉତ୍ପାଦନ ଉପରେ । କାରଣ ଭାରତରେ ବିଦ୍ୟୁତ୍ ଉତ୍ପାଦନ କୋଇଲାରୁ ହିଁ ହୋଇଥାଏ । ତେବେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ  ଏହି ସଂକଟ ଖୁବଶୀଘ୍ର ଦୂରେଇ ଯିବ ବୋଲି କହିଛି । କୋଇଲା ସଂକଟ ପଛରେ ରହିଛି ୪ କାରଣ ।…

Know The Cause Behind Coal Crisis In India

୧) ଅର୍ଥ ବ୍ୟବସ୍ଥା ସୁଧୁରିବା ପରେ ବଢ଼ିଛି ବିଦ୍ୟୁତ୍ ଚାହିଦା

୨) ସେପ୍ଟେମ୍ବରରେ ଅଧିକ ବର୍ଷା ଯୋଗୁଁ କୋଇଲା ଉତ୍ତୋଳନ ପ୍ରଭାବିତ ହୋଇଛି

୩) ବିଦେଶରୁ ଆମଦାନୀ ହେଉଥିବା କୋଇଲା ଦରବୃଦ୍ଧି ପରେ ଘରୋଇ କୋଇଲା ଉପରେ ନିର୍ଭର କରିବାକୁ ପଡ଼ୁଛି

୪) ମୌସୁମୀ ପୂର୍ବରୁ କୋଇଲା ଗଚ୍ଛିତ ନ ରଖିବା

Know The Cause Behind Coal Crisis In India

କୋଭିଡର ଦ୍ୱିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି । ଫଳରେ ବିଦ୍ୟୁତର ଚାହିଦା ବଢ଼ିଛି । ଏବେ ପ୍ରତିଦିନ ୪ ବିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ ୬୫ରୁ ୭୦ ପ୍ରତିଶତ ବିଜୁଳି କୋଇଲାରୁ ଉତ୍ପାଦନ ହେଉଛି । ଏଥପାଇଁ କୋଇଲାର ଆବଶ୍ୟକତା ବଢ଼ି ଯାଇଛି ।

କୋଇଳା ସଂକଟ ଦୂର ପାଇଁ ଶକ୍ତି ମନ୍ତ୍ରଣାଳୟ ଅଗଷ୍ଟ ୨୭ରେ ଏକ କୋର୍ ମ୍ୟାନେଜମେଣ୍ଟ ଟିମ୍ ଗଠନ କରିଥିଲା । ଏହି ଟିମ୍ ସପ୍ତାହକୁ ୨ ଥର କୋଇଲା ଷ୍ଟକର ତଦାରଖ କରୁଛି ।

ଭିଜିଲାନ୍ସ ଜାଲରେ ୩ ବଡ଼ ମୁଣ୍ଡ, ୨୨ ଲକ୍ଷ ୬୧ ହଜାର ଟଙ୍କା ଜବତ

ଭୁବନେଶ୍ୱର: ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ । ଭିଜିଲାନ୍ସ ଜାଲରେ ୩ ବଡ଼ ମୁଣ୍ଡ । ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ୩ ଜଣଙ୍କଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଛି । ନମ୍ବର ୧ ଲାଞ୍ଚୁଆ ଅଫିସର ବିଧାନ ଚନ୍ଦ୍ର ସାହୁ । ବୈତରଣୀ ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବିଧାନଚନ୍ଦ୍ର ସାହୁ । ଯାଜପୁର ଏନ.ସି କଲେଜ ନିକଟରେ ପିଛା କରି ବିଧାନଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ କାରରୁ ୧୦ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲପଡ଼ା, କେନ୍ଦୁଝର ଓ କଟକରେ ରେଡ୍ କରି ୬୪ ହଜାର ଟଙ୍କା ଜବତ କରିଥିଲା ।

Vigilance Nabbed 3 Class 1 Officers In A Day

୨ ନମ୍ବର ଲାଞ୍ଚୁଆ ଅଫିସର ହେଲେ ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା । ଭୁବନେଶ୍ୱରସ୍ଥିତ ଭଡ଼ା ଘରେ ରେଡ୍‌ କରି ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି ଭଡ଼ା କାରରେ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ କାରରୁ ୮୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ବାଲେଶ୍ବର ଓ ଭୁବନେଶ୍ବରରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ପ୍ଲଟ ସହ ବହୁ ବୀମା ପଲିସି ଭିଜିଲାନ୍ସ ଜବତ କରିଛି ଭିଜିଲାନ୍ସ ।

Vigilance Nabbed 3 Class 1 Officers In A Day

ସେପଟେ ରାଉରକେଲାରୁ ଭୁବନେଶ୍ୱର ଫେରିବା ବେଳେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଲକ୍ଷେ ୭୫ ହଜାର ୮୧୦ ଟଙ୍କା ଜବତ ହୋଇଥିଲା । ୩ ଅଧିକାରୀ ଯାଞ୍ଚ ବେଳେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ପରବର୍ତ୍ତୀ ସମୟରେ ୩ ଅଧିକାରୀଙ୍କ ଘରେ ରେଡ୍ କିରଥିଲା ଭିଜିଲାନ୍ସ । ଗତକାଲି ପ୍ରକାଶ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ରେଡରେ ୨ଟି ଭିଜିଲାନ୍ସ ଡିଭିଜନର ୨ ଏସପି, ୯ଡିଏସପି ଓ ୭ ଆଇଆଇସି ସାମିଲ ହୋଇଥିଲେ ।

IPL ୨୦୨୧: ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀ-ଚେନ୍ନାଇ ଲଢ଼େଇ

ଆବୁଧାବି: ଆଇପିଏଲ୍-୨୦୨୧ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ପଡ଼ିଆରେ ମୁହାଁମୁହିଁ ହେବେ ଗୁରୁ-ଶିଷ୍ୟ । ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ନାଁରେ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ । ୨୦୧୯ରେ ଦଳ ତାର ନାଁ ଦିଲ୍ଲୀ କ୍ୟାପିଟାଲ୍ସକୁ ପରିବର୍ତ୍ତନ କରିଥିଲା । ନାଁ ସିନା ବଦଳିଗଲା ହେଲେ ଦଳର ଭାଗ୍ୟ ବଦଳିଲା ନାହିଁ ।

IPL 2021 DC Vs CSK First Qualifier

ଆଉ ଏଯାବତ୍ ଟିମ୍ ଆଇପିଏଲରେ ଗୋଟିଏ ବି ଟ୍ରଫି ଜିତି ପାରି ନାହିଁ । ତଥାପି ଦଳ ୨୦୨୦ରେ ୟୁଏଇରେ ଖେଳା ଯାଇଥିବା ଆଇପିଏଲରେ ଫାଇନାଲ ପହଞ୍ଚି ଥିଲେ ବି ଚାମ୍ପିଅନ୍ ହୋଇପାରି ନଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ଥର ପାଇଁ ଆଇପିଏଲର ପ୍ଲେ ଅଫରେ ସ୍ଥାନ ପାଇଛି ।

ଆଇପିଏଲର ପ୍ରଥମ ସଂସ୍କରଣରେ ଦିଲ୍ଲୀ ତତ୍କାଳୀନ ଅଧିନାୟକ ବୀରେନ୍ଦ୍ର ସେହୱାଗଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରି ପ୍ଲେ ଅଫରେ ପହଞ୍ଚିଥିଲା । ରାଜସ୍ଥାନ ସହ ରୋମାଞ୍ଚକ ମୁକାବିଲାରେ ହାର୍ ମାନିଥିଲା ଦିଲ୍ଲୀ । ୨୦୦୯ରେ ଦିଲ୍ଲୀ ପ୍ଲେ ଅଫ୍ ପହଞ୍ଚିଥିଲେ ବି ନିରାଶ କରିଥିଲା । ୨୦୧୦ ଓ ୨୦୧୧ରେ ଦଳର ପ୍ରଦର୍ଶନ ବହୁତ ଖରାପ ଥିଲା । ୨୦୧୧ରେ ଦଳ ଆଇପିଏଲ୍ ଟେବୁଲରେ ସବୁଠୁ ତଳେ ଥିଲା ।

୨୪ ଜିଲ୍ଲାରୁ ଆଉ ୬୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୯୨ ଜଣ ଅଛନ୍ତି । ୩୮୦ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୭୨ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬କୁ ବୃଦ୍ଧି ପାଇଛି ।

ୟେଲୋ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡ଼ରୁ ୩, ଭଦ୍ରକରୁ ୭, ବଲାଙ୍ଗିରରୁ ୩, କଟକରୁ ୭୦, ଦେବଗଡ଼ ୧ରୁ, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୨୬, କୋରାପୁଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୧, ପୁରୀରୁ ୧୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ୁ ୧୫ ଓ ଷ୍ଟେଟପୁଲରୁ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୦ ଲକ୍ଷ ୧୮ ହଜାର ୩୧୧ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୫୦୮୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଗୁଇନ୍ଦା ସୂଚନା ପରେ ହାଇ ଆଲର୍ଟରେ ଦିଲ୍ଲୀ, ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ସୁରକ୍ଷାକୁ ନେଇ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରାଯାଇଛି । ପାର୍ବଣ ଋତୁରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବଜାର ଗୁଡ଼ିକରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି । ହୋଟେଲ ଓ ଗେଷ୍ଟ ହାଉସ୍ ଉପରେ ନଜର ରଖିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର, ୬ ଗିରଫ

ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଗିରଫ ଆତଙ୍କବାଦୀଙ୍କ ସମ୍ପର୍କ ଆଇଏସ୍ଆଇ ଓ ଅଣ୍ଡରୱର୍ଲ୍ଡ ସହ ଥିବା କୁହାଯାଇଥିଲା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲେ । ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ମଧ୍ୟ ଜବତ ହୋଇଥିଲା ।

ଆତଙ୍କବାଦୀ ମାନେ ଦେଶରେ ଅଲଗା ଅଲଗା ସହରରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହାଛଡ଼ା ଏମାନଙ୍କ ଟାର୍ଗେଟରେ ଥିଲେ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ । ସୂତ୍ର ଅନୁସାରେ, କିଛି ରାଜନେତାଙ୍କ ସହ ସମାଜସେବୀ ଓ ଶିଳ୍ପପତିଙ୍କୁ ଏମାନେ ଟାର୍ଗେଟ୍ କରିଥିଲେ । ପାକିସ୍ତାନ ପ୍ରଶିକ୍ଷିତ ୨ ଆତଙ୍କବାଦୀଙ୍କ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ଥିବା ଜଣାପଡ଼ିଛି । ଆଇଏସ୍ଆଇ ସମ୍ପୂର୍ଣ୍ଣ ଯୋଜନା କରି ସେମାନଙ୍କୁ ଭାରତ ପଠାଇଥିଲା । ଏକାଧିକ ସହରରେ ବିସ୍ଫୋରଣ ପାଇଁ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଯୋଗାଇଥିଲା ।

ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ଭଡ଼ା ଘରୁ ୧୦ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: କାର ପରେ ଭଡ଼ା ଘରେ ଭିଜିଲାନ୍ସ ରେଡ୍ । ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ ଭଡ଼ା ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ନରୋତ୍ତମଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଛି ।

Balasore Pollution Control Board Employee In Vigilance Net

ଶନିବାର ବାଲେଶ୍ୱରରୁ ଭଡ଼ା କାରରେ ନରୋତ୍ତମ ଭୁବନେଶ୍ୱର ଫେରୁଥିବା ବେଳେ ଭିଜିଲାନ୍ସ ଟାଙ୍ଗୀ ଠାରୁ ପିଛା କରିଥିଲା । ତାଙ୍କ ଠାରୁ କାରରୁ ୮୯ ହଜାର ଟଙ୍କା ଜବତ ହୋଇଥିଲା । ତେବେ, ଜବତ ଟଙ୍କା ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ନରୋତ୍ତମ । ଗତକାଲି ଭିଜିଲାନ୍ସ ୩ଟା ସ୍ଥାନରେ ରେଡ୍ କରିଥିବା ବେଳେ ଆଜି ତାଙ୍କ ଭଡ଼ା ଘରେ ଚଢ଼ାଉ ଜାରି ରହିଛି ।

ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି, ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ତେଲଦର ପାଇଁ ମହଙ୍ଗା ହେଉଛି ସବୁକିଛି । ଲଗାତାର ଭାବେ ଆଜି ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ ବଢ଼ାଇଛନ୍ତି ତୈଳ କମ୍ପାନୀ । ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪.୧୪ ପଇସା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୮୨ ପଇସାରେ ବିକ୍ରି ହେଉଛି ।

Petrol Diesel Price Increased Today Fuel Rate Record high In City

ପ୍ରତିଦିନ ତୈଳଦର ବଢ଼ୁଥିବା ବେଳେ ଜନତାଙ୍କ ଉପରେ ବଡ଼ ବୋଝ ପଡ଼ୁଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ହେଲେଣି ଲୋକେ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୧୨ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ମୁମ୍ବାଇରେ ଡିଜେଲର ଦର ଲିଟର ପିଛା ୧୦୦ ଟଙ୍କା ୬୬ ପଇସା ରହିଛି ।

ସନ୍ଦେହରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଗୁରୁଜଙ୍ଗରେ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ସ୍ତ୍ରୀ ଉପରେ ସ୍ୱାମୀ କାର୍ତ୍ତିକ ପ୍ରଧାନ ଦୀର୍ଘ ଦିନ ଉପରେ ସନ୍ଦେହ କରୁଥିଲା । ଏବେ ତଣ୍ଟି କାଟି ମାରି ଦେଇଥିବା ନେଇ ମୃତକ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମାମୁଁ ଅଭିଯୋଗ କରିଛନ୍ତି ।

Husband Killed Wife In Gurujang

ହତ୍ୟାକାଣ୍ଡ ପରେ ସ୍ୱାମୀ କାର୍ତ୍ତିକ ପ୍ରଧାନ ଫେରାର୍ ହୋଇଯାଇଛି । ଖୋର୍ଦ୍ଧା ଥାନା ପୋଲିସ ମୃତ ଇନ୍ଦିରାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ସ୍ୱାମୀ, ସ୍ତ୍ରୀ ଗୁରୁଜଙ୍ଗରେ ଭଡ଼ା ଘରେ ରହୁଥିବା ବେଳେ ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।