spot_img
Home Blog Page 5093

ବିଚାର ବିଭାଗୀୟ ହାଜତକୁ ଗଲା ଆଶିଷ ମିଶ୍ରା, ସୋମବାର ଶୁଣାଣି

ଲକ୍ଷ୍ନୌ: ଲଖିମପୁ ଖିରି ହିଂସା ଘଟଣାରେ ଆଶିଷ ମିଶ୍ରା ଓରଫ ମୋନୁକୁ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଘଣ୍ଟା ଜେରା ପରେ ଗିରଫ କରାଯାଇଛି । ସୂଚନା ଅନୁସାରେ ଆଶିଷକୁ ହତ୍ୟା, ଦୁର୍ଘଟଣାରେ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ଓ ଅବହେଳାର ସହ ଗାଡ଼ି ଚଳାଇବା ଆଦି ଧାରାରେ ଗିରଫ କରାଯାଇଛି । ଆଶିଷ ତଦନ୍ତରେ ସହଯୋଗ ନକରିବାରୁ ଗିରଫ କରାଯାଇଥିବା କହିଛନ୍ତି ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ।

ଆଶିଷ ମିଶ୍ରା ଶନିବାର ରାତି ଲଖିମପୁର ଜେଲରେ କାଟିଛି । ସୋମବାର ମାମଲାର ଶୁଣାଣି ହେବ । ରାତିରେ ହିଁ ଏସାଇଟି ଆଶିଷ ମିଶ୍ରାକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରିଥିଲା । ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Lakhimpur Kheri Violence, Judicial Magistrate Sent Ashish Mishra To Judicial Custody

ତଦନ୍ତକାରୀ ସଂସ୍ଥା ଏସଆଇଟି ଆଶିଷକୁ ପ୍ରାୟ ୧୨ ଘଣ୍ଟାର ଜେରାରେ ୪୦ଟି ପ୍ରଶ୍ନ ପଚାରିଥିଲା । ଆଶିଷ ଗୋଟିଏର ଉତ୍ତର ବି ଦେଇ ନାହିଁ । ୩ ଅକ୍ଟୋବରର ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ଆଶିଷ କେଉଁଠି ଥିଲା ? ଏ ପ୍ରଶ୍ନର ବି କୌଣସି ଉତ୍ତର ଦେଇ ନାହିଁ ଆଶିଷ ମିଶ୍ରା ।

Lakhimpur Kheri Violence, Judicial Magistrate Sent Ashish Mishra To Judicial Custody

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଶନିବାର ସକାଳ ୧୦ଟା ୩୮ରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲା । ରାତି ୧୧ଟା ଯାଏଁ ପଚରାଉଚରା ପରେ ଆଶିଷକୁ ଗିରଫ କରିଛି ଏସଆଇଟି ।

ଲଖିମପୁର ଚାଷୀ ହତ୍ୟା: ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ  । ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିବା ଅଭିଯୋଗର ମୁଖ୍ୟ କାର୍ପଟଦାର ଭାବେ ମାମଲା ଋଜୁ ହୋଇଥିବା ବେଳେ ଶନିବାର ଦୀର୍ଘ ସମୟର ପଚରା ଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ  ।  ଶୁକ୍ରବାର କ୍ରାଇମବ୍ରାଞ୍ଚର ନୋଟିସ ପରେ ଶନିବାର ହାଜର ହୋଇଥିଲେ ଆଶିଷ ମିଶ୍ରା  । ଚାଷୀଙ୍କୁ ହତ୍ୟା କରିଥିବାନେଇ ଗୋଟେପଟେ ସମଗ୍ର ଦେଶରେ ଆନ୍ଦୋଳନର ନିଆଁ କୁହୁଳୁଥିବା ବେଳେ ଗିରଫ ନେଇ ବିଭିନ୍ନ ଦିଗରୁ ଚାପ ପଡିଥିଲା  । ଆଶିଷ ମିଶ୍ରା ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ସାହାରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ  ।

ଅନ୍ୟପଟେ ପୋଲିସ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ପୁଅକୁ ଗିରଫ କରୁନାହିଁ, ସେନେଇ ମଧ୍ୟ ୟୁପି ପୋଲିସ ପ୍ରଶ୍ନ ଘେରରେ ଠିଆ ହୋଇଥିଲା  । ଏହାରି ଭିତରେ ଶନିବାର ଲକ୍ଷିମପୁର ଖେରି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବା ନେଇ ନୋଟିସ ଜାରି କରାଯାଇଥିଲା  । ସମୟସର ମହଲତ ଥିଲା ଦିନ ୧୧ଟା  । ସକାଳୁ ଗଣମାଧ୍ୟମର ଗହଳି  । ଚାରିଆଡେ ଛାଇ ଯାଇଛି କ୍ୟାମେରା  । ସମସ୍ତଙ୍କ ନଜର ଥାଏ କେତେବେଳେ କାର୍ଯ୍ୟାଳୟରେ ହାଜିର ହେବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା  । ଆଉ ୧୧ଟା ପୂର୍ବରୁ ଅର୍ଥାତ ୧୦ଟା ୩୮ରେ ପହଁଚିଯାଇଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା  ।

ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପଚରା ଉଚରା ଜାରି ରଖିଥିଲା  । କିନ୍ତୁ ସାହାରନପୁର ଡିଆଇଜିଙ୍କ କହିବା ମୁତାବକ ଦୀର୍ଘ ୧୨ ଘଣ୍ଟାର ତଦନ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ତଦନ୍ତକାରୀ ଟିମକୁ ସହଯୋଗ କରିନଥିଲେ  । ଅନେକ ପ୍ରଶ୍ନର ଉଚ୍ଚର ମଧ୍ୟ ଦେଇନଥିଲେ  । ଆଶିଷ ମିଶ୍ରାଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚର ଏହି ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲା  । ପରେ ଆଇନ ମୁତାବକ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାହାରନପୁର ଡିଆଇଡି ଉପେନ୍ଦ୍ର ଅଗ୍ରୱାଲ  ।

ବଡ଼ ଚୋରକୁ ବାନ୍ଧିଲା ପୋଲିସ, ଏକାଧିକ ସ୍ଥାନରୁ ବୁଲାଉଥିଲା କଳାକନା

ରାୟଗଡା: ଗୁଣପୁର ଉପଖଣ୍ଡର ବିଭିନ୍ନ ଚୋରି ଘଟଣାରେ ଜଡିତ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ପଦ୍ମପୁର ଅଞ୍ଚଳରେ ରାଜୁ ସାହୁ । ପୋଲିସ ତାଙ୍କ ନିକଟରୁ ୧୬ହଜାର ନଗଦ ଟଙ୍କା, ଦୁଇଟି ବାଇକ, ୬ଟି ମୋବାଇଲ, ୨ ଟି ଲ୍ୟାପଟପ ସହ ଚୋରି କାର୍ଯ୍ୟରେ ବ୍ୟବହୃତ ୨ଟି ଆଇରନ କଟର ଜବତ କରିଛି ।

ଗୁଣପୁର, ଗୁଡ଼ାରୀ, ପଦ୍ମପୁର, ମୁକୁନ୍ଦପୁର, ଅଂଚଳରେ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଓ ଘରେ ପଶି ଲୁଟିଥିବା ଗୁଣପୁର ଏସଡିପିଓ ଦାୟୀତ୍ବରେ ଥିବା ବିଷମକଟକ ଏସଡିପିଓ ଆକାଶ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜୁଙ୍କ ବିରୋଧରେ ଗୁଣୁପୁର ଉପଖଣ୍ଡର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରହିଛି ।

ଆନ୍ଧ୍ରକୁ ଜବାବ୍, କୋଟିଆରେ ସ୍ଥିତି ଦେଖିଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆନ୍ଧ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନର କଡ଼ା ଜବାବ । ଶୁକ୍ରବାର ଆନ୍ଧ୍ର ପକ୍ଷରୁ କୋଟିଆର ଗଂଜେଇପଦର ପଞ୍ଚାୟତରେ ଗ୍ରାମସଭା କରିଥିଲାବେଳେ ଶନିବାର କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । କୋଟିଆର ମାଡକାର ଡୋଲିଆମ୍ବ, ଫାଟୁସିନେରି, ଫଗୁଣସିନେରି, ବ୍ରିଟିଶ ରୋଡ଼ ଅଞ୍ଚଳ ଗସ୍ତକରି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ବାତ୍ୟା କ୍ଷୟକ୍ଷତି ପୂରଋଦ୍ଧାର କାମର ଅନୁଧ୍ୟାନ କରିଛନ୍ତି ।

ସେପଟେ ତାଡିୱାଲସା ନିକଟରେ ବନ୍ୟା ପାଣିରେ ରାସ୍ତା ଓ ପୋଲ ଧୋଇ ଯାଇଥିଲା । ତେବେ ବର୍ତମାନ ଯୋଗାଯୋଗ ସ୍ବାଭାବିକ କରାଯାଇଛି । ଜିଲ୍ଲାପାଳଙ୍କ ସହ କୋରାପୁଟ ପିଡି ଡିଆରଡିଏ, ପଟାଙ୍ଗି ବିଡ଼ିଓ, କୋରାପୁଟ ଆଇଟିଡିଏ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ପ୍ରମୁଖ ଗସ୍ତ କରିଥିଲେ ।

ଆଶ୍ୱସ୍ଥ କରୁଛି RMRC ସର୍ଭେ: ଟିକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ବଢିଛି ଆଣ୍ଟିବଡି

ଭୁବନେଶ୍ୱର: କରୋନାରେ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ବଢିଛି ଆଣ୍ଟିବଡି । ସ୍ବାସ୍ଥ୍ୟ କର୍ମୀଙ୍କ ଠାରେ ଅଧିକ ଆଣ୍ଟିବଡି ବଢିଥିବା RMRC ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି । ଜାନୁୟାରୀରୁ ଏପ୍ରିଲ ମଧ୍ୟରେ କରାଯାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ପୂର୍ବରୁ ସଂକ୍ରମିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୯୬ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସଂକ୍ରମିତ ହୋଇ ନଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୬୧.୩ ପ୍ରତିଶତ ଆଣ୍ଟିବଡି ପରିଲକ୍ଷିତ ହୋଇଛି ।

ତେବେ ଆଦୌ ସଂକ୍ରମିତ ହୋଇନଥିବା ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଦ୍ବିତୀୟ ଡୋଜ ଟିକା ପରେ ୮୨.୭ ପ୍ରତିଶତ ଆଣ୍ଟିବଡି ଥିବା ଦେଖାଯାଇଛି । ୧୩୪ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ RMRC ପକ୍ଷରୁ ସର୍ଭେ କରାଯାଇଥିଲା । ସମସ୍ତ ସ୍ବାସ୍ଥ୍ୟ କର୍ମୀ ଦୁଇଟି ଡୋଜ୍ ଟିକା ନେଇଥିଲେ । ସେମାନଙ୍କ ମଧ୍ୟରୁ ୫୯ ଜଣ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ।

କଂଗ୍ରେସରେ ଖୁବ ଶୀଘ୍ର ନେତୃତ୍ୱ ପରିବର୍ତ୍ତନ, ୧୬ରେ ଫାଇନାଲ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଘୋଷଣା ହୋଇପାରନ୍ତି କଂଗ୍ରେସର ନୂଆ ମୁଖିଆ । ଆସନ୍ତା ୧୬ ତାରିଖରେ ଏଥିଲାଗି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ରାଜ୍ୟରେ ଜାରି ରହିଥିବା କଂଗ୍ରେସ ସଙ୍କଟ ସହ ଆସନ୍ତା ବର୍ଷ କିଛି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଗୁରୁତ୍ବପୂର୍ଣ୍ଣ ହେବ । ଏହି ବୈଠକରେ ଦେଶର ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କୁହାଯାଇଛି ।

ଏନେଇ ପ୍ରତିକ୍ରିୟା ଦେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି- ସିଡବ୍ଲୁସି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । କିଛିଦିନ ତଳେ କଂଗ୍ରେସର ନେତା ନେଇ ଗାନ୍ଧି ପରିବାରକୁ ବରିଷ୍ଠ ନେତା କପିଳ ସିବଲ ଏକ ପତ୍ର ଲେଖିଥିଲେ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଜି-୨୩ ନେଇ ବି ସେ ମତ ରଖିଥିଲେ । ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ କଂଗ୍ରେସରେ ମଧ୍ୟ କେଁ ପସିଛି  ।

ତେଣୁ ଏପରି ସମୟରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ମଧ୍ୟ ଦଳ ମଧ୍ୟରେ ନିଆଁ କୁହୁଳିଲାଣି  । ଏମିତି ସ୍ଥିତି ମଧ୍ୟ କଂଗ୍ରେସରେ ଘଟିଛି ଯେ, ନେତୃତ୍ୱ ପରିବର୍ତ୍ତନ ପରେ ଆହୁରି ବିପର୍ଯ୍ୟସ୍ଥ ହୋଇପଡ଼ିଛି ଦଳର ଆବସ୍ଥା  । ତେଣୁ ମୁଖିଆ ପରିବର୍ତ୍ତନ ଏବଂ  ବିରୋଧି ଗୋଷ୍ଠୀଙ୍କୁ ସନ୍ଟୁଷ୍ଟ କରିବା ନେଇ ଦଳର କୋର କମିଟି କିଛି ସେହିଭଳି ନେତାଙ୍କ ନାଁ ତାଲିକାରେ ଫିକ୍ସ କରିବାକୁ ଯାଉଛି  । ସେପଟେ ଜି ୨୩ ନେତା କିନ୍ତୁ ଏହାରି ଭିତରେ ଦଳ ପାଇଁ ବିସ୍ପୋରକ ସାଜିବାକୁ ଯାଉଥିବା ଚର୍ଚ୍ଚା ହେଉଛି  ।

ଅଜୟ ମିଶ୍ରାଙ୍କ ଘର ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦିଲ୍ଲୀସ୍ଥିତ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଯେଉଁଭଳି ଭାବେ ଚାଷୀଙ୍କ ମୃତ୍ୟୁ ହୋଇଛି ତାହା ଦୁର୍ଭାଗ୍ୟଜନକ ଅଟେ ।

ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ସଂପୃକ୍ତି ଥିବାବେଳେ ପୋଲିସ ଓ କ୍ରାଇମବ୍ରାଞ୍ଚ ଏ ଘଟଣାରେ ଉଚିତ୍ ପରକ୍ଷେପ ନେଉ ନାହାଁନ୍ତି । କଂଗ୍ରେସ ନେତାଙ୍କ ପ୍ରତି ୟୁପି ପୋଲିସର ବ୍ୟବହାରକୁ କଡା ଭାଷାରେ ସମାଲୋଚନା କରିଛି ଦଳ । ୟୁପି ସରକାର ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ ।

ବସିବ ଭାରତ-ଚୀନ ସାମରିକସ୍ତରୀୟ ଆଲୋଚନା, ସକାଳ ସାଢେ ୧୦ରେ ବୈଠକ

ନୂଆଦିଲ୍ଲୀ: ରବିବାର ସକାଳ ସାଢେ ୧୦ଟାରେ ବସିବ ଭାରତ-ଚୀନ ସାମରିକସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖାର ଚୀନ ପଟେ ଅବସ୍ଥିତ ମୋଲଡୋରେ ବସିବ ତ୍ରୟୋଦଶ ବୈଠକ । ହଟ ସ୍ପ୍ରିଙ୍ଗସରେ ଘଟିଥିବା ଉତ୍ତେଜନା ପ୍ରସଙ୍ଗ ଏହି ବୈଠକର ମୁଖ୍ୟତଃ ସ୍ଥାନ ପାଇବ । ଡେପସାଙ୍ଗ ବଲଜ ଓ ଡିଚୋକରେ ଚୀନ ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବା ନେଇ ଭାରତ ଦାବି କରିବ । ବୈଠକରେ ଲେଫ୍ଟନାଣ୍ଟ ଜେନରାଲ ପିଜିକେ ମେନନ ଭାରତର ପ୍ରତିନିଧିତ୍ବ କରିବେ । ସେ ବର୍ତ୍ତମାନ ଲେହସ୍ଥିତ ୧୪ କର୍ପସର କମାଣ୍ଡର ଅଛନ୍ତି ।

ସେପଟେ ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ପୂର୍ବରୁ ସୀମାନ୍ତରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦେଶର ସୀମାନ୍ତ ଅନ୍ତର୍ଗତ ପୂର୍ବାଞ୍ଚଳ ସେକ୍ଟରରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ସୀମାରେଖାରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଉଭୟ ପକ୍ଷ ସତର୍କ ରହିଛନ୍ତି । ତାଓ୍ବାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ଏହି ଉତ୍ତେଜନା ଘଟିଥିଲା । ଚୀନର ଏକ ବଡ ବାହିନୀ ସୀମାନ୍ତରେ ସଂଘର୍ଷର ସୂତ୍ରପାତ କରିବା ଲାଗି ଚାହିଁଥିଲେ ଏବଂ ଭାରତୀୟ ପାଟ୍ରୋଲିଂ ଟିମ୍ ଏହାର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଥିଲା ।

ତେବେ ପରେ ପରେ ଲୋକାଲ କମାଣ୍ଡରମାନଙ୍କ ହସ୍ତକ୍ଷେପ ଯୋଗୁ ଏହି ଉତ୍ତେଜନା ଥମିଥିଲା । ପ୍ରକୃତ ନିୟନ୍ତ୍ରଣ ରେଖା ନେଇ ସ୍ପଷ୍ଟତା ରକ୍ଷା କରାଯାଇ ନଥିବାରୁ ଦୁଇ ଦେଶର ସୀମାରେ ଏପରି ସ୍ଥିତି ସୃଷ୍ଟି ହେଉଛି । ତେବେ ଭାରତର ପ୍ରତିରକ୍ଷା ଭିତ୍ତିଭୂମି ପ୍ରତି ଆଞ୍ଚ ଆସିନାହିଁ ବୋଲି କୁହାଯାଇଛି । ତାଓ୍ବାଙ୍ଗ ସେକ୍ଟରରେ ଗତ 2016ରେ ଏପରି ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ଗତ ଅଗଷ୍ଟରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ବି 100ରୁ ଅଧିକ ଚୀନ ସୈନ୍ୟ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିଲେ । ଏଲଏସିର ଉଭୟ ପାର୍ଶ୍ବରେ ବର୍ତ୍ତମାନ ଦୁଇ ପକ୍ଷର ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ ହୋଇଛନ୍ତି ।

ଆର୍ଯ୍ୟନ ଗିରଫ ମାମଲା: NCB ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ NCP ନେତା

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିବାବେଳେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । କ୍ରୁଜ୍ ରେଭ୍ ପାର୍ଟିରେ ସାମିଲ ହୋଇଥିବା ତିନି ଜଣକୁ ଛାଡି ଦେଇଛି ଏନସିବି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନବାବ ମଲ୍ଲିକ । ସେ କହିଛନ୍ତି, ସମୀର ଓ୍ବାଙ୍ଖଡେଙ୍କ କହିବା ଅନୁସାରେ ପାର୍ଟିରେ ସାମିଲ ହୋଇଥିବା ୮ରୁ ୧୦ ଜଣକୁ ଅଟକ ରଖାଯାଇଥିଲା । ହେଲେ ସେ ସମୟରେ ଏନସିବି କବଜାରେ ଥିଲେ ୧୧ ଜଣ । ୮ ଜଣକୁ ଏନସିବି ଗିରଫ କରିଥିବାବେଳେ ବାକି ୩ ଜଣକୁ ଛାଡି ଦେଇଥିଲା ।

ଏନସିବି କାହା ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନେଇଥିଲା । ବିଜେପି ନେତା ମୋହିତ କମ୍ବୋଜଙ୍କ ସମ୍ପର୍କୀୟଙ୍କୁ ଛାଡି ଦିଆଯାଇଛି । ଏମାନେ ହେଉଛନ୍ତି ଋଷଭ ସଚଦେବା, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚରଓ୍ବାଲା । ଏନସିବି କାହା ନିର୍ଦ୍ଦେଶରେ ଏମାନଙ୍କୁ ଛାଡି ଦେଇଛି ବୋଲି ପ୍ରଶ୍ନ କରିଛି ଏନସିପି । ଏଣୁ ଘଟଣାର ଉଚିତ୍ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ନବାବ ମଲ୍ଲିକ । ସେପଟେ ଏହାର ଜବାବ ରଖିଛି ଏନସିବି । ଡେପୁଟି ଡିଜି ଘନଶ୍ୟାମ ସିଂହ କହିଛନ୍ତି, ଅକ୍ଟୋବର ୨ ତାରିଖରେ କ୍ରୁଜ୍ ଉପରେ ଚଢାଉ ହୋଇଥିଲା । ୮ ଜଣକୁ ମାମଲାରେ ଧରିଥିଲା ଏନସିବି । ପଚରାଉଚରା ପରେ ୬ ଜଣକୁ ଛାଡି ଦିଆଯାଇଥିଲା । ଏହି ୬ ଜଣକ ବିରୋଧରେ କୌଣସି ପ୍ରମାଣ ନଥିଲା ।

ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ସେମାନଙ୍କୁ ଗିରଫ କରିଥିଲା କରାଯାଇଥିଲା । ଏନସିବି ଏକ ନିରପେକ୍ଷ ସଂସ୍ଥା ଅଟେ । ଏହାର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ଓ ତଦନ୍ତକୁ ନେଇ ରାଜନୈତିକ ରୂପ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ଏନସିବି । ଏନସିପିର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଡେପୁଟି ଡିଜି ଘନଶ୍ୟାମ ସିଂହ । ସେପଟେ ବିଜେପି ମଧ୍ୟ ଏହା ଉପରେ ଜବାବ ରଖିଛି । ଏପଟେ ଆର୍ଯ୍ୟନ ଖାନଙ୍କୁ ଏନସିବି ଜେରା କରୁଥିବାବେଳେ ତାଙ୍କ ଗାଡି ଡ୍ରାଇଭର ମଧ୍ୟ ସ୍କାନରକୁ ଆସିଛନ୍ତି । ୧୪ ଦିନିକିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ସମସ୍ତ ଅଭିଯୁକ୍ତ ।

ଚାଲିଥିଲା ନକଲି ମଦ ବେପାର: ବନ୍ଧା ହେଲେ ଦୁଇ ପୁଅ, ବାପା ଫେରାର

ଝାରସୁଗୁଡା : ବାପ-ପୁଅ କରୁଥିଲେ ନକଲି ମଦ ବେପାର । ଚଢାଉ କଲା ଅବକାରୀ ବିଭାଗ । ଝାରସୁଗୁଡା ଜିଲ୍ଲା ଗଣେଶନଗର ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଉପରେ ଚଢାଉ ହୋଇଛି । ବିଶ୍ବସ୍ତସୂତ୍ରରୁ ଖବର ପାଇ ରେଡ୍ କରିଛି ସମ୍ବଲପୁର ଅବକାରୀ ବିଭାଗର ସ୍ପେଶାଲ ଟିମ । ଅବକାରୀ ବିଭାଗର ଏହି ଟିମ୍ ନକଲି ମଦ ବେପାର ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ବାପା ଫେରାର୍ ପହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଶିବ କୁମାର ଓ ସରୋଜ କୁମାର ସନହାରା । ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ସହିତ ଖାଲି ବିଭିନ୍ନ ରାଜ୍ୟର ଷ୍ଟିକର ଥିବା ଖାଲି ବୋତଲ, ଠିପି ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।