spot_img
Home Blog Page 5095

ମୁହଁ ଖୋଲିଲେ ସ୍ବରା,କହିଲେ”ଏଇଠି ଚାଷୀଙ୍କୁ ହତ୍ୟା କରିବା ଗ୍ରହଣୀୟ,କିନ୍ତୁ ଡ୍ରଗ୍ସ ଟାଣିବା ଜଘନ୍ୟ ଅପରାଧ ”

ମୁମ୍ବାଇ: ବର୍ତ୍ତମାନ ଦେଶରେ ଦୁଇଟି ଚର୍ଚ୍ଚିତ ଖବର । ଯାହା ଉପରୁ ହଟୁନି କାହାରି ନଜର। ଗୋଟିଏ ପଟେ ଜଣେ ସୁପରଷ୍ଟାରଙ୍କର ପୁଅର ଡ୍ରଗ୍ସଲିଙ୍କ ତ ଅନ୍ୟପଟେ ଚାଷୀଙ୍କ ଉପରକୁ ଗାଡି ଚଢାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ହତ୍ୟାକାରୀ ପୁଅ । ନେତା ଓ ଅଭିନେତା ଏମିତିରେ ବି ଲାଇମ ଲାଇଟରେ ରୁହନ୍ତି,କିନ୍ତୁ ଏଥର ଅପରାଧ କ୍ଷେତ୍ରରେ ଲାଇମ ଲାଇଟରେ ରହି ଚର୍ଚ୍ଚିତ ଏହି ଦୁଇଟି ଘଟଣା  । ବର୍ତ୍ତମାନ ଏହି ଦୁଇଟିଯାକ ଖବର ସାରାଦେଶରେ ହଇଚଇ ସୃଷ୍ଟିକରିଛି । କିନ୍ତୁ କେଉଁଠି ନା କେଉଁଠି ଦୁଇଟି ଚର୍ଚ୍ଚିତ ଘଟଣା ଭିତରେ ଚାଲିଛି ପାତରଅନ୍ତର  । ଅର୍ଥାତ ଦୁଇଟିଯାକ ଖବର ଭିତରୁ କେଉଁ ଘଟଣା ଅଧିକ ଗୁରୁତ୍ବପୂର୍ଣ୍ଣ ଓ କେଉଁଟା ନୁହେଁ ତାହା ଉପରେ ଏବେ ସାଧାରଣରେ ଚାଲିଛି ଯୁକ୍ତି । ୟୁପିରେ ଚାଷୀଙ୍କ ପ୍ରତି ହୋଇଥିବା ଅମାନୁଷିକ କାଣ୍ଡ ଆଗରେ କ’ଣ ଜଣେ ସୁପରଷ୍ଟାରଙ୍କ ପୁଅର ଡ୍ରଗ୍ସଲିଙ୍ଗ ଘଟଣା ଭାରୀ ପଡିବା ଉଚିତ୍ । ଏଥିପାଇଁ ବଲିଉଡରେ ବି ଚର୍ଚ୍ଚାର ମାହୋଲ । ଏହାରି ଭିତରେ ଶାହରୁଖଙ୍କ ପୁଅଙ୍କ ପାଇଁ ମିଳୁଛି ଅନେକ ସପୋର୍ଟ । ଆର୍ଯ୍ୟନ୍ ଙ୍କ ଡ୍ରଗ୍ସ ଲିଙ୍କକୁ ଅଯଥା ଖବର ବନାଇ ପରିବେଷଣ କରାଯାଉଛି ବୋଲି ହେଉଛି ଚର୍ଚ୍ଚା। ଏନେଇ ଟୁଇଟରରେ ବି ଯୁକ୍ତି ଆରମ୍ଭ ହୋଇଗଲାଣି। ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଠାରୁ ସନୁସୁଦ ପର୍ଯ୍ୟନ୍ତ ସମସ୍ତଙ୍କର  ଆର୍ଯ୍ୟନଙ୍କୁ ମିଳୁଛି ଭାରୀ ସପୋର୍ଟ ।

ସ୍ୱରା ଟ୍ୱିଟ୍ କରି କହିଛନ୍ତି: ” ମନ୍ତ୍ରୀଙ୍କ ପୁଅ ଯିଏ ଖୁବ ଚାଲାକିର ସହ ଚାରି ଜଣ ଚାଷୀଙ୍କୁ ହତ୍ୟା କରିଛି ,କିନ୍ତୁ (ଭିଡିଓରେ ପ୍ରମାଣ ଅଛି ) କିନ୍ତୁ ଅପରାଧୀ ଆରାମରେ ଘୁରିବୁଲୁଛି ,କିନ୍ତୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଜେଲରେ ଅଛନ୍ତି। ଏହାର ଅର୍ଥ ହେଉଛି ଯେ ଆମ ନୂଆ ଭାରତରେ ନିର୍ଦ୍ଦୟଭାବେ ହତ୍ୟା କରିବା ଗ୍ରହଣୀୟ କିନ୍ତୁ ସାମାନ୍ୟ ଧୁମ୍ରପାନ କରିବା ଏକ ଜଘନ୍ୟ ଅପରାଧ। ” ସ୍ୱରାଙ୍କ ଟ୍ୱିଟରେ ଲଖୀମପୁର ହିଂସା ଘଟଣାରେ ମନ୍ତ୍ରୀଙ୍କ ପୁଅକୁ ଫୁର୍ତ୍ତି ଦିଆଯାଉଥିବା ବ୍ୟବହାରକୁ ଦୃଢନିନ୍ଦା କରାଯାଇଛି। ସ୍ୱରା ବ୍ୟତୀତ ସୋନୁ ସୁଦ ମଧ୍ୟ ପରୋକ୍ଷ ଭାବରେ ଆର୍ଯ୍ୟନ୍ ଖାନଙ୍କ ଗିରଫଦାରୀ ମାମଲାକୁ ନେଇ ମୁହଁ ଖୋଲିଛନ୍ତି।

ସୋନୁ ସୁଦ ମଧ୍ୟ  ଟ୍ବିଟ୍ କରି କହିଛନ୍ତି, ଯେ ଆଇନ ଏହାର ଠିକ୍‌ କାମ କରିବ। କିନ୍ତୁ ଏହି ସମୟରେ ମାନବିକତା ଓ ଆତ୍ମା ଉପରୁ ଯେଉଁ ପରଦା ଉଠିଛି ତାହା ସବୁବେଳେ ତୁମ ଚରିତ୍ରରେ ପ୍ରମାଣପତ୍ର ହୋଇ ରହିବ। କାଲି ଆଉ ଏକ ନୂଆ ସକାଳ ହେବ, କେବଳ ଧୈର୍ଯ୍ୟକୁ ଧରି ରୁହ। ସୋନୁ ସୁଦ ତାଙ୍କ ଟ୍ବିଟରେ ଆର୍ଯ୍ୟନଙ୍କ ନାମ ନେଇ ନାହାନ୍ତି କିନ୍ତୁ ତାଙ୍କର ଏଭଳି ଟ୍ବିଟ୍‌ରୁ ଏ କଥା ସ୍ପଷ୍ଟ ବାରି ହେଉଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ସୋନୁ ସୁଦଙ୍କ ଉପରେ ଇନ୍‌କମ୍‌ ଟ୍ୟାକ୍ସ ଚୋରୀ ଅଭିଯୋଗ ଲାଗିଥିଲା। ସେ ମଧ୍ୟ ଆଇନର  ଫାସରେ ପଡିଥିଲେ।

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ, ସ୍ୱାମୀଙ୍କ ସହ ଯାଉଥିଲେ

ମୁମ୍ବାଇ: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣଦୁୁଷ୍କର୍ମ ଭଳି ନିନ୍ଦନୀୟ ଘଟଣା ଘଟିଛି । ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୮ଟାରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ୮ ଜଣ ବଦମାସ ଇଗତପୁରୀ-କସାରା ଷ୍ଟେସନ ମଧ୍ୟରେ ଯାତ୍ରୀଙ୍କ ଠାରୁ ଲୁଟ୍ କରିଥିଲେ । ସ୍ଲିପର ବଗିରେ ଦୁବୃର୍ତ୍ତ ମାନେ ଚଢିବା ସହ ଲଟପାଟ୍ କରିଥିଲେ । ଏହି ସମୟରେ ସ୍ୱାମୀ ସହ ଯାତ୍ରା କରୁଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

କସାରାରେ ପହଞ୍ଚିବା ପରେ ଯାତ୍ରୀ ମାନେ ରେଳବାଇକୁ ସହାୟତା ମାଗିବା ପରେ ଜିଆରପି ତୁରନ୍ତ ସେମାନଙ୍କୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କଲ୍ୟାଣ ଥାନାରେ ଏନେଇ ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ଜିଆରପି । ଆଇପିସିର ଧାରା ୩୯୫,୩୯୭, ୩୭୬ (ଡି), ୩୫୪, ୩୫୪ (ବି) ଓ ଭାରତୀୟ ରେଲୱେ ଆକ୍ଟ ୩୭ ଏବଂ ୧୫୩ ଅଧିନରେ ମାମଲା ରେକର୍ଡ କରାଯାଇଛି ।

ଜିଆରପି କମିଶନର  କେସର ଖାଲିଦ କହିଛନ୍ତି ଯେ ପ୍ରାୟ ୮ ଜଣ ବଦମାସ ଟ୍ରେନରେ ଚଢିବା ସହ ଲୁଟିଥିଲେ ଯାତ୍ରୀଙ୍କୁ। ଯାହାପରେ ସମ୍ପୃକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ଏହି ଘଟଣାରେ ୪ଜଣ ଅପରାଧିଙ୍କୁ ଧରା ଯାଇଥିବା ବେଳେ ଆଉ ୪ଜଣଙ୍କ ତଲାସୀ ଜାରି ରହିଛି ।

‘ପୂଜା ସମୟରେ ଦୈନିକ ସଂକ୍ରମଣ ସଂଖ୍ୟା ଉପରେ ନଜର ରହିବ’

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଗ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ।  ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ସ୍ୱାସ୍ଥ୍ୟ ବିଭାଗ ପାଇଁ ପୂଜା ପାଖରୁ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା । ଟିକେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି । ସଂକ୍ରମଣ ବଢ଼ିଲେ କଣ୍ଟେନମେଣ୍ଟ ଜୋନ୍ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । କଟକ -ଭୁବନେଶ୍ୱର ସଂକ୍ରମଣ ଅଧିକ ରହୁଛି । ନିୟମ କଡ଼ାକଡ଼ି ପାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଭିଡ଼କୁ ଏଡ଼ାଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି । ପୂଜାରେ ସତର୍କ ରହିବା ଦରକାର । ପୂଜା ସମୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ବଢୁଛି ତାହାର ଦୈନିକ ଅନୁଶୀଳନ କରାଯିବ ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଳିନ୍‌ଚିଟ୍

 

 

ମୁମ୍ବାଇ ଡ୍ରଗ୍ସ ମାମଲା; ପ୍ରଯୋଜକ ଇମତିଆଜ ଖତ୍ରିଙ୍କ ଅଫିସ ଓ ଘରେ NCBର ରେଡ୍

ମୁମ୍ବାଇ: ବହୁଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରିଙ୍କ ଅଫିସ ଓ ଘରେ ରେଡ କରିଛି ଏନସିବି। ବାନ୍ଦ୍ରାସ୍ଥିତ ଇମତିଆଜଙ୍କ ଅଫିସରେ ଏହି ରେଡ ହୋଇଛି। ଗତବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଇମତିଆଜଙ୍କ ନାଁ ପଦାକୁ ଆସିଥିଲା।

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ସାରାଓଗି ମଧ୍ୟ ସୁଶାନ୍ତ ମୃତ୍ୟୁ ମାମଲା ନେଇ ଇମିତିଆଜଙ୍କ ଉପରେ ଦୋଷାରୋପ କରିଥିଲେ । ସେ ଦାବି କରିଥିଲେ ଯେ ସୁଶାନ୍ତ ରାଜପୁତ ଓ ରିଆ ଚକ୍ରବର୍ତ୍ତୀଙ୍କୁ ଇମିତିଆଜ ଡ୍ରଗ୍ସ ଯୋଗାଇଥିଲେ । ଏନସିବି ପକ୍ଷରୁ ଡ୍ରଗ୍ସ ମାମଲାରେ ଅଧିକ ଖୋଳତାଡ ଜାରି କରିଥିବାବେଳେ ବର୍ତ୍ତମାନ ବି ରେଡ ଜାରି ରଖିଛି ।

ସେପଟେ ଆର୍ଯ୍ୟନ ଖାନଙ୍କୁ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ୬ ଗ୍ରାମ ଚରସ ନିଜ ଜୋତାରେ ନେଇଥିବା ଖୋଳତାଡରୁ ଜଣାପଡିଛି। କର୍ଡେଲିଆ କ୍ରୁଜରେ ଏହି ଡ୍ରକ୍ସ ପାର୍ଟି ଚାଲିଥିବା ବେଳେ ରେଡ କରିଥିଲା ଏନସିବି । ଏଥିରେ ଆର୍ଯ୍ୟନ, ଅର୍ବାଜଙ୍କ ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ବୟାନ ରେକର୍ଡ ବେଳେ ଆର୍ଯ୍ୟନ୍ ଓ ଅରବାଜ ମିଶି ଡ୍ରକ୍ସ ଓ ଚରସ୍ ସେବନ କରନ୍ତି ବୋଲି ମାନିଥିବା ଏନସିବି ପକ୍ଷରୁ ସୂଚନା ରହିଛି ।

Mumbai Cruise Drugs Case, NCB Arrested An Odia

ଅପରପକ୍ଷେ ଆର୍ଯ୍ୟନଙ୍କ ଗତକାଲି ବେଲ ଖାରଜ ହେବାପରେ ତାଙ୍କୁ ମୁମ୍ବାଇ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଛି । ଏହି ଜେଲରେ କୁଖ୍ୟାତ ଆତଙ୍କବାଦୀ ଠାରୁ ବଡ ବଡ ଅଭିଯୁକ୍ତ ସଜ୍ଜା କାଟିଛନ୍ତି । ୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣାରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବଙ୍କୁ ଏହି ଜେଲରେ ବନ୍ଦୀ କରାଯାଇଥିଲା । ଏହି ଜେଲରେ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସଜ୍ଜା କାଟିଥିଲେ ।

ଶାହରୁଖଙ୍କ ବିଜ୍ଞାପନ ବନ୍ଦ କଲା ବାଇଜୁ’ସ୍, ବାର୍ଷିକ ମିଳୁଥିଲା ୩ରୁ ୪କୋଟି ଟଙ୍କା

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଫସି ରହିଥିବା ଆର୍ଯ୍ୟନ୍ ଖାନଙ୍କ ଘଟଣା ଏବେ ତାଙ୍କ ପିତା ଶାହାରୁଖ ଖାନଙ୍କ ପ୍ରଫେସନ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଲର୍ନିଂ ଆପ୍ BYJU’s ଏହି ବଲିଉଡ ଅଭିନେତାଙ୍କର ସମସ୍ତ ବିଜ୍ଞାପନ ଉପରେ କଟକଣା ଲଗାଇଛି | କେବଳ ଏତିକି ନୁହେଁ, ଶାହାରୁଖଙ୍କ ପ୍ରି-ବୁକିଂ ବିଜ୍ଞାପନ ରିଲିଜ୍ ମଧ୍ୟ ଏବେ ହୋଇପାରିବ ନାହିଁ।

ଶାହରୁଖଙ୍କର ସ୍ପୋନସରସିପ୍ ଡିଲରେ BYJU’s ସବୁଠାରୁ ବଡ ବ୍ରାଣ୍ଡ ଥିଲା। ଏହି ବ୍ରାଣ୍ଡ ପାଇଁ ଶାହରୁଖଙ୍କୁ ବାର୍ଷିକ ୩ରୁ ୪କୋଟି ଟଙ୍କା ମିଳୁଥିଲା । ୨୦୧୭ ମସିହା ଠାରୁ ସେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି । ଏହା ବ୍ୟତୀତ ଆଇସିସିଆଇ ବ୍ୟାଙ୍କ, ରିଲାଏନ୍ସ ଜିଓ, ​​ଏଲଜି, ଦୁବାଇ ଟୁରିଜିମ୍, ହୁଣ୍ଡାଇ ପରି ପ୍ରାୟ ୪୦ କମ୍ପାନୀର ଏଣ୍ଡୋର୍ସମେଣ୍ଟ ତାଙ୍କ ପାଖରେ ରହିଥିଲା ।

ଆର୍ଯ୍ୟନଙ୍କ ଗିରଫଦାରୀ ପରେ ସୋସିଆଲ୍ ମିଡିଆରେ ଶାହରୁଖଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ ୟୁଜର୍ସ । ଏପରିକି ଶାହରୁଖଙ୍କ ପ୍ରମୋସନ୍ କରୁଥିବା ବ୍ରାଣ୍ଡ ଗୁଡିକୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଇନଥିଲେ ଲୋକମାନେ ।

ସୋସିଆଲ୍ ମିଡିଆରେ ୟୁଜର୍ସ ବାରମ୍ବାର BYJU’sକୁ ପ୍ରଶ୍ନ କରିଥିଲେ ଯେ ଶାହରୁଖଙ୍କୁ ବ୍ରାଣ୍ଡ ଆମ୍ବାସଡର କରି କମ୍ପାନୀ କ’ଣ ମେସେଜ୍ ଦେବାକୁ ଚାହୁଁଛି? । କ’ଣ ଅଭିନେତା ତାଙ୍କ ପୁଅଙ୍କୁ ଠିକ୍ ରାସ୍ତା ଦେଖାଇ ପାରିଛନ୍ତି କି?

Paytm ପରେ ସବୁଠୁ ବଡ଼ ଷ୍ଟାର୍ଟଅପ୍ ହେଉଛି BYJU’S

ବାଇଜୁ ରବିନ୍ଦ୍ରନଙ୍କ ଏଡୁଟେକ୍ ଷ୍ଟାର୍ଟଅପ୍ BYJU’S ଡେକାକର୍ନ କ୍ଲବରେ ସାମିଲ ରହିଛି । ସାଧାରଣତଃ ୧୦ ବିଲିୟନ୍ ଡଲାରର ଭେଲ୍ୟୁସନ୍ ହାସିଲ୍ କରିଥିବା ଷ୍ଟାର୍ଟଅପକୁ ଡେକାକର୍ନ କୁହାଯାଇଥାଏ। ଏହା ଷ୍ଟାର୍ଟଅପ୍ ଲାଗି ଏକପ୍ରକାର ସମ୍ମାନଜନକ ଉପଲବ୍ଧି । ସିଲିକନ୍ ଭେଲିର ନିବେଶକ ଓ ଏନାଲିଷ୍ଟ ମେରି ମିକର୍ସଙ୍କ ଇନଭେଷ୍ଟମେଣ୍ଟ କମ୍ପାନୀ ବଣ୍ଡ୍ କ୍ୟାପିଟାଲ୍ ପକ୍ଷରୁ BYJU’Sରେ ୧୦.୫ ବିଲିୟନ୍ ଡଲାରର ନିବେଶ କରାଯାଇଥିଲା ।

କୋଚିଂ କ୍‌ଲାସରୁ ଆରମ୍ଭ BYJU’Sର ଯାତ୍ରା

୩୯ ବର୍ଷୀୟ ରବିନ୍ଦ୍ରନ୍ କ୍ୟାଟର ପ୍ରସ୍ତୁତି କରାଇବା ଲାଗି ୨୦୦୭ରେ କୋଚିଂ କ୍ଲାସ୍ ଆରମ୍ଭ କରିଥିଲେ । ୨୦୦୯ ବେଳକୁ ଅନେକ ଛାତ୍ର ତାଙ୍କ ସହ ସାମିଲ ହୋଇଥିଲେ । ପରେ ୨୦୧୧ ବେଳକୁ ସେ ଥିଙ୍କ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ୍ ଲି. ସହ ନିଜ କମ୍ପାନୀକୁ ରେଜିଷ୍ଟ୍ରେଟ୍ କରାଇଥିଲେ ।

ପରେ ୨୦୧୫ ରେ ଆପ୍ ଲଞ୍ଚ କରିବା ସହ କମ୍ପାନୀକୁ ବଡ଼ ସଫଳତା ମିଳିଥିଲା । ଯାହା ପରେ ଦୁନିଆର ପ୍ରତିଷ୍ଠିତ କମ୍ପାନୀ ମାନେ ଏଥିରେ ନିବେଶ କରିବା ଆରମ୍ଭ କରିଥିଲେ । ୨୦୧୮ ବେଳକୁ କମ୍ପାନୀର ଭେଲ୍ୟୁସନ୍ ୧ ବିଲିୟନ୍ ଡଲାରରେ ପହଞ୍ଚିଥିଲା ।

ଚୀନରେ ମାତିଛି ବୁଢୀମା’ଙ୍କର ନାଚ ଗ୍ୟାଙ୍ଗ,ସାଧାରଣ ଲୋକଙ୍କ ପାଇଁ ପାଲଟିଲାଣି ବଡ ସମସ୍ୟା

ଚୀନ : ନାଚିବାର ଗଜବ ନିଶା। ତାହା ପୁଣି ଘରେ କିମ୍ବା କୌଣସି ଷ୍ଟେଜ ପ୍ରୋଗାମରେ ନୁହେଁ ବରଂ ରାଜରାସ୍ତାରେ । ଯେଉଁଠି ବୟସ୍କ ମହିଳାଙ୍କୁ ଜବରଦସ୍ତ ନାଚଗୀତ କରୁଥିବାର ଦେଖିବାକୁ ମିଳୁଛି । ଏହି ଦଳରେ ମଧ୍ୟ ବୟସ୍କା ଓ ତାଙ୍କଠାରୁ ଅଧିକ ବୁଢୀମାନେ ନାଚୁଥିବାର ନଜର ଆସୁଛନ୍ତି । କିନ୍ତୁ ଏହା କୌଣସି ମଜା କିମ୍ବା ମସ୍ତିର ଘଟଣା ହୋଇ ରହିନାହିଁ । ବର୍ତ୍ତମାନ ଏହା ଚୀନର ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି । କାହିଁକି ନା ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏବେ ବିରାଟ ବଡ ସମସ୍ୟା ଭାବେ ଉଭା ହେଲାଣି। ଚାଇନାର ଅନେକ ବଡ ବଡ ସ୍ଥାନର ରାଜରାସ୍ତାରେ କିଛି ମହିଳା ଦଳବଳ ହୋଇ ନାଚ କରୁଥିବା ଦେଖିବାକୁ ମିଳିଛି । ସକାଳେ ଓ ସନ୍ଧ୍ୟାରେ ସେମାନେ ନାଚୁଛନ୍ତି । ଯେମିତିକି ଆପଣମାନେ ଦେଖିଥିବେ ଆମ ଘରେ ରହୁଥିବା ଗୁରୁଜନ କେବଳ ସକାଳୁ ବୁଲିବାକୁ ଟିକିଏ ପାର୍କରେ ଚାଲି ବ୍ୟାୟାମ କରିବାକୁ ଭଲ ପାଆନ୍ତି,କିନ୍ତୁ ଚୀନରେ ଏହାର ସଂମ୍ପୂର୍ଣ୍ଣ ବିପରୀତ ହିଁ ଦେଖିବାକୁ ମିଳୁଛି । ପାର୍କ ଓ ଖେଳ ପଡିଆରେ ବୁଢୀ ମା’ ମାନଙ୍କର ବ୍ୟାୟାମ ନୁହେଁ ନାଚ ଦେଖିବାକୁ ମିଳୁଛି । ତେବେ ଏହି ନାଚକୁ ନେଇ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସାମ୍ନା କରୁଛନ୍ତି । ରାସ୍ତାରେ ନୃତ୍ୟ କରୁଥିବା ଏହି ବୟସ୍କାମାନଙ୍କୁ ଡ୍ୟାନ୍ସିଂ ଗ୍ରେନି ବା ନାଚକରୁଥିବା ଜେଜେ ମାଆ ବୋଲି କୁହାଯାଉଛି ।

ଏହି ମହିଳାମାନେ ଅଧିକ ଜୋରରେ ଜନସାଧାରଣ ଜାଗାରେ ଗୀତ ବଜାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚୀନରେ ମନଇଚ୍ଛା କାମ କରୁଛନ୍ତି ଏହି ଡ୍ୟାନସିଂ ଗ୍ରେନି ଗ୍ୟାଙ୍ଗ, ଯାହା ସାଧାରଣରେ ସମସ୍ୟା ସୃଷ୍ଟି କରୁଛି । ଅନଲାଇନ ଓ ଅଫଲାଇନରେ ଉଭୟ ଜାଗାରେ ଏହି ଗ୍ୟାଙ୍ଗ ବିରୋଧରେ ଅନେକ ଅଭିଯୋଗ ହେଉଛି । କିନ୍ତୁ ଜାଣନ୍ତି ଏହି ନୃତ୍ୟ କରୁଥିବା ମହିଳାମାନେ ଅଭିଯୋଗକୁ ଖଣ୍ଡନ କରି କଣ ସଫେଇ ଦେଇଛନ୍ତି?

ସେମାନଙ୍କ କହିବା କଥା ହେଲା, ‘’ଏପରି କରିବା ଦ୍ୱାରା ସେମାନେ ଖୁସି ରହୁଛନ୍ତି । ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନା କରୁଛନ୍ତି । ଯେମିତି ସମାଜରେ ଏକ ୟଙ୍ଗ ସୋସାଇଟି ରହିଛି ଠିକ ସେହିଭଳି ଏକ ଓଲ୍ଡ ସୋସାଇଟି ବି ରହିବା ଜରୁରୀ ।  ଯେଉଁଥିରେ ଆମ ଭଳି ମହିଳାମାମାନେ ନିଜ ଜୀବନକୁ ଖୁସିରେ ଉପଭୋଗ କରିପାରିବୁ ।‘’  ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସହରରେ ଏକଟୁଆ ରୁହନ୍ତି ।ସେମାନଙ୍କ ସନ୍ତାନ ମାନେ ତାଙ୍କଠାରୁ ଅନେକ ଦୂରରେ ରୁହନ୍ତି, ଯାହାଫଳରେ ସବୁ ଏକୁଟିଆ ଅନୁଭବ କରୁଛନ୍ତି । ସେଥିପାଇଁ ନିଜ ଜୀବନକୁ ଖୁସିରେ କାଟିବାକୁ ଏହି ଗ୍ରେନି ଗ୍ୟାଙ୍ଗ ଆକ୍ଟିଭ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ଏହି ମହିଳାମାନଙ୍କ କାର୍ଯ୍ୟକଳାପକୁ ସମର୍ଥନ କରୁଛି । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । କାରଣ ଅନେକ ସ୍ଥାନରେ ଏହି ମହିଳାମାନେ ଖେଳ ପଡିଆରେ ଖେଳାଳିଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି ।ନିଜ ପାଇଁ ଅନ୍ୟମାନଙ୍କ ସହ ମନଇଚ୍ଛା ବ୍ୟବହାର କରୁଛନ୍ତି  । ଏହି ଅଞ୍ଚଳର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ‘ଗ୍ରେନି ଗ୍ୟାଙ୍ଗ’ର ନିୟନ୍ତ୍ରଣ ଦିନକୁ ଦିନ ବାହାରକୁ ଯାଉଛି। ସେମାନେ ଆମର ଶାନ୍ତି ଭଙ୍ଗ କରୁଛନ୍ତି ଓ ଯେଉଁଠି ଇଚ୍ଛା ସେଇଠି ନାଚଗୀତ ଆରମ୍ଭ କରିଦେଉଛନ୍ତି,ଯାହା ଆମକୁ ଅସମ୍ମାନ ଓ ଲଜ୍ଜିତ କରାଉଛି ।

ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ

ପୁରୀ: ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ଶ୍ରୀମନ୍ଦିର ପରିସର ବାମନ ମନ୍ଦିରରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ ପରେ ବୟାନ ରେକର୍ଡ କରାଯାଇଛି । ନାବାଳିକା ଜଣଙ୍କ ପୁରୀ ବାହାରର ହୋଇଥିବା ବେଳେ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଶୁକ୍ରବାର ଅପରାହ୍ନରେ ଘଟଣା ଘଟିଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଡିଏଫ୍‌ଓ ଓ ରୋଷେୟାଙ୍କୁ କ୍ଳିନ୍‌ଚିଟ୍

 

ଆସନ୍ତା୧୧ ତାରିଖରୁ ଟ୍ୱିନସିଟିରେ ଲାଗୁ ହେବ ନାଇଟକର୍ଫ୍ୟୁ

ଭୁବନେଶ୍ୱର: ଆସନ୍ତା୧୧ ତାରିଖରୁ କମିଶନରେଟ୍ ପୋଲିସ ଅଞ୍ଚଳରେ ଆରମ୍ଭ ହେବ ନାଇଟକର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏଁ ଜାରି ରହିବ କଟକଣା । ନିୟମ ମାନିବାକୁ ନିବେଦନ ଜନସାଧାରଣଙ୍କୁ ନିବେଦନ କଲେ ପୋଲିସନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଶନିବାର ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ବିଗତ ଦିନର ନାଇଟ କର୍ଫ୍ୟୁ ଢାଞ୍ଚାରେ ଜାରି ରହିବ କଟକଣା ।

ନାଇଟକର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ କଡ଼ା ନଜର ରହିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଅଭ୍ୟାସଗତ ଅପରାଧିଙ୍କୁ ଧରିବା ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ । କଟକଣାରେ ପୂଜା କରିବାକୁ ଅନୁରୋଧ, ପେଣ୍ଡାଲରେ ଲାଇଟ୍ ଲାଗିପାରିବ ।

ଏଥିସହିତ ପଢ଼ନ୍ତୁ: କମିଶନରେଟ୍ ପୋଲିସର ଅପରେସନ୍ ହ୍ୱାଇଟ ସ୍ପାଇଡର: ୯ମାସରେ ଜବତ ହେଲାଣି ୧୦ କେଜି ଧଳା ଜହର

Time Magazineର ପାଠକଙ୍କୁ ପ୍ରଶ୍ନ : ଫେସବୁକକୁ ଡିଲିଟ୍ କରିବେ ?

ନୂଆଦିଲ୍ଲୀ: ଲୋକପ୍ରିୟ ଟାଇମ୍ ମାଗାଜିନର ଚଳିତ ସଂସ୍କରଣର କଭର ପେଜରେ ଫେସବୁକ୍ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ଫଟୋ ପ୍ରକାଶ ପାଇଛି । ଏଥିସହିତ ମାଗାଜିନ୍ ପକ୍ଷରୁ ଦାବି କରାଯାଇଛି, ଫେସବୁକ୍ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଉଛି । କିନ୍ତୁ ଫେସବୁକ ସୁରକ୍ଷା ବଦଳରେ ଲାଭ ଉପରେ ଅଧିକ ଧ୍ୟାନ୍ ଦେଉଛି ବୋଲି ଦାବି କରିଛି ମାଗାଜିନ୍ ।

ଏପରିକି କଭର ଫଟୋରେ ଆପକୁ ଡିଲିଟ୍ କରିବାର ଆଇକନ୍ ମଧ୍ୟ ରହିଛି । ଯେଉଁଥିରେ ଆପ୍ ଡିଲିଟ୍ କରିବା ନେଇ ପାଠକ ମାନଙ୍କୁ ପ୍ରଶ୍ନ ମଧ୍ୟ ପଚରାଯାଇଛି ।

ମାଗାଜିନର ୱେବସାଇଟରେ ପ୍ରକାଶିତ ଟାଇମ୍ କଭରରେ ଏକ କ୍ୟାପସନ୍ ମଧ୍ୟ ଲେଖା ଯାଇଛି । ଏହି କଭର ଷ୍ଟାେରୀରେ ଫେସବୁକର ସିବିକ୍ ଇଣ୍ଟିଗ୍ରିଟି ଟିମ୍ ବିଷୟରେ ମଧ୍ୟ ବିସ୍ତାର ରୂପେ ସୂଚନା ଦିଆଯାଇଛି । ଭୁଲ୍ ସୂଚନା ଓ ଘୃଣ୍ୟ ତଥ୍ୟ ଭଳି ଖବର ବିରୋଧରେ ଲଢୁଥିବା କର୍ମଚାରୀ ମାନଙ୍କୁ କମ୍ପାନୀ ପକ୍ଷରୁ ବାହାର କରିଦିଆଯାଇଥିଲା । ଫେସବୁକ୍ ୨୦୨୦ରେ ଏକ ଟିମକୁ ଭାଙ୍ଗି ଦେଇଥିଲା । ଯାହା ପରେ ଫେସବୁକର ପୂର୍ବତନ କର୍ମଚାରୀ ଫ୍ରାନ୍ସେସ୍ ହୋଗେନ୍ କମ୍ପାନୀର ଆଭ୍ୟନ୍ତରିଣ ଗତିବିଧିକୁ ସାର୍ବଜନୀନ କରିଥିଲେ ।

ଆହୁରି ମଧ୍ୟ କଭର ଷ୍ଟୋରୀକୁ ବିଲି ପୋରିଗୋ ରିପୋର୍ଟ କରିଥିଲେ । ପୋରିଗୋଙ୍କ କହିବାନୁସାରେ ଫେସବୁକର ଆଗାମୀ ଭବିଷ୍ୟତ କେଉଁ ଦିଗରେ ଯିବ ଜଣାନାହିଁ, କିନ୍ତୁ ଆଭ୍ୟନ୍ତରିଣ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।

ବ୍ୟାଙ୍କ ଛୁଟି: ଆଗାମୀ ୧୩ ଦିନ ଯାଏଁ ଦେଶର ଏହିସବୁ ସ୍ଥାନରେ ରହିବ ବ୍ୟାଙ୍କ ବନ୍ଦ..

ନୂଆଦିଲ୍ଲୀ : ସମଗ୍ର ଦେଶରେ ନବରାତ୍ରୀ ସହ ଭିନ୍ନ ଉତ୍ସବର ଋତୁ ଆରମ୍ଭ ହୋଇଯାଇଛି | ଏହି ସମୟରେ, ଅନେକ ଦିନ ଧରି ବ୍ୟାଙ୍କଗୁଡିକ ବନ୍ଦ ହେବ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ୱେବସାଇଟ୍ ଅନୁଯାୟୀ, ସାରା ଦେଶରେ ବ୍ୟାଙ୍କଗୁଡିକ ୧୩ ଦିନ ଯାଏଁ ବନ୍ଦ ରହିବ | ତେବେ ଏହି ୧୩ ଟି ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି | ଯଦି ଆପଣ ମଧ୍ୟ ଆପଣଙ୍କର ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖିନିଅନ୍ତୁ | ଏହା ଆପଣଙ୍କୁ ଅନାବଶ୍ୟକ ଅସୁବିଧାରୁ ନିଶ୍ଚୟ ରକ୍ଷା କରିବ |

ଅକ୍ଟୋବର ୨୦୨୧ ରେ ବ୍ୟାଙ୍କଗୁଡିକୁ ଦିଆଯିବାକୁ ଥିବା ମୋଟ ଛୁଟିଦିନର ତାଲିକା ଦିଆଯାଉଛି ଯାହା ବ୍ୟବହାରରେ ଆପଣ ସେହି ଅନୁଯାୟୀ ଆପଣଙ୍କର କାର୍ଯ୍ୟ ସମୟ ନିର୍ଦ୍ଧାରଣ  କରିପାରିବେ ଏବଂ ଆପଣ କିଛି ବି ସମସ୍ୟାର ସମ୍ମୁଖୀନ ହେବେ ନାହିଁ |  ଦ୍ୱିତୀୟ ଶନିବାର ହେତୁ ଅକ୍ଟୋବର ୯ ରେ ସାରା ଦେଶରେ ବ୍ୟାଙ୍କଗୁଡିକରେ ବନ୍ଦ ରହିଛି। ଏଥି ସହିତ,ରବିବାର ଛୁଟି ହେତୁ ଅକ୍ଟୋବର ୧୦ ରେ ଦେଶର ବ୍ୟାଙ୍କଗୁଡିକ ବନ୍ଦ ରହିବ। ଆପଣଙ୍କ ରାଜ୍ୟ ଅନୁଯାୟୀ, କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ଜାଣନ୍ତୁ ଓ ଅକ୍ଟୋବର ୨୦୨୧ ରେ ବ୍ୟାଙ୍କ ଜନିତ ଥିବା କାମକୁ ତୁଟାନ୍ତୁ..

-ଦୁର୍ଗାପୂଜାର ମହାସପ୍ତମୀ ଯୋଗୁଁ ୧୨ ଅକ୍ଟୋବରରେ ଅଗରତାଲା ଓ କୋଲକତାରେ ବ୍ୟାଙ୍କ ବନ୍ଦ ରହିବ

-ଦୁର୍ଗାପୂଜାର ମହାଅଷ୍ଟମୀ ଯୋଗୁଁ ୧୩ ଅକ୍ଟୋବରରେ ଅଗରତାଲା,ଓଡିଶା ,କୋଲକତା,ଗ୍ୟାଙ୍ଗଟକ,ଗୋହାଟି,ପଟନା ଓ ରାଂଚୀ ଆଦି ସ୍ଥାନମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ

-ଦୁର୍ଗାପୂଜାର ମହାନବମୀ ଯୋଗୁଁ ୧୪ ଅକ୍ଟୋବର ଅଗରତାଲା,ଓଡିଶା,କୋଲକତା,ଗ୍ୟାଙ୍ଗଟକ୍,ଗୋହାଟି,କାନପୁର,ଲକ୍ଷ୍ନୌ,ଶ୍ରୀନଗର,ଥିରୁଅନନ୍ତପୁରମ୍,ପଟନା ଓ ରାଂଚୀରେ ବ୍ୟାଙ୍କ ବନ୍ଦ ରହିବ

-ଦଶହରାର ଅକ୍ଟୋବର ୧୫ ତାରିଖରେ ମଧ୍ୟ ଦେଶର ଅଧିକାଂଶ ସ୍ଥାନ ବନ୍ଦ ରହିବ,କିନ୍ତୁ ଏହିଦିନ ଇମ୍ଫାଲ ଓ ସିମଲାର ବ୍ୟାଙ୍କ ଗୁଡିକ କାର୍ଯ୍ୟକାରୀ ହେବ..

-ଦଶହରା ପରେ ଇଦ୍-ଏ-ମିଲାଦ ପାଇଁ ଅକ୍ଟୋବର ୧୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ,ଏହିଦିନ ଅହମଦାବାଦ,ବେଲାପୁର,ଭୋପାଳ,ଚେନ୍ନାଇ,କାନପୁର,ଡେରାଡୁନ୍,ହାଇଦ୍ରାବାଦ,ଜାମ୍ମୁକାଶ୍ମୀର,କୋଚୀ,ଦିଲ୍ଲୀ,ମୁମ୍ବାଇ,ନାଗପୁର,ରାୟପୁର,ଶ୍ରୀନଗର ଏହିସ୍ଥାନ ମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ..

-ମହର୍ଷୀ ବାଲ୍ମିକୀ ଜୟନ୍ତୀ ଅକ୍ଟୋବର ୨୦ ତାରିଖରେ ଥିବାରୁ  ଅଗରତାଲା, ବେଙ୍ଗଲୁର,ଚଣ୍ଡିଗଡ,କୋଲକତା,ଓ ଶିମଲାରେ ବ୍ୟାଙ୍କ ବନ୍ଦ ରହିବ

-ଇଦ୍-ଏ-ମିଲାଦ୍ ପରେ ୨୨ ଅକ୍ଟୋବର ପ୍ରଥମ ଜୁମ୍ମା ପର୍ବ ଥିବାରୁ ଜାମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ

-ପୁଣି ୨୩ ଅକ୍ଟୋବରକୁ ୪ର୍ଥ ଶନିବାର ଓ ୨୪ ଅକ୍ଟୋବରକୁ ରବିବାର ପଡୁଥିବାରୁ ଦେଶସାରା ବ୍ୟାଙ୍କ ବନ୍ଦ ରହିବ

-ସେହିଭଳି ମାସ ଶେଷରେ ୩୧ ଅକ୍ଟୋବର ରବିବାର ଥିବାରୁ ସାରାଦେଶରେ ବ୍ୟାଙ୍କ ବନ୍ଦ ରହିବ

ଏହି ପାର୍ବଣ ସମୟରେ ଦେଶସାରା ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲାବୁଲି କରିବାକୁ ମଧ୍ୟ ଯାଇଥାନ୍ତି..ତେଣୁକରି ବ୍ୟାଙ୍କ ଜନିତ ସମସ୍ୟା ନ ଉପୁଜୁ ବୋଲି ଏହି ତଥ୍ୟ ସମସ୍ତଙ୍କର କାମରେ ଆସିବ…