ଭୁବନେଶ୍ୱର: କମିଶନରେଟ ପୋଲିସର ଅପରେସନ ହ୍ୱାଇଟ୍ ସ୍ପାଇଡର । ୯ ମାସରେ ଜବତ ହେଲାଣି ୧୦ କେଜି ବ୍ରାଉନସୁଗାର । କମିଶନରେଟ ପୋଲିସ ଜବତ କରିଛି ୧୦ କେଜି ଧଳାଜହର । କେବଳ ଭୁବନେଶ୍ୱର ପୋଲିସ ଜବତ କରିଛି ୫ କେଜି ୬୬୦ ଗ୍ରାମ ବ୍ରାଉନସୁଗାର । ଧଳା ଜହର କାରବାର ମାମଲାରେ ଏଯାଏଁ ୬୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ରୁଜୁ ହୋଇଛି ୩୩ଟି ମାମଲା । ଆଜି ବାଲିଅନ୍ତାରୁ ଜବତ ହୋଇଛି ୨୬୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗାର କାରବାର ଅଭିଯୋଗରେ କେଶୁରାର ମୃଣାଲ ସାମଲକୁ ଗିରଫ କରିଛି କ୍ୟୁଏଟି । ଏ ନେଇ ଶନିବାର ସାମ୍ୱାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ କହିଛନ୍ତି ଯେ କେବଳ ନିଶା ଦ୍ରବ୍ୟ ଅର୍ଥାତ ଡ୍ରଗ୍ଦ ଜବତ କରିବାରେ ଆମେ ସୀମିତନାହୁଁ । ଏହି ନିଶା କବଳରେ ଥିବା ଯୁବକ ଯୁବତୀଙ୍କ ଏଥିରୁ ମୁକ୍ତି ଦିଗରେ ମଧ୍ୟ ଆମେ କାର୍ଯ୍ୟ କରୁଛୁ ବୋଲି ସିପି କହିଛନ୍ତି ।
ଏନସିବିର ମହାଖୁଲାସା: ଆର୍ଯ୍ୟନ୍ ନେଇଥିଲେ ଡ୍ରଗ୍ସ ,ବନ୍ଧୁ ଅରବାଜଙ୍କ ଜୋତାରେ ଥିଲା ୬ଗ୍ରାମ ଡ୍ରଗ୍ସ
ମୁମ୍ବାଇ; ସତ ମାନିଲେ କିଙ୍ଗଖାନଙ୍କ ପୁଅ । ଡ୍ରଗ୍ସ ନେବା କଥା ଏନସିବି ଆଗରେ ମୁହଁ ଖୋଲି କହିଲେ । ଏନସସିବି କରୁଛି ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କର ତଦନ୍ତ । ଗିରଫ ହେବାପରେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି । ଏନସିବିର ଯାଂଚ ଅନୁସାରେ ପ୍ରଥମରୁ ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କଥା ସ୍ବିକାର କରିଥିଲେ । ଏମିତିକି ସେ ନିଜ ବନ୍ଧୁ ଅରବାଜଙ୍କ ସହିତ ଡ୍ରଗ୍ସ ସେବନ କରନ୍ତି । ଏହି ଡ୍ରଗ୍ସକୁ କ୍ରୁଜ ଭିତରକୁ ନେବା ପାଇଁ ଅରବାଜ୍ ମର୍ଚାଣ୍ଟ ନିଜ ଜୋତାର ସାହାର ନେଇଥିଲେ । ନିଜ ଜୋତା ଭିତରେ ପ୍ରାୟ ୬ ଗ୍ରାମର ଡ୍ରଗ୍ସ ଲୁଚାଇ ଏହି ଆଲିସାନ୍ ପାର୍ଟୀର ମଜା ଉଠାଇବାର ପ୍ଲାନ କରିଥିଲେ ।

ତେବେ ଆର୍ଯ୍ୟନଙ୍କ ସହିତ ଡ୍ରଗ୍ସ ନେବାର କଥା ପୂର୍ବରୁ ବି ଅରବାଜ୍ ମାନିସାରିଥିଲେ । ଅକ୍ଟୋବର ୨ ତାରିଖ ଦିନ କ୍ରୁଜରେ ରେଭ୍ ପାର୍ଟୀର ମହାଖୁଲାସା ହେଉଥିବା ସମୟରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନଙ୍କୁ ପଚରାଉଚରା କରାଯାଇଥିଲା । ସେହି ସମୟରେ ଯେତେବେଳେ ଏନସିବି ପଚରିଥିଲା, ଅରବାଜ ମର୍ଚାଣ୍ଟ ନିଜେ ଜୋତାରୁ ଏକ ଜିପ୍ ଲକ୍ ଥଳି ବାହାର କରିଥିଲେ । ଅରବାଜ ଏହା ମଧ୍ୟ ସ୍ୱିକାର କରିଥିଲେ କି, ଯେ ଆର୍ଯ୍ୟନ୍ ଖାନଙ୍କ ସହ ସେ ବି ଚରସ ଓ ନିଶାଦ୍ରବ୍ୟ ନେଉଛନ୍ତି ।

ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଇ କରିବାକୁ ଯୋଜନା କରିଥିଲେ । ଯେତେବେଳେ ଏନସିବି ଅଧିକାରୀମାନେ ଆର୍ଯ୍ୟନ୍ ଖାନଙ୍କୁ ପଚାରିଥିଲେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ ନିଅନ୍ତି । ଏମିତିକି ଏନସିବିର ଛାପା ମାରିବା ପଛରେ ବି ଏକ ଗୁପ୍ତଲିଙ୍କ ରହିଥିଲା । ଏନସିବିକୁ ପୂର୍ବରୁ ସୂଚନା ମିଳିଥିଲା ଯେ କାର୍ଡିଲିୟା କ୍ରୁଜରେ ରେଭ୍ ପାର୍ଟୀ ହେବାକୁ ଯାଉଛି । ଯେଉଁଠି ଡ୍ରଗ୍ସ ଏବଂ ନିଶାଦ୍ରବ୍ୟର ବ୍ୟବହାର ହେବାକୁ ଯାଉଛି । ସେଥିପାଇଁ ଘଟଣାସ୍ଥଳରେ ଏନସିବି ରେଡ୍ କରିଥିଲା । କିନ୍ତୁ ସେଠାରେ ଗୋଟିଏ ସୂତ୍ରରୁ ଆଉ ଏକ ସତ ସାମ୍ନାକୁ ଆସିଲା । ବର୍ତ୍ତମାନ ଏହି ଘଟଣାରେ ଦେଶବାସୀଙ୍କ ନଜର ରହିଛି । ଜଣେ ଫେମସ୍ କଳାକାରଙ୍କ ପୁଅର ଡ୍ରଗ୍ସ ଲିଙ୍କ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଥିପାଇଁ ଏନସିବି ସମସ୍ତ ତଥ୍ୟ ଓ ପ୍ରମାଣ ଆଧାରରରେ ସ୍ପଷ୍ଟବାଦୀ ହୋଇ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶାହରୁଖଙ୍କ ଫ୍ୟାନ୍ସଙ୍କର ଭାରୀ ମାତ୍ରାରେ ସପୋର୍ଟ ମଧ୍ୟ ମିଳୁଛି । କିନ୍ତୁ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି। ଆର୍ୟନଙ୍କ ସହିତ ଅରବାଜ ଏବଂ ମୁନମୁନଙ୍କ ମଧ୍ୟ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଅଦାଲତ। ଜାମିନ ଆବେଦନ ଖାରଜ ହେବା ପରେ ଆର୍ୟନ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲ୍ ପଠାଇ ଦିଆଯାଇଛି। ସମସ୍ତଙ୍କୁକ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। ବର୍ତ୍ତମାନ ଆର୍ୟନଙ୍କ ଜାମିନ ଆବେଦନ ସେସନ କୋର୍ଟରେ ଦାଖଲ କରାଯିବ।
ନମାଜ ବେଳେ ମସଜିଦରେ ଆତ୍ମଘାତି ବିସ୍ଫୋରଣ; ନିଜକୁ ଦାୟୀ କଲା ଆଇଏସ୍-କେ
କାବୁଲ: ଆଫଗାନିସ୍ତାନର କୁନ୍ଦୁଜ ମସଜିଦ ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଛି ଆଇଏସ-କେ ଅର୍ଥାତ୍ ଆଇଏସ୍-ଖୁରାସାନ। ଯେଉଁଥିରେ ୧୦୦ ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆହତ ହୋଇଥିଲେ ।
ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ଏବଂ ତାଲିବାନର ଶାସନ ଭାର ଗ୍ରହଣ ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ ବିସ୍ଫୋରଣ। ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା ମୁସଲମାନ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ହେଉଥିଲା ।

ବିସ୍ଫୋରଣରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କୁ ସୁନ୍ନୀ ସମ୍ପ୍ରଦାୟ ଟାର୍ଗେଟ କରୁଛନ୍ତି। ଏହି ମସଜିଦରେ ଧର୍ମାବଲମ୍ବୀମାନେ ପ୍ରାର୍ଥନାରତ ଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା। ପ୍ରାର୍ଥନା ପୂର୍ବରୁ ବିସ୍ଫୋରଣ ଘଟାଇବା ଲାଗି ସମସ୍ତ ଯୋଜନା ହୋଇଥିଲା । ବିସ୍ଫୋରଣରେ ମସଜିଦ୍ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
ଅପରପକ୍ଷେ କୁନ୍ଦୁଜ ପ୍ରାନ୍ତରେ ତାଲିବାନର ଉପ ପୋଲିସ ମୁଖ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ହୋଇଥିବା ବିସ୍ଫୋରଣ ଆତ୍ମଘାତି ଆକ୍ରମଣକାରୀ ଦ୍ୱାରା ହୋଇ ଥାଇପାରେ । ତାଲିବାନ ସେମାନଙ୍କ ସୁରକ୍ଷା ଲାଗି ପ୍ରସ୍ତୁତ ଥିବା ନେଇ ମୁଁ ଆଶ୍ୱାସନା ଦେଉଛି ବୋଲି ସେ କହିଛନ୍ତି ।
ତେବେ ଏହା ପୂର୍ବରୁ କାବୁଲର ଏକ ମସଜିଦର ମୁଖ୍ୟ ଦ୍ୱାର ନିକଟରେ ଅକ୍ଟୋବର ୩ ତାରିଖରେ ଭୟଙ୍କର ବିସ୍ଫାରଣ ହୋଇଥିଲା । ଏଥିରେ ବହୁ ଲୋକଙ୍କର ଜୀବନ ଯାଇଥିଲା । ସେହିପରି ଆଇଏସଆଇଏସ୍-କେ ଅଗଷ୍ଟ ୨୬ ତାରିଖରେ କାବୁଲର ହମିଦ୍ କରଜଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଆତ୍ମଘାତି ଆକ୍ରମଣ କରିଥିଲା ।
ରାଜସ୍ଥାନରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ମେଣ୍ଢାଶାଳ: ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଅତିଥି । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଲେ ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ, ଦୁଇଟି କଲରାପତରିଆ ବାଘ , ଦୁଇଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନରେ ପହଞ୍ଚିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ନନ୍ଦନକାନ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଗତ ମାର୍ଚ୍ଚ ମାସ ୧୭ରେ ଏଠାରୁ ଦୁଇଟି ମହାବଳ ବାଘ ସମେତ ୪୮ଟି ଜୀବଜନ୍ତୁ ରାଜସ୍ତାନର ନହରଘର ବାୟୋଲୋଜିକାଲା ପାର୍କ ପଠାଯାଇଥିଲା । ଜନ୍ତୁ ଅଦଳ ବଦଳ ପ୍ରକିୟା ସମୟ ଅବଧି ୬ମାସ ଭିତରେ ଥିବା ବେଳେ କିଛି ସମସ୍ୟା ଯୋଗୁ ଏହା ବିଳମ୍ବ ହୋଇଥିଲା ।
ଏଥି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ




