spot_img
Home Blog Page 5108

ନନ୍ଦନକାନନର ବାଘ ଖୁଆଡ଼ରେ ବାଘ-ଅଜଗର ଲଢେଇ

ମେଣ୍ଢାଶାଳ: ନନ୍ଦନକାନନର ବାଘ ଖୁଆଡ଼ରେ ବାଘ-ଅଜଗର ଲଢ଼େଇ ଦେଖିବାକୁ ମିଳିଛି । ୩୨ ନମ୍ବର ଖୁଆଡ଼ରେ ରହୁଥିବା ଧଳା ମହାବଳ ବାଘୁଣୀ ରୂପା ଖୁଆଡ଼ରେ ଦେଖିବାକୁ ମିଳିଥିଲା ଏ ଦୃଶ୍ୟ । ୧୨ ଫୁଟର ଅଜଗର ସହ ଲଢିଥିଲା ବାଘୁଣୀ ରୂପା । ଯାହାର ମଜା ନେଇଥିଲେ ପର୍ଯ୍ୟଟକ ।

Python And Tiger Fight In Nandankanan Zoo

ହିଂସ୍ର ବାଘୁଣୀକୁ ଆୟତ୍ତ କରିବା ପାଇଁ ଅନେକ ସମୟ ଲାଗିଥିଲା । ବିଳମ୍ବିତ ରାତିରେ ବାଘ ଫିଡିଙ୍ଗ ଚାମ୍ବରକୁ ଗଲାପରେ, ଆହତ ଅଜଗରକୁ ଉଦ୍ଧାର କରାଯାଇଥିଲା । ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଜଗରର ଚିକିତ୍ସା ପରେ ସରୀସୃପ ଉଦ୍ୟାନରେ ଛଡ଼ାଯାଇଛି ।

କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ । ଏହାବ୍ୟତୀତ ରେଳ କର୍ମଚାରୀ (ନନ୍-ଗେଜେଟେଡ୍)ଙ୍କୁ ୭୮ ଦିନର ବୋନସ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା ।

କ୍ୟାବିନେଟ୍ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅନୁରାଗ ।

ଅପରପକ୍ଷେ ପିୟୁଷ ଗୋଏଲ୍ କହିଛନ୍ତି ଯେ, କପଡା ଉଦ୍ୟୋଗରେ ରପ୍ତାନୀକୁ ପ୍ରେତ୍ସାହନ ଦେବା ଲାଗି ସରକାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୬ଟି ନିଷ୍ପତ୍ତି ହୋଇଥିବା ବେଳେ ଆଜି ଆଉ ଗୋଟିଏ ନିଷ୍ପତ୍ତି ହୋଇଛି ।  ୭ଟି ଟେକ୍ସଟାଇଲ୍ ପାର୍କ ଲାଗି ୧୦ ରାଜ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପାର୍କ ତିଆରି ହେଲେ ୭ ଲକ୍ଷ ପ୍ରତ୍ୟକ୍ଷ ଓ ପରାେକ୍ଷ ଭାବେ ୧୪ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହି ପାର୍କ ୧୦୦୦ ଏକରର ପରିବ୍ୟାପ୍ତ ହେବାକୁ ଥିବା ବେଳେ ତିଆରି ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱପ୍ନାଦେଶ ପରେ ଜଙ୍ଗଲରେ ତପସ୍ୟାରତ ମହିଳା, ପୂଜାର୍ଚ୍ଚନା ପାଇଁ ଲୋକଙ୍କ ଭିଡ଼

ନବରଙ୍ଗପୁର: ନିର୍ଜନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ବିଶ୍ୱାସର ଲଢ଼େଇ । ସ୍ବପ୍ନାଦେଶ ପରେ ଭଗବାନଙ୍କ କୃପା ପାଇବା ପାଇଁ ତିନି ଦିନ ହେଲା ଜଙ୍ଗଲରେ ତପସ୍ୟାରତ ଅଛନ୍ତି ଜଣେ ମହିଳା । ନା କିଛି ଖାଉଛନ୍ତି ନା କାହା ସହ କଥା ହେଉଛନ୍ତି, ନିମଗ୍ନ ତପସ୍ୟାରେ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଧାମନାପଦର ଗାଁ ନିକଟ ବାହାଲି ଜଙ୍ଗଲରେ ତପସ୍ୟା କରୁଛନ୍ତି ବାଲମତି ହରିଜନ ।

 Nabarangpur Woman Penance In Forest

ଜଙ୍ଗଲୀ ପଶୁପକ୍ଷୀଙ୍କ ଭୟକୁ ବେଖାତିର୍ କରି ବାଲିମତି ଭଗବତ୍ ବିଶ୍ୱାସକୁ ଆଦରି ନେଇଛନ୍ତି । ତପସ୍ୟା ଖବର ପ୍ରଚାରିତ ହେବା ପରେ ମହିଳାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ରାତିର ଗହନ ନିଦରେ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ବାଲମତିଙ୍କ ତପସ୍ୟା ତିନିଦିନ ହେବ ଜାରି ରହିଛି । ଜଙ୍ଗଲ ମଧ୍ୟରେ ରାତିରେ ମହିଳାଙ୍କ ସ୍ୱାମୀ ସହ କିଛି ଗ୍ରାମବାସୀ ଜଗି ରହୁଛନ୍ତି ।

 Nabarangpur Woman Penance In Forest

ପାପଡ଼ାହାଣ୍ଡି ନିକଟସ୍ଥ ଦଳେଇଗୁଡ଼ା ଗାଁର ସିଙ୍ଗି ହରିଜନ ଗାଈ ଚରାଉ ଥିବାବେଳେ ଝଡ଼ାଫୁଙ୍କା କରି ପରିବାର ଚଳାଇଥାନ୍ତି ପତ୍ନୀ ବାଲମତି ହରିଜନ । ଉଭୟ ଅଲେଖ ମହିମା ଧର୍ମ ଗ୍ରହଣ କରିଛନ୍ତି । ଗତ ଶନିବାର ରାତିରେ ସମସ୍ତେ ଶୋଇଥିବା ବେଳେ କାହାରିକୁ କିଛି ନକହି ଘରୁ ବାହାରି ଯାଇଥିଲେ ସ୍ତ୍ରୀ ବାଲମତି ହରିଜନ । ସକାଳ ହେବା ପରେ ବାଲମତି ଘରେ ନଥିବା ଦେଖି ସ୍ୱାମୀ ସିଙ୍ଗି ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ଧାମନାପଦର ଗାଁଠାରୁ କିଛି ଦୂରରେ ଥିବା ବାହାଲି ଜଙ୍ଗଲର ଏକ ଛୋଟିଆ ପାହାଡ଼ରେ ତପସ୍ୟାରତ ଅବସ୍ଥାରେ ବସିଥିବା ଦେଖିବାକୁ ପାଇଥିଲେ ।

 Nabarangpur Woman Penance In Forest

ଜଙ୍ଗଲକୁ ଯାଇ ତପସ୍ୟା କଲେ ଭଗବାନଙ୍କ କୃପା ମିଳିବ ବୋଲି ସ୍ୱପ୍ନାଦେଶ ହୋଇଥିବା କହିଛନ୍ତି ବାଲମତି । ତିନି ଦିନ ‌ହେଲା ବାଲମତି ଦୁଇ ଚାମଚ କ୍ଷୀର ପିଉଥିବା ବେଳେ ଭୋର ପ୍ରାୟ ୪ ଟାରେ ଗାଧୋଇବାକୁ ଯାଉଛନ୍ତି । ସେ ତିନି ଦିନ ହେଲା କାହା ସହ କଥା ହୋଇ ନାହାନ୍ତି । ବାଲମତି ତପସ୍ୟାରତ ଥିବା ବେଳେ ଲୋକେ ତାଙ୍କ ନିକଟରେ ନଡ଼ିଆ ଓ କଦଳୀ ଭୋଗ ଲଗାଇବା ସହ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ‌ଲୋକ ଟଙ୍କା ମଧ୍ୟ ଦାନ କରୁଛନ୍ତି । ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ବେଳେ ଭଗବତ୍ ଆରାଧନା କରୁଥିବା ବାଲମତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଘଞ୍ଚ ଜଙ୍ଗଲରେ ଭଗବତ୍ ଆରାଧନା, ଅଖିଆ ଅପିଆ ତପସ୍ୟା କରୁଛନ୍ତି ନିରାବତୀ

କରୋନା ମହାମାରୀ ପୂର୍ବରୁ ଚୀନ୍ କ’ଣ ପାଇଁ କିଣିଥିଲା ଅଧିକ RTPCR କିଟ୍ ?

କରୋନାର ଉତ୍ପତ୍ତିକୁ ନେଇ ଲଗାତାର ଭାବେ ଚୀନ୍ ବିବାଦରେ ରହିଆସିଛି। ଖାଲି ଏତିକି ନୁହେଁ ଭାଇରସର ଉତ୍ପତ୍ତିକୁ ନେଇ ଚୀନ୍ ସବୁବେଳେ ବୟାନ ବଦଳାଇଥାଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚୀନକୁ ପୁଣି ସନ୍ଦେହ ଘେରକୁ ଟାଣିଛି।

ଅଷ୍ଟ୍ରେଲିଆ ଓ ଆମେରିକାର ଜଏଣ୍ଟ ସାଇବର ସିକ୍ୟୁରିଟି ଫର୍ମ କରୋନା ସହ ଚୀନର କନେକ୍ସନକୁ ନେଇ ଖୁଲାସା କରିଛି । ଏକ ରିସର୍ଚ୍ଚ ଆଧାରରେ ଦାବି କରିଛି ଯେ ଚୀନରେ କରୋନାର ପ୍ରଥମ ମାମଲା ଚିହ୍ନଟ ହେବା ନେଇ ଯେଉଁ ତାରିଖ କୁହାଯାଇଥିଲା ତାହାର ଏକମାସ ପୂର୍ବରୁ ବହୁ ପରିମାଣରେ କରୋନା ଟେଷ୍ଟିଂ ଉପକରଣ କିଣାଯାଇଥିଲା ।

ସିକ୍ୟୁରିଟି ଫର୍ମ ଇଣ୍ଟରନେଟ୍-୨.୦ର ମୁତାବକ ଚୀନର ଉହାନ୍ ପ୍ରାନ୍ତରେ ୨୦୧୯ ମସିହାରେ PCR ଟେଷ୍ଟ୍ କିଟର ଚାହିଦା ଅଚାନକ ବଢିଯାଇଥିଲା । ୨୦୧୯ ମସିହାରେ ହୁବଇ ପ୍ରାନ୍ତରେ RT-PCR ଟେଷ୍ଟ୍ ଉପରେ ୬୭.୪ ମିଲିୟନ୍ ୟୁଆନ୍ (୧୦.୫ ମିଲିଅନ୍ ଡଲାର) ଖର୍ଚ୍ଚ କରାଯାଇଥିଲା । ଯାହା ୨୦୧୮ ମସିହାରେ ହୋଇଥିବା ଟେଷ୍ଟିଂ ଠାରୁ ଦୁଇଗୁଣା ଅଟେ।

ଉହାନରେ ଦେଖାଯାଇଥିଲା ପ୍ରଥମ ମାମଲା 
କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ RT-PCR ଟେଷ୍ଟକୁ ସଠିକ୍ ଯାଞ୍ଚ ଭାବେ ବିବେଚନା କରାଯାଏ । ଯେଉଁଥିରେ ବୈଜ୍ଞାନିକମାନେ DNA ନମୁନା ସ୍କ୍ରିନିଂ କରି ସଂକ୍ରମଣ ଚିହ୍ନଟ କରିଥାନ୍ତି। ଅଧିକାଂଶ ପରୀକ୍ଷା କିଟ୍ ହୁବେଇର ଉହାନ ସହରରେ କିଣାଯାଇଥିଲା । ଏହି ସହରରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିବା ନେଇ ଚୀନ୍ ଦାବି କରିଥିବା ବେଳେ ଏଠାରେ ହିଁ ସବୁଠୁ ଅଧିକ ଟେଷ୍ଟ କିଟ୍ କିଣାଯାଇଥିଲା ।

କରୋନାକୁ ପ୍ରଥମେ ଚୀନ୍ ନିମୋନିଆ କହିଥିଲା
ଉହାନ୍ ସହରରେ ନିମୋନିଆର ଏକ ଅଦ୍ଭୁତ ମାମଲା ଦେଖାଯାଇଛି ବୋଲି ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ଚୀନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ କହିଥିଲା । ପରେ ଜାନୁଆରୀ ୭ ତାରିଖ ବେଳକୁ ଚୀନ୍ ଆଧିକାରିକ ଭାବେ କରୋନାର ନୂଆ ଭାରିଆଣ୍ଟ୍  SARS-Covid-2 ତଥା କୋଭିଡ-୧୯ ନେଇ ଘୋଷଣା କରିଥିଲା।

ଲଘୁଚାପ ବର୍ଷାରେ ଭିଜିପାରେ ଦଶହରା

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । କ୍ରମେ ଏହା ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୪ ଓ ୧୫ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଏହାର ରୂପରେଖ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପଷ୍ଟ ହେବ ।

ଅନ୍ୟପଟେ ଆଜିଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଗୁଜରାଟରୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ବିଦାୟ ନେଇଛି । ଏହାସହ ପଶ୍ଚିମବଙ୍ଗ ଓ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।

ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଘଡ଼ଘଡ଼ି ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାକୁ ଆଲର୍ଟ ଦିଆଯାଇଛି । ସେହିଭଳି ୮ ତାରିଖରୁ ୯ ତାରିଖ ସକାଳ ଯାଏଁ ବର୍ଷା ଘଡ଼ଘଡ଼ି ନେଇ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

ରସାୟନ ବିଜ୍ଞାନରେ ୨ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ ।

ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।

ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍-୨’: ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ବୁଧବାର ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ମାସରେ ୧୩ ପରବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ । ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ନିଜେ ଓଡ଼ିଆଙ୍କ ନିଜସ୍ୱ ଖାଦ୍ୟ ‘ପଖାଳ’ ଖାଇବାକୁ ପସନ୍ଦ କରିଥାନ୍ତି । ଏପରିକି ଦେଶର ପ୍ରମୁଖ ରାଜନୀତିଜ୍ଞମାନଙ୍କୁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଖାଦ୍ୟରେ ଆପାୟ୍ୟିତ କରାଇବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଭୁଲନ୍ତି ନାହିଁ । ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା । ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

କଲରାପତରିଆ ଛାଲ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସ୍‌ଟିଏଫ୍

କଲରାପତରିଆ ଛାଲ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ । କନ୍ଧମାଳ ବାଲିଗୁଡ଼ା ରେଞ୍ଜ ସିପତିଗୁଡ଼ାରୁ ବାଘଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ବାଲିଗୁଡ଼ା ହାଟପଡ଼ା ସାହିର ବିଦ୍ୟାଧର ନାୟକ । ତାଙ୍କ ଠାରୁ ବାଘ ଛାଲ ସମେତ ଶୀକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ । ଏସଟିଏଫର ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୧୬ଟି କଲରାପତରିଆ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ମାମଲାରେ ୩୩ ଜଣ ଶିକାରୀ ଓ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବା ଏସଟିଏଫ କହିଛି ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍ ପାର୍ଟିରୁ ଗିରଫ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ: ଡ୍ରଗ୍ସ ନୁହଁ ଗଞ୍ଜେଇ ସିଗାରେଟ୍ ଥିଲା

ରାଜଧାନୀର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଫରେଷ୍ଟ ପାର୍କ ଅଞ୍ଚଳର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଘୋଷଣା ହୋଇଛି କଣ୍ଟେନମେଣ୍ଟ ଜୋନ । ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କଣ୍ଟେମେଣ୍ଟ ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ସେହିପରି କଣ୍ଟେନମେଣ୍ଟ ଜୋନ ଭିତରର ଲୋକଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ।

କଣ୍ଟେନମେଣ୍ଟ ଜୋନ ପରିସରରେ ଥିବା ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । କଣ୍ଟେନମେଣ୍ଟର ଜୋନର ସମସ୍ତ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବ ବିଏମସି । ଏନେଇ ସୂଚନା ଦେଇଛନ୍ତି ବିଏମସି ଦକ୍ଷିଣ ପଶ୍ଚିମ ଜୋନର ଡେପୁଟି କମିଶନର ରବି ନାରାୟଣ ସେଠୀ ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍ ପାର୍ଟିରୁ ଗିରଫ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ: ଡ୍ରଗ୍ସ ନୁହଁ ଗଞ୍ଜେଇ ସିଗାରେଟ୍ ଥିଲା

ଟାଟା କମ୍ପାନୀ ନାଁରେ ମିଛ ନିଯୁକ୍ତି ମାମଲା: ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପଙ୍କ ଝିଅ

ଭୁବନେଶ୍ୱର: ଟାଟା ନାଁ ରେ ମିଛ ନିଯୁକ୍ତି ମାମଲା । ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଓକିଲଙ୍କ ଜରିଆରେ ଇଡି କାର୍ଯ୍ୟାଳୟରେ ସମୟ ମାଗିଲେ ପ୍ରଦୀପଙ୍କ ଝିଅ । ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ଇଡି । ପ୍ରଥମଥର ହାଜର ନହେବାରୁ ଦ୍ୱିତୀୟ ଥର ସମନ କରିଥିଲା ଇଡି । ଗତକାଲି ପ୍ରଦୀପଙ୍କ ସମୁଦି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡିରେ ହାଜର ହୋଇଥିଲେ । ବେଆଇନ ଆର୍ଥିକ କାରବାର ନେଇ ତାଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲେ ଇଡିର ୩ଜଣ ଅଧିକାରୀ ।

 

କେଉଁ ବାବଦକୁ ଆକାଉଣ୍ଟ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା ? ପୁଅ ଆକାଶ ପାଠକଙ୍କୁ ପଠାଇଥିବା ଟଙ୍କା କାହାର ? ଏତେ ଟଙ୍କା ପୁଅ ଆକାଉଣ୍ଟକୁ କାହିଁକି ପଠାଇଥିଲେ ? ବନୀକରଣ ନାଁରେ ହେରଫେର ହୋଇଛି କି ସରକାରୀ ଅର୍ଥ ? ପଦବୀରେ ଥିବା ବେଳେ ଅପବ୍ୟବହାର ହୋଇଛି କି ସରକାରୀ ଟଙ୍କା ? ଦିନସାରା ଏଭଳି ଅନେକ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଅଭୟ। ସେ ଆଣିଥିବା କାଗଜପତ୍ରକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ପୂର୍ବରୁ ଅଭୟ କାନ୍ତ ପାଠକ, ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ବର୍ଷ ନଭେମ୍ବର ୨୫ତାରିଖରେ ଓଡିଶା, ମୁମ୍ବାଇ ଓ ବିହାରର ୧୨ଟି ଜାଗାରେ ଭିଜିଲାନ୍ସ ରେଡ୍‌ କରିଥିଲା। ଭିଜିଲାନ୍ସ ପାଖରୁ ସମସ୍ତ ତଥ୍ୟ ନେବାପରେ ତଦନ୍ତ କରୁଛି ଇଡି।