spot_img
Home Blog Page 5111

ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଷୀ ହତ୍ୟା ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅନୁମତି ମିଳିଲା ନାହିଁ । ସେ ଆଜି ଲକ୍ଷ୍ମୌକୁ ଏକ ଗସ୍ତରେ ଯିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ୟୁପି ସରକାର ତାଙ୍କୁ ଚାଷୀଙ୍କ ପରିବାରକୁ ଭେଟିବାକୁ ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ସୀତାପୁରରେ ଇଣ୍ଟରନେଟ ସେବା ବାତିଲ ହୋଇଛି ।

ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା ।

ତେବେ ବର୍ତ୍ତମାନ କୌଣସି ନେତାଙ୍କୁ ଲଖିମପୁର ଆସିବା ପାଇଁ ସୁଯୋଗ ଦିଆଯାଉନି । ଯାହାକୁ ନେଇ ବିରୋଧୀମାନେ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଲାଠିମାଡ଼, ବ୍ରେନ୍ ହାମରେଜ ଓ ଘୋଷାଡି ହୋଇଯିବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏପଟେ ଘଟଣାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

ସେପଟେ ଉତ୍ତର ପ୍ରଦେଶ ଲଖିମପୁରରେ ଚାଷୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ। ଏ ନେଇ ଏକ ୬ ଜଣିଆ ଟିମ୍ ଗଠନ ହୋଇଛି । ଘଟଣା ଦିନ ପ୍ରକୃତରେ କଣ ଘଟିଥିଲା? କିଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଗାଡି ଚଢ଼ିଗଲା ? ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଛାନବିନ କରିବ ଏସଆଟି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ । ସେପଟେ ଏ ତମାମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ରାଜ୍ୟରେ ଆଉ ୫୩୯ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୮୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୪୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୯୦ ଜଣ, କଟକରୁ ୮୪ ଜଣ,ମୟୂରଭଞ୍ଜରୁ ୨୭ ଜଣ, ପୁରୀରୁ ୨୩ ଜଣ,ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୧୪ ଜଣ, ବାଲେଶ୍ବରୁ ୧୧ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ, କଳାହାଣ୍ଡିରୁ ୫ ଜଣ, ଅନୁଗୁଳ, ଭଦ୍ରକ,ଢ଼େଙ୍କାନାଳ ଓ ନୟାଗଡ଼ ଜି୍ଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗୀର, କନ୍ଧମାଳ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସାରା ଦେଶରେ ଆଜିଠୁ ଫେରିଯିବ ମୌସୁମୀ: ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ସମ୍ଭାବନା

ନୂଆଦିଲ୍ଳୀ: ସାରା ଦେଶରେ ଆଜିଠୁ ଆରମ୍ଭ ହେବ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଉତ୍ତର-ପଶ୍ଚିମ ଭାରତରୁ ଫେରିବା ଆରମ୍ଭ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ଏକ ଟ୍ରଫ ଲାଇନ୍ ପଶ୍ଚିମବଙ୍ଗ, ସିକିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଦେଇ ଗତି କରିଛି । ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବର୍ଷାରେ ଭିଜିବ ଦଶହରା । ପ୍ରଶାନ୍ତ ମହସାଗରର ପଶ୍ଚିମରେ ଫିଲିପାଇନ୍‌ସ ନିକଟରେ ବାତ୍ୟାର ରୂପ ନେଇପାରେ ଘୂର୍ଣ୍ଣିବଳୟ । ଆସନ୍ତା ୧୫ ତାରିଖରେ ଏହା ଅବପାତର ରୂପ ନେବ । ବାତ୍ୟାର ନାଁ ରହିଛି ଲେନି । ୮ ତାରିଖ ବେଳକୁ ଭିଏତନାମ, ଥାଇଲାଣ୍ଡ ହୋଇ ମିଆଁମାରର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ ବାତ୍ୟା । ଧୀରେ ଧୀରେ ଏହି ଅବପାତ ଉତ୍ତର ପଶ୍ଚିମ ଓ ପରେ ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାରେ ବର୍ଷା ଲାଗି ରହିବା ସହ ୧୧ ତାରିଖରୁ ପାଗ ମେଘୁଆ ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଆନ୍ଧ୍ରପ୍ରଦେଶର କାକିନଡ଼ା ଓ ମଛଲିପଟ୍ଟନମ୍‌ର ସ୍ଥଳଭାଗ ଆଡ଼କୁ ମୁହାଁଇବ । ସେପଟେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବା ପାଇଁ ଉପଯୁକ୍ତ ଜଳବାୟୁ ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ଏଥିସହିତ ପଢ଼ନ୍ତୁ: ଆଉ ନାହାନ୍ତି ରାମାୟଣର ରାବଣ: ହୃଦଘାତରେ ଚାଲିଗଲା ଜୀବନ

ଆଉ ନାହାନ୍ତି ରାମାୟଣର ରାବଣ: ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଆଉ ନାହାନ୍ତି ରାମାୟଣର ରାବଣ । ରାମାନନ୍ଦ ସାଗରଙ୍କ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାବଣଙ୍କ ଦେହାନ୍ତ ହୋଇଛି । ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ  ୮୨ ବର୍ଷ ବୟସରେ ପରଲୋକ ହୋଇଛି ।  ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ। ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କର ନିଧନ ହୋଇଛି । ଆଜି ସକାଳେ ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅରବିନ୍ଦଙ୍କ ପୁତୁରା କୌସ୍ତୁଭ ତ୍ରିବେଦୀ ଏନେଇ ସୂଚନା ଦେଇଛନ୍ତି।

ଅରବିନ୍ଦ ତ୍ରିବେଦୀ ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରୁଥିଲେ। ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ଖୁବ୍ ପ୍ରଶଂସା ସାଉଁଟିଥିଲେ। ସେ ଟିଭି ଧାରାବାହିକ ବିକ୍ରମ ବେତାଳରେ ମଧ୍ୟ ଅଭିନୟ କରିଥିଲେ। ସେ ଛୋଟ ପରଦାରେ ଫ୍ୟାନ୍ସମାନଙ୍କ ହୃଦୟକୁ ଜିଣି ପାରିଥିଲେ।

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କର ଅଭିନୟ କଳାରେ ଦର୍ଶକଙ୍କୁ ହୃଦୟକୁ ଛୁଇଁ ପାରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେ ପ୍ରାୟ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଫିଲ୍ମରେ କାମ କରିଛନ୍ତି। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ୧୯୯୧ରେ ସେ ଭାରତୀୟ ଜନତା ପାର୍ଟିର ଟିକେଟ୍‌ରେ ସାଂସଦ ମଧ୍ୟ ହୋଇଥିଲେ ।

ଆଜି ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଶେଷ ଦିନ, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ୱରୀ

ଭୁବନେଶ୍ୱର/ସମ୍ୱଲପୁର: ଆଜି ପବିତ୍ର ମହାଳୟା ଶ୍ରାଦ୍ଧ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଆତ୍ମୀୟ ମାନେ ଆଜି ଶ୍ରାଦ୍ଧ ଦେଇଥାନ୍ତି । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ହେଉଛି ଶ୍ରେଷ୍ଠତମ । ଗତ ୧୫ଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ ।

ଅପରପକ୍ଷରେ ମହାଳୟାରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । କୋଭିଡ କଟକଣା ମାନି ଭକ୍ତ ମାଙ୍କ ଧବଳମୁଖୀ ବେଶ ଦର୍ଶନ କରୁଛନ୍ତି । ସକାଳ ୬ଟାରୁ ସଂଦ୍ଧ୍ୟା ୭ ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବାର ବ୍ୟବସ୍ଥା ରହିଛି । ବର୍ଷ ତମାମ ମା ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ, ମହାଳୟା ଦିନ ହିଁ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ମା’ ଦର୍ଶନ ଦେଇଥାନ୍ତି । ମାଙ୍କର ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଲଖିମପୁର ଚାଷୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଏସ୍‌ଆଇଟି

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲଖିମପୁରରେ ଚାଷୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ । ଏ ନେଇ ଏକ ୬ ଜଣିଆ ଟିମ୍ ଗଠନ ହୋଇଛି । ଘଟଣା ଦିନ ପ୍ରକୃତରେ କ’ଣ ଘଟିଥିଲା । କିଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଚଢ଼ିଗଲା ଗାଡ଼ି । ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଛାନଭିନ୍ କରିବ ଏସଆଟି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ । ସେପଟେ ଏ ତମାମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଆଜି ମୃତ ଚାଷୀଙ୍କ ପରିବାରକୁ ଭେଟିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏଥିସହ ସୀତାପୁରରେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରିୟଙ୍କା ଗାନ୍ଧିଙ୍କୁ ପୋଲିସ ଗିରଫ କରିଥିବା ବେଳେ କୌଣସି ନେତାଙ୍କୁ ଲଖିମପୁର ଆସିବା ପାଇଁ ସୁଯୋଗ ଦିଆଯାଉନି । ଯାହାକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି ତମାମ ବିରୋଧୀ । ସେପଟେ ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଲାଠିମାଡ଼, ବ୍ରେନ୍ ହାମରେଜ ଓ ଘୋଷାଡି ହୋଇଯିବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏପଟେ ଘଟଣାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।

ଏଥିସହିତ ପଢ଼ନ୍ତୁ: ଲକ୍ଷ୍ନୌ ବିମାନବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲା ପୋଲିସ: ଧାରଣାରେ ବସିଲେ ଭୂପେଶ

 

ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍-୨୦୨୧ର ଶାରଜାହରେ ୫୧ତମ ମ୍ୟାଚ୍ ଖେଳାଯାଇଛି । ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ କରିଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ ରୟାଲ୍ସ । ୩.୪ ଓଭରରେ ୨୭ ରନ୍ ହୋଇଥିବା ବେଳେ ପ୍ରଥମେ ଆଉଟ୍ ହୋଇଥିଲେ ଜୟଶ୍ୱାଲ । ତାପରେ ୫.୩୦ ଓଭରରେ ୪୧ ରନ୍ ହୋଇଥିବା ବେଳେ ଲୁଇସ୍ ପ୍ୟାଭିଲିୟନ୍ ଫେରିଥିଲେ । ଏମିତି ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୯୦ ରନ୍ କରିଥିଲା ।

IPL 2021 Mumbai Indians Beat Rajasthan Royals by 8 Wickets

ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୨ ୱିକେଟ୍ ବିନିମୟରେ ୮.୨ ଓଭରରେ ୯୪ ରନ୍ କରି ମ୍ୟାଚକୁ ଜିତି ନେଇଛି । ଦଳ ପକ୍ଷରୁ ମୁସ୍ତାଫିଜୁର ୩୨ ରନ୍ ଓ ଚେତନ ସକାରିୟା ୩୬ ରନ୍ କରିଛନ୍ତି । ସେହିଭଳି ନଥନ ୪ଟି ୱିକେଟ୍ ନେଇଥିବା ବେଳେ ନିଶମ ୩ଟି ଓ ଯଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଛନ୍ତି । ଆସନ୍ତାକାଲି ଆଇପିଏଲର ୫୨ ତମ ମ୍ୟାଚ୍ ଆବୁଧାବିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

କାଶ୍ମୀରରେ ଆତଙ୍କବାଦୀଙ୍କ ସିରିଜ୍ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ୨ ଘଣ୍ଟା ମଧ୍ୟରେ ତିନିଜଣଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ ଆତଙ୍କବାଦୀ ଶ୍ରୀନଗରର ଇକବାଲ ପାର୍କ ନିକଟ ବିନ୍ଦୁର ମେଡିକେଟ ମାଲିକ ମାଖନ ଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ମାଖନଙ୍କୁ ମେଡିକାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନେଇଛନ୍ତି । ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିନ୍ଦରୁଙ୍କୁ ହତ୍ୟା ନେଇ ରାଜ୍ୟର ପୂର୍ବତନ ମୁଖ୍ୟନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆକ୍ରମଣର ନିନ୍ଦା କରିଛନ୍ତି ।

କୁହାଯାଉଛି, କାଶ୍ମୀର ପଣ୍ଡିତ ମାନଙ୍କୁ ମଧ୍ୟରୁ ବିନ୍ଦରୁ ହେଉଛନ୍ତି ସେହି ଯିଏ କି ୧୯୯୦ ପରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଆରମ୍ଭ ପରେ ବି କାଶ୍ମୀର ଛାଡ଼ି ନଥିଲେ । ପତ୍ନୀଙ୍କ ସହ ଶ୍ରୀନଗରରେ ରହି ବିନ୍ଦରୁ ଫାର୍ମାସୀ ଚଳାଇଥିଲେ ।

ବିନ୍ଦରୁଙ୍କୁ ହତ୍ୟା ପରେ ଆତଙ୍କବାଦୀ ଜଣେ ଗୁପଚୁପ୍ ବିକାଳିଙ୍କୁ ଗୁଳି କରିଥିଲେ । ରାସ୍ତା କଡ଼ରେ ଗୁପଚୁପ୍ ବିକୁଥିବା ମୃତକ ଜଣଙ୍କ ବିହାରର ବିରେନ୍ଦ୍ର ପାଶୱାନ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଉତ୍ତରକାଶ୍ମୀରର ବାନ୍ଦିପୋରାରେ ଅଜଣା ବନ୍ଧୁକଧାରୀ ଜଣେ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ୍‌ କପୋରେସନ ଇନ୍‌ ଏ ଚେଞ୍ଜିଂ ୱାର୍ଲ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଏହି ପୁସ୍ତକ ଲିଖିତ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମ୍ପର୍କ ପ୍ରାଚୀନ ଓ ନିବିଡ଼ । ଉପନିବେଶବାଦ ବିରୋଧରେ ଉଭୟ ଦେଶର ସଂଗ୍ରାମ ଉଭୟଙ୍କୁ ନିକଟତର କରିଛି । ମହାତ୍ମା, ମାଦିବା ଓ ଜାହାଜି ଭାଇ ମାନେ ଦୁଇ ଦେଶର ଭାବଗତ ସମ୍ପର୍କର ନିଦର୍ଶନ ହୋଇଛି ।

ମହାତ୍ମାଗାନ୍ଧୀଙ୍କ ରାଜନୈତିକ ଜୀବନର ମୂଳଦୁଆ ଦକ୍ଷିଣ ଆଫ୍ରିକାରୁ ହିଁ ପଡ଼ିଥିଲା । ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସେଠାରେ ତାଙ୍କର ଅହିଂସା ସଂଗ୍ରାମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସଂଖ୍ୟା ଏବେ ମୋଟ ଲୋକ ସଂଖ୍ୟାର ୩ ପ୍ରତିଶତ ।

ବର୍ଣ୍ଣ ବୈଷମ୍ୟବାଦର ଅବସାନ ପରେ ୧୯୯୪ ଠାରୁ ଉଭୟ ଦେଶ NAM, G-୭୭ ଓ BRICS ଆଦି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକାଠି କାର୍ଯ୍ୟ କରି ସେମାନଙ୍କ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ସୁଦୃଢ କରିଛନ୍ତି । କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡଃ ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି । ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସମ୍ପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟରେ ମୋ ସରକାରର ଅଗ୍ରଗତି ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ସବୁ ସ୍ତରରେ, ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍‌ ନେବାପାଇଁ ସେ ପରାମର୍ଶ ଦେଇଛନ୍ତି ।

Image

ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍‌ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ୱାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ।

ରାଜ୍ୟ ସରକାରଙ୍କ ପ୍ରଶାସନ 5T ନୀତି ଦ୍ୱାରା ପରିଚାଳିତ ଏବଂ ଏହାଦ୍ୱାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ୱର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକ ମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡ଼ା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମ ଗୁଡ଼ିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି ।

ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ । ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ । ମୋ ସରକାର କାର୍ଯ୍ୟକ୍ରମରେ ଟେକ୍ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ । ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ ।

Image

ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ୱାରା ଓଡ଼ିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ୱାସକୁ ଭିତ୍ତିକରି ସବୁସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡ଼ିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥା ହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି ।

Image

ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁ ବିଭାଗ ଗୁଡ଼ିକର ଫିଡବ୍ୟାକ୍ ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗ ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ୱ । ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ବୋଲି ସେ କହିଥିଲେ ।

Image

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ସଚିବ ମନୋଜ କୁମାର ମିଶ୍ର ମୋ ସରକାର ଉପରେ ଏକ ଉପସ୍ଥାପନା ରଖି କହିଥିଲେ, ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି । ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨ କୋଟି ଲୋକଙ୍କ ଡାଟାବେସ୍‌ ରଖାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।