spot_img
Home Blog Page 5112

ଏଣିକି ଡିଜିଟାଲ ଲଢ଼େଇ ଲଢ଼ିବ ବିଜେଡି

ଭୁବନେଶ୍ୱର: ଅପପ୍ରଚାର ରୋକିବାକୁ ଭିଡ଼ିଲେ ଅଣ୍ଟା । ଏଣିକି ଡିଜିଟାଲ ଲଢ଼େଇ ଲଢ଼ିବ ବିଜେଡି । ବିରୋଧୀଙ୍କ ଅପପ୍ରଚାରକୁ ଡିଜିଟାଲ ମାଧ୍ୟମରେ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସାରା ରାଜ୍ୟରେ ଯୁବ ଓ ଛାତ୍ର ବିଜେଡି ସଦସ୍ୟଙ୍କୁ ଟ୍ରେନିଂ ଦିଆଯିବ । ଏଥିପାଇଁ ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ କରାଯାଇଛି । କାରଣ ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ଜାତୀୟ ଦଳ ଅଧିକ ମିଥ୍ୟା ପ୍ରଚାର କରୁଥିବା ରିପୋର୍ଟ ମିଳିଛି ।

BJD To Fight Digital War Against Rumour

ନିରବରେ ଆଉ ଶୁଣାଯିବନି ନିନ୍ଦା । ସୋସିଆଲ ମିଡିଆରେ ଆଉ ସାଇଲେଣ୍ଟ ରହିବନି ବିଜେଡି । ସରକାରଙ୍କୁ ଘେରିଲେ ଦିଆଯିବ ଉଚିତ୍ ଜବାବ । ବିଜେଡି କରିବ ଡିଜିଟାଲ ୱାର୍ । ଧାନ କିଣା, ମଣ୍ଡି ସମସ୍ୟା, ଦାଦନ ସମସ୍ୟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏପରି କିଛି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ସୋସିଆଲ ମିଡଆରେ ବାରମ୍ବାର ଅପପ୍ରଚାର କରୁଛନ୍ତି । ଏହାକୁ ରୋକିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିଜିଟାଲ ପ୍ଲାଟଫର୍ମରେ ମାର୍ଜିତ ଢଙ୍ଗରେ ଜବାବ ଦେବେ ଯୁବ ଓ ଛାତ୍ର ବିଜେଡି । ପ୍ରତି ବ୍ଲକରୁ କର୍ମୀ ବାଛି ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ ।

BJD To Fight Digital War Against Rumour

ପଶ୍ଚିମ ଓଡ଼ିଶାରୁ ଅଧିକ ଅପପ୍ରଚାର ଓ ଗୁଜବ ଅଭିଯୋଗ ଆସୁଥିବାରୁ ଏହି ଅଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଆସନ୍ତା ଅକ୍ଟୋବର ୭ରୁ ୧୦ ଯାଏଁ ଦେବଗଡ଼, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ହେବ ଡିଜିଟାଲ କର୍ମଶାଳା । ଯୁବ ଓ ଛାତ୍ରର ଜଣେ ଲେଖାଏ କର୍ମୀ ବୁଲି ବୁଲି ଏହାର ସଂଯୋଜନା କରିବେ ।

୨୦୧୬ ପରଠାରୁ ବିଭିନ୍ନ ରାଜେନୖତିକ ଦଳ ଡିଜିଟାଲ ପ୍ଲାଟଫର୍ମରେ ଲଢେଇ ଆରମ୍ଭ କରିଛନ୍ତି । ହେଲେ କିଛି ନିର୍ଦ୍ଦିଷ୍ଟ ଜାତୀୟ ଦଳ ସୀମା ପାରି କରୁଥିବା ଲକ୍ଷ୍ୟ କରାଯାଉଛି । ଏ ନେଇ କଡ଼ା ଆଇନ୍ ଥିଲେ ମଧ୍ୟ ସେମାନେ ଖାତିର କରୁ ନାହାଁନ୍ତି । ହେଲେ ବିଜେଡି ଆଇନ୍ ଅନୁସାରେ ଡିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରିବ । ଏପରିକି ଆସନ୍ତା ପଞ୍ଚାୟତ ନିର୍ବାଚନରୁ ସକ୍ରିୟ ଭାବେ ଚାଲିବ ଡିଜିଟାଲ ୱାର୍ ।

BJD To Fight Digital War Against Rumour

ବିଜେଡିକୁ ଡିଜିଟାଲ ମାଧ୍ୟମରେ ଯୋଡ଼ିବାକୁ ପ୍ରତି ଜିଲ୍ଲାର ଲୋକପ୍ରିୟ ବ୍ୟକ୍ତିଙ୍କୁ ଇନଫ୍ଲୁଏନ୍ସର ଭାବେ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ଜରିଆରେ ବିଜେଡିର ସୋସିଆଲ ମିଡିଆ କାର୍ଯ୍ୟକ୍ରମକୁ ପ୍ରସାର କଲେ ଅଧିକ ଲୋକଙ୍କ ପାଖରେ ପହଞ୍ଚି ହେବ ।

ବୁମ୍ ଦେଖାଇ ମାଗୁଥିଲେ ଦାଦା ବଟି

ଭୁବନେଶ୍ୱର: ରାଜଧାନୀରୁ ପୁଣି ବନ୍ଧା ହେଲେ ୨ ୱେବ ସାମ୍ବାଦିକ । ବୁମ୍ ଦେଖାଇ ମାଗୁଥିଲେ ଦାଦା ବଟି । ଗିରଫ ଦୁଇ ଜଣ ୱେବ ସାମ୍ବାଦିକ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ ଓ ଚନ୍ଦ୍ରକାନ୍ତ ଦଳେଇ । ଦୁଇ ଜଣଙ୍କ ଠାରୁ କମ୍ପ୍ୟୁଟର, ପ୍ରିଣ୍ଟର, ବୁମ୍ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ମଞ୍ଚେଶ୍ୱର ଅଞ୍ଚଳର ଜଣେ ମହିଳା ଚକେଇଶିଆଣିର ଅନ୍ୟ ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଦଶ ହଜାର ଟଙ୍କା ଧାର ଆଣିଥିଲେ । ଅଭିଯୋଗକାରୀ ମହିଳା ଜଣଙ୍କ ଟଙ୍କା ଦେବା ବିଳମ୍ବର କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

Two Web Journalist Arrested For Extortion In Bhubaneswar

ଏ ନେଇ ଟଙ୍କା ଧାର ଦେଇଥିବା ମହିଳାଙ୍କ କଥାରେ ଦୁଇ ୱେବ ସାମ୍ବାଦିକ ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ମାଗି ଧମକ ଦେବା ସହ ସୋସିଆଲ୍ ମିଡିଆରେ ଖବର ପ୍ରସାରଣ କରି ବଦନାମ କରିବାକୁ ଭୟ ଦେଖାଇଥିଲେ ।  ଗତ ୩ ତାରିଖରେ ମହିଳା ଜଣଙ୍କ ଦୁଇ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ସାମ୍ବାଦିକ ନାମରେ କୌଣସି ଲୋଙ୍କ ଭୟଭୀତ କରି ବଟି ମାଗିଲେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଡିସିପି ଅପିଲ୍ କରିଛନ୍ତି ।

କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲା, ୨ ଓଡ଼ିଆଙ୍କୁ ଗିରଫ କଲା NCB

ମୁମ୍ବାଇ: ମୁମ୍ବାଇ ରେଭ୍‌ ପାର୍ଟିରେ ଡ୍ରଗ୍ସ କାରବାର ମାମଲା । ୨ ଓଡ଼ିଆଙ୍କୁ ଗିରଫ କଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ଅଭିନ ସାହୁ, ମନୀଷ ରାଜଗରିଆକୁ ଏନସିବି ଗିରଫ କରିଛି । ରାଉରକେଲାର ମନୀଷ ରାଜଗରିଆଙ୍କ ସହ ରଘୁନାଥପାଲ୍ଲୀର ଅଭିନ ସାହୁଙ୍କୁ ଗିରଫ କରାଯାଇଛି । ଘଟଣାରେ ପୂର୍ବରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଗିରଫଙ୍କୁ କରାଯାଇଥିଲା ।

ଆଜି ୨ ଓଡ଼ିଆଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ଏନସିବି । ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି । ଆସନ୍ତାକାଲି ଗିରଫ ୪ ଜଣଙ୍କୁ କୋର୍ଟରେ ହାଜର କରାଯିବ । ଗିରଫ ୪ ଜଣ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜରେ ମହଜୁଦ୍ ଥିବା ଜଣାପଡ଼ିଛି ।

ଆଜି ସକାଳେ ଏନସିବି ଅବ୍ଦୁଲ କ୍ୱାଦିର ଶେଖ୍, ଶ୍ରେୟସ ନାଏର, ମନୀଷ ଡର୍ଯ୍ୟ ଓ ଅଭିନ ସାହୁଙ୍କୁ ଏନସିବି ଗିରଫ କରିଥିଲା । ସେମାନଙ୍କୁ ମୁମ୍ବାଇ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିବା ବେଳେ ଅକ୍ଟୋବର ୧୧ ଯାଏଁ ସେମାନଙ୍କୁ ଏନସିବି କଷ୍ଟଡିକୁ ପଠାଇଛନ୍ତି ।

ସାମୁଦ୍ରିକ ଜୀବ ବିଜ୍ଞାନ ଉପରେ ଗବେଷଣା ପାଇଁ ଗୋବର୍ଦ୍ଧନଙ୍କୁ ପୁରସ୍କାର

ଯାଜପୁର: ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବକୁ ବି ସମ୍ଭବ କରିପାରେ ମଣିଷ । ଅନ୍ତରୀକ୍ଷ ହେଉ କି ଗଭୀର ଜଳ, ଅତି ସୂକ୍ଷ୍ମ ଜୀବର କରିପାରେ ସନ୍ଧାନ । ଏମିତି ଏକ ଗବେଷଣା କରି ରାଜ୍ୟର ନାଁ ରଖିଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତର ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର । ଏବେ ଦେଶରେ ରହି ସମୁଦ୍ର ଗର୍ଭରେ ଥିବା ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

Odisha Man Received Award From National Institute of Marine Sciences 2020 For Marine Biology

ସମୁଦ୍ରର ଅଥଳ ଗର୍ଭରେ ଲୁଚିଛି ଅନେକ ବିସ୍ମୟ । ମଣିଷ ଆଖିକୁ ଏସବୁ ଦେଖାଯାଉ ନଥିଲେ ସୁଦ୍ଧା ଜଳରେ ଥିବା ଏହି ସୂକ୍ଷ୍ମ ଅଣୁଜୀବଙ୍କ ଭୂମିକା ପରିବେଶ ଓ ଜଳବାୟୁ ଉପରେ ଅନେକ ପ୍ରଭାବ ପକାଇଥାଏ । ଏମିତି ଏକ ତଥ୍ୟକୁ ଉପସ୍ଥାପନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡକ୍ଟରେଟ ଥେସିସ ସଂସ୍ଥାରେ ମନୋନୀତ ହେବା ସହ ୨୦୨୦ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର ପାଇଛନ୍ତି । ଇସ୍ରାଏଲରୁ ଜୀବ ବିଜ୍ଞାନ ଉପରେ ଗବେଷଣା କରି ଏବେ ଗାଁକୁ ଫେରିଛନ୍ତି ଗୋବର୍ଦ୍ଧନ ।

Odisha Man Received Award From National Institute of Marine Sciences 2020 For Marine Biology

ପିଲା ଦିନରୁ ଜୀବ ବିଜ୍ଞାନ ଉପରେ ରୁଚି ରଖିଥିଲେ ଗୋବର୍ଦ୍ଧନ । ରେଭେନ୍ସା କଲେଜରୁ ବିଏସସି ପରେ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସ୍ନାତୋକତ୍ତର ସାରି ୨୦୧୮ରେ ଗୋଆ ସ୍ଥିତ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନରୁ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ଇସ୍ରାଏଲ ସରକାରଙ୍କ ଦିଆ ଯାଇଥିବା ପୋଷ୍ଟ ଡକ୍ଟରେଟ ଫିଲୋସଫି ପ୍ରାପ୍ତ କରିବା ପରେ ସମୁଦ୍ର ଭିତରେ ଥିବା ଛୋଟ ଛୋଟ ଅଣୁଜୀବଙ୍କ ଉପରେ କରିଛନ୍ତି ଗବେଷଣା । ତାଙ୍କର ଏହି ଉଦ୍ୟମ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇଛି ।

https://youtu.be/RaCu5b2iibs

ସୁନ୍ଦରଗଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । ବିଶେଷକରି ବିଭିନ୍ନ ଫସଲ ଚାଷ, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ଷ୍ଟିଲ, ଉଦ୍ୟାନ କୃଷି, ଡାଏରୀ ଓ ଅନ୍ୟ ଜୀବିକା ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ।

Chairman WODC reviews field level progress of the developmental projects in Sundargarh district

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଥିବା ଅସିତ୍ ତ୍ରିପାଠୀ ସୁନ୍ଦରଗଡ଼ରେ ପହଞ୍ଚି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପ ପ୍ରୋତ୍ସାହନ ସଂସ୍ଥାକୁ ଜିଲ୍ଲାରେ ସମ୍ଭାବ୍ୟ ଶିଳ୍ପ ନେଇ ଅଧ୍ୟୟନ ପାଇଁ ପରାମର୍ଶ ଦେଇଛନ୍ତି ଅସିତ୍ ତ୍ରିପାଠୀ । ୧୫ ଦିନ ମଧ୍ୟରେ ଡିଆଇପିଏ ରିପୋର୍ଟ ଦେବ । ସେହିଭଳି ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପକୁ ନେଇ ଯୋଜନା ପ୍ରସ୍ତୁତ କରିବେ ଜିଲ୍ଲାପାଳ ।

Chairman WODC reviews field level progress of the developmental projects in Sundargarh district

ଜିଲ୍ଲାରେ ସୋରିଷ ଚାଷକୁ ୩୦ ହଜାର ହେକ୍ଟର୍ସକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚିନାବାଦାମ ସହ ସୋରିଷ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ । କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ଦେଓ ନଦୀ କୂଳରେ ଶିଳ୍ପର ବିକାଶ ପାଇଁ ଜମି ଦେଖିବାକୁ କୁହାଯାଇଛି । ସମୀକ୍ଷା ବୈଠକ ପରେ ଅସିତ୍ ତ୍ରିପାଠୀ ସୁନ୍ଦରଗଡ଼ ଆଉଟଡୋର୍ ଷ୍ଟାଡିୟମ୍ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚିକି ପ୍ରସ୍ତୁତ ସ୍ଥାନ, ମାଛ ପୋଖରୀ, ଚିଙ୍ଗିରିପାଲିର ମିଶ୍ରିତ କଦଳୀ ଚାଷ ଆଦି ବୁଲି ଦେଖିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆୟକାରୀ ପ୍ରକଳ୍ପକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

କିନ୍ନରଙ୍କୁ ନୂଆ ଅଧିକାର ଦେଲା ଓଡ଼ିଶା

ଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ କିନ୍ନରଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇଥିଲେ ରାଜ୍ୟ ସରକାର । ସରକାରଙ୍କ ଏଭଳି ପଦକ୍ଷେପକୁ କିନ୍ନର ସଂଘ ସ୍ୱାଗତ କରିଛି ।

Odisha Gives Equality Rights To Transgender`

ବଦଳିବ ଲୋକଙ୍କ ଦୃଷ୍ଟିଭଙ୍ଗୀ । କିନ୍ନରଙ୍କୁ ମିଳିଲା ସମାନତା ଅଧିକାର । ଗଠନ ହେବ କିନ୍ନର ପରାମର୍ଶଦାତା ପରିଷଦ । ପୂର୍ବରୁ କିନ୍ନରଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରିବା ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେଇଥିଲେ ରାଜ୍ୟ ସରକାର । ଏବେ କିନ୍ନରଙ୍କୁ ସମାନତା ଅଧିକାର ସୁନିଶ୍ଚିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ରାଜ୍ୟରେ ଖୁବ୍‌ଶୀଘ୍ର ଟ୍ରାନ୍ସଜେଣ୍ଡର ଆଡଭାଇଜରୀ କାଉନ୍‌ସିଲ ଗଠନ କରାଯିବ । ସେହିଭଳି ୩୦ ଜିଲ୍ଲାରେ ୨୫ରୁ ୩୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ମଧ୍ୟ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା ରହିଛି ।

 Odisha Gives Equality Rights To Transgender

୨୦୧୪ରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ପରେ ରାଜ୍ୟ ସରକାର ସେମାନେ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ସୃଷ୍ଟି କରିଛନ୍ତି । ଏବେ ପୁଣି ସମାନତା ଅଧିକାର ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛି କିନ୍ନର ମହାସଂଘ । ରାଜ୍ୟରେ ଟ୍ରାନ୍ସଜେଣ୍ଡର ୱେଲଫର ବୋର୍ଡ ପ୍ରତିଷ୍ଠା କରିବାକୁ ସଂଘ ସରକାରଙ୍କୁ ନିବେଦନ କରିଛି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ସୁଯୋଗ ଟ୍ରାନ୍ସଜେଣ୍ଡର ପର୍ସନ ଅଧିନିୟମ ୨୦୧୯ ଏବଂ କେନ୍ଦ୍ରୀୟ ନିୟମ ୨୦୨୦ ଅନୁଯାୟୀ ଟ୍ରାନ୍ସଜେଣ୍ଡର ଏଣିକି ଭେଦଭାବରୁ ମୁକ୍ତ ହୋଇପାରିବେ ।

ଲକ୍ଷ୍ନୌ ବିମାନବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲା ପୋଲିସ: ଧାରଣାରେ ବସିଲେ ଭୂପେଶ

ଲକ୍ଷ୍ଣୌ: ଉତ୍ତରପ୍ରଦେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଧାରଣା । ଲକ୍ଷ୍ଣୌ ବିମାନବନ୍ଦରରେ ଧାରଣାରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ୟୁପି ପୋଲିସ ଦ୍ୱାରା ଅଟକାଯିବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଭୂପେଶ ବାଘେଲ । ଲକ୍ଷ୍ମୀପୁର ଜିଲ୍ଲାରେ ପୋଲିସ ଦ୍ୱାରା ଅଟକ ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିବାକୁ ୟୁପି ଆସିଥିଲେ । ହେଲେ ପୋଲିସ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇନଥିଲା

ଶ୍ରୀ ବାଘେଲ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି ଠାରୁ ବେଆଇନ ଭାବେ ଅଟକ ଥିବା ବେଳ ପରେ ତାଙ୍କୁ ଗିରଫ କରାଯଇଛି । ଏବଂ ସେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ।  କିନ୍ତୁ ପୋଲିସ ମୋତେ ଯିବାକୁ ଦେଉନାହିଁ ବୋଲି ସେ କହିଛନ୍ତି ।

ଏଥିସହିତ ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପୋଲିସକୁ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ସେ କହୁଛନ୍ତି ୧୪୪ଧାରା ତ ଲକ୍ଷ୍ମୀପୁରରେ ଲାଗୁ କରାଯାଇଛି, ମୁଁ ଲକ୍ଷ୍ମୀପୁର ଯିବିନାହିଁ, ଅସୁବିଧା କ’ଣ?  ଏଥିସହିତ ସେ ଲେଖିଛନ୍ତି ଲକ୍ଷ୍ନୌବାସୀଙ୍କ ଆଦର ସତ୍କାର ନେଇ ବହୁତି ଶୁଣିଥିଲି, କିନ୍ତୁ ଏଠାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଆପଣ କ’ଣ କରିଦେଲେ ଯୋଗୀ ଜୀ..ଲକ୍ଷ୍ଣୌବାସୀଙ୍କୁ କେତେ ଖରାପ ଲାଗୁଛି ମୁଁ ବୁଝିପାରୁଛି , ଲୋକେ ବୁଝିପାରୁଥିବେ ସେ କ’ଣ ହରାଇଥିବେ ।

ଗଣଦୁଷ୍କର୍ମ ମାମଲାରେ ପକ୍ସୋ କୋର୍ଟଙ୍କ ରାୟ, ୩ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ

ରାଉରକେଲା: ୨୦୧୫ ରଘୁନାଥପାଲି ଥାନା ଅନ୍ତର୍ଗତ ଗାଡିଆଟୋଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ତିନି ଜଣ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଛନ୍ତି କୋର୍ଟ । ଏଥିସହ ତିନି ଜଣ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି । ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ।

Pocso Court Convicted 3 Culprit 25 Jail In Gang Rape Case

ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ସାତ ଲଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟ ରାୟ ଦେଇଛନ୍ତି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ପକ୍ସୋ କୋର୍ଟ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଏହି ଦଣ୍ଡ ବିଧାନ କରିଛନ୍ତି । ଗତ ୨୦୧୫ ମସିହା ମେ ମାସ ୧୦ ତାରିଖ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଥିଲା ।

ଗଞ୍ଜେଇ ମାଫିଆଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ପୋଲିସ

ଭୁବନେଶ୍ୱର: ନିଶା ବିରୋଧୀ ଅଭିଯାନ ଚଳାଇଛି ଓଡ଼ିଶା ପୋଲିସ । ଦିନକୁ ଦିନ ଗଞ୍ଜେଇ ଓ ଡ୍ରଗ୍ସ ଜବତ ମାତ୍ରା ବଢ଼ି ବଢ଼ି ଚାଲିଛି । ଏହି ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ଏମଭି-୭୫ ଥାନା ଅଞ୍ଚଳରେ ଗତ ଫେବ୍ରୁଆରୀରେ ବଡ଼ ରେଡ୍ କରିଥିଲା ପୋଲିସ । ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଥିଲା । ଏଥିରେ ସମ୍ପୃକ୍ତ ମାଫିଆଙ୍କ ବେଆଇନ୍ ସମ୍ପତ୍ତି ଫ୍ରିଜ୍ ପାଇଁ ପୋଲିସ କୋଲକାତା ସ୍ଥିତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା ।

ଏଥିସହ ପଢ଼ନ୍ତୁ: ଅପରେସନ୍ ନୀଳ ଜହର, ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍ ଓ ଡ୍ରୋନର ନିଆଯିବ ସହାୟତା

ଗଞ୍ଜେଇ ବେପାର ଲିପ୍ତ ମାଫିଆଙ୍କ ୩ କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଫ୍ରିଜ୍ କରାଯାଇଛି । ଅଭିଯୁକ୍ତଙ୍କ ୫ଟି କୋଠା, ୬ଟି ଗାଡ଼ି, ୧୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ । ୧୦ ଜଣଙ୍କର ସାଢେ ୩ କୋଟି ଟଙ୍କାର ବେଆଇନ ସମ୍ପତ୍ତିକୁ ଫ୍ରିଜ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ କ୍ରିଷ୍ଣା ବଲ୍ଲଭ, ନିର୍ଣ୍ଣାଲ ମଣ୍ଡଳ, ବିବେକାନନ୍ଦ ହାଲଦାର, ଦୀପକ ବାଲା, ରାଜେଶ ମଣ୍ଡଳ, ସୁଧା ମଣ୍ଡଳ । ନିଶା କାରବାର କରି ମାଫିଆ ମାନେ ବେଆଇନ୍ ଭାବରେ ସମ୍ପତ୍ତି ଓ ଘର ତିଆରି କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ।

 Forfeiture of property of more than Rs 3 Crore in NDPS case

ଏହି ସଫଳତା ପାଇଁ ପୋଲିସ ଡିଜି ମାଲକାନଗିରି ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ଫେବ୍ରୁଆରୀ ମାସରେ ୧୪ ଶହ କେଜି ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । କେବଳ ଜେଲ୍ ନୁହେଁ ବେଆଇନ୍ ସମ୍ପତ୍ତି ମଧ୍ୟ ଜବତ କରାଯିବ ବୋଲି ନିଶା ମାଫିଆକୁ ଚେତାବନୀ ଦେଇଛନ୍ତି ଡିଜି ଅଭୟ । ଏବେ ନିଶା ମାଫିଆଙ୍କ ଲାଭବାନ ସମ୍ପତ୍ତିକୁ ଜବତ କରିବା ଅଭିଯାନ ଆରମ୍ଭ କରିଛି ପୋଲିସ । ପୂର୍ବରୁ ନବରଙ୍ଗପୁର କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଯଥାକ୍ରମେ ୧.୬୫ କୋଟି ଓ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କରାଯାଇଥିଲା ।

ଅପରେସନ୍ ନୀଳ ଜହର, ଚାଷ ଓ ଅମଳ ରୋକିବାକୁ ସାଟେଲାଇଟ୍ ଓ ଡ୍ରୋନର ନିଆଯିବ ସହାୟତା

ଭୁବନେଶ୍ୱର: ଗଞ୍ଜେଇ ଚାଷ ଓ କାରବାର ରୋକିବାକୁ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀ ଯୋଗ ଦେଇ ଗଞ୍ଜେର ଚାଷ ମୂଳୋତ୍ପାଟନ ନେଇ ଆଲୋଚନା କରିଥିଲେ ।

ଜିଲ୍ଲାୱାରୀ ସମୀକ୍ଷା ପରେ ମିଳିତ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଅପରେସନରେ ସାମିଲ୍ ହେବେ । ସ୍ଥାନୀୟ ଗୁଇନ୍ଦା ସୂତ୍ର ଆଧାରରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଚିହ୍ନଟ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଞ୍ଜେଇ ଅମଳ ପୂର୍ବରୁ ଚାଷ ନଷ୍ଟ ପାଇଁ ସାଟେଲାଇଟ୍ ଓ ଡ୍ରୋନର ବ୍ୟବହାର କରାଯାଇ ବେଆଇନ୍ ଚାଷ ଚିହ୍ନଟ ନେଇ ନିଷ୍ପତ୍ତି ହୋଇଛି ।

Enforcement against illegal Hemp cultivation Stepped up

ଗଞ୍ଜେଇ ଚାଷ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜେଇ ଚାଷ ହେଉଥିବା ଜମିର ଲ୍ୟାଣ୍ଡ ରେକର୍ଡ ଯାଞ୍ଚ କରାଯିବ । ଘରୋଇ ଜମିରେ ଗଞ୍ଜେଇ ଚାଷ ହେଉଥିଲେ ଜମି ମାଲିକଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାସ୍ତରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜେଇ ଚାଷ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ପରିବାରକୁ ଚିହ୍ନଟ କରାଯିବ । ସେମାନଙ୍କୁ ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ, ମନେରଗା, ଅଧିକ ଅମଳ ଶସ୍ୟ ଭଳି ବିକଳ୍ପ ଜୀବିକା ଯୋଗାଇ ଦେବାକୁ କୁହାଯାଇଛି ।

ଉନ୍ନୟନ କମିଶନର ପ୍ରଦୀପ ଜେନା ସଚେତନତା ଉପରେ ଗୁରୁତ୍ୱ ଦେବା ସହ ଗ୍ରାମବାସୀଙ୍କୁ ସାମିଲ୍ ପାଇଁ କହିଛନ୍ତି । ଗାଁ, ପଞ୍ଚାୟତ ଓ ବ୍ଲକସ୍ତରରେ ଲାଗି କମିଟି ଗଠନ ହେବ । କମିଟି ସଚେତନତା ସହ ତଥ୍ୟ ସଂଗ୍ରହ ଓ ଅନ୍ୟ ଜୀବିକାକୁ ପ୍ରୋତ୍ସାହନ ଲାଗି କାର୍ଯ୍ୟ କରିବ । ଓଡ଼ିଶା ଜୀବିକା ମିଶନ, ଜାତୀୟ ଜୀବିକା ମିଶନ ଓ ଅନ୍ୟ ବିଭାଗର ଜୀବିକା ସ୍କିମ୍ ମାଧ୍ୟମରେ ବ୍ୟୟ ବୃଦ୍ଧି କରାଯିବ ।