spot_img
Home Blog Page 5118

ପାଣ୍ଡୋରା ପେପର୍ସରେ ୭୦୦ ପାକିସ୍ତାନୀଙ୍କ ନାମ, କ’ଣ ପାଇଁ ମୁସ୍କିଲରେ ଇମ୍ରାନ୍ ?

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ ଲିକ୍‌’ ରୂପେ ଜଣାଶୁଣା ଆର୍ଥିକ ରେକର୍ଡ ଅପ୍ରତ୍ୟାଶିତ ଭାବେ ‘ଲିକ୍‌’ ହୋଇଯିବାରୁ ଏସିଆ ଏବଂ ମଧ୍ୟ ପ୍ରାଚ୍ୟରୁ ଆରମ୍ଭ କରି ଲାଟିନ୍‌ ଆମେରିକା ପର୍ଯ୍ୟନ୍ତ ବହୁ ସାମ୍ପ୍ରତିକ ଏବଂ ପୂର୍ବତନ ବିଶ୍ୱ ନେତୃବୃନ୍ଦଙ୍କର ବିଦେଶରେ ଥିବା ସମ୍ପତ୍ତି ତଥ୍ୟାବଳୀ ପ୍ରଘଟ ହୋଇଯାଇଛି। ‘ଦି ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଷ୍ଟୋରିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟ୍‍ସ୍‌’ ୧୪ଟି ପୃଥକ୍‌ ଆଇନଗତ ଏବଂ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନିରୁ ପାଇଥିବା ୧୧.୯ ନିୟୁତ ଗୁପ୍ତ ଦଲିଲ୍‌ ଉପରୋକ୍ତ ତଥ୍ୟ ମିଳିଛି। ବିଗତ ୨୫ ବର୍ଷ ହେଲା ବିଶ୍ୱର ଅନେକ ନେତା, ରାଜନେତା, କୋଟିପତି, ସେଲିବ୍ରିଟି, ଧାର୍ମିକ ନେତା ଏବଂ ଡ୍ରଗ୍‌ ଡିଲର୍ସମାନେ ‘ମାନିସନ୍‌ସ୍‌’, ‘ଏକ୍ସକ୍ଲୁସିଭ୍‌ ବିଚ୍‌ଫ୍ରଣ୍ଟ୍‌ ପ୍ରପର୍ଟି’, ‘ୟଟ୍‌’ ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ କରିଥିବା ଅର୍ଥ ସମ୍ବନ୍ଧୀୟ ତଥ୍ୟାବଳୀ ଗୁପ୍ତ ରଖିଥିବା କଥା ଉପରୋକ୍ତ ଦଲିଲରୁ ଜଣାପଡ଼ିଛି।

ତେବେ ପାଣ୍ଡୋରା ପେପର୍ସ ଲିକ ହେବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ତାଲିକାରେ ପାକିସ୍ତାନର ୭୦୦ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଏଥିମଧ୍ୟରେ ଇମରାନ ସରକାରର ଅର୍ଥମନ୍ତ୍ରୀ ଶୌକତ ତାରିନ, ଜଳ ସମ୍ପଦ ମନ୍ତ୍ରୀ ମୁନିସ ଇଲାହି, ସାଂସଦ ଫୈସଲ ବାୱଡା, ଶିଳ୍ପ ଓ ଉତ୍ପାଦନ ମନ୍ତ୍ରୀ ଖୁସ୍ରୋ ବଖତିୟାରଙ୍କ ପରିବାର ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କିଛି ନିକଟତର, ବିରୋଧୀ ଦଳର ନେତା ତଥା ବହୁ ସେନା ଅଧିକାରୀଙ୍କ ନାମ ମଧ୍ୟ ରହିଛି ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ଯେଉଁମାନଙ୍କ ନାମ ନୂଆ ତାଲିକାରେ ଆସିଛି, ସେମାନଙ୍କୁ ଯାଞ୍ଚ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି । ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆମେ ପାଣ୍ଡୋରା ପେପର୍ସକୁ ସ୍ୱାଗତ କରୁଛୁ… ଯାହା ଧନୀଲୋକମାନଙ୍କର ଅବୈଧ ସମ୍ପତ୍ତିର ଖୁଲାସା କରିଛି । ଟ୍ୟାକ୍ସ ଫାଙ୍କିବା ଏବଂ ଦୁର୍ନୀତି କରି ଟଙ୍କା ଜମା କରଛନ୍ତି । ଜାତିସଂଘର ମହାସଚିବ FACTI ଆନୁମାନିକ ୭ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ଆକଳନ କରିଛନ୍ତି ଯାହା ଚୋରି ହୋଇ ବିଦେଶକୁ ପଠାଯାଇଛି ।

ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ଉପରେ ଆକ୍ରମଣ କରିଛନ୍ତି । ପାଣ୍ଡୋରା ପେପର୍ସ ପ୍ରକାଶ ପାଇବା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ, ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ଗଣମାଧ୍ୟମ ସମ୍ମିଳନୀରେ ପିଏମଏଲ-ଏନ ସଚିବ ଏହସାନ ଇକବାଲ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଇମ୍ରାନ ଖାନ ବର୍ତ୍ତମାନ ଇସ୍ତଫା ଦିଅନ୍ତୁ। ତୋଶାନା ମାମଲାରେ ତାଙ୍କ ନାମ ଆସିଥିଲା। ପାଣ୍ଡୋରା ପେପର୍ସରେ ତାଙ୍କ ନାମ ଆସିବାର ଏକ ସମ୍ଭାବନା ମଧ୍ୟ ଅଛି । ଏହି ପେପରରେ ପାକିସ୍ତାନର ବହୁ ମନ୍ତ୍ରୀଙ୍କ ନାମ ଦେଖାଯିବା ପରେ ଇମ୍ରାନଙ୍କର ଆଉ ଏହି ପଦରେ ରହିବାର ନୈତିକ କାରଣ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାଞ୍ଚ ବର୍ଷ ପୂର୍ବେ ପାନାମା ପେପର ଲିକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା। ଏହା ବ୍ୟତୀତ ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ଦେଖାଦେଇଛି । ପାକିସ୍ତାନର ଲେଜେଣ୍ଡାରୀ କ୍ରିକେଟର ଇମ୍ରାନ ଖାନ ନୱାଜ ସରିଫଙ୍କ ବିଫଳତାକୁ ଟାର୍ଗେଟ କରି କ୍ଷମତା ହାସଲ କରିଥିଲେ ଏବଂ ସେ ଏକ ନୂଆ ପାକିସ୍ତାନ ସୃଷ୍ଟି କରିବାର ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ବର୍ତ୍ତମାନ ପାଣ୍ଡୋରା ପେପର ଲିକ୍ ଇମ୍ରାନ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରୀ ବଢ଼ିଯାଇଛି ।

ସିଟି ଜିଏସଟିର ବଡ଼ ଧରଣର ଚଢ଼ାଉ, ରାଜ୍ୟର ଅଧିକାଂଶ ଜୁଏଲର୍ସ ଦୋକାନରେ ରେଡ୍

ଭୁବନେଶ୍ୱର: ରାଜ୍ୟରେ ସୁନା ଅଳଙ୍କାର ଦୋକାନ ଗୁଡ଼ିକରେ ସିଟି ଜିଏସଟି ବିଭାଗର ବଡ଼ ଧରଣର ଚଢ଼ାଉ । ୧୮ଟି ସହରର ୧୭ ଟି ଜୁଏଲାରୀ ଦୋକାନରେ ଚାଲିଛି ରେଡ୍ । ସୁନାର ଓଜନ, ମାନ ପରୀକ୍ଷା, ବିନା ବିଲ୍‌ରେ ବିକ୍ରି ନେଇ ଯାଞ୍ଚ ଚାଲିଛି । ଜିଏସଟି ଠକେଇ ହୋଇଛି କି ନାହିଁ ଖୁଲାସା କରିବ ବିଭାଗ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ବରଗଡ଼, ପଟାମୁଣ୍ଡାଇ, ନିଆଳି, ବାରିପଦା, ଅନୁଗୁଲ, ରାୟଗଡ଼ା, ଜୟପୁର, ଯାଜପୁର, ସମ୍ବଲପୁର, ନୂଆପଡ଼ା, ରାଉରକେଲା ଭଳି ବିଭିନ୍ନ ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।

ଭୁବନେଶ୍ୱର ଭବାନୀ ମଲ, ତ୍ରିଜଳା ଏଣ୍ଟରପ୍ରାଇଜର୍ସ , ରାଉରକେଲା ସେକ୍ଟର ୨୦ ପାର୍ବତୀ ଅଳଙ୍କାର, ଶ୍ରୀରାମ ଜୁଏଲର୍ସ, ସମ୍ବଲପୁର ମୁଁନ୍ଦରା ଜୁଏଲର୍ସ, ବରଗଡ଼ ହରିଓମ ଜୁଏଲର୍ସ, ବ୍ରହ୍ମପୁର ସାନବଜାର ଶିବାନୀ ଜୁଏଲାରୀ, ରାୟଗଡ଼ା ସାନଗୋଲ ଜୁଏଲର୍ସ, ବାରିପଦା ଗୋପାଳ ଜୁଏଲର୍ସ , ନୂଆପଡା ରାମଚନ୍ଦ୍ର ଜୁଏଲର୍ସ, ଗୋବିନ୍ଦ ଜୁଏଲର୍ସ, ସୋନପୁର ମା ଵଗଲା ଜୁଏଲର୍ସ, କଟକ ଲିଲି ଜୁଏଲାରୀ ଓ ପଟାମୁଣ୍ଡାଇ ଲକ୍ଷ୍ମୀ ଅଳଙ୍କାର ଦୋକାନରେ ରେଡ୍ ଜାରି ରଖିଛି ସିଟି ଜିଏସଟି   ।

ଲକ୍ଷ୍ମୀପୁର ଘଟଣାରେ ମୃତକଙ୍କୁ ମିଳିବ ୪୫ ଲକ୍ଷ, ଆହତଙ୍କୁ ୧୦ ଲକ୍ଷ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଘଟଣାରେ ମୃତାହତ ହୋଇଥିବା କୃଷକଙ୍କୁ ସରକାରଙ୍କ ଅନୁକମ୍ପା ରାଶି ପ୍ରଦାନ  । ମୃତ୍ୟୁ ଘଟିଥିବା ୪ ଜଣ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଲେଖାଏଁ ମିଳିବା ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର  । ସେହିପରି ଆହତ ହୋଇଥିବା ଚାଷୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ସରକାର  । ଲକ୍ଷ୍ମୀପୁର ଖେରି କୃଷକ ଏବଂ ପ୍ରଶାସନ ମଧ୍ୟରେ ବସିଥିବା ବୈଠକ ସଫଳ ହୋଇଛି  । ଏହି ଆର୍ଥିକ ରାଶି ମିଳିବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ଆଇନ ଶୃଙ୍ଖଳା ADG ପ୍ରଶାନ୍ତ କୁମାର  । ସେହିପରି କୃଷକଙ୍କ ଆନ୍ଦୋଳନ ସ୍ଥଳରେ ପୋଲିସ ଛାଉଣୀ କରାଯିବା ସହ ବିଶେଷ ବାର୍ତ୍ତା ଜାରି କରାଯାଇଛି  । ଘଟଣାସ୍ଥଳରେ ସିଆରପିସିର ୧୪୪ ଧାରା ଜାରି କରାଯାଇଛି  ।

ଲକ୍ଷ୍ମୀପୁର ଅଭିମୁଖେ ଏବେ ରାଜନେତାଙ୍କ କାରକେଡ  । ଆନ୍ଦୋଳନରତ କୃଷକଙ୍କୁ କାର ଚଢାଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ଏବେ ଶୀର୍ଷରେ ପହଁଚିଛି  । କଂଗ୍ରେସ ଠାରୁ ସମାଜବାଦୀ ପାର୍ଟ୍ଟି  । ଏମିତିକି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତମାମ ନେତା ଲକ୍ଷ୍ମୀପୁର ଯାଇ ଘଟଣାସ୍ଥଳ ପରିଦର୍ଶନ କରିବାକୁ ବାହାରିପଡିଛନ୍ତି  । ଏହି ସମୟରେ ଉତ୍ତରପ୍ରଦେଶ ADG ପ୍ରଶାନ୍ତ କୁମାର କଟକଣା କଡ଼ାକଡ଼ି କରିଛନ୍ତି  । ଘଟଣାସ୍ଥଳକୁ କୌଣସି ରାଜନୈତିକ ଦଳ ପ୍ରବେଶ କରିପାରିବେ  ନାହିଁ ବୋଲି ସୂଚନା ଜାରି କରିଛନ୍ତି  ।

କେବଳ ବିଭିନ୍ନ କୃଷକ ସଂଗଠନକୁ ପ୍ରବେଶ ଅନୁମତି ଦେଇଛି ୟୁପି ପୋଲିସ  । କାରଣ ଏହି ଘଟଣା ପରେ ୟୁପିରେ ଆଇନ ଶୃଙ୍କଳା ପରିସ୍ଥିତି ଅଣାୟତ ହୋଇପଡିଛି  । ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଜାରି ରହିଛି  । ହିଂସା ଘଟଣାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି  । ସେପଟେ ଏହି ସମୟରେ ଆନ୍ଦୋଳନରତ ଚାଷୀ ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଆସୁଥିବା ନେତାଙ୍କ ଉପରେ ରୋକ ଲଗାଇଛି ୟୁପି ପୋଲିସ  ।

୭୫ ଜଣଙ୍କୁ ବିବାହ ଓ ୨୦୦ ଜଣଙ୍କୁ ସଜାଇଥିଲା କଲଗାର୍ଲ: ଇନ୍ଦୋରରେ ଗିରଫ ହେଲା ଦେହ କାରବାରର ଦଲାଲ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ସେକ୍ସ ରାକେଟ୍‌ ତସ୍କର ମୁନୀର ଓରଫ ମୁନୀଋଲକୁ ଗିରଫ କରିଛି ପୋଲିସ। ବାଂଲାଦେଶୀ ଯୁବତୀଙ୍କୁ ତସ୍କରୀ କରି ସେମାନଙ୍କୁ ଧନ୍ଦାରେ ଲଗାଉଥିଲା ମୁନୀର। ପ୍ରତି ମାସରେ ୫୫ରୁ ଉର୍ଦ୍ଧ୍ଵ ବାଂଲାଦେଶୀ ଯୁବତୀଙ୍କର ତସ୍କରୀ କରୁଥିଲା ମୁନୀର। ତେବେ ଅଭିଯୁକ୍ତ ଏଯାଏଁ ୨୦୦ରୁ ଉର୍ଦ୍ଧ୍ଵ ବାଂଲାଦେଶୀ ଯୁବତୀଙ୍କ ତସ୍କରୀ କରିଛି । କେବଳ ସେତିକି ନୁହେଁ ଅଭିଯୁକ୍ତ ନିଜେ ୭୫ରୁ ଉର୍ଦ୍ଧ୍ଵ ଯୁବତୀଙ୍କୁ ବିବାହ କରିଛି । ଦୀର୍ଘ ୫ ବର୍ଷ ହେଲା ଅପରାଧ ଜଗତରେ କାୟା ବିସ୍ତାର କରିଥିଲା ଅଭିଯୁକ୍ତ । ଗୁରୁବାର ଇନ୍ଦୋରର ଏସଆଇଟି ମୁନୀରକୁ ସୁରତରୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନାନୁଯାୟୀ, ଅଭିଯୁକ୍ତ ମୁନୀର ବାଙ୍ଗଲାଦେଶରୁ ଯୁବତୀମାନଙ୍କୁ ପୋରସ ବର୍ଡର ଦେଇ ଭାରତକୁ ପ୍ରଦେଶ କରାଉଥିଲା। ବର୍ଡର ନିକଟରେ ଥିବା ଛୋଟ ଛୋଟ ଗ୍ରାମ ଗୁଡ଼ିକରେ ଏଜେଣ୍ଟ ରଖି ସେମାନଙ୍କୁ ମୁର୍ଶିଦାବାଦ ଓ ଆଖପାଖ ଗାଁରେ ରଖି ଭାରତକୁ ଏଣ୍ଟ୍ରି କରାଉଥିଲା। ଏହିଭଳି ଭାବରେ ବାଂଲାଦେଶୀ ଝିଅମାନଙ୍କୁ ସେକ୍ସ ରାକେଟ୍‌ରେ ନିୟୋଜିତ କରୁଥିଲା ମୁନୀର।

୧୧ ମାସ ପୂର୍ବେ ଲସୁଡିଆ ଏବଂ ବିଜୟ ନଗର ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅପରେସନ କରି ୨୧ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ଇନ୍ଦୋର ପୋଲିସ। ସେମାନଙ୍କ ମଧ୍ୟରୁ ୧୧ ଜଣ ବାଂଲାଦେଶୀ ଯୁବତୀ ଥିବା ବେଳେ ଅନ୍ୟମାନେ ଅନ୍ୟ ଦେଶରୁ ଥିଲେ। ଏହା ସହ ପୋଲିସ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମୁନୀର ଫେରାର ହୋଇଯାଇଥିଲା। ଏହା ପରେ ଇନ୍ଦୋର ପୋଲିସ ଗତ କିଛି ଦିନ ହେବ ମୁନୀର ଉପରେ ନଜର ରଖିଥିଲା। ମୁନିର ମୁଣ୍ଡରେ ଇନ୍ଦୋର ପୋଲିସ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତେବେ ଗୁରୁବାର ଦିନ ସୁରତରୁ ମୁନୀର ଧରା ପଡିଛି।

ମୁନୀର ବାଙ୍ଗଲାଦେଶର ଜସୋରରେ ରହୁଥିଲା। ସେ ସେଠାରେ ବାଂଲାଦେଶୀ ଝିଅମାନଙ୍କୁ ବିବାହ କରି ସେମାନଙ୍କୁ ସେକ୍ସ୍ ରାକେଟ୍‌ରେ ନିୟୋଜିତ କରିବାକୁ ଭାରତ ପଠାଉଥିଲା। ଏହା ପଛରେ ସେ ଏକ ବଡ଼ ନେଟୱାର୍କ ବିଛାଇଥିଲା। ଏଥିପାଇଁ ଯୁବତୀମାନଙ୍କୁ କୋଲକାମା, ମୁମ୍ବାଇରେ ଟ୍ରେନିଂ ଦିଆଯାଉଥିଲା। ଏହା ପରେ ଗ୍ରହକଙ୍କ ଡିମାଣ୍ଡ ଅନୁଯାୟୀ ଯୁବତୀମାନଙ୍କୁ ବିଭିନ୍ନ ସହରକୁ ପଠାଉଥିଲା। ଗରିବ ଶ୍ରେଣୀର ଝିଅମାନଙ୍କୁ ଟାର୍ଗେଟ୍ କରୁଥିଲା ମୁନିର । ସେମାନଙ୍କୁ ଚାକିରୀ ଦେବାକୁ କହି ଏହି ରାକେଟ୍‌ରେ ନିୟୋଜିତ କରୁଥିଲା ଅଭିଯୁକ୍ତ ।

ଗିରଫ ଆର୍ଯ୍ୟନ: ପୁଅ ସହ ଦୁଇ ମିନିଟ୍ କଥା ହେଲେ କିଙ୍ଗଖାନ

ନୂଆଦିଲ୍ଲୀ: ଡ୍ରଗସ ମାମଲାରେ ଗିରଫ ହୋଇଛନ୍ତି କିଙ୍ଗଖାନଙ୍କ ପୁଅ  । ସେପଟେ ସୁପରଷ୍ଟାର ଶାହାରୁଖ ଖାନ ଆଜି ପୁଅ ଆର୍ଯ୍ୟନ  ସହ ୨ ମିନିଟ କଥା ହୋଇଛନ୍ତି  । ନିଜ ଘର ଲ୍ୟାଣ୍ଡଲାଇନକୁ ଶାହାରୁଖ କହୁଥିବା ନେଇ ଏନସିବିକୁ କଲ ଆସିଥିଲା  । ଏବଂ ପୁଅ ଆର୍ଯ୍ୟନ ସହ ପ୍ରାୟ ୨ ମିନିଟ କଥା ହୋଇଥିବା କହିଛନ୍ତି ଜଣେ ଏନସିବି ଅଧିକାରୀ  । ଅନ୍ୟପଟେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ଯ୍ୟନଙ୍କୁ ଗୋଟିଏ ଦିନ ଲାଗି ହେପାଜତକୁ ନେବା ଲାଗି ଏନସିବିକୁ ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଏକ ସ୍ବତନ୍ତ୍ର ହଲିଡେ କୋର୍ଟ ଅନୁମତି ଦେଇଥିଲେ ।

ସ୍ପେଶାଲ ପ୍ରସିକ୍ୟୁଟର ଅଦ୍ବୈତ ସେଥନା ଦୁଇଦିନ ଲାଗି ହେପାଜତକୁ ନେବାକୁ ଅନୁମତି ମାଗିଥିଲେ । ମାତ୍ର ଆର୍ଯ୍ୟନଙ୍କ ପକ୍ଷରୁ ଲଢୁଥିବା ଓକିଲ ସତୀଶ ମାନସିନ୍ଦେ ଗୋଟିଏ ଦିନ ଲାଗି ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । ମାମଲାରେ ଆର୍ଯ୍ୟନ, ତାଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ପ୍ରଥମେ ଗିରଫ କରିଥିଲା ଏନସିବି । ପରେ ଅନ୍ୟ ଅଭିଯୁକ୍ତ ନୁପୂର ସାତିଜା, ଇସମିତ ସିଂ ଚଢ଼ା, ମୋହକ ଜୈସଓ୍ବାଲ, ଗୋମିତ ଚୋପ୍ରା ଓ ବିକ୍ରାନ୍ତ ଛୋକରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

କ୍ରୁଜରେ ଏନସିବିର ରେଡ୍ ବେଳେ ଅଭିଯୁକ୍ତଙ୍କଠାରୁ ୧୩ ଗ୍ରାମ କୋକେନ, ୫ଗ୍ରାମ ଏମଡି, ୨୧ ଗ୍ରାମ ଚରସ, ୨୨ଟି ଏମଏଡିଏମଏ ବଟିକା ଓ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ ହୋଇଥିଲା । ସେପଟେ ନିଜ ଲିଖିତ ବୟାନରେ ଆର୍ଯ୍ୟନ ଦର୍ଶାଇଛନ୍ତି ତାଙ୍କ ଗିରଫଦାରୀର କାରଣ । ସେ ଉପଲବ୍ଧି କରିଛନ୍ତି ଏବଂ ଗିରଫ ନେଇ ସେ ପରିବାରବର୍ଗକୁ ଜଣାଇଛନ୍ତି । ଆଇନଜୀବୀ ସତୀଶ ମାନସିନ୍ଦେ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କୁ କ୍ରୁଜ ପାର୍ଟିରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ତାଙ୍କ ବ୍ୟାଗରୁ ଓ ଫୋନ ଚାଟରୁ କୌଣସି ପ୍ରମାଣ ମିଳିନାହିଁ ।

ୟୁପି ଘଟଣାରେ ଓଡ଼ିଶାରେ ବିରୋଧ, ରାଜ୍ୟପାଳଙ୍କୁ ଭେଟିଲା ସାମଜବାଦୀ ପାର୍ଟି

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ଘଟଣା । ଓଡ଼ିଶାରେ ବି ଉଠିଲା ବିରୋଧର ସ୍ୱର । ରାଜଭବନ ଆଗରେ ସାମଜବାଦୀ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଛି । ଯୋଗୀ ସରକାର ବିରୋଧରେ ନାରାବାଜି ଦିଆଯାଇଛି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ଶାଖା । ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବାପା ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି ହୋଇଛି ।

ମୃତ ଚାଷୀଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଅଟକ ରଖାଯାଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଦାବି କରାଯାଇଛି । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ କାର୍ ଚଢାଇ ଦେଇଥିଲେ । ସେପଟେ ଆଜି ସକାଳେ ଘଟଣାସ୍ଥଳକୁ ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଥିଲା  ।

Vastu Tips: ପର୍ସରୁ ଆଜି ହିଁ ବାହାର କରନ୍ତୁ ଏହି ୪ଟି ଜିନିଷ, ନଚେତ ସବୁବେଳେ ରହିବ ଟଙ୍କାର ଅଭାବ

ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଉଭୟଙ୍କ ପର୍ସ ସାଧାରଣତଃ ପୂର୍ଣ୍ଣ ହୋଇଥିବା ଦେଖାଯାଏ । ଟଙ୍କା ବ୍ୟତୀତ, ଏହିପରି ଅନେକ ଜିନିଷ ପର୍ସରେ ରଖାଯାଇଥାଏ, ଯାହା ଆବଶ୍ୟକ ନଥାଏ । ତେବେ ଏହି ସବୁ ଜିନିଷଗୁଡ଼ିକୁ ପର୍ସ କିମ୍ବା ୱାଲେଟରେ ରଖିବା ଅଶୁଭ ବୋଲି ଧରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ପର୍ସରୁ ଏପରି କିଛି ଅନାବଶ୍ୟକ ଜିନିଷ ବାହାର ନକରନ୍ତି, ତେବେ ଜୀବନରେ ସର୍ବଦା ଟଙ୍କା ଅଭାବ ଦେଖା ଦେବ । ଏବଂ ଆପଣ ଚାହିଁଲେ ମଧ୍ୟ ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ ନାହିଁ ।

ପର୍ସରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ

୧. ପୁରୁଣା ବିଲ– ପ୍ରାୟତଃ ଲୋକମାନେ ଟଙ୍କା ବ୍ୟତୀତ ଅନ୍ୟ ଅନେକ ଜିନିଷ ନିଜ ପର୍ସରେ ରଖନ୍ତି, ଯାହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ ବୋଲି ବିବେଚନା କରାଯାଏ । ସାଧାରଣତଃ, ସପିଂ ବିଲ୍ ଗୁଡ଼ିକୁ ନିଜ ପର୍ସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ ।

୨. ଠାକୁରଙ୍କ ଫଟୋ– ପର୍ସରେ କଦାପି ଭଗବାନଙ୍କ ଫଟୋ କିମ୍ବା ଏପରି କୌଣସି କାଗଜ ରଖନ୍ତୁ ନାହିଁ ଯେଉଁଥିରେ ଭଗବାନଙ୍କ ଚିତ୍ର ଥିବ । | ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ଋଣ ବୃଦ୍ଧି ପାଇଥାଏ ।

୩. ମୃତ ପରିଜନଙ୍କ ଫଟୋ– ପର୍ସରେ ମୃତ ପରିଜନଙ୍କ ଫଟୋ ରଖିବା ଉଚିତ ନୁହେଁ । ସାଧାରଣତଃ ଲୋକମାନେ ନିଜ ମୃତ ପରିଜନଙ୍କ ସ୍ମୃତିରେ ତାଙ୍କ ଫଟୋ ପର୍ସରେ ରଖିଥାଆନ୍ତି, କିନ୍ତୁ ଏହା ଉଚିତ ନୁହେଁ । ବାସୁ ଶାସ୍ତ୍ର ଅନୁଯାୟୀ ପର୍ସକୁ ମାଆ ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଏ, ତେଣୁ ଏଭଳି ଜିନିଷ ପର୍ସ ଭିତରେ ରଖିବା ଦ୍ୱାରା ବାସ୍ତୁ ଦୋଷ ହୋଇଥାଏ ।

୪. ଚାବି- ଅନେକ ଲୋକ ନିଜ ପର୍ସରେ ଚାବି ରଖିଥାଆନ୍ତି । କିନ୍ତୁ ଏମିତି କରିବା ଅଶୁଭ ଅଟେ । ବାସ୍ତୁ ଅନୁଯାୟୀ ପର୍ସରେ କୌଣସି ପ୍ରକାର ଧାତୁ ବସ୍ତୁ ରଖିଲେ ନକାରାତ୍ମକତା ଆସିଥାଏ, ଯେଉଁଥିରେ ଧନହାନି ହୁଏ ।

ଏହା ବ୍ୟତୀତ ଲୋକମାନେ ପର୍ସରେ ଯେକୌଣସି ପ୍ରକାରେ ପର୍ସରେ ଟଙ୍କା ରଖନ୍ତି, ତେବେ ଏହା କରିବା ଅଶୁଭ ଅଟେ | ଟଙ୍କାକୁ ସବୁବେଳେ କ୍ରମରେ ରଖିବା ଉଚିତ୍ । ପ୍ରଥମେ ବଡ ନୋଟ୍ ଏବଂ ପରେ ଛୋଟ ନୋଟ୍ ପରି… ଏହା ବ୍ୟତୀତ ନୋଟ୍ ଏବଂ ମୁଦ୍ରା କେବେ ବି ପର୍ସରେ ଏକାଠି ରଖିବା ଉଚିତ୍ ନୁହେଁ  । କାରଣ ଏହା ବିଶ୍ୱାସ କରାଯାଏ ଯେ ମୁଦ୍ରାର ଶବ୍ଦ ହେତୁ ଦେବୀ ଲକ୍ଷ୍ମୀ ଗୋଟିଏ ସ୍ଥାନରେ ରହନ୍ତି ନାହିଁ, ତେଣୁ ନୋଟଗୁଡ଼ିକୁ ସବୁବେଳେ ପର୍ସରେ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ମୁଦ୍ରା ପାଇଁ ଏକ ଅଲଗା ପର୍ସ ରଖନ୍ତୁ ।

ଗଜପତିରେ BSKY: ‘ଚିକିତ୍ସା ପାଇଁ କେହି ବିକିବେନି ସମ୍ପତ୍ତି, ସଭିଙ୍କ ଦାୟିତ୍ୱ ମୋର’

ଗଜପତି: ଐତିହାସିକ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜି ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ଦଶରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯୋଗଦେଇ ୭୯୬ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ଜିଲ୍ଲାର ମହାନ ଜନ ନାୟk ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ସ୍ଣରଣ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଜିଲ୍ଲାର ସମସ୍ତ ମହାପୁରୁଷଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏଥି ସହିତ ଗଜପତି ଜିଲ୍ଲାର ପାରିପାର୍ଶ୍ୱିକ ଉନ୍ନତି ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଘୋଷଣା କରିଛିନ୍ତି  । ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଜିଲ୍ଲାବାସୀ ନିରୋଗ ଜୀବନ ଯାପନ କରିପାରିବେ  ।

ଚିକିତ୍ସା ପାଇଁ କେହି ଲୋନ କରିବେ ନାହିଁ, ଜମି ବିକିବେ ନାହିଁ  । ସରକାର ସମସ୍ଥଙ୍କ ସ୍ୱାସ୍ଥ୍ୟର ସଠିକ ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଆରମ୍ଭ କରିଛନ୍ତି  । ଯଦ୍ୱାରା ପୁରୁଷ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ନେଇପାରିବେ  । ସେହିପରି ମହିଳା ମାନେ ମଧ୍ୟ ୧୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶର ଯେକୌଣସି ସ୍ଥାନରେ ମଧ୍ୟ ହିତାଧିକାରୀ ଏହାର ସଫଳ ଫାଇଦା ଉଠାଇପାରିବେ  । ତେଣୁ ଗଜପତିର ପ୍ରତିଟି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ କେବଳ ମୋର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  ।  ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ତୃଣମୂଳସ୍ତରରେ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି ।

ପୋଲିସ-ପ୍ରିୟଙ୍କା ମୁହାଁ-ମୁହିଁ: ଆରେଷ୍ଟ ପୂର୍ବରୁ ମାଗିଲେ ୱାରେଣ୍ଟ

ଲକ୍ଷ୍ନୌ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଘଟଣାସ୍ଥଳକୁ ଯିବାକୁ ଦେଉ ନାହାଁନ୍ତି ୟୁପି ପୋଲିସ  । ଅଧ ରାସ୍ତାରେ ଅଟକାଇଛନ୍ତି  । ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେବା ନେଇ ପ୍ରିୟଙ୍କାକୁ ଯିବାକୁ ଅନୁମତି ଦେଇନାହାଁନ୍ତି ପୋଲିସ ଅଧିକାରୀ  । ସେପଟେ ଗିରଫ କରିବାକୁ ଆସିଥିବା ପୋଲିସଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୱାରେଣ୍ଟ ନୋଟିସ ମାଗିଛନ୍ତି  । ମୋତେ ଗିରଫ କରିବାକୁ ହେଲେ ୱାରେଣ୍ଟ ଆଣିବାକୁ ପଡିବ  । ୱାରେଣ୍ଟ ନୋଟିସ ଦେଖାଇବା ପରେ ମୋ ଦେହରେ ହାତ ମାରିବ ବୋଲି କଡା ଚେତାବନୀ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା  ।

ବିଜେପି ନେତା ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢାଇବା ଘଟଣା ଏବେ ରାଜନୈତିକ ମୋଡ ନେଇଛି  । କଂଗ୍ରେସ ସମେତ ସମାଜବାଦୀ ପାର୍ଟ୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟ୍ଟି ମଧ୍ୟ ଏନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ଆରମ୍ଭ କରିଛନ୍ତି  । କାର ମଡାଇବା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା  । ଏହାର ପରବର୍ତ୍ତୀ ସମୟରେ ସେଠାରେ ବ୍ୟାପକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଘଟଣା ଏଭଳି ହୋଇଥିଲା ଯେ ଲକ୍ଷ୍ମାପୁର ହିଂସା ଘଟଣାରେ ୮ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି  ।

କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ହଟାଇବା ସହ ପୁଅ ଆଶିଷ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଦାବି କରିଛନ୍ତି ବିରୋଧି ନେତା  । ସେପଟେ ଘଟଣାକୁ ନେଇ ରାଷ୍ଟପତିଙ୍କୁ ପତ୍ର ଲେଖିଛି ମିଳିତ କିଷାନ ମୋର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ପଦରୁ ଅଜୟ ମିଶ୍ରଙ୍କୁ ହଟାଇବା ସହ ମନ୍ତ୍ରୀଙ୍କ ପୁଅ ଆଶିଷ ନାମରେ ହତ୍ୟା ମାମଲା ରୁଜୁ ଓ ପୁରା ମାମଲାର ଯାଞ୍ଚ ପାଇଁ SIT ଗଠନ କରିବାକୁ କିଷାନ ମୋର୍ଚ୍ଚା ଦାବି କରିଛି । କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ  । ସେଠାରେ ଆଇନଶୃଙ୍ଖଳା ସ୍ଥିତି କିପରି ସୃଷ୍ଟି ନହେବ ସେନେଇ ବିଶେଷ ଧ୍ୟାନ ରଖିଛି ପୋଲିସ  ।

କାର୍ ଚଢାଇ ଚାଷୀଙ୍କୁ ହତ୍ୟା: ଘଟଣାସ୍ଥଳକୁ ଯାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସର ଅଟକ

ଲକ୍ଷ୍ନୌ: ନିରୀହ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର ଚଢାଇବା ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି  । ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ନିଜ କାର୍ ମଡାଇ ଦେବାରୁ ୨ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେପଟେ ଘଟଣା ଘଟିଥିବା ସ୍ଥଳକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକ ରଖିଛି ପୋଲିସ ।

ହରଗାଁ ପୋଲିସ ଥାନା ଅଞ୍ଚଳରେ ଆଜି ଭୋରରେ ତାଙ୍କୁ ଅଟକାଇଥିଲା ପୋଲିସ । ପରେ ତାଙ୍କୁ ସୀତାପୁର ଜିଲ୍ଲାର ଏକ ଗେଷ୍ଟ ହାଉସକୁ ନିଆଯାଇଛି । ସେ ତିକୁନିଆ ଅଞ୍ଚଳକୁ ଯାଇ ସେଠାରେ ମୃତକଙ୍କ ପରିବାରକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା । ତେଣେ ଲକ୍ଷ୍ମୀପୁର ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ନେଇ ମାମଲା ଦାଏର ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଅରବିନ୍ଦ ଚୌରାସିଆ କହିଛନ୍ତି ଏହି ଘଟଣାରେ ୪ ଜଣ ଚାଷୀ ଓ ୪ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ।

ସେପଟେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହିଂସା ବଢିବା ଆଶଙ୍କାରେ ଲକ୍ଷ୍ମୀପୁର ଅଞ୍ଚଳରେ ମୋବାଇଲ ସେବା ବନ୍ଦ କରାଯାଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଆଜି ଘଟଣାସ୍ଥଳକୁ ଯାଉଛନ୍ତି । ତେଣୁ ଏମାନଙ୍କୁ ଲକ୍ଷ୍ନୌ ବିମାନ ବନ୍ଦର ବାହାରକୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।