spot_img
Home Blog Page 5123

ମଝି ସମୁଦ୍ରରେ ନିଶା ଆସର, ଡ୍ରଗ୍ସ ପାର୍ଟିରେ ଥିଲେ ଶାହରୁଖ ଖାନଙ୍କ ପୁଅ

ମୁମ୍ବାଇ: ମାୟା ନଗରୀରେ ବଢ଼ୁଛି ନିଶା କାରବାର । କ୍ରୁଜରେ ମଝି ସମୁଦ୍ରରେ ଚାଲିଛି ନିଶା ଆସର । ମୁମ୍ବାଇରୁ ଗୋଆ ଯାଉଥିବା ଲକଜୁରୀ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ରେଡ୍ କରିଛି ଏନସିବି । ପାର୍ଟିରେ ବଲିଉଡ୍ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଥିଲେ । ଆର୍ଯ୍ୟନଙ୍କୁ ପଚରାଉଚରା କରୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ମାମଲାରେ ଏନସିବି ୮ ଜଣଙ୍କୁ ଗିରଫ କରିଛି ।

ଜେରା ବେଳେ ଆର୍ଯ୍ୟନ କହିଛି, ତାଙ୍କ ନାମ ନେଇ ଲୋକଙ୍କୁ ପାର୍ଟିକୁ ଡକା ଯାଇଥିଲା । କ୍ରୁଜରେ ଚାଲିଥିବା ପାର୍ଟିର ଭିଡିଓ ମଧ୍ୟ ଏନସିବି ପାଇଛି । ଯେଉଁ ଭିଡିଓରେ ଆର୍ଯ୍ୟନ ରହିଛନ୍ତି । ପାର୍ଟିରେ ଆର୍ଯ୍ୟନ ଧଳା ରଙ୍ଗର ସାର୍ଟ ସହ ବ୍ଲୁ ଜିନ୍ସ ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଟୋପି ଲଗାଇଛନ୍ତି । ଏହାବାଦ୍ ଗିରଫ ୮ ଜଣଙ୍କ ଠାରୁ ରୋଲିଂ ପେପର୍ ମିଳିଛି ।

ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ମୋବାଇଲ୍ ଜବତ କରିଛି ଏନସିବି । ତାଙ୍କ ମୋବାଇଲ୍ ଫୋନର ଚାଟର ଯାଞ୍ଚ କରାଯାଉଛି । ଅନ୍ୟ ଗିରଫଙ୍କ ମୋବାଇଲ୍ ଜବତ ପରେ ଛାନଭିନ୍ ଚାଲିଛି । ମାମଲାରେ ତିନିଜଣ ଯୁବତୀଙ୍କୁ ମଧ୍ୟ ଗିରଫ କରି ଜେରା କରୁଛି ଏନସିବି । ଏହି ତିନିଜଣ ଯୁବତୀ ବଡ଼ବଡ଼ ଶିଳ୍ପପତିଙ୍କ ଝିଅ ବୋଲି କୁହାଯାଉଛି ।

କିଛି ମାସ ତଳେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଭାଇ ସୌଭିକକୁ ଗିରଫ କରିଥିଲା । ଏହାପରେ ଅନେକ ବଲିଉଡ୍ ତାରକା ଏନସିବି ସ୍କାନରକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ମାୟା ନଗରୀରେ ଡ୍ରଗ୍ସ କାରବାର ତା’ପୁଣି କ୍ରୁଜରେ । ଏଥିରେ ବି-ଟାଉନ୍ ଲିଙ୍କ୍ ସାମ୍ନାକୁ ଆସିଛି ।

Pipili By-Election: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗୁଆ

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ବିଜେଡି ଆଗୁଆ । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି । ରୁଦ୍ର ୧୪୦୬ ଭୋଟରେ ଆଗୁଆ ଥିବା ଜଣାପଡ଼ିଛି । ମୋଟ ୨୫ ରାଉଣ୍ଡ ଭୋଟ୍ ଗଣତି ହେବାକୁ ଥିବାବେଳେ ଆରମ୍ଭରୁ ବିଜେଡିର ପଲ୍ଲା ଭାରି ରହିଛି ।

ଏଥିସହ ପଢ଼ନ୍ତୁ: ବଢ଼ୁଛି ଉତ୍କଣ୍ଠା, କିଏ ହାତେଇବ ପିପିଲି ? ଜାଣନ୍ତୁ କ’ଣ କହୁଛି ବିଗତ ନିର୍ବାଚନ ଗଣିତ…

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୪୦୫୫ ଭୋଟ୍ ପାଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୨୬୪୯ ଭୋଟ୍ । ସେହିଭଳି ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ୭୬୬ ଭୋଟ୍ ପାଇଛନ୍ତି ।

ଏଥିସହ ପଢ଼ନ୍ତୁ: Pipili By-Election: ପୋଷ୍ଟାଲ୍ ବାଲଟ୍ ପରେ ଇଭିଏମ୍ ଭୋଟ୍ ଗଣତି ଆରମ୍ଭ

Pipili By-Election: ପୋଷ୍ଟାଲ୍ ବାଲଟ୍ ପରେ ଇଭିଏମ୍ ଭୋଟ୍ ଗଣତି ଆରମ୍ଭ

ପିପିଲି: ଘଟିବାକୁ ଯାଉଛି ଉତ୍କଣ୍ଠାର ଅନ୍ତ । ପୋଷ୍ଟାଲ ବାଲଟ୍ ପରେ ଆରମ୍ଭ ହୋଇଛି ଇଭିଏମ୍ ଭୋଟ୍ ଗଣତି । ୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ ଗଣତି ହୋଇଥିବା ବେଳେ ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ଚାଲିଛି । ଏଥିପାଇଁ ୬୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Pipili By-Election EVM Vote Counting Started

ଏଥିସହ ପଢ଼ନ୍ତୁ: ବଢ଼ୁଛି ଉତ୍କଣ୍ଠା, କିଏ ହାତେଇବ ପିପିଲି ? ଜାଣନ୍ତୁ କ’ଣ କହୁଛି ବିଗତ ନିର୍ବାଚନ ଗଣିତ…

ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଲୋକଙ୍କୁ ସ୍କ୍ରିନରେ ଜଣାଇ ଦିଆଯିବ । ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ ଗଣତି । ମଧ୍ୟାହ୍ନ ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯିବ । ଚଳିତ ନିର୍ବାଚନରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି ।

ଏଥିସହ ପଢ଼ନ୍ତୁ: Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

ବଢ଼ୁଛି ଉତ୍କଣ୍ଠା, କିଏ ହାତେଇବ ପିପିଲି ? ଜାଣନ୍ତୁ କ’ଣ କହୁଛି ବିଗତ ନିର୍ବାଚନ ଗଣିତ…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆସନ ଦଖଲକୁ ନେଇ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ଭରପୂର ପ୍ରୟାସ କରିଥିବା ବେଳେ ଖୋଲୁଛି ଭୋଟ୍ ପେଡ଼ି । ଜିତିବ କିଏ ? କାହାର ହେବ ପିପିଲି ? ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ବିକଳ୍ପ ଭାବେ କାହାକୁ ବାଛିବେ ଜନତା ? ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଫଳାଫଳ ।

ରାଜ୍ୟର ୧୧୦ ନମ୍ବର ବିଧାନସଭା କ୍ଷେତ୍ର ହେଉଛି ପିପିଲି । ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳି । ଗଲା ଦୁଇ ଦଶନ୍ଧି ଭିତରେ ଲଗାତାର ୫ଟି ନିର୍ବାଚନରେ ପିପିଲିର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରି ଆସିଛନ୍ତି। ଦିବଂଗତ ପ୍ରଦୀପ ମହାରଥୀ ଏହି ସମୟରେ ତାଙ୍କ ସାରଥୀ ସାଜିଛନ୍ତି। ବିଜେଡି ଗଢ଼ା ହେବା ଦିନଠାରୁ ଏଠାରେ କେବେ ପରାଜୟ ମୁହଁ ଦେଖି ନାହିଁ। ଅର୍ଥାତ୍ ଗୋଟିଏ ଦଳ ଓ ଗୋଟିଏ ପ୍ରାର୍ଥୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ଆସିଛନ୍ତି ପିପିଲିବାସୀ । ୨୦୨୦ ମସିହା ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

ସେପ୍ଟେମ୍ବର ୩୦ରେ ପିପିଲିରେ ଭୋଟ୍ ଗ୍ରହଣ ହୋଇଥିଲା । ଚଳିତ ନିର୍ବାଚନରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ୨ ଗୋଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ଉପନିର୍ବାଚନ ହୋଇଥିବା ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ୨ଟି ଯାକ ଆସନରେ ବିଜୟୀ ହୋଇଥିଲା ବିଜେଡି ।

ବାଲେଶ୍ୱର ସଦର ଆସନରେ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଗତବର୍ଷ ଉପନିର୍ବାଚନ ହୋଇଥିଲା । ନିର୍ବାଚନରେ ବିଜେପି ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା । ସେଠାରେ ବିଜେଡି ସ୍ୱରୂପ ଦାସଙ୍କୁ ଛିଡ଼ା କରିଥିଲା । ଏଥିରେ ବିଜୟୀ ହୋଇଥିଲେ ବିଜେଡିର ସ୍ୱରୂପ ଦାସ । ସେହିଭଳି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ ।

Pipili By Election Know Poll History Pradeep Maharathy

ବାଲେଶ୍ୱର କିମ୍ବା ତିର୍ତ୍ତୋଲ ଉପନିର୍ବାଚନକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ହୋଇଥିବା ଅଧିକାଂଶ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ତା’ଛଡ଼ା ଦୀର୍ଘ ଦୁଇ ଦଶନ୍ଧି ଧରି ପିପିଲି ଆସନରେ ବିଜେଡିର ଦବଦବା ରହିଥିବା ବେଳେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ବିଜେଡି ଟିକେଟରୁ ଦିବଂଗତ ମହାରଥୀ ୨୦୦୦ ମସିହାରୁ ୨୦୧୯ ଯାଏ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଏବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜେଡିରୁ ଲଢ଼ିଥିବା ବେଳେ ତାଙ୍କ ବିଜୟକୁ ନେଇ ଆଶାବାଦୀ ବିଜେଡି ।

୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିଲେ । ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ମହାରଥୀ ୩୩ ହଜାର ୪୭୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୨ ହଜାର ୫୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ପାଇଥିଲେ ୪୯ ହଜାର ୭୬ ଖଣ୍ଡ ଭୋଟ୍ । ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ମିଳିଥିଲା ।

ବିଗତ ନିର୍ବାଚନ ଫଳାଫଳ ଏବଂ ଭୋଟ୍ ହାରକୁ ଦେଖିଲେ ଲାଗୁଛି ପିପିଲିରେ ବିଜେଡି ଦିନକୁ ଦିନ ସୁଦୃଢ଼ ହୋଇଛି ଏବଂ ବିଜେଡି ଉପରେ ପିପିଲିବାସୀଙ୍କ ପୂର୍ଣ୍ଣ ଆସ୍ଥା ରହିଛି । ଏବେର ଉପନିର୍ବାଚନରେ ମଧ୍ୟ ବିଜେଡି ପୂର୍ବଭଳି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସମ୍ଭାବନା ସ୍ୱାଭାବିକ ।

ଭବାନୀପୁର ସମେତ ପଶ୍ଚିମବଙ୍ଗର ୩ ବିଧାନସଭା ଆସନର ଆସିବ ରେଜଲ୍ଟ

ପିପିଲି: ଆଜି ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ପାଇଁ ଆସିବ ଉପନିର୍ବାଚନ ଫଳାଫଳ । ଭବାନୀପୁର ସମେତ ସମଶେରଗଞ୍ଜ ଓ ଜାଙ୍ଗିପୁର ଉପନିର୍ବାଚନ ରେଜଲ୍ଟ ଆଜି ଆସିବ । ସକାଳୁ ଆରମ୍ଭ ହେବ ଭୋଟ ଗଣତି । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ପାଇଁ ପୋଲିସ ସହ କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି ।

By Election Bhawanipur Mamata Banerjee Result Update

ଏଥିସହ ପଢ଼ନ୍ତୁ: Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

ସମସ୍ତଙ୍କ ନଜର ରହିଛି ହାଇପ୍ରୋଫାଇଲ ଆସନ ଭବାନୀପୁର ଉପରେ । ଭବାନୀପୁରରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ଓ ସିପିଏମ ପ୍ରାର୍ଥୀ ଶ୍ରୀଜିବ ବିଶ୍ୱାସ । ୨୦୧୧ ଏବଂ ୨୦୧୬ରେ ଭବାନୀପୁର ଆସନରୁ ମମତା ଜିତିଥିଲେ । କିନ୍ତୁ ଗତ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢ଼ି ସେଠାରୁ ହାରି ଯାଇଥିଲେ ।

Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

ପିପିଲି: ବଢ଼ିବାରେ ଲାଗିଛି ନେତାଙ୍କ ହୃତସ୍ପନ୍ଦନ ।ଆଉ କିଛି ସମୟ ପରେ ଖୋଲିବ ପିପିଲି ପେଡ଼ି ।  ଆସିବ ପିପିଲି ଉପନିର୍ବାଚନ ଫଳାଫଳ । ଭୋଟ୍‌ଗଣତି ପାଇଁ ପୁରୀ ପେଣ୍ଠକଟା ୱେରହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ୍ ଭୋଟ୍ ଗଣତି ହେବ । ସକାଳ ୮ରୁ ସାଢ଼େ ୮ ଯାଏ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ ଭୋଟ୍‌ ଗଣତି କରାଯିବ ।

Pipili By-Election Result Update

୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ୍ ଗଣତି ହେବ । ୫ ଓ ୬ ନମ୍ବର ରୁମରେ ହେବ ଇଭିଏମ ଭୋଟ୍‌ ଗଣତି କରାଯିବ । ଏଥିପାଇଁ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଲୋକଙ୍କୁ ସ୍କ୍ରିନରେ ଜଣାଇ ଦିଆଯିବ ।

ସେପଟେ ଭୋଟ୍‌ ଗଣତି ପୂର୍ବରୁ ପରାଜୟ ସ୍ୱିକାର କରିଛି କଂଗ୍ରେସ । ବିଜେପି ପରିବର୍ତ୍ତନର ଧାରା ଅବ୍ୟାହତ ଥିବା ଦାବି କରିଥିବାବେଳେ ବିଜେଡି ପୂର୍ବ ଅପେକ୍ଷା ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବ ବୋଲି ଦାବି କରିଛି । ତେବେ ଆଜି ସ୍ପଷ୍ଟ ହେବ କିଏ ମାରିବ ପିପିଲି ବାଜି ।

ବଡ଼ଚଣାରେ ବିଜେଡ଼ିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଯାଜପୁର: ଟାଣୁଛି ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ନୀତି ଆଦର୍ଶ । ବିଜେଡିରେ ସାମିଲ ହେଉଛନ୍ତି ଅନ୍ୟ ଦଳର ନେତା । ଯାଜପୁର ସୁଦୃଢ ହେଉଛି ବିଜୁ ଜନତା ଦଳ । ବଡ଼ଚଣାରେ  ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବଡ଼ଚଣା କଂଗ୍ରେସ ଓ ବିଜେପି ଦଳର ବହୁ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି । ମାଣ୍ଡୁକା ପଂଚାୟତ ଓ ସୂଂଗୁଡ଼ା ପଂଚାୟତର କିଛି କଂଗ୍ରେସ ଓ ବିଜେପି କର୍ମୀ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ଉପସ୍ଥିତିରେ ବିଜେଡି ରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବ ଦ୍ବାରା ଆଗମୀ ଦିନରେ ବଡ଼ଚଣାରେ ବିକାଶର ଧାରା ଆଗକୁ ଆହୁରି ଯାଇ ପାରିବ ବୋଲି ବିଧାୟକ କହିଛନ୍ତି । ଏହି ମିଶ୍ରଣ ପର୍ବ ରେ ମାଣ୍ଡୁକା ଓ ସୂଂଗୁଡ଼ା ପଂଚାୟତ ର ସରପଞ୍ଚ, ବ୍ଲକ ବିଜେଡ଼ି ସଭାପତି ଓ ବହୁ ବିଜେଡି ର କର୍ମକର୍ତା ଯୋଗ ଦେଇଥିଲେ ।

ରବିବାର ପିପିଲି ରେଜଲ୍ଟ, ଏବେଠାରୁ ଧଡ୍ ଧଡ୍ ନେତାଙ୍କ ଛାତି…

ଭୁବନେଶ୍ୱର: କେଇଟି ଘଣ୍ଟା ପରେ ପିପିଲି ଉପନିର୍ବାଚନର ଭୋଟ୍‌ଗଣତି  । ପ୍ରକାଶ ପାଇବ ଫଳାଫଳ । ପୁରୀରେ ଭୋଟ୍‌ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ସୁଦ୍ଧା ରେଜଲ୍‌ଟ ଟ୍ରେଣ୍ଡ ଆସିଯିବ ।ବିଜେପି ପରିବର୍ତ୍ତନ ନେଇ ଆଶା ବାନ୍ଧିଥିବାବେଳେ ବିଗତ ଦିନର ଫଳାଫଳ ଓ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ତଥା ଉନ୍ନୟନ କାମ ପୁଣି ଥରେ ବିଜେଡିର ବିପୁଳ ବିଜୟ ସମ୍ଭାବନାକୁ ଅଧିକ ଉଜ୍ବଳ କରିଥିବା ଦଳ ଦାବି କରିଛି । ସେପଟେ ଫଳାଫଳ ପୂର୍ବରୁ ରେସରୁ ଓହରି ସାରିଛି କଂଗ୍ରେସ  ।

ପିପିଲି ପ୍ରତୀକ୍ଷାରେ ରବିବାର ପଡ଼ିବ ପୂର୍ଣ୍ଣଚ୍ଛେଦ ।  ଭୋଟ୍‌ଗଣତି ପାଇଁ ପୁରୀ ପେଣ୍ଠକଟା ଓ୍ବେରହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୫ ଓ ୬ ନମ୍ବର ରୁମରେ ହେବ ଇଭିଏମ ଭୋଟ୍‌ ଗଣତି । ଏଥିପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ ଗଣତି ହେବ । ସକାଳ ୮ରୁ ସାଢେ ୮ ଯାଏ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ ଭୋଟ୍‌ ଗଣତି କରାଯିବ । ଏଥିପାଇଁ ୬୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ସେପଟେ ବଢ଼ି ଯାଇଛି ତିନି ରାଜନୈତିକ ଦଳର ଦିଲ୍ଲ୍ ଧଡ୍‌କନ । ସ୍ଥିତି ଦେଖି ଭୋଟ୍‌ ଗଣତି ପୂର୍ବରୁ ପରାଜୟ ସ୍ବୀକର କରିଛି କଂଗ୍ରେସ । ସେପଟେ ଗତ ନିର୍ବାଚନରେ ଭୋଟ ବୃଦ୍ଧି ପାଇଥିବାରୁ ବିଜେପି ପରିବର୍ତ୍ତନର ଧାରା ଅବ୍ୟାହତ ଥିବା ଦାବି କରିଛି । ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପିପିଲି ସବୁବେଳେ ବିଜେଡି ଦଖଲରେ ଅଛି । ଜନତା ଦଳରୁ ବିଜୁ ଜନତା ଦଳ ଯାଏ ୭ ଥର ବିଧାୟକ ଥିଲେ ପ୍ରଦୀପ ମହାରଥୀ । ଏଥର ବିଜେଡି ପୂର୍ବ ଥରଗୁଡ଼ିକ ଅପେକ୍ଷା ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବ ବୋଲି ବିଜେଡି ଦାବି କରିଛି ।

ଗତବର୍ଷ ଅକ୍ଟୋବର ୩ ତାରିଖରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଘଟିଥିଲା  । ଏହାପରେ ମୁରବୀଶୂନ୍ୟ ହୋଇପଡିଥିଲା ପିପିଲି ଆସନ  । ସେପଟେ ଉପନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟ ଦେହାନ୍ତ ଘଟିଥିଲା  । ତେଣୁ ପୁନର୍ବାର ନିର୍ବାଚନ ତାରିଖ ଘୋଷଣା କରାଯାଇଥିବାବେଳେ କୋବିଡର ଭୟଭହତା କାରଣରୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର  । ତେବେ ସମସ୍ତ ଘଟଣାର ପୂର୍ଣ୍ଣଛେଦ ପକାଇ ରବିବାର ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏବେ ଠାରୁ ନେତାଙ୍କ ଆଖିରେ ହଜିବାକୁ ବସିଲାଣି ନିଦ  । ତେବେ ଦେଖିବାକୁ ବାକି ରହିଲା କାହା ସପକ୍ଷରେ ଯାଉଛି ପିପିଲି ଜନାଦେଶ  ।

ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ: ଜଣେ ବ୍ୟକ୍ତିଙ୍କ ପେଟରେ ୪ ଇଞ୍ଚିଆ କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଓ୍ବାସର…

ଲିଥୁଆନିଆ: ମଣିଷ ପେଟରୁ ବାହାରିଲା ପୁଳାପୁଳା କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଛୁରୀ । ଆଶ୍ଚର୍ଯ୍ୟ ହେଲେ ବି ଘଟଣା ସତ୍ୟ । ଲିଥୁଆନିଆର ଜଣେ ବ୍ୟକ୍ତିଙ୍କ ପେଟରୁ ଏସବୁ ବାହାରିବା ପରେ ଡାକ୍ତର ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ପ୍ରାୟ ୧ କିଲୋଗ୍ରାମ ଲୁହା ବାହାରିବା ଖବର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଉକ୍ତ ବ୍ୟକ୍ତି ଜଣକ ଜଣେ ମଦ୍ୟପ ଥିଲେ । ତେବେ ତାଙ୍କୁ କୌଣସି ପ୍ରକାରେ ନିଶାରୁ ବିରତ କରାଯାଇପାରିଥିଲା । ମାତ୍ର ମଦ ଛାଡିବା ପରେ ପରେ ସେ ଏକ ଅଦ୍ଭୁତ କାର୍ଯ୍ୟ ଜାରି ରଖିଥିଲେ ।

ମାସେ ତଳୁ ସେ ଏକ ୪ ଇଞ୍ଚିଆ କଣ୍ଟା ସହ ପୁଳା ପୁଳା କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଓ୍ବାସର, ଛୁରୀ ଆଦି ଖାଇଚାଲିଥିଲେ । ସେ ମାସକ ଭିତରେ ପ୍ରାୟ ୧ କିଲୋଗ୍ରାମ ଓଜନର ଲୁହା ସାମଗ୍ରୀ ଗର୍ଭସ୍ଥ କରିବା ପରେ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଏକ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ଶେଷରେ କ୍ଲାଇପେଦା ୟୁନିଭର୍ସିଟି ହସ୍ପିଟାଲରେ ତାଙ୍କର ଅପରେସନ କରାଯାଇଥିଲା ।

ରୋଗୀଙ୍କ ପେଟରୁ ଏପରି ଜିନିଷ ପାଇ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ଏକ ବିରଳ ଘଟଣା ବୋଲି କହିଛନ୍ତି ସର୍ଜନ ସାରୁନାସ ଦାଇଲିଦେନାସ । ପେଟରୁ ଏସବୁକୁ ବାହାର କରିବା ଲାଗି ଡାକ୍ତରଙ୍କୁ ପ୍ରାୟ ୩ ଘଣ୍ଟା ଲାଗିଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାଯାଇଛି । କିନ୍ତୁ ଏପରି ଘଟଣା କେବଳ ଉକ୍ତ ଦେଶରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି  ।

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ: `ଗାନ୍ଧୀଜୀ ଇନ୍ ଓଡ଼ିଶା’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର କୃତି ଓ କୀର୍ତ୍ତିର ସ୍ମରଣ ନିମନ୍ତେ ଉନ୍ମୋଚିତ ହୋଇଛି ପୁସ୍ତକ `ଗାନ୍ଧୀଜୀ ଇନ୍ ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଉକ୍ତ ପୁସ୍ତକରେ ଗାନ୍ଧୀଜୀଙ୍କର ଓଡ଼ିଶା ଆଗମନ ଓ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ ରହିଛି । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି ।

ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡ଼ିଶା ପ୍ରତି ଗାନ୍ଧୀଙ୍କ ହୃଦୟରେ ସ୍ବତନ୍ତ୍ର ଦରଦ ରହିଥିଲା । ଓଡ଼ିଶାକୁ ତାଙ୍କର ଆଗମନକୁ ସେ ନିଜେ ତୀର୍ଥ ଯାତ୍ରା ଶଦୃଶ ବର୍ଣ୍ଣନା କରିଥିଲେ । ଆଗାମୀ ପିଢିକୁ ଗାନ୍ଧୀଙ୍କ ସମ୍ପର୍କରେ ଅବଗତ କରାଇବାକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି ।