spot_img
Home Blog Page 5124

ବିଦ୍ୟୁତ ଆଘାତରୁ ବର୍ତ୍ତିବେ ହାତୀ: ଶକ୍ତି ବିଭାଗର ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍

ଭୁବନେଶ୍ୱର: ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଦ୍ୟୁତ ଠାରୁ ହାତୀଙ୍କୁ ବଞ୍ଚାଇ ରଖିବାକୁ ଶକ୍ତି ବିଭାଗର ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍ । ହାତୀ କରିଡର ଦେଇଯାଇଥିବା ୩୩ କେଭି, ୧୧ କେଭି ଲାଇନ୍ ଗ୍ରାଉଣ୍ଡ କ୍ଲିୟରାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଣ୍ଟନ ହୋଇଥିବା ଟଙ୍କା ବିଦ୍ୟୁତ ବିତରଣ କମ୍ପାନୀ ଖର୍ଚ୍ଚ କରିବେ । ବିଦ୍ୟୁତ ଓ ଜଙ୍ଗଲ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ହେବ । ସ୍ଥାନୀୟ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବେ ।

ବେଆଇନ୍ ହୁକିଂ ଏବଂ ଶୀକାର କରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ସେମାନଙ୍କ ବିଷୟରେ କେହି ସୂଚନା ଦେଲେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ବିଦ୍ୟୁତ ଆଘାତରେ ଗୋଟିଏ ବି ହାତୀଙ୍କର ଯେମିତି ମୃତ୍ୟୁ ନହୁଏ ସେଥିପ୍ରତି ନଜର ରଖାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୦୯ରୁ ୨୦୧୯ ଭିତରେ ରାଜ୍ୟରେ ୭୩୨ଟି ହାତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ସେହିଭଳି ବର୍ଷକୁ ୧୧ଟି ହାତୀଙ୍କର ମୃତ୍ୟୁ ହେଉଥିବା ସେ କହିଥିଲେ ।

ଦୁର୍ଘଟଣାରେ ମହାନଦୀଙ୍କୁ ଖସିପଡିଲେ ମହିଳା, ଘଟଣାସ୍ଥଳରେ ଜୀବନ ହାରିଲେ ସ୍ୱାମୀ

ବୌଦ୍ଧ: କିଆକଟା ମହାନଦୀ ସେତୁ ଉପରେ ଦୁର୍ଘଟଣା। ସେତୁ ଉପରେ ବାଇକ -କାର୍ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ବ୍ରିଜ ତଳକୁ ଖସିପଡ଼ିଛନ୍ତି ମହିଳା। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ତନାଘନା ଜାରି ରଖିଛନ୍ତି । ମହାନଦୀ ସେତୁ ଉପରେ ବାଇକରେ ଦମ୍ପତି ଯାଉଥିବାବେଳେ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ମହିଳା ଜଣଙ୍କ ମହାନଦୀ ବ୍ରିଜ ତଳକୁ ଖସି ପଡ଼ିଛନ୍ତି । ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଆରମ୍ଭ କରିଥିବାବଳେ କାର ଚାଳକ ଘଟଣାସ୍ଥଳରୁ ଖସିଯାଇଛନ୍ତି  । ସେପଟେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହିଁ ବାଇକଆରୋହୀଙ୍କର ମୃତ୍ୟୁ ଘଟିଥିଲା  । ସେପଟେ ବାଇକ ପଛରେ ବସିଥିବା ମହିଳା ଜଣଙ୍କୁ ମହାନଦୀରେ ଖୋଜିବା ଆରମ୍ଭ କରିଛି ଅଗ୍ନିଶମ ବାହିନୀ  ।

 

ଟିକେଟ୍ ନଥିବାରୁ ଲାଠିରେ ଯୁବତୀଙ୍କ ମୁଣ୍ଡ ଫୁଟାଇଲେ RPF କନଷ୍ଟେବଳ

ରାଉରକେଲା: ଆରପିଏଫ୍ କନଷ୍ଟେବଳଙ୍କ ଅମାନୁଷିକ କାମ । ଟିକଟ ନଥିବାରୁ ଯୁବତୀଙ୍କୁ ଲାଠିରେ ପିଟି ମୁଣ୍ଡ ଫଟାଇଦେଲେ ଆରପିଏଫ୍ କନଷ୍ଟେବଳ । ଏନେଇ ରାଉରକେଲା ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ଅନୁସାରେ, ଫଳ ବିକ୍ରି କରୁଥିବା ଜଣେ ଯୁବତୀ ଟ୍ରେନ୍‌ରେ ହାଓଡା ଯାଉଥିଲେ । ଟିକେଟ ଯାଞ୍ଚ କଲାବେଳେ ଯୁବତୀଙ୍କ ନିକଟରେ ଟିକେଟ୍ ନଥିବାରୁ ଆକ୍ରମଣ କରିଥିଲେ ଆରପିଏଫ୍ କନଷ୍ଟେବଳ ।

ଏଭଳି ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି  । ଯଦି ଜଣେ ଯାତ୍ରୀ ଭୁଲ କରିଛନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡ ଦେବା ପରିବର୍ତ୍ତେ ଲାଠି ଚାର୍ଜ କରିବା ନିନ୍ଦନୀୟ  ।   ପାନପୋଷ ନିକଟରେ ଆରପିଏଫ କନଷ୍ଟେବଳ ଲାଠିରେ ପିଟି ଯୁବତୀଙ୍କ ମୁଣ୍ତ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

IPL ଅପଡେଟ୍: ୪ ୱିକେଟରେ ଦିଲ୍ଲୀ ବିଜୟୀ, ମଉଳିଲା ମୁମ୍ବାଇର ପ୍ଲେ ଅଫ ଆଶା

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇକୁ ମାତ ଦେଲା ଦିଲ୍ଲୀ ଟିମ । ଏହି ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ୪ ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଆଇପିଏଲର ୪୬ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ମୁମ୍ବାଇ ପ୍ରଥମେ ବ୍ଯାଟିଂ କରିବା ସହ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା  ।

ସେହିପରି ଦ୍ୱିତୀୟ ଇଂନିସରେ ଦିଲ୍ଲୀ ବ୍ୟାଟିଂ କରିବା ସହ ୬ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା  । ଏଥି ସହିତ ମ୍ୟାଚକୁ ନିଜ ଆଡ଼କୁ ନେବାରେ ସକ୍ଷମ ହୋଇଥିଲା ଦିଲ୍ଲୀ  । ଅଭେସ ଖାନ ଦମଦାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୧୫ ରନ୍ ଦେଇ ୩ଟି ମୂଲ୍ୟବାନ୍ ୱିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ବ୍ୟାଟିଂ ପକ୍ରିୟା ଆଜି ବିପର୍ଯ୍ୟସ୍ଥ ହୋଇପଡିଥିବା ଦେଖିବାକୁ ମିଲିଥିଲା  ।

ଓଡ଼ିଶା ସ୍ବାସ୍ଥ୍ୟ ସେବାକୁ ନୀତି ଆୟୋଗର ପ୍ରଶଂସା, ରାଜ୍ୟରେ ମିଳୁଛି ଉନ୍ନତମାନର ଚିକିତ୍ସା ସୁବିଧା

ଭୁବନେଶ୍ୱର: ଓଡ଼ିଶାରେ ମିଳୁଛି ଉନ୍ନତମାନର ଚିକିତ୍ସା ସୁବିଧା । ଡାକ୍ତରଖାନାରେ ରୋଗୀ ଓ ସମ୍ପର୍କୀୟଙ୍କୁ ଚିକିତ୍ସା ସାଙ୍ଗକୁ ଭଲ ବ୍ୟବହାର ମଧ୍ୟ କରାଯାଉଛି । ଏଥିପାଇଁ ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିଛି ନୀତି ଆୟୋଗ । ମଧ୍ୟମ ଧରଣର ମେଡିକାଲ ଭାବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦେଶର ଏକ ନମ୍ବର ହସ୍ପିଟାଲର ମାନ୍ୟତା ମିଳିଛି । ଏଠାରେ ରୋଗୀ ସଂଖ୍ୟା ହିସାବରେ ଡାକ୍ତର, ନର୍ସିଂ ଷ୍ଟାଫ, ହେଲଥ ଷ୍ଟାଫ ରହିଛନ୍ତି ।

ଏହା ସହିତ ଉନ୍ନତ ମାନର ଚିକିତ୍ସା ସାଙ୍ଗକୁ ରୋଗୀଙ୍କର ଉଚିତ୍ ଯତ୍ନ ନିଆଯାଉଛି । ରୋଗୀ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ତରଫରୁ ଭୟ ବ୍ୟବହାର ମଧ୍ୟ କରାଯାଉଛି । ବିଭିନ୍ନ ମାନଦଣ୍ଡ ଅନୁସାରେ ଭୀମ ଭୋଇ ମେଡିକାଲ କଲେଜ ଦେଶରେ ଅନ୍ୟ ଡାକ୍ତରଖାନା ଠାରୁ ଭଲ ସ୍ଥିତିରେ ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଉନ୍ନତ କରିବାକୁ ରାଜ୍ୟ ସରକାରଙ୍କ ଅହରହ ପ୍ରଚେଷ୍ଟା କରୁଛନ୍ତି ।

ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏବଂ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉଦ୍ୟମରେ ଭୀମ ଭୋଇ ମେଡିକାଲ କଲେଜକୁ ସଫଳତା ମିଳିଛି ବୋଲି ଜିଲ୍ଲାପାଳ କହିଛନ୍ତି । ବଲାଙ୍ଗୀର ପଛକୁ ମୟୁରଭଞ୍ଜ ମେଡିକାଲକୁ ମଧ୍ୟ ନୀତି ଆୟୋଗ ତରଫରୁ ପ୍ରଶଂସା କରାଯାଇଛି । ଦେଶରେ ରୋଗୀଙ୍କୁ ଭଲ ବ୍ୟବହାର କରୁଥିବା ଆଧାରରେ ୭ଶହରୁ ୮ଶହ ହସ୍ପିଟାଲକୁ ନେଇ ଗ୍ରେଡେସନ କରାଯାଇଥିଲା ।ଏଥିରେ ବଲାଙ୍ଗୀର ଜିଲ୍ଲା ଏକ ନମ୍ବର ସ୍ଥାନରେ ରହି ସଫଳତା ହାସଲ କରିଛି ।

ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ବଡ଼ ଦାୟିତ୍ୱ, କମ୍ପାଣ୍ଡିଂ ଇନ୍‌ ଚିଫ୍‌ ହେଲେ ଦିଲ୍ଲୀପ କୁମାର

ନୂଆଦିଲ୍ଲୀ: ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ବ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଲା ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିଛି । କାରଗିଲ୍‌ ଯୁଦ୍ଧରେ ଅପୂର୍ବ ସାହାସିକତା ଦେଖାଇଥିବାରୁ ତାଙ୍କୁ ବାୟୁସେନା ମେଡାଲ ମିଳିଥିଲା ।

ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିବା ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ । ଦେଶସେବା ପାଇଁ ସେନାରେ ଯୋଗ ଦେବାକୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ପୁଅର ଏଭଳି କୃତିତ୍ୱ ପାଇଁ ଶୁଭେଛାର ବାର୍ତ୍ତା ଛୁଟିଛି  ।

ଜଗତସିଂହପୁରରେ ବିଜେଡିରେ ମିଶିଲେ ୩୦ରୁ ଅଧିକ ବିଜେପି କର୍ମୀ

ଜଗତସିଂହପୁର: ଉପକୂଳରେ ଶସକ୍ତ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁ ପ୍ରାଣୀତ ହୋଇ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ଅନ୍ୟ ଦଳର କର୍ମୀ । ଜଗତସିଂହପୁର ବ୍ଲକ ପାଟେଣୀ ଗାଁ ପଞ୍ଚାୟତ ଧୁଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ଏକ ବନ୍ଧୁ ମିଳନ ସହ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି।

ଓଡିଶା ରାଜ୍ୟ କାଜୁ ନିଗମର ଅଧକ୍ଷ ଅମରେନ୍ଦ୍ର ଦାଶଙ୍କ ସହ ଶତାଧିକ ବିଜୁ ଜନତାଦଳର କର୍ମୀଙ୍କ ଉପସ୍ଥିରେ 23 ରୁ 30 ଜଣ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦାନ କରିଛନ୍ତି। ଦୀର୍ଘ ଦିନ ଧରି ନିରବ ପରେ ଆଜି ବିଜେଡି ଦଳରେ ସାମିଲ ହେବାକୁ ନିଷ୍ପତି ନେଇଥିଲେ କର୍ମୀ ।

ବାହାଘରର ୪ ବର୍ଷ ପରେ ଅଲଗା ହେଲେ ସାଉଥର ଏହି ସୁପରହିଟ୍ ଯୋଡି..

ମୁମ୍ବାଇ:ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ  ସାମନ୍ଥା ପ୍ରଭୁ ଓ ଅଭିନେତା ନାଗା ଚୈତନ୍ୟ  ଅଲଗା ହେଲେ । ସେମାନଙ୍କ ଅଲଗା ହେବାର ନିଶ୍ଚିତ ସୂଚନା ଦେଇଛନ୍ତି ଏହି ଯୋଡି । ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅଲଗା ହେବାର ଖବର ଦୁନିଆକୁ ଜଣାଇଲେ ଦୁହେଁ ।  ସାମନ୍ତା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଏବଂ ନାଗା ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ମତଭେଦ ଏବଂ ଛାଡପତ୍ର ହେବାର ଖବର ଆସିଥିଲା। ବର୍ତ୍ତମାନ ସେ ନିଜେ କହିଛନ୍ତି ଯେ ଉଭୟ ଅଲଗା ଅଛନ୍ତି। ସାମନ୍ତ ଏବଂ ନାଗା ଚେତନ୍ୟ ୨୦୧୭ ରେ ବିବାହ କରିଥିଲେ |

କିଛି ସମୟ ପାଇଁ ପରସ୍ପରକୁ ଡେଟ କରିବା ପରେ ସାମନ୍ଥା ପ୍ରଭୁ ଏବଂ ନାଗା ପରସ୍ପରର ନିକଟତର ହୋଇଥିଲେ । ପ୍ରେମରୁ ବିବାହର ରାସ୍ତା ଖୁବ ସୁନ୍ଦର ଥିଲା ଏହି ହିଟ୍ ଯୋଡିଙ୍କର.. ଉଭୟଙ୍କୁ ଦକ୍ଷିଣ ଭାରତୀୟ ସିନେମାର ପ୍ରିୟ ଦମ୍ପତି ଭାବରେ ବେଶ୍ ଜଣାଯାଏ । ତେବେ ସେମାନଙ୍କ ବିବାହ ମାତ୍ର ଚାରି ବର୍ଷ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଲା । ଦୀର୍ଘ ସମୟ ଧରି, ସେମାନଙ୍କ ସମ୍ପର୍କର ଦୂରତା ଖବର ବାହାରକୁ ଆସୁଥିଲା, କିନ୍ତୁ ଏହି ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ସେମାନଙ୍କର ଫ୍ୟାନ୍ସ । କିଏ ଏହାକୁ ମିଛ ଅପ୍ରଚାର କହୁଥିଲା ତ ପୁଣି କିଏ ସେମାନଙ୍କ ଆଗାମୀ ଫିଲ୍ମର କାହାଣୀ କହୁଥିଲା,କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଛ ଖବରକୁ ସତ କରିଦେଇଛନ୍ତି ସାମନ୍ଥା ପ୍ରଭୁ ଓ ନାଗା ଚେତନ୍ୟ..  ଏବେ ଦୁହେଁ ବାଛିନେଲେ ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ରାସ୍ତା ।

ତେଲୁଗୁ ସିନେମାର ଏହି ପ୍ରସିଦ୍ଧ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି | ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ ମଧ୍ୟ କରିଛନ୍ତି, ସେଥିମଧ୍ୟରୁ ସବୁଠାରୁ ହିଟ୍ ଥିଲା ୨୦୧୦ର ଚଳଚ୍ଚିତ୍ର ‘ୟେ ମାୟା ଚେସାଭ୍’ | ୨୦୧୯ ମସିହାରେ ଦୁହେଁ ଏକାଠି ମାଜିଲି ଫିଲ୍ମରେ ନଜର ଆସିଥିଲେ। ସମ୍ପ୍ରତି, ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ୨ ରେ ସାମନ୍ତା ତାଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ ମଧ୍ୟ କରିଥିଲେ |

ଉତ୍ତର ଭାରତରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି | ନିକଟରେ ସାମନ୍ଥା ପ୍ରଭୁ ଏବଂ ନାଗା ଚୈତନ୍ୟ ନିଜ ଭବିଷ୍ୟତ ଉତ୍ତରାଧିକାରୀ ପାଇଁ ଯୋଜନା କରୁଥିବାର ମଧ୍ୟ ଖବର ଆସିଥିଲା। ହେଲେ ଅଚାନକ ଏହି ଦୁଇ ପ୍ରେମୀଜୁଗଳଙ୍କ ଛାଡପତ୍ର କଥା କାହାକୁ ବିଶ୍ବାସ ହେଉନାହିଁ..କାରଣ ଅନେକ ସୁପରହିଟ୍ ଲଭଷ୍ଟୋରୀର କଥା ଉଠିଲେ ନାଗା  ଚୈତନ୍ୟ ଓ ସାମନ୍ଥା ପ୍ରଭୁଙ୍କର ନାଁ ଆସେ..

ଆକାଶରେ ଧ୍ବଂସ ହେଲା ଏୟାର ଆମ୍ବୁଲାନ୍ସ ,ଚାଲିଗଲା ୪ ଜୀବନ

ୟୁଏଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପୋଲିସ ଦ୍ୱାରା ଉଡାଯାଇଥିବା ଆବୁଧାବି ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଆବୁଧାବି ପୋଲିସ ଏହି ଦୁର୍ଘଟଣା କେଉଁଠାରେ ଘଟିଛି ଏବଂ ଏହି ଦୁର୍ଘଟଣାର ପ୍ରକୃତ କାରଣ କଣ ସେ ସମ୍ପର୍କରେ କିଛି ସୂଚନା ଦେଇ ନାହିଁ। ତେବେ ଏହି ଦୁର୍ଘଟଣାରେ ଦୁଇ ପାଇଲଟ, ନାଗରିକ ଡାକ୍ତର ଏବଂ ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ପୋଲିସ ନିଶ୍ଚିତ ଭାବେ ସୂଚନା ଦେଇଛନ୍ତି। ଆବୁଧାବି ହେଉଛି ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ |

ଶନିବାର ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆବୁଧାବି ପୋଲିସ କହିଛି। ଏକ ଟୁଇଟ ଜରିଆରେ ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଦୁଇଜଣ ପାଇଲଟ ଅଛନ୍ତି। ମୃତକଙ୍କ ମଧ୍ୟରେ କାମିସ୍ ସଇଦ ଅଲ-ହୋଲି, ମହମ୍ମଦ ଅଲ-ରସିଡି, ସହିଦ ଫାରୁକ୍ ଗୋଲାମ ଏବଂ ଜୋଏଲ କ୍ୟୁଇ ସାକାରା ମିନଟୋ ଅଛନ୍ତି। ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ ସୂଚନା ଏଯାଏଁ ପ୍ରଦାନ କରିନାହାଁନ୍ତି। କିନ୍ତୁ ଏକ ଟୁଇଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଏହି ସମସ୍ତ ଲୋକ ଡ୍ୟୁଟିରେ ରହିଥିଲେ। ଘଟଣାର କିଛି ସମୟ ପରେ ଆବୁଧାବି ପୋଲିସ ଘନ କୁହୁଡ଼ି ହେତୁ ସଂଯୁକ୍ତ ଆରବ ଏମିରେଟ୍ସରେ ଗତି ଉପରେ ପ୍ରତିବନ୍ଧକ ଲଗାଇଥିଲା।

ସାବଧାନ୍… ଦୂର୍ଗାପୂଜା ବଟି ମାଗିଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର: ମା ଆସୁଛନ୍ତି  । ଦଶହରାରେ ଦର୍ଶନ ଦେବେ ମା ଦୂର୍ଗା  । ଏହା ପୂର୍ବରୁ ଶାନ୍ତି ଶୃଙ୍ଖଳାକୁ ନେଇ ସଜାଗ ହୋଇଛି କମିସନରେଟ ପୋଲିସ  ।   ଦ୍ବୈତନଗରୀରେ ଦାଦାବଟିକୁ ନା । ଏଥର ଚାନ୍ଦା ମାଗିଲେ ବନ୍ଧା ହେବେ ଅଭିଯୁକ୍ତ । ଦୁର୍ଗାପୂଜା ପାଇଁ ଟୁଇନସିଟିର ଅଫିସରଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ଖବର ଦେବାକୁ କହିଛି ଦୈତ ନଗର ପୋଲିସ  ।

ଏଥର ଦୂର୍ଗା ପୂଜାରେ ଯଦି କୈଣସି ବ୍ୟକ୍ତି ଚାନ୍ଦା ମାଗନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ  । ଏନେଇ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେବେ, ସେମାନଙ୍କ ନାଁ ଗୋପନ ରଖାଯିବ । ଯିଏ ଜବରଦସ୍ତି ଚାନ୍ଦା ମାଗିବାକୁ ଉଦ୍ୟମ କରିବ କିମ୍ବା ଚାନ୍ଦା ମାଗିବ, ତାଙ୍କୁ ଛଡା ଯିବ ନାହିଁ ବୋଲି ପୁଲିସ କମିଶନରଙ୍କ ସୂଚନା ଦେଇଛନ୍ତି ।

ସେପଟେ ଗତକାଲି ଭୁବନେଶ୍ୱରରେ ବାର କର୍ମଚାରୀଙ୍କୁ ଦାଦାବଟି ମାଗିବା ସହ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା  । ଆଜି ଉକ୍ତ ମାମଲାରେ ଲକ୍ଷ୍ମୀସାଗର ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖିଛି ।