spot_img
Home Blog Page 5134

LED ଲାଇଟ୍ ସହାୟତାରେ ବନାଇଲେ ହାଇବ୍ରିଡ୍ ଭାଙ୍ଗ, ଗିରଫ ହେଲେ ଏମବିଏ ଗ୍ରାଜୁଏଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ବିଦାଦି ନିକଟ ଏକ ଘରୋଇ ଭିଲ୍ଲାରୁ ଜଣେ ୩୫ ବର୍ଷିୟ ଇରାନ ନାଗରିକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ।  ହାଇଡ୍ରୋପୋନିକ୍ ମଡେଲ ବ୍ୟବହାର କରି ଭାଙ୍ଗ ପ୍ରସ୍ତୁତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ଜବାଦ ରୋଷ୍ଟାମପୁର ବୋଲି ଜଣାପଡିଛି।
ସେ ୨୦୧୦ ମସିହାରେ ପଢିବା ପାଇଁ ବେଙ୍ଗାଲୁରୁକୁ ଆସିଥିଲେ। ଜବାଦ ବେଙ୍ଗାଲୁରୁର କଲ୍ୟାଣ ନଗର ସ୍ଥିତ ଏକ ଘରୋଇ କଲେଜରୁ ଏମବିଏ ଶେଷ କରିବା ସହ କମ୍ମନହଲିରେ ଏକ ଘରେ ରହୁଥିଲା। ଯାହା ପରେ ସେ ଭଗବାନ ଶିବ ଓ ଭାଙ୍ଗ ଦ୍ୱାରା ଅଧିକ ଆକୃଷ୍ଟ ହୋଇପଡିଥିଲା । ପ୍ରାୟ ତିନି ବର୍ଷ ପୂର୍ବେ ସେ ଡ୍ରଗ୍ସ ବ୍ୟବହାର କରିବା ଆରମ୍ଭ କରିବା ସହ ଧିରେଧିରେ ତା’ ସାଙ୍ଗମାନଙ୍କୁ ମଧ୍ୟ ଯୋଗାଇବା ଆରମ୍ଭ କରିଥିଲା ।
ଭାଙ୍ଗ ତିଆରି ପାଇଁ ଅନଲାଇନ୍ ରିସର୍ଚ୍ଚ କରୁଥିଲା
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜବାଦ ଗଞ୍ଜେଇ ଓ ଭାଙ୍ଗ ତିଆରି ଉପରେ ଅନେକ ପୁସ୍ତକ ପଢିବା ସହ  ଅନଲାଇନ୍ ରିସର୍ଚ୍ଚ ମଧ୍ୟ କରିଥିଲା । ଲକଡାଉନ୍ ସମୟରେ ଘରେ ଗଞ୍ଜେଇ ଓ ପୁଦିନା ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଥିଲା ଜବାଦ। ଏହାସହ ହାଇଡ୍ରୋପୋନିକ୍ ମଡେଲ୍ ସ୍ଥାପନ କରିବା ସହ ଔଷଧ ପ୍ରକ୍ରିୟାକରଣ ପାଇଁ ଏଲଇଡି ଲାଇଟ୍, ଆବଶ୍ୟକ ରାସାୟନିକ ପଦାର୍ଥ ପାଇଁ ଅନଲାଇନ୍ ଅର୍ଡର କରିଥିଲା । ସେ ଡାର୍କ ୱେବ୍ ମାଧ୍ୟମରେ ୟୁରୋପରୁ ୬୦ ମଞ୍ଜି ମଗାଇବା ସହ ଏହାକୁ ଫିସ୍ ଟାଙ୍କିରେ ଲଗାଇଥିଲା ।
କ୍ରାଇମ ବ୍ରାଞ୍ଚର ଅଧିକାରୀ ସନ୍ଦୀପ ପାଟିଲ କହିଛନ୍ତି ଯେ ଜବାଦ ଗଛଗୁଡିକର ଭଳଭାବେ ଯତ୍ନ ନେଇଥିଲା। ତାର ସାଙ୍ଗମାନେ ହାଇଡ୍ରୋ-ଗଞ୍ଜେଇ ଗ୍ରାହକଙ୍କୁ ଯୋଗାଇ ଦେବାରେ ସାହାଯ୍ୟ କରିଥିଲେ । ସେମାନେ ଏଥିପାଇଁ ଗୋଯେ ସେଟଅପ୍ କରିବା ସହ ମୋଟ୍ ୧୩୦ ଗଛ ଲଗାଇଥିଲେ । ଆଉ ପ୍ରତି ଗ୍ରାମ ପିଛା ଏହାର ମୂଲ୍ୟ ପ୍ରାୟ ୩ ହଜାରରରୁ ୪ ହଜାର ଟଙ୍କା ରହିଥିଲା ।

ସୀମାନ୍ତ ଝାଡ଼ଖଣ୍ଡର ସ୍କୁଲରେ ଓଡ଼ିଆ ଭାଷାକୁ ମିଳିବ ଗୁରୁତ୍ୱ, ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ଵିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗ । ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡ ସହିତ ଓଡ଼ିଶାର ସମ୍ପର୍କ ଭଲ ଅଛି । ସେଠାରେ ପ୍ରାୟ ୧୫୦ଟି ଓଡ଼ିଆ ସ୍କୁଲ ରହିଛି । ସେହି ବିଦ୍ୟାଳୟ ଗୁଡ଼ିକରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯିବ, ସେଥିପ୍ରତି ନଜର ରଖାଯାଇଛି ।
School & Mass Education Minister To Discuss With Jharakhand Education Minister 
ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆବଶ୍ୟକ ପଡ଼ିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟ ଗୁଡ଼ିକରେ ଓଡ଼ିଆ ଭାଷା କିପରି ରହିବ ଓ ଓଡ଼ିଆ ପିଲା ଓଡ଼ିଆ ଭାଷା ପଢ଼ି ପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

ପାକିସ୍ତାନ ଭରସାଯୋଗ୍ୟ ନୁହେଁ, ଆମେ ଭାରତ ସହିତ ସମ୍ପର୍କ ଚାହୁଁଛୁ: ତାଲିବାନ ନେତା

କାବୁଲ: ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଥିବା ସମ୍ପର୍କ ଗତ ଏକ ମାସ ମଧ୍ୟରେ ବଦଳିଯାଇଥିବା ଅନୁମାନ କରାଯାଉଛି।  ପ୍ରଥମ ଥର ପାଇଁ ତାଲିବାନର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଧାେକ୍କାବାଜ ବୋଲି କହିଛନ୍ତି। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ତାଲିବାନର ମୁଲ୍ଲା ଅବଦୁଲ ସଲାମ ଜଇଫ କହିଛନ୍ତି ଯେ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ, ଯେତେବେଳେ ଆମେ ସୁପର ପାୱାର ଆମେରିକା ଆଗରେ ନଇଁଲୁ ନାହୁଁ, ତାହେଲେ ନିଜକୁ କେମିତି ପାକିସ୍ତାନ ହାତରେ ଟକିଦେବୁ।
ପାକିସ୍ତାନ ଉପରେ ବିଶ୍ୱାସ ନାହିଁ: ଜଇଫ
ରିପୋର୍ଟ ଅନୁଯାୟୀ, ଭାରତ ଆମ ସହ ଡିପ୍ଲୋମାସି କରିବା ଉଚିତ ବୋଲି ମୁଲ୍ଲା ଜଇଫ କହିଛନ୍ତି। ଯାହାଫଳରେ ନିଶ୍ଚିତ କରିପାରିବେ ଯେ ଆଫଗାନିସ୍ତାନର ମାଟିକୁ ତାଙ୍କ ବିରୁଦ୍ଧରେ କୗେଣସି ଦେଶ ବ୍ୟବହାର କରିପାରିବେନାହିଁ। ଏଥିସହ ଜଇଫ କହିଛନ୍ତି, କୗେଣସି ଦେଶ ଆମ ସହ ସଚ୍ଚୋଟ ନୁହେଁ ।

ପାକିସ୍ତାନର ପ୍ରକୃତ ଚେହେରା ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ତାକୁ ବିଶ୍ୱାସ କରାଯାଇପାରିବ ନାହିଁ । ଏହା ବ୍ୟତୀତ ଆମେ ଆମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନ କିମ୍ବା ଅନ୍ୟ କୗେଣସି ଦେଶର ହସ୍ତକ୍ଷେପ କରାଇ ଦେବୁନାହିଁ ।
ଜଇଫ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ତାଲିବାନର ଶାସନ ବଦଳିଛି। ମହିଳାମାନେ ସ୍କୁଲ୍ ଯାଉଛନ୍ତି ଓ କାମକୁ ମଧ୍ୟ ଯାଉଛନ୍ତି । ଏହାବ୍ୟତୀତ ରାଜନୀତି, ବ୍ୟବସାୟ ଭଳି ସ୍ଥାନରେ ସେମାନଙ୍କୁ ସୁଯୋଗ ଦେବା ପାଇଁ ସମ୍ଭାବନା ମଧ୍ୟ ରହିଛି ।

ଡିଆରଡିଓ ତଥ୍ୟ ଲିକ୍ ମାମଲା: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ରହସ୍ୟମୟୀ ମହିଳାଙ୍କ ଫଟୋ

ବାଲେଶ୍ୱର: ଡିଆରଡିଓ ତଥ୍ୟ ଲିକ୍‌ ମାମଲା । କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀ ମହିଳାଙ୍କ ଫଟୋ । ଟେକନିକାଲ ତଥ୍ୟକୁ ଅପେକ୍ଷା କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଫେସବୁକ ପ୍ରୋଫାଇଲ ସହ ଭିଡିଓ ମ୍ୟାଚ କରୁଛି । ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ବିଦେଶ ଲିଙ୍କ ମିଳିଥିବାରୁ ଇଣ୍ଟରପୋଲ୍‌ ସହାୟତା ଲୋଡ଼ିବ କ୍ରାଇମବ୍ରାଞ୍ଚ । ବ୍ୟାଙ୍କ ଆକାଉଣ୍ଟ, ଫୋନ, ବିଦେଶ ଲିଙ୍କ ରହିଛି । ମହିଳା ଜଣକ ବିଦେଶରୁ ରହି ଅପରେଟ କରିଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ମାମଲାରେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

ପଞ୍ଜାବବାସୀଙ୍କ ନ୍ୟାୟ ଓ ହକର ଲଢ଼େଇ ଜାରି ରଖିବି: ନବଜ୍ୟୋତ ସିଂ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବରେ ଜାରି ରହିଥିବା ରାଜନୈତିକ ହଟଚମଟ ମଧ୍ୟରେ ନବଜ୍ୟୋତ ସିଂ ସିଦ୍ଧୁ ବୁଧବାର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେବାପରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ଟ୍ୱିଟ୍ ମାଧ୍ୟମରେ ଜାରି ଏହି ଭିଡିଓ ବାର୍ତ୍ତାରେ ସତ୍ୟ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ।

ଭିଡିଓରେ ସେ କହିଛନ୍ତି ଯେ, ପଞ୍ଜାବବାସୀଙ୍କ ନ୍ୟାୟ ଓ ହକର ଲଢ଼େଇ ଜାରି ରଖିବି । ନୈତିକତା ସହ କୌଣସି ପ୍ରକାର ସାଲିସ କରାଯିବନାହିଁ। ପଞ୍ଜାବର ଉନ୍ନତିକରଣ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । କାହା ସହିତ ମୋର ବ୍ୟକ୍ତିଗତ ଲଢ଼େଇ ନାହିଁ । ପଞ୍ଜାବବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଯଥା ସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ସେପଟେ ପିସିସି ସଭାପତି ହେବାର ମାତ୍ର ୭୨ ଦିନ ପରେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନୂତନ କ୍ୟାବିନେଟର କେତେକ ମନ୍ତ୍ରୀଙ୍କୁ ନେଇ ଅସନ୍ତୁଷ୍ଟ ଥିବା ସିଦ୍ଧୁ ଅନ୍ୟ କେଉଁ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତା ବର୍ଷ ପଞ୍ଜାବ, ଗୋଆ, ୟୁପି, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଗୋଆ ଓ ପଞ୍ଜାବରେ କଂଗ୍ରେସ ଗଡ଼ ଭୁଶୁଡ଼ିବାରେ ଲାଗିଛି । ଦୁଇଦିନ ତଳେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡ଼ିଥିବା ବେଳେ ଗତକାଲି ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ଯାହାପରେ କଂଗ୍ରେସର ପରବର୍ତ୍ତୀ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପଞ୍ଜାବରେ କ୍ରାଇସେସ୍ ମ୍ୟାନେଜମେଣ୍ଟ ପାଇଁ କଂଗ୍ରେସ ହାଇକମାଣ୍ଡ ଚେଷ୍ଟା ଚଳାଇଥିବା ବେଳେ ଆଜି କ୍ୟାବିନେଟ ବୈଠକ ଡାକିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ । ସିଦ୍ଧୁଙ୍କ ଇସ୍ତଫା ଓ ପଞ୍ଜାବରେ କଂଗ୍ରେସର ପରବର୍ତ୍ତୀ କାର୍ଯ୍ୟକଳାପ ନେଇ ବୈଠକରେ ଆଲୋଚନା ହୋଇପାରେ ।

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭାଇ ବୋଲି ଦାବି କଲେ ବାଲେଶ୍ୱରର ଲକ୍ଷ୍ମୀକାନ୍ତ

0

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କ ହତ୍ୟା ଅଭିଯୋଗ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ନୂଆ ତଥ୍ୟ ପଦାକୁ ଆସିଛି । ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ଡା ଗାଁରେ । ସେହି ଗାଁର ଏକ ପରିବାର ମହନ୍ତ ନରେନ୍ଦ୍ର ଗିରି ତାଙ୍କ ଘର ସଦସ୍ୟ ବୋଲି ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ବାପାଙ୍କ ସହ ଝଗଡ଼ା ହେବାରୁ ନରେନ୍ଦ୍ର ଗିରି ୫୨ ବର୍ଷ ତଳେ ଘର ଛାଡ଼ି ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନଥିଲା । ପ୍ରାୟ ୧୦ ବର୍ଷ ତଳେ ସେ ନିଜ ଗାଁକୁ ଆସିଥିଲେ ବୋଲି ତାଙ୍କ ଭାଇ ବୋଲି ଦାବି କରୁଥିବା ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି। ଗାଁରେ ପ୍ରାୟ ୧୫ ଦିନ ରହିଥିଲେ । ଏହି ସମୟରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ଗିରିଙ୍କ ସ୍ତ୍ରୀ ନରେନ୍ଦ୍ର ଗିରିଙ୍କର ସମସ୍ତ ସେବା କରିଥିଲେ । ଭଉଣୀ ବାସନ୍ତୀ ବେହେରାଙ୍କ ଘରକୁ ମଧ୍ୟ ଯାଇ ୩ ଦିନ ରହିଥିଲେ । ଘରୁ ଯିବା ବେଳେ ସେ ଅଯୋଦ୍ଧାରେ ରହୁଛନ୍ତି ଓ ସେଠାରେ ବାବାଜୀ ହେବା ପାଇଁ ସାଧନା କରୁଛନ୍ତି ବୋଲି କହିଥିଲେ ।
ଏବେ ଗଣମାଧ୍ୟମରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସମ୍ପର୍କିତ ଖବର ଜାଣିବା ପରେ ପାଣିଷଣ୍ଡା ଗାଁର ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ତାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ନରେନ୍ଦ୍ର ଗିରିଙ୍କ ମୁଣ୍ଡରେ ଏକ ବଡ଼ କ୍ଷତ ଚିହ୍ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି ।

ପାକିସ୍ତାନରେ ୧୨ ଆତଙ୍କବାଦୀ ସଂଗଠନ ସକ୍ରିୟ, ୫ଙ୍କ ନିଶାନାରେ ଭାରତ

ପାକିସ୍ତାନ ଓ ଆତଙ୍କବାଦର ସମ୍ପର୍କ କାହାକୁ ଅଛପା । ଯେଉଁଠି ଆତଙ୍କବାଦର ନାଁ ଉଠେ ସେଠି ପାକିସ୍ତାନର ନାଁ ବି ଚର୍ଚ୍ଚାକୁ ଆସେ। ଆଉ ପାକର ଭାରତ ସହ ଶତ୍ରୁତା ବିଷୟରେ ତ ନକହିବା ଭଲ। ଜାତିସଙ୍ଘ ଭଳି ମଞ୍ଚରେ ବି ପାକ୍ ଅଧିକାରୀ ଭାରତ ବିରୁଦ୍ଧରେ ବିଷ ଓଗାଳିବାରୁ ପଛାନ୍ତି ନାହିଁ । ସବୁବେଳେ ଭାରତକୁ ଆକ୍ଷେପ କରୁଥିବା ଏବଂ ଭାରତ ବିରୋଧୀ ଷଡ଼ଯତ୍ର କରୁଥିବା ପାକର ଅସଲ ଚେହେରା ଏବେ ପଦାରେ ପଡ଼ିଛି।
ଆତଙ୍କବାଦ ଉପରେ ଆମେରିକାର ସ୍ୱତନ୍ତ୍ର କଂଗ୍ରେସନଲ ରିସର୍ଚ୍ଚ ସର୍ଭିସ (CRS) ରିପୋର୍ଟରେ ପାକିସ୍ତାନକୁ ନେଇ ବଡ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ୧୨ ଟି ବର୍ବର ଆତଙ୍କବାଦୀ ସଂଗଠନ ଅଛି। ସେଥିରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ୫ କୁକ୍ଷାତ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି ଭାରତ। ଆମେରିକାର ଅଧିକାରୀମାନେ ପାକିସ୍ତାନକୁ ଅନେକ ସଶସ୍ତ୍ର ତଥା ଅଣ-ରାଜ୍ୟ ଆତଙ୍କବାଦୀ ସଂଗଠନ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରିଛନ୍ତି ଯେଉଁଠାରୁ କି ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ସିଆରଏସ ରିପୋର୍ଟ ଅନୁସାରେ କିଛି ଆତଙ୍କବାଦୀ ସଂଗଠନ ୧୯୮୦ ମସିହାରୁ ସକ୍ରୀୟ ଅଛନ୍ତି ।
କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି। ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ରହିଛନ୍ତି ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ। ସେହିଭଳି ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ। ଚତୁର୍ଥରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି । ଏବଂ ପଞ୍ଚମ ଶ୍ରେଣୀରେ ଏଭଳି ସଂଗଠନ ଅଛନ୍ତି ଯେଉଁମାନଙ୍କ ନିଶାନାରେ ଅଛନ୍ତି ସିଆ ଓ ଅନ୍ୟ ମୁସଲିମ୍ ସଂଖ୍ୟାଲଘୁ। ତେବେ ଏହି ୧୨ଟି ସଂଗଠନ ଭିତରୁ ୫ଟିର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର କ୍ଷତି କରିବା ।
ଏହି ତାଲିକାରେ ପ୍ରଥମରେ ରହିଛି…..
ଲସ୍କର ଏ ତୋଇବା
୧୯୮୦ ଦଶକରେ ଲସ୍କର ଏ ତୋଇବାର ଗଠନ ହୋଇଥିଲା । ୨୦୦୧ରେ ଏହାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା । ମୁମ୍ବାଇ ଆକ୍ରମଣର ଭଳି ଭାରତରେ ବହୁ ବଡ଼ ବଡ଼ ହାଇପ୍ରୋଫାଇଲ ଆତଙ୍କବାଦୀ ହମଲା ପାଇଁ ନିଜକୁ ଦାୟୀ କରିଛି ଏହି ସଂଗଠନ ।
ଜୈଶ-ଏ-ମହମ୍ମଦ
ରିପୋର୍ଟ ଅନୁଯାୟୀ ଜୈଶ-ଏ-ମହମ୍ମଦର ଗଠନ ୨୦୦୦ ମସିହାରେ ଗଠନ କାଶ୍ମୀର ଆତଙ୍କବାଦୀ ନେତା ମାସୁଦ ଅଜହରଙ୍କ ଦ୍ୱାରା ହୋଇଥିଲା । ଏବଂ ୨୦୦୧ ରେ ଏହାକୁ ମଧ୍ୟ ବିଦେଶୀ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା।  ୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣରେ ଏହି ସଂଗଠନ ସାମିଲ ଥିଲା ।
ହରକତ-ଉଲ-ଜିହାଦ ଇସ୍ଲାମୀ
ଆଫଗାନିସ୍ତାନରେ ସୋଭିଏତ୍ ସଂଘ ବିରୁଦ୍ଧରେ ଲଢିବା ପାଇଁ ୧୯୮୦ ଦଶକରେ ଜନ୍ମ ନେଇଥିଲା ଏହି ସଂଗଠନ। କିନ୍ତୁ ସୋଭିଏତ ସେନାର ଆଫଗାନିସ୍ତାନରୁ ପ୍ରସ୍ଥାନ ପରେ ଏହା କାଶ୍ମୀରରେ ନିଜକୁ ସକ୍ରୀୟ କରିଥିଲା । ୧୯୮୯ରୁ ଏହା ଭାରତ ବିରୋଧରେ ଜିହାଦ ଲଢୁଛି । ୨୦୧୦ରେ ଏହାକୁ ମଧ୍ଯ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, କୌଣସି ଅଜ୍ଞାତ ଶକ୍ତି ସାହାଯ୍ୟରେ ଏହା ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ସକ୍ରୀୟ ଅଛି। କାଶ୍ମୀରକୁ ପାକିସ୍ତାନରେ ମିଶାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ।
ହିଜବୁଲ ମୁଜାହିଦ୍ଦିନ
୧୯୮୯ରେ ପାକିସ୍ତାନରେ ଆଇଏସଆଇ ଦ୍ୱାରା ଗଠିନ ହୋଇଥିଲା ଏହି ସଂଗଠନ। କଥିତ ରୂପେ ଏହା ହେଉଛି ପାକିସ୍ତାନର ସବୁଠାରୁ ବଡ଼ ରାଜନୈତିକ ଦଳ ଇସଲାମିକ୍ ପାର୍ଟିର ଆତଙ୍କବାଦୀ ଶାଖା । ୨୦୧୭ରେ ଏହାକୁ ଏଫଟିଓ ସୂଚୀରେ ସାମିଲ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏହା ହେଉଛି ସବୁଠାରୁ ବଡ଼ ଓ ପୁରୁଣା ସଂଗଠନ ।
ଏସବୁ ବ୍ୟତୀତ ସିଆରଏସ ଅନୁଯାୟୀ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟରେ ଅଲ-କାଏଦା ମଧ୍ୟ ସାମିଲ ଅଛି ଯାହା ମୁଖ୍ୟାତଃ କରାଚୀ ଓ ଆଫଗାନିସ୍ତାନରେ କାର୍ଯ୍ୟ କରେ।
ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି ପାକିସ୍ତାନ:
ସିଆରଏସ ରିପୋର୍ଟ ‘କଣ୍ଟ୍ରି ରିପୋର୍ଟ ଅନ୍ ଟେରୋରିଜମ୍ ୨୦୧୯’ ଅନୁଯାୟୀ ପାକିସ୍ତାନ କିଛି ଆତଙ୍କବାଦୀ ସଂଗଠନଙ୍କ ପାଇଁ ପାକିସ୍ତାନ ଆଶ୍ରୟସ୍ଥଳୀ ପାଲଟିଛି। ବିଶେ । ବିଶେଷ କରି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନଙ୍କୁ ପାକିସ୍ତାନରେ ଅଧିକ ପ୍ରାଥମିକତା ଦିଆଯାଏ । ରିପୋର୍ଟରେ ଏହା ମଧ୍ଯ ଦାବି କରାଯାଇଛି ଯେ ୨୦୧୯ରେ ଭାରତ ଭିତରେ ହୋଇଥିବା ଆତାଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଲୋକଦେଖାଣିଆ ଭାବେ ମାମୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ପାକିସ୍ତାନରେ ସକ୍ରୀୟ ଅଛନ୍ତି ଏହି ସଂଗଠନ:
ସିଆରଏସ ରିପୋର୍ଟ ଅନୁୟାୟୀ ପାକିସ୍ତାନ ଭିତରେ ସକ୍ରୀୟ ଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ମଧ୍ୟରେ ଅଲକାଏଦା ଇନ୍ ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍,ଇସଲାମିକ୍ ଷ୍ଟେଟ୍ ଖୁରସାନ୍ ପ୍ରୋଭିନ୍ସ, ଆଫଗାନ ତାଲିବାନ,ହକ୍କାନୀ ନେଟୱର୍କ,ତହରିକ-ଏ-ତାଲିବାନ,ବେଲୁଚିସ୍ତାନ ଲିବରେସନ୍ ଆର୍ମି,ଜୁନ୍ଦାଲା (ଜୈଶ-ଅଲ୍-ଅଦଲ)ସିପାହ-ଏ-ସାହେବ ପାକିସ୍ତାନ ଓ ଲସ୍କର-ଏ-ଝଙ୍ଗଭି ପ୍ରଭୃତି ରହିଛନ୍ତି।
 
 

ଭାରତ ସୀମା ଭିତରକୁ ପଶିଲେ ଚୀନ୍ ସେନା, ଭାଙ୍ଗିଲେ ପୋଲ

ସୀମା ବିବାଦକୁ ନେଇ ଚୀନ୍ ବାରମ୍ବାର ହୀନ ଚକ୍ରାନ୍ତ କରିବାରେ ଲାଗିଛି । ଗୋଟିଏ ପଟେ କହୁଛି ଆଲୋଚନାରେ ସବୁ ସମସ୍ୟାର ସମାଧାନ କରାଯିବ । ହେଲେ ଅପରପକ୍ଷେ ସୀମା ଅନୁପ୍ରବେଶ କରିବାକୁ ପଛାଉନାହିଁ। ଏଭଳି ଏକ ଘଟଣା ପୁଣି ନଜରକୁ ଆସିଛି ଉତ୍ତରାଖଣ୍ଡର ବାରାହୋତି ସେକ୍ଟର ନିକଟ ସୀମାରେ।
ଯେଉଁଠି ଗତ ମାସରେ ଚୀନର ସୈନ୍ୟବାହିନୀ LAC ଅତିକ୍ରମ କରିଥିଲା ବେଳେ ଘଟଣା ଏବେ ଲୋକଲୋଚନକୁ ଆସିଛି। ଏକ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୦ ତାରିଖରେ ଚୀନ୍ ସେନା LAC ଅତିକ୍ରମ କରିବା ସହ ସେଠାରେ ୩ ଘଣ୍ଟା ରହିବା ପରେ ଫେରିଆସିଥିଲେ। ତେବେ ଏନେଇ ଭାରତୀୟ ସେନା ପକ୍ଷରୁ ଆଧିକାରିକ ଭାବେ କୗେଣସି ସୂଚନା ଦିଆଯାଇନାହିଁ ।
Indian Army Deployed Tunnel Defense In Ladakh As Preemptive Measure To Chinese PLA
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ଘୋଡାରେ ଆସି ସୀମାରେ ଅନୁପ୍ରବେଶ କରିବା ସହ ଭଙ୍ଗାରୁଜା କରିଥିଲେ । ଆଉ ଯିବା ବେଳେ ଗୋଟିଏ ପୋଲକୁ ମଧ୍ୟ ଭାଙ୍ଗିଦେଇଥିଲେ । ୧୯୬୨ ମସିହା ଯୁଦ୍ଧ ପୂର୍ବରୁ ଏହି ସ୍ଥାନରେ ଚୀନ୍ ଅନୁପ୍ରବେଶ କରିଥିଲା । ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ LACକୁ ନେଇ ଅନେକ ସମୟରେ ଭାରତ ଓ ଚୀନ୍ ମଧ୍ୟରେ ମତଭେଦ ହୋଇଥାଏ । କିନ୍ତୁ ଏଥର ବହୁ ସଂଖ୍ୟାରେ ଚୀନ୍ ସେନା ଆସିଥିଲେ ।
ଖାଲି ଏତିକି ନୁହେଁ  ଚୀନ ପକ୍ଷରୁ ପୂର୍ବ ଲଦାଖରେ (LAC) ନିକଟରେ ପ୍ରାୟ ୮ଟି ସ୍ଥାନରେ ଅସ୍ଥାୟୀ ଟେଣ୍ଟ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେସନ୍ ଆର୍ମି ଉତ୍ତରପଟେ କାରାକୋରମ ନିକଟ ୱାହାବ୍ ଜିଲ୍ଗା ଠାରୁ ପିୟୁ, ହଟ୍ ସ୍ପ୍ରିଙ୍ଗସ୍, ଚାଙ୍ଗ୍ ଲା, ତାସିଗୋଙ୍ଗ, ମଞ୍ଜା ଏବଂ ଚରୁପ ପର୍ଯ୍ୟନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିଛି। ଏଠାରେ ପ୍ରତ୍ୟେକ ସ୍ଥାନରେ ସାତଟି କ୍ଲଷ୍ଟରରେ ୮୦ରୁ ୮୪ ପର୍ଯ୍ୟନ୍ତ କଣ୍ଟେନର୍ସ ତିଆରି କରାଯାଇଛି |
 

ଭାରତକୁ ଚିଠି ଲେଖିଲା ତାଲିବାନ; ଆଫଗାନିସ୍ତାନକୁ ବିମାନ ଉଡାଣ ଲାଗି କଲା ଅନୁରୋଧ

କାବୁଲ: ପ୍ରଥମ ଥର ଲାଗି ଭାରତକୁ ଅନୁରୋଧ କରିଛି ତାଲିବାନ। ଆଫଗାନିସ୍ତାନ ସହ ବିମାନ ସେବା ଆରମ୍ଭ କରିବା ଲାଗି ଡିଜିସିଏଙ୍କୁ ଲେଖିଲା ଚିଠି । ଆଫଗାନିସ୍ତାନରେ ତାଲିବାନ ଶାସନ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିଛି ।
ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କ ନିକଟକୁ ଏସଂକ୍ରାନ୍ତରେ ପତ୍ର ଦେଇଛନ୍ତି ତାଲିବାନ ବିମାନ ଚଳାଚଳ ମନ୍ତ୍ରୀ ଅହ୍ଲାଜା ହମିଦୁଲ୍ଲା ଅଖୁନ୍ଦଜାଦା। ଏଥିସହ ଦୁଇ ଦେଶ ମଧ୍ୟରେ ବିମାନସେବା ଚାଲୁ କରିବାକୁ ଅନୁରୋଧ କରାଯାଇଛି ।

ସେହିପରି ଆଫଗାନ ମାଟିରେ ଆମେରିକୀୟ ଡ୍ରୋନ ଉଡିବନି ବୋଲି ଚେତାବନୀ ଦେଇଛି ତାଲିବାନ। ଡ୍ରୋନ ଜରିଆରେ ଯଦି ଆଫଗାନ ଆକାଶକୁ ଆମେରିକା ବ୍ୟବାହାର କରେ ତେବେ ପରିଣତି ଖରାପ ହେବ ବୋଲି କହିଛି ତାଲିବାନ । ଆଫଗାନ ଆକାଶକୁ କୌଣସି ପ୍ରକାର କାର୍ଯ୍ୟରେ ବ୍ୟବହାର ନ କରିବା ଲାଗି ତାଲିବାନ ଦେଇଥିବା ପୂର୍ବର ଚେତାବନୀକୁ ପୁଣି ଥରେ ଦୋହରାଇଛି ।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ଦ କହିଛନ୍ତି- ଆମେରିକାର କିଛି ଡ୍ରୋନ ଆଫଗାନିସ୍ତାନରେ ଉଡିବା ଦେଖାଯାଉଛି । ଏହାଦ୍ବାରା ଦେଶର ଜାତୀୟ ନିରାପତ୍ତାରେ ବ୍ୟାଘାତ ସୃଷ୍ଟି ହେଉଛି । ଭବିଷ୍ୟତରେ ଏହାକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ସେଥିଲାଗି ଆମେରିକା ପଦକ୍ଷେପ ନେବା ଆବଶ୍ୟକ । ଇସଲାମିକ ଷ୍ଟେଟ ଅଫ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି- ନିଜ ନିଜ ଦେଶର ସୀମାନ୍ତ ଅଞ୍ଚଳରେ ନିଜ ନିଜର ଅଧିକାର ରହିଛି । ଅନ୍ୟକାହାର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ଦୁଇ ଦଶନ୍ଧି ପରେ ଆଫଗାନ ମାଟିରୁ ଆମେରିକାର ବିଦାୟ ପରେ ଏବେ ତାଲିବାନ ସହ ଆମେରିକାର ସମ୍ପର୍କ ଆଦୌ ଅନୁକୂଳ ନାହିଁ ।

ତାଲିବାନ ହାତରେ ପଡ଼ିପାରେ ପାକ୍ ପରମାଣୁ ଅସ୍ତ୍ର !

ୱାଂସିଟନ: ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡ଼ିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋଲ୍ଟର ଆମେରିକାର ବୈଦେଶିକ ନୀତିକୁ ନେଇ ବେଶ ମୁଖର ଅଛନ୍ତି ।
ବୋଲ୍ଟନ କ’ଣ କହିଛନ୍ତି ?
ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବୋଲ୍ଟନ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଏବେ ପାକିସ୍ତାନୀ ପରମାଣୁ ଅସ୍ତ୍ର ଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ବି ହୋଇପାରେ ଯେ, ତାଲିବାନ ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ । ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ ପରମାଣୁ ଅସ୍ତ୍ର ରହିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକା ହଟିବା ପରେ ତାଲିବାନ ହାତରେ ଅତ୍ୟାଧୁନିକ ଅସ୍ତ୍ର ପଡ଼ିଥିଲା ।

ପାକିସ୍ତାନରେ ଶରିୟା ଆଇନ୍ ଆସିବ
ପାକିସ୍ତାନରେ ଦ୍ରୁତ ଗତିରେ ତାଲିବାନର ପ୍ରଭାବ ବଢିବାରେ ଲାଗିଛି । ତାଲିବାନ ସମର୍ଥକ କଠୋରପନ୍ଥୀ ପାକିସ୍ତାନରେ ମଧ୍ୟ ସାରିୟା ଆଇନ ଲାଗୁ କରିବାକୁ ଜୋର ଦେଇ ପାରନ୍ତି । ଇସଲାମାବାଦର ସବୁଠାରୁ କୁଖ୍ୟାତ ମଦ୍ରାସା ଜାମିଆ ହଫସା ଗମ୍ବୁଜରେ ଲାଗିଥିବା ତାଲିବାନ ପତାକାକୁ ହଟାଇବା ପାଇଁ ପୋଲିସ ଯେତେବେଳ ପହଂଚିଥିଲା ସେତେବେଳେ ସେଠାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଘଟଣା ପାକିସ୍ତାନରେ ତାଲିବାନ ପ୍ରଭାବ ବୃଦ୍ଧି ପାଇବାର ସଂକେତ ବୋଲି ସେ କହିଛନ୍ତି ।

ପାକିସ୍ତାନ ପାଖରେ କେତେ ପରମାଣୁ ଅସ୍ତ୍ର ?
ପାକିସ୍ତାନ ପାଖରେ ବର୍ତ୍ତମାନ ୧୫୦ରୁ ୧୬୦ ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି । ଏହା ଭିତରୁ ୧୦୨ଟି ଭୂପୃଷ୍ଟରୁ ପ୍ରକ୍ଷେପିତ ହୋଇ ପାରୁଥିବା ଅସ୍ତ୍ର । ପାକିସ୍ତାନ ପାଖେ ଏଫ-୧୬ ଫାଇଟର ପ୍ଲେନ୍ ରହିଛି । ଏହା ମଧ୍ୟରୁ ୨୪ରେ ପରମାଣୁ ଲଞ୍ଚର ରହିଛି ।