spot_img
Home Blog Page 5227

ନୂଆ ଭାରିଆଣ୍ଟ ସୃଷ୍ଟି ହେଲେ ସାଙ୍ଘାତିକ୍‌ ହେବ କରୋନାର ତୃତୀୟ ଲହର

ଭୁବନେଶ୍ୱର: ଯଦି କୌଣସି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ୱିତୀୟ ଲହରୀ ପରି ତୃତୀୟ ଲହରୀ ମାରାତ୍ମକ ହେବ ନାହିଁ। ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ଭୂତାଣୁ ବିଜ୍ଞାନୀ ଡାକ୍ତର ଗଙ୍ଗଦୀପ କାଙ୍ଗ। ସେ କହିଛନ୍ତି, ଦେଶରେ ବ୍ୟାପକ ଟିକାକରଣ ଚାଲିଥିବା ବେଳେ, ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଫଳସ୍ୱରୂପ ଯଦି କୌଣସି ନୂଆ ଭାରିଆଣ୍ଟ ନ ଆସେ ତେବେ ତୃତୀୟ ଲହରୀ ସାଂଘାତିକ ହେବାର ସମ୍ଭାବନା ନାହିଁ।

ସେହିପରି ଦେଶରେ କେତେ ପିଲା ସଂକ୍ରମିତ ହୋଇଛନ୍ତି, କେତେ ପିଲା କୋଭିଡରେ ଗୁରୁତର ହୋଇଛନ୍ତି, କେତେ ପିଲା ପ୍ରାଣ ହରାଇଛନ୍ତି ସେସବୁର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏସବୁର ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଦେଶରେ ପ୍ରତିଦିନ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହି ପ୍ରକ୍ରିୟାରେ ଲୋକମାନେ ଅଧିକ ସୁରକ୍ଷିତ ରହୁଛନ୍ତି। ଆମେରିକା, ଇସ୍ରାଏଲ, କେତେକ ୟୁରୋପୀୟ ରାଷ୍ଟ୍ରରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଉଛି। ବ୍ରିଟେନରେ ପରାମର୍ଶଦାତା କମିଟି ୧୨ରୁ ୧୫ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପ୍ରସ୍ତାବକୁ ନାମଞ୍ଜୁର କରିଛି।

ପିଲାଙ୍କୁ ଟିକାକରଣ କରିବା ପୂର୍ବରୁ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। କୋଭିଡରେ ପିଲା ଗୁରୁତର ହୋଇଛନ୍ତି ଓ କିଛି ପ୍ରାଣ ବି ହରାଇଛନ୍ତି। ମାତ୍ର ଏହାର ସବିଶେଷ ତଥ୍ୟ ହାସଲ କରିବା ଉଚିତ। ଏବେ ବି ଭୂତାଣୁର ପ୍ରଭାବ ରହିଛି ଏବଂ ଟିକା ନେଇ ନଥିବା ଓ ଦୁର୍ବଳ ବ୍ୟକ୍ତିମାନଙ୍କ ଲାଗି ଅନେକ ବିପଦ ରହିଛି। ଅନେକ ଲୋକଙ୍କ ପ୍ରତିରୋଧକ ଶକ୍ତି ବି ବହୁତ କମ୍ ରହିଛି। ତେଣୁ ଭୂତାଣୁ ପ୍ରତି ସତର୍କ ରହିବା ଆବଶ୍ୟକ। ଭାରତରେ ଯେଉଁ ଦୁଇଟି ଭୂତାଣୁ ନିଜର କାୟା ବିସ୍ତାର କରିଛି, ସେ ଦୁଇଟି ହେଲା କାପା ଓ ଡେଲଟା ଭାରିଆଣ୍ଟ।

ଶିଆଳିରେ କୂଳ ଲଙ୍ଘିଲାଣି ସମୁଦ୍ର, ବିପଦରେ ବାତ୍ୟା ଆଶ୍ରୟସ୍ଥଳୀ

ଜଗତସିଂହପୁର: ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ସମୟ ସହିତ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର। ଫଳରେ ରାସ୍ତା ସହ ଘର ମଧ୍ୟ ଭାଙ୍ଗିବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ ପଦ୍ମପୁର ଶିଆଳିରେ । ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି।

ଫଳରେ ସମୁଦ୍ର କୂଳରେ ପଦ୍ମପୁର ଆଉ ଗଡହରିସପୁର ଅଞ୍ଚଳର ହଜାର ହଜାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେ ବା ପାଣି ମାଡ଼ି ଆସିବ କିଏ ବା କହିବ। ଏନେଇ ଆଜି ସକାଳୁ ପଦ୍ମପୁର ସରପଞ୍ଚଙ୍କ ସହ ସ୍ଥାନୀୟ ବାସିନ୍ଦା ସ୍ଥିତି ବୁଲି ଦେଖିଛନ୍ତି। ସୁରକ୍ଷାକୁ ନଜରରେ ରଖି ଏହି ସ୍ଥାନରେ କିଛି ବାଲି ବସ୍ତା ପକାଯାଇ ମରାମତି କରାଯାଇଥିଲା।

ହେଲେ ଆଜି ସେ ସବୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପୂର୍ବରୁ ଯେତିକି ଭୟଭୀତ ଥିଲେ ଏବେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକ। ସେପଟେ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ରହିଛି।

ଆଫଗାନିସ୍ତାନରେ ସର୍ବୋଚ୍ଚ ଶାସକ ହେବେ ମୁଲ୍ଲା ମହମ୍ମଦ ହାସନ ଅଖୁଁଦଜାଦ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ଶେଷ ହେଲା ପ୍ରକ୍ରିୟା। ମୁଲ୍ଲା ମହମ୍ମଦ ହାସନ ଅଖୁଁଦ ହେବେ ଦେଶର ସର୍ବୋଚ୍ଚ ଶାସକ। ମୁଲ୍ଲା ବାରଦାର ଓ ମୁଲ୍ଲା ଅବଦୁଲ ସଲାମ ରହିବେ ତାଙ୍କର ଦୁଇ ଜଣ ଡେପୁଟି। ଅଖୁଁଦଜାଦଙ୍କ ମୁଖପାତ୍ର ରହିବେ ଜବିଉଲ୍ଲା ମୁଜାହିଦ୍ଦିନ। ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ନିର୍ଦ୍ଧାରକ କମିଟି ବା ରେହବାରୀ ଶୁରାର ନେତୃତ୍ୱ ନେଉଛନ୍ତି ଅଖୁଁଦଜାଦ। ଦେଶରେ ଆଭ୍ୟନ୍ତରୀଣ ମନ୍ତ୍ରୀ ହେବେ ହକାନି ନେଟଓ୍ୱର୍କର ନେତା ସିରାଜଉଦିନ ହକାନି। ସମସ୍ତ ଗଭର୍ଣ୍ଣରଙ୍କୁ ସେ ମନୋନୀତ କରିବେ।

ହକାନି ନେଟଓ୍ୱର୍କକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଗତ ସପ୍ତାହରେ ପାକିସ୍ତାନ ଆଇଏସଆଇ ମୁଖ୍ୟ ହମିଦ ଫୈଜ କାବୁଲରେ ଡେରା ପକାଇଥିଲେ। ଏପରିକି ପାକିସ୍ତାନର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଦେଶରେ ସରକାର ଗଠନ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ହକାନି ନେଟଓ୍ୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବା ପରେ ଚିନ୍ତିତ ଜାତିସଂଘ ଓ ଆମେରିକା। କାରଣ ଟ୍ରେଡ ଟାଓ୍ୱାର ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଅଲ କାଏଦା ସଂଗଠନର ଘନିଷ୍ଠ ସହଯୋଗୀ ହେଉଛି ହକାନି ନେଟଓ୍ୱର୍କ।

ଏହି ସଂଗଠନକୁ ବି ଜାତିସଂଘ ଓ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ସେହିପରି ଦେଶର ବୈଦେଶିକ ମନ୍ତ୍ରୀ ହେବେ ମୁଲ୍ଲା ଆମିର ଖାଁ ମୁଟ୍ଟାକି। କିନ୍ତୁ ଏହି ସରକାର କାମଚଳା ବୋଲି ଘୋଷିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନ ଚାଲିଯାଇଥିବା ବେଳେ, ଅନ୍ୟତମ ବିଦ୍ରୋହୀ ନେତା ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଏବେ ତାଲିବାନ ବିରୋଧରେ ସଂଘର୍ଷ ଜାରି ରହିଛି।

ଗତ ସପ୍ତାହରେ ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକ୍ ମାତିୟାରଙ୍କୁ ଆଇଏସଆଇ ମୁଖ୍ୟ ସାକ୍ଷାତ କରିଥିଲେ। ତେବେ ସେ ସରକାରରେ ସାମିଲେ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ରାସ୍ତା କଡ଼କୁ ଓଲଟି ପଡ଼ିଲା ଆଳୁ ବୋଝେଇ ଟକ୍, ବସ୍ତା ବସ୍ତା ଆଳୁ ବୋହିନେଲେ ସ୍ଥାନୀୟ ଲୋକେ

ଯାଜପୁର: ରାସ୍ତା କଡ଼କୁ ଓଲଟି ପଡ଼ିଲା ଆଳୁ ବୋଝେଇ ଟ୍ରକ୍‌। ବସ୍ତା ବସ୍ତା ଆଳୁ ବୋହିନେଲେ ସ୍ଥାନୀୟ ଲୋକେ। ଖାଲି କରିଦେଲେ ପୁରା ଟ୍ରକ୍‌। ଯିଏ ଯେଉଁ ଉପାୟରେ ପାରିଲା ଘରକୁ ବୋହିନେଲେ ଆଳୁ। ତେବେ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଡ୍ରାଇଭର।

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରେ ଏକ ଆଳୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଛି। କଟକ ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଛତିଆ ଠାରେ ରାସ୍ତାରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା।

ଅଳ୍ପକେ ଟ୍ରକ୍‌ ଡ୍ରାଇଭରଟି ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି। ହେଲେ ଟ୍ରକରେ ଯାଉଥିବା ଆଳୁ ରାସ୍ତା କଡରେ ଢାଳି ହୋଇ ଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଥିଲେ।

ଆଜି ପୁଣି ସରଗରମ ହେବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆଜି ପୁଣି ସରଗରମ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଆଜି ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ସହିତ ଗ୍ରାମ୍ୟ ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରଶ୍ନ ସମ୍ପର୍କରେ ଆଲୋଚନା ହେବ। ଏହା ସହିତ ଗୃହନିର୍ମାଣ ଓ ପୌର ଉନ୍ନୟନ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, ସଂସଦୀୟ ବ୍ୟାପାର ସହିତ ଆଇନ ବିଭାଗ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ଭଲ ପ୍ରଦର୍ଶନ କରିଥିବାରୁ ଏ ନେଇ ବିଧାନସଭାରେ ଏକ ସଂକଳ୍ପ ଆସିବ। ସେହିଭଳି ଓଡ଼ିଶା ପଞ୍ଚାୟତ ନିୟମ ବିଲ ୨୦୨୧ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୧ ଉପରେ ଆଲୋଚନା ହେବ। ସେପଟେ ଗୃହରେ ମୁଲତବୀ ପ୍ରସ୍ତାବ ଆଣିପାରେ କଂଗ୍ରେସ ।

ଜମୁଛି ପିପିଲି ନିର୍ବାଚନୀ ମାହୋଲ, ବିଜେଡି କ୍ୟାମ୍ପେନ୍‌ ଆଗରେ ଫିକା ପଡ଼ିଲା ବିଜେପି ଓ କଂଗ୍ରେସ୍‌

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢିଲାଣି ପାରା। ବିଧିବଦ୍ଧ ପ୍ରଚାର ପୂର୍ବରୁ ରଣନୀତି ପ୍ରସ୍ତୁତ କଲେଣି ତିନି ପ୍ରମୂଖ ରାଜନୈତିକ ଦଳ। ସେପ୍ଟେମ୍ବର ୨୦ରୁ ପିପିଲିରେ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କିନ୍ତୁ ଏବେଠାରୁ ଜମିଲାଣି ପ୍ରଚାରର ମାହୋଲ। ବିଜେଡି ତରଫରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।

ସେପଟେ ବିଜେପି ମଧ୍ୟ ପ୍ରସ୍ତୁତ କଲାଣି ରଣନୀତି। କିନ୍ତୁ ପ୍ରଚାର ମଇଦାନରେ ପଛରେ ପଡିଯାଇଛି କଂଗ୍ରେସ। ଏଯାଏ ପ୍ରଚାର ଆରମ୍ଭ କରିନାହାନ୍ତି କଂଗ୍ରେସ ପ୍ରାର୍ଥୀ। ସେପଟେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏପଟେ ଉପନିର୍ବାଚନ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଆଗେଇ ଚାଲିଛି। ପ୍ରଚାର ସମୟରେ ବାଇକ୍ ଓ ସାଇକେଲ ଶୋଭାଯାତ୍ରା ଉପରେ କଟକଣା ଲାଗୁ ହୋଇଥିବା ବେଳେ ଦଳୀୟ ସଭାରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ଏମାନଙ୍କ ଭାଗ୍ୟ ପୀରୀକ୍ଷା କରିବେ ୨ଲକ୍ଷ ୨୯ ହଜାର ୯୯୮ଭୋଟର।

ପିପିଲି ଉପ-ନିର୍ବାଚନ: ଫୋନି ସହାୟତା ନେଇ ବିଜେପିର ପ୍ରତିଶ୍ରୁତି, କେନ୍ଦ୍ରୀୟ ଅବହେଳାର ପୋଲ ଖୋଲିଲା ବିଜେଡି

ପିପିଲି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ରାଜ୍ୟ ସଭାପତି ସମୀର ମହାନ୍ତି ‘ଫୋନି’ ସହାୟତା ପ୍ରସଙ୍ଗରେ ଦେଇଥିବା ବୟାନ ଉପରେ ଜବାବ ରଖିଛି ବିଜେଡି । ପିପିଲିରେ ବିଜେପି ଜିତିଲେ ୧୫ଦିନରେ ସମସ୍ତ ସମସ୍ୟାର ସମାଧାନ କରିବ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି । ଯାହାର ଜବାବ ରଖିବା ସହ ଫୋନି ସହାୟତା ନେଇ କେନ୍ଦ୍ର ଅବହେଳାର ପୋଲ ଖୋଲିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ । କହିଛନ୍ତି, ଫୋନି ସହାୟତା ଦେବା ପାଇଁ ପିପିଲି ଓ ଡେଲାଙ୍ଗରେ ସରକାରୀ ସ୍ତରରେ ସମସ୍ତ ପକ୍ରିୟା ସାରିଛନ୍ତି ରାଜ୍ୟ ସରକାର । ସେପଟେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ପୁରୀ ଜିଲ୍ଲାରେ ବିଜେପିର ଦୁଇ ଜଣ ବିଧାୟକ ଥିବା ବେଳେ, କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରୁଦ୍ର । ତେଇସପୁରରେ ଦଳୀୟ କର୍ମୀଙ୍କୁ ନେଇ ଆୟୋଜିତ ବୈଠକରେ କେନ୍ଦ୍ରର ଅବହେଳା ନେଇ ଉଠାଇଛନ୍ତି ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନ: ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ପିପିଲି ଉପ-ନିର୍ବାଚନ: ଲାଗୁ ହେଲା ଆଦର୍ଶ ଆଚରଣ ବିଧି

0

ପିପିଲି: ନିର୍ବାଚନ ନେଇ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ପୁରୀ ଜିଲ୍ଲା ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ନିର୍ବାଚନ ପ୍ରଚାରରେ କୌଣସି ବାଇକ୍ କିମ୍ବା ସାଇକେଲ ଶୋଭାଯାତ୍ରା ହେବ ନାହିଁ । ଦଳୀୟ ପ୍ରଚାର ସଭାରେ ସର୍ବାଧିକ ୨୦୦ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ। ଷ୍ଟାର ପ୍ରଚାରକଙ୍କ ସହ ଏକ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ପଚାଶ ପ୍ରତିଶତ ଲୋକ ଯୋଗ ଦେଇପାରିବେ। ଜାତୀୟ ଦଳ ପାଇଁ ଷ୍ଟାର ପ୍ରଚାରକ ୨୦ଜଣ ଓ ଅଣ ପଞ୍ଜିକୃତ ଦଳ ପାଇଁ ୧୦ ଜଣ ରହି ପାରିବେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର । ୧୯୫୦କୁ ଫୋନ କରି ଅଭିଯୋଗ କରିହେବ । ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ । ଏଥିପାଇଁ ୩୪୮ଟି ବୁଥ ଓ ୧୫ଟି ମଡେଲ ବୁଥ କରାଯାଉଛି । ପିପିଲି ନିର୍ବାଚନମଣ୍ଡଳୀରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଛି ।

ଏଥିସହିତ ପଢ଼ନ୍ତୁ: ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭବାନୀପୁର ପାଇଁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ପ୍ରାର୍ଥୀ ଦେଇନପାରେ କଂଗ୍ରେସ

କୋଲକାତା: ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଭବାନୀପୁର ଆସନରେ ହେବ ଉପନିର୍ବାଚନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ମମତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ । ମମତାଙ୍କ ବିରୋଧରେ ପଶ୍ଚିମବଙ୍ଗ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ସମ୍ପର୍କରେ AICCକୁ ଅବଗତ କରାଯାଇଛି । ସୋନିଆ ଗାନ୍ଧି ଏହା ଉପରେ ଶେଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ସେହିଭଳି ସମସେଦପୁର ପାଇଁ ମଧ୍ୟ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ପୂର୍ବରୁ କହିସାରିଛି । ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ତିନିଟି ଆସନରେ ହେବ ଉପନିର୍ବାଚନ ।

ଏଥିସହିତ ପଢ଼ନ୍ତୁ: ଓଭାଲ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ: ୨ଅଙ୍କ ଛୁଇଁପାରିଲେନି ୫ ଇଂଲଣ୍ଡ ଖେଳାଳି

ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଆକ୍ରମଣ ଧମକ: ଜୁଲାଇ ମାସରେ ସିପିୟାର୍ଡ ନିକଟରୁ ଗିରଫ ହୋଇଥିଲେ ଆଫଗାନୀ ନାଗରିକ

କେରଳ: କୋଚିନ ସିପୟାର୍ଡରେ ଥିବା ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ବା ଇନଷ୍ଟାଲେସନଗୁଡିକୁ ଉଡ଼ାଇ ଦେବା ଲାଗି ଏକ ଇ-ମେଲ୍ ଆସିବା ପରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ସିପୟାର୍ଡରେ ଆଇଏନଏସ ବିକ୍ରାନ୍ତ ରହିଛି । ଦେଶର ପ୍ରଥମ ସ୍ୱଦେଶୀ ବିମାନବାହକ ଆଇଏନଏସ ବିକ୍ରାନ୍ତ ପ୍ରତି ସମ୍ଭାବ୍ୟ ବିପଦ ରହିଥିବାରୁ ଏନେଇ କୋଚି ପୋଲିସ ଏକ ମାମଲା ରୁଜୁ କରିଛି । ଇ-ମେଲକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ଆଇଏନଏସ ବିକ୍ରାନ୍ତ କିଛି ଦିନ ତଳେ ସମୁଦ୍ରରେ ପରିକ୍ରମା କରି ନିଜର ଯଥାର୍ଥତା ପ୍ରତିପାଦିତ କରିଛି ।
ସୂଚନା ଯୋଗ୍ୟ ଯେ, ଜୁଲାଇ ମାସରେ ଜଣେ ଆଫଗାନୀ ନାଗରିକ ଭିସା ଏକ୍ସପାର ହୋଇଥିବା ଯୋଗୁଁ ସିପିଂୟାର୍ଡ ନିକଟରେ ଅଟକ ହୋଇଥିଲେ । ସେହିଭଳି ୨୦୧୯ ମସିହାରେ ରଙ୍ଗ ଦେବା କାମରେ ନିୟୋଜିତ ୨ଜଣଙ୍କୁ ଇଲୋକଟ୍ରନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ । ଆଉ ଏହି ମାମଲାର ତଦନ୍ତ କରୁଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା । ୨୩୦ ବିଲିୟନ୍ ଖର୍ଚ୍ଚରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସିପିୟାର୍ଡ ଆସନ୍ତା ବର୍ଷ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।

ଏଥିସହିତ ପଢ଼ନ୍ତୁ: ଜାତୀୟ ରାଜପଥରେ ହେବ ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ