spot_img
Home Blog Page 5228

ଓଡିଶାର ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ପ୍ରାପ୍ତ

0

ଭୁବନେଶ୍ୱର: ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା। ବିରଳ ପ୍ରଜାତିର ଏହି ମଇଁଷି କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ତେବେ ବର୍ତ୍ତମାନ ଏହି ମଇଁଷିକୁ ସାରା ଦେଶରେ ୯ବମ ବ୍ରିଡ ଭାବେ ଘୋଷଣା କରାଯାଇଛି । ମଣ୍ଡା ମଇଁଷି ଯାହାର ଏକ ସ୍ୱତନ୍ତ୍ର ବା ଅନନ୍ୟ ପ୍ରଜନ ପ୍ରକ୍ରିୟା ରହିଛି ଏହା କେବଳ ଓଡ଼ିଶାର କୋରାପୁଟରେ ହିଁ ଦେଖାଯାଏ । ଏହି ମଇଁଷିର ଦେହର ରଙ୍ଗ ସାଧାରଣତଃ ପାଉଁଶିଆ ଓ ଧୁସର ହୋଇଥାଏ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷି ପ୍ରଜାତି ବୀଜାଣୁ ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରାଣୀ ବଂଶାବଳୀ ନିର୍ଦ୍ଦେଶକ ଡଃ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା ଏବଂ ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ଏନ୍‌.ବି.ଏ.ଜି.ଆରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଏବଂ ମଣ୍ଡା ମଇଁଷି ବିରଳ ଏବଂ ଏହା କେବଳ ଓଡ଼ିଶାରେ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ୱୀକୃତି ଦେବାକୁ ଦାବି କରାଯାଇଥିଲା ।

ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପାଇବା ସହିତ ଓଡିଶାର ଏହି ଅନନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ଭାରତ ସରକାର ତଥା ରାଜ୍ୟ ସରକାର ଏହାର ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣକରିବା ସହିତ ପ୍ରୟାସ ଜାରି ରଖିବେ । ନୂତନ ପ୍ରଜନନ ପ୍ରକ୍ରିୟା ବଳରେ ଏହି ପ୍ରଜାତିମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହିତ କ୍ଷୀର, ଦହି, ଘିଅ ଆଦି ଉତ୍ପାଦ ଦ୍ରବ୍ୟର ବିକ୍ରି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି ଦ୍ୱାରା ଉକ୍ତ ଅଂଚଳବାସୀ ତଥା ଅଂଶୀଦାରମାନଙ୍କ ସ୍ୱଚ୍ଛଳ ଜୀବିକା ନିର୍ବାହ ଦିଗରେ ଏହା ଫଳପ୍ରଦ ହେବ।

ଦେଶ ଛାଡ଼ିବାକୁ ଯୋଜନା କରୁଥିଲେ ଦେଶମୁଖ, ଇଡି ଜାରି କଲା ଲୁକଆଉଟ ନୋଟିସ୍

0

ମୁମ୍ବାଇ: ୧୦୦ କୋଟି ବଟି ଆଦାୟ ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ତେବେ ତାଙ୍କର ଏହି ଯୋଜନାକୁ ଭଣ୍ଡୁର କରିଛି ଇଡି। ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ଯାହାପରେ ସେ ଆଉ ଦେଶ ବାହାରକୁ ଯାଇପାରିବେ ନାହିଁ।

ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ଅନିଲ ଦେଶମୁଖଙ୍କୁ ପାଞ୍ଚ ଥର ସମନ ଜାରି କରିଛନ୍ତି, କିନ୍ତୁ ସେ ଥରେ ମଧ୍ୟ ଇଡିରେ ହାଜର ହୋଇନାହାଁନ୍ତି। ପ୍ରତ୍ୟେକ ଥର ସେ ଏବଂ ତାଙ୍କ ଓକିଲଙ୍କ ତରଫରୁ  ଭିନ୍ନ ଭିନ୍ନ ଯୁକ୍ତି ଦିଆଯାଇଥିଲା। ନିକଟରେ ଦେଶମୁଖ ଇଡି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଇଡି କିମ୍ବା ସିବିଆଇ ଦ୍ୱାରା ବାଧ୍ୟତାମୂଳକ କାର୍ଯ୍ୟରୁ ଦେଶମୁଖଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ଗତ ସପ୍ତାହରେ ଦେଶମୁଖ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ। ସେଠାରେ ମାମଲାର ଶୁଣାଣି ବିଚାରାଧୀନ ରହିଛି।

ଦେଶମୁଖଙ୍କୁ ଇଡ଼ି ବର୍ତ୍ତମାନ ପଞ୍ଚମ ନୋଟିସ ଜାରି କରିଛି। ଏଥିସହିତ ଦେଶମୁଖ ଗିରଫ ଭୟରେ ଦେଶ ଛାଡି ପାରନ୍ତି ବୋଲି ଇଡି ଆଶଙ୍କା କରୁଛି। ସେଥିପାଇଁ ବର୍ତ୍ତମାନ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପାରମବୀର ସିଂ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦କୋଟି ଟଙ୍କା ବଟି ଆଦାୟର ଅଭିଯୋଗ କରିଥିଲେ। ଏଥିସହ ସେ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା, ଚୋରା ଚାଲାଣ ଏବଂ ଟ୍ରାନ୍ସଫର ପୋଷ୍ଟିଂରେ ହସ୍ତକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁଛି।

ଓଭାଲ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ: ୨ଅଙ୍କ ଛୁଇଁପାରିଲେନି ୫ ଇଂଲଣ୍ଡ ଖେଳାଳି

ଓଭାଲ: ବିଦେଶ ମାଟିରେ ଭାରତୀୟ ଦଳର ଆଉ ଏକ ଚମତ୍କାର ବିଜୟ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ୧୫୭ ରନ୍‌ରେ ବିଜୟୀ ହେଲା ଭାରତୀୟ ଦଳ । ୩୬୮ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଭଲ ସ୍କୋର କରିବା ସହ ବିନା କୌଣସି ଓ୍ୱିକେଟ ହରାଇ ୧୦୦ ରନ୍ କରିଥିଲେ । ଶାର୍ଦ୍ଦୁଲ ଠାକୁର ବର୍ନସ୍‌ଙ୍କୁ ୫୦ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଲଗାତାର ଓ୍ୱିକେଟ ପତନ ହେବାରେ ଲାଗିଥିଲା ।

Image

ସେଟ୍ ହୋଇସାରିଥିବା ହସିବ୍ ହମିଦଙ୍କୁ ସ୍ପିନ୍‌ରେ ଚକ୍‌ମା ଦେଇଥିଲେ ଜାଡେଜା । ଇଂଲଣ୍ଡର ଦଳୀୟ ସ୍କୋର ୧୪୧ ରନରେ ଥିବା ବେଳେ ଜାଡେଜା ହମିଦ୍‌ଙ୍କୁ କ୍ଲିନ୍ ବୋଲ୍ଡ କରି ଦଳକୁ ତୃତୀୟ ସଫଳତା ଦେଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନି ବେରିଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା ବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିବାରେ ସଫଳ ହୋଇଥିଲେ ଜାଡେଜା।

Image

ଇନ୍‌ ଫର୍ମ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ।ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍‌ଙ୍କୁ ୩୬ ରନ୍‌ର ବ୍ୟକ୍ତିଗତ ସ୍କୋରରେ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସଙ୍କ ମାତ୍ର ୧୮ରନର ବ୍ୟକ୍ତିଗତ ସ୍କୋରରେ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟର ପତନ କରିଥିଲେ। ଏହା ପରେ କାଗ୍ରୀ ଓଭରଟନଙ୍କୁ ୧୦ରନ୍ ଓ ଜେମ୍ସ ଆଣ୍ଡରସନ୍‌ଙ୍କୁ ୨ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ ହୋଇଥିଲେ । ଏଥି ସହିତ ଚତୁର୍ଥ ଟେଷ୍ଟକୁ ୧୫୭ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏଥିସହିତ ୫ ଟିକିଆ ଟେଷ୍ଟର ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ ।

ଆରଏସଏସକୁ ତାଲିବାନ ସହ ତୁଳନା କଲେ ଜାଭେଦ, କ୍ଷମାଭିକ୍ଷା ଦାବି କଲା ବିଜେପି

0

ମୁମ୍ବାଇ: ସଂଗୀତଜ୍ଞ ଜାଭେଦ ଅଖତର ଆରଏସଏସକୁ ନେଇ ଏକ ବିବାଦୀୟ ବୟାନ ଦେବାପରେ ତାଙ୍କ ଘର ବାହାରେ ବଢିଲା ସୁରକ୍ଷା । ଆରଏସଏସକୁ ତାଲିବାନ ସହ ତୁଳନା କରି ବିବାଦୀୟ ବୟାନ ଦେବା ପରେ ଚର୍ଚ୍ଚାରେ ଥିବା ଅଖତାରଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଆରଏସଏସ ଓ ତାଲିବାନ ମଧ୍ୟରେ କିଛି ଫରକ ନାହିଁ ବୋଲି ଅଖତାର କହିବା ପରେ ଏହି ବିବୃତିକୁ ନେଇ ବଢିଛି ବିବାଦ।

ସେପଟେ ଆରଏସଏସର ପକ୍ଷ ନେଇଛି ଶିବସେନା। ତେଣେ ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ରାମ କଦମ ଏହି ପ୍ରସଙ୍ଗରେ ଅଖତରଙ୍କ କ୍ଷମାଭିକ୍ଷା ଦାବି କରିଛନ୍ତି। ସେ କହିଛନ୍ତି ଅଖତର କ୍ଷମା ନ ମାଗିବା ଯାଏଁ ତାଙ୍କ ସହ ଜଡିତ ଥିବା କୌଣସି ଫିଲ୍ମକୁ ଚାଲିବାକୁ ଦିଆଯିବନାହିଁ। ଏକ ସାକ୍ଷାତକାରରେ ଅଖତାର କହିଥିଲେ- ଆଫଗାନିସ୍ତାନରେ ତାଲିବାନ ଏକ ଇସଲାମିକ ରାଷ୍ଟ୍ର ଆହ୍ୱାନ ଦେଉଛି। ଭାରତରେ ବି କିଛି ଗୋଷ୍ଠୀ ଏହାକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଲାଗି ଉଦ୍ୟମ କରୁଛନ୍ତି।

ଯଦିଓ ଅଖତର ଆରଏସଏସର ନାଁ ନେଇ ନାହାନ୍ତି ତଥାପି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଆରଏସଏସ। ମୁମ୍ବାଇ ଇସ୍କନ ମନ୍ଦିର ନିକଟସ୍ଥ ଜାଭେଦ ଅଖତରଙ୍କ ବାସଭବନ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ସେପଟେ ଅଖତରଙ୍କ ବୟାନକୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ମାର୍କ ଜାଲିଆତି ମାମଲାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ସିବିଏସ୍‌ଇ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ମାର୍କ ଜାଲିଆତି କରି ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଅଭିଯୋଗରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନ । ଆସନ୍ତା ୧୬ତାରିଖ ସାଢେ ୩ଟା ସମୟରେ ସ୍କୁଲର ଚେୟାରମ୍ୟାନ୍‌, ପ୍ରିନ୍ସିପାଲଙ୍କ ସମେତ ସିବିଏସ୍‌ଇର ଆଞ୍ଚଳିକ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଗତ ୨ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନିଜ ଓକିଲଙ୍କୁ ପଠାଇଥିଲେ  । ହେଲେ ସିବିଏସ୍‌ଇ ଓ ଖୋର୍ଧା ଡିଇଓ କୌଣସି କାରଣରୁ ହାଜର ହୋଇନଥିଲେ । ଆସନ୍ତା ୧୬ତାରିଖରେ ନିର୍ଧାରିତ ସମୟରେ ବ୍ୟକ୍ତିଗତ ଭାବେ ଏହି ୪ଜଣ କମିଶନଙ୍କ କୋର୍ଟରେ ହାଜର ହେବ  । ନହେଲେ ସେମାନଙ୍କୁ ହାଜର କରାଇବାକୁ  କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା । କେବଳ ଏହି ଗୋଟିଏ ସ୍କୁଲ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଏକାଧିକ ବିଦ୍ୟାଳୟରୁ ସମାନ ଅଭିଯୋଗ ଆସିଛି । ଏବଂ ସେଗୁଡିକୁ କମିଶନ ତଦନ୍ତ ପରିସର ଭୁକ୍ତ କରିଥିବା ସେ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲରେ ମାର୍କ ଜାଲିଆତି: ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଖୋର୍ଦ୍ଧା: ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା। ଜନସଂଖ୍ୟା, ପ୍ରବାସୀ ଓ ଅଧିକ ଟେଷ୍ଟିଂ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରେ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତୃତୀୟ ଲହର ପୂର୍ବରୁ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ଶିଶୁଙ୍କ ସୁରକ୍ଷା ନେଇ ନିୟମ କଡ଼ାକଡ଼ି ପାଳନ  କରିବା ଉପରେ ଜୋର୍‌ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା।

ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ। ଦୈନିକ ଲୋକଙ୍କ ସମାଗମ ବଢୁଛି। ଟେଷ୍ଟିଂ ବଢୁଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରେଡ ଜୋନ୍‌ ଚିହ୍ନଟ ହେବା ପରେ ମୁକାବିଲା ଜୋରଦାର କରାଯାଇଛି । ଏଯାଏ ଡେଲ୍ୱା ଭ୍ୟାରିଆଣ୍ଟ ଭୟ ଟଳିନି। ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ଭୟ ଥିବାରୁ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ ସଫଳତା ସହ ଟିକାକରଣ ଚାଲିଥିବା ବେଳେ ନକଲି ଟିକା ଚିନ୍ତା ବଢାଉଛି । ହେଲେ ଓଡ଼ିଶାରେ ଏଯାଏ ନକଲି ଟିକା ଦୃଷ୍ଟିକୁ ଆସିନଥିବା ଆଶ୍ୱସ୍ତି ଆଣିଛି ।

ଶିଶୁଙ୍କୁ ଅନେକ ଟିକାର ବୁଷ୍ଟର ଡୋଜ ଦିଆଯାଇଛି। ଯାହା ପ୍ରତିଷେଧକ ଭାବେ କାମ କରୁଛି । ହେଲେ ସେମାନଙ୍କ ଯତ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଶିଶୁ ସଂକ୍ରମଣ ବଢୁଛି । ବିଶେଷ କରି ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଶିଶୁ ସଂକ୍ରମିତ ହେଉଛନ୍ତି । କୋଭିଡ ସମୟରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟଗତ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା । ଶିଶୁଙ୍କ ଟିକାକରଣ ପାଇଁ ଗବେଷଣା ଚାଲିଛି । ସେପଟେ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୃତବ୍ୟକ୍ତିଙ୍କ ନାଁରେ ଚାଲାଣ କଟିଲା

ଚାକିରି ଦରମା ନ ଅଣ୍ଟିବାରୁ ଖୋଲିଲେ ଚା’ ଦାେକାନ: ଆଉ ଏବେ…

0

ରାଉରକେଲା: ଚା’ ଦୋକାନ  କରିଛନ୍ତି ଜଣେ ଯୁବ ଇଞ୍ଜିନିୟରି । ଇଞ୍ଜିନିୟରିଂ ଚାକିରି ଛାଡ଼ି ରାଉରକେଲା ସହରର ଉଦିତ ନଗର ଠାରେ ଚା ’ ଦୋକାନ କରି ନିଜର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିଛନ୍ତି  ।  ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । ଇଞ୍ଜିନିୟରଙ୍କ ୨୦ରୁ ଅଧିକ ପ୍ରକାରର ସୁସ୍ୱାଦୁ ଚା’ ଓ କଫି ଗ୍ରାହକଙ୍କ ବେଶ୍ ପସନ୍ଦ ପାଲଟିଛି  ।

ଚାଏ କୁଲାଡ କାଫରେ ମିଳୁଛି ଇଞ୍ଜିନିୟରିଂ ଚାଏ  । ଚା ବିକ୍ରି କରୁଛନ୍ତି ଯୁବ ଇଞ୍ଜିନିୟର । ଚମତ୍କାର ଚା’ ସାଙ୍ଗକୁ ମିଳୁଛି ସୁଆଦିଆ କଫି  । ରାଉରକେଲା ସହରର ଉଦିତନଗରର, ଏ ହେଉଛି ଯୁବ ଇଞ୍ଜିନିୟର ଶତ୍ରୁଘ୍ନ ପ୍ରଧାନଙ୍କ ଚା’ ଦୋକାନ  । ଏଠାରେ ମିଳୁଛି ୨୦ ପ୍ରକାରରୁ ଅଧିକ ଚା ଓ କଫି । ଇଲାଇଚି ଚା, ଅଦରକ ଚା, ଲଵଙ୍ଗ ଚା, କଡକ ମସଲା ଚା ଓ କେଶର ଚା ଭଳି ବିଭିନ୍ନ ପ୍ରକାର ସୁଆଦିଆ କଫି ମଧ୍ୟ ପ୍ରସ୍ତୁତ ହେଉଛି । ମାଟି କପରେ ଚା ପିଇବା ପାଇଁ ସକାଳୁ ସଞ୍ଜ ଯାଏ ଜମୁଛି ଗ୍ରାହକଙ୍କ ଭିଡ଼  ।

ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକ ଟଙ୍କା ରୋଜଗାର ନେହେବାରୁ ଇଞ୍ଜିନିୟର ଚାକିରି ଛାଡ଼ିଥିଲେ ଶତ୍ରୁଘ୍ନ  । ସେ ଏବେ ନିଜେ ଚା ଦୋକାନ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟ ୩ ଜଣ ଯୁବକଙ୍କୁ ବି ଦେଇଛନ୍ତି ନିଯୁକ୍ତି ସୁଯୋଗ । କର୍ମ କେବେ ବି ଛୋଟ କିମ୍ବା ବଡ ହୋଇ ନଥାଏ  । ଇଞ୍ଜିନିୟରଙ୍କ ଏହି ବାର୍ତ୍ତା ନିଶ୍ଚିତ ରୂପେ ଯବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ  ।

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ତାଲିବାନକୁ ନେଇ ପାକିସ୍ତାନ ଓ ଚୀନର ନରମ ଆଭିମୁଖ୍ୟ ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲାଗି ରହିଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆୟୋଜିତ ବୈଠକରେ ଆଫଗାନ୍ ସ୍ଥିତି ଉପରେ ଆଲୋଚନା ହୋଇଛି। ଏବେ ସେଠାରେ କିଭଳି ରହିଛି ସ୍ଥିତି ତାହା ଉପରେ ବରିଷ୍ଠ ମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି।

ଏବେ ବି କିଛି ଭାରତୀୟ ଆଫଗାନିସ୍ତାନରେ ଫସି ରହିଥିବାରୁ ସେମାନଙ୍କୁ କିଭଳି ଉଦ୍ଧାର ଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଖାସ୍‌ କରି ତାଲିବାନକୁ ନେଇ ପାକିସ୍ତାନ ଓ ଚୀନର ନରମ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, NSA ଅଜିତ୍ ଡୋଭାଲ, CDS ବିପିନ୍ ରାୱତ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା କଟକଣା ଯୋଗୁଁ ନିରୁତ୍ସାହିତ ପୂଜା ମଣ୍ଡପ କର୍ମକର୍ତ୍ତା: ମୂର୍ତ୍ତି ପୂର୍ବଭଳି ବଡ଼ କରିବାକୁ ଦାବି

0

କଟକ ପ୍ରସିଦ୍ଧ ଦୁର୍ଗାପୂଜା । ସିଲଭର ସିଟିରେ ଦଶହରା ବେଶ୍‌ ଧୁମଧାମରେ ପାଳନ କରାଯାଉଥିବା ବେଳେ କରୋନା ପାଇଁ ଲଗାଯାଇଥିବା କଟକଣା ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ନିରୁତ୍ସାହିତ କରିଛି । କଟକଣା କୋହଳ ପାଇଁ ବିଭିନ୍ନ ସାମାଜିକ ସଂଗଠନ ପ୍ରତିବାଦ ଜାରି ରଖିଛନ୍ତି । ସାମାଜିକ ସଂଗଠନ ପକ୍ଷରୁ ଚାଲିଥିବା ପ୍ରତିବାଦ ଆଜି ସପ୍ତମ ଦିନରେ ପହଞ୍ଚିଛି । ମୂର୍ତ୍ତି ପୂର୍ବଭଳି ବଡ଼ କରାଯିବା ସହ ଆବଦ୍ଧ ମଣ୍ଡପରେ ପୂଜା ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି । ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ । ଅନ୍ୟପଟେ ଦୁର୍ଗାପୂଜା ପାଳନ ଉପରେ କଟକଣାକୁ ବିରୋଧ କରିଛି ବିଜେପି । ଆସନ୍ତା ୧୩ ତାରିଖରେ କଟକ ନଗର ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱଦେଶ ପେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, କହିଲେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ନୃଶଂସ ତାଲିବାନ: ୮ ମାସର ଗର୍ଭବତୀ ପୋଲିସ ଅଧିକାରୀଙ୍କୁ କଲା ହତ୍ୟା

ନୂଆଦିଲ୍ଲୀ: ତାଲିବାନୀ ବର୍ବରତାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଘୋର୍ ପ୍ରଜାତନ୍ତ୍ରର ଫିରୋଜକୋରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ। ମହିଳା ଅଫିସର ଜଣକ ଏକ ଜେଲରେ କାର୍ଯ୍ୟରତ ଥିଲେ। ସେ ୮ ମାସର ଗର୍ଭବତୀ ଥିବା ବେଳେ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଆଗରେ ଏହି ମହିଳାଙ୍କୁ ତାଲିବାନ ବର୍ବର ହତ୍ୟା କରିଛି।

ବର୍ତ୍ତମାନ ତାଲିବାନ ଘରକୁ ଘର ବୁଲି ଟାର୍ଗେଟରେ ଥିବା ଲୋକଙ୍କୁ ସନ୍ଧାନ କରି ହତ୍ୟା କରୁଛି। ପୂର୍ବରୁ ମହିଳା ବିଚାରପତି ମାନଙ୍କୁ ତାଲିବାନ ଟାର୍ଗେଟ କରିଆସୁଛି। ଜୀବନ ବିକଳରେ ସେମାନେ ଦେଶ ଛାଡି ଚାଲିଯିବା ସହ ଅନ୍ୟମାନେ ଆଶଙ୍କା ଘେରରେ ରହିଛନ୍ତି। ସେପଟେ ଦେଶରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ପୁଣି ଆରମ୍ଭ କରିବା ନେଇ ତାଲିବାନ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ। ଆଫଗାନିସ୍ତାନରେ ସରକାର ଗଠନ ହେବା ମାତ୍ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ସେ ସୂଚନା ଦେଇଛନ୍ତି । ଯେଉଁମାନେ ଦେଶ ଛାଡି ପଳାୟନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସହାୟତା କରାଯିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।