spot_img
Home Blog Page 523

ଜାମ୍ମୁରେ ପୁଣି ବାଦଲଫଟା ବର୍ଷାର ତାଣ୍ଡବ

ଜାମ୍ମୁରେ ପୁଣି ବାଦଲଫଟା ବର୍ଷାର ତାଣ୍ଡବ। ରିଆସି ଓ ରାମବନ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଥିବା ଜଣାପଡିଛି। ରିଆସି ଜିଲ୍ଲାର ମାହୋର ଏବଂ ରାମବନର ରାଜଗଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାହୋରରେ ଅନେକ ଘର ଭାସି ଯାଇଛି। ୭ ଜଣ ନିଖୋଜ ଅଛନ୍ତି।ରାଜଗଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଛି, ୨ ଜଣ ନିଖୋଜ ଅଛନ୍ତି। ପ୍ରଶାସନ ଏବଂ ଉଦ୍ଧାର ଦଳ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁଇଟି ଘର ଏବଂ ଗୋଟିଏ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ବାନ୍ଦିପୁରା ଜିଲ୍ଲାର ଗୁରେଜ୍ ସେକ୍ଟରରେ ମଧ୍ୟ ବାଦଲଫଟା ବର୍ଷାର ସୂଚନା ମିଳିଛି। ତଥାପି ଏଥିରେ କେହି ମୃତାହତର ଖବର ନାହିଁ। ପ୍ରବଳ ବର୍ଷା ଯୋଗୁଁ କାଠୁଆ ଏବଂ ଉଧମପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ଜମ୍ମୁର ଅନେକ ସ୍ଥାନରେ ରେଳ ଲାଇନ ଭାଙ୍ଗିଯିବା ଯୋଗୁଁ ଟ୍ରେନ୍ ବାତିଲ୍ ହୋଇଛି। ସେପଟେ ସ୍ଥିତିର ସମୀକ୍ଷା ନେଇ ଜାମ୍ମୁ ଗସ୍ତରେ ଯାଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲିଠୁ ସେ ଦୁଇ ଦିନିଆ ଜାମ୍ମୁ ଗସ୍ତ କରିପାରନ୍ତି। ବର୍ଷାଜନିତ ଘଟଣାରେ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ। ୩୨ ଜଣ ନିଖୋଜ ଅଛନ୍ତି।

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ। ପୂଜା ହେବା ସହ ମିଳିବ ନିର୍ମାଲ୍ୟ। ପୂଜା ପରିସେବା ଡଟକମ ନାମକ ୱେବସାଇଟ ପକ୍ଷରୁ ମହାପ୍ରସାଦ ବିକ୍ରି ନେଇ ସୂଚନା ଦିଆଯାଉଛି। ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉ। ଚାରି ପ୍ରକାର ପୂଜା ହେବାନେଇ ଅନଲାଇନରେ ବିଜ୍ଞପ୍ତି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ଯ ବିଜ୍ଞପ୍ତି ଉଲ୍ଲେଖ। ଶୁଖୁଲି ଭୋଗ ଦିଆଯିବା ନେଇ ଅନଲାଇନରେ ଆପ୍ଲିକେସନରେ ଉଲ୍ଲେଖ ରହିଥିବା ଦେଖାଦେଇଛି l

ସାରର ଘୋର ଅଭାବ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି

ସାରର ଘୋର ଅଭାବ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ୟୁରିୟା ପିଢ଼ିଆ ବସ୍ତାଏ ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି। ଶହ ଶହ ଚାଷୀ ସବୁ କାମ ଛାଡି ରାତିରୁ ଆସି ଲାଇନରେ ଛିଡା ହେବା ପରେ କିଏ ଦିନ ୧୦ଟା ଓ ୧୨ ଟା ପର୍ଯ୍ୟନ୍ତ ଟାଇଁ ଟାଇଁ ଖରାରେ ଛିଡା ହୋଇ ପିଡିଆ ବସ୍ତାଟେ ଧରି ଡିଲର ପାଖକୁ ନେଉଛନ୍ତି। ଏବେ ପଯ୍ୟନ୍ତ ଆସିକା ଅଞ୍ଚଳର କୌଣସି ସୋସାଇଟି କୁ ୟୁରିୟା ପିଡିଆ ଆସି ନଥିବାରୁ ଚାଷୀ ଟିଏ ପିଢ଼ିଆ ପାଇଁ ହନ୍ତସନ୍ତ ହେଉଛନ୍ତି।

ସତ ସ୍ୱୀକାର କଲେ ସରକାର: ସାର ପହଂଚିବାରେ ବିଳମ୍ବ ହୋଇଛି…

ସତ ସ୍ୱୀକାର କଲେ ସରକାର। ସାର ପହଂଚିବାରେ ବିଳମ୍ବ ହୋଇଛି। ହେଲେ ସାରର ଅଭାବ ନାହିଁ। ଯେଉଁଠି ବିଳମ୍ବ ହୋଇଛି ସେଠାରେ ସାର ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଟଙ୍କପାଣି ସାଇ ମନ୍ଦିର ନିକଟରେ ଦୁର୍ଘଟଣା: ବସ-ଟ୍ରକ ଧକ୍କାରେ ଜଣେ ଯାତ୍ରୀ ମୃତ

ଟଙ୍କପାଣି ସାଇ ମନ୍ଦିର ନିକଟରେ ବସ୍ ଦୁର୍ଘଟଣା। ବସକୁ ପିଟିଲା ମାଲବାହୀ ଡମ୍ପର। ସ୍ଲିପର ସିଟରେ ଶୋଇଥିବା ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ। ଅନ୍ୟ ଦୁଇଜଣ ଗୁରୁତର ହୋଇଥିବା ସୂଚନା। କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ। ଦୁଇ ଗାଡିକୁ ଜବତ କରିଛି ପୋଲିସ।

ସିଦ୍ଧାର୍ଥ ମଲହୋତ୍ରା ନା ଜାହ୍ନବୀ କପୁର… କିଏ ପାଇବେ ଅଧିକା ପଇସା ?

ନନ୍ଦିଘୋଷ ବ୍ୟୁରୋ: ୨ ବର୍ଷ ପରେ ଫିଲ୍ମ ପରଦାକୁ ଫେରିଛନ୍ତି  ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ‘ପରମ ସୁନ୍ଦରୀ’ ସିନେମା ହଲରେ ମୁକ୍ତିଲାଭ କରିଛି।  ପ୍ରଥମ ଦିନରେ ଫିଲ୍ମଟି ଦର୍ଶକଙ୍କ ମନ କିଣିଛି ଦର୍ଶକଙ୍କୁ ଏହା ପସନ୍ଦ ଆସିଛି । ଏହି ଫିଲ୍ମଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯେଉଁଥିରେ ଦକ୍ଷିଣ ଏବଂ ଉତ୍ତର ଦେଶର ଲୋକଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଛି। ପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି ଟଙ୍କା ରୋଜଗାର କରିଛି। ଏହି ପ୍ରେମ କାହାଣୀରେ କମେଡିର ତଡ଼କା ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି।  ଫିଲ୍ମର ଆୟ ସହିତ, କଳାକାରଙ୍କ ଫିସ୍ ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ସାଜିଛି । କେଉଁ ଷ୍ଟାରଙ୍କର କେତା ଫିସ ରହିଛି ତାକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି ।

‘ପରମ ସୁନ୍ଦରୀ’ ୨୯ ଅଗଷ୍ଟରେ ମୁକ୍ତିଲାଭ କରିଛି ।  ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଉଭୟ ଷ୍ଟାର ପ୍ରଥମ ଥର ପାଇଁ ଏକ ଯୋଡ଼ି ଭାବରେ ପରଦାରେ ଦେଖାଦେଇଛନ୍ତି।ପ୍ରଥମ ଥର ଏହି ଯୋଡ଼ିକୁ ଦେଖିବାକୁ ଦର୍ଶକ ବେଶ ଖୁସି ଅଛନ୍ତି । ତଥାପି, ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ସହିତ, ଏହି ପ୍ରଶ୍ନ ମଧ୍ୟ ଉଠାଯାଉଛି ଯେ କେଉଁ ଅଭିନେତା ଏହି ଫିଲ୍ମ ପାଇଁ ସର୍ବାଧିକ ଫିସ୍ ପାଇଛନ୍ତି।କାରଣ ଦୁଇ ଜଣ ବଲିଉଡ଼ର ଦୁଇ ଦକ୍ଷ କଳାକାର ଭାବରେ ଜଣାଶୁଣା ।  ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ମିଡିଆ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିସ୍ ଜାହ୍ନବୀଙ୍କ ଠାରୁ ଅଧିକା ରହିଛି ।  ‘ପରମ ସୁନ୍ଦରୀ’ ପାଇଁ ସର୍ବାଧିକ ଫିସ୍ ସିଦ୍ଧାର୍ଥଙ୍କୁ  ଦିଆଯାଇଛି, ଯାହା ୧୦-୧୨ କୋଟି ଟଙ୍କା ମଧ୍ୟରେ। ସେହିପରି କୁହାଯାଉଛି ଯେ ଜାହ୍ନବୀ କପୁରଙ୍କୁ ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ୪-୫ କୋଟି ଟଙ୍କା ଫିସ୍ ମିଳିଛି।

ଅନ୍ୟ କଳାକାରଙ୍କ ଫିସ୍ କେତେ :

ସେହିପରି  ଫିଲ୍ମରେ ଜଡିତ ଅନ୍ୟ କଳାକାରମାନଙ୍କ ବିଷୟରେ କହିବାକୁ ଗଲେ, ସଞ୍ଜୟ କପୁର ମଧ୍ୟ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା କରିଛନ୍ତି , ଯିଏ ୫୦ ଲକ୍ଷ ଟଙ୍କା ପାଇଛନ୍ତି। ସଞ୍ଜୟ କପୁର ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ମନଜୋତ ସିଂହ, ଯିଏ ଫିଲ୍ମର ଏକ ଅଂଶ, ସେ ୨୫ ଲକ୍ଷ ଟଙ୍କା ପାଇଛନ୍ତି। ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ରୋଜଗାର ଉପରେ ସମସ୍ତଙ୍କ ନଜର ରହିଛି।

୨ବର୍ଷ ପରେ ପୁଣି ଫେରିଲେ ସିଦ୍ଧାର୍ଥ:

ଲୋକମାନେ ଫିଲ୍ମର ଆୟ ବିଷୟରେ ବହୁତ ଅନୁମାନ କରିଥିଲେ, କାରଣ ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ଏହି ନୂଆ ଯୋଡ଼ି ସାମ୍ନାକୁ ଆସିଛି। ଏହା ସହିତ, ସିଦ୍ଧାର୍ଥ ୨ ବର୍ଷ ପରେ ଫିଲ୍ମ ପରଦାକୁ ଫେରିଛନ୍ତି। କିନ୍ତୁ, ଜାହ୍ନବୀ କପୁର ଅନେକ ପ୍ରୋଜେକ୍ଟରେ କାମ କରିସାରିଛନ୍ତି। କିଛି ଲୋକ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ, ଅନେକ ଲୋକ ଏହାକୁ ଚେନ୍ନାଇ ଏକ୍ସପ୍ରେସର କପି ମଧ୍ୟ କହୁଛନ୍ତି। ତଥାପି, ସଠିକ ଆୟ ସଂଖ୍ୟା ପାଇଁ,ଏବଂ ଫିଲ୍ମଟିର ରିଭିୟୁ ପାଇଁ ସପ୍ତାହର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେତେବେଳେ ଜଣାପଡ଼ିବ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଛି କି ନାହିଁ… ।

 

ସେପ୍ଟେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ? ଲିଷ୍ଟ ଜାରି କଲା RBI

ସେପ୍ଟେମ୍ବର ମାସରେ ମୋଟ ୧୫ ଦିନ ବ୍ୟାଙ୍କ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତରଫରୁ ଏନେଇ ଛୁଟି ଲିଷ୍ଟ ଜାରି କରାଯାଇଛି । ଏଥିରେ ସାପ୍ତାହିକୀ ଛୁଟି ସହିତ ପର୍ବପର୍ବାଣି ଛୁଟି ମଧ୍ୟ ସାମିଲ ରହିଛି । ମାତ୍ର ଏହି ଛୁଟି ପ୍ରତି ରାଜ୍ୟରେ ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ହେବ । ଆଗକୁ ଏତେଦିନ ବ୍ୟାଙ୍କ ଛୁଟି ରହୁଥିବାରୁ ଆପଣମାନେ ନିଜ ନିଜର ଜରୁରୀ କାର୍ଯ୍ୟ ଏବେଠାରୁ ସାରି ଦିଅନ୍ତୁ । ଆରବିଆଇ ନିୟମ ମୁତାବକ, ସବୁ ବ୍ୟାଙ୍କରେ ଛୁଟି ଏକ ସମୟରେ ହେବ ନାହିଁ । ପ୍ରତି ରାଜ୍ୟର ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ଛୁଟି ସ୍ଥିର ହୋଇଥାଏ । ଏହାର ଅର୍ଥ ହେଉଛି, ଯେଉଁ ବ୍ୟାଙ୍କ ଗୋଟିଏ ରାଜ୍ୟରେ ଖୋଲା ରହିବ, ତାହା ଅନ୍ୟ ରାଜ୍ୟରେ ବନ୍ଦ ରହିପାରେ । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଚେକ୍ କରିବା ଆବଶ୍ୟକ । ସେପ୍ଟେମ୍ବର ୭, ୧୩, ୧୪, ୨୧ରେ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୩୦ ତାରିଖରେ ଦୁର୍ଗାପୂଜା ଓ ମହାଅଷ୍ଟମୀ କାରଣରୁ ଓଡ଼ିଶା ସମେତ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଜାପାନର ୧୬ଟି ରଜ୍ୟର ରାଜ୍ୟପାଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଏହିସବୁ ପ୍ରସଙ୍ଗରେ ହୋଇଥିଲା ଆଲୋଚନା…

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଜାପାନର ୧୬ ଟି ରାଜ୍ୟର ରାଜ୍ୟପାଳମାନଙ୍କୁ ଭେଟି ଭାରତ-ଜାପାନ ସହଭାଗୀତା  ଏବଂ ବିକାଶ ବିଷୟରେ ଆଲୋଚନା କରିଛନ୍ତି। ସେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାଧାନ୍ୟ ସହଭାଗୀତା ପଦକ୍ଷେପ ଅଧୀନରେ ଆସୁଥିବା ଦୁଇ ଦେଶ ମଧ୍ୟରେ ରାଜ୍ୟସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି। ଏହା ସହିତ ସେ ଏହି ଦୁଇ ଦେଶ ଭିତରେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଲକ୍ଷ ରଖିଛନ୍ତି । ଦୁଇ ଦେଶର ପ୍ରଯୁକ୍ତିବିଦ୍ୟା,  ନିବେଶ, ଦକ୍ଷତା ବିକାଶ, AI ଷ୍ଟାର୍ଟଅପ୍ ଏବଂ ମଧ୍ୟମ ଉଦ୍ୟୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରଦେଶଗୁଡ଼ିକ କିପରି ସେମାନଙ୍କର ପାରସ୍ପରିକ ଶକ୍ତିକୁ ଉପଯୋଗ କରିପାରିବେ ଏବଂ ସହଭାଗୀ ବିକାଶ ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ X ଆକାଉଣ୍ଟରେ ପୋଷ୍ଟ କରାଯାଇଛି  ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ୧୬ ଟି ଜାପାନୀ ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଛନ୍ତି, ଯାହା ଭାରତ-ଜାପାନ ସମ୍ପର୍କକୁ ବୃଦ୍ଧି ପାଉଥିବା ନୂତନ ଗତି ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଭାରତର ରାଜ୍ୟ ଏବଂ ଜାପାନର ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତଜାପାନ ସହଭାଗୀତାର ସମ୍ଭାବନା :

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ ଶତାବ୍ଦୀ ପୁରୁଣା ସଭ୍ୟତା ଉପରେ ଆଧାରିତ ଭାରତ-ଜାପାନ ସମ୍ପର୍କ ନିରନ୍ତର ମଜବୁତ ହେଉଛି। ସେ କହିଛନ୍ତି ଯେ ଏବେ ଟୋକିଓ ଏବଂ ନୂଆଦିଲ୍ଲୀ ମଧ୍ୟରେ ପାରମ୍ପରିକ କେନ୍ଦ୍ରିକ ସମ୍ପର୍କରୁ ଆଗକୁ ବଢ଼ି ରାଜ୍ୟ-ପ୍ରଦେଶ ସ୍ତରରେ ସହଯୋଗକୁ ଏକ ନୂତନ ଦିଗ ଦେବାର ସମୟ ଆସିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ-ପ୍ରଦେଶ ସହଭାଗୀତା ପଦକ୍ଷେପ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ଦକ୍ଷତା ବିକାଶ, ସୁରକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବ।

ଅଲ୍ଲୁ ଅର୍ଜୁନଙ୍କ ଦାଦୀ ଆରପାରିକୁ ଚାଲିଗଲେ

ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଭିନେତାଙ୍କ ଦାଦୀ ଅଲ୍ଲୁ କନକାରତ୍ନମଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଦାଦୀ ଦୀର୍ଘଦିନ ଧରି ବୟସଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କର ବିୟୋଗରେ ସାରା ପରିବାରରେ ଦୁଃଖର ଲହରୀ ଖେଳିଯାଇଛି । ଗତକାଲି ରାତି ପାଖାପାଖି ୧.୪୫ ସମୟରେ ଅଭିନେତାଙ୍କ ଦାଦୀ ଇହଧାମ ସମ୍ବରଣ କରିଥିଲେ । ଏହି ଖବର ଶୁଣିବା ପରେ ଅଲ୍ଲୁଙ୍କ ଅଗଣିତ ଫ୍ୟାନ୍ସଙ୍କ ଝଟକା ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ କଳାକାରମାନେ ଅଭିନେତାଙ୍କ ଘରେ ପହଞ୍ଚି ଦାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି କୋକାପେଟରେ ଅଲ୍ଲୁ ଅର୍ଜୁନଙ୍କ ଦାଦୀଙ୍କ ଅନ୍ତିମ ସଂସ୍କାର କରାଯିବ ।

ସୁବର୍ଣ୍ଣରେଖାରେ ବନ୍ୟା ଗଲା କିନ୍ତୁ ଆଜି ବି ଦୁର୍ଦ୍ଦଶା ଭୋଗୁଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା

ସୁବର୍ଣ୍ଣରେଖାରେ ବନ୍ୟା ଗଲା କିନ୍ତୁ ଆଜିବି ଦୁର୍ଦ୍ଦଶା ଭୋଗୁଛନ୍ତି ତଳିଆ ଅଞ୍ଚଳ ବାସିନ୍ଦା। ସୁବର୍ଣ୍ଣରେଖା ନଦୀକୁ ପାଣି ନିଷ୍କାସନର ଡ୍ରେନ୍ ବ୍ୟବସ୍ଥା ନ ଥିବାରୁ ଆଜି ବି ପାଣି ଘେରରେ ରହିଛି ଭୋଗରାଇର ଚକ ପାରୁଳିଆ ଗାଁ। ରାସ୍ତା ଉପରେ ପାଣି ଜମିରହିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜିକି ୬ ଦିନ ହେବ ପାଣି ଘେରରେ ଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ନା ଅଛି ଡଙ୍ଗା ର ବ୍ୟବସ୍ଥା ନା ମିଳିଛି କି ସୁଖିଲା ଖାଦ୍ୟ । ଚଳିତ ଥର ବନ୍ୟାରେ କେହି ସରକାରୀ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନାହାନ୍ତି କି କିଛି ସାହାଯ୍ୟ ମିଳିନାହିଁ। ଅନ୍ୟ ପରେ ଧାର ଉଧାର କରି ଚାଷ କରିଥିବା ଜମିରେ ପାଣି ଜମି ରହିବାରୁ ଚାଷ ସଂପୁର୍ଣ୍ଣ ପଚି ସଡି ଯାଇଛି। ସେଥିପାଇଁ ଚିନ୍ତାରେ ଚାଷୀକୂଳ।