spot_img
Home Blog Page 5245

ଦୂତୀ ଚାନ୍ଦଙ୍କ ସାମ୍ବାଦିକ ସମ୍ମିଳନୀ, ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ଧାବିକା ଦୂତୀ ଚାନ୍ଦ କଲେ ସାମ୍ବାଦିକ ସମ୍ମିଳନୀ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା । ଦୂତୀ ଏହାକୁ ବିରୋଧ କରିବା ସହ ଖେଳରେ ହାର ଜିତ ରହିଛି । ଜଣେ ଖେଳାଳିକୁ ଏପରି ହତୋତ୍ସାହିତ ନକରି ତାଙ୍କୁ ପ୍ରୋତ୍ସାହିତ କରିବାକୁ ସେ କହିଛନ୍ତି ।

ଏକ ୱେବ ପୋର୍ଟାଲର ସାମ୍ବାଦିକ ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦୂତୀ । ତାଙ୍କ ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି ଦୂତୀ ଚାନ୍ଦ କହିଛନ୍ତି । ଅଲମ୍ପିକ ପରି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିଙ୍କ କୋଚ୍‌ ବିରୋଧ କରିଛନ୍ତି ।

ଅନ୍ୟ ରାଜ୍ୟରୁ ତାଙ୍କୁ ଖେଳିବା ପାଇଁ ଅଫର ମିଳିବା ସତ୍ୱେ ଦୂତୀ ଓଡିଶା ପାଇଁ ଖେଳୁଛନ୍ତି । ତେଣୁ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଦୂତିଙ୍କ କୋଚ କହିଛନ୍ତି । ଅନ୍ୟ ପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୁତିକୁ ବଦନାମ କରିଥିବା ଲୋକଙ୍କ ବିରୋଧରେ 5 କୋଟିର ମାନ ହାନୀ ମକଦମା ଦାୟର କରାଯାଇଛି । ଏହା ସହ ଯାହାବି ଆଇନଗତ ଆଶ୍ରୟ ଆବଶ୍ୟକ ପଡିବ ତାହା ମଧ୍ୟ ନିଆଯିବ ବୋଲି ଦୂତିକ ଲିଗାଲ ଆଡ଼ଭାଇଜର କହିଛନ୍ତି ।

JEE ମେନ୍ସ ପରୀକ୍ଷା ଅନିୟମିତତା ମାମଲାରେ ୨୦ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଜେଇଇ ମେନ୍ସ ପରୀକ୍ଷା ସହ ଜଡ଼ିତ ଏକ ମାମଲାରେ ସିବିଆଇ ଚଢ଼ାଉ କରିଛି । ଦିଲ୍ଲୀ/ଏନସିଆର ସମେତ କେତେକ ୨୦ଟି ସ୍ଥାନରେ ରେଡ୍ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ଦିଲ୍ଲୀ ଏନସିଆର ସମେତ ପୁଣେ, ଜାମସେଦପୁର ଆଦି ସହରରେ ସିବିଆଇ ଅଧିକାରୀ ଛାନଭିନ୍ କରିଛନ୍ତି ।

ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ନିର୍ଦ୍ଦେଶକ ଦ୍ୱାରା ହୋଇଥିବା ଜେଇଇ ମେନ୍ସ ପରୀକ୍ଷା ୨୦୨୧ରେ ହୋଇଥିବା ଅନିୟମିତତା ମାମଲାରେ ସିବିଆଇ ମାମାଲ ରୁଜୁ କରିଥିଲା । ସିବିଆଇ ଆଜି ଘରୋଇ ଶିକ୍ଷାନୁଷ୍ଠାନ, ତାର ନିର୍ଦ୍ଦେଶକ ଓ ତିନିଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ ମେନ୍ସ ଏକକ ପରୀକ୍ଷା ହୋଇଥାଏ । ଚଳିତବର୍ଷ ୪ଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । ପ୍ରାୟ ୭ ଲକ୍ଷ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ।

ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପି ନେତା

ଜୟପୁର: ବିଜେପି ନେତାଙ୍କ ଦାଦାଗିରି । ଜୟପୁର ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପିର ଜୟପୁର ନିର୍ବାଚନମଣ୍ଡଳୀରୁ ପାର୍ଥୀ ହୋଇଥିବା ନେତା ଗୌତମ ସାମନ୍ତରାୟ । ଏନେଇ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି । ବାଲିଆ ପଞ୍ଚାୟତର ନୂଆଗଡ଼ ଗାଁରେ ଟ୍ରାନ୍ସଫରମର ପୋଡିଯାଇଥିଲା । ଏହି ଅଭିଯୋଗ ନେଇ ଗାଁର ୩୦ ଜଣ ଲୋକ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ ଦାବି କରିଥିଲେ ।

ସେହି ଗାଁରେ ବିଦ୍ୟୁତ ଦେୟ ପାଖାପାଖି ୪ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଏହାର ୨୦ ପ୍ରତିଶତ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ କହିଥିଲେ । କିନ୍ତୁ ଗାଁ ଲୋକେ ଅର୍ଥ ଦେବାକୁ ମନା କରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ କହିଥିଲେ । ଏହାରି ଭିତରେ ବିଜେପି ନେତା ଗୌତମ ସାମନ୍ତରାୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟାଣିଟାଣି ଅଫିସ ବାହାରକୁ ନେଇଯାଇଥିଲେ । ତେବେ ଏ ବିଷୟରେ ପୋଲିସ୍‌କୁ ଜଣାଇଲେ ଗୁଳି କରି ହତ୍ୟା କରିବେ ବୋଲି ଗୌତମ ସାମନ୍ତରାୟ ଧମକ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

କାଲି ସରକାର ଗଠନ କରିବ ତାଲିବାନ, କେଉଁ ଦେଶ ସହ କେମିତି ରହିବ ସମ୍ପର୍କ ?

କାବୁଲ: ଆଫଗାନିସ୍ତାନ କବଜାର ୨ ସପ୍ତାହ ପରେ ଦେଶରେ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତ ହୋଇଛି । ସୂତ୍ର ଅନୁସାରେ, ଶୁକ୍ରବାର ଜୁମେ ନମାଜ ପାଠ ପରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବ । ଅଗଷ୍ଟ ୧୫ରେ ତାଲିବାନ କାବୁଲକୁ କବଜା କରିବା ପରେ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଆଉ ଅଗଷ୍ଟ ୩୦ରେ ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ଇସଲାମିକ ଆତଙ୍କବାଦୀ ସମୂହ ଖୁସି ମନାଇଥିଲେ । ଏଥିସହ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ପରେ ଦେଶରେ ଶାନ୍ତି ଓ ସୁରକ୍ଷା ଆଣିବା ପାଇଁ ପ୍ରତିଜ୍ଞା କରିଥିଲେ ।

Taliban Are All Set To Form Government In Afghanistan After Friday Prayers

ଆମେରିକା ସୈନ୍ୟ ଚଳିତ ସପ୍ତାହରେ ଦେଶ ଛାଡ଼ିବା ପୂର୍ବରୁ ତାଲିବାନ, ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ କବଜା କରି ନେଇଥିଲା । କେବଳ ପଞ୍ଜଶିରରେ ତାଲିବାନ ପଶି ପାରିନାହିଁ । ଏବେ ତାଲିବାନ ଦେଶକୁ ଶାସନ କରିବାର ଆଶା ଉଜ୍ଜୀବିତ ହୋଇଛି । ତେବେ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଲିବାନ ଅନ୍ତରାଷ୍ଟ୍ରୀୟ ସହାୟତା ଉପରେ ନଜର ରଖିଛି ।

Taliban Are All Set To Form Government In Afghanistan After Friday Prayers

ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଙ୍ଖୁଦଜାଦାଙ୍କୁ ତାଲିବାନ ନେତା ଭାବେ ଚୟନ କରିଛି । ସେ ରାଷ୍ଟ୍ରପତି ହେବେ । ଶୁକ୍ରବାର ସରକାର ଗଠନ ପରେ କେଉଁ ଦେଶ ସହ ତାଲିବାନ କିଭଳି ସମ୍ପର୍କ ରଖୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଆର୍ଥିକ ସଂକଟ ସହ ଯୁଝୁଥିବା ଆଫଗାନିସ୍ତାନକୁ ଟଙ୍କାର ଆବଶ୍ୟକତା ରହିଛି ।

ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି

ଖୋର୍ଦ୍ଧା: ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ମାନସ ଓ ମନୋରଞ୍ଜନଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରୁ ମାନସଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରିଛି ପୋଲିସ । ମାନସଙ୍କ ବିରୋଧରେ ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ଆଇପିସି ଧାରା ଲାଗିଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବେଗୁନିଆ ଥାନାରେ ଥିବା ୨ମାମଲାରେ ଗିରଫ କରାଯାଇଛି । ମନୋରଂଜନଙ୍କ ବିରୋଧରେ ୩୬୩. ୩୦୭,୩୨୩, ୧୦୯, ୧୨୦(ବି), ୩୪ ଆଇପିସି ଧାରା ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଅଗଷ୍ଟ ୨ରେ ସତ୍ୟବ୍ରତଙ୍କ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ଏହି ହତ୍ୟା ମାମଲାରେ ମାନସଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ନଥିଲେ ବି ପରୋକ୍ଷରେ ହତ୍ୟା ଧମକ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି । ପୂର୍ବରୁ ମାନସ ଏକାଧିକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପ୍ରମାଣ ରହିଛି । ୨୦୧୯ରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଝିଙ୍କିଝାଡ଼ି ଗ୍ରାମର ଜଣେ ଯୁବକଙ୍କୁ ମାନସ ଦାସ ଧମକ ଦେଉଥିବା ନେଇ ମାମଲା ରୁଜୁ ହୋଇଥିଲା । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନସ ଗିରଫ ହୋଇଥିବା ବେଳେ, ନିର୍ଯାତନା ମାମଲାରେ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ମାମଲାରେ ପୂର୍ବରୁ ଅଗଷ୍ଟ ୪ରେ ୬ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚାଲିଛି । ଗିରଫ ପରେ ମାନସଙ୍କୁ କୋର୍ଟ ଚାଲାଣ କରାଯିବ । ମାନସଙ୍କ ବିରୋଧରେ ଅନ୍ୟ ଯେକେହି ମଧ୍ୟ ଏତଲା ଦେଇପାରିବେ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଏଥିସହ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଛନ୍ତି । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ ପରେ ବିବାଦରେ ଥିଲେ ମାନସ । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାଡ଼ମରା ଘଟଣା ପରେ ପୋଲିସ ମାନସ ଦାସଙ୍କ ବିରୋଧରେ ତଦନ୍ତ ଚଳାଇଥିଲା ।

ଗୁପଚୁପ୍ ଖାଇବାରୁ ଜୀବନ ହାରିଦେଲା ସ୍ତ୍ରୀ, ସ୍ୱାମୀ ଗିରଫ

ମୁମ୍ବାଇ: ସ୍ୱାମୀ, ସ୍ତ୍ରୀଙ୍କ କଥାରେ ଚାଲେ ସଂସାର । କେତେବେଳେ ମନାନ୍ତର ତ ଆଉ କେବେ ମତାନ୍ତର ଭିତରେ ଗଡ଼େ ସଂସାର ରଥ । କିନ୍ତୁ ମହାରାଷ୍ଟ୍ରର ପୁଣେରୁ ଆସିଛି ଏକ ଅଜବ ମାମଲା । ଯେଉଁଠି ସ୍ୱାମୀ ଗୁପଚୁପ୍ ଖାଇବାକୁ ନେଇ ଅରାଜି ଥିବା ପତ୍ନୀ ନେଇଛନ୍ତି ଚରମ ପଦକ୍ଷେପ । ବିଷ ପିଇବାରୁ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।

ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀଙ୍କ ଅନୁସାରେ, ପୁଣେର ଅମ୍ବେଗାଓଁ ପଠାରରେ ରୁହନ୍ତି ପ୍ରତୀକ୍ଷା ସରବଡେ । ୨୦୧୯ରେ ତାଙ୍କ ବିବାହ ଗହିହିନାଥଙ୍କ ସହ ହୋଇଥିଲା । ତାଙ୍କର ୧୮ ମାସର ଏକ ପୁଅ ମଧ୍ୟ ରହିଛି । କିଛିଦିନ ହେଲା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୋଟମୋଟ କଳହ ଲାଗି ରହୁଥିଲା । ଗୋଟିଏ ଦିନ ଝଗଡ଼ା ହେବାରୁ ସ୍ତ୍ରୀ, ସ୍ୱାମୀଙ୍କୁ କହିଥିଲେ ତୁମେ କେବେ ଗୁପଚୁପ୍ ଖାଇଲେ ମୁଁ ବିଷ ଖାଇ ଦେବି । ଆଉ ଶେଷରେ ସେୟା ହୋଇଛି ।

ଶୁକ୍ରବାର ଗହିହିନାଥ ବଜାରରୁ ଫେରିବା ବେଳେ ପତ୍ନୀଙ୍କ ପାଇଁ ଗୁପଚୁପ୍ ପାର୍ସଲ କରି ଆଣିଥିଲେ । ଗହିହିନାଥ ଘରେ ପହଞ୍ଚିବା ମାତ୍ରେ ହାତରେ ଗୁପଚୁପ୍ ଦେଖି ପ୍ରତୀକ୍ଷା ରାଗି ଯାଇଥିଲେ । ଏହାକୁ ନେଇ ଉଭୟ ପତି, ପତ୍ନୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଝଗଡ଼ା ଲାଗି ରହିଥିଲା । ଶନିବାର ପ୍ରତୀକ୍ଷା ବିଷ ପିଇ ଦେଇଥିଲେ ।

ଗହିହିନାଥ ପଡ଼ୋଶୀଙ୍କ ସହ ପତ୍ନୀଙ୍କୁ ମେଡିକାଲ ନେଇ ଯାଇଥିଲେ । ଗୋଟିଏ ଦିନର ଚିକିତ୍ସା ପରେ ରବିବାର ପ୍ରତୀକ୍ଷାଙ୍କ ମୃତ୍ୟୁ ହୋଇଛି । ସୋମବାର ପ୍ରତୀକ୍ଷାଙ୍କ ବାପା ଗହିହିନାଥଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଏତଲା ଦେଇଥିଲେ । ପୋଲିସ ମାମଲାରେ ଗହିହିନାଥଙ୍କୁ ଗିରଫ କରି ନେଇଛି ।

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଶୁଣି ଶୁଟିଂ ଅଧାରୁ ଛାଡି ଚାଲିଗଲେ ଶେହନାଜ ଗିଲ୍

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବରରେ ଟିଭି ଓ ଫିଲ୍ମ ଜଗତରେ ଶୋକ ଛାଇ ରହିଛି। ଗୁରୁବାର ସକାଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରିବାର, ସମ୍ପର୍କୀୟ, ବନ୍ଧୁ, ସେଲିବ୍ରିଟି, ପ୍ରଶଂସକ ସମସ୍ତଙ୍କୁ ଚକିତ କରିଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ନିକଟ ବନ୍ଧୁ ଶେହନାଜ ଗିଲ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ସେ ଆଜି ଏକ ଶୁଟିଂରେ ବ୍ୟସ୍ତ ଥିଲେ। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଶୁଟିଂ ଅଧାରୁ ଛାଡି ସିଦ୍ଧାର୍ଥଙ୍କ ଘରକୁ ଯାଇଥିଲେ। ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ଅବସ୍ଥା ମଧ୍ୟ ଶେହନାଜଙ୍କ ଭଳି। ସିଦ୍ଧାର୍ଥଙ୍କ ଅଚାନକ ମୃତ୍ୟୁ ଖବର କାହା ବି ବିଶ୍ଵାସଯୋଗ୍ୟ ନୁହେଁ।

ସୂଚନା ଅନୁଯାୟୀ, କୂପର ହସ୍ପିଟାଲ ଡାକ୍ତର ନିରଞ୍ଜନ ସକାଳ ସାଢେ ୧୦ଟା ସମୟରେ ସିଦ୍ଧାର୍ଥଙ୍କୁ ମୃତ ଘୋଷିତ କରିଥିଲେ। ଏହି ଖବର ଶେହନାଜ ଜାଣିବା ପରେ ନିଜର ହୋସ ହରାଇ ବସିଥିଲେ ଓ ଶୁଟିଂ ଅଧାରୁ ଛାଡି ସିଦ୍ଧାର୍ଥଙ୍କ ଘରକୁ ଯାଇଥିଲେ।

ଦିନେ ସିଦ୍ଧାର୍ଥଙ୍କ ଅତି ନିକଟ ଥିବା ରଶ୍ମି ଦେଶାଇଙ୍କ ପାଇଁ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ମର୍ମାହତ ଥିଲା। ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ଅବସ୍ଥା ଭଲ ନାହିଁ। ରଶ୍ମି ଓ ସିଦ୍ଧାର୍ଥ ଧାରାବାହିକ ‘ଦିଲ ସେ ଦିଲ ତକ’ରେ ସ୍ୱାମୀ-ସ୍ତ୍ରୀ ଚରିତ୍ରରେ ନଜର ଆସିଥିଲେ। ଅନେକ ସେଲିବ୍ରିଟି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ଇଣ୍ଡିଆନ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଦେୟ ପୈଠ ବ୍ୟବସ୍ଥା ଟ୍ରେଜରୀ ସହ ସଂଯୋଜିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5ଟି ନୀତି ଆଧାରରେ ରାଜ୍ୟ ଅର୍ଥ ବିଭାଗଙ୍କ ଦ୍ୱାରା ପ୍ରସ୍ତୁତ ସମ୍ୱନିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନ୍ତର୍ଗତ ଅନଲାଇନ ଦେୟପୈଠ ବାଦ୍ୟୁତିକ ରସିଦ ବ୍ୟବସ୍ଥାର ୨.୦ ସଂସ୍କରଣକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଛନ୍ତି  । ଏଥିପାଇଁ ରାଜ୍ୟ ଲୋକସେବା ଭବନ ସଭା ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସତିବ ବିଶାଳ କୁମାର ଦେ ଏହି ବ୍ୟବସ୍ଥାର ନୂତନ ପରିବର୍ଦ୍ଧିତ ଓ ସରଳୀକୃତ ସଂସ୍ଖରଣରେ ଥିବା ଅତିରିକ୍ତ ସୁବିଧା ବିଷୟରେ ସବିଶେଷ ସୂଚନା ଉପସ୍ଥାପନା କରିଥିଲେ  ।

ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରି ଶାସନ ସଚିବ କହିଥିଲେ, ଏହା ମାଧ୍ୟମରେ ସାଧାରଣ ନାଗରିକ, ବ୍ୟବସାୟିକ ସଂସ୍ଥା, ଶିଳ୍ପାନୁଷ୍ଠାନ, ବିଭିନ୍ନ ସେବା ଉପଭୋକ୍ତା ବିଭିନ୍ନ ପ୍ରକାର ସରକାରୀ ଦେୟ ଓଟିକସ  ଆଦି ନିଜ ନିଜ ସ୍ଥାନରେ ରହି ପୈଛ କରିପାରିବେ  । ବୈଦ୍ୟୁତିକ ଦେୟ ପୈଠ ବ୍ୟବସ୍ଥାର ପୂର୍ବ ସଂସ୍କରଣରେ କେବଳ ଅନଲାଇନ ଇଲୋକଟ୍ରୋନିକ ମୋଡରେ ସରକାରୀ ଦେୟ ଦାଖଲ ହୋଇ ପାରୁନଥିଲା  । ୨ୟ ସଂସ୍କରଣ ମାଧ୍ୟମରେ କ୍ରେଡ୍ରିଟ କାର୍ଡ, ଡେବିଟ କାର୍ଡ, ୟୁପିଆଇ ଆଇଡ଼ି, କ୍ୟୁଆର କୋର୍ଡ ଏବଂ ୱାଲେଟ ଆଦିକୁ ବ୍ୟବହାର କରି ମଧ୍ୟ ପୈଛ କରିପାରିବେ  ।

ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କର ସର୍ଭିସ ପୋର୍ଟାଲକୁ ସମନ୍ୱିତ ଟ୍ରେଜରୀ ପରିଚାଳନା ପୋର୍ଟାଲ ସହ ସଂଯୋଜିତ କରାଯାଇଥିଲା  । ଏଥିପାଇଁ ରାଜ୍ୟ ସରକାର ଏବଂ ଇଣ୍ଡିଆନ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ମଧ୍ୟରେ ସେବା ସ୍ରରୀୟ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା  ।

 

ବିଧାନସଭାରେ ପାରିତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ, ବସ୍ତିବାସିନ୍ଦାକୁ ମିଳିବ ଘର

ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ୩ଟି ବିଲ । ଓଡିଶା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍‌ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ ପାରିତ ହୋଇଛି । ଓଡିଶା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌ ଦ୍ୱାରା ଯେଉଁ ମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ 30 ବର୍ଗ ମିଟର ଜାଗା ଯୋଗାଇ ଦେବେ ସରକାର । ଯାହା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ ।

ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ । ସେହିପରି ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ ଦ୍ୱାରା ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ । ଏହି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇପାରିବ । ସେପଟେ ବାରମ୍ବାର ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେପ୍ଟେମ୍ବର ମାସରେ ଏହି ରାଶିର ବ୍ୟକ୍ତି ନିଜ କ୍ରୋଧ ଉପରେ ରଖନ୍ତୁ ନିୟନ୍ତ୍ରଣ,ଅନ୍ୟଥା ହେବା କାମ ହେବ ନାହିଁ

ପ୍ରତି ମାସର ରାଶିଫଳ ଜାଣିବାକୁ ଅନେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ..ଭବିଷ୍ୟତରେ ହେବାକୁ ଥିବା ବାଧାବିଘ୍ନ ସୁବିଧା ଅସୁବିଧାର ସଂଙ୍କେତ ଦେଇଥାଏ ରାଶିଫଳ..କିଛିଜଣ ଏହା ଉପରେ ବିଶ୍ବାସ କରି ନିଜର ଦିନ ଆରମ୍ଭ କରନ୍ତି..ପ୍ରତି ମାସର ରାଶିଫଳ ଭିନ୍ନ ଭିନ୍ନ ସଂଙ୍କେତ ଦେଇଥାଏ. ତେବେ ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ମାସର ରାଶିଫଳ ମଧ୍ୟ କିଛି ସେମିତି ଖାସ୍ ରାଶିର ବ୍ୟକ୍ତିଙ୍କ ପାଇଁ ସୁଫଳ ଆଣିଦେବ..ସେପ୍ଟେମ୍ବର ମାସରେ ଅନେକ ରାଶିର ବ୍ୟକ୍ତିଙ୍କୁ ନିଜ କ୍ୟାରିୟରରେ ସୁଫଳ ମିଳିବାର ଅଛି..ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କୁ ପଦନ୍ନୋତି ହେବାର ଖୁସି ଖବର ମିଳିବାର ଆଶଙ୍କା ରହିଛି..କିଛି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କୁ ଏହିମାସରେ ନିଜ ଚାକିରି କ୍ୟାରିୟରରେ ସୁଧାର ଆଣିବା ପାଇଁ ଅଧିକ କଷ୍ଟ କରିବାକୁ ପଡିବ..ତେବେ ଏସବୁ ବିଷୟରେ ବିସ୍ତୃତରେ ଚାଲନ୍ତୁ ଜାଣିବା ଓ କେଉଁ ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ କଣ ରହିଛି ସେ ବିଷୟରେ.

ମେଷରାଶି-ସେପ୍ଟେମ୍ବର ମାସ ଆପଣଙ୍କ ପାଇଁ ଖୁବ୍ ଭଲ ରହିଛି..ଯଦି କ୍ୟାରିୟର ପାଇଁ କୈାଣସି ଯୋଜନା କରୁଛନ୍ତି ..ତେବେ ତାହାକୁ ଯଥା ଶିଘ୍ର କାମରେ ଲଗାନ୍ତୁ..ଯେଉଁମାନେ ନିଜର ବ୍ୟକ୍ତିଗତ କାରବାର କିମ୍ବା ନିଜସ୍ବ ବିଜନେସ୍ କରୁଛନ୍ତି..ସେମାନଙ୍କୁ ଏହିମାସରେ ଅନେକ ଲାଭ ମିଳିବ..କାରବାରର ବିସ୍ତାର କରିବାକୁ ଚିନ୍ତା କରୁଥିଲେ ଏହା ଆପଣଙ୍କୁ ସୁଫଳ ଆଣିଦେବ..କିନ୍ତୁ ଏସବୁ ଆପେ ଆପେ ହେବା ସମ୍ଭବ ନୁହେଁ..ତେଣୁକରି ପରିଶ୍ରମ କରିବା କମ୍ କରିବେ ନାହିଁ…

ବୃଷରାଶି-କ୍ୟାରିୟର ହିସାବରେ ଦେଖିବାକୁ ଗଲେ ଏହିମାସ ଟି ଆପଣଙ୍କ ପାଇଁ ଫଳପ୍ରଦ ହେବ..ମାସର ଆରମ୍ଭରୁ ଆପଣଙ୍କୁ ଅନେକ ସୁଫଳ ମିଳିବ..ଯେଉଁମାନେ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସଂମ୍ପୂର୍ଣ୍ଣ ସଫଳତା ମିଳିବ.. ଆଉ ଯେଉଁମାନେ ପୂର୍ବରୁ ସରକାରୀ ଚାକିରି କରୁଛନ୍ତି ସେମାନଙ୍କୁ ପ୍ରମୋସନ ମିଳିବ..ବେତନରେ ମଧ୍ୟ ଅଭିବୃଦ୍ଧି ହେବ…କିନ୍ତୁ ବ୍ୟାପାର କରୁଥିବା ବ୍ୟକ୍ତିଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ..


ମିଥୁନରାଶି-ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରି କ୍ଷେତ୍ରରେ ମଧ୍ୟମ ଧରଣର ଫଳାଫଳ ମିଳିବ..ଚାକିରି କରୁଛନ୍ତି ଯଦି ତେବେ ଦାୟିତ୍ବ ଅଧିକ ବଢିବ.. ଆପଣଙ୍କ କାର୍ଯ୍ୟଦକ୍ଷତା ହିଁ କାମରେ ଆସିବ..ନିଷ୍ଠାପୂର୍ବକ କାମ କଲେ ସଫଳତା ବେଶି ଦୂର ନୁହେଁ..ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳିବ..

କର୍କଟରାଶି-କ୍ୟାରିୟର ଅନୁସାରେ କର୍କଟରାଶି ବ୍ୟକ୍ତିଙ୍କର କୈାଣସି ଉନ୍ନତି ହେବ ନାହିଁ..ବରଂ ଅନେକ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିବ..ଏହିମାସ ଆପଣଙ୍କୁ ଖୁବ ଧ୍ୟାନର ସହ କାମ କରିବାକୁ ପଡିବ..କିନ୍ତୁ ୫ ସେପ୍ଟେମ୍ବର ଠାରୁ ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ..ଉଚ୍ଚ ପଦାଧିକାରୀ ବ୍ୟକ୍ତିଙ୍କ ସହ ସଂମ୍ପର୍କ ନିବିଡ ହେବ..କିନ୍ତୁ ଏସବୁ ଭିତରେ ସ୍ଥିତି ଜଟିଳ ଆଡକୁ ଗତି କରିବ..ତେଣୁକରି ଧର୍ଯ୍ୟର ସହ ଏହାକୁ ସାମ୍ନା କରନ୍ତୁ..

ସିଂହରାଶି- ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସେପ୍ଟେମ୍ବର ମାସ ଖୁବ ଅନୁକୁଳ ରହିବ..କେବଳ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ସବୁକିଛି ଠିକଠାକ୍ ଚାଲିବ..ଚାକିରି କ୍ଷେତ୍ରରେ ସଂଯମତାର ସହ କାମ କରନ୍ତୁ କାହିଁକି ନା ସବୁକିଛି ଆପଣଙ୍କ ବ୍ୟବହାରକୁ ନେଇ ନିର୍ଣ୍ଣୟ ହେବ..ହେବାକୁ ଥିବା କାମ ଆପଣଙ୍କ ବ୍ୟବହାର ପାଇଁ ବିଗିଡିଯାଇପାରେ..ଏହାଛଡା ବ୍ୟାପାର କ୍ଷେତ୍ରରେ ସୁଫଳ ମିଳିବ ଓ ଲାଭ ଆଶା ଠାରୁ ଅଧିକ ହେବ..

କନ୍ୟାରାଶି-କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିବ..କ୍ୟାରିୟରରେ ଅଗ୍ରଗତିର ସମ୍ଭାବନା ରହିଛି..ଚାକିରି ନ ମିଳୁଥିବା ବ୍ୟକ୍ତିଙ୍କୁ ଚାକିରି ମିଳିବ ଓ ଭଲ ଜାଗାରେ ଚାକିରି ପାଇବାର ସମ୍ବାବନା ରହିଛି..କିନ୍ତୁ ବ୍ୟବସାୟ ପାଇଁ ସ୍ଥିତି ଅନୁକୂଳ ନାହିଁ.. ବ୍ୟାପାର ପାଇଁ ସ୍ଥିତି ଭଲ ହେବ ନାହିଁ..ତେଣୁକରି କୈାଣସି ବ୍ୟବସାୟରେ ଅଧିକ ଟଙ୍କା ବିନିଯୋଗ କରନ୍ତୁ ନାହିଁ..

ତୁଳାରାଶି-କ୍ୟାରିୟର କ୍ଷେତ୍ରରେ ସେପ୍ଟେମ୍ବର ମାସ ଆପଣଙ୍କ ପାଇଁ ଖୁବ ଅନୁକୂଳ ରହିଛି..ଏହି ସମୟରେ ଯଦି କଠିନ ପରିଶ୍ରମ କରିବେ ତେବେ ଫଳ ସୁନିଶ୍ଚିତ ମିଳିବ…ଚାକିରି କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ..ବ୍ୟାବସାୟ କରୁଥିବା ବ୍ୟକ୍ତି ଉପରେ ଆୟର ବର୍ଷା ହେବ..ତେଣୁକରି ସୁନିଶ୍ଚିତ ହୋଇ ନିଜ କାମକୁ ସୂଚାର ରୂପେ କରନ୍ତୁ..

ବିଛାରାଶି- ଅନେକ ଦିନରୁ ଚାହିଁ ରହିଥିବା ଚାକିରି ହେବାର ସମ୍ଭାବନା ଅଛି..ଯେଉଁ କାମ କରିବାକୁ ମନ ଲାଗୁନଥିଲା ସେଥିରେ ଭରପୁର ମନନିବେଶ କରିବେ..ଓ ଲାଭ ମଧ୍ୟ ପାଇବେ…ବନ୍ଧୁ ଓ ସାଥୀଙ୍କ ଠାରୁ ସହଯୋଗ ପାଇବେ.. କ୍ୟାରିୟରକୁ ନେଇ ଉପୁଜୁଥିବା ଅସୁବିଧା ଦୂର ହେବ..ବ୍ୟାପାର ବାଣିଜ୍ୟରେ ଟଙ୍କା ନିବେଶ କଲେ ଏହା ଦୁଇଗୁଣା ଲାଭ ପ୍ରଦାନ କରିବ..

ଧନୁରାଶି- ଏହି ମାସର ଆରମ୍ଭ ଆପଣଙ୍କ ପାଇଁ ଅନେକ ସୁଫଳ ଆଣିଦେବ..ଯଦି ନିଜର ଚେଷ୍ଟା ଜାରୀ ରଖନ୍ତି ତେବେ ଖୁବ୍ ସହଜ ଓ ସରଳରେ କାମ ହୋଇଯିବ..ଚାକିରି ପାଇଁ ଯେଉଁ ସ୍ଥାନରେ ଚେଷ୍ଟା କରିଛନ୍ତି ସେଠାରେ ନିଶ୍ଚୟ ସୁଫଳ ମିଳିବ.ସରକାରୀ ଚାକିରି ହେବାର ସମ୍ଭାବନା ବେଶି ରହିଛି..ଯଦି କିଛି ନୂଆ ବିଜନେସ୍ କରିବାକୁ ଚାହୁଁଛନ୍ତି ତେବେ ଏହି ମାସ ଆପଣଙ୍କ ପାଇଁ ଅନୁକୂଳ ରହିବ..

ମକରରାଶି-କ୍ୟାରିୟର ଅନୁସାରେ ମକରରାଶି ପାଈଁ ଏହି ମାସ ସେତେଟା ଭଲ ନୁହେଁ..ହେଉଥିବା କାମରେ ବି ବିଘ୍ନ ଉପୁଜିବ..ଯଦି ଚାକିରି ପାଇଁ ଚେଷ୍ଟା କରୁଛନ୍ତି ତେବେ ସାମାନ୍ୟ ବିଳମ୍ବରେ ଫଳ ମିଳିବ..ବ୍ୟାପାର ପାଇଁ ଏହା ଵିଲକୁଲ ବି ଅନୁକୂଳ ସମୟ ନୁହେଁ..ତେଣୁକରି ଧର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ ଓ ନୂଆ ବ୍ୟାପାରରେ ଟଙ୍କା ନିବେଶ କରନ୍ତୁ.. ସତର୍କ ନ ରହିଲେ ଏହି ମାସଟି ଆପଣଙ୍କୁ ଅସୁବିଧାରେ ପକାଇପାରେ…

କୁମ୍ଭରାଶି-କୁମ୍ଭରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଏହି ମାସଟି ମଧ୍ୟମଧରଣର ରହିବ..ଅଚାନକ କାର୍ଯ୍ୟକ୍ଷେତ୍ରରେ ଲାଭ ମିଳି ପାରେ..ତେଣୁକରି ଦେଖିଚାହିଁ କାର୍ଯ୍ୟକରନ୍ତୁ..ନହେଲେ ଲାଭ ହୋଇଥିବା ଟଙ୍କା ବି ହାତରୁ ଚାଲିଯିବାର ସମ୍ଭାବନା ରହିଛି..ସରକାରୀ ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ..କାରବାର ଓ ବାଣିଜ୍ୟରେ ମଧ୍ୟମ ଧରଣର ଲାଭ ରହିବ..

ମୀନରାଶି-ସଫଳତା ପାଇଁ ଖୁବ ପରିଶ୍ରମ କରିବାକୁ ପଡିବ..ଅଧିକ ପରିଶ୍ରମ କରି କମ୍ ଫଳ ମିଳିପାରେ,,ତେଣୁ ବ୍ୟଥିତ ନ ହେଇ କ୍ୟାରିୟର ପାଇଁ କାର୍ଯ୍ୟ କରିଚାଲନ୍ତୁ..୧୫ ସେପ୍ଟେମ୍ବର ପରେ ସବୁକିଛି ଠିକ୍ ହୋଇଯିବ..ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ.. ଆପଣଙ୍କ ବ୍ୟବସାୟ ପାଇଁ ଯେଉଁ ଶତ୍ରୁମାନେ ବାଧକ ସାଜିଥିଲେ ସେମାନେ ରାସ୍ତାରୁ ହଟିଯିବେ..