spot_img
Home Blog Page 5247

ମାନବବାଦୀ ସଂଗଠନ ମୁଖ୍ୟ ଗିରଫ, ସହିଦ ନଗର ବାସଭବନରୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ଗିରଫ ହେଲେ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ  । ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି  । ସେପଟେ ପୋଲିସ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇନେବା ବେଳେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ମାନସ ଦାସ  । ଭାଇରାଲ ଭିଡିଓ ପରେ ସାମ୍ନାକୁ ଆସିଥିଲା ମାନସ ଦାସଙ୍କ ଚେହେରା  ।  ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ମରାଯାଉଥିବା ନେଇ ପ୍ରଥମେ ଭିଡିଓ ଭାଇରାଲ ହୋଇଥିଲା  । ଅନ୍ୟପଟେ ମାନସଙ୍କ ନାଁରେ ହତ୍ୟା ଓ ନିର୍ଯାତନା ମାମଲା ରହିଛି । ଏପରିକି ତାଙ୍କ ସଂଗଠନ ନାଁରେ ମଧ୍ୟ ବିଭିନ୍ନ ଅଭିଯୋଗ ରହିଛି  ।

ସେପଟେ ଭିଡିଏ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ନିର୍ଯ୍ୟାତନାର ଶିକାର ହୋଇଥିବା ବ୍ୟକ୍ତି ମାଗୁଣି ନାୟକ । ମିଳିଥିବା ସୂଚନା ମୁତାବକ ସାଧାରଣ ଲୋକଙ୍କୁ ଏହି ସଙ୍ଗଠନରେ ସାମିଲ କରାଯାଉଥିଲା ଏବଂ ଯେଉଁମାନେ ସଂଗଠନ ପାଇଁ କାମ କରୁନଥିଲେ ସେମାନଙ୍କୁ ଅତର୍କିତ ମାଡ ମାରାଯାଉଥିବା ନେଇ ଅଭିଯୋଗ ହୋଇଥିଲା  । ସେହିପରି ଅନେକ ଲୋକଙ୍କୁ ଜୀବନରୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି  । ଏହି ସବୁ ମାମଲାରେ ପ୍ରତ୍ୟେକ୍ଷ ଭାବେ ମାନସ ଦାସଙ୍କ ହାତ ରହିଥିବା ଅଭିଯୋଗ ହୋଇଛି  ।

ୱେବ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ବର୍ଷିଲେ ପ୍ରଧାନ ବିଚାରପତି, କହିଲେ ‘ମନ ଇଛା ଚଲାଉଛନ୍ତି’

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ବେଳେ ତବଲିଗି ଜମାତକୁ ନେଇ ଗଣମାଧ୍ୟମ ରିପୋର୍ଟିଂ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । କିଛି ବି ଚଲାଉଛନ୍ତି ।

 Reporting On Tablighi Jamaat No One Has Control Over Web Portal Says CJI NV Ramana

ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଉତ୍ତରଦାୟୀ ନଥିବାରୁ ସାଧାରଣ ଲୋକ, ବିଚାରପତି ଏବଂ ଭିନ୍ନ ଭିନ୍ନ ସଂସ୍ଥାକୁ ବଦନାମ କଲା ଭଳି ଖବର ପ୍ରସାରଣ କରୁଛନ୍ତି । ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି । ସାଧାରଣ ଲୋକ କି ବିଚାରପତିଙ୍କ କଥା ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି । ଅନେକଙ୍କ ବିରୋଧରେ ଅଶ୍ଲୀଳ ଭାଷାରେ ମଧ୍ୟ ଲେଖୁଛନ୍ତି । ଲୋକଙ୍କ କଥା ଛାଡ଼ନ୍ତୁ ବିଚାରପତିଙ୍କ ବାବଦରେ ବି ମନ ଇଚ୍ଛା ଲେଖୁଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏଥିରୁ ମୁକୁଳିବା ଲାଗି କ’ଣ ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

 Reporting On Tablighi Jamaat No One Has Control Over Web Portal Says CJI NV Ramana

ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଆଡିସନାଲ ସଲିସିଟର ଜେନେରାଲ କହିଛନ୍ତି, ୱେବ ପୋର୍ଟାଲ ପାଇଁ ସରକାର ନିୟମ ତିଆରି କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ଅନ୍ଧାରୀ ମୂଲକର ଅନ୍ଧ ଶାସନ, କଙ୍ଗାରୁ କୋର୍ଟରେ ୨ବର୍ଷ ହେଲା ବାସନ୍ଦ ଦୁଇ ପରିବାର

ଢ଼େଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଅନ୍ଧାରୀ ମୂଲକର ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର। କଙ୍ଗାରୁ କୋର୍ଟରେ ଗାଁରୁ ବାସନ୍ଦ ହୋଇଛନ୍ତି ଦୁଇଟି ପରିବାର। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ଗାଁରେ। ଗାଁର ସଦାଶିବ ମହାନ୍ତ ଏବଂ ଗୁରୁଚରଣ ମହାନ୍ତଙ୍କ ପରିବାରକୁ ଆଜକୁ ୭ ବର୍ଷ ଧରି ବାସନ୍ଦ କରାଯାଇଛି। ଗାଁରେ ଏକ ଆଡିବନ୍ଧ ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରକୁ ନିଆଁ ପାଣି ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏ ନେଇ ଆଜି  ଉଭୟ ପରିବାର କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏପରିକି ଏହି ଦୁଇ ପରିବାର ପ୍ରତି କଙ୍ଗାରୁ କୋର୍ଟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ବାସନ୍ଦ ପରିବାର ସହିତ ଗାଁର କୌଣସି ଲୋକ କଥା ହେଲେ କିମ୍ବା ସମ୍ପର୍କ ରଖିଲେ ହଜାରେ ଟଙ୍କା ଫାଇନ ଦେବାକୁ ପଡୁଛି। ସ୍ଵାଧିନତାର ୭୫ ବର୍ଷ ପରେ ବି ଲୋକେ ସେ ଅନ୍ଧାରୀ ମୂଲକର ଅନ୍ଧାରୀ ଶାସନ ଭିତରେ ରହି ଯାଇଛନ୍ତି। ଗାଁରେ ଚଳିବାକୁ ହେଲେ ଫାଇନ ଦେବାକୁ ପଡିବ ୩୦ ହଜାର ଟଙ୍କା ଏବଂ ଛାଡ଼ିବାକୁ ପଡ଼ିବ ସେହି ବିବାଦୀୟ ଜମି। ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର ଏବେ କେଉଁଝର ଜିଲ୍ଲା ତେଲକୋଇରେ ରହି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି।

ଏ ସବୁ କଷ୍ଟ ବୁଝିବା ପାଇଁ କେହି ନାହାଁନ୍ତି। ଯାହାକୁ ନେଇ ଉଭୟ ପରିବାର ଉପଜିଲ୍ଲାପାଳଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଲୁହଭରା କଣ୍ଠରେ ଗୁହାରୀ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କଙ୍କଡ଼ାହାଡ଼ ତହସିଲଦାର,ବିଡ଼ିଓ ଏବଂ ପରଜଙ୍ଗ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ, କନ୍ଦାଇଦେବ ଲାଇଫ ଲାଇନ ଥିବା ଏହି ଫଟୋ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ବଡ ତାରକା ସିଦ୍ଧାର୍ଥ ଶୁକ୍ଲା ଆଉ ନାହାଁନ୍ତି । ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରି ଦେଇଛି । ସିଦ୍ଧାର୍ଥ ଶୁକ୍ଲାର ଶେଷ ପୋଷ୍ଟ ଦେଖି ସମସ୍ତେ ଭାବୁକ ହେଉଛନ୍ତି । ସିଦ୍ଧାର୍ଥ ଏହି ଫଟୋରେ ଲାଇଫ୍ ଲାଇନ୍ ଗ୍ରାଫ୍ ହାତରେ ଧରିଥିବା ଦୃଶ୍ୟମାନ ହେଉଛି ।

ସିଦ୍ଧାର୍ଥଙ୍କ ଶେଷ ପୋଷ୍ଟରେ, ତାଙ୍କ ହାତରେ ଏକ ଛବି ଅଛି, ଯାହା ଜଣଙ୍କର ନିଃଶ୍ୱାସର କାହାଣୀ ବର୍ଣ୍ଣନା କରୁଛି । ଏହି ରେଖା ଯେବେ ସିଧା ହୋଇଯାଏ ସେତେବେଳେ ସବୁକିଛି ଶେଷ ହୋଇଯାଏ । ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ସମାନ ଘଟଣା ଘଟିଛି। ଏହି ଲାଇଫ୍ ଲାଇନ୍ ଗ୍ରାଫ୍ ସିଧା ହୋଇଯାଇଛି । ତେବେ ସିଦ୍ଧାର୍ଥ ଅଗଷ୍ଟ ୨୪ ରେ ଏହି ପୋଷ୍ଟ କରିଥିଲେ ଏବଂ ଏହାର କାରଣ ମଧ୍ୟ ଭିନ୍ନ ଥିଲା ।

 

View this post on Instagram

 

A post shared by Sidharth Shukla (@realsidharthshukla)

 

ଏକ ସାଧା କାଗଜରେ ସିଦ୍ଧାର୍ଥଙ୍କ ହାତରେ ଏକ ଲାଇଫ୍ ଲାଇନ ଗ୍ରାଫ ନଜର ଆସୁଛି ଏବଂ ଏହା ଉପରେ ଲେଖା ହୋଇଛି – The Heros We Owe ଅର୍ଥାତ୍ ହିରୋ ଯେଉଁମାନଙ୍କ ପାଇଁ ଆମେ କୃତଜ୍ଞ । ଏହି ପୋଷ୍ଟରେ ସେ କୋଭିଡ -19 ସମୟରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ମେଡିକାଲ୍ ଏବଂ ନର୍ସିଂ କର୍ମଚାରୀ ଏବଂ ସେମାନଙ୍କ ବଳିଦାନକୁ ପ୍ରଶଂସା କରି ସିଦ୍ଧାର୍ଥ ଏହି ପୋଷ୍ଟ କରିଥିଲେ  ।

ରିପୋର୍ଟ ଅନୁଯାୟୀ, ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ପୂର୍ବରୁ ଔଷଧ ଖାଇଥିଲେ। କିନ୍ତୁ କେଉଁ ଔଷଧ ନିଆଯାଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ରାତିରେ ଶୋଇବା ପରେ ସିଦ୍ଧାର୍ଥ ସକାଳେ ଆଉ ଉଠି ପାରିନଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ସାରା ଦେଶ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତଦେହ ବର୍ତ୍ତମାନ ମୁମ୍ବାଇର କପୁର୍ ହସ୍ପିଟାଲରେ ଅଛି, ଯେଉଁଠାରେ ମୃତଦେହର ପୋଷ୍ଟମର୍ଟମ କରାଯିବ। କୁହାଯାଉଛି ଯେ, ହୃଦଘାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ନିଶ୍ଚିତ କରିଛି।

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା

ଭୁବନେଶ୍ୱର: ସଚିବ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୭ ବ୍ୟାଚର ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ । ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନର ଏମଡି ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ସେ ASRBର ଅତିରିକ୍ତ ଦାୟିତ୍ୱରେ ରହିବ ।

ସେହିଭଳି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ୧୯୯୧ ବ୍ୟାଚର ଆଇଏଏସ୍ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅନୁ ଗର୍ଗ । ଉଚ୍ଚଶିକ୍ଷା ବିଭାଗର ସଚିବ ୧୯୯୬ ବ୍ୟାଚର ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । OSSSCର ଅଧ୍ୟକ୍ଷ ଦାୟିତ୍ୱ ସହ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ।

ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌

ବାଲେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ୨ଜଣ ମହିଳା ଅଫିସରଙ୍କ ସହ ୫ଜଣିଆ ଟିମ୍ କପ୍ତିପଦାରେ ପହଞ୍ଚି ଜେରା ଆରମ୍ଭ କରିଛନ୍ତି। ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ମାଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ। ବିଦ୍ୟାଙ୍କୁ ଜେରା ପାଇଁ କ୍ରାଇମ ଏଗ୍‌ନଷ୍ଟ ଓମେନ ଶାଖାର ଦୁଇଜଣ ମହିଳା ଅଫିସର ରହିଛନ୍ତି।

ଗତକାଲି କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଟିମ୍ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ସୌମ୍ୟଙ୍କ ବାପା, ମା, ମାମୁ ଓ ମାଇଁଙ୍କୁ କରିଥିଲା ପଚରାଉଚରା। ଦୀର୍ଘ ସାଢ଼େ ତିନି ଘଣ୍ଟାର ପଚରାଉଚରା ପରେ କିଛି ତଥ୍ୟ ହାସଲ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍। ବିଦ୍ୟାଭାରତୀ ଚାକିରି କରିବା ଓ ସୌମ୍ୟ କହିଥିବା କଥା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ପରିବାର ଲୋକ।

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଲୁଛି ବାଘ, ଭିଡିଓ ହେଲା ଭାଇରାଲ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବୁଲୁଛି ବାଘ। ଏଭଳି ଏକ ଭିଜୁଆଲ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରେ ସ୍ପଷ୍ଟ ଜଣାପଡୁ ନାହିଁ ଏହା ବାଘ ନା ବଡ ଭୁଆଁ ବିଲେଇ। ଗତ ଦୁଇବର୍ଷ ତଳେ ଏହିଭଳି ଏକ ବିଲେଇର ଗଲ୍ଫ କୋର୍ସ ରାସ୍ତାରେ ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା।

ଏହାର ଆକାରକୁ ନେଇ ପ୍ରଥମେ ଏହାକୁ ସମସ୍ତେ ବାଘ ବୋଲି କହିଥିବା ବେଳେ ଏହା ଏକ ବଣ ଭୁଆଁ ବୋଲି ବନବିଭାଗ ସ୍ପଷ୍ଟ କରିଛି। ପାରାଦ୍ଵୀପର ଗଲ୍ଫ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳରେ ଘଞ୍ଚ ଜଙ୍ଗଲିଆ ସ୍ଥାନ ରହିଥିବାରୁ ଏବେବି ଏଠାରେ ପ୍ରଚୁର ବିଲୁଆ ଥିବା ବେଳେ ପୂର୍ବରୁ ହେଟାବାଘ ମଧ୍ୟ ଦେଖାଯାଇଥାନ୍ତି। ମାତ୍ର ସିସିଟିଭି ଫୁଟେଜରେ ଦେଖାଯାଉଥିବା ଜନ୍ତୁଟି ବହୁତ ବଡ଼ ଓ ଲମ୍ବା ଦେଖା ଯାଉଥିବାରୁ ଲୋକମାନେ ଏହାକୁ ଚିତାବାଘ ବୋଲି ଅନୁମାନ କରୁଛନ୍ତି।

ଭବିଷ୍ୟତରେ ଆମେରିକା ଓ ତାଲିବାନ ମିଳାଇ ପାରନ୍ତି ହାତ, ଇସଲାମିକ ଷ୍ଟେଟ୍ ଉପରେ ନିର୍ଭର କରେ ସବୁକିଛି

ନୂଆଦିଲ୍ଲୀ: ଶତ୍ରୁର ଶତ୍ରୁ ମିତ୍ର । ରାଜନୀତି ଓ ଜିଓ ପଲିଟିକ୍ସର ଏହା ହେଉଛି ବହୁ ପୁରୁଣା ନୀତି । ଯାହାକୁ ଆଫଗାନିସ୍ତାନରେ ୨୦ ବର୍ଷ ଯୁଦ୍ଧ ଲଢ଼ି ହାଲିଆ ହୋଇ ପଡ଼ିଥିବା ଆମେରିକା ଏବେ ଅନୁସରଣ କରିବାକୁ ଯାଉଛି । ଆତଙ୍କ ବିରୋଧରେ ଯୁଦ୍ଧ ନାଁରେ ଆଫଗାନିସ୍ତାନ ମୈଦାନକୁ ଆମେରିକା ୨୦ ବର୍ଷ ତଳେ ଓହ୍ଲାଇ ଥିଲା । କିନ୍ତୁ ୨୦ ବର୍ଷ ପରେ ୨ ଟ୍ରିଲିୟନ ଡଲାର ସ୍ୱାହା କରି ଆମେରିକା ଆଫଗାନିସ୍ତାନ ଛାଡ଼ିଛି । କିନ୍ତୁ ବିଶ୍ୱ ଚୌଧୁରୀ ଆମେରିକା ପାଇଁ ଇସଲାମିକ ଷ୍ଟେଟ୍ ଏବେ ମଧ୍ୟ ଗୋଟିଏ ବଡ଼ ବିପଦ ହୋଇ ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ଆମେରିକା ପାଇଁ ତାଲିବାନ ଛୋଟ ବିପଦ, ଯାହା ସହ ସାମୟିକ ସନ୍ଧି କରାଯାଇ ପାରେ କିନ୍ତୁ ଇସଲାମିକ ଷ୍ଟେଟ୍ –ଖୁରାସାନ ହେଉଛି ବଡ଼ ବିପଦ । ଯାହାର ଜିହାଦ ମ୍ୟାପରେ ଗୋଟିଏ ଦେଶ ନୁହେଁ ପୂରା ବିଶ୍ୱ ଅଛି । ତାଲିବାନ ଆଫଗାନିସ୍ତାନରେ ନିଜ ଶାସନକୁ ନେଇ ଖୁସି ରହିପାରେ କିନ୍ତୁ ଇସଲାମିକ୍ ଷ୍ଟେଟ୍ ନୁହେଁ । ଯାହାକୁ ବୁଝି ପାରି ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ ଏବେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ତାଲିବାନକୁ ଆଇଏସଆଇଏସ ବିରୋଧରେ ଅସ୍ତ୍ର କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

US-Taliban May Join Hands Against ISIS-K (1)
ଆତଙ୍କୀଙ୍କ ବିରୋଧରେ ଆମେରିକାର ନୂଆ ପ୍ଲାନ । ଆଇଏସ ଖୁରାସାନ ବିରୋଧରେ ତାଲିବାନକୁ ଅସ୍ତ୍ର କରିବ ଆମେରିକା । ଗୋଟିଏ ପଟେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ରାଜ । କିନ୍ତୁ ଆମେରିକା ସୈନ୍ୟ ଫେରିଯିବା ପରେ ଆଇଏସ ଖୁରାସାନ ଭାବୁଛି ଏବେ ସେମାନଙ୍କ ପାଇଁ ଆସିଛି ପ୍ରକୃଷ୍ଟ ସମୟ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ଆମେରିକା ଯଦିଓ ଆଫଗାନିସ୍ତାନ ଛାଡ଼ି ସାରିଛି, ପୂର୍ବଭଳି ଆତଙ୍କବାଦ ବିରୋଧରେ ନିଜର ଅଭିଯାନ ଜାରି ରଖିବ। ଏଥର ଅଧିକ ଶକ୍ତିଶାଳୀ ଆକ୍ରମଣ ପାଇଁ ତୟାର ହେଉଛି ଆମେରିକା । ଆଇଏସ-ଖୁରାସାନ ଉପରେ ଜୋରଦାର ଆକ୍ରମଣର ଟାର୍ଗେଟ କରିଛି ଆମେରିକା । କୁହାଯାଉଛି ଏଥିରେ ସହାୟତା କରିପାରେ ତାଲିବାନ । କାରଣ ଦୁହିଁଙ୍କ ଶତ୍ରୁ ଜଣେ । ଇସଲାମିକ ଷ୍ଟେଟ୍ ନଜରରେ ତାଲିବାନ ପୂରାପୂରି ଇସଲାମିକ ନୁହେଁ । ଆଉ ତାଲିବାନ କ୍ଷମତାକୁ ଆସି ସାରିଛି ସତ କିନ୍ତୁ ଜାଣିଛି ଇସଲାମିକ୍ ଷ୍ଟେଟ୍ ବ୍ରାଣ୍ଡର ଜିହାଦ ଆଡୁ ତାକୁ କେତେ ବିପଦ ରହିଛି । ତେଣୁ ତାଲିବାନ ମଧ୍ୟ ଆମେରିକାକୁ ସମର୍ଥନ କରିପାରେ । ଆଉ ଯଦି ଏମିତି ହେବ ତେବେ ଏହା ହେବ ତାଲିବାନ କାନ୍ଧରେ ବନ୍ଧୁକ ରଖି ଆମେରିକା ଇସଲାମିକ ଷ୍ଟେଟର ଶିକାର କରିବ ।

US-Taliban May Join Hands Against ISIS-K (1)

ପେଣ୍ଟାଗନର କିଛି ଅଧିକାରୀଙ୍କ କହିବା କଥା, ଆମେରିକା ଆଫଗାନିସ୍ତାନ ରେ ଆଇଆଇଏସ-କେ ଉପରେ ଆକ୍ରମଣ ନେଇ ତାଲିବାନର ସହଯୋଗ ନେଇ ବିଚାର ଚାଲିଛି । ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଆର୍ମି ଜେନେରାଲ ମାର୍କ ମିଲି କହିଛନ୍ତି, ଇସଲାମିକ୍ ଷ୍ଟେଟର ଆତଙ୍କବାଦୀଙ୍କ ବିରୋଧରେ ବର୍ତ୍ତମାନ ହେଉ ଅବା ଭବିଷ୍ୟତରେ ଯଦି ଆଫଗାନିସ୍ତାନରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଥିପାଇଁ ତାଲିବାନ ସହିତ ସମନ୍ୱୟ ରଖିବାକୁ ପଡ଼ିବ । ଏହା ସହିତ ଅବଶ୍ୟ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଲିବାନ ଏକ କ୍ରୁର ସଂଗଠନ, ଉଚ୍ଚାରଣ ଓ ଆଚରଣରେ କି ପ୍ରକାର ପରିବର୍ତ୍ତନ ଆଣୁଛି ତାହା ଉପରେ ସବୁକିଛି ନିର୍ଭର କରେ । ହେଲେ ସେନେଇ ଏବେଠାରୁ ଭବିଷ୍ୟବାଣୀ କରିବା କଷ୍ଟକର । ଆମେରିକୀୟ ଅଧିକାରୀଙ୍କ ଆକଳନ ଅନୁସାରେ, ଆଗାନିସ୍ତାନରେ ତାଲିବାନ ଏବଂ ଆଇଏସଆଇଏସ-କେ ମଧ୍ୟରେ ଶତ୍ରୁତା ନହେଲେ ବି ପ୍ରତିଦ୍ୱନ୍ଦ୍ୱୀତା ନିଶ୍ଚୟ ରହିବ । ତେଣୁ ଆଇଏସଆଇଏସ-କେ ବିରୋଧରେ ଆକ୍ରମଣ କରିବା ନେଇ ପୂରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଆମେରିକା ।

US-Taliban May Join Hands Against ISIS-K (1)

ବିଗତ ଦିନର ଚିତ୍ରକୁ ନେଇ ୟୁଏସ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ କହିଛନ୍ତି, ପ୍ରବାସୀଙ୍କୁ ଫେରାଇଆଣିବା ପ୍ରକ୍ରିୟାରେ ହେଉ କିମ୍ବା କାବୁଲ ଏୟାରପୋର୍ଟକୁ ସୁରକ୍ଷିତ ରଖିବା ହେଉ ଏସବୁରେ ଆମେରିକାକୁ ସହଯୋଗ କରିଛି ତାଲିବାନ । ତେବେ କିଛିଦିନ ପୂର୍ବରୁ ଆମେରିକା ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ସମୟରେ କାବୁଲ ଏୟାରପୋର୍ଟ ନିକଟରେ ଆଇଏସ ଖୁରାସାନ ପକ୍ଷରୁ ହୋଇଥିଲା ଆତଙ୍କବାଦୀ ହମଲା । ଏହାର ୪୮ଘଣ୍ଟା ଭିତରେ ଏୟାରଷ୍ଟ୍ରାଇକ କରି ପ୍ରତିଶୋଧ ନେଇଥିଲା ଆମେରିକା । ସେପଟେ ଅଗଷ୍ଟ ୩୧ରେ ଆମେରିକା ନିଜର ସମସ୍ତ ସେନା, କର୍ମଚାରୀଙ୍କୁ ଫେରାଇ ନେଇଛି ନିଜ ଦେଶକୁ । ଏବେ ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିବା ସହ ଘୋଷଣା ହୋଇଛି ଆଫଗାନିସ୍ତାନର ‘ସୁପ୍ରିମ’ ଲିଡରଙ୍କ ନାଁ । ତାଙ୍କ ନେତୃତ୍ୱରେ ଖୁବଶୀଘ୍ର ସରକାର ଗଠନ ହେବ । ସେପଟେ ଦେଶରେ ତାଲିବାନୀ ଶାସନ ଦିନକୁ ଦିନ ଆହୁରି କଡ଼ା ହେଉଛି ।

୪ଟି ଜେସିବି ଲଗାଇ ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର

କଟକ: ଭଙ୍ଗାଗଲା କଟକ କିଶନନଗରର ବହୁ ପୁରାତନ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ତାର ପରିପାଟି। ସ୍ଥାନୀୟ ଜନସାଧରଣଙ୍କ ବହୁ ବିରୋଧ ଓ ଆଇନଗତ ଲଢେଇ ପରେ ଆଜି ଶେଷରେ ଜାତୀୟ ସବୁଜ ଟ୍ରିବୁନାଲଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ମନ୍ଦିର ଭାଙ୍ଗିଛି। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ପଠାରେ ବେଆଇନ ଜବରଦଖଲ ଥାଇ ମନ୍ଦିର ନିର୍ମାଣ ହୋଇଥିବାରୁ ନଦୀ ପଠାରେ ବନ୍ୟାଜଳ ନିଷ୍କାସନ ପାଇଁ ଏହାକୁ ଭଙ୍ଗାଯାଇଛି।

ପୂର୍ବରୁ ପ୍ରଶାସନ ଏହାକୁ ଭାଙ୍ଗିବାପାଇଁ ଆସିଥିଲେ ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ତେବେ ଉଚ୍ଚ ନ୍ୟାୟାଳୟ ଶେଷରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଖାରଜ କରିଦେବା ପରେ ଶେଷରେ ମନ୍ଦିର ଭଙ୍ଗା ହେବା ନେଇ ସ୍ପଷ୍ଟ ହୋଇଥିଲା। ଏଥିପାଇଁ ଏହି ପୀଠ ଏବଂ ତାର ଆଖପାଖ ଗାଁର ଜନବସତି ଅଞ୍ଚଳରେ ୧୪୪ଧାରା ଜାରି କରି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ୪ଟି ଜେସିବି ଲଗାଇ ମନ୍ଦିର ଭଙ୍ଗାଯାଇଛି।

ଏହି କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ, ଜଳସେଚନ ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ଉଚ୍ଚ ଅଧିକାରୀ ମଧ୍ୟ ନିୟୋଜିତ ଥିଲେ। ତେବେ ମନ୍ଦିର ଭାଙ୍ଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।

‘ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା କରିବା କଥା ସେଥିରୁ ନିବୃତ ରହୁଛନ୍ତି ବିରୋଧୀ’: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ମୌସୁମି ଅଧିବେଶନରେ ବାରମ୍ବାର ହଟ୍ଟଗୋଳ ପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ଲୋକଙ୍କ ପ୍ରସଙ୍ଗରୁ ବିଜେପି ଦୂରେଇ ଯାଉଛି। ଯେଉଁ ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବା କଥା ସେଥିରୁ ନିବୃତ ରହୁଛି ବିଜେପି। କେବଳ ୨ଟି ଅପରାଧିକ ମାମଲା ପ୍ରସଙ୍ଗ ଉଠାଇ  ବିଧାନସଭାକୁ ଅଚଳ କରୁଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆତ୍ମ ପ୍ରଚାର ପାଇଁ ବିଜେପି ଏପରି କରୁଛି। ଓଡ଼ିଶାବାସୀଙ୍କ ପାଇଁ ସେମାନଙ୍କର କିଛି ଦାୟିତ୍ୱ ନାହିଁ। କୋଭିଡ୍‌, ଚାଷୀ, ଧାନ ଆଦି ଅନେକ ପ୍ରସଙ୍ଗ ଗୃହରେ ଆଲୋଚନା ହେବା କଥା। ହେଲେ ତାହା କରାଇ ଦେଉନି ବିଜେପି।

ବିଜେପିର ଦୁଇଟି ଆଭିମୁଖ୍ୟ ରହୁଛି, କେନ୍ଦ୍ରରେ ଗୋଟିଏ, ରାଜ୍ୟରେ ଗୋଟିଏ। ଅନେକ ସାଂସଦ ଓ ମନ୍ତ୍ରୀଙ୍କ ନାଁରେ ମାମଲା ହେଉଛି। ସେକଥା ବିଜେପି ବିଧାୟକ ଉଠାଉ ନାହାନ୍ତି। ସଂସଦ ଚାଲିବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ବିରୋଧୀଙ୍କୁ ଅନୁରୋଧ କରୁଥିବା ବେଳ ବିଜେପି ଏଠାରେ ବିଧାନସଭା ଚଳାଇ ଦେଉ ନାହିଁ। ମୋଦି ଓ ଶାହାଙ୍କ ନୀତିରେ ବିଜେପି ବିଧାୟକ ଚାଲୁ ନାହାନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ସଂସଦ ଚାଲିବା ପାଇଁ ଉପରାଷ୍ଟ୍ରପତି କାନ୍ଦି ପକାଇଥିଲେ। ହେଲେ ସେ କଥା ବିଜେପି ବିଧାୟକ ଭୁଲି ଯାଉଛନ୍ତି। ରାଜ୍ୟ ବିଜେପି କେଉଁ ନୀତିରେ ଯାଉଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି। ସେପଟେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ମୌସୁମି ଅଧିବେଶନ ହେଉଛି ଏକ ସ୍ୱଳ୍କକାଳୀନ ଅଧିବେଶନ। ତେଣୁ ଏହି ଗୃହ ଠିକ୍‌ ଭାବରେ ଚାଲିବା ପାଇଁ ସାରା ଓଡ଼ିଶାର ଜନସାଧାରଣ ଚାହିଁ ବସିଛନ୍ତି। ସେଥିପାଇଁ ଗୃହକୁ ବାରମ୍ବାର ହଟ୍ଟଗୋଳରେ ବନ୍ଦ ନକରି ଭଲସେ ଚାଲିବାକୁ ଦିଆଯାଉ ବୋଲି ସେ କହିଛନ୍ତି।