spot_img
Home Blog Page 5258

ରାଜ୍ୟରେ ଟିକାର ସମସ୍ୟା ନହେଲେ ୪ ମାସ ମଧ୍ୟରେ ଶେଷ ହେବ ଟିକାକରଣ

ଭୁବନେଶ୍ୱର: କରୋନାକୁ ପ୍ରତିହତ ପାଇଁ ରାଜ୍ୟରେ ଜାରି ରହିଛି ଟିକାକରଣ। ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ସରିବ ସରିବ କରୋନା ଟିକାକରଣ। ତେବେ ଆଗକୁ ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ଯଦି ଦେଖିବା ବର୍ତ୍ତମାନ ପ୍ରର୍ଯ୍ୟନ୍ତ ଟିକାକରଣରେ କିଛି ସମସ୍ୟା ନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍‌ ଟିକା ଦିଆସରିଛି।

ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି। ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି। ଏବେ କୋଭିସିଲ୍‌ଡ ଟିକା ୨୮ ଲକ୍ଷ ୫୪ ହଜାର  ଓ କୋଭାକ୍ସିନ ଟିକା ୪ ଲକ୍ଷ ୫୪ ହଜାର ମହଜୁଦ ଅଛି। ଯେଉଁମାନଙ୍କର ଦିତୀୟ ଡୋଜ ଟିକା ନେବାର  ଅଛି, ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଓ ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟିକା ନେବେ, ଜିଲ୍ଲାକୁ ତଥ୍ୟ ମଗାଯାଇଛି।

ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି  ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ଆଜି ୧୪ ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି ଟିକା। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଦିତୀୟ ଲହରେରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କଟକ ଅରବାନ ପୋଲିସ୍‌କୁ ବଡ଼ ଧରଣର ସଫଳତା, ୯ ଜଣ ବାଇକ ଲୁଟେରାଙ୍କ ସହ ଜବତ ହେଲା ୩୨ଟି ଚୋରା ବାଇକ

କଟକ: କଟକରେ କମିଶନରେଟ ପୋଲିସକୁ ବଡ଼ ଧରଣର ସଫଳତା। ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏମାନଙ୍କ ମଧ୍ୟରେ ଅଛି ଜଣେ ନାବାଳକ। ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୨ଟି ବାଇକ ଜବତ କରିଛି। ଏହି ଗ୍ୟାଙ୍ଗ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା- ଖୋର୍ଦ୍ଧା, ଗଂଜାମ, କେନ୍ଦ୍ରାପଡା, ଅନୁଗୁଳ ଆଦିରେ ସକ୍ରିୟ ଥିବା ଜଣା ପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଆହୁରି ମଧ୍ୟ କହିଛନ୍ତି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ   କଟକ ଭୁବନେଶ୍ୱର କମିଶନରେଟ ପୋଲିସ ଦୁଇଟି ଦିଗରେ ଅଧିକ ଧ୍ୟାନ ଦେଉଛି।

ଗୋଟିଏ ହେଉଛି ଚୋରା ମୋଟର ବାଇକ୍‌ ଏବଂ ଦ୍ୱିତୀୟଟି ହେଉଛି  ମାରଣାସ୍ତ୍ର ଜବତ। ଏଥିପ୍ରତି ଧ୍ୟାନ ଦେବା ଦ୍ୱାରା ସାଧାରଣରେ କ୍ରାଇମ କମିଥାଏ। ଖୁସିର କଥା ହେଉଛି ଯେ ୨୦୨୧ରେ କଟକ ଅରବାନ ପୋଲିସ୍‌ ୧୫୭ ଟି ଚୋରା ବାଇକ୍‌ ଜବତ କରିସାରିଛି। କିନ୍ତୁ ୧୫୭ ମଧ୍ୟ ମାତ୍ର ୧୩୬ଟିର କେସ୍‌ ହୋଇଛି। ଧରାପଡ଼ିଥିବା ବାଇକ କେଉଁଠୁ ଚୋରି ହୋଇଥିଲା ସେନେଇ ତଦନ୍ତ ଚାଲୁଛି, ଯଥାଶୀଘ୍ର ଏହି ସବୁ ବାଇକ୍‌କୁ ତାଙ୍କ ଓନର ପାଖକୁ ଫେରାଇଦିଆଯିବ।

ତେବେ ଜବତ ହୋଇଥିବା ବାଇକ୍‌ ମଧ୍ୟରୁ କିଛିଟା ୨୦୨୧ର ନୁହେଁ କି କଟକର ନୁହେଁ। ତେବେ ଯଦି ଦେଖିବା ଏହି ଚୋରା ମୋଟର ସାଇକେଲ ଜରିଆରେ ଅଧିକ ଅପରାଧ ହୋଇଥାଏ। ସେଥିପାଇଁ କମିଶନରେଟ ପୋଲିସ୍‌ ଚୋରା ବାଇକ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ କ୍ରମରେ ପ୍ରଥମେ କଟକ ଅରବାନ ପୋଲିସ୍‌ ୩୨ଟି ଚୋରା ବାଇକ୍‌ ଜବତ କରିଛି।

ପାରା ସୁଟର ସିଂହରାଜ ଅଡାନାଙ୍କୁ ବ୍ରୋଞ୍ଜ ପଦକ, ଭାରତର ମେଡାଲ ସଂଖ୍ୟା ୮କୁ ବୃଦ୍ଧି

ଟୋକିଓ: ଟୋକିଓ ପାରା ଅଲମ୍ପିକରେ ଭାରତକୁ ଆଉ ଏକ ପଦ ମିଳିଛି । ପାରା ସୁଟର ସିଂହରାଜ ଅଡାନା ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ପୁରୁଷ ବିଭାଗର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଡାନାଙ୍କୁ ପଦକ ମିଳିଛି । ଏଥିସହ ପାରା ଅଲମ୍ପିକରେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି । ଯାହାକି ପାରା ଅଲମ୍ପିକରେ ଏବେ ଯାଏଁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଅସାକା ସୁଟିଂ ରେଞ୍ଜରେ ଖେଳା ଯାଇଥିବା ଫାଇନାଲରେ ସିଂହରାଜ ଅଡାନା ଓ ଚୀନର ଲୁ ଶିୟୋଲୋଙ୍ଗଙ୍କ ମଧ୍ୟରେ ଶେଷ ମୁହୂର୍ତ୍ତ ଯାଏଁ ସଂଘର୍ଷ ଦେଖିବାକୁ ମିଳିଥିଲା । ଯେଉଁଥିରେ ସିଂହରାଜ ଭଲ ପ୍ରଦର୍ଶନ କରିବା ସହ ୨୧୬.୮ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି । ଟୋକିଓ ପାରାଅଲମ୍ପିକରେ ବନ୍ଧୁକ ଚାଳନାରେ ଏହା ଭାରତ ପାଇଁ ଦ୍ୱିତୀୟ ପଦକ । ଏହା ପୂର୍ବରୁ ସୋମବାର ୧୯ ବର୍ଷିୟ ପାରା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପାରଅଲମ୍ପିକରେ ପ୍ରଥମଥର ସ୍ୱର୍ଣ୍ଣ ଜିତିଥିବା ଆଥଲେଟ ହେଉଛନ୍ତି ଅବନୀ ।

ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼: ରୋଷେଇ କଲା ବେଳେ ଅଘଟଣ । ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ଫାଟିଯାଇ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଏହି ଘଟଣା ଘଟିଛି ।

LPG Blast In Nayagarh, Wife Dead, Husband Injured

ସକାଳରେ ଗାଁର ୨୨ ବର୍ଷୀୟା ହରପ୍ରିୟା ଜେନା ଘରେ ରୋଷେଇ କରୁଥିଲେ । ଅଚାନକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା  ସ୍ୱାମୀ ସିଲୁ ଜେନା ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜନ୍ମାଷ୍ଟମୀରେ ପାକିସ୍ତାନର କୃଷ୍ଣ ମନ୍ଦିରରେ ଭଙ୍ଗାରୁଜା, ଶ୍ରଦ୍ଧାଳୁଙ୍କୁ ଆକ୍ରମଣ

ସିନ୍ଧ: ପାକିସ୍ତାନର ସିନ୍ଧ ପ୍ରଦେଶର ସଂଘର ଜିଲ୍ଲାର ଖିପ୍ରୋରେ ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ବେଳେ ଭଙ୍ଗାରୁଜା ହୋଇଛି । କୃଷ୍ଣ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସୋମବାର ଦୁର୍ବୃତ୍ତ ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ବେଳେ ଏଭଳି ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପୋଲିସ କାହାରିକୁ ଗିରଫ କରିନାହିଁ ।

Krishna Temple Vandalised In Pakistan Sindh Province On Janmashtami

ଟ୍ୱିଟ୍ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନୀ ସମାଜସେବୀ ୱକିଲ ରାହତ । ସୋସିଆଲ୍ ମିଡିଆରେ ମଧ୍ୟ ଏ ସମ୍ପର୍କିତ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଶ୍ରଦ୍ଧାଳୁଙ୍କୁ ମାଡ଼ ମରାଯାଉଥିବା ଦେଖାଯାଉଛି । ତେବେ ସିନ୍ଧ ପ୍ରଦେଶରେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନୂଆ କଥା ନୁହେଁ । ଚଳିତ ମାସ ଆରମ୍ଭରେ ଲାହୋର ଠାରୁ ୫୯୦ କିଲୋମିଟର ଦୂରରେ ଥିବା ରହିମ ୟାର ଖାନ ଜିଲ୍ଲାର ଭୋଙ୍ଗ ସହରରେ ସଂଖ୍ୟାଧିକ ଲୋକ ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ।

Krishna Temple Vandalised In Pakistan Sindh Province On Janmashtami

ମାନବାଧିକାର ସଂସ୍ଥା ମୁଭମେଣ୍ଟ ଫର୍ ସଲିଡାରିଟି ଆଣ୍ଡ ପିସ୍ ଅନୁସାରେ, ପାକିସ୍ତାନରେ ପ୍ରତିବର୍ଷ ୧ ହଜାରରୁ ଅଧିକ ଇସାଇ, ହିନ୍ଦୁ ମହିଳା ଓ ଯୁବତୀଙ୍କୁ ଅପହରଣ କରାଯାଉଛି । ଯାହାପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରି ଇସଲାମିକ ରୀତିନୀତିରେ ନିକାହ (ବିବାହ) କରାଯାଉଛି । ଏଭଳି ଘଟଣାର ଶିକାର ହେଉଥିବା ଅଧିକାଂଶଙ୍କ ବୟସ ୧୨ରୁ ୨୫ ବର୍ଷ । ସୂଚନା ଅନୁସାରେ ପାକିସ୍ତାନରେ ପ୍ରାୟ ୭୫ ଲକ୍ଷ ହିନ୍ଦୁ ଅଛନ୍ତି । ସେଥିରୁ ସର୍ବାଧିକ ହିନ୍ଦୁ ସିନ୍ଧ ପ୍ରଦେଶରେ ରୁହନ୍ତି ।

କାବୁଲ ଛାଡ଼ିବା ପୂର୍ବରୁ ସବୁ ବିମାନ ଏବଂ ଗାଡ଼ିକୁ ଅଚଳ କଲା ଆମେରିକା

କାବୁଲ: ଆମେରିକା ସେନା କାବୁଲ ବିମାନ ବନ୍ଦର ଛାଡ଼ିବା ପୂର୍ବରୁ ସବୁ ବିମାନ,ହେଲିକପ୍ଟର ଓ ସାଂଜୁଆ ଗାଡ଼ିକୁ ଅଚଳ କରିଦେଇଛି। ବଗ୍ରାମ ବିମାନ ଘାଟି ଛାଡ଼ିବା ପୂର୍ବରୁ ଆମେରିକା ଯେଉଁ ଭୁଲ କରିଥିଲା ତାକୁ ନଦୋହରାଇବାକୁ ଏହା କରାଯାଇଛି। ଆମେରିକା ସେନା ଅନୁସାରେ କାବୁଲ ବିମାନ ବନ୍ଦର ଛାଡ଼ିବା ପୂର୍ବରୁ ସୈନିକ ଅନ୍ତିମ ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ ସତର୍କତାର ସହିତ ପୁରା କରିଥିଲେ। ବିମାନ ବନ୍ଦରରେ ଥିବା ସମସ୍ତ ହାଇଟେକ୍ ଅସ୍ତ୍ର,ବିମାନ,ହେଲିକପ୍ଟର ଓ ହମଭି ଗାଡ଼ିକୁ ଅଚଳ କରି ଦିଆଯାଇଥିଲା। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ବିମାନ ବନ୍ଦରରେ ପଡ଼ି ରହିଥିବା ଗାଡ଼ି,ମେସିନ ଓ ବିମାନକୁ କେହି ମଧ୍ୟ ଆଉ ବ୍ୟବହାର କରି ପାରିବେ ନାହିଁ।

ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନରାଲ କେନେଥ ମୈକେଞ୍ଜିଙ୍କ ଅନୁସାରେ ହମିଦ କର୍ଜାଇ ବିମାନ ବନ୍ଦରରେ ଥିବା ୭୩ ବିମାନକୁ ସେନା ବେକାର କରି ଦେଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହା କରାଯାଇଛି। ସେହି ସବୁ ବିମାନ ଆଉ କେବେ ମଧ୍ୟ ଉଡ଼ିପାରିବେ ନାହିଁ। କେହି ମଧ୍ୟ ତାକୁ ଚଳାଇ ପାରିବେ ନାହିଁ।

ମୈକେଞ୍ଜିଙ୍କ ଅନୁସାରେ ପେଣ୍ଟାଗନ କାବୁଲରେ ୭୦ ସାଂଜୁଆ ଗାଡ଼ି ଛାଡ଼ି ଆସିଛି। ପ୍ରତି ଗାଡିର ମୁଲ୍ୟ ୧୦ ଲକ୍ଷ ଡଲାର ହେବ। ଏହି ୭୦ ଗାଡ଼ିଙ୍କ ସହିତ ୨୭ଟି ହମଭିକୁ ସେନା ନିଷ୍କ୍ରିୟ କରିଛି। ଏସବୁକୁ ଆଉ କେହି ମଧ୍ୟ ବ୍ୟବହାର କରି ପାରିବେ ନାହିଁ। ଆମେରିକା ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଯେଉଁ ସି-ରାମ୍ ସିଷ୍ଟମ ଓ ଆର୍ଟିଲାରି ସିଷ୍ଟମ ବ୍ୟବହରା କରୁଥିଲା ତାକୁ ମଧ୍ୟ ଅକାମୀ କରାଯାଇଛି। ଏହି ସିଷ୍ଟମ ଦ୍ୱାରା କାବୁଲ ବିମାନ ବନ୍ଦର ଉପରେ ହେଉଥିବା ରକେଟ୍ ଆକ୍ରମଣକୁ ପ୍ରତିହତ କରାଯାଉଥିଲା। ଶେଷ ବିମାନ ଉଡିବା ସହିତ ଏହି ସିଷ୍ଟମକୁ ଆମେରିକା ଅକାମି କରିଦେଇଥିଲା।
ସୂଚନାଯୋଗ୍ୟ ଯେ, ୧୫ ଅଗଷ୍ଟରୁ ଆମେରିକା ସେନା କାବୁଲ ବିମାନ ବନ୍ଦରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୩୧ ଅଗଷ୍ଟ ସୁଧା ଆମେରିକାକୁ କାବୁଲ ଛାଡ଼ିବା ପାଇଁ ତାଲିବାନ କହିଥିଲା।

ଭୁବନେଶ୍ୱରବାସୀଙ୍କ ଶରୀରରେ କେତେ ବଢିଛି ଆଣ୍ଟିବଡି, ଆଜିଠୁ ୨ଦିନ ଧରି ହେବ ସେରୋ ସର୍ଭେ

ଭୁବନେଶ୍ୱର:  ତୃତୀୟ ଲହରକୁ ମାତ୍ ଦେବାକୁ କେତେ ପ୍ରସ୍ତୁତ ରାଜଧାନୀବାସୀ। ଭୁବନେଶ୍ୱରବାସୀଙ୍କ ଶରୀରରେ କେତେ ବଢିଛି ଆଣ୍ଟିବଡି। ଆଜିଠୁ ୨ଦିନ ଧରି ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ବିଏମସିର ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଏନେଇ ଆଇସିଏମଆରରେ ଅନୁରୋଧ କ୍ରମେ ପ୍ରସ୍ତୁତ ହୋଇଛି ବିଏମସି। ବିଏମସିର ୩ଟି ଜୋନର ୮ନମ୍ବର ,୧୫ ନମ୍ବର, ୩୩୨ ନମ୍ବର, ୪୧ ନମ୍ବର ଓ ୬୩ ନମ୍ବର ଓ୍ୱାର୍ଡରେ ସର୍ଭେ କରାଯିବ।

ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛ। ଶିଶୁଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କର ସାମ୍ପୁଲ ସଂଗ୍ରହ କରାଯିବ। ପ୍ରତି ଓ୍ୱାର୍ଡରେ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଗତ ୨୯ତାରିଖରେ ୧୨ଟି ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଛି। ବିଶେଷକରି ଗ୍ରାମାଞ୍ଚଳ ଲୋକମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କେତେ ବଢିଛି ତାହା ଜାଣିବା ପାଇଁ ପ୍ରାୟ ଅଧା ଓଡ଼ିଶାରେ ସର୍ଭେ କରାଯାଉଛି।

ଆରମ୍ଭ ହେଲା ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍

ଭୁବନେଶ୍ୱର: ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଏହା ଏକ ମାଇଲ ଖୁଣ୍ଟ ହେବ। ଏହି ଲକ୍ଷ୍ୟରେ ଏମ୍ସ ସଭାପତି ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟଙ୍କ ଦ୍ୱାରା ଆପ’ ଏବଂ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏହି ଆପ୍ ଓ ୱେବସାଇଟ୍‌ର ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି। ସାରା ଦେଶ ପାଇଁ ଏହା ପ୍ରଥମ କର୍ମଶାଳା ଥିଲା। ଆପ୍‌ ଏବଂ ୱେବସାଇଟ୍ ମିଳିତ ଭାବରେ ସାଧାରଣ ଜନତା ତଥା ଓଡ଼ିଶାର ଡାକ୍ତର, ଡାକ୍ତରୀ ଛାତ୍ର ମାନଙ୍କୁ ‘ମଣିଷ ସାପ ଦ୍ୱନ୍ଦ୍ୱ ପରିଚାଳନା’ ବିଷୟରେ ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ।

ୱେବସାଇଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି “ସ୍ନେକବାଇଟ୍” ପୃଷ୍ଠା ବା ସାପ କାମୁଡା, ଯାହା ପାଇଁ ୫ଟି ମୁଖ୍ୟ ପୃଷ୍ଠା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ସାପ ଉଦ୍ଧାରକାରୀଙ୍କ ପାଇଁ “ଅକ୍ୟୁପେସନାଲ ସେଫଟି ପ୍ରୋଟୋକଲ ଫର ସ୍ନେକ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ଇନ୍ ଓଡିଶା -୨୦୨୦” ପୁସ୍ତିକା ଉନ୍ମୋଚନ ହୋଇଥିଲା। ଏହି ପୁସ୍ତିକାଟି ସ୍ନେକ ହେଲ୍ପ ଲାଇନ ୱେବ ସାଇଟ ରେ ମାଗଣାରେ ଉପଲବ୍ଧ ହେବ। ହେଲ୍ପଲାଇନରେ ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ମାନଙ୍କ ମୋବାଇଲ ନମ୍ବର ଏବଂ ଫଟୋ ଦିଆଯାଇଛି । ଫଳରେ ଲୋକେ ସ୍ନେକ ହେଲ୍ପଲାଇନ ନାମରେ ଠକେଇ କରୁଥିବା ଲୋକଙ୍କ କବଳରୁ ବର୍ତ୍ତିପାରିବେ ।

ଶ୍ରମିକଙ୍କୁ ଅଣଦେଖା ଅଭିଯୋଗରେ IOCL ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାରାଦୀପ: ପାରାଦୀପ ଆଇଓସିଏଲ ସମ୍ମୁଖରେ୧୦ ଦଫା ଦାବି ନେଇ କଳାପତାକା ପ୍ରଦର୍ଶନ ସହିତ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ। ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ଆଇଓସିଏଲ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିରୋଧ କରିଛନ୍ତି ଶ୍ରମିକମାନେ।

ପୁରୁଣା ଶ୍ରମିକମାନଙ୍କୁ ପୂର୍ଣ୍ଣ ଗେଟ୍ ପାସ ପ୍ରଦାନ, ପ୍ରତି ମାସର ୭ ତାରିଖ ମଧ୍ୟରେ ଦରମା, ଆଇଓସିଏଲ ଟାଉନସିପରେ ବିଶ୍ରାମାଗାର, କରୋନାରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା, ଆଇଓସିଏଲ ପରିସରରେ ଶ୍ରମିକମାନଙ୍କୁ କ୍ୟାଣ୍ଟିନର ସୁବିଧା, ମାଗଣା ଗାଡ଼ି ପାର୍କିଂ ସହ ୧୦ ଦଫା ଦାବି ପୂରଣ କରିବାକୁ ଦାବି କରାଯାଇଛି। ତୁରନ୍ତ ଏହି ଦାବି ପୂରଣ ନହେଲେ ସମସ୍ତ ଶ୍ରମିକ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଧରା ହେବେ ନକଲି ଶିକ୍ଷକ, ଆରମ୍ଭ ହେଲା ଅଭିଯାନ

ଭୁବନେଶ୍ୱର: ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ଅଭିଯାନ ଆରମ୍ଭ। ଏଥିପାଇଁ ଯାଞ୍ଚ କରି ଏଫ୍‌ଆଇଆର ଦେବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନେକ ଏଫ୍‌ଆଇଆର ବି ହୋଇଛି ଓ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। କିଛି ନକଲି ଶିକ୍ଷକ ବହିଷ୍କାର ହୋଇଛନ୍ତି। ହାଇକୋର୍ଟରେ ପିଆଇଏଲ୍‌ ହୋଇଛି। ଏଫ୍‌ଆଇଆର ଷ୍ଟାଟସ୍ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଥ୍ୟ ମଗାଯାଇଛି । ଶିକ୍ଷକ ନିଯୁକ୍ତି ବେଳେ ଜାଲ ଦସ୍ତାବିଜ ଦେଇଥିବା ଅଭିଯୋଗ ଆସିଥିଲା। ବିଇଓ ଓ ଡିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆର.ଆୟର କହିଛନ୍ତି।