spot_img
Home Blog Page 5262

ସ୍ୱର ବଦଳାଇଲେ ତାରା, କହିଲେ ନିରଞ୍ଜନଙ୍କ ନେତୃତ୍ୱରେ ଲଢିବୁ ନିର୍ବାଚନ

ଭୁବନେଶ୍ୱର: ପିସିସି ସଭାପତିଙ୍କ ବିରୋଧରେ ବିଷୋଦ୍ଗାର ପରେ ସ୍ୱର ବଦଳାଇଲେ ବିଧାୟକ ତାରାପ୍ରସାଦ ବାହିନୀପତି । ରାଗିକି ସେ ପିସିସି ସଭାପତିଙ୍କୁ ଅଯୋଗ୍ୟ ସଭାପତି କହିଥିଲେ। ହେଲେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ କଥା ହେବା ପରେ ତାରା ସ୍ବର ବଦଳାଇଛନ୍ତି । କହିଛନ୍ତି, କଳିର ସମାଧାନ ହୋଇଛି । ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢିବେ।

ସେ କଂଗ୍ରେସରେ ଥିଲେ, ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ପ୍ରଦୀପ ମାଝୀ, ସପ୍ତଗିରି ଉଲ୍ଲାକାଙ୍କ ସହ କଥା ହୋଇନଥିବା ସେ କହିଛନ୍ତି । ସେପଟେ ଆଜି ଚେଲ୍ଲା କୁମାର ଓଡ଼ିଶା ଆସୁଛନ୍ତି । ନେତୃତ୍ବ କନ୍ଦଳ ନେଇ ରୁଦ୍ଧଦ୍ବାର ବୈଠକ କରିବେ । ତାରାଙ୍କ ୟୁଟର୍ଣ୍ଣ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଏଥିସହିତ ପଢ଼ନ୍ତୁ: ହ୍ୱିଲ୍‌ ଚେୟାରରୁ ଗୋଲ୍ଡ ମେଡାଲ, ୯ ବର୍ଷ ପୂର୍ବରୁ ହରାଇଥିଲେ ଦୁଇଟିଜାକ ଗୋଡ଼

ତାଲିବାନର ବଡ଼ ବୟାନ : ଭାରତ-ପାକିସ୍ତାନ ନିଜ ଯୁଦ୍ଧ ନିଜ ସୀମାରେ ଲଢନ୍ତୁ, ଆମକୁ ଟାଣନ୍ତୁ ନାହିଁ

କାବୁଲ: ତାଲିବାନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତକୁ ନେଇ ଏକ ବଡ଼ ବୟାନ ଦେଇଛି । ତେହରିକ୍ ଏ ତାଲିବାନ ପାକିସ୍ତାନକୁ ନେଇ ସ୍ପଷ୍ଟ ବୟାନ ପରେ ଆସିଥିବା ଏହି ବୟାନରୁ ଲାଗୁଛି ଯେ, ତାଲିବାନ ଭାରତ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ତାଲିବାନର ନମ୍ବର ଦୁଇ ତଥା ଆମେରିକା ସହିତ ଶାନ୍ତି ଆଲୋଚନାରେ ପ୍ରମ୍ମୁଖ ଭୂମିକ ଗ୍ରହଣ କରିଥିବା ଶେର ମହମ୍ମଦ ଷ୍ଟେନିକଜାଇ ଏହି ବୟାନ ଦେଇଛନ୍ତି । ସିଏନଏନକୁ ଦେଇଥିବା ସାକ୍ଷାତକାରରେ ସେ ଭାରତ ଓ ପାକିସ୍ତାନକୁ ନିଜ ସମସ୍ୟା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସାରିବାକୁ ପରାମର୍ଶ ଦେବା ସହିତ ଆଫଗାନିସ୍ତାନକୁ ଏହା ମଧ୍ୟକୁ ନଟାଣିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନକୁ ନିଜ ଆଭ୍ୟନ୍ତରୀଣ ମାମଲା ଭିତରକୁ ଆଫଗାନିସ୍ତାନକୁ ଟାଣିବା ଉଚ୍ଚିତ ନୁହେଁ । ଷ୍ଟେନିକଜାଇ ଆଗାମୀ ଦିନରେ ତାଲିବାନର ବୈଦେଶିକ ମନ୍ତ୍ରୀ ହେବାର ସମ୍ଭାବନା ରହିଛି । ପାକିସ୍ତାନ ସହିତ ଭଲ ସମ୍ପର୍କ କାରଣରୁ ତାଲିବାନ ଭାରତ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବ ବୋଲି ପ୍ରକାଶ ପାଉଥିବା ଆଶଙ୍କା ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଷ୍ଟେନିକଜାଇ କହିଥିଲେ ଯେ, ଆମ ତରଫରୁ ଏଭଳି କୌଣସି ସଂକେତ ଦିଆଯାଇନାହିଁ । ଆମେ ସବୁ ପଡ଼ୋଷୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦ ବାବଦରେ ସେ ଜାଣନ୍ତି । ତେବେ ତାଲିବାନ ଆଶା କରୁଛି ଯେ, ଏହି ଦୁଇ ଦେଶଙ୍କ ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଆଫଗାନିସ୍ତାନର ବ୍ୟବହାର ହେବ ନାହିଁ । ସେ ସିଧାସଳଖ କହିଛନ୍ତି ଯେ, ‘‘ ଏହି ଦୁଇ ଦେଶଙ୍କ ମଧ୍ୟରେ ଲମ୍ବା ସୀମାରେଖା ରହିଛି । ଦୁଇ ଦେଶ ସେହି ସୀମା ଉପରେ ନିଜ ଭିତରେ ଲଢି ପାରନ୍ତି । କିନ୍ତୁ ଏଥିପାଇଁ ଆଫଗାନିସ୍ତାନ ଭୂମିର ବ୍ୟବହାର କରିବା ଠିକ ହେବ ନାହିଁ । ଆମେ କାହାକୁ ମଧ୍ୟ ନିଜ ମାଟିକୁ ବ୍ୟବହାର କରିବାକୁ ଦେବୁ ନାହିଁ’’
ସୂଚନାଯୋଗ୍ୟ ଯେ,ଶେର ମହମ୍ମଦ ଭାରତର ଡେରାଡୁନ ଇଣ୍ଡିଆନ ମିଲିଟାରି ଆକାଡେମିରେ ପଢିଛନ୍ତି । ୧୯୮୦ ଦଶକରେ ସେଠାରେ ସେ ପଢୁଥିଲେ । ପରେ ଆଫଗାନିସ୍ତାନ ସେନା ଛାଡି ସେ ଆମେରିକା ସମର୍ଥିତ ମୁଜାହିଦ୍ଦିନଙ୍କ ସହିତ ମିଶିଥିଲେ ।

Tokyo Paralympics: ସ୍ୱର୍ଣ୍ଣ ବିଜୟିନୀ ଅବନୀଙ୍କୁ ବିଶେଷ ପୁରସ୍କାର ଦେବେ ଆନନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ। ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ପ୍ରଥମ ଥର ପାଇଁ ଭାରତ ସ୍ୱର୍ଣ୍ଣ ପଦକ ହାତେଇଛି।  ଭାରତର ସୁନା ଝିଅ ଅବନୀ ଲେଖାରା ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲରେ ଭାରତ ପାଇଁ ଅବନୀ ଗର୍ବ ଓ ଗୌରବ ଆଣିଛନ୍ତି। ୧୯ ବର୍ଷୀୟ ଅବନୀ ୨୪୯.୬ ସ୍କୋର କରି ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଗୋଲ୍ଡ ମେଡାଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଜୟପୁରର ଅବନୀ ଲେଖାରାଙ୍କ ଏହି ସପଳତାରେ ସାରା ଦେଶ ଖୁସି ମନାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ ତାଙ୍କର ଏହି ପ୍ରଦର୍ଶନରେ ବହୁତ ଖୁସି ହୋଇଛନ୍ତି ଏବଂ ସେ ଟ୍ୱିଟ୍ କରି ଅବନିଙ୍କୁ ବିଶେଷ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି।

ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଏକ ସପ୍ତାହ ପୂର୍ବରୁ ଦୀପା ମଲିକ ଆମକୁ ଭିନ୍ନକ୍ଷମଙ୍କ ପାଇଁ ଏକ ଏସୟୁଭି ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ଯେପରି ଦୀପା ଟୋକିଓରେ ବ୍ୟବହାର କରନ୍ତି। ଏହାପରେ ମୁଁ ମୋର ସହକର୍ମୀ ଭେଲୁଙ୍କୁ ଏହି ଚ୍ୟାଲେଞ୍ଜ ନେବାକୁ ଅନୁରୋଧ କଲି, ଯିଏ ଆମର ବିକାଶ ମୁଖ୍ୟ । ତେବେ ଭେଲୁ, ମୁଁ ତୁମ ଦ୍ୱାରା ପ୍ରସ୍ତୁତ ଏଭଳି ପ୍ରଥମ SUV କୁ ଅବନୀ ଲେଖରାକୁ ଉପହାର ଦେବାକୁ ଚାହେଁ।’

ସୂଚନାଯୋଗ୍ୟ, ଅବନୀ ଭାରତର ପ୍ରଥମ ମହିଳା ଆଥଲେଟ୍ ଯିଏକି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ସ୍ୱର୍ଣ୍ଣ ଜିତିଛନ୍ତି। ତାଙ୍କ ପୂର୍ବରୁ ମୀରାବାଇ ଚାନୁ ଓ ପିଭି ସିନ୍ଧୁ ରୌପ୍ୟ ପଦକ ଜିତିଛନ୍ତି । ତେବେ ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଚତୁର୍ଥ ଭାରତୀୟ ଖେଳାଳି। 1972 ପାରାଲିମ୍ପିକ୍ସରେ ମୁର୍ଲିକାଣ୍ଟ ପେଟକର ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ। ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ପଦକ ଦେବେନ୍ଦ୍ର ଜାଜରିଆ ଏବଂ ଚତୁର୍ଥଟି ମରିୟପ୍ପାନ୍ ଥାଙ୍ଗାଭେଲୁ ପ୍ରଦାନ ଜିତିଥିଲେ।

ଜନ୍ମାଷ୍ଟମୀ ପୋଷ୍ଟରରେ ଅର୍ଜୁନ ଗାଏବ, RJD ଭିତରେ ସବୁ ଠିକ ଚାଲିନି

ପାଟନା: ପୋଷ୍ଟରରେ କୃଷ୍ଣ ଅଛନ୍ତି କିନ୍ତୁ ଅର୍ଜୁନ ଉଭାନ । ଜନ୍ମାଷ୍ଟମୀରେ ବିହାର କୃଷ୍ଣ-ଅର୍ଜୁନଙ୍କ ବିବାଦ ପଦାରେ ପଡିଛି  ।  କାରଣ  ବିହାର ରାଜନୀତିରେ ସବୁକିଛି ଠିକ ଚାଲି ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି   । ଲାଲୁଙ୍କ ପରିବାରରେ ଜନ୍ମିତ କୃଷ୍ଣ ଅର୍ଜୁନଙ୍କ ଭିତର କଥା ଏବେ ପଦାରେ ପଡିଛି  । ଅର୍ଥାତ ଜନ୍ମାଷ୍ଟମୀରେ ଛାତ୍ର ଆରଜେଡ଼ି ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ନିଜକୁ କୃଷ୍ଣ ବୋଲି କହୁଥିବା ତେଜପ୍ରତାପ ରହିଥିବାବେଳେ ବଡ଼ ଭାଇ ଅର୍ଥାତ ତେଜପ୍ରତାପ ଯାହାଙ୍କୁ ଅର୍ଜୁନ ବୋଲି ସମ୍ବୋଧନ କରନ୍ତି, ତେଜସ୍ୱୀ ଗାୟବ ରହିଛନ୍ତି  ।

କିଛି ଦିନ ତଳେ ଏନେଇ ଏକ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ତେଜପ୍ରତାପ  । କିନ୍ତୁ ଦଳରେ ସବୁକିଛି ଠିକ ଚାଲିଥିବା ନେଇ କହିଥିଲେ ତେଜପ୍ରତାପ  । କିନ୍ତୁ ବର୍ତ୍ତମାନ ବିହାର ରାଜରାସ୍ତାରେ ଲାଗିଥିବା ପୋଷ୍ଟର ହିଁ ସୂଚାଇ ଦେଇଛି ଯେ କୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ପର୍କ  । ସେପଟେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ପୋଷ୍ଟରରେ ପୁଣି ତେଜସ୍ୱୀଙ୍କ ଫଟୋ ପୁନଃ ଲଗାଯାଇଥିବା ଦେଖିବାକୁ ମିଳିଛି  ।

ଖୋଦ ତେଜପ୍ରତାପ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି  । ଯେଉଁଥିରେ ତେଜସ୍ୱୀଙ୍କ ଫଟୋ ରହିଛି  । କିଛିଦିନ ତଳେ ଛାତ୍ର ଅରଜେଡ଼ିର କାର୍ଯ୍ୟକାରାଣୀ ବୌଠକ ବସିଥିବାବେଳେ ସେଠାରେ ଲାଗିଥିବା ପୋଷ୍ଟରରେ ମଧ୍ୟ ଦେଖିବାକୁ ମିଳିନଥିଲା ତେଜସ୍ୱୀଙ୍କ ଫୋଟେ  ।

ନ୍ୟୁଜ ଆଙ୍କରଙ୍କୁ ଜଗିଛନ୍ତି ତାଲିବାନୀ, ଇସାରାରେ ପଢୁଛନ୍ତି ଉପସ୍ଥାପକ

କାବୁଲ: ନ୍ୟୁଜ ଆଙ୍କରଙ୍କ ଉପରେ ପୁଣି ତାଲିବାନୀ ନାଲିଆଖି । ଗଣମାଧ୍ୟମର ସ୍ବାଧୀନତା ବଳବତ୍ତର ରହିବ ବୋଲି ତାଲିବାନ କହିଆସୁଥିଲେ ମଧ୍ୟ ଏହାର ସତ୍ୟତା ଉପରେ ପ୍ରଶ୍ନବାଚୀ ଠିଆ କରିଛି ଏକ ଭିଡିଓ । ଜାରି ହୋଇଥିବା ଭିଡିଓରେ ଜଣେ ଆଙ୍କରଙ୍କୁ ଦୁଇ ବନ୍ଧୁକଧାରୀ ତାଲିବାନୀ କମାଣ୍ଡର ଘେରି ରହିଛନ୍ତି । ଏହା ସହ ଆଙ୍କରଙ୍କୁ ତାଲିବାନ ଶାସନ ସପକ୍ଷରେ କହିବା ଲାଗି ସେମାନେ ଧମକ ଦେଇଛନ୍ତି ।

ଫଳରେ ଆଙ୍କର ଜଣକ କହିଛନ୍ତି- ଇସଲାମିକ ଏମିରେଟସକୁ ନେଇ ଦେଶବାସୀ ଆତଙ୍କିତ ହେବାର କାରଣ ନାହିଁ । ପରୋକ୍ଷରେ ତାଲିବାନର ଏହି ପଦକ୍ଷେପ ଇଙ୍ଗିତ କରୁଛି ଯେ ଗଣମାଧ୍ୟମର ପୂର୍ଣ୍ଣ କଣ୍ଠରୋଧ କରାଯାଇଛି ଏବଂ ସେମାନଙ୍କ ଇଚ୍ଛାନୁସାରେ ଗଣମାଧ୍ୟମ ପରିଚାଳିତ ହେବ । ଲେଡି ଆଙ୍କରମାନଙ୍କୁ ଚାନେଲରେ କାମ କରିବା ନେଇ ନିଷେଧାଦେଶ ଜାରି କରାଯାଇଥିବାବେଳେ ଅନେକ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ।

କିଛି ସାମ୍ବାଦିକ ତାଲିବାନୀ ଆକ୍ରମଣରେ ଆହତ ହୋଇଛନ୍ତି । କିଛି ଦିନ ତଳେ ଟୋଲୋ ନ୍ୟୁଜର ରିପୋର୍ଟର, କ୍ୟାମେରା ମ୍ୟାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା । କାବୁଲ ଓ ନଙ୍ଗହାରରେ ବିଶେଷ କରି ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି । କିଛି ସ୍ଥାନରେ ତାଲିବାନ ବିଭିନ୍ନ ସାମ୍ବାଦିକଙ୍କ ଘରେ ରେଡ କରୁଛି । କିଛି ଦିନ ତଳେ ଜଣେ ଜର୍ମାନୀ ସାମ୍ବାଦିକଙ୍କ ପରିବାରର ସଦସ୍ୟଙ୍କୁ ତାଲିବାନୀ ହତ୍ୟା କରିଥିଲେ ।

ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଲୁଟେରା, ଗିରଫ ପରେ ଡେମୋ ଦେଖାଇଲେ

ଭୁବନେଶ୍ୱର: ରାଜଧାନୀ ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ପୋଲିସକୁ ବଡ଼ ସଫଳତା  । ଲୁଟରେ ସଂଶ୍ଲିଷ୍ଟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କେମତି ସେମାନେ ଏହି ଲୁଟ ଘଟଣା ଭିଆଇଥିଲେ ତାହାର ଡେମୋ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ 3 ଜଣକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼ ।

ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ଲୁଟ ବେଳେ ଧରାପଡିଥିବା ଲୁଟେରାଙ୍କ ଠାରୁ କାର୍‌ ଓ ଟଙ୍କା ଜବତ ହୋଇଛି । ନାଲି ରଙ୍ଗର ହେକ୍ଟର କାର ହୋଇଛି  ।  କାରର ଦାମ ୨୫ଲକ୍ଷ ଟଙ୍କା ହେବା ଜଣାପଡିଛି । ଏହି କାରରେ ବୁଲି ବୁଲି ପୁରୁଣା ଏଟିଏମ୍‌କୁ ଟାର୍ଗେଟ କରୁଥିଲେ ଲୁଟେରା । ଲୁଟେରା ମାନେ କିଭଳି ଟେକନିକରେ ଲୁଟ କରୁଥିଲେ ତାକୁ ନେଇ ଡେମୋ ଦେଖାଇଛି ପୋଲିସ ।

ମୁଖ୍ୟତଃ ଲୁଟେରାମାନେ ଉତ୍ତରପ୍ରଦେଶର ହୋଇଥିବା ଜଣାପଡିଛି  ।  କିଛି ନିର୍ଦ୍ଧିଷ୍ଟ ଏଟିଏମ ଲୁଟ କରିବା ଏମାନଙ୍କ ପ୍ରମୁଖ ଟାର୍ଗେଟ ରହିଥିଲା  । ପୁରୁଣା ଏଟିଏମ ଗୁଡ଼ିକୁ ଟାର୍ଗେଟରେ ରଖିଥିଲେ ଏହି ଲୁଟେରା ଗ୍ୟାଙ୍ଗ  । ଲିଙ୍ଗରାଜ ଥାନା ପୋଲିସ ଏବଂ ଏକ ସ୍ପେସାଲ ସ୍ୱାର୍ଡ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛି  ।

ଗଞ୍ଜାମ ଗସ୍ତରେ ପୋଲିସ ଡିଜି, ନୂତନ ଥାନା କୋଠା ଉଦଘାଟନ

ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ବ୍ରହ୍ମପୁର ଗୋସାଣିନୂଆ ଗାଁ ଥାନା ନୂତନ ଥାନା କୋଠା ଉଦଘାଟନ କରିଲେ ଓଡିଶା ଡିଜିପି ଅଭୟ। ନୂତନ ଥାନାରେ ସମସ୍ଥ ପ୍ରକାର ବ୍ୟବସ୍ଥା ରହିଛି । ଏଭଳି ଥାନା ପ୍ରସ୍ତୁତ କରିଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ଡିଜିପି ଅଭୟ । ସେପଟେ ରାଜ୍ୟରେ ମାଓ କାର୍ଯ୍ୟକଳାପ କମିଥିବା ବେଳେ ଗତ ଦୁଇ ମାସ ମଧ୍ୟରେ ଅଧ ଡଜନ ମାଓ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିବା କହିଛନ୍ତି ଅଭୟ ।

ଅନ୍ୟପଟେ ବଡ ବଜାର ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ତିନି ଦିନ ମଧ୍ୟରେ ପୁଲିସ୍ ସଫଳତା ପାଇଥିବାରୁ ବ୍ରହ୍ମପୁର ଏସ୍ ପି ଏବଂ ପୁଲିସ୍ ଟିମ୍ କୁ ସାଧୁବାଦ ଜଣାଇଛନ୍ତି ଡିଜିପି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁରରେ ନୂତନ ଗୋସାଣିନୂଆ ଗାଁ ଥାନା କୋଠା ଉଦଘାଟନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଏଥିସହ ପୋଲିସ ମହାନିର୍ଦ୍ଦେଶକ ଭଞ୍ଜବିହାର ନୂତନ ଫାଣ୍ଡି ଓ ଗଂଜାମ ଜିଲ୍ଲା ପୋଲିସର ରମ୍ଭା ଥାନା ଉଦଘାଟନ କରିଛନ୍ତି।

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ୱାଭାବିକ ଶୁଣାଣି

ନୂଆଦିଲ୍ଲୀ: 17 ମାସ ପରେ ପୁଣି ଥରେ ପୂର୍ବସ୍ଥିତିରେ ସୁପ୍ରିମକୋର୍ଟରେ ହେବାକୁ ଯାଉଛି  ।  ଆସନ୍ତା ସେପ୍ଟେମ୍ବର 1ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି ।

ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ବାଭାବିକ ଶୁଣାଣି ନେଇ ଏସଓପି ଜାରି କରିଛନ୍ତି । ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ବାଭାବିକ ଶୁଣାଣି ହୋଇପାରିବ । ଏସଓପି ଅନୁସାରେ ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ବାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ । ତେବେ ଏହା ଇଚ୍ଛାଧୀନ ରହିବ । ଏହାସହ ଯଦି ଖଣ୍ଡପୀଠ ଚାହାଁନ୍ତି, ତେବେ ଅନ୍ୟ ଦିନ ଗୁଡିକରେ ସ୍ବାଭାବିକ ଭାବେ ଶୁଣାଣି ହୋଇପାରିବ ।

ଯଦି ବିଭିନ୍ନ ପକ୍ଷ ଲାଗି 20ରୁ ଅଧିକ ଲେଖାଏଁ ଓକିଲ କୋର୍ଟ ରୁମ୍ ପିଛା ରହନ୍ତି, ତେବେ ଭିଡିଓ ବା ଟେଲି କନଫରେନ୍ସ ଜରିଆରେ ଶୁଣାଣି ହୋଇପାରିବ । ସ୍ବାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ । ପକ୍ଷ ପିଛା ଜଣେ ପଞ୍ଜିକୃତ କିରାଣିଙ୍କୁ ବି ଅନୁମତି ମିଳିବ ।

୧୮ ବର୍ଷ ବୟସ ଭିତରେ ୯୭ ଆକ୍ରାନ୍ତ, ଟୋଟାଲ ୬୦୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୬୦୯ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୩୫୪, ଲୋକାଲ କେସ୍ ୨୫୫ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୩୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୨୦୯, କଟକରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟପୁଲରୁ ୪୮, ଯାଜପୁରରୁ ୩୬, ମୟୂରଭଞ୍ଜରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ବରରୁ ୨୧, ଜଗତସିଂହପୁର ଓ ପୁରୀରୁ ୨୦ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୯, ଅନୁଗୁଳରୁ ୧୮, ସମ୍ବଲପୁରରୁ ୧୬, ନୟାଗଡ଼ରୁ ୧୧, ଦେବଗଡ଼ରୁ ୧୦, ଭଦ୍ରକ, ବୌଦ୍ଧରୁ ୯ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮, ଗଞ୍ଜାମରୁ ୬, କନ୍ଧମାଳ, କେନ୍ଦୁଝର ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, ବରଗଡ଼ରୁ ୪, ଝାରସୁଗୁଡା, କୋରାପୁଟରୁ ୩ଜଣ ଲେଖାଏଁ, ସୋନପୁରରୁ ୨, ଗଜପତି, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବନ୍ଦୀଶାଳରେ ଭଗବାନ, ଧରାପୃଷ୍ଟରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ

ନନ୍ଦିଘୋଷ ବ୍ୟୁରୋ: ଧରାପୃଷ୍ଠରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ  । ଆଜିର ଏହି ଦିନକୁ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ବୋଲି ଭାରତରେ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂଶର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ ।

ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ ।

ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ ଗୋପ ପୁରକୁ  ।

ଅନ୍ୟପଟେ ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।