spot_img
Home Blog Page 5261

୫ ଘଣ୍ଟା ଧରି ଜ୍ୟାକଲିନଙ୍କୁ ଜେରା କରୁଛି ‘ଇଡି’

ନୂଆଦିଲ୍ଲୀ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ଗତ ପାଞ୍ଚ ଘଣ୍ଟା ଧରି ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜ୍ୟାକଲିନଙ୍କୁ ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଏକ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କୁ ପଚରାଉଚରା କରୁଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖରଙ୍କ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିବା ଏକ ବଡ଼ ଧରଣର ଦାଦାବଟି ରାକେଟର  ସାକ୍ଷୀ ଭାବେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି।

ଜ୍ୟାକଲିନ ଶ୍ରୀଲଙ୍କାର ମୂଳ ବାସିନ୍ଦା । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାର ହୋଇଥିବାବେଳେ ମା’ ମାଲେସିଆର। ଜ୍ୟାକଲିନଙ୍କ ପିତା ଜଣେ ସଂଗୀତଜ୍ଞ ଏବଂ ମାତା ଜଣେ ଏୟାର ହୋଷ୍ଟେସ୍ ଥିଲେ। ୪ ଭାଇଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ୍ ସବୁଠାରୁ ସାନ ଏବଂ ତାଙ୍କର ଏକ ବଡ଼ ଭଉଣୀ ଏବଂ ୨ବଡ଼ ଭାଇ ଅଛନ୍ତି।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ 2006 ରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ହୋଇ ମଡେଲିଂ ଆରମ୍ଭ କରିଥିଲେ। 2009 ରେ, ସେ ଏକ ମଡେଲିଂ ପ୍ରୋଜେକ୍ଟରେ ଭାରତ ଆସିଥିଲେ ଏବଂ ଏହି ସମୟରେ ସେ ଫିଲ୍ମ ‘ଆଲାଦ୍ଦିନ’ ପାଇଁ ଅଡିସନ୍ ଦେଇଥିଲେ ଏବଂ ମନୋନୀତ ହୋଇଥିଲେ। ଜ୍ୟାକଲିନ୍ ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ପରେ ସେ ‘ମର୍ଡର ୨’ରୁ ‘ହାଉସ୍ ଫୁଲ୍ 2’, ‘ରେସ୍ 3’, ‘କିକ୍’ ଭଳି ବଡ଼ ବଡ଼ ସୁପରହିଟ୍ ଫିଲ୍ମରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆଗକୁ ଜ୍ୟାକଲିନଙ୍କ ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନଙ୍କ ସହ ‘ଭୂତ ପୋଲିସ୍’ରେ ନଜର ଆସିବେ। ଫିଲ୍ମରେ ଅର୍ଜୁନ କପୁର ଏବଂ ୟାମିନୀ ଗୌତମଙ୍କ ମଧ୍ଯ ନଜର ଆସିବେ।

ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନ ସରକାର, ମନ୍ତ୍ରୀ ହୋଇପାରନ୍ତି ଅସରଫ ଗନି

କାବୁଲ: ରଣକ୍ଷେତ୍ର ପାଲଟିଛି କାବୁଲ। ପ୍ରତିଟି ସମୟରେ ମୃତ୍ୟୁର ଖଣ୍ଡା ମୁଣ୍ଡ ଉପରେ ଝୁଲି ରହୁଛି। ଆଶା ଆଶଙ୍କା ଭିତରେ ଜଟିଳ ହୋଇପଡ଼ିଛି ଜୀବନ ଜିଇଁବା। କାବୁଲକୁ ରଣକ୍ଷେତ୍ର କଲା ପରେ ଏବେ ରାଜନୀତିକୁ ସରଗରମ କରିଛି ତାଲିବାନ। ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁବି ଆଶ୍ଚର୍ଯ୍ୟ କରିଦେବ। ଯାହା ଶୁଣିଲେ ଆପଣ ମାନେବି ଏହା ଭାବିବା ପାଇଁ ବାଧ୍ୟ ହେବେ ଏ ସବୁ ପଛରେ ସେହି ବ୍ୟକ୍ତି ଜଣକର ହାତ ନଥିଲା ତ ?
ଆଫଗାନିସ୍ତାନ ଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗନି ତାଲିବାନ ସରକାରରେ ସାମିଲ ହେବେ ? ଏଭଳି କିଛି ଖବର ଆଫଗାନିସ୍ତାନରୁ ଆସିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଅଶରଫ ଗନି ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶ ଛାଡି ପଳାୟନ କରିଥିଲେ। ଅସୁବିଧା ସମୟରେ ଦେଶ ସହ ଲୋକଙ୍କ ସହ ଛିଡ଼ା ନହୋଇ ଭୟରେ ଦାୟୀତ୍ୱକୁ ପରିତ୍ୟାଗ କରିଛନ୍ତି। ସେହି ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନି ପୁଣି ଥରେ ଆଫଗାନିସ୍ତାନକୁ ଫେରୁଛନ୍ତି। ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନର ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି ଗନି। ତାଲିବାନ ତାର ସରକାର ଗଠନ କରିବା ପରେ ଗନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି। କିନ୍ତୁ ଗନିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ଗନିଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ଆଫଗାନିସ୍ତାନର ଲୋକେ ଗନିଙ୍କୁ ଏଭଳି ଅବସ୍ଥାର ଷଡ଼ଯନ୍ତ୍ରକାରୀ ବୋଲି ଭାବିବା କିଛି ଭୁଲ ହେବ ନାହିଁ।

ତାଲିବାନ ଯେତେବେଳେ ଅଗଷ୍ଟ ୧୫ରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣକୁ ହାସଲ କରିଥିଲା ସେତେବେଳେ ଆଫଗାନିସ୍ତାନ ସରକାରର ପତନ ହୋଇଥିଲା । ଆଫଗାନୀ ସେନା ତାଲିବାନର ମୁକାବିଲା କରିବା ବଦଳରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରିଥିଲା। ଗନିଙ୍କୁ ନେଇ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଗନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଗନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଗନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହାସହିତ ତାଲିବାନ ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ କହିଛି ।

ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ । ଗନି ପଛ ଦୁଆର ଦେଇ ତାଲିବାନ ସହିତ ସନ୍ଧି କରିଛନ୍ତି କି ନାହିଁ ତାହା ସମୟ କହିବ । କିନ୍ତୁ ଗୋଟିଏ କଥା ସତ ଗନି ଜଣେ ଭୀରୁ ରାଷ୍ଟ୍ରପତି ଥିଲେ ଯିଏ ନିଜ ଦେଶ ଜଳୁଥିବା ବେଳେ ତାକୁ ଛାଡି ଚାଲିଯାଇଥିଲେ ।

ତାଲିବାନୀ ନେତାଙ୍କ ସାକ୍ଷାତକାର ନେଇଥିବା ମହିଳା ସାମ୍ବାଦିକ ଛାଡ଼ିଲେ ଆଫଗାନିସ୍ତାନ

କାବୁଲ: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ତାଙ୍କର ବର୍ବରତା ଜାରି ରହିଛି । ପ୍ରତ୍ୟେକ ଦିନ ଆଫଗାନିସ୍ଥାନରେ ଗୁଳିତକାଣ୍ଡ ଓ ବୋମାମଡ଼ର ଖବର ସାମ୍ନାକୁ ଆସୁଛି। ତେବେ ତାଲିବାନୀଙ୍କ କବଳରୁ ରକ୍ଷା ପାଇବାପାଇଁ ହଜାର ହଜାର ଆଫଗାନୀ ଦେଶ ଛାଡ଼ି ପଳାଉଛନ୍ତି। ଏହାରି ଭିତରେ ଖବର ପ୍ରକାଶ ପାଇଛି ଯେ ତାଲିବାନୀ ନେତାଙ୍କ ସାକ୍ଷାତକାର ନେଇଥିବା ଟୋଲୋ ନ୍ୟୁଜର ସାମ୍ବାଦିକ ବେହେସ୍ତା ଅରଘାନ୍ଦ ମଧ୍ୟ ଦେଶ ଛାଡି ପଳାଇଛନ୍ତି।

ନିକଟରେ ବେହେସ୍ତା ଜଣେ ତାଲିବାନ ନେତା ୟୁଶୁଫଜଇଙ୍କ ସାକ୍ଷାତକାର ନେଇ ହଇଚଇ ସୃଷ୍ଟି କରିଥିଲେ। ସାରା ଆଫଗାନିସ୍ଥାନ ଯେତେବେଳେ ତାଲିବାନିଙ୍କୁ ଭୟ କରୁଛି ସେତେବେଳେ ବେହେସ୍ତା କୌଣସି ପ୍ରକାରର ଭୟ ନକରି ତାଲିବାନର ଏହି ନେତାଙ୍କୁ  ତୀକ୍ଷ୍ଣ ପ୍ରଶ୍ନ ପଚାରିଥିଲେ। ତାଙ୍କର ଏହି ସାକ୍ଷାତକାର ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।

ଏବେ କିନ୍ତୁ ତାଲିବାନୀଙ୍କ ଆତଙ୍କରେସେବି ଭୟବୀତ ହୋଇ ଦେଶ ଛାଡିଛନ୍ତି। ବେହେସ୍ତା କହିଛନ୍ତି ଯେ ଲକ୍ଷ ଲକ୍ଷ ଆଫଗାନୀ ପରି ସେ ତାଲିବାନକୁ ଭୟ କରନ୍ତି। ଟୋଲୋ ନ୍ୟୁଜ୍ ଚ୍ୟାନେଲର ମାଲିକ ସାଦ ମୋହସେନି କହିଛନ୍ତି ଯେ ତାଲିବାନ ଆସିବା ପରଠାରୁ ସେମାନଙ୍କର ଅନେକ ଆଙ୍କର୍ ଏବଂ ରିପୋର୍ଟ ଚାକିରି ଛାଡ଼ିଛନ୍ତି। ଏବଂ ବର୍ତ୍ତମାନ ସମୟରେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ପାଇବାରେ ଅସୁବିଧା ହେଉଛି। ଏବଂ ତାଲିବାନର ଶାସନ ଅଧୀନରେ ଚ୍ୟାନେଲ ଚଲାଇବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ସୂଚନା ମୁତାବକ ତାଲିବାନ ନେତା ୟୁସୁଫଜାଇଙ୍କୁ ସାକ୍ଷାତକାର ଦେବା ପରେ ସେ ସାହାଯ୍ୟ ପାଇଁ ଜଣେ ସାମାଜିକ କର୍ମୀଙ୍କ ନିକଟକୁ ଯାଇଥିଲେ। ଏହା ପରେ ଗତ ମଙ୍ଗଳବାର ଦିନ ସେ କତାର ବାୟୁସେନା ବିମାନରେ ଦେଶ ଛାଡ଼ି ପଳେଇ ଆସିଥିଲେ। ତାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଥିଲେ। ସେ କହିଛନ୍ତି ଯେ ଯଦି ତାଲିବାନ ପ୍ରତିଶ୍ରୁତି ରକ୍ଷା କରେ ଏବଂ ସ୍ଥିତି ଭଲ ହୋଇଯାଏ, ଆଉ ମୁଁ ଜାଣେ ଯେ ମୁଁ ସୁରକ୍ଷିତ ଏବଂ ମୋ ପାଇଁ କୌଣସି ବିପଦ ନାହିଁ, ତା’ପରେ ମୁଁ ମୋ ଦେଶକୁ ଫେରି ମୋ ଦେଶ ପାଇଁ କାମ କରିବି।

ଜଣାଇ ଦେବାକୁ ଚାହୁଁ ଯେ ଆଫଗାନିସ୍ତାନରେ ତାଲିବାନ ଲେଡି ଆଙ୍କରମାନଙ୍କୁ ଚାନେଲରେ କାମ କରିବା ନେଇ ନିଷେଧାଦେଶ ଜାରି କରିଥିବାବେଳେ ଅନେକ ସାମ୍ବାଦିକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି। କିଛି ସାମ୍ବାଦିକ ତାଲିବାନୀ ଆକ୍ରମଣରେ ଆହତ ବି ହୋଇଛନ୍ତି। କିଛି ଦିନ ତଳେ ଟୋଲୋ ନ୍ୟୁଜର ରିପୋର୍ଟର, କ୍ୟାମେରାମ୍ୟାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା । କାବୁଲ ଓ ନଙ୍ଗହାରରେ ବିଶେଷ କରି ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି । କିଛି ସ୍ଥାନରେ ତାଲିବାନ ବିଭିନ୍ନ ସାମ୍ବାଦିକଙ୍କ ଘରେ  ରେଡ କରୁଛି । କିଛି ଦିନ ତଳେ ଜଣେ ଜର୍ମାନୀ ସାମ୍ବାଦିକଙ୍କ ପରିବାରର ସଦସ୍ୟଙ୍କୁ ତାଲିବାନୀ ହତ୍ୟା କରିଥିଲେ।

‘ବିଜେପି କଥାରେ ବାସ୍ତବତା ନାହିଁ, କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରୁଛନ୍ତି ’

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସମାଲୋଚନା । ବିଜେପି ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିବା ପରେ ସମସ୍ତ କର୍ମୀ ନିରୁତ୍ସାହିତ ହୋଇପଡିଛନ୍ତି । ଏଣୁ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି । ଆଜି ସ୍ମାର୍ଟ ସିଟି ଉପରେ ବିଜେପି ସଭାପତି ସମୀର ମହାନ୍ତି ଯେପରି ମନ୍ତବ୍ୟ ରଖିଛନ୍ତି, ଏହା କେବଳ ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇ ରଖିବା ପାଇଁ ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ । ବିଜେପି କଥାରେ କୌଣସି ବାସ୍ତବତା ନଥିବା କହିଛନ୍ତି ଲେନିନ ମହାନ୍ତି । ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟ ସିଟି ଅନ୍ୟ ବିଜେପି ଶାସିତ ସ୍ମାର୍ଟ ସିଟି ତୁଳନାରେ ବେଶ୍ ଭଲ ପରିଚାଳିତ । ଏଣୁ ଓଡ଼ିଶା ବିଜେପି ଏ ଦିଗରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍ ।

ଏଥିସହିତ ପଢ଼ନ୍ତୁ: ଗଞ୍ଜାମ ଗସ୍ତରେ ପୋଲିସ ଡିଜି, ନୂତନ ଥାନା କୋଠା ଉଦଘାଟନ

 

ବିଶ୍ୱ ରେକର୍ଡ ସହ ଜାଭେଲିନ୍‌ରେ ସ୍ୱର୍ଣ୍ଣ ଜିତିଲେ ସୁମିତ

ଟୋକିଓ: ଜାପାନରେ ଖେଳାଯାଉଥିବା ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବଡ଼ ସଫଳତା । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଲେ ସୁମିତ ଅନ୍ତିଲ୍ । ବିଶ୍ୱ ରେକର୍ଡ ସ୍ଥାପନ ସହ ପଦକ ଜିତିଛନ୍ତି । ପ୍ରଥମେ ୬୬.୯୫ ମିଟର ଥ୍ରୋ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ବେଳେ ପୁଣି ପଞ୍ଚମ ଥ୍ରୋରେ ୬୮.୫୫ ମିଟର କୁ ଫୋପାଡ଼ି ନିଜ ବିଶ୍ୱ ରେକର୍ଡ ଭାଙ୍ଗି ପୁଣି ଆଉ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଅପରପକ୍ଷରେ ସୁମିତଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଏହି ଐତିହାସିକ ସଫଳତା  ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ କ୍ରୀଡ଼ାବିତମାନଙ୍କୁ ପ୍ରେରଣା ଯୋଗାଇଦେବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସୁଟିଂରେ ପ୍ରଥମ ଥର ସ୍ୱର୍ଣ୍ଣ ଜିତିଲା ଭାରତ, ପାରାରେ ପାରଦର୍ଶିତା ଦେଖାଇଲେ ଅବନୀ ଲେଖାରା

ବାହାଘରକୁ ଆସିନଥିଲେ ଅତିଥି, ନବଦମ୍ପତି ପଠେଇଲେ ୧୭ ହଜାର ଟଙ୍କାର ବିଲ୍

ଚିକାଗୋ : ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଯେତେବେଳେ ଆମର କେହି ବନ୍ଧୁ ବାନ୍ଧବ ବାହାଘରର ନିମନ୍ତ୍ରଣ ନେଇ ଆସନ୍ତି ଆମେ ସେମାନଙ୍କୁ ନିଶ୍ଚିତ ଯିବୁ ବୋଲି କହିଥାଉ । ହେଲେ ବାହାଘରର ସମୟ ଆସିଲେ କୌଣସି କାରଣବଶତଃ ହେଉ କିମ୍ବା ଇଚ୍ଛା ନଥି୍ବାରୁ ଆମେ ପଛ ଘୁଞ୍ଚା ଦେଉ। କିଛି ଲୋକ ଏପରି ବି ଅଛନ୍ତି ଯେଉଁମାନେ ଉପହାର ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ଯାଆନ୍ତି ନାହିଁ। ତେବେ ଭାବିଲେ ଯଦି ଆପଣ ବାହାଘରକୁ ନ ଯିବାରୁ ଆପଣଙ୍କ ଉପରେ ଜରିମାନା ଲଗାଯାଏ। ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାରେ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ସୂଚନା ମୁତାବକ ଚିକାଗୋରେ ରହୁଥିବା ଏକ ନବଦମ୍ପତୀ ତାଙ୍କ ବାହାଘରକୁ ନ ଆସିଥିବା କିଛି ବ୍ୟକ୍ତିଙ୍କ ନିକଟକୁ ଖର୍ଚ୍ଚ ବାବଦ ରସିଦ୍ ଇମେଲ୍ ମାଧ୍ୟମରେ ପଠାଇଛନ୍ତି। ଚିକାଗୋର ଡଗ୍ ସିମୋନ୍ସ ଓ ଡେଜ୍ରା ମ୍ୟାକଗି ବିବାହରେ ଅନୁପସ୍ଥିତ ଥିବା ଅତିଥିମାନଙ୍କୁ ୨୪୦ ଡଲାରର ରସିଦ୍ ପଠାଇଛନ୍ତି । ଯାହାକି ଭାରତୀୟ ମୁଦ୍ରାରେ ୧୭ ହଜାର ୬୩୯ ଟଙ୍କା ହେବ।

କାହିଁକି ପଠାଇଲେ ରସିଦ୍?

ଡଗ୍ କହିଛନ୍ତି ଯେ ସେ ଏହି ରସିଦ୍ ଏଥିପାଇଁ ପଠାଇଛନ୍ତି, କାରଣ ସେ ବାହାଘର ଭୋଜିରେ ନଷ୍ଟ ହୋଇଥିବା ଖାଦ୍ୟର ପଇସା ଆଦାୟ କରିବାକୁ ଚହାଁନ୍ତି । ତେବେ ଅତିଥିମାନଙ୍କୁ ପଠାଯାଇଥିବା ଏହି ରସିଦ୍ ସହ ଏକ ନୋଟ୍ ମଧ୍ୟ ପଠାଯାଇଛି । ଏଥିରେ ଲେଖାଯାଇଛି ଯେ, ‘ଏହି ରସିଦ୍ ଆପଣଙ୍କୁ ପଠାଯାଇଛି କାହିଁକିନା ଆପଣଙ୍କ ନାଁ କନଫର୍ମ ସିଟରେ ରହିଛି। ଏବଂ ସବୁ ସିଟର ଏକ ମୂଲ୍ୟ ରହିଛି । ଆଉ ଏହି ମୂଲ୍ୟ ଆପଣଙ୍କ ସିଟର, କାହିଁକିନା ଆପଣ ଆମକୁ ଜଣେଇ ନଥିଲେ ଯେ ଆପଣ ଆସିବେ ନାହିଁ ବୋଲି।  ଆପଣ PayPal ଦ୍ୱାରା ଟଙ୍କା ପଠାଇପାରିବେ । ଯଦି ଟଙ୍କା ପଠାଇବାରେ କୌଣସି ଅସୁବିଧା ହୁଏ ତେବେ ଆମକୁ ସମ୍ପର୍କ କରନ୍ତୁ।’ ଏଥିସହିତ ଏହି ଦମ୍ପତ୍ତି ଅତିଥିମାନଙ୍କୁ ଜରିମାନା ଭରିବାକୁ ଏକମାସର ଡେଡେଲାଇନ୍ ମଧ୍ୟ ଦେଇଛନ୍ତି ଏହି ନବଦମ୍ପତି।

 

ଆଇପିଏଲ୍ ୨୦୨୧: ଆରସିବିକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଷ୍ଟାର ଅଲ୍‌ରାଉଣ୍ଡର

0

ଦୁବାଇ: ଆଇପିଏଲ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଜବରଦସ୍ତ ଝଟକା । ଆହତ କାରଣରୁ ଚଳିତ ସିଜିନ୍‌ରେ ଖେଳିବେନି ଦଳର ଷ୍ଟାର ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଆଗକୁ ଆଉ ଖେଳିପାରିବେ ନାହିଁ । ତେବେ ତାଙ୍କ ସ୍ଥାନରେ ବେଙ୍ଗଲ ପେସ୍ ବୋଲର ଆକାଶ ଦୀପ ଖେଳିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଆଇପିଏଲ୍-୨୦୨୧ର ପ୍ରଥମାର୍ଦ୍ଧରେ ମୋଟ ୬ଟି ମ୍ୟାଚ୍‌ରେ  ୩୨.୧୧ର ଆଭେରଜ୍ ସହ ମୋଟ ୩ଟି ଓ୍ୱିକେଟ ନେଇଛନ୍ତି ଓ୍ୱାସିଂଟନ୍ । ତେବେ ବେଙ୍ଗାଲୁରୁ ପାଇଁ ୨୦୧୮ ମସିହାଠାରୁ ଏଯାବତ୍ ମୋଟ ୩୨ଟି ମ୍ୟାଚ୍ ଖେଳି ୧୯ଟି ଓ୍ୱିକେଟ ନେଇ ସାରିଛନ୍ତି ଓ୍ୱାସିଂଟନ ସୁନ୍ଦର ।

ଅପରପକ୍ଷରେ ୨୦୨୧ ସୟଦ ମୁସ୍ତାକ ଅଲ୍ଳୀ ଟ୍ରଫିର ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ହାସଲକାରୀ ହେଉଛନ୍ତି ଆକାଶଦୀପ । ଏହି ୨୪ ବର୍ଷୀୟ ଖେଳାଳି ୧୬.୮୫ ପ୍ରତିଶତର ଆଭେରଜ ସହ ମୋଟ ୨୧ଟି ଓ୍ୱକେଟ ହାସଲ କରିଛନ୍ତି ।

ତେବେ ଆରସିବି ପାଇଁ ଚଳିତ ସିଜିନ୍‌ରେ ଏହା ପଞ୍ଚମ ପରିବର୍ତ୍ତନ । ଏହା ପୂର୍ବରୁ ଶ୍ରୀଲଙ୍କାର ହାସରଙ୍ଗା, ଅଷ୍ଟ୍ରେଲିଆନ୍ ଲେଗ୍ ସ୍ପିନର୍ ଆଦାମ୍ ଜାମ୍ପାଙ୍କୁ ବଦଳାଇଥିବା ବେଳେ ନ୍ୟୁଜିଲାଣ୍ଡର ଫିନ୍ ଆଲେନଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଟିମ୍ ଡେଭିଡଙ୍କୁ ସାମିଲ କରାଯାଇଥିବା ବେଳେ ଅଷ୍ଟ୍ରେଲିଆର ଡାନେଲ୍ ସାମ୍ସ, କେନ୍ ରିଚାର୍ଡସନଙ୍କ ସ୍ଥାନରେ ଦୁଷ୍ମନ୍ତା ଚାମେରା ଏବଂ ଜର୍ଜ ଗାର୍ଟନଙ୍କୁ ସାମିଲ କରାଯାଇଥିଲା ।

ନନ୍ଦନକାନନ ବୁଲି ଦେଖିଲେ ସେଣ୍ଟ୍ରାଲ ଜୁ ଅଥରିଟି ସଦସ୍ୟ: ଖୁବଶୀଘ୍ର ଆସିବେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି ସେଣ୍ଟ୍ରୋଲ ଜୁ ଅଥରିଟି । ସେମାନେ ନନ୍ଦନକାନନ ପ୍ରାଣୀଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ସ୍ଥିତି ପରଖିଥିଲେ । ପ୍ରାଣୀଉଦ୍ୟନରେ ବସବାସ କରୁଥିବା ବିଭିନ୍ନ ପଶୁପକ୍ଷୀଙ୍କ ଆବାସସ୍ଥଳ, ଖୁଆଡ଼ର ପରିବେଶ, ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ସହ ହାତୀଶାଳରେ ରହିଥିବା ଅସୁସ୍ଥ ହାତୀ ବାସନ୍ତୀର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ।ପରେ ଧଳା ମହାବଳ ବାଘ, ସିଂହ, ଜିରାଫ, ସିମ୍ପାଜି, ସରିସୃପ ଉଦ୍ୟାନ, ପକ୍ଷୀ ସାରଣୀ, ଶାର୍ଗୁଣା ପ୍ରଜ୍ଜନନ କେନ୍ଦ୍ର ସମେତ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଯେ ନନ୍ଦନକାନନ ସମସ୍ତ ଚିଡ଼ିଆଖାନାମାନଙ୍କ ମଧ୍ୟରେ ଏକ ପ୍ରମୁଖ ଚିଡ଼ିଆଘର । ଏଠିକାର ପରିବେଶ ସବୁବେଳେ ସମସ୍ତଙ୍କୁ ଆକୃଷ୍ଠ କରିଥାଏ। ନନ୍ଦନକାନନରେ କିଛିଟା ଖୁଆଡ଼ ଫାଙ୍କା ପଡ଼ିଅଛି। ଖୁବଶୀଘ୍ର ଏହାକୁ ବିଭିନ୍ନ ଜୀବଜନ୍ତୁଙ୍କୁ ଅଣାଯାଇ ପୂରଣ କରାଯିବ । ଏଥିସହ ନନ୍ଦନକାନନ ପରିବେଶକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରୀୟ ଚିଡିଆଖାନା ପ୍ରତିନିଧି ଦଳର ପ୍ରକାଶମ୍ ।

ଏଥିସହିତ ପଢ଼ନ୍ତୁ: କାବୁଲରେ କିଏ କରୁଛି ବ୍ୟାକ ଟୁ ବ୍ୟାକ୍ ରକେଟ ମାଡ଼? ଚିନ୍ତାରେ ବିଶ୍ୱ ସମୁଦାୟ

କାବୁଲରେ କିଏ କରୁଛି ତୁହାକୁ ତୁହା ରକେଟ ମାଡ଼? ଚିନ୍ତାରେ ବିଶ୍ୱ ସମୁଦାୟ

କାବୁଲ: ଆଗାମୀ ୨୪ ଘଣ୍ଟା ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତାକାଲି ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷଦିନ। କୋଡିଏ ବର୍ଷ ଧରି ଆଫଗାନିସ୍ତାନରେ ଆଧିପତ୍ୟ ବିସ୍ତାର କରିଥିବା ଆମେରିକାର ବିଦାୟ ପରେ ଦେଶର ଅବସ୍ଥା କ’ଣ ହେବ ସେନେଇ ସାରା ବିଶ୍ୱର ରହିଛି ଦୃଷ୍ଟି। ଗତକାଲି କାବୁଲରେ ରକେଟ ଆକ୍ରମଣ ପରେ ଆଜି କାବୁଲସ୍ଥିତ ହମିଦ କାର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର ଦିଗକୁ ୫ଟି ରକେଟ ମାଡ଼ ହୋଇଛି। ତେବେ ମୃତାହତଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ମିଳିନାହିଁ ।

ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ପର୍ଯ୍ୟାୟରେ ରକ୍ତପାତ ଘଟୁଥିବାରୁ ବିଶ୍ୱ ସମୁଦାୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆଜି କାବୁଲ ବିମାନ ବନ୍ଦରରେ ରକେଟ ମାଡ କରିଥିଲେ ଆତଙ୍କବାଦୀ। ହେଲେ ଏହାକୁ ବିଫଳ କରିଛି ଡିଫେନ୍ସ ସିଷ୍ଟମ। ତଥାପି ଏଥିରୁ ଗୋଟିଏ ରକେଟ ଯାଇ ସହର ଭିତରେ ପଡ଼ିଥିଲା।

ଏହାପୂର୍ବରୁ ରବିବାର ଦିନ ଆମେରିକା ପକ୍ଷରୁ ଏକ ଆକ୍ରମଣ ହୋଇଥିଲା। ସୋମବାର ସକାଳେ କାବୁଲର ଆକାଶରେ ରକେଟର ବର୍ଷାରେ ସମଗ୍ର ସହର କମ୍ପି ଉଠିଥିଲା ହୋଇଥିଲା। ସମଗ୍ର ସହର ଧୂଆଁମୟ ହୋଇଯାଇଥିଲା। ସକାଳୁ ସକାଳୁ ଆଫଗାନିସ୍ତାନର ରାଜଧାନୀକୁ କିଏ ଦୋହଲାଇବାକୁ ଚେଷ୍ଟା କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସବୁଠୁ ବଡ଼ କଥା ହେଉଛି କାବୁଲରେ ଏହି ସବୁ ଘଟଣା ସେତେବେଳେ ଘଟୁଛି ଯେତେବେଳେ କି କାବୁଲ ବିମାନବନ୍ଦର ସମ୍ପୂର୍ଣ୍ଣ ଭାବେ ଆମେରିକା ସେନା ଅଧୀନରେ ଅଛି ଏବଂ ତାଲିବାନୀ ମଧ୍ୟ ସେଠାରେ ଆଡ଼ା ଜମେଇଛନ୍ତି।

 

 

ଜାଲ କାଗଜପତ୍ରରେ ରିଲିଫ ଫଣ୍ଡରୁ ଲୁଟିବା ପ୍ଲାନ, ବନ୍ଧା ହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଜାଲ କାଗଜପତ୍ର ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ପାଇବା ଉଦ୍ୟମ ବିଫଳ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମିଡିଲ ମ୍ୟାନଙ୍କୁ ଧରିବାକୁ ଖୋଜା ଚାଲିଛି । ଜାଲ କାଗଜପତ୍ର ଜରିଆରେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଟଙ୍କା ଠକିବା ପାଇଁ କରୁଥିଲେ ଉଦ୍ୟମ । ଚିକିତ୍ସା ନହୋଇ ଦଲାଲ ଜରିଆରେ ଏକ ଘରୋଇ ହସ୍ପିଟାଲର ଜାଲ କାଗଜପତ୍ର ଜରିଆରେ ୫ ଲକ୍ଷ ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ ।

ଘଟଣାରେ ମୁଖ୍ୟ ଅଭିଯୁକ୍ତ ହସ୍ପିଟାଲର ଦଲାଲ ଦିଲ୍ଲୀପ ବେହେରାକୁ ଗିରଫ କରିଛି ପୋଲିସ । ୪୦ ପ୍ରତିଶତ କମିଶନରେ କରୁଥିଲା ଦଲାଲି । ତିନି ଜଣଙ୍କର ଫେକ୍ ଆଇଡି ନେଇ ରିଲିଫ ଫଣ୍ଡରୁ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ବୋଲି ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଧ୍ୟ ଚଞ୍ଚକତା କରିବାକୁ ପ୍ରୟାସ କରୁଥିବା ଏଭଳି ଅଭିଯୁକ୍ତଙ୍କ ପାଇଁ ସାବଧାନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି  ।