spot_img
Home Blog Page 5291

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ ସାଲେହ୍‌: ତାଲିବାନ୍‌ ନେତା ଖଲିଲ୍‌ ହକ୍କାନୀ

କାବୁଲ: ବିତାଡ଼ିତ ଆଫଗାନ ରାଷ୍ଟ୍ରପତି ଅଶରଫ୍‌ ଗନୀ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ଙ୍କୁ ତାଲିବାନ୍‌ କ୍ଷମା କରିବା ସହ କହିଛି ଯେ, ଇଚ୍ଛା କଲେ ସେ ଦୁହେଁ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ।

‘ଜିଓ ନିଉଜ୍‌’ ସହ ହୋଇଥିବା ସ୍ବତନ୍ତ୍ର ସାକ୍ଷାତ୍‌କାରରେ ବରିଷ୍ଠ ତାଲିବାନ୍ ନେତା ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି, ଗନୀ, ସାଲେହ୍‌ ଏବଂ ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ହମଦୁଲ୍ଲା ମୋହିବ୍‌ ଏବଂ ତାଲିବାନ ସଙ୍ଗଠନ ମଧ୍ୟରେ କୌଣସି ଶତ୍ରୁତା ନାହିଁ।

ସେ କହିଛନ୍ତି, ଆମେ ଅଶରଫ୍‌ ଗନୀ, ଅମରୁଲ୍ଲା ସାଲେହ୍‌ ଏବଂ ହମଦୁଲ୍ଲା ମୋହିବ୍‌ଙ୍କୁ କ୍ଷମା କରିଛୁ। ତାଲିବାନ ଏବଂ ସେ ତିନିଜଣଙ୍କ ମଧ୍ୟରେ ଥିବା ଶତ୍ରୁତା ଥିଲା ଧର୍ମଭିତ୍ତିକ। ଆମ ବିପକ୍ଷରେ ଲଢ଼ିଥିବା ଜେନେରାଲ୍‌ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ; ଆମ ତରଫରୁ ଆମେ ସମସ୍ତଙ୍କୁ କ୍ଷମା କରି ଦେଇଛୁ।

ଦେଶ ଛାଡ଼ି ଚାଲିଯାଉଥିବା ଜନତାଙ୍କୁ ସେ ଭଳି ନ କରିବା ଲାଗି ହକ୍କାନୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଲିବାନ୍‌ ସେମାନଙ୍କ ଉପରେ ପ୍ରତିଶୋଧ ନେବେ ବୋଲି ‘ଶତ୍ରୁ’ମାନେହିଁ ପ୍ରଚାର ଚଳାଇଛନ୍ତି। ତାଜିକ୍‌, ବାଲୋଚ୍, ହାଜାର୍‌ ଏବଂ ପାଶ୍‌ତୁନ୍ ସମସ୍ତେ ଆମର ଭାଇ।

ସେ ପୁଣି ମଧ୍ୟ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ତାଲିବାନ ଯୁଦ୍ଧ କରି ନ ଥାନ୍ତା। ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ମାତୃଭୂମି ଉପରେ ଆକ୍ରମଣ କରି ତା’ର ସଂସ୍କୃତି, ଧର୍ମ ଓ ଦେଶ ବିପକ୍ଷରେ ସଂଗ୍ରାମ କରିବାରୁ ତାଲିବାନ୍‌ ଅସ୍ତ୍ର ଧରିଲେ।

ଆଜିଠୁ ୟୁ ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ପିଲା। ୟୁ ଟ୍ୟୁବରେ ଶିକ୍ଷାଗ୍ରହଣ କରିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା। ଏନେଇ ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି। ଏଥିରେ ସଫଳତା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାନ୍ତି, ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ଅଭିଭାବକ ଅନୁମତି ଦେଉ ନାହାନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢୁଛନ୍ତି ।

କରୋନା କଟକଣା ସହ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି: ଦୀର୍ଘ ୪ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ। ସ୍ୱତନ୍ତ୍ର ବ୍ୟାରିକେଡରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିପାରିବେ ଭକ୍ତ। ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ମନା ହୋଇଛି। ସେହିପରି ମନ୍ଦିର ମଧ୍ୟକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି। ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ବାବାଙ୍କୁ ଦର୍ଶନ କରିବେ। ପ୍ରତି ଶନିବାର ସାଧାରଣ ଦର୍ଶନ ବନ୍ଦ ରହିବ। ଏହିଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ। ପୂର୍ବରୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଶ୍ରାବଣ ମାସକୁ ଲକ୍ଷ୍ୟରେ ରଖି ମନ୍ଦିର ବନ୍ଦ ରହିଥିଲା। ଆଜିଠୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗ ଲୋଡାଯାଇଛି।

ଅପେକ୍ଷାର ଅନ୍ତ ଘଟିଲା, ବଡ଼ ଦେଉଳରେ ଆରମ୍ଭ ହେଲା ସର୍ବସାଧାରଣ ଦର୍ଶନ

ପୁରୀ: ଆଉ ଅପେକ୍ଷା ନାହିଁ ଏବେ କାଳିଆ ଦର୍ଶନ। ସରିଗଲା କାଳିଆ ଦର୍ଶନର ଅପେକ୍ଷାର ସମୟ। ଚକା ଆଖିଆକୁ ଦେଖି ପୂରିଗଲା ଭକ୍ତଙ୍କ ମନ। ଦୀର୍ଘ ଦିନ ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଗହଳି ଚହଳିରେ ଏବେଠୁ ଚଳଚଞ୍ଚଳ ହେବ ସିଂହଦ୍ୱାର ସାମ୍ନା। କଟକଣା ଭିତରେ କାଳିଆ ସାଆନ୍ତେଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଚାଲିଛି ଦର୍ଶନ କାର୍ଯ୍ୟ। ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡରେ ଆସି ସାମାଜିକ ଦୂରତା ରଖି ଚକାଆଖିକୁ ଦର୍ଶନ କରୁଛନ୍ତି ଭକ୍ତ। ଦୁଇଡୋଜ୍ ବିଶିଷ୍ଟ ଟିକା ସାର୍ଟିଫିକେଟ୍ କିମ୍ବା ୯୬ଘଣ୍ଟାର ଆରଟିପିସିଆର୍ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି। ଭକ୍ତଙ୍କ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଇଛି। ପୂର୍ବରୁ ୧୬ ତାରିଖରୁ ଓ୍ୱାର୍ଡ  ଓ୍ୱାରି ଦର୍ଶନ କରିଥିଲେ ପୁରୀବାସୀ।

 

ରାକ୍ଷୀପୂର୍ଣ୍ଣିମାରେ ଅଘଟଣ: ଜଳିଗଲା ୩ ବଖରା ଘର, ୩ ଆହତ

ଯାଜପୁର: ରାକ୍ଷୀପୂର୍ଣ୍ଣିମାରେ ଯାଜପୁର ଜିଲ୍ଲାରେ ଅଘଟଣ। ବଡଚଣା ବ୍ଲକ ପୂର୍ଣ୍ଣଚନ୍ଦ୍ରପୁରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିବା ସହ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ ଗାଁର ମୀରା ନାୟକଙ୍କ ୩ ବଖରା ଘର ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସେପଟେ ଘରେ ରହିଯାଇଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇ ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।

ସ୍ନେହର ଡୋରୀ ଦେଖେନି ଜାତି, ଧର୍ମ: ଏକାଠି ରାକ୍ଷୀ ପାଳିଲେ ହିନ୍ଦୁ ଓ ମୁସଲିମ ଭାଇ ଭଉଣୀ

କଟକ: ଧର୍ମ ସିନା ଅଲଗା ହେଲେ ମନ ଗୋଟିଏ। କଟକ ଜିଲ୍ଲା ସାଲେପୁରରେ ଦେଖିବାକୁ ମିଳିଛି ନିଆରା ରକ୍ଷା ବନ୍ଧନ ଉତ୍ସବ। ରାକ୍ଷୀ ପୂର୍ଣ୍ଣିମାକୁ ଏକାଠି ପାଳିଛନ୍ତି ହିନ୍ଦୁ ଓ ମୁସଲିମ ଭାଇ ଭଉଣୀ ।  ହିନ୍ଦୁ ଭଉଣୀଟିଏ ଶ୍ରଦ୍ଧାରେ ମୁସଲମାନ ଭାଇ ହାତରେ ବାନ୍ଧିଛି ସ୍ନେହର ଡୋରୀ । ଆଉ ଭଉଣୀକୁ ଭାଇ ଦେଇଛି ସୁରକ୍ଷାର ପ୍ରତିଶ୍ରୁତି।

ତେବେ ଏହା ପ୍ରଥମ ଥର ନୁହେଁ କାହିଁ କେତେ ବର୍ଷ ହେଲା ସାଲେପୁର ଭାରିଗୋଳ ୧୨ ନମ୍ବର ଓ୍ୱାର୍ଡ଼ରେ ଦେଖିବାକୁ ମିଳେ ଏହି ଅନନ୍ୟ ଭାଇଚାରା। ଆଜି କି କାଲି ନୁହେଁ, ଦୀର୍ଘ ବର୍ଷ ଧରି ଏମିତି ରକ୍ଷା ବନ୍ଧନ ପାଳନ କରିଆସୁଛନ୍ତି ହିନ୍ଦୁ-ମୁସଲିମ । ସବୁ ହିନ୍ଦୁ ପର୍ବରେ ମୁସଲମାନ ଭାଇମାନେ ସାମିଲ ଥାଆନ୍ତି। ତେବେ ଏଭଳି ଦୃଶ୍ୟରୁ ଦେଶର ଭାଇଚାରାର ସମ୍ପର୍କ କେତେ ଦୃଢ଼ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର: ଯାଜପୁର ଜିଲ୍ଲା ବରୀର କଳାମାଟିଆଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି। ରାକ୍ଷୀ ପୂର୍ଣ୍ଣିମା ଅବସରରେ କଳାମାଟିଆଠାରେ ଥିବା ସହିଦ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଲୋକେ । ୧୯୪୨ ଅଗଷ୍ଟ ୨୬ ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ରକ୍ତରଞ୍ଜିତ ହୋଇଥିଲେ ଏହି ଭୂମି । ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ ନାମକ ୪ ସ୍ୱାଧୀନତା ସଂଗ୍ରାମୀ।

ଏଥିସହ ସ୍ୱାଧୀନତା ସଂଗ୍ରମରେ ଝାସ ଦେଇ ବହୁ ଆନ୍ଦୋଳନକାରୀ ଆହତ ହେବା ସହ ଗିରଫ ହୋଇଥିଲେ। ତାଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ମନେରଖିବା ପାଇଁ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ। ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ଏଠାରେ ପାଳନ ହୋଇଆସୁଛି । ଦୁଇବର୍ଷ ତଳେ ଭୁବନେଶ୍ୱର ସହିଦ ସ୍ମୃତିସ୍ତମ୍ଭ ପାଇଁ ଏଠାରୁ ଯାଇଥିଲା ପବିତ୍ର ମାଟି। ଏବେ ଏହି ସ୍ଥାନର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଛି। ଏହି ପୀଠକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ନିଜ ଭାଇ ପୂର୍ବରୁ କୋଭିଡ ଯୋଦ୍ଧାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଗଞ୍ଜାମ: ଆଜି ହେଉଛି ଭାଇ ଭଉଣୀର ଅତୁଟ ବନ୍ଧନର ପର୍ବ। ଭଉଣୀର ରକ୍ଷା କବଚ ଭାବେ ସଦାସର୍ବଦା ରହିଥାଏ ଭାଇ ତେଣୁ ଯୁଗ ଜୁଗ ଧରି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଅତୁଟ ସମ୍ପର୍କକୁ ମଜବୁତ କରିଥାଏ ଏହି ବନ୍ଧନ। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ରକ୍ଷା ବନ୍ଧନର ପର୍ବ ସେ ବି କୋଭିଡ ଯୋଦ୍ଧାଙ୍କ ସହ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳରେ କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ କୋଭିଡ ଯୋଦ୍ଧାଙ୍କ ସହ ପାଳିଛନ୍ତି ରାକ୍ଷୀ ପୂର୍ଣ୍ଣିମା । କୋଭିଡ ମେଡ଼ିକାଲର ମହିଳା ପୁରୁଷ ସିକୁରୀଟିଠୁ ଡାକ୍ତର ଓ ସମସ୍ତ କର୍ମଚାରୀଙ୍କ ସହ ପାଳିଛନ୍ତି ରକ୍ଷା ବନ୍ଧନ । ମହାମାରୀ ସମୟେ ନିଜ ପରିବାରକୁ ଭୁଲି ଆମ କୁ ବଞ୍ଚାଇ ସେମାନେ ଅହରହ ସେବା ପ୍ରଦାନ କରିଛନ୍ତି। ଅନେକ ଲୋକଙ୍କ ଜୀବନ ରକ୍ଷାକରି ଏମାନେ ରକ୍ଷ କବଚ ହୋଇ ଭାଇ ର କର୍ତ୍ତବ୍ୟ କରିଛନ୍ତି । ତେଣୁ ସେମାନଙ୍କୁ ଉତ୍ସାହିତ କରିବାକୁ ଓ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ କୃତଜ୍ଞତା ଜଣାଇବାକୁ ଛାତ୍ରୀମାନେ ସେମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପିକାଙ୍କ ସହଯୋଗରେ କୋଭିଡ ଯୋଦ୍ଧାଙ୍କ ସହ ଆଜି ଏହି ଉତ୍ସବ ପାଳନ କରିଛନ୍ତି ରକ୍ଷାବନ୍ଧନ। ଆଉ ସବୁଠୁ ବଡ଼ କଥା ହେଉଛି, ଏହି ଛାତ୍ରୀମାନେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ କଲେଜରେ ପହଞ୍ଚିଥିଲେ ଓ ପରେ ଫୁଲ ତୋଳି ରାକ୍ଷୀ କିଣି ନିକଟରେ ଥିବା ଆଡପଡ଼। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର , କୋଙ୍କରଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସମସ୍ତ ଔଷଧ ଦୋକାନରେ ପାଳନ କଲେ ରକ୍ଷା ବନ୍ଧନର ପର୍ବ।

ଡାକ୍ତର , ଫାର୍ମାସିଷ୍ଟ , ନର୍ସ , ସ୍ୱାସ୍ଥ୍ୟ କର୍ମୀ ଓ ସିକ୍ୟୁରିଟି କର୍ମଚାରୀଙ୍କୁ ବାନ୍ଧିଥିଲେ ରାକ୍ଷୀ । ପୁରୁଷ ମହିଳାକୁ ଭୁଲି ସଭିଙ୍କ ହାତରେ ବନ୍ଧାଯାଇଥିଲା ରାକ୍ଷୀ। ଛାତ୍ରୀଏହି ବନ୍ଧନ ମେଡ଼ିକାଲ ଠାରେ ପାଲିଥିବାରୁ ମେଡିକାଲ କତ୍ତୃପକ୍ଷ ଓ କର୍ମଚାରୀମାନେ ବହୁତ ଖୁସି ମଧ୍ୟ ହୋଇଛନ୍ତି ।

ପୂର୍ବରୁ ସୀମାନ୍ତରେ ଜଗିଥିବା ଦେଶର ଯବାନଙ୍କୁ କଲେଜ ତରଫରୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଛାତ୍ରୀ ରାକ୍ଷୀ ପଠାଇଥିଲେ। ଯବାନମାନେ ଦେଶ ପାଇଁ ନିଜ ପରିବାରକୁ ଛାଡି ରହୁଥିବାରୁ ଛାତ୍ରୀମାନେ ସେମାନଙ୍କ ନିକଟକୁ ୫୦୦ ରାକ୍ଷୀ ପଠାଇଥିଲେ। ତେବେ ଏଭଳିଳି ଅଭିନବ ପ୍ରୟାସ କରି ଏହି ଛାତ୍ରୀମାନେ ଢେର ପ୍ରଶଂସା ପାଉଥିବାବେଳେ ଆଗାମୀ ଦିନରେ ପରମ୍ପରାକୁ ନିଆରା ଢଙ୍ଗରେ ପାଳିବୁ କହିଛନ୍ତି କଲେଜର ଅଧ୍ୟାପିକା।

ଆୟକର ଇ-ଫାଇଲିଂ ପୋର୍ଟାଲ ଅବ୍ୟବସ୍ଥା, ଇନଫୋସିସ ଏମଡି ଓ ସିଇଓଙ୍କୁ ସମନ ଜାରି

ନୂଆଦିଲ୍ଲୀ:  ଆୟକର ଇ-ଫାଇଲିଂ ପୋର୍ଟାଲ ନେଇ ଅବ୍ୟବସ୍ଥା। ଇନଫୋସିସ ଏମଡି ଓ ସିଇଓଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜାରି କରିଛି ସମନ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ହାଜର ହେବାକୁ ସିଇଓ ସୁନୀଲ ପାରେଖଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ।

ନୂଆ ଇ-ଫାଇଲିଂ ପୋର୍ଟାଲ ଲଞ୍ଚ ହେବାର ପ୍ରାୟ ଅଢେଇ ମାସ ପରେ ବି ଏହି ପୋର୍ଟାଲରେ ଗ୍ଲିଚେସ ଆସୁଛି। ବେଳେବେଳେ ଏହି ପୋର୍ଟାଲ ବି ଖୋଲୁନାହିଁ । ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ହାଜର ହେବା ଲାଗି ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପୋର୍ଟାଲ ତିଆରି ନିମନ୍ତେ ଗତ ୨୦୧୯ରେ ଇନଫୋସିସକୁ କଣ୍ଟ୍ରାକ୍ଟ ଦିଆଯାଇଥିଲା । ସର୍ତ୍ତ ଅନୁସାରେ ନେକ୍ସଟ ଜେନେରେସନ ଇନକମ ଟାସ୍କ ଫାଇଲିଂ ସିଷ୍ଟମର ପ୍ରସେସିଂ ସୀମା ୬୩ ଦିନରୁ ଗୋଟିଏ ଦିନକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ପୋର୍ଟାଲ ତିଆରି ପାଇଁ ଇନଫୋସିସକୁ ଦାୟିତ୍ୱ ଦିଆଯାଇଥିଲା।

ଜନ୍ମମାଟିରେ ହକି ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୁନ୍ଦରଗଡ଼: ଟୋକିଓ ଅଲିମ୍ପିକରେ ଇତିହାସ ରଚି ଭାରତ ପାଇଁ ଗର୍ବ ଆଣିଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ଖେଳାଳ଼ିଙ୍କୁ ଗାଁରେ ଦିଆଯାଇଛି ସମ୍ବର୍ଦ୍ଧନା। ଅଲିମ୍ପିଆନଙ୍କୁ ସ୍ୱାଗତ କଲା ଜନ୍ମମାଟି। ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୋଭାଯାତ୍ରାରେ ନିଆଯାଇ ସଉନାମୁରା ଗ୍ରାମରେ ସମ୍ବର୍ଦ୍ଧିତ କରିଛି ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀ। ନିଜ ଗ୍ରାମରେ ପହଞ୍ଚିବା ପରେ ଅମିତ ନିଜ ବାପାଙ୍କ ସମାଧୀସ୍ଥଳକୁ ଯାଇ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ।  ସେପଟେ ଦୀପଗ୍ରେସ ଏକ୍କାଙ୍କୁ ନିଜ ଗ୍ରାମ ଲୁଲୁକିଡିହିରେ ଓ ନମିତା ଟୋପୋଙ୍କୁ ଜଉରାମାଲରେ ସମ୍ବର୍ଦ୍ଧିତ କରାଯାଛି।

ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ହେଵା ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକରେ ୧୭ ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରିଵା ଓ  ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଥିବାରୁ ଦିଲ୍ଲିପ ତିର୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।