spot_img
Home Blog Page 5295

ବିଜେପିରେ ଗୋଷ୍ଠୀ କନ୍ଦଳ, ଯୁବମୋର୍ଚ୍ଚା ସଭାପତିଙ୍କୁ ବିଜେପିର ଆକ୍ରମଣ !

ଭଦ୍ରକ: ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ବିପକ୍ଷ ଗୋଷ୍ଠୀଙ୍କ ଆକ୍ରମଣରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଆହତ । ଜିଲ୍ଲା କାର୍ଯ୍ୟାଳୟ ଭିତରେ ସଂଘବଦ୍ଧ ଆକ୍ରମଣ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିକାଶଙ୍କୁ କେତେକ ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ ।

ସେଠାରେ 20ରୁ 30 ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପଦବୀ ଛାଡିବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବିକାଶ । ଦୀର୍ଘ ସମୟ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ବିଜେପିରେ ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଏହି କାରଣରୁ ବିପକ୍ଷ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ, ପଇତା ଲାଗି ଚତୁର୍ଦ୍ଦଶୀରେ ଅସମ୍ପୂର୍ଣ୍ଣ ନୀତି

ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ । ପଇତା ଲାଗି ଚତୁର୍ଦ୍ଦଶୀରେ ହୋଇପାରିଲାନି ନୀତି । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ମତଭେଦ କାରଣରୁ ଏଭଳି ବିଭ୍ରାଟ ଘଟିଥିବା କୁହାଯାଇଛି । ନୀତି ବନ୍ଦ ହେବାପରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ଦିର ପରିଚାଳନା କମିଟି ସମେତ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ପୁଜାପଣ୍ଡା ସାମିଲ ହୋଇଥିଲେ ।

ତେବେ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲେ ସୁଦ୍ଧା ଏନେଇ କୌଣସି ନିଷ୍କର୍ସ ବାହାରିପାରି ନାହିଁ । ଏନେଇ ଦେବୋତ୍ତର କମିଶନ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ତେବେ ଯେଉଁ ପର୍ଯ୍ୟନ୍ତ ନିଷ୍ପତ୍ତି ନହୋଇଛି ସେଯାଏଁ ପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି କରିବାକୁ ପରାମର୍ଶ ଦିଆଯାଇଛି । ଏହି ଘଟଣା ଦେବୋତ୍ତର କମିଶନଙ୍କୁ ଜଣାଇ ଦିଆଯାଇଛି ।

ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ: ଡ୍ରାଇଭର ରଚିଥିଲେ ଅପହରଣ ନାଟକ, ପର୍ଦ୍ଦାଫାଶ କଲା ପୋଲିସ

ବ୍ରହ୍ମପୁର: ବଡ଼ବଜାର ଅଞ୍ଚଳ ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ । ଗାଡି ଡ୍ରାଇଭର ଆଶିଷ ଦିଗାଲ ହିଁ ନିଜେ ରଚିଥିଲେ ଅପହରଣ ନାଟକ । ତାଙ୍କ ଘର ଫୁଲବାଣୀ, ମାଟିତଳେ ଲୁଚାଇ ରଖିଥିଲେ ଟଙ୍କା । ଏକ ପ୍ଲାଷ୍ଟିକ ଡବା ଭିତରେ ୨୧ ଲକ୍ଷ ଟଙ୍କା ଲୁଚାଇରଖିଥିଲେ । ଯାହାକୁ ଉଦ୍ଧାର କରିଛି ପୋଲିସ ।

ମାଟିତଳୁ ପୋଲିସ ଟଙ୍କା ଭର୍ତ୍ତି ଡବା ଉଦ୍ଧାର କରିଛି । ଡବା ଭିତରେ ପୁଳା ପୁଳା ଟଙ୍କା ଜବତ କରାଯାଇଛି । ପୋଲିସ ପ୍ରଥମ ଦିନରୁ ହିଁ ଡ୍ରାଇଭର ଉପରେ ସନ୍ଦେହ କରି ଆସୁଥିଲା । ଘଟଣାରେ ଆଜି ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ 3 ସହଯୋଗୀଙ୍କୁ ପୋଲିସ ବାହାର ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ 21 ଲକ୍ଷ ଟଙ୍କା ଜବତ କରିଛି । ଗତକାଲି ପୋଲିସର ଏକ ଟିମ୍‌ ଗଞ୍ଜାମର ପଡୋଶୀ ଜିଲ୍ଲାକୁ ଯାଇ ଏହି ସଫଳତା ପାଇଛି ।

ଡ୍ରାଇଭରକୁ ଲଗାତାର ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୋଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଛି । 3 ଦିନ ତଳେ ଟଙ୍କା ଭର୍ତ୍ତି ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ AGS କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା । ତେବେ ଡ୍ରାଇଭର ନିଜେ ଅପହରଣ ନାଟକ କରିଥିବା ପୋଲିସ ଆଗରେ ମାନିଛି ।…

ପ୍ରଥମ ଫତଓ୍ୱା ଜାରି କଲା ତାଲିବାନ: ଏକାଠି ପଢ଼ିପାରିବେ ନାହିଁ ପୁଅ-ଝିଅ

ନୂଆଦିଲ୍ଲୀ:  ସାରା ବିଶ୍ୱ ଦେଖିଲା ତାଲିବାନ ଆତଙ୍କୀଙ୍କ ବର୍ବରତା  । ଏମାନଙ୍କ ପାଖରେ ବନ୍ଧା ପଡ଼ିଛି ନିରୀହ ଲୋକଙ୍କ ଜୀବନ । ନିଷ୍ଠୁରତାର ଚରମସୀମା ଅତିକ୍ରମ କରିଛନ୍ତି ଏମାନେ । ମହିଳାଙ୍କ ଅଧିକାର ଛଡ଼ାଇ ନେଇଥିବା ଭଳି ଅଭାବନୀୟ ଘଟଣା ଏଠାରେ ଦେଖିବାକୁ ମିଳିଛି । ମହିଳାଙ୍କ ବେଶ ପୋଷାକ ଯେମିତି ଏକ ବଡ଼ ଧରଣର ସମସ୍ୟା ତାଲିବାନୀଙ୍କ ପାଇଁ ସୃଷ୍ଟି କରିଛି ।    ଆଫଗାନିସ୍ତାନକୁ ଅଧିକାର କରିନେବା ପରେ  ପ୍ରଥମ ଫତଓ୍ୱା  ଜାରି କରିଛି ତାଲିବାନ । ବିଶ୍ୱ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ ।

ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତଓ୍ୱା ଜାରି କରାଯାଇଛି । ଫତଓ୍ୱାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପୁଅ ଏବଂ  ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତଓ୍ୱା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା ।

ସୂଚନା ମୁତାବକ,  ଗତ ରବିବାର ତାଲିବାନ କାନ୍ଦାହାର ପରେ ପରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ମଙ୍ଗଳବାର ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ସରିଆ କାନୁନ ଅଧିନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ । କିନ୍ତୁ ଏବେ ଯେଉଁଭଳି ଭାବରେ ମହିଳାଙ୍କ ସହିତ ବ୍ୟବହାର କରିବା ଆରମ୍ଭ ହୋଇଛି, ଆଗାମୀ ଦିନରେ କ’ଣ ଘଟିବ ତାହା ଅନୁମାନ କରିବା ଅସମ୍ଭବ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀନାରାୟଣ ମିତ୍ତଲ, ବୁଲିଦେଖିଲେ କେନ୍ଦ୍ରାପଡା ପ୍ରସ୍ତାବିତ ପ୍ଲାଣ୍ଟ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟିଲେ ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ  । କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହୋଇଛି । ଆର୍ସେଲର -ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ  ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ ।

ଏହା ପୂର୍ବରୁ ସେ କେନ୍ଦ୍ରାପଡାରେ ପ୍ରସ୍ତାବିତ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିବା ସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ପ୍ଲାଣ୍ଟର ନକ୍ସା ଅନୁସାରେ ଏହାର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ମିତ୍ତଲ । କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ହେଲେ, ଏଠାକୁ ଆସିବାକୁ ଥିବା କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ ନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ମହାକାଳପଡା ବତିଘର ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ । କେନ୍ଦ୍ରାପଡାରେ ଆର୍ସେଲର -ମିତ୍ତଲ ନିପନ ଷ୍ଟିଲ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟର ତ୍ୱରିତ ଦିଗକୁ ନେଇ ଆଲୋଚନା କରିଛନ୍ତି ଆର୍ସେଲର -ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ  ।

ମାର୍ଚ୍ଚରେ ଫସି ଯାଇଥିଲା ଏଭର ଗିଭେନ୍‌, ଏବେ ପୁଣି ଅତିକ୍ରମ କଲା ସୁଏଜ୍‌ କେନାଲ

ଇସମାଇଲା: ଗତ  ମାର୍ଚ୍ଚ ମାସରେ ଖୁବ୍‌ ଚର୍ଚ୍ଚା ସାଉଣ୍ଟିଥିଲା ସୁଏଜ କେନାଲରେ ଫସି ରହିଥିବା ଏଭର ଗିଭେନ୍‌ ମାଲବାହୀ ଜାହାଜ । ସୁଏଜ କେନାଲରେ ଫସି ରହି ସମଗ୍ର ବିଶ୍ୱ  ବାଣିଜ୍ୟକୁ ଗୋଟିଏ ପଟେ  ଅଟକାଇ ଦେଇଥିବା ବୃହତ୍ ମାଲବାହୀ ଜାହାଜ ଏଭର ଗିଭେନ  ଶୁକ୍ରବାରଦିନ ପୁଣି ଥରେ ସୁଏଜ କେନାଲ ଅତିକ୍ରମ କରିଛି ।

ବ୍ରିଟେନରୁ ଚୀନ ଯାଉଥିବାବେଳେ ଜାହାଜଟି ସୁଏଜ କେନାଲ ଅତିକ୍ରମ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବଥର ସମସ୍ୟାରେ ପଡ଼ିଥିବା ଏଭର ଗିଭେନ୍‌ ଚଳିତ ଥର କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ  ସୁରୁଖୁରୁରେ କେନାଲ ଅତିକ୍ରମ କରିଛି ବୋଲି  କହିଛନ୍ତି ସୁଏଜ କେନାଲ ଅଥରିଟି  । ଏଥର ଏହି ଜାହାଜ ଅତିକ୍ରମ କରିବା ବେଳେ ଏସିଏର ଦୁଇଟି ଟଗବୋଟ୍ ଏହାକୁ ପାଇଲଟିଂ କରି ନେଇଥିଲେ । ଗତ ମାର୍ଚ୍ଚ ମାସ ପରେ ପ୍ରଥମ ଥର ପାଇଁ ଏହି ବୃହତ ଜାହାଜ ସୁଏଜ କେନାଲ ଅତିକ୍ରମ କରିଛି ।

ସୂଚନା ଅନୁସାରେ  ଗତ ମାର୍ଚ୍ଚ ୨୩ରେ ଜାପାନର ସୋଇ କିସେନ କାଇସା ନାମକ କମ୍ପାନି ମାଲିକାନାରେ ଥିବା ୪୦୦ ମିଟର ଲମ୍ବ ଏଭର ଗିଭେନ ସୁଏଜ କେନାଲରେ ଫସିଯାଇଥିଲା । ଏହା ପରେ ହିଁ ପ୍ରାୟ ୧ ସପ୍ତାହ ଧରି ସୁଏଜ କେନାଲରେ ଭିଡ଼ ଲାଗି ଯାଇଥିଲା । କେନାଲର ଉଭୟ ପଟେ ଶହ ଶହ ଜାହାଜ ଅଟକି ରହିଥିଲେ । ଏହା ଫଳରେ ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପଥ ପ୍ରଭାବିତ ହୋଇଥିଲା । ସବୁଠାରୁ ଖାସ୍‌ କଥା ହେଉଛି ଏହି ଜାହାଜ ଫସିବା ହେତୁ ଇଜିପ୍ଟରେ ଏହାକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥିଲା । ଯେଉଁଥରେ ମମି ଅଭିଶାପ ଥିଲା ଗୋଟିଏ ।

ନବୀନ ମନ୍ତ୍ର: ‘ଅନନ୍ତ ସମ୍ଭାବନାର ପ୍ରତୀକ ଛାତ୍ରଛାତ୍ରୀ, ସ୍ୱପ୍ନକୁ ସାକାର କରିବ ରୂପାନ୍ତର’

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ୱପ୍ନ ଓ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରୂପାନ୍ତର ଆଣିଛି ସୁଯୋଗ। ପିଲାଙ୍କ ସ୍ୱପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତର ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ Technology, Teamwork, time, Transparency ଓ Transformaton. ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । Technology ଆମକୁ Smart Class Room, e-Library, Computer ଓ Modern Laboratoryର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି Teamwork  ।

ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି। ୫-Tର ତୃତୀୟ ଆଧାର ହେଉଛି Time. ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ ଟାର୍ଗେଟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ।

୫-ଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଲା Transparency ବା ସ୍ୱଚ୍ଛତା। ସ୍କୁଲ ମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । Vision Document ଠାରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି । ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହା କି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ତାଲିବାନ ବାହାନାରେ କେନ୍ଦ୍ରକୁ ମେହବୁବାଙ୍କ ଚେତାବନୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ମେହବୁବା ମୁଫ୍ତି ଶନିବାର ତାଲିବାନ ବାହାନାରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଜମ୍ମୁ କାଶ୍ମୀର ଲୋକଙ୍କ ସହିତ କଥା ହେବାକୁ ଅପିଲ କରିଛନ୍ତି ।  ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପୁଣିଥରେ ଦିଆଯାଉ  ବୋଲି କହିଛନ୍ତି ମେହବୁବା । ମୁଫ୍ତି ଏହା ମଧ୍ୟ କହିଛନ୍ତିଯେ,  ତାଲିବାନ ଆମେରିକାକୁ ସେଠାରୁ ଚାଲିଯିବାକୁ ବାଧ୍ୟ କଲା ।  ଆମ ପ୍ରତୀକ୍ଷାର  ପରୀକ୍ଷା ନିଅନାହିଁ ।  ଯେଉଁଦିନ ପ୍ରତୀକ୍ଷା ଶେଷ ହୋଇଯିବ, ସେଦିନ ଆପଣ ମଧ୍ୟ ରହିବେନି ।  ଯଦି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ଶାନ୍ତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି,ତେବେ ଧାରା ୩୭୦କୁ ପୁଣିଥରେ ଲାଗୁ କରିବାକୁ ପଡ଼ିବ ଏବଂ ଆଲୋଚନା ମାଧ୍ୟମରେ ଜମ୍ମୁ କାଶ୍ମୀରର ସମସ୍ୟା ଦୂର କରିବାକୁ ପଡ଼ିବ ।

କୁଲଗାମରେ ସଭାକୁ ସମ୍ବଦ୍ଧିତ କରି ମେହବୁବା ମୁଫ୍ତି କହିଛନ୍ତିଯେ,  ଆଫଗାନିସ୍ତାନରେ ତାଲିବାନ  ଆମେରିକାକୁ ସେଠାରୁ ଚାଲିଯିବାକୁ ବାଧ୍ୟ କଲା । । କିନ୍ତୁ ତାଲିବାନର ଚାଲିଚଳଣି ଉପରେ ପୂରା ଦୁନିଆ ନଜର ରଖୁଛି ।  ମୁଁ ତାଲିବାନୀଙ୍କୁ ଅନୁରୋଧ କରୁଛିଯେ, ସେମାନେ ଏଭଳି କିଛି ନକରନ୍ତୁ ଯାହାଦ୍ୱାରା ପୂରା ଦୁନିଆ ତାଙ୍କପ୍ରତି ବିରୋଧାତ୍ମକ ଆଚରଣ କରିବ । ତାଲିବାନରେ ବନ୍ଧୁକର ଭୂମିକା ଶେଷ ହୋଇ ଯାଇଛି ।  ଏବେ ବିଶ୍ୱ ଦେଖିବ ସେମାନେ କେଉଁଭଳି ବ୍ୟବହାର କରୁଛନ୍ତି ।

ପିଡିପି ମୁଖ୍ୟ କହିଛନ୍ତିଯେ,  ୧୯୪୭ରେ  ତତ୍କାଳୀନ ପିଏମ୍‌ ଜଓ୍ୱାହର ଲାଲ ନେହେରୁ କହିଥିଲେଯେ, ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ।  ଏହା ସହିତ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବ ।  ଏହା ସହିତ ସେ କହିଛନ୍ତିଯେ, ସ୍ୱାଧୀନତା ସମୟରେ ଯଦି ଭାଜପା ସତ୍ତାରେ ଥାନ୍ତା ତେବେ ଜମ୍ମୁ କାଶ୍ମୀର ଭାରତର ଅଂଶ ହୋଇନଥାନ୍ତା ।

ମେହବୁବା ମୁଫ୍ତିଙ୍କ ବୟାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତିଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର ସ୍ଥିତିରେ ଏଭଳି ବୟାନ ଦେବା ଅନୁଚିତ୍‌ ।  ଜମ୍ମୁ-କାଶ୍ମୀରରେ ସର୍ବଦା ଭାରତର ଅଂଶ ହୋଇ ରହିଆସିଛି ।

ଅନ୍ୟପଟେ ଭାଜପାର ରାଜ୍ୟ ଅଧ୍ୟକ୍ଷ ରବିନ୍ଦ୍ର ରୈନା ପିଡିପି ନେତା ମେହବୁବା ମୁଫ୍ତିଙ୍କ ଏହି ବୟାନକୁ ନେଇ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି, ଭାରତ ଏକ ମଜବୁତ ଦେଶ ।  ନରେନ୍ଦ୍ର ମୋଦି ଆମ ପ୍ରଧାନମନ୍ତ୍ରୀ, ଜୋ ବାଇଡେନ ନୁହଁନ୍ତି ।  ଆମେ ଆତଙ୍କବାଦୀଙ୍କ ମୂଳପୋଛ କରିଦେବୁ ।  ମେହବୁବା ମୁଫ୍ତି ହେଉଛନ୍ତି ଦେଶଦ୍ରୋହୀ । ସେ ଦେଶଦ୍ରୋହରେ ଲିପ୍ତ ।  ମେହବୁବା ମୁଫ୍ତି କାଶ୍ମୀରରେ ତାଲିବାନ୍‌ ରାଜ୍‌ ଚାହୁଁଛନ୍ତି ।  କିନ୍ତୁ ଆମ ସରକାର ସମସ୍ତ ଆତଙ୍କୀଙ୍କୁ ଶେଷ କରିଦେବେ ।

ବାଘ ମୁହଁରୁ ନାତୁଣୀକୁ ଟାଣି ଆଣିଲେ ବୟସ୍କ ଦମ୍ପତି

0

ଶ୍ୟୋପୁର: ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଏବେ ଦୁଇ ବୟସ୍କ ଜେଜେ-ଜେଜେମା’ ସାହସିକତାକୁ ନେଇ ଖୁବ୍‌ଚର୍ଚ୍ଚା ହେଉଛି । କାରଣ ଏମାନେ ନିଜ ଜୀବନକୁ ବାଜି ଲଗାଇ ବାଘ ମୁହଁରୁ ତାଙ୍କ ନାତୁଣୀକୁ ଛଡ଼ାଇ ଆଣିଛନ୍ତି । ମଧ୍ୟପ୍ରଦେଶରେ ଚାରିଆଡ଼େ ଏବେ ଏହି ଚର୍ଚ୍ଚା ହେଉଛି ।

ଘଟଣା ଶ୍ୟୋପୁର ଜିଲ୍ଲାର କରାହଲ ଗାଁ’ର । ଏଠାରେ ଜୟ ସିଂ ଗୁର୍ଜର ଏବଂ ତାଙ୍କ ପତ୍ନି ବସନ୍ତୀ ବାଈ ତାଙ୍କ ଏକ ବର୍ଷର ନାତୁଣୀ ସହିତ ଘର ଅଗଣାରେ ଶୋଇଥିଲେ ।

ସୂଚନା ଅନୁସାରେ ରାତିର ଅନ୍ଧାରରେ ଅଚାନକ ଏକ ବାଘ ଚାଲି ଆସିଲା ଏବଂ ଶୋଇଥିବା ନାତୁଣୀକୁ ମୁହଁରେ ଟାଣିନେଲା । ପିଲାଟି କାନ୍ଦିବା ମାତ୍ରେ ବୟସ୍କ ଦମ୍ପତିଙ୍କର ହଠାତ୍‌ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବା ମାତ୍ରେ ବାଘ ମୁହଁରେ ନାତୁଣୀକୁ ନେଇ ସେମାନଙ୍କ ହୋଶ୍‌ଉଡ଼ିଗଲା । କ’ଣ କରିବେ କିଛି ବୁଝି ପାରିଲେନି । ଉଭୟ ବାଘ ସହିତ ଟଣା ଓଟରା କରିବା ଆରମ୍ଭ କରିଦେଲେ । ଏହି ସମୟରେ ଉଭୟଙ୍କ ଶରୀର ବାଘ ଦାନ୍ତ ଦ୍ୱାରା କ୍ଷତବିକ୍ଷତ ହୋଇଯାଇଛି ।

ଶବ୍ଦ ଶୁଣିବା ମାତ୍ରେ ପରିବାରର ଅନ୍ୟ ସଦସ୍ୟଙ୍କ ନିଦ ବାଙ୍ଗିଗଲା । ସାହି ପଡ଼ିଶା ମଧ୍ୟ ପହଞ୍ଚିଗଲେ । କିନ୍ତୁ ସେତେବେଳକୁ ବାଘ ପିଲାଟିକୁ ଛାଡ଼ି ଚାଲି ଯାଇଥିଲା । ପିଲାଟିର ଜେଜେଙ୍କ ଗୋଡ଼ରେ ବାଘ ଦାନ୍ତରେ ଗମ୍ଭୀର ଆଘାତ ଲାଗିଛି । ତେବେ ଏହି ଘଟଣା ପରେ ଗାଁରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

ଏଣିକି ସ୍ମାର୍ଟ କ୍ଲାସରୁମରେ ପଢିବେ ଛାତ୍ରଛାତ୍ରୀ, 50ଟି ହାଇସ୍କୁଲର ହେଲା ରୂପାନ୍ତର

ଗଞ୍ଜାମ: ସ୍ମାର୍ଟ କ୍ଲାସରୁମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବଳିଷ୍ଠ ପ୍ରୟାସ  । ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି  ସରକାର । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକର 50ଟି ହାଇସ୍କୁଲର ରୂପାନ୍ତରଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ନିର୍ମାଣ ହୋଇଛି ଶ୍ରେଣୀ ଗୃହ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯାଇଛି  । ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍ପୁଲ ମାନଙ୍କରେ ଉପଲବ୍ଧ କରାଯାଇଛି  ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନେ‌ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଗଞ୍ଜାମ ଜିଲ୍ଲାରଲ ୫୦ଟି ବିଦ୍ୟାଳୟ  । ରୂପାନ୍ତିକରଣ ହୋଇଥିବା ଏହି ସମସ୍ତ ବିଦ୍ୟାଳୟର  ବିଧାୟକ ଏବଂ  ବିଭିନ୍ନ ମନ୍ତ୍ରୀ ଉପସ୍ଥିତ ରହିଛନ୍ତି  । ଜିଲ୍ଲାପାଳ ଏବଂ ବିଜେଡ଼ି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ରହିଛନ୍ତି  ।  ସେପଟେ ଆଜି ସକାଳୁ ରାଜ୍ୟର  20ଜଣ ବିଧାୟକ ଏହି ସମସ୍ତ  ସ୍କୁଲଗୁଡ଼ିକ ବୁଲି ଦେଖିଛନ୍ତି  ।

ହିଞ୍ଜିଳି ଓ ଶେରଗଡ ଅଂଚଳରେ ଅତ୍ୟାଧୁନିକ ସୁବିଧା ସୁଯୋଗ କିପରି ବିଦ୍ୟାଳୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଉପଲବ୍ଧ କରାଯାଇଛି ତାହାକୁ ଅନୁଧ୍ୟାନ କରିଛନ୍ତି ବିଧାୟକ ଓ ମନ୍ତ୍ରୀ  । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶରେ ଏପରି ଅନୁଷ୍ଠାନ ଭରପର ସହାୟକ ହେବ  । ୫T ହାଇସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ଗଞ୍ଜାମ ଜିଲ୍ଲାର ଏହି ୫୦ଟି ସ୍କୁଲର ରୂପାନ୍ତିକରଣ କାର୍ଯ୍ୟ କରାଯାଇଛି  ।  ଏପରି ବାତାବରଣ ଚାତ୍ରଛାତ୍ରୀଙ୍କ ମଧ୍ୟରେ ନୃତନ୍ୱତ ଭରିଦେବ  । ଏହା କୌଣସି ବେସରକାରୀ ବିଦ୍ୟାଳୟର ସୁବିଧା ସୁଯୋଗ ଠାରୁ ମଧ୍ୟ କମ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ଉପସ୍ଥିତ ବିଧ୍ୟାୟକ  ।