spot_img
Home Blog Page 5300

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ୍

ବଲାଙ୍ଗାର: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ତଦନ୍ତର ସପ୍ତମ ଦିନ। ସୌମ୍ୟଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍।  ମାମଲାର ବିଭିନ୍ନ ଦିଗକୁ ନେଇ ପୋଲିସ ସହ ଆଲୋଚନା କରୁଛି ତଦନ୍ତକାରୀ ଦଳ। କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା। ବିଭିନ୍ନ ଦିଗକୁ ନେଇ ତାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଘଟଣା ଦିନ କାହିଁକି ଅମ୍ବୁଲାନ୍ସ ଅଟକାଇଥିଲେ ଥାନା ଅଧିକାରୀ ? ବିଦ୍ୟାଭାରତୀଙ୍କ ସହ ତାଙ୍କ ସମ୍ପର୍କ କଣ ? ଏମିତି ଅନେକ କିଛି ଦିଗକୁ ନେଇ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ଟିମ୍ ।

ପୂର୍ବରୁ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ମଧ୍ୟ ମାରାଥନ୍ ଜେରା କରିଛି । ଏଥିସହ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ଉପସ୍ଥିତ ଥିବା ପାରଳାଖେମୁଣ୍ଡି ତହସିଲଦାରଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ତେବେ ଶୀଘ୍ର ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା କରିବାକୁ ଦାବି କରିଛନ୍ତି ପରିବାର ଲୋକ।

ଆଫଗାନିସ୍ତାନ ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଚୀନ: ତାଲିବାନ

କାବୁଲ: ଆଫଗାନିସ୍ତାନ ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଚୀନ । ଚାଇନିଜ୍ ନ୍ୟାସନାଲ ବ୍ରଡକାଷ୍ଟକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି ତାଲିବାନୀ ମୁଖପାତ୍ର ସୁଶୀଲ ସାହିନ୍ ।

ତାଲିବାନ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରୀ ଦେଇଥିବା ବୟାନର ଠିକ୍ ଘଣ୍ଟାଏ ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ମୁଖପାତ୍ର । ଚୀନ ବୈଦେଶିକ ମନ୍ତ୍ରୀ ନିଜ ମନ୍ତବ୍ୟରେ କହିଥିଲେ ଯେ,  ବର୍ତ୍ତମାନର ତାଲିବାନୀଙ୍କ ପାଖରେ ପୂର୍ବାପେକ୍ଷା ଅଧିକ ସଶକ୍ତ ନେତୃତ୍ୱ ରହିଛି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟତା ରହିଛି ।

ଆଫଗାନିସ୍ତାନ ଏବଂ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗତ ତାଲିବାନୀ ଶାସନ ସମୟରେ ଲାଗୁ କଠୋର ଇସଲାମ୍ ଆଇନ ଲାଗୁ କରାଯିବାକୁ ନେଇ ଭୟଭୀତ ଅଛନ୍ତି ଯାହା ଗତ ୨୦ ବର୍ଷ ପୂର୍ବେ ଲାଗୁ କରାଯାଇଥିଲା ।

ଅନ୍ୟପକ୍ଷରେ ବର୍ତ୍ତମାନ ମହିଳାଙ୍କ ପାଇଁ ସେଭଳି କୌଣସି କଟକଣା ନାହିଁ । ସେମାନେ ପୂର୍ବ ଭଳି କାର୍ଯ୍ୟ କରିପାରିବେ । ସେମାନଙ୍କ ମଧ୍ୟରୁ କିଛି ଜଣ ଏବେ କର୍ମକ୍ଷେତ୍ରକୁ ଫେରିଥିବା ନେଇ ମଧ୍ୟ ତାଲିବାନୀ ମୁଖପାତ୍ରଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ଆଫଗାନିସ୍ତାନ ପୁନର୍ଗଠନରେ ଚୀନ ଭୂମିକା ନେଇ ସେ କହିଛନ୍ତି ଯେ, ଚୀନ ଏକ ବଡ଼, ଏହାର ଅର୍ଥନୀତି ମଧ୍ୟ ବହୁତ ବଡ଼ । ଏଣୁ ଚୀନ ଆଫଗାନିସ୍ତାନର ପୁନର୍ଗଠନ, ଥଇଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏଥିସହିତ ପଢ଼ନ୍ତୁ: ଅବନ୍ତୀପୋରାରେ ଏନ୍‌କାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ

ଉପାନ୍ତ ଦେଖିବ ସ୍ମାର୍ଟ ଇତିହାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବାସ୍ତବ ରୂପ ନେଉଛି ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡ଼ିଶାର ସ୍ୱପ୍ନ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିବ ନୂଆ ବିପ୍ଳବ । ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ  ଯୋଡ଼ିହେବ ଆଉ ଏକ ମାଇଲଖୁଣ୍ଟ। ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ କାର୍ଡ ବଣ୍ଟାହେବ। ମାଲକାନଗିରି ମାଟିରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉନ୍ମୋଚନ କରିବେ। ଏଥିପାଇଁ ମାଲକାନଗିରିରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଉ କିଛି ସମୟ ଭିତରେ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉନ୍ମୋଚନ କରାଯିବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୫୫ ହଜାର ୮୨୩ କାର୍ଡ ବଣ୍ଟନ କରାଯିବ । କାର୍ଡଧାରୀଙ୍କ ପାଇଁ ୫ ଲକ୍ଷରୁ ୧୦ ଲକ୍ଷ ଯାଏଁ ସ୍ୱାସ୍ଥ୍ୟ ବୀମା ରହିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମହିଳାଙ୍କୁ ଫେସବୁକରେ କଲ ଗାର୍ଲ ସଜେଇଦେଲେ ପଡ଼ୋଶୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପଡ଼ୋଶୀ ଯୁବତୀଙ୍କ କାରନାମା। ମହିଳାଙ୍କୁ ଫେସବୁକରେ କଲ ଗାର୍ଲ ସଜେଇଦେଲେ ପଡ଼ୋଶୀ ଯୁବତୀ। ଏ ନେଇ ଦୀର୍ଘ ୬ମାସ ହେଲା ଅଭିଯୋଗ କରି ମହିଳା ଜଣକ ଥାନାକୁ ଦୌଡ଼ିି ଦୌଡ଼ି ନୟାନ୍ତ ହେଲେଣି, ହେଲେ ମିଳୁନି ନ୍ୟାୟ। ଡମଣା ଅଂଚଳରେ ଘଟିଛି ଏହି ଘଟଣା।

ସୂଚନା ମୁତାବକ ଡମଣାରେ ରହୁଥିବା ଜଣେ ମହିଳାଙ୍କ ସହ ପଡୋଶୀ ଯୁବତୀଙ୍କ ନିବିଡ ସମ୍ପର୍କ ରହିଥିଲା। ଫଳରେ ମହିଳାଙ୍କ ଫେସବୁକ ଆକାଉଣ୍ଟ ନମ୍ବର ଯୁବତୀଙ୍କୁ ଜଣାଥିଲା। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଏହାର ପ୍ରତିଶୋଧ ନେବାକୁ ଯାଇ ସଂପୃକ୍ତ ମହିଳାଙ୍କ ଫେସବୁକ ଓ ମୋବାଇଲ ନମ୍ବରକୁ ସେକ୍ସ ପର୍ଣ୍ଣ ସାଇଟରେ ଯୁବତୀ ଜଣକ ଆଡ କରି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳାଙ୍କ ନମ୍ବରକୁ ଘନ ଘନ କଲ, ମ୍ୟାସେଜ ଓ ଭିଡ଼ିଓ ଆସୁଥିବା ଅଭିଯୋଗ ହୋଇଛି।

ଏନେଇ ଥାନାରେ ଅଭିଯୋଗ ପରେ ଯୁବତୀ ଜଣଙ୍କୁ ପୋଲିସ ପଚରା ଉଚାର କରି ଅଣ୍ଡର ଟେକିଂ ଦେଇ ଛାଡ଼ିଛି। ହେଲେ ଏବେ ପୁଣିଥରେ ମହିଳାଙ୍କ ମୋବାଇଲକୁ ଅଶ୍ଳିଳ ମେସେଜ ଓ ଭିଡିଓ ଆସୁଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ଗତ 6 ମାସ ହେଲା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ ନ୍ୟାୟ ଦେଉନଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ।

ଆଫଗାନିସ୍ତାନରୁ ଫେରିବେ ଆଉ ୪୫୦ ଜଣ ଭାରତୀୟ

ନୂଆଦିଲ୍ଲୀ:ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୪୦୦ରୁ ୪୫୦ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ଆଫଗାନିସ୍ତାନ ସେଲ ସହିତ ଯୋଗାଯୋଗ କରିବାକୁ କହିଛନ୍ତି।

ଆଫଗାନିସ୍ତାନର ଅତ୍ୟଧିକ ଅସ୍ଥିର ତଥା ବିପଜ୍ଜନକ ପରିସ୍ଥିତି ସମ୍ପର୍କରେ ଚଳିତ ବର୍ଷ ଏପ୍ରିଲରୁ କାବୁଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ  ପାଞ୍ଚଟି ସୁରକ୍ଷା ପରାମର୍ଶଦାତା ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଭାରତୀୟ ନାଗରିକମାନେ ଆଫଗାନିସ୍ତାନରେ ରହିଥିଲେ। ଏପ୍ରିଲ ୧୨, ଜୁନ୍ ୨୯ ଏବଂ ଜୁଲାଇ ୪ରେ ଦିଆଯାଇଥିବା ପ୍ରଥମ ତିନୋଟି ପରାମର୍ଶ । ଭାରତୀୟ ନାଗରିକଙ୍କୁ ଅପହରଣ କରାଯିବାକୁ ଦିଆଯାଉଥିବା ଧମକ ବିଷୟରେ ଚେତାଇ ସେମାନଙ୍କୁ ଦୂତାବାସରେ ପଞ୍ଜିକରଣ କରିବାକୁ କୁହାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଆଫଗାନ୍ ବିମାନବନ୍ଦରରେ ବାୟୁସେନା ବିମାନ: ରାଷ୍ଟ୍ରଦୂତଙ୍କ ସମେତ ୧୨୦ ଭାରତୀୟ ଉଦ୍ଧାର

ଅପରପକ୍ଷରେ ଏହା ପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ଆଫଗାନିସ୍ତାନ ସ୍ଥିତ କୁଟନୈତିଜ୍ଞ, ଦୂତାବାସ କାର୍ମଚାରୀ ସମେତ ଅନ୍ୟ କିଛି ଲୋକଙ୍କୁ ଭାରତ ସ୍ୱତନ୍ତ୍ର ପ୍ରତ୍ୟାବର୍ତ୍ତନ କରାଯାଇଥିଲା । ଏହା ପରେ ମଧ୍ୟ ଫସିରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ଭାରତ ।

ଦୁର୍ବଳ ଲଘୁଚାପ ସତ୍ତ୍ୱେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ବଦଳିବ ପାଣିପାଗର ମିଜାଜ। ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ସହିତ କମିବ ବର୍ଷାର ପରିମାଣ। କିନ୍ତୁ ମୌସୁମୀ ଟ୍ରପଲାଇନ୍ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ ବିଭାଗ ତରଫରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟରେ ୭ ଶହ ୯୭ ଦଶମିକ ୯ ମିଲିମିଟର ବର୍ଷା ହେବାକଥା, କିନ୍ତୁ ଏହି ସମୟ ମଧ୍ୟରେ ୫ ଶହ ୬୮ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ଭାବିକସ୍ବା ବର୍ଷା ରେକର୍ଡ କରାଯାଇଛି । ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, କେନ୍ଦୁଝରରେ ୪୨ ପ୍ରତିଶତ ଏବଂ ବଲାଙ୍ଗିରରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅବନ୍ତୀପୋରାରେ ଏନ୍‌କାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀର: ଜାମ୍ମୁ କାଶ୍ମୀରର ଅବନ୍ତୀପୋରାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ନିପାତ । ଅବନ୍ତୀପୋରାର ପାମ୍ପୋରରେ ଏବେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏହା ପୂର୍ବରୁ ଥନ୍ନାମଣ୍ଡି ଜଙ୍ଗଲରେ ଏକ ୩ ଜଣିଆ ଆତଙ୍କବାଦୀ ଦଳ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହାପରେ ଅଗଷ୍ଟ ୬ ତାରିଖ ଦିନ ପଙ୍ଗାଇ ଅଞ୍ଚଳରେ ଏକ ୫ ଜଣିଆ ଆତଙ୍କବାଦି ଦଳ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ୩ ଜଣ ଆତଙ୍କବାଦୀ ଚକମା ଦେଇ ଫେରାର ହୋଇଯାଇଥିଲେ।

ସାଲିଆସାହିରେ ଅବକରୀ ବିଭାଗର ଚଢ଼ାଉ, ଭାଙ୍ଗିଲା ୨୦ରୁ ଅଧିକ ମଦ ଭାଟି

ଭୁବନେଶ୍ୱର: ଭୁବନେଶ୍ୱରର ସାଲିଆସାହିରେ ଅବକାରୀ ସ୍କ୍ୱାଡ୍ ଏବଂ ପୋଲିସର ମିଳିତ ଚଢାଉ। ବ୍ୟାପକ ପରିମାଣର ଦେଶୀ ମଦ ଜବତ । ହଜାର ହଜାର ଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ। ୫ଟି ବଡ ଭାଟି ସହ ୧୫ରୁ ଅଧିକ ଛୋଟ ଭାଟି ଭାଙ୍ଗିଲା କଟକ ଫ୍ଲାଇଙ୍ଗ ସ୍କ୍ୱାଡ୍।

ଏଥିସହ ମଦ ରାନ୍ଧୁଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଯିବ ବୋଲି ଫ୍ଲାଇଙ୍ଗ ସ୍କ୍ୱାଡ ସୂଚନା ଦେଇଛି। ଚଢାଉକୁ ଆହୁରି ବ୍ୟାପକ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢାଉରେ କଟକ ଫ୍ଳାଇଙ୍ଗ ସ୍କ୍ୱାଡ୍ ସମେତ ଭୁବନେଶ୍ୱର ଅବକାରୀ କର୍ମଚାରୀ ମଧ୍ୟ ସାମିଲ ଥିଲେ ।

ରାଜଧାନୀରେ ବଢ଼ୁଛି ଡେଙ୍ଗୁ, ୨୪ ଘଣ୍ଟାରେ ୮୨ ରୋଗୀ ଚିହ୍ନଟ

ଭୁବନେଶ୍ୱରରେ: ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୮୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୫୫୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୦୬୦ଜଣ ସୁସ୍ଥ ହୋଇଥିବାବେଳେ ୪୯୮ଟି ଆକ୍ଟିଭ୍ କେସ୍ ରହିଛି।

ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୨୧ହଜାର ୫୭୨ଟି ଘରେ ମୋଟ ୯୨ହଜାର  ୩୭୨ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୫୪ହଜାର ୧୫୪ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଇବା ସହ ୫୫ହଜାର ୪୬୪ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି।

ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ: ୯୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୯୮୬ ପଜିଟିଭ୍ । କ୍ୱାରେଣ୍ଟଶଇନ୍‌ରୁ ୫୭୪ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୧୨ । ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୨୮ ଜଣ ଆକ୍ରାନ୍ତ । ସେହିପରି କରୋନାରେ ଆଉ ୬୯ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୩ ଜଣ ଥିବା ବେଳେ, କଟକରୁ ୧୩୯ ଓ ଷ୍ଟେଟ୍ ପୁଲରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ସେହିପରି ଯାଜପୁରରୁ ୪୯, ଜଗତସିଂହପୁରରୁ ୪୫, ମୟୂରଭଞ୍ଜରୁ ୩୨, ପୁରୀରୁ ୩୨, ବାଲେଶ୍ୱରରୁ ୨୫, ଅନୁଗୁଳରୁ ୨୪, କେନ୍ଦ୍ରାପଡ଼ାରୁ ୨୩, ନୟାଗଡ଼ରୁ ୨୦, ବଲାଙ୍ଗୀରରୁ ୧୭, ଢେଙ୍କାନାଳରୁ ୧୫, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୪, ସୁନ୍ଦରଗଡ଼ରୁ ୧୩, କେନ୍ଦୁଝରରୁ ୧୩, କନ୍ଧମାଳ ୧୨, ଦେବଗଡ଼ରୁ ୯, ଗଞ୍ଜାମରୁ ୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ରାୟଗଡ଼ାରୁ ୪, କୋରାପୁଟରୁ ୩, ମାଲକାନଗିରି, ସୋନପୁର, ବରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ହଜାରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ ଆକ୍ଟିଭ କେସ ରହିଛି ୯ ହଜାର ୫୭୮ ।

ଏଥିସହିତ ପଢ଼ନ୍ତୁ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡକୁ ନେଇ ବିଚଳିତ ଧର୍ମେନ୍ଦ୍ର: କଡ଼ା ଜବାବ ଦେଲେ ପ୍ରଣବ