spot_img
Home Blog Page 5305

ଆଇପିଓ ସିତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଡାଉ, ପୁରୀ-ଭୁବନେଶ୍ୱର-ନୟାଗଡ଼ରେ ରେଡ଼୍

ପୁରୀ: ଭିଜିଲାନ୍ସ ପଞ୍ଝାରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ । ଭିଜିଲାନ୍ସ ବିଭାଗ ପକ୍ଷରୁ ପୁରୀ କାର୍ଯ୍ୟାଳୟ ସମେତ 5ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ଭୁବନେଶ୍ବର, ନୟାଗଡ଼ ସହ ପୁରୀ ସିଦ୍ଧମହାବୀର ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିତାରାମଙ୍କୁ ଭିଜିଲାନ୍ସ ବିଭାଗ ପଚରା ଉଚୁରା କରିଛି । ଭିଜିଲାନ୍ସର 8ଟି ଟିମରେ 4 ଜଣ ଡ଼ିଏସପି, 5 ଜଣ ଇନ୍ସପେକ୍ଟର ଏହି ଚଢ଼ାଉ କରୁଛନ୍ତି । ସୀତାରାମଙ୍କୁ ପୁରୀରୁ ଉଠାଇ ନେଇଛି ଭିଜିଲାନ୍ସ ବିଭାଗ ।

ଆଫଗାନରେ ରହୁଥିଲେ କେନ୍ଦ୍ରାପଡ଼ା ପୁଅ, ‘ସ୍ଥିତି ମନେ ପକାଇଲେ ଲୋମ ଟାଙ୍କୁରି ଉଠୁଛି’

କେନ୍ଦ୍ରାପଡ଼ା: ଆଫଗାନିସ୍ତାନର ସ୍ଥିତି ମନେ ପକାଇଲେ ଲୋମ ଟାଂକୁରି ଉଠୁଛି । ସେଠାରେ ସ୍ଥିତି ବିଗିଡିବା ପରେ ଜଣେ ଓଡ଼ିଆ ସେଠାରୁ ପଳାଇ ଆସିଥିଲେ । ତାଲିବାନର ବର୍ବରତାକୁ ନେଇ ସମଗ୍ର ବିଶ୍ବ ସ୍ତବ୍ଧ ଥିବା ବେଳେ ନିଜ ନିଜ ଦେଶକୁ ଫେରୁଛନ୍ତି ବିଭିନ୍ନ ଦେଶ ନାଗରିକ । ଅଫଗାନିସ୍ଥାନରେ ରହି ଆମେରିକା ଆର୍ମି ବେଶରେ କାମ କରୁଥିବା ଜଣେ ଓଡ଼ିଆ ମଧ୍ୟ ଭାରତ ଫେରିଛନ୍ତି । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା କୁସୁନପୁର ଗାଁ ।

ମନୋରଞ୍ଜନ ସାହୁ ମେ ମାସରେ ନିଜ ଘରକୁ ଫେରିଛନ୍ତି । ଦୀର୍ଘ ୫ ବର୍ଷ ଧରି ସେ ଅଫଗାନିସ୍ତାନରେ ଥିଲେ । କିନ୍ତୁ ସେଠାରେ ସ୍ଥିତି ଖରାପ ହେବା ପରେ ମନୋରଞ୍ଜନ ଘରକୁ ଫେରି ଆସିଥିଲେ । ଏବେ ନିଜ ପରିବାର ସହିତ ସେ ଖୁସିରେ ଅଛନ୍ତି । ସେଠାକାର ଅବସ୍ଥା ମନେ ପକାଇଲେ ତାଙ୍କ ଭିତରେ ଭୟ ସଂଚାରିତ ହେଉଛି ବୋଲି କହିଛନ୍ତି ।

ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ଏରସମା ତହସିଲଦାର, ବିଡ଼ିଓ ଓ ଅତିରିକ୍ତ ଏସପି

ଜଗତସିଂହପୁର: ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ଏରସମା ତହସିଲଦାର, ବିଡ଼ିଓ ଓ ପାରାଦ୍ଵୀପ ଅତିରିକ୍ତ ଏସପି । ଅଧିକାରୀ ମାନଙ୍କୁ ଅଟକ ରଖିଲେ ପାରାଦୀପ ଢ଼ିଙ୍କିଆ ଗ୍ରାମବାସୀ । ନୂତନ ରାଜସ୍ୱ ଗ୍ରାମ ବୁଲିବାକୁ ଯାଇଥିବା ବେଳେ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।  ଦୀର୍ଘ ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ କବଳରୁ ମୁକୁଳୁଥିଲେ ବିଡ଼ିଓ , ତହସିଲଦାର ଓ ପାରାଦ୍ଵୀପ ଅତିରିକ୍ତ ଏସପି ।

ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ଇସ୍ତଫା ଦାବି କଲେ ଯୁବ ନେତୃତ୍ୱ

ରାଉରକେଲା:  ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କୁ ତୁରନ୍ତ ତାଙ୍କ ପଦରୁ ବହିଷ୍କାର କରାଯାଉ । ଏହି ଦାବି ନେଇ ରାଉରକେଲା ସମେତ ବିଭିନ୍ନ ଜିଲ୍ଲାରୁ କିଛି ଯୁବ କଂଗ୍ରେସ ନେତା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ସମ୍ବିଧାନକୁ ଉଲ୍ଲଂଘନ କରି ଯୁବ କଂଗ୍ରେସ ସଭାପତି ମନଇଚ୍ଛା ନେତା ବାଛୁଥିବାରୁ ଏହାକୁ ବିରୋଧ କରି ଦଳର ପ୍ରାଥମିକ ସଦସ୍ୟରୁ 50ରୁ ଊର୍ଦ୍ଧ୍ବ ଯୁବ କଂଗ୍ରେସ ନେତା ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଉରକେଲା ଯୁବ କଂଗ୍ରେସର 5ଜଣ ଯୁବନେତାଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରାଯାଇଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ । ଯୁବ କଂଗ୍ରେସ ସଭାପତି  ଦଳ ପ୍ରତି ସମର୍ପିତ ନେତାଙ୍କୁ ପଚାରୁ ନାହାଁନ୍ତି  । ବଂର ମନଇଛା କାର୍ଯ୍ୟ କରୁଛନ୍ତି  । ନିଜ ଇଚ୍ଚା ମୁତାବକ ଦଳରେ ନେଚା ବାଛୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅନେକ ଯୁବ ନେତୃତ୍ୱ  ।

ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷା ପରିମାଣ

ଭୁବନେଶ୍ୱର: ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷା ପରିମାଣ । ଉତ୍ତର ଓଡିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ନିକଟରେ ସୃଷ୍ଟ ଲଘୁଚାପ ବଳୟ ଧୀରେ ଧୀରେ ଦୁର୍ବଳ ହେଉଛି । ତେବେ ମନସୁନ୍ ଟ୍ରଫ୍ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୧ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୪ ଜିଲ୍ଲା ସୁନ୍ଦରଗଡ, ବରଗଡ, ଝାରସୁଗୁଡା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ । ୨୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ କମିବ ବର୍ଷା ପରିମାଣ ।

NDA ପରୀକ୍ଷାରେ ଏଣିକି ଛାତ୍ରୀ ସାମିଲ, ସେପ୍ଟେମ୍ବର 5ରେ ଦେବେ ଟେଷ୍ଟ

ନୂଆଦିଲ୍ଲୀ: ସୈନ୍ୟବାହିନୀରେ ପୁରୁଷପ୍ରାଧାନ୍ୟ ମାନସିକତାକୁ ସୁପ୍ରିମ ଧକ୍କା । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଏଣିକି ପରୀକ୍ଷା ଦେଇପାରିବେ ଛାତ୍ରୀ । ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ ଓ ସୈନିକ ସ୍କୁଲ ପକ୍ଷରୁ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣିକରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସେପ୍ଟେମ୍ବର 5ରେ ହେବାକୁ ଥିବା ପରୀକ୍ଷାରେ ଛାତ୍ରୀଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ  ସ୍ୱାଧୀନତା ଦିବସରେ ସୈନିକ ସ୍କୁଲରେ ଝିଅଙ୍କ ପାଠପଢ଼ା ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଛାତ୍ରୀ ଭାଗ ନେବା ନେଇ ଆଶା ଉଜ୍ଜୀବିତ ହୋଇଥିଲା  । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଏଲକୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ସେପ୍ଟେମ୍ବର 5ରେ ହିଁ ଛାତ୍ରୀ ମାନେ ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି  ।

କୁନି ପିଲାଙ୍କ ହାତରେ ବିଜେପି ପତାକା, ସମୀର ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ । ନୋଟିସ୍ ଜାରି କଲେ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଗତ 12 ତାରିଖରେ ଖୋର୍ଦ୍ଧା ଠାରେ ଧାରଣା ସମୟରେ ବିଜେପି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କୁ ସାମିଲ କରାଯାଇଥିଲା  । କୁନି ପିଲା ମାନେ ବିଜେପି ପତାକା ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା  ।

ଏପରି ଖବର ଦୈନିକ ଖବର କାଗଜ ସକାଳ ରେ ପ୍ରକାଶ ପାଇଥିଲା । ଛୋଟ ପିଲାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯିବା ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳ ବିଜେପି ଏପରି କରିବା ସାଧାରଣରେ ନିନ୍ଦା ପ୍ରକାଶ ପାଇଛି  । ସେପଟେ  ଏପରି କାହିଁକି କରାଯାଇଛି ? କେଉଁ ପରିସ୍ଥିତିରେ ଏହି ଶିଶୁ ମାନେ ସାମିଲ ହୋଇଛନ୍ତି  ସେ ନେଇ 26 ତାରିଖ ଭିତରେ କମିଶନଙ୍କ ପାଖରେ ପକ୍ଷ ରଖିବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଯେହେତୁ କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଆୟୋଜିତ କରାଯାଇଛି, ତେଣୁ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ପକ୍ଷଭୁକ୍ତ କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ନୋଟି, ଜାରି କରିଛନ୍ତି  । ଅଗଷ୍ଟ ୨୬ ତାରିଖ ମଧ୍ୟରେ ବିଜେପି ରାଜ୍ୟ ସଭାପତି ଏନେଇ ପକ୍ଷ ରଖିବେ ନୋଟିସ ଜାରି କରିଛନ୍ତି ସନ୍ଧ୍ୟାବତୀ ପ୍ରଧାନ  ।

ଟଙ୍କା ଭର୍ତ୍ତି ଗାଡ଼ି ଧରି ଛୁ ମାରିଥିଲେ ଦୁର୍ବୃତ୍ତ, ଧରିଲା ପୋଲିସ

ବ୍ରହ୍ମପୁର: ଟଙ୍କା ଭର୍ତ୍ତି ଗାଡ଼ି ଧରି ଛୁ ମାରିଥିଲେ ଦୁର୍ବୃତ୍ତ  । ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଯାଇଥିବା ଗାଡ଼ିକୁ ଧରି ଛୁ ମାରିଥିଲେ  । ଆଜି ପୋଲିସ ହାତରେ ପଡ଼ିଲେ  । ବ୍ରହ୍ମପୁର ବଡବଜାର ଥାନା ନିକଟସ୍ଥ ଏଟିଏମରୁ ଟଙ୍କା ଭର୍ତ୍ତି ସମୟରେ ଗାଡି ଧରି ଦୁବୃର୍ତ୍ତ ଫେରାର ହୋଇଯାଇଥିଲେ । ସେପଟେ ଫେରାର ଦୁର୍ବୃତ୍ତକୁ ଧରିଲା ପୋଲିସ । ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ନିକଟରୁ ଏଜିଏସ ସିକ୍ୟୁର ଗାଡି ସହ ଡ୍ରାଇଭରକୁ ଧରିଲା ପୋଲିସ ।

ଅଚେତ ଅବସ୍ଥାରେ ଡ୍ରାଇଭରକୁ ଧରିଛି ପୋଲିସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡ୍ରାଇଭରକୁ ଭର୍ତ୍ତି କରାଯାଇଛି । ଗାଡ଼ିକୁ ପୋଲିସ ଧରିବା ପରେ ମିଳିଥିବା ସୂଚନା ମୁତାବକ 24 ଲକ୍ଷ ଟଙ୍କା ଗାଡିରୁ ଗାଏବ ଅଛି  । ଏଜିଏସ କର୍ମଚାରୀ ଏହି ସୂଚନା ଦେଇଛନ୍ତି। ଏନେଇ ତଦନ୍ତ ଚଳାଇଛି ବଡବଜାର ଥାନା ପୋଲିସ  ।

ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଫୋକସରେ ପଞ୍ଚାୟତ ନିର୍ବାଚନ

ପୁରୀ: କୋଣାର୍କରେ ଅନୁଷ୍ଠିତ ହୋଇ ଯାଇଛି ପୁରୀ ଜିଲ୍ଲା ସ୍ତରୀୟ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାରଙ୍କ ଜନହିତକର କାର୍ଯ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳୀୟ କାର୍ଯ୍ୟକାର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଥ ସ୍ତରରେ ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି । କରୋନା ପରିଚାଳନାରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଯିବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ଦୁଇ ମନ୍ତ୍ରୀ ସାମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜୁ ଜନତା ଦଳ ଉପସଭାପତି ଦେବୀପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।

ସେହିପରି ସାଂସଦ ରାଜଶ୍ରୀ ମଲ୍ଲିକ, ରାାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଉମା ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇ ଓ ରୁଦ୍ରପ୍ରତାପ ମହାରଥୀ, ବିଜେଡ଼ି ନେତା ରମୁ ପାତ୍ର ଉପସ୍ଥିତ ଥିଲେ । ସେହିପରି  ଜିଲ୍ଲାର ସମସ୍ତ ବରିଷ୍ଠ ନେତୃତ୍ୱ, କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।

 

ମହିଳା ଟିଭି ଆଙ୍କରଙ୍କୁ ହଟାଇ ନିଜେ ଖବର ପଢିଲେ ତାଲିବାନ ମୁଖପାତ୍ର !

କାବୁଲ: ମହିଳାଙ୍କୁ କାମ କରିବାକୁ ସୁଯୋଗ ଦିଆଯିବ । ସରିୟତ ଅନୁସାରେ ମହିଳାଙ୍କ ଅଧିକାରର ରକ୍ଷା କରାଯିବ,ଏମିତି ବଡ଼ ବଡ଼ କଥା କହିବାର ୨୪ ଘଣ୍ଟା ଭିତରେ ତାଲିବାନ ନିଜ ବୟାନରୁ ଓହରି ଯାଇଛି । ଯାହାର ଉଦାହରଣ ଆଜି କାବୁଲ ଏୟାରପୋର୍ଟ ବାହାରେ ଦେଖିବାକୁ ମିଳିଛି । ଦେଶ ଛାଡିବାକୁ ଏୟାରପୋର୍ଟ ବାହାରେ ଜମା ହୋଇଥିବା ମହିଳା ଓ ଶିଶୁଙ୍କ ଉପରେ ତାଲିବାନ ଆତଙ୍କବାଦୀ ନିର୍ଦ୍ଦୟତାର ସହିତ ଆକ୍ରମଣ କରିଛନ୍ତି । ଗହଳି ହଟାଇବା ନାଁରେ ସେମାନେ ଧାରୁଆ ଅସ୍ତ୍ର,କଣ୍ଟା ଲାଗିଥିବା ତାରରେ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

ଏପରିକି ସେମାନେ ଗୁଳି ମାଡ କରିଥିବା ମଧ୍ୟ କୁହାଯାଇଛି । ଆମେରିକାର ଜଣେ ସାମ୍ବାଦିକ ଏୟାରପୋର୍ଟ ବାହାରେ ମହିଳା ଓ ଶିଶୁଙ୍କ ଉପରେ ହୋଇଥିବା ଆକ୍ରମଣର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଲସ ଏଞ୍ଜଲସ୍ ଟାଇମ୍ସର ସମ୍ବାଦଦାତ୍ତା ମାର୍କସ ୟେମ ଫଟୋ ଟ୍ୟୁଟ୍ କରି ଏହି ଆକ୍ରମଣ ପଛରେ ତାଲିବାନ ଥିବା ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ତଖର ପ୍ରଦେଶରେ ଜଣେ ମହିଳାଙ୍କୁ ବୁର୍ଖା ନପିନ୍ଧିଥିବାରୁ ଗୁଳି କରି ହତ୍ୟା କରାଯାଇଥିଲା । ତାଲିବାନ ଆତଙ୍କବାଦୀ ଏହି ହତ୍ୟାକାଣ୍ଡ କରିଥିଲେ ।

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ସରକାରୀ ଓ ବେସରକାରୀ ଅଫିସରେ କାମ କରିବାକୁ ମହିଳାଙ୍କୁ ଅନୁମତି ଦେଇଥିବା ତାଲିବାନ ବୁଧବାର ଦିନ ନିଜ କଥାରୁ ଓହରି ଯାଇଛି । ବୁଧବାର ଦିନ ଆଫଗାନିସ୍ତାନର ସରକାରୀ ଚାକିରିର ମହିଳାଙ୍କ ଆଙ୍କରଙ୍କୁ ନ୍ୟୁଜ୍ ପଢିବାକୁ ଦିଆ ଯାଇନଥିଲା । ଆଙ୍କରଙ୍କ ସ୍ଥାନରେ ତାଲିବାନ ମୁଖପାତ୍ର ସମ୍ବାଦ ପଢିଥିଲେ ।