ଗୁଣୁପୁର: ହୋଟେଲ ରୁମରେ ଖୋଲା ଡିଲ୍ । ଚାଲିଛି ଟଙ୍କା କାରବାର । ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ । ଖଟ ଉପରେ ଅନନ୍ତ ଶୟନ ମୁଦ୍ରାରେ ଅଛନ୍ତି ଖୋଦ ଅବକାରୀ ଅଧିକ୍ଷକ । କେତେ ବାକି ଥିଲା, କେତେ ଆଡଭାନ୍ସ ଦେବେ ସବୁର ହିସାବ ଦେଉଛନ୍ତି କନେଷ୍ଟବଳ । ରାୟଗଡ଼ା ଅବକାରୀ ବିଭାଗରେ ଚାଲିଛି ଏଭଳି କାରବାର । ମଦବ୍ୟବସାୟୀଠୁ ଟଙ୍କା ନେଇ କମିଶନ ଭାଗବଣ୍ଟା ବି ହେଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ପଦାରେ ପଡ଼ିଛି ଅବକାରୀ ବିଭାଗର କଳାକାରନାମା । ଜଣେ କନେଷ୍ଟବଳଙ୍କୁ ଢାଲ କରି ଅବକାରୀ ଅଧିକ୍ଷକ ଲୁଟୁଛନ୍ତି ଟଙ୍କା । ସେପଟେ ଭିଡିଓ ଭାଇରଲ୍ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଭିଡିଓ ରେ ଥିବା କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆଫଗାନିସ୍ତାନ ସ୍ଥିତି ନେଇ ମିଳିତ ଜାତିସଂଘ ବୈଠକରେ ଆଲୋଚନା: ବିଶ୍ୱ ସମୁଦାୟକୁ ଏକ ହେବାକୁ ୟୁଏନ୍ ମହାସଚିବଙ୍କ ଆହ୍ୱାନ
କାବୁଲ: ଆଫଗାନିସ୍ତାନରେ ଲାଗି ରହିଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଜାତିସଂଘ । ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ବୈଠକ । ଏଭଳି ସମୟରେ ବିଶ୍ୱ ସମୁଦାୟ ଏକ ହେବାର ଆବଶ୍ୟକତା ରହିଛି କହିଲେ UN ମହାସଚିବ । ତାଲିବାନ ସଂଯମତା ରକ୍ଷା କରିବା ସହ ମାନବିକତା ପ୍ରତି ଦୃଷ୍ଟି ଦେବା ଉଚିତ୍ । ପଡୋଶୀ ରାଷ୍ଟ୍ରମାନେ ଆଫଗାନିସ୍ତାନବାସୀଙ୍କୁ ସହଯୋଗ କରିବା ଜରୁରୀ ଅଟେ ବୋଲି କହିଲେ UN ମହାସଚିବ । ସେପଟେ ଆଫଗାନିସ୍ତାନ ସ୍ଥିତି ଉପରେ ନଜର ରଖିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ହିନ୍ଦୁ, ଶିଖ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି । ଆଫଗାନିସ୍ତାନରେ ଥିବା ଭାରତୀୟମାନେ ତୁରନ୍ତ ସ୍ୱଦେଶ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛି ବୈଦେଶିକ ମନ୍ତ୍ରାଳୟ ।
ଏଥିସହିତ ପଢ଼ନ୍ତୁ: ଚାରିଟା କାର ଓ ହେଲିକପ୍ଟରରେ ଟଙ୍କା ନେଇ ଦେଶରୁ ପଳାୟନ କରିଥିଲେ ଗନି
ଚାରିଟା କାର ଓ ହେଲିକପ୍ଟରରେ ଟଙ୍କା ନେଇ ଦେଶରୁ ପଳାୟନ କରିଥିଲେ ଗନି
କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଗନି ରବିବାର ଚାରୋଟି କାର୍ ଏବଂ ନଗଦ ଟଙ୍କା ଭର୍ତ୍ତି ହେଲିକପ୍ଟର ସହିତ ରାଜଧାନୀ କାବୁଲରୁ ପଳାୟନ କରିଛନ୍ତି । ଋଷ ଦୂତାବାସ ପ୍ରବକ୍ତା ନିକିତା ଇସ୍ଚୋକେଙ୍କ କହିବା ହେଲା ଯେ, ଚାରୋଟି କାରରେ ଟଙ୍କା ଭର୍ତ୍ତି ହୋଇଥିଲା । ସେ ଆହୁରି କିଛି ନଗଦ ଟଙ୍କା ଅନ୍ୟ ଏକ ହେଲିକପ୍ଟରରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁତକ ଟଙ୍କା ଭର୍ତ୍ତି ହୋଇପାରିନଥିଲା । ଏଣୁ କିଛି ଟଙ୍କା ରୋଡ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଋଷ ଖବର ସରବରାହ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
କାବୁଲକୁ ନିଜ କବ୍ଜାକୁ ନେଇ ସାରିଛି ଆଫଗାନିସ୍ତାନ । ଆଉ ଏହା ପରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଯାଇଛି । ଏବେ ଗାନିଙ୍କ ଠିକଣା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ମିଳିଥିବା ସୂଚନା ମୁତାବକ ଗାନିଙ୍କ ହେଲିକପ୍ଟରକୁ ତାଜକିସ୍ତାନରେ ଅବତରଣ ଅନୁମତି ନ ମିଳିବା ପରେ ଏବେ ସେ ଓମାନ୍ରେ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସେ ଯୁକ୍ତ ରାଷ୍ଟ୍ର ଆମେରିକା ଯିବା ନେଇ ପ୍ରସ୍ତୁତ ହେଉଛନ୍ତି ।
ରକ୍ତପାତକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଥିବା ନିଜ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ଅନ୍ୟପକ୍ଷରେ କାବୁଲକୁ ନିଜ ଅକ୍ତଆରକୁ ନେବା ପରେ ତାଲିବାନୀ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଥିଲା ।
ତେବେ ଆଫଗାନିସ୍ତାନ ରାଜଧାନୀକୁ କବ୍ଜାକୁ ନେବା ପରେ ଏବେ ସବୁଠି ଆତଙ୍କର ମହୋଲ ଦେଖିବାକୁ ମିଳିଛି । ବଡ଼ ବଡ଼ ଛକମାନଙ୍କରେ ତାଲିବାନୀ ସୈନ୍ୟ ମୁତୟନ ରହିଛନ୍ତି । ଯାତାୟତ କରୁଥିବା ଯାନବାହନକୁ ତନଖି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।
ଏଥିସହିତ ପଢ଼ନ୍ତୁ: ଜୀବନକୁ ବାଜି ଲଗାଇ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ: ବିମାନରୁ ଖସି ପଡ଼ିଲେ ୩ଜଣ, ଦେଖନ୍ତୁ ଭଡିଓ
ସେପ୍ଟେମ୍ୱର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର: ସେପ୍ଟେମ୍ୱର ପହିଲାରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ୱର ୧ରୁ ୯ ଯାଏଁ ଚାଲିବ ଅଧିବେଶନ । ୯ ଦିନ ମଧ୍ୟରୁ ୮ ଦିନ କାର୍ଯ୍ୟ ଦିବସ ରହିଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

