spot_img
Home Blog Page 5323

ସାଉଥ୍‌ ଷ୍ଟାର ପ୍ରକାଶ ରାଜ୍‌ଙ୍କ ଅସ୍ତ୍ରୋପଚାର ସଫଳ

ହାଇଦ୍ରାବାଦ: ସାଉଥ୍‌ ଷ୍ଟାର ତଥା ବଲିଉଡର ଜଣାଶୁଣା ଅଭିନେତା ପ୍ରକାଶ ରାଜ୍‌ ଅସ୍ତ୍ରୋପଚାର ସଫଳ ହୋଇଛି । କାନ୍ଧରେ ସାମାନ୍ୟ ଫ୍ୟକ୍ଚର ଯୋଗୁଁ ସେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ମଙ୍ଗଳବାର ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କ ଅସ୍ତ୍ରୋପଚାର ପୂରା ହୋଇଛି । ଅସ୍ତ୍ରୋପଚରା ପରେ ସେ ମେଡିକାଲ ବେଡ୍ ଉପରେ ବିଶ୍ରାମ ନେଉଥିବା ଏକ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ସେ ଲେଖିଛନ୍ତି, ମୋର ହାତର ସର୍ଜରୀ ସଫଳ ହୋଇଛି  । ଡେଭିଲ୍ ଇଜ୍ ବ୍ୟାକ୍… ସଫଳ ସର୍ଜରୀ … ଧନ୍ୟବାଦ ପ୍ରିୟ ବନ୍ଧୁ ଡ. ଗୁରୁଭା ରେଡ୍ଡୀ ଏବଂ ଆପଣମାନଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଖୁବ ଶୀଘ୍ର ପୁଣି କାମକୁ ଫେରିବି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଖୁବଶୀଘ୍ର ପ୍ରକାଶ ରାଜ୍‌ଙ୍କୁ ଫିଲ୍ମ ‘ପାଦା’ରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମ ପୋଷ୍ଟରକୁ  ସୋସିଆଲ୍ ମିଡିଆରେ ସେୟାର କରିଥିବା ବେଳେ ଏହାର ଟିଜର୍ ଖୁବଶୀଘ୍ର ରିଲିଜ୍ ହେବ ବୋଲି କହିଛନ୍ତି । ସେ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ନିଜ ସାଥି କଳାକାରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସହ କାମ କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି

ଏଥିସହିତ ପଢ଼ନ୍ତୁ: ଅଭିନେତା ପ୍ରକାଶ ରାଜ୍‌ଙ୍କ ଦୁର୍ଘଟଣା: ସର୍ଜରୀ ପାଇଁ ମେଡିକାଲରେ ଭର୍ତ୍ତି

ଆମ୍ୱୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୪ ଜଣଙ୍କ ମୃତ୍ୟୁ

ଗୁଣୁପୁର: ଅମ୍ବାଦଳା ଥାନା ମଞ୍ଜୁରିକୁପା ନିକଟ ମୁଖ୍ୟରାସ୍ତା ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୋଇ ଆମ୍ବୁଲାନ୍ସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ମୃତକ ବଲାଙ୍ଗୀର ଜିଲ୍ଲାର । ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରୁଥିଲେ । ଟ୍ୟାଙ୍କରଟି ଝାରସୁଗୁଡାରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ତିନି ପୁରୁଷ ରହିଛନ୍ତି । ଘଟଣାସ୍ଥଳରେ ମୁନିଗୁଡା ଏସଡିପିଓ ଓ ଅମ୍ବାଦଳା ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚର STF କବଜାରେ ୩ ବ୍ରାଉନସୁଗାର ବେପାରୀ

ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର

ବରଗଡ଼: ରାଜ୍ୟରେ ସୁଦୃଢ଼ ହେଉଛି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା । ଏଥିସହିତ ଆଗକୁ ରାଜ୍ୟରେ ମିଳିବ G+୫ କ୍ୟାନସର ଚିକିତ୍ସା ।

ସୂଚନା ଅନୁଯାୟୀ, ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର । ଏଥିପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । G+୫ କର୍କଟ ସେବା କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପ୍ରାଶାସନିକ ଅନୁମତି ମିଳିଥିବା ସୂଚନା ମିଲିଛି ।

ଏହି କ୍ୟାନସର କେୟାର ସେଣ୍ଟର ହେଲେ ବରଗଡ଼ ଓ ଆଖପାଖ ଅଞ୍ଚଳର ରୋଗୀ ସୁବିଧାରେ ଚିକିତ୍ସା ପାଇପାରିବେ।

 

ମୁମ୍ବାଇରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ରୋଗୀ ମୃତ

ମୁମ୍ବାଇ: ମୁମ୍ବାଇରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡିଛି। ନିକଟରେ ଜେନମ ସିକ୍ବେନ୍ସି ରିପୋର୍ଟରେ ମହିଳା ଜଣଙ୍କ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

୨୧ ଜୁଲାଇରେ ମହିଳା ଜଣକ କରୋନା ସଂକ୍ରମିତ ହୋଇଥିଲେ । ପରେ ୨୭ ଜୁଲାଇରେ ସଂକ୍ରମିତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି। ମହିଳାଙ୍କ ପରିବାରର ୬ ସଦସ୍ୟ ଏବେ ବି କରୋନା ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଡେଲଟା ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ରିପୋର୍ଟ ଆସିଥିବା ବେଳେ ଅନ୍ୟ ୪ଜଣଙ୍କ ଜେନମ ସିକ୍ବେନ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Corona Lambda Variant Is More Dangerous Than Delta Malaysia Warns

ଏବେସୁଦ୍ଧା ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଆକ୍ରାନ୍ତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବିଏମସି ରିପୋର୍ଟ ଦେଇଛି । ପୂର୍ବରୁ ୮୦ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟରେ ଡେଲଟା ପ୍ଲସ ଆକ୍ରାନ୍ତ ୬୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ମୁମ୍ବାଇର ।

ସମ୍ଭାବ୍ୟ ତୃତୀୟ ଲହର ପାଇଁ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ: ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ ବେଡ୍‌।

ଆବଶ୍ୟକସ୍ଥଳେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ବି କରାଯିବ । କେଉଁ ସ୍ଥାନରେ କରାଯିବ ସେ ନେଇ କେ୍‌ସ ଲୋଡ଼ ସ୍ଥିତି ଦେଖି ଆବଶ୍ୟକ ସ୍ଥଳେ ନିଷ୍ପତି ହେବ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ମୁକାବିଲା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି ।

Corona Lambda Variant Is More Dangerous Than Delta Malaysia Warns

ଏହି କମିଟି ଜିଲ୍ଲା ସ୍ତରରେ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବ । ପ୍ରସ୍ତୁତି କଣ ଚାଲିଛି, କେମିତି ପ୍ରସ୍ତୁତି ତ୍ୱରାନ୍ୱିତ ହେବ, କଣ ଆବଶ୍ୟକ ସେ ନେଇ କମିଟି ରିପୋର୍ଟ ଦେଲେ ସରକାର ପ୍ରସ୍ତୁତ ହେବେ । ଯଦି କୌଣସି ଲକ୍ଷଣ ଥିବା ଶିଶୁମାନେ ହସ୍ପିଟାଲରେ ଆଡ଼ମିଟ୍‌ ହୁଅନ୍ତି ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ; ବିନା ସୁଧରେ ମିଳିବ ୫୦ ହଜାର ଟଙ୍କା ଯାଏଁ ଋଣ

ଭୁବନେଶ୍ୱର: କୋଭିଡ ସମୟରେ ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ପ୍ୟାକେଜ ଅଧିନରେ ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ଗୃହ ସହ କର୍ମଶାଳା ଯୋଗାଇ ଦିଆଯିବ। ଏ ପର୍ଯ୍ୟନ୍ତ ୧୧,୬୯୫ଟି ଗୃହ ସହ କର୍ମଶାଳା ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇ ବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି। ଯାହା ସେମାନଙ୍କ ପାଇଁ ସହାୟକ ହେବ ।

ଆହୁରି ମଧ୍ୟ ବୁଣାକାର ମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନାରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ। ସମସ୍ତ ଯୋଗ୍ୟ ବୁଣାକାର ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପଞ୍ଚାୟତ ରାଜ ବିଭାଗର ଗାଇଡଲାଇନ ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ। ସେହିଭଳି ଏହି ପ୍ୟାକେଜରେ କଂକ୍ରିଟ ହୋଇନଥିବା ୧୫,୦୦୦ ଲୁମ ପିଟ କୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ । ପ୍ରତି ଲୁମ ପିଟ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ଏବେ ସୁଦ୍ଧା ରାଜ୍ୟର ୩୧,୩୪୨ଟି ଲୁମ ପିଟ ମଧ୍ୟରୁ ୧୫,୦୭୧ଟି ଲୁମ ପିଟକୁ କଂକ୍ରିଟ କରାଯାଇଛି ।

ଏହି ପ୍ୟାକେଜରେ ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା ସିଏଫସି, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ। ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି ।

ବିଜେଡ଼ିର ବଡ଼ ନିଷ୍ପତ୍ତି; ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ଦଳ

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ଟିକଟ ଦେବ ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଓବିସି ସଂଶୋଧନ ବିଲ ସଂସଦରେ ପାସ୍‌ ହୋଇଛି । ଏଣିକି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ବର୍ଗ ବା SEBC ତାଲିକା ପ୍ରସ୍ତୁତି ଆଗ ଭଳି କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର SEBC ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣର ସୁବିଧା ପାଉଛନ୍ତି।

ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ରହିଁଲେ କୌଣସି ଯୋଗ୍ୟ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି SEBC ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ପୂର୍ବଭଳି ରାଜ୍ୟଗୁଡିକ SEBC ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ବିଜେଡି ସମେତ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି। ସଂରକ୍ଷଣ ସୀମା ୫୦% ସୀମିତ ଥିବାରୁ SEBCଙ୍କୁ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ମିଳୁଛି ।

Naveen Sanctioned 2 Crore For Covid Management In Bolangir Dist

ରାଜ୍ୟ ସରକାରଙ୍କ SEBC ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି।

ତେଣୁ ପଛୁଆ ବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟ ମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ। ତେବେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପରି ନେବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍କାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ SEBCଙ୍କ ପାଇଁ ଅତି କମ୍‌ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଗତ ଲୋକସଭା ନିର୍ବାଚନରେ ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

ଭାଙ୍ଗୁଛି ଆଫଗାନିସ୍ତାନ: ଆମେରିକା ବି ଡରିଲାଣି ତାଲିବାନଙ୍କୁ, ପଠାଇଲା ୪ହଜାର ସୈନିକ

କାବୁଲ: ଦିନକୁ ଦିନ ବିଗିଡ଼ି ଚାଲିଛି ଆଫଗାନିସ୍ତାନ ପରିସ୍ଥିତି। ନିର୍ବାଚିତ ସରକାର ଦେଶ ଉପରୁ ନିଜର ଅସ୍ତିତ୍ୱ ହରାଇ ଚାଲିଛନ୍ତି। ଆଫଗାନିସ୍ତାନର ସୈନ୍ୟମାନେ ଆଉ ତାଲିବାନ ସହ ଯୁଦ୍ଧ କରିବାକୁ ସମର୍ଥ ହେଉ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ତାଲିବାନର ସଂଗଠିତ ଆକ୍ରମଣକୁ ଦେଖି ଆଫଗାନ ସେନା ଛତ୍ରଭଙ୍ଗ ଦେଉଛନ୍ତି।

ଅନେକ ସ୍ଥାନରେ ସୈନିକମାନେ ତାଲିବାନ ସହ ହାତ ମିଳାଇ ଆତଙ୍କବାଦୀ ହୋଇଯାଉଥିବା ନଜରକୁ ଆସିଛି। ଏପରି ମୁହୂର୍ତ୍ତରେ ଆଉ କାବୁଲ୍ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିସାରିଲାଣି ଯୁକ୍ତରାଷ୍ଟ୍ର ଆମେରିକା। ଏପରି କ୍ଷେତ୍ରରେ ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକ ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆମେରିକା ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ମାସ ଶେଷ ସୁଦ୍ଧା ସୈନିକ ପ୍ରତ୍ୟାହାର ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ଆଫଗାନିସ୍ଥାନରେ ଥିବା ନିଜର ଦୂତାବାସରୁ କର୍ମଚାରୀ ଓ ସୈନିକଙ୍କୁ ପ୍ରତ୍ୟାହାର କରିବା ପାଇଁ ଆଜି ୪ ହଜାର ସୈନିକଙ୍କ ସମେତ ୩ ହଜାର ଜଳ ଜାହାଜ ପ୍ରେରଣ କରିଛି।

ଭାରତ ମଧ୍ୟ ଏହାର ଦୂତାବାସ ଚାଲୁ ରଖିଥିଲେ ମଧ୍ୟ ପ୍ଲାନ୍- ବି ପ୍ରସ୍ତୁତ ରଖିଛି। ଏଠାରେ ଥିବା ଦେଢ଼ ହଜାରରୁ ଅଧିକ ଅଧିବାସୀଙ୍କୁ ତୁରନ୍ତ ବିମାନ ଧରି ଭାରତ ଫେରିଯିବାକୁ ଆହ୍ୱାନ ଦେଇଛି ଭାରତ।

ସରକାର ଓ ବୈଦେଶିକ ଶକ୍ତିର ପ୍ରଭାବ କମିବା ହେତୁ ସୁନାମୀଠୁ ଦ୍ରୁତ ବେଗରେ ମାଡ଼ି ଚାଲିଚନ୍ତି ତାଲିବାନ ଆତଙ୍କୀ। ଏପରିକି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କାବୁଲ ସୀମା ବି ତାଲିବାନୀଙ୍କ ଅଧୀନସ୍ଥ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସକାଳୁ ତାଲିମ ପ୍ରାପ୍ତ ତାଲିବାନ ଆତଙ୍କୀ ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ ନିଜ କବଜାକୁ ନେଇଛନ୍ତି। କାନ୍ଦାହାର ଜେଲ ଭାଙ୍ଗି ରାଜନୀତିକ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ଏହା ସହ ଗଜନୀ ସହର, ଲସ୍କରଗାହ ଓ ହେରାତ ସହରକୁ ମଧ୍ୟ ତାଲିବାନଙ୍କ କବ୍ଜାକୁ ଆସିଛି। ଗତ କିଛି ଦିନ ପୂର୍ବରୁ କାନ୍ଦାହାର ଜେଲ ଉପରେ ନଜର ପକାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲା ତାଲିବାନ । ହେଲେ ଏବେ ମିଶନରେ ସଫଳ ହୋଇଛି । ଯଦି ଏଭଳି ଭାବେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା ଜାରି ରୁହେ ଆସନ୍ତା ୯୦ ଦିନରୁ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା ।

ସେନା ଦୁର୍ବଳ ହେବାରୁ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ। ତାଲିବାନ ଆତଙ୍କୀ MI-24ଆଗରେ ଠିଆ ହୋଇ ଫଟୋ ସେୟାର କରିଛନ୍ତି । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକାପ୍ଟର ଗିଫ୍ଟ ଦେଇଥିଲା ।

ଏଭଳି ଶୋଚନୀୟ ପରିସ୍ଥିତିରେ ଆଫଗାନୀଙ୍କ ଅବସ୍ଥା କଥା କହିଲେ ନ ସରେ । ବୁଧବାର କାବୁଲର ଏକ ପାର୍କରେ ଶରଣ ନେଇଛନ୍ତି ଏକାଧିକ ପରିବାର । ସେଠାରେ ଶିବିରରେ ରହିଥିବା ଶରଣାର୍ଥୀଙ୍କ କହିବା ହେଉଛି ପ୍ରାୟ ୬ରୁ ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ଲଢେଇ ଝଗଡ଼ା ମଧ୍ୟରେ ଏମାନେ ସେଠାରେ ବନ୍ଧା ପଡ଼ିଥିଲେ । ପିଇବା ପାଇଁ ନିଜ ପାଇଁ ଚା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନଙ୍କୁ ଅନୁମତି ନଥିଲା । ସମସ୍ୟା ଏତେ ଥିଲାଯେ, ଶବ୍ଦରେ ମଧ୍ୟ ପ୍ରକାଶ କରି ହେବନି । ଯେମିତି ସେମିତି ହେଉ ସେଠାରୁ ଚାଲିଆସି ଜୀବନ ବଞ୍ଚାଇଥିବା କହିଛନ୍ତି ଜଣେ ଆଫଗାନ ମହିଳା ।

ତାଲିବାନରେ କ୍ରୁର ଶାସନକୁ ସହି ନ ପରି କୁନ୍ଦୁଜ, ତଖର ଓ ବଗଲାନରୁ ଅଧକରୁ ଅଧିକ ଲୋକ ମଙ୍ଗଳବାର କାବୁଲର ଏକ ପାର୍କରେ ଡେରା ପକାଇଥିବା ଭିଡ଼ିଓରେ ଦେଖବାକୁ ମିଳିଛି । ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଶିବିରରେ ସମସ୍ତଙ୍କୁ ଦେଖିବାକୁ ମିଳିଛି । ସହରରେ ଥିବା ଘର ଗୁଡ଼ିକରେ ଲୋକ ନୁହଁନ୍ତି ବରଂ ଅସ୍ତ୍ର ଶସ୍ତ୍ର ଭରପୂର ହେବାରେ ଲାଗିଛି । ନାଗରିକଙ୍କ ମୌଳିକ ଆବଶ୍ୟକତା ଯେମିତି ଏବେ ସ୍ୱପ୍ନ ପ୍ରାୟ।

କ୍ରାଇମବ୍ରାଞ୍ଚର STF କବଜାରେ ୩ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ୩ ବ୍ରାଉନସୁଗାର ବେପାରୀ ଧରା ପଡିଥିବା ବେଳେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧାରୁ ପାଖାପାଖି ୧ କେଜି ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ। ୨୦୨୦ ମସିହା ଅପେକ୍ଷା ଚଳିତ ବର୍ଷ ଅଧିକ ବ୍ରାଉନ ସୁଗାର ଜବତ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ। ଏପରିକି ସେ ଏସଟିଏଫ୍ ଓ କମିଶନରେଟ ପୋଲିସକୁ ପ୍ରଶଂସା କରିଛନ୍ତି। ଗତ ଏକ ବର୍ଷରେ ୩୬ କେଜି ବ୍ରାଉନ ସୁଗାର ଓ ୭୪ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଶହେରୁ ଅଧିକ ବେପାରୀ ଗିରଫ ହୋଇଛନ୍ତି।

ସେହିପରି ସାଲିଆ ସାହିରୁ ୬ ହଜାର ଲିଟର ପୋଚ୍‌ ଓ ୫ ଶହ ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି। ଅବକାରୀ ସ୍କ୍ୱାଡ୍‌ ଓ ଭୁବନେଶ୍ୱର ନୟାପଲ୍ଲୀ ଥାନାର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ୮ଟି କେସ ରୁଜୁ ହେବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ।

ଅପରପକ୍ଷେ ଚଢ଼ାଉକୁ ଆହୁରି ବ୍ୟାପକ କରିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଟିକାକରଣରେ ମାଇଲଖୁଣ୍ଟ, ଭୁବନେଶ୍ୱରରେ ଦିଆଗଲାଣି ୨୦ ଲକ୍ଷ ଭ୍ୟାକସିନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଦିଆଗଲଣି ୨୦ଲକ୍ଷ ଭ୍ୟାକସିନ୍ । ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ବିଏମସି । ରାଜଧାନୀରେ ଗତକାଲି ୯ଟା ସୁଦ୍ଧା ମୋଟ ୨୦ ଲକ୍ଷ ୪ ହଜାର ୪୨୮ ଡୋଜ ଟିକା ଦିଆଯାଇଛି।

ସେଥି ମଧ୍ୟରୁ ୧୧ ଲକ୍ଷ ୧୯ ହଜାର ୬୨୮ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ୮ ଲକ୍ଷ ୮୪ ହଜାର ୯୪୬ ଜଣ ଉଭୟ ଡୋଜ ଟିକା ନେଇ ସାରିଥିବା ସୂଚନା ମିଳିଛି।