spot_img
Home Blog Page 5333

ଓଡ଼ିଶାରେ ପହଞ୍ଚିଲେ ଓଡ଼ିଆ ହକି ତାରକା: ବିମାନରେ ବନ୍ଦରରେ କ୍ରୀଡ଼ାମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି କଲେ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଓଡ଼ିଆ ହକି ତାରକା । ମଙ୍ଗଳବାର ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଆ ହକି ଖେଳାଳି । ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ଓଡ଼ିଶା ଫେରିଛନ୍ତି ଉଭୟ ପୁରୁଷ ଓ ମହିଳା ହକି ଖେଳାଳି । ସଦ୍ୟ ସମାପ୍ତ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବେ ବେଳେ ମହିଳା ଦଳ କଡ଼ା ଟକ୍କର ଦେବା ସତ୍ତ୍ୱେ ପଦକ ବିଜୟରୁ ବଞ୍ଚିତ ହୋଇଛି । ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳା ହକି ଦଳରେ ୨ ଜଣ ଲେଖାଏଁ ଓଡ଼ିଆ ଖେଳାଳି ଭାଗ ନେଇଥିଲେ ଏବଂ ନିଜ ଦମ୍‌ଦାର ପ୍ରଦର୍ଶନ ସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ, ଦୀପଗ୍ରେସ ଏକ୍କା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲ ।

ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ପରେ ସେମାନଙ୍କ ଭିନ୍ନ କାର୍ ଜରିଆରେ ପାଇଲଟ ଗାଡ଼ି ସହ ଘରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି ।

ମୂର୍ତ୍ତିର ଉଚ୍ଚତା ନେଇ ଅସହମତି: ପାର୍ବଣ ଗାଇଡଲାଇନ୍‌ରେ ପରିବର୍ତ୍ତନ ନେଇ ନିବେଦନ କରିବ ପୂଜା କମିଟି

କଟକ: ସାରା ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ବିଭିନ୍ନ ପୂଜା କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ସରକାର । ହେଲେ ମାର୍ଗଦର୍ଶିକାର କେତେକ ନିୟମକୁ ନେଇ ଅସହମତି ପ୍ରକାଶ କରିଛି କଟକ ଦୁର୍ଗାପୂଜା କମିଟି। ମୂର୍ତ୍ତିର ଉଚ୍ଚତା ଓ ପରଦା ଭିତରେ ପୂଜା ନିଷ୍ପତ୍ତିର ପୁନଃବିଚାର ଦାବି କରିଛି କମିଟି ।  ଦେବୀଗଡ଼ାରେ ମୂର୍ତ୍ତୀ ବିସର୍ଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ।

କୋହଳ କରାଯାଉ ପାର୍ବଣ କଟକଣା । ମୂର୍ତ୍ତିର ଉଚ୍ଚତା ନିଷ୍ପତ୍ତିର କରାଯାଉ ପୁନଃବିଚାର । ଏଥିସହିତ ଆବଦ୍ଧ ମଣ୍ଡପରେ ପୂଜା କରାଯିବାକୁ ନେଇ ଜାରି ଗାଇଡଲାଇନରେ ପରିବର୍ତ୍ତନ କରିବାକୁ କରିଛନ୍ତି ଅନୁରୋଧ । ଦେବୀଗଡ଼ାରେ ମଧ୍ୟ ମୂର୍ତ୍ତି ବିସର୍ଜନ ଅନୁମତି ଦେବାକୁ ନିବେଦନ କରିଛି କଟକ ପୂଜା କିମିଟି । କରୋନା କାଳରେ ପୂଜା ପାଇଁ ସରକାର ଆଣିଥିବା ଗାଇଡଲାଇନକୁ ସ୍ୱାଗତ କରାଯାଇଛି । ହେଲେ କିଛି ନିୟମରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ବୋଲି କହିଛି ପୂଜା କମିଟି । ମୂର୍ତ୍ତିର ଖଡ଼ମା ଶହ ଶହ ବର୍ଷ ପୁରୁଣା । ମୂର୍ତ୍ତିର ଉଚ୍ଚତା ଠିକ ନହେଲେ ଠାକୁରାଣୀ ଗହଣା ଓ ପୋଷାକ ପିନ୍ଧି ପାରିବେ ନାହିଁ । ମନ୍ଦିର ଯେପରି ସ୍ୱଳ୍ପ ଭକ୍ତରେ ଖୋଲିଛି, ସେହି ପରି ଭକ୍ତଙ୍କୁ ରାସ୍ତାରୁ ଦୁର୍ଗା ମାଆଙ୍କ ଦର୍ଶନ ସୁଯୋଗ ଦିଆଯାଉ । ସେହିଭଳି ଶହ ଶହ ବର୍ଷ ହେବ ଦେବୀ ଗଡାରେ ଠାକୁର ବିସର୍ଜନ ହେବାର ପରମ୍ପରା ରହିଛି । ଏଣୁ ନିଷ୍ପତ୍ତିରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଆସନ୍ତା ଶୁକ୍ରବାର ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ।  ଗତବର୍ଷ ମଧ୍ୟ ପାର୍ବଣ ଗାଇଡଲାଇନ୍ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଛିଟା ପରିବର୍ତ୍ତନ ହୋଇଥିଲା ।

 

ମହାନଦୀ ପଡ଼ିଆ ପାଲଟିଛି ଏୟାର ଫିଲ୍ଡ , ଘର ବଖରାକୁ କରିଛନ୍ତି ପ୍ରୟୋଗଶାଳା

କଟକ: ସୋଲ ଓ ପଟି ସହ ଖେଳୁ ଖେଳୁ ସେ ବନି ଗଲେ ଏରୋପ୍ଲେନ ବୟ । ଅଳ୍ପ ବୟସରେ ଉଡ଼ାଜାହାଜ ଉଡ଼ାଇବାକୁ ଇଚ୍ଛା ତାଙ୍କୁ ଚଢାଇଲା ସଫଳତାର ଶିଡି । ଘରେ ବସି ତିଆରି କରୁଛନ୍ତି ରିମୋଟ କଣ୍ଟ୍ରୋଲ ଏରୋପ୍ଲେନ୍ ସହ ବହୁ ରିମୋର୍ଟ ସାମଗ୍ରୀ ।

ଅଟୋ ଚାଳକ ବାପାଙ୍କର ଇଞ୍ଜିନିୟର ପୁଅ । ମାତ୍ର ୧୪ ବର୍ଷ ବୟସରେ ବିଚକ୍ଷଣ ବୁଦ୍ଧି । ଆକାଶରେ ଏରୋପ୍ଲେନ୍ ଉଡ଼ାଇଛନ୍ତି କଟକ ତୁଳସୀପୁରର ଆଦିତ୍ୟ । ସୋଲ ସହ ଖେଳୁ ଖେଳୁ ପାଲଟିଗଲେ ଏରୋପ୍ଲେନ୍ ବୟ । ଗୋଟିଏ କି ୨ ଟି ନୁହେଁ ଏକାଧିକ ଏରୋପ୍ଲେନ ତିଆରି କରି ରିମୋଟରେ ଉଡ଼ାଉଛନ୍ତି ଆଦିତ୍ୟ । ମହାନଦୀ ପଡ଼ିଆ ତାଙ୍କ ପାଇଁ ପାଲଟିଛି ଏୟାର ଫିଲ୍ଡ । ଆଉ ଘରର ଗୋଟିଏ ବଖରା କରିଛନ୍ତି ସେ ପ୍ରୟୋଗଶାଳା ।

ପିଲାବେଳୁ ଉଡାଜାହାଜ ପ୍ରତି ଥିବା ଦୁର୍ବଳତା ତାଙ୍କୁ ଆଜି ଦେଇଛି ସ୍ବତନ୍ତ୍ର ପରିଚୟ । ଆଠ ବର୍ଷ ବୟସରୁ ଆଦିତ୍ୟ ତିଆରି ଆରମ୍ଭ କରିଥିଲେ ଏଭଳି ରିମୋଟ କଣ୍ଟ୍ରୋଲ ଏରୋପ୍ଲେନ୍ । ସାମର୍ଥ୍ୟ ଅନୁସାରେ ପୁଅକୁ ବାପା ଯୋଗାଇଥିଲେ ସାହାଯ୍ୟ ସହଯୋଗ । ଫଳରେ ନବମ ଶ୍ରେଣୀରେ ପଢୁଥିବା ଆଦିତ୍ୟ ଏବେ ଉଡାଜାହଜ ସହ ରିମୋଟ କଣ୍ଟ୍ରୋଲ ପାଣିଜାହଜ, ମୋଟର ସାଇକେଲ, ଜେସିବି ମେସିନ, ରୋବଟ୍ ଓ ସାଇକେଲ ତିଆରି କରିପାରିଛନ୍ତି । ଆଗକୁ ଯଦି ଆଦିତ୍ୟଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ନିଶ୍ଚିତ ରୂପେ ସେ ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତେ ।

ଏଥିସହିତ ପଢ଼ନ୍ତୁ: ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡ଼ିପାରୁଛି ଭଙ୍ଗା ହାଡ଼

ହାଇ ଆଲର୍ଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର: ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କୀ ହମଲା ନେଇ ଧମକ ମିଳିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ ।  ସୁରକ୍ଷା ପାଇଁ ଏସଓପି ଜାରି କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ୧୦ ଦିନ ପାଇଁ ହାଇଆଲର୍ଟ ଜାରି କଲେ ବିମାନ ବନ୍ଦର କର୍ତ୍ତୃପକ୍ଷ । ଅଗଷ୍ଟ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ବଢିଲା ସିକ୍ୟୁରିଟି ବ୍ୟବସ୍ଥା । ଭିଜିଟରମାନଙ୍କୁ ବିମାନ ବନ୍ଦର ମନା ହୋଇଥିବାବେଳେ ଯାତ୍ରୀମାନଙ୍କୁ କଡ଼ା ଚେକିଂ କରାଯିବ । ବିମାନ ବନ୍ଦର ପରିସରରେ ଗାଡି ଚଳାଚଳ ଉପରେ କଡା ନଜର ରଖାଯାଇଛି । ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ । କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ ହେବେ । ସେହିଭଳି ଅଗଷ୍ଟ ୧୫ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ ରଞ୍ଜନ ବେଉରିଆ ।

ଏଥିସହିତ ପଢ଼ନ୍ତୁ: ଥମୁନି ବ୍ରାଉନସୁଗର ବେପାର, ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର

 

 

 

ଜେହ ଅଲୀ ଖାନ ନା ଜାହଙ୍ଗିର, କରୀନାଙ୍କ ଦ୍ୱିତୀୟ ପୁଅ ନା କ’ଣ ?

ମୁମ୍ବାଇ: କରୀନ କପୁରଙ୍କ ପ୍ରଥମ ପ୍ରେଗ୍ନେସି ଭଳି ଦ୍ୱିତୀୟ ପ୍ରେଗ୍ନେସିକୁ ନେଇ ବିବାଦ ଆରମ୍ଭ ହୋଇଛି । ପ୍ରଥମେ ପୁଅ ତୈମୁରର ନାଁ ସାମନାକୁ ଆସିବା ପରେ କରୀନା ଓ ସୈଫ ଟ୍ରୋଲର ଶିକାର ହୋଇଥିଲେ । ସେତେବେଳେ ଟ୍ରୋଲିଂର ଶିକାର ହୋଇଥିବା ସୈଫ-କରୀନା କିଛିଦିନ ଯାଏଁ ଦ୍ୱିତୀୟ ପୁଅର ନାଁ ଖୁଲାସା କରିନଥିଲେ । ଛୋଟ ପୁଅର ଡାକ ନାମ ଜେହ ଏତିକି ହିଁ ଜଣାପଡ଼ିଥିଲା । ଏବେ କରୀନା କପୁରଙ୍କ ପ୍ରେଗେନ୍ସି ବୁକ୍ ପ୍ରଗେନ୍ସି ବାଇବିଲ୍ ରିଲିଜ୍ ହେବା ସହ ସାନ ପୁଅର ନାଁ ଖୁଲାସା ହୋଇଛି । କରୀନାଙ୍କ ଦ୍ୱିତୀୟ ପୁଅର ନାଁ ଜାହଙ୍ଗିର ।

ଅଗଷ୍ଟ ୯ ଗତକାଲି କରୀନା କପୁର, କରଣ ଜୋହରଙ୍କ ସହ ଇନଷ୍ଟାଗ୍ରାମରେ ଏକ ଲାଇଭ କରି ବ୍ୟକ୍ତିଗତ ଜୀବନର ବହୁତ କିଛି କଥା ସେୟାର କରିଛନ୍ତି । ଏଭଳିକି ଲାଇଭରେ ଦ୍ୱିତୀୟ ପୁଅର ନାଁ କହିଛନ୍ତି କରୀନା । ୨୦୨୧ ଫେବ୍ରୁଆରୀରେ ସୈଫ-କରୀନାଙ୍କ ଦ୍ୱିତୀୟ ପୁଅ ଜନ୍ମ ନେଇଥିଲା ।

ଏବେ ଦ୍ୱିତୀୟ ପୁଅର ନାଁ ଜାହଙ୍ଗିର ଅଲୀ ଖାନ ଜଣାପଡ଼ିବା ପରେ ସୈଫ-କରୀନା ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି । ଟ୍ରୋଲର୍ସଙ୍କ କହିବା ହେଉଛି- କରୀନା ଓ ସୈଫ ମୁଗଲ ଶାସକଙ୍କ ଟିମ୍ ଗଢ଼ିବାକୁ ଚାହୁଁଛନ୍ତି । ପ୍ରଥମେ ତୈମୁର ଏବେ ଜହାଙ୍ଗିର, ଆଗକୁ କିଏ ବୋଲି ପ୍ରଶ୍ନ କରିଛନ୍ତି ନେଟିଜେନ୍ସ ।

ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡ଼ିପାରୁଛି ଭଙ୍ଗା ହାଡ଼

ଟାଙ୍ଗୀ: ବୈଦ୍ୟଙ୍କ ଦେଶୀ ସେକ ଯୋଡୁଛି ହାଡ଼ ।  ଦୁର୍ଘଟଣା ହେଉ ଅବା ଅନ୍ୟ କୌଣସି କାରଣ, ସବୁ ପାଇଁ ରାମବାଣ ସାଜିଛି ସେକ ପଦ୍ଧତି । ଏହି ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବଞ୍ଚାଇ ରଖିଛନ୍ତି ଖୋର୍ଦ୍ଧା କାଳୁପଡା ଘାଟର ଯୁବ ବୈଦ୍ୟ ମନୋଜ କୁମାର । ଜଡି ବୁଟିର ଲେପ ସହ ବାଉଁଶ ତାଟ ଯୋଡିପାରୁଛି ଭଙ୍ଗା ହାଡ ।

ବିନା ସର୍ଜରୀରେ ହାଡ ଭଙ୍ଗା ଚିକିତ୍ସା । ଦେଶୀ ପଦ୍ଧତିରେ ସେକ ନେଇ ଭଲ ହେଉଛନ୍ତି ରୋଗୀ । ଜଡ଼ିବୁଟିର ଲେପ ସହ ବାଉଁଶ ତାଟ, ଯୋଡିପାରୁଛି ଭଙ୍ଗା ହାଡ଼ । ଆଜିବି ପାରମ୍ପରିକ ପଦ୍ଧତିରେ ଏଠି ଚାଲିଛି ଚିକିତ୍ସା । ଯୁବ ବୈଦ୍ୟଙ୍କ ସେକ ନେଇ ଭଲ ହେଉଛନ୍ତି ରୋଗୀ । ଖୋର୍ଦ୍ଧା ଚିଲିକା କାଳୁପଡ଼ା ଘାଟରେ ମନୋଜ କୁମାର ମହାନ୍ତିଙ୍କର ସେକ କେନ୍ଦ୍ରର ଠିକଣା ଖୋଜିଖୋଜି ରୋଗୀ ଆସି ପହଞ୍ଚୁଛନ୍ତି। ହାଡ ଭାଙ୍ଗିଥିବା ଜାଗାରେ ଜଡିବୁଟି ସହ ଜଡା ତେଲ, କ୍ଷୀର, ମହୁ ଆଦିରେ ପ୍ରସ୍ତୁତ ପଂଚରସ ଲଗାଇ ପଟି ବାନ୍ଧି ଦେବା ପରେ ତାହା ଭଙ୍ଗା ହାଡ ଯୋଡୁଥିବା ରୋଗୀ କହିଛନ୍ତି ।

କାହିଁ  କେଉଁ କାଳରୁ ଏଠାରେ  ଚାଲିଛି ହାଡ ଭଙ୍ଗା ଚିକିତ୍ସା କେନ୍ଦ୍ର । ବାପା ଜେଜେଙ୍କ ପରେ ମନୋଜ ଏହି ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବଞ୍ଚାଇ ରଖିଛନ୍ତି । ଟଙ୍କା ଅଭାବରୁ ରୋଗୀ ଡାକ୍ତରଖାନା ଯାଇପାରୁ ନ ଥିବା ବେଳେ ଏହି ସେକ ସେମାନଙ୍କ ପାଇଁ ବେଶ ସହାୟକ ହୋଇପାରିଛି ।

ଏଥିସହିତ ପଢ଼ନ୍ତୁ: ୧୨ ସମୁଦ୍ର କୂଳିଆ ସହର ପାଇଁ ମାଡ଼ି ଆସୁଛି ବଡ଼ ବିପଦ

ଦାଗୀ ନେତାଙ୍କୁ ଘଣ୍ଟ ଘୋଡ଼ାଉଥିଲେ, ଏବେ ଗଣିବେ ଜରିମାନା

ନୂଆଦିଲ୍ଲୀ: ବିଜେପି, କଂଗ୍ରେସ ସହ ୮ ଗୋଟି ରାଜନୈତିକ ଦଳ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଜରିମାନା କରିଛନ୍ତି । ଏସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ସାର୍ବଜନୀନ କରିନଥିଲେ । ବିହାର ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ ନ କରିବା ମାମଲାରେ ସୁପ୍ରିମକୋର୍ଟ ୮ ଦଳକୁ ଆଦେଶ ଅବମାନନା ବିଚାର କରିଛନ୍ତି ।

SC Fined 8 Political Parties For Not Making Public Criminal Data Of Candidates

ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ, ବିଜେପି, ସିପିଆଇ, ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ସର୍ବୋଚ୍ଚ କୋର୍ଟ କରିଛନ୍ତି । ସେହିଭଳି ସିପିଏମ୍ ଓ ଏନସିପିକୁ ୫ ଲକ୍ଷ ଟଙ୍କା ଲେଖାଁ ଜରିମାନା କରାଯାଇଛି । ଏଥିସହ ରାଜନୈତିକ ଦଳ ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ଭିତରେ ଦେବାକୁ ହେବ ଅପରାଧିକ ତଥ୍ୟ

ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଲୋକ ଜାଣିବା ଲାଗି ନିର୍ବାଚନ ଆୟୋଗ ଆପ୍ ପ୍ରସ୍ତୁତ କରିବାକୁ କହିଛନ୍ତି କୋର୍ଟ । ଏଥିସହ ଦଳ ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ଭିତରେ ଅପରାଧିକ ତଥ୍ୟ ଗଣମାଧ୍ୟମରେ ପ୍ରକାଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ ବଗି

ଭଦ୍ରକ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଖାଲି ଥିବା ଟ୍ରେନଟି ଧାମରା ଅଭିମୁଖେ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି । ଖାଲି ଟ୍ରେନ ସହ ମୋଟ ୬୦ଟି ବଗି ସଂଯୋଗ ହୋଇଥିଲା । ଏଥିମଧ୍ୟରୁ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଳବାଇର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ତେବେ ବଗିଗୁଡ଼ିକ ଖାଲିଥିବାରୁ କୌଣସି ସ୍ଥାନରେ ଜମ୍ପ କରି ଟ୍ରାକ୍ ବାହାରକୁ ପଳେଇଯାଇଥିବା ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ୧୨ ସମୁଦ୍ର କୂଳିଆ ସହର ପାଇଁ ମାଡ଼ି ଆସୁଛି ବଡ଼ ବିପଦ

ସ୍ୱତନ୍ତ୍ର ରାଜ୍ୟପାହ୍ୟା ଅବସାନର ଅଢ଼େଇବର୍ଷ ପରେ ଅନ୍ୟ ରାଜ୍ୟର ମାତ୍ର ୨ ଜଣ ଲୋକ ଜମ୍ମୁ-କାଶ୍ମୀରରେ କିଣିଛନ୍ତି ସମ୍ପତ୍ତି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ୨ ବର୍ଷ ବିତିଲାଣି । ନିୟମ ପରିବର୍ତ୍ତନ ପରେ ଏବେ ଜମ୍ମୁ-କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକ ମଧ୍ୟ ଜମି କିଣି ପାରିବେ । ତେବେ ବିଗତ ଅଢ଼େଇ ବର୍ଷ ମଧ୍ୟରେ କେତେ ଜଣ ବାହାର ଲୋକ ସମ୍ପତ୍ତି କିଣିଛନ୍ତି ଏନେଇ ସଂସଦରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

How Much Land Purchased By Outsider In Jammu Kashmir After Article 370 Removal

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ବାହାର ରାଜ୍ୟର ମାତ୍ର ୨ ଜଣ ସମ୍ପତ୍ତି କିଣିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ସୂଚନା ଦେଇଛନ୍ତି । ଏଥିସହ ଜମି କ୍ରୟ ନେଇ କୌଣସି ଅସୁବିଧା ଉପୁଜୁ ନଥିବା ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ ।

ଜମ୍ମୁ-କାଶ୍ମୀର ଲୋକ ଧାରା ୩୭୦, ୩୫(ଏ) ଦ୍ୱାରା ସ୍ୱତନ୍ତ୍ର ସୁବିଧା ପାଉଥିଲେ । ଅଲଗା ରାଜ୍ୟର ଲୋକଙ୍କୁ ଜମ୍ମୁ-କାଶ୍ମୀରରେ ଜମି କିଣିବା ଲାଗି କୌଣସି ଅନୁମତି ନଥିଲା । ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ସହ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯିବା ପରେ ନିୟମ ବଦଳି ଯାଇଛି ।

How Much Land Purchased By Outsider In Jammu Kashmir After Article 370 Removal

୨୦୧୯ ଅଗଷ୍ଟ ୫ରେ ଧାରା ୩୭୦କୁ ଜମ୍ମୁ-କାଶ୍ମୀରରୁ ହଟାଇ ଦିଆଯାଇଥିଲା । ଏଥିସହ ଲଦାଖ ଓ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରିଥିଲେ ।

ଆଫଗାନିସ୍ତାନରେ ଥିବା ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା, ଦେଶ ଫେରିବାକୁ ନିବେଦନ କଲା ଭାରତ: ସ୍ୱତନ୍ତ୍ର ବିମାନ ଉଡ଼ାଣ ଆଜି

କାବୁଲ: ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଆଫଗାନିସ୍ତାନସ୍ଥିତ ନାଗରିକଙ୍କୁ ଅପିଲ୍ କରିଛି ଭାରତ । ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଏହାକୁ ନଜରରେ ରଖି ଏଭଳି କହିଛି ଭାରତ । ଦେଶକୁ ଫେରିଆସିବାକୁ ଚାହୁ ମାଜାର ଏ ଶରିଫ୍ ଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ନେଇ ଭାରତ ପକ୍ଷରୁ ଜଣାଯାଇଛି ।

ତାଲିବାନୀ ଆତଙ୍କବାଦୀମାନେ ଆଫାଗାନିସ୍ତାର ବଡ଼ ସହର ମାଜାର ଏ ସରିଫକୁ ବିଭିନ୍ନ ଦିଗରୁ ଆକ୍ରମଣ କରିବା ନେଇ ମାଡ଼ିଆସୁଥିବା ନେଇ ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନେଇଛି ଭାରତ । ମାଜାର ଏ ସରିଫ୍ ସହରର ଯେ କୌଣସି ସ୍ଥାନରେ ରହୁଥିବା ଭାରତୀୟ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନ ଯାେଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନେଇ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ବିଳମ୍ୱିତ ସନ୍ଧ୍ୟାରେ ବିମାନ ମାଜାର ଏ ସରିଫ୍ ଏୟାରପୋର୍ଟ ଛାଡ଼ିବା ନେଇ ସମୟ ଧାର୍ଯ୍ୟ ହୋଇଥିବା ସ୍ଥାନୀୟ ଭାରତୀୟ ଦୂତାବାସ ପକ୍ଷରୁ ସୂଚିତ କରାଯାଇଛି । ଏବଂ ଯେଉଁମାନେ ଏହି ବିମାନ ଯୋଗେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ୱାଟସ୍‌ଆପ୍ ନମ୍ୱର ମଧ୍ୟ ଜାରି କରାଯାଇଛି । ୦୭୮୫୮୯୧୩୦୩ ଏବଂ ୦୭୮୫୮୯୧୩୦୧ ନମ୍ୱରରେ ସେମାନଙ୍କ ପୂରା ନାମ ପାରପୋର୍ଟ ନମ୍ୱର ଏବଂ ଏକ୍ସପାରୀ ତାରିଖ  ପଠାଇବାକୁ କୁହାଯାଇଛି । ଏହା ପୂର୍ବ ଭାରତ ଆଫଗାନିସ୍ତାନ ପ୍ରାୟ ୫୦ କୁଟନୈତିଜ୍ଞ ଏବଂ ଅନ୍ୟ କର୍ମଚାରୀଙ୍କ ସ୍ୱଦେଶ ଫେରାଇ ଆଣିଥିଲା ।

ଏଥିସହିତ ପଢ଼ନ୍ତୁ: ୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ