spot_img
Home Blog Page 5342

ଆମ୍ୱୁଲାନ୍ସ ଆଡ଼ୁଆଳରେ ଚାଲିଛି ବ୍ରାଉନସୁଗାର ସେବନ

ଭଦ୍ରକ: ଆମ୍ବୁଲାନ୍ସ ଭିତରେ ଟଣା ଚାଲିଛି ବ୍ରାଉନ ସୁଗାର । ରାତି ଅନ୍ଧାରରେ ପୋଲିସକୁ ଚକମା ଦେଇ ଚାଲିଛି ବେଆଇନ କାମ । ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି, ତା ଭିତରେ ଏପରି ଅସାମାଜିକ କାମର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି । ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସରେ ବେଆଇନ ନିଶା ସେବନର ଭିଡିଓ ଭାଇରାଲ ହୋଇଛି । ରୋଗୀ ସେବାରେ ଲାଗିଥାଏ ଆମ୍ବୁଲାନ୍ସ । ଗୁରୁତର ରୋଗୀଙ୍କୁ ଗୋଟିଏ ମେଡିକାଲରୁ ଅନ୍ୟ ଏକ ମେଡିକାଲକୁ ନେବାର ସାହାଯ୍ୟ କରିଥାଏ ଆମ୍ବୁଲାନ୍ସ । ହେଲେ ଆମ୍ବୁଲାନ୍ସକୁ ଚଳାଉଥିବା ଡ୍ରାଇଭର ଏବଂ ସହଯୋଗୀ ଆମ୍ବୁଲାନ୍ସ ଭିତରେ ହିଁ ବ୍ରାଉନସୁଗାର ଟାଣୁଥିବାର ଭିଡିଓ ଏବେ ଭାଇରଲ ହୋଇଛି । ପୋଲିସକୁ ଚକ୍‌ମା ଦେବାକୁ ଆମ୍ବୁଲାନ୍ସ ଭିତରେ ଚାଲିଥିଲା ଏହି ବେଆଇନ ନିଶା ସେବନ । ଏ ଦୃଶ୍ୟ ଦେଖିବା ପରେ ଆମ୍ବୁଲାନ୍ସରେ ରୋଗୀ କେତେ ସୁରକ୍ଷିତ ତାହା ପ୍ରଶ୍ନ ଘେରରେ ।

ଏଥିସହିତ ପଢ଼ନ୍ତୁ: ନୀରଜଙ୍କ ପଛରେ ଓଡ଼ିଆ ପ୍ରଶିକ୍ଷକ, ୧୦ ବର୍ଷ ଧରି ଦେଇଥିଲେ କୋଚିଂ

ଆଲମାରୀରୁ ବାହାରିଲା ୧୬୦ ପ୍ୟାକେଟ ଗଞ୍ଜେଇ

କୋରାପୁଟ: ଆଲମାରୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ, ୨ଗିରଫ । ପୋଲିସ ଆଖିରେ ଧୁଳି ଦେଇ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ ନିକଟରେ ନାକାବନ୍ଦୀ କରି ଆଲମାରୀ ବୋଝେଇ ଗାଡିରୁ ଗଞ୍ଜେଇ ଜବତ କରିଛି । ଜବତ ୮ଗୋଟି ଆଲମାରୀରୁ ବାହାରିଥିବା ୧୬୦ଟି ପକେଟରୁ ୮ଶହ ୯ କେଜି ୬୦୦ଗ୍ରାମ ଗଞ୍ଜେଇ ସହ ଉତ୍ତରପ୍ରଦେଶ ପଞ୍ଜିକୃତ ଗାଡିରୁ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ମାଛକୁଣ୍ଡ ପୁଲିସ ଉତ୍ତରପ୍ରଦେଶ ଅଞ୍ଚଳର ଯଶବନ୍ତ ସିଂ ଓ ହରେନ୍ଦ୍ର ସିଂକୁ ଗିରଫ କରିଛି । ତାସହ ୨ଟିମୋବାଇଲ ଫୋନ ଓ ଆଧାର କାର୍ଡକୁ ମଧ୍ୟ ଜବତ କରିଛି ପୁଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର SDPO ସଞ୍ଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

ଟୋକିଓ:  ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ । ଗତକାଲି ଜଭେଲିନ୍ ଥ୍ରୋ’ ଫାଇନାଲରେ ଭାରତ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିବା ଚଳିତ ଅଲିମ୍ପିକ୍ସ ପାଇଁ ମଧ୍ୟ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ ନୀରଜ ଚୋପ୍ରା । ଏଥିସହିତ ଭାରତ ପଦକ ସଂଖ୍ୟା ୭ରେ ପହଞ୍ଚିଛି । ସେଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି । ତେବେ ଚଳିତ ଅଲିମ୍ପିକ୍ସରେ ଆମେରିକାର ସର୍ବାଧିକ ପଦକ ବିଜୟୀ ସବୁଠାରୁ ଅଧିକ ସଂଖ୍ୟକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି ଚୀନ । ଆମେରିକାରେ ମୋଟ ୧୦୮ଟି ପଦକ ବିଜୟୀ ହେବା ସହ ପଦକ ତାଲିକାର ଶୀର୍ଷରେ ରହିଛି । ଆମେରିକା ମୋଟ ୩୬ଟି ସ୍ୱର୍ଣ୍ଣ, ୩୯ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଚ ପଦକ ରହିଛି । ଚୀନ ମୋଟ ୮୭ଟି ପଦକ ଜିତିଥିବା ବେଳେ ମୋଟ ୩୮ଟି ସ୍ୱର୍ଣ୍ଣ ୩୧ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଚ ପଦକ ବିଜୟୀ ହୋଇଛି । ଚୀନ ତଳକୁ ରହିଛି ଆରଓସି (ଋଷ) । ମୋଟ ୬୯ ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଚ ପଦକ ରହିଛି । ତା’ ପଛକୁ ରହିଛି ଗ୍ରେଟ ବ୍ରିଟେନ । ଏହି ଦେଶର ପଦକ ସଂଖ୍ୟା ୬୩ରହିଥିବା ବେଳେ ସେଥିମଧ୍ୟରେ ୨୦ଟି ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୨୨ଟି ବ୍ରୋଞ୍ଚ ପଦକ ରହିଛି । ଗ୍ରେଟ ବ୍ରିଟେନ ପରେ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଆୟୋଜକ ଜାପାନ । ମୋଟ ୫୬ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୨୬ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଚ ପଦକ ରହିଛି ।

ତେବେ ମୋଟ ୭ ଟି ପଦକ ଜିତି ପଦକ ତାଲିକାର ୩୨ ନମ୍ୱର ସ୍ଥାନରେ ରହିଛି ଭାରତ ।  ନୀରଜ ଚୋପ୍ରା ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଭାରୋତ୍ତୋଳନରେ ମୀରାବାଇ ଚାନୁ ଓ କୁସ୍ତିରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ସହିତ, ବ୍ୟାଡମିଣ୍ଟନରେ ପି.ଭିସିନ୍ଧୁ, ବିକ୍ସିଂରେ ଲଭଲିନା ଓ କୁସ୍ତିରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି ।

ସ୍ୱାଧିନତା ଦିବସରେ ସାମାନ୍ୟ କୋହଳ କଟକଣା, ପୁରୀ-ଭୁବନେଶ୍ୱର-କଟକରେ ଲାଗୁ

ଭୁବନେଶ୍ୱର: ଅଗଷ୍ଟ 15 ପାଇଁ ରାଜ୍ୟରେ ସାମାନ୍ୟ କୋହଳ ହୋଇଛି କଟକଣା  । ସାମାନ୍ୟ  ହେଲା ସଟଡାଉନ କଟକଣା  । ଜାତୀୟ ପତାକା ଉତ୍ତୋଳନ ପାଇଁ 5 ଘଣ୍ଟା କୋହଳ ହୋଇଛି  । କେବଳ ପୁରୀ ଭୁବନେଶ୍ୱର ଏବଂ କଟକରେ ଏହି କଟକଣା କୋହଳ ହୋଇଛି  । ଯେହେତୁ ରାଜ୍ୟରେ କେବଳ ଏହି ତିନୋଟି ସହରରେ ସଟଡାଉନ କଟକଣା ବଳବତ୍ତର ରହିଥିଲା  । ତେଣୁ ରାଜ୍ୟ ସରକାର ସ୍ୱାଧିନତା ଦିବସ ଅବସରରେ ଏହି କଟକଣାକୁ ସାମାନ୍ୟ କୋହଳ କରିଛନ୍ତି  ।

ଅଗଷ୍ଟ ୧୫ ଦିନ  11ଟା ଯାଏ କୋହଳ ହୋଇଛି କଟକଣା  । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପତାକା ଉତ୍ତୋଳନରେ ସାମିଲ ହୋଇପାରିବେ ସର୍ବାଧିକ 10ଜଣ  । କେବଳ ଭୁବନେଶ୍ବର, କଟକ ଓ ପୁରୀ ସହରରେ କଟକଣା ଲାଗୁ ହୋଇପାରିବ  । ଅନ୍ୟ ସ୍ଥାନରେ ସର୍ବାଧିକ 20ଜଣ ସାମିଲ ହୋଇପାରିବେ  । ଏବଂ କାର୍ଯ୍ୟକ୍ରମରେ କୋଭିଡ କଟକଣା ଓ ସାମାଜିକ ଦୂରତା ବାଧ୍ୟତାମୂଳକ ଭାବେ ରଖାଯାଇଛି  ।

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଡରାଉଛି ଡେଙ୍ଗୁ । ଗତ 24ଘଣ୍ଟାରେ ଭୁବନେଶ୍ୱରରେ 46ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଭୁବନେଶ୍ୱରର ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 877କୁ ବୃଦ୍ଧି ପାଇଛି । ଡେଙ୍ଗୁ ପାଇଁ ରାଜଧାନୀରେ ବିଏମ୍ସି ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଗତ ୨୪ ଘଣ୍ଟାରେ ବିଏମ୍ସି 7581ଟି ଘରର ମୋଟ 31ହଜାର 496 ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି ।

ସେହିପରି 25867ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ 25771ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରିଛି ବିଏମସି । ଅନ୍ୟପଟେ ଭୁବନେଶ୍ବରରl ପ୍ଲେଟଲେଟ୍ ଅଭାବ ବଢାଇଲା ଚିନ୍ତା । ପ୍ଲେଟଲେଟ୍ ଅଭାବ ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ୁଛି । ମନୁଷ୍ୟ ଶରୀରରେ ଦେଢଲକ୍ଷରୁ 4 ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ୍ ରହିବା ଉଚିତ ।

ତେବେ ଡେଙ୍ଗୁ ଭଳି ଭାଇରଲ ଜ୍ବର ହେଲେ ପ୍ଲେଟଲେଟ୍ 20 ହଜାର ଓ ତା ତଳକୁ ମଧ୍ୟ ଖସିଯାଏ । ଯାହା ରୋଗୀପାଇଁ ବିପଦଜନକ । ଗୋଟିଏ ୟୁନିଟ ରକ୍ତରୁ ୬ ଘଣ୍ଟା ମଧ୍ୟରେ ପୃଥକୀକରଣ କରି ପ୍ଲାଜ୍ମା, ପ୍ଲେଟଲେଟ୍ ଓ ପେକ୍ସେଲ ବାହାର କରାଯାଇଥାଏ । ତେବେ ବର୍ତ୍ତମାନ ପରିସ୍ଥିତିରେ ଦୈନିକ 25 ରୁ 30 ୟୁନିଟ୍ ପ୍ଲେଟଲେଟ୍ ସଂଗ୍ରହ ସମ୍ଭବ ହୋଇପାରିଛି । ଅଭାବ ପୂରଣ ପାଇଁ ସ୍ବେଚ୍ଛାକୃତ ରକ୍ତଦାନକୁ ଗୁରୁତ୍ବ ଦିଆଯାଇଥିବାବେଳେ ସହଯୋଗର ହାତ ବଢାଇଛି କମିଶନରେଟ ପୋଲିସ ।

ନୀରଜଙ୍କ ପଛରେ ଓଡ଼ିଆ ପ୍ରଶିକ୍ଷକ, ୧୦ ବର୍ଷ ଧରି ଦେଇଥିଲେ କୋଚିଂ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣିମ ଯାତ୍ରାରେ ନୀରଜ ଚୋପ୍ରାଙ୍କ ସହ ରହିଛି ଓଡ଼ିଆ ଲିଙ୍କ୍‌ । ଓଡ଼ିଆ ଆଥଲେଟିକ୍‌ କୋଚ ସଞ୍ଜୟ ଗଡ଼ନାୟକ ନୀରଜଙ୍କୁ ପାଖାପାଖି ୧୦ ବର୍ଷ ଧରି ବିଭିନ୍ନ କ୍ୟାମ୍ପରେ କୋଚିଂ ଦେଇଛନ୍ତି । ଭାରତୀୟ ଜୁନିଅର ଆଥଲେଟିକ୍‌ ଟିମ୍‌ର ଚିଫ କୋଚ୍‌ ଥିଲେ ସଞ୍ଜୟ ଗଡ଼ନାୟକ । ପଞ୍ଜାବ, ହରିୟାଣାରେ ବିଭିନ୍ନ କ୍ୟାମ୍ପରେ ନୀରଜ ତାଙ୍କ ଅଧିନରେ କୋଚିଂ ନେବା ସହ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି କହିଛନ୍ତି ସଂଜୟ ଗଡ଼ନାୟକ ।

ନୀରଜ ଚୋପ୍ରା ରାତାରାତି ସଫଳତା ପାଇ ନାହାନ୍ତି ବୋଲି କହିଛନ୍ତି ସଂଜୟ । ଅନେକ ବର୍ଷର କଡା ସଂଘର୍ଷ ଏବଂ ଅନବରତ ଅଭ୍ୟାସ ତାଙ୍କୁ ଆଜି ସାରା ବିଶ୍ବରେ ଟପ୍‌ ସ୍ଥାନରେ ରଖିଛି । ଅଲମ୍ପିକ୍ସକୁ ମିଶାଇ ନୀରଜ ବିଭିନ୍ନ ଚାମ୍ପିଆନସିପ୍‌ରେ ୬ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜଙ୍କ ପ୍ରଦର୍ଶନ ପାଇଁ ପୋଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଓ୍ବାର୍ଲ୍ଡ ଅଣ୍ଡର ୨୦ ଚାମ୍ପିଆନସିପ୍‌ ପାଇଁ ଚୟନ ହୋଇଥିଲେ । ସେଠାରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

ପରେ ପରେ ଏସିଆନ୍‌ ଗେମ୍ସ, କମନଓ୍ବେଲଥ ଗେମ୍ସ, ସାଉଥ ଏସିଆନ୍‌ ଗେମ୍ସ, ଓ୍ବାର୍ଲ୍ଡ ୟୁଥ୍‌ ଚାମ୍ପିଆନ୍‌ସିପ୍‌ ଏସିଆନ ଜୁନିଅର ଚାମ୍ପିଆନ୍‌ସିପ୍‌, ଏସିଆନ୍‌ ଗ୍ରାଣ୍ଡ ପିକ୍ସ ସିରିଜ୍‌, ଡାଇଣ୍ଡ ଲିଗ୍‌ ଭଳି ଚାମ୍ପିୟାନ୍‌ସିପ୍‌ ତାଙ୍କୁ ଟୋକିଓ ଅଲିମ୍ପିକ୍ସରେ ବିଜୟ ପାଇଁ ପଥ କଡେଇଥିଲା । ୨୦୧୮ରେ ସିଜିନ୍‌ ବେଷ୍ଟ ରେକର୍ଡ କରିଥିଲେ ନୀରଜ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ବୃକ୍ଷ ରୋପଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବନୀକରଣ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଦେଶର ଯେ କୌଣସି ସ୍ଥାନରେ ଅତି କମରେ ଗୋଟିଏ ବୃକ୍ଷ ରୋପଣ କରିବା ଲାଗି ନୂଆ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ଏହି ନିୟମ ବାଧ୍ୟତାମୂଳକ ହେବ । ଅଣ୍ଡରଗ୍ରାଜୁଏଟ, ପୋଷ୍ଟଗ୍ରାଜୁଏଟ, ଏମଫିଲ, ପିଏଚଡି ସ୍ତରରେ ଏହାକୁ ବାଧ୍ୟତାମୂଳକ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ମନିଟରିଂ କରାଯିବା ସହ ସଂଲଗ୍ନ କଲେଜ, ସେଣ୍ଟର ଓ ବିଭାଗ ଜରିଆରେ ମୂଲ୍ୟାୟନ କରାଯିବ ବୋଲି ରେଜିଷ୍ଟ୍ରାର ବିକାଶ ଗୁପ୍ତା କହିଛନ୍ତି ।
ବୃକ୍ଷରୋପଣ ସଂକ୍ରାନ୍ତରେ ଛାତ୍ରଛାତ୍ରୀ ପ୍ରମାଣ ଆଣିବେ ଏବଂ ଏହାକୁ ସେମାନଙ୍କ ବିଭାଗ ଓ କଲେଜରେ ଦାଖଲ କରିବେ । ବୃକ୍ଷ ରୋପଣ କଲେ ଛାତ୍ରଛାତ୍ରୀ ଜିପିଏସ ସଂକ୍ରାନ୍ତ ତଥ୍ୟ, ଏହାର ଫଟୋ ଆଦି ଦାଖଲ କରିବେ । ଏହା ସହ ଗଛର ନାମ ମଧ୍ୟ ଉଲ୍ଲେଖ କରିବେ ।

ଯେଉଁ ବୃକ୍ଷଟିକୁ ଲଗାଯାଇଥିବ ସେହି ଗଛର ରକ୍ଷଣାବେକ୍ଷଣ, ଦୀର୍ଘସୂତ୍ରୀ ମନିଟରିଂ, ୬ ମାସିଆ ରିପୋର୍ଟ, ଫଟୋଗ୍ରାଫ ଆଦି ମଧ୍ୟ ଦାଖଲ ହେବ । ଯଦି କୌଣସି କାରଣରୁ ବୃକ୍ଷଟି ମରିଯାଏ ତେବେ ନୂଆ ଚାରା ଲଗାଇବାକୁ ପଡିବ । ବିଶ୍ବବିଦ୍ୟାଳୟର ଏହି ମହତ ଯୋଜନା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କୁଳପତି ପି.ସି. ଯୋଷୀ । ଦେଶରେ ବ୍ୟାପକ ବୃକ୍ଷ ଛେଦନ, ଅମ୍ଲଜାନ ଅଭାବ ଆଦିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ବାଲୁକା କଳାରେ ସୂର୍ଣ୍ଣ ବିଜୟୀ ନୀରଜଙ୍କୁ ଶୁଭେଛା ଜଣାଇଲେ ଶିଳ୍ପୀ ସୁଦର୍ଶନ

ପୁରୀ: ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜିଣିଛନ୍ତି ସ୍ବର୍ଣ୍ଣ ପଦକ । ଜାଭେଲିନ ଥ୍ରୋରେ ତାଙ୍କର ଐତିହାସିକ ସଫଳତା ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ନୀରଜ ଦେଶ ପାଇଁ ଗୌରବ ବୋଲି କହିଛନ୍ତି ସୁଦର୍ଶନ ।

ଅଲିମ୍ପିକ୍ସ ଇତିହାସରେ ଭାରତର ରେକର୍ଡ । ଜାପାନରେ ଭାରତର ଜୟ ଜୟକାର । ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଭାରତ ସ୍ବାଧୀନତା ପରଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା, ତାହା ଆଜି କରି ଦେଖାଇଛନ୍ତି ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

87 ଦଶମିକ 58 ମିଟର ରେକର୍ଡ ଥ୍ରୋ କରି ବିଶ୍ବର ସବୁଠୁ ଆଗରେ ରହିଛନ୍ତି ନୀରଜ ଚୋପ୍ରା । ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ।

ଜାଣନ୍ତୁ କେମିତି ଭାରତୀୟ ସେନାର ଜୁନିୟର କମିସନଡ୍ ଅଫିସର ଦେଶକୁ ଦେଲେ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ

ଭୁବନେଶ୍ୱର: ପାନିପତରୁ ଟୋକିଓ । ୧୩ ବର୍ଷ ପରେ ମିଳିଲା ସ୍ୱର୍ଣ୍ଣ । ଟୋକିଓ ଅଲମ୍ପିକରେ ଭାରତକୁ ଏକମାତ୍ର ସ୍ୱର୍ଣ୍ଣ ମିଳିଛି । ଦେଶ ପାଇଁ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଆଣିଛନ୍ତି ଆଥଲେଟିକ୍ସ ନୀରଜ ଚୋପ୍ରା । ଏଥିସହ ରଚିଛନ୍ତି ଇତିହାସ । ଫାଇନାଲକୁ ଯିବା ପାଇଁ ୮୩.୫୦ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରିବାର ଆବଶ୍ୟକତା ରହିଛି । ନୀରଜ ୮୬.୬୫ ମିଟର ଜାଭେଲିନ୍ ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଆଉ ଫାଇନାଲରେ ୧୨ ଖେଳାଳିଙ୍କ ସହ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ଜିତିଛନ୍ତି ।

 Know Success And Struggle Story Of Neeraj Chopra Javelin Throw

୧୯୯୭ ଡିସେମ୍ବର ୨୪ରେ ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁରେ ନୀରଜଙ୍କ ଜନ୍ମ । ଚାଷୀ ପରିବାରରେ ଜନ୍ମ ହୋଇଥିବା ନୀରଜ ପିଲା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସବୁ ବାଧାବିଘ୍ନକୁ ଅତିକ୍ରମ କରି ନୀରଜ ନିଜକୁ ଜଣେ ସଫଳ ଆଥେଲଟ୍ ଭାବେ ପ୍ରସ୍ତୁତ କରିବା ସହ ସରକାରୀ ଚାକିରି ହାତେଇଥିଲେ ।

 Know Success And Struggle Story Of Neeraj Chopra Javelin Throw

୨୦୧୬ରେ ପୋଲାଣ୍ଡରେ ହୋଇଥିବା IAAF ୱର୍ଲ୍ଡ ଅଣ୍ଡର-୨୦ ଚାମ୍ପିଅନସିପରେ ୮୬.୪୮ ମିଟର ଜାଭେଲିନ୍ ଥ୍ରୋ କରି ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ସେ ଆର୍ମିରେ ଜୁନିୟର କମିସନଡ୍ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ୨୦୧୮ ଅଗଷ୍ଟରେ ମଧ୍ୟ ନିଜ ରେକର୍ଡ ଭାଙ୍ଗିଥିଲେ ନୀରଜ । ଏସିଆନ୍ ଗେମରେ ୮୮.୦୬ ମିଟର ଜାଭେଲିନ୍ ଥ୍ରୋ କରି ନିଜ ରେକର୍ଡ ଭାଙ୍ଗିବା ସହ ଜାତୀୟ ସ୍ତରରେ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ ।

 Know Success And Struggle Story Of Neeraj Chopra Javelin Throw

କୁହାଯାଏ ସଫଳତାର କାହାଣୀ ଅସଫଳତା ଓ ସଂଘର୍ଷ ବିନା ପୂରଣ ହୁଏନି । ସେହିଭଳି ନୀରଜଙ୍କ କ୍ୟାରିଅରରେ ସଂଘର୍ଷ ମଧ୍ୟ ଆସିଥିଲା । ୨୦୧୯ରେ ତାଙ୍କ କାନ୍ଧରେ ଆଘାତ କାରଣରୁ ସର୍ଜରୀ କରିବାକୁ ପଡ଼ିଥିଲା । ଏହାପରେ ନୀରଜ ୬ ମାସ ପାଇଁ ଖେଳଠୁ ଦୂରରେ ରହିଥିଲେ । ଆଉ କରୋନା ପାଇଁ ଫିଲ୍ଡକୁ ଫେରିବା ବିଳମ୍ବ ହୋଇଥିଲା ।Know Success And Struggle Story Of Neeraj Chopra Javelin Throw

ତଥାପି ସବୁ ବାଧାବିଘ୍ନକୁ ମାତ୍ ଦେଇ ଫେରିଥିଲେ ନୀରଜ । ଚଳିତବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଣ୍ଡ ପିକ୍ସରେ ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ନୀରଜ । ଏଥିସହ ଟୋକିଓ ଟିକେଟ୍ ହାସଲ କରିଥିଲେ । ଟୋକିଓ ଅଲମ୍ପିକରେ ନିଜର ପ୍ରଥମ ଖେଳରେ ହିଁ ସେ କମାଲ୍ କରିବା ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ।

କଳିଙ୍ଗ ରଣଭୂମୀରୁ ଟୋକିଓ ରଣାଙ୍ଗନ, ‘ସୁନାପୁଅ’ର ଓଡ଼ିଶା ଲିଙ୍କ୍

ନନ୍ଦିଘୋଷ ବ୍ୟୁରୋ: ଶେଷରେ ସୁନା ପୁଅ ନିରୋଜ ଭାରତକୁ ଭେଟିଦେଲେ ସୁନା  । ଆଜିର ମ୍ୟାଚରୁ ହିଁ ଅଲିମ୍ପିକ୍ସରୁ ବିରାମ ନେଉଥିଲା ଭାରତ । ପ୍ରଥମେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବ୍ରୋଞ୍ଜ । ପରେ ପରେ ଭାରତକୁ ସ୍ୱର୍ଣ୍ଣ ଦେବାର ଆଶା ଦେଖାଇଥିଲେ ଜାଭେଲିନ ଖେଳାଳି ନୀରଜ ଚୋପ୍ରା । ଦ୍ୱିତୀୟ ସୁଯୋଗରେ ନୀରଜ ଲେଖିଥିଲେ ଇତିହାସ । କିନ୍ତୁ ନୀରଜଙ୍କ ଇତିହାସ ପଛର କାହାଣୀ ଏହି  ଓ଼ଡ଼ିଶାରୁ ଆରମ୍ଭ  ।  କଳିଙ୍ଗ ଷ୍ଟାଡ଼ିୟମ ନୀରଜଙ୍କୁ ଦେଖାଇଥିଲା ନୂତନ ଦିଶା  ।  ଜାଭେଲିନ୍ ଥ୍ରୋର ନିହାଣରେ ନୀରଜଙ୍କୁ କରିଥିଲା ଶକ୍ତ  । ଯେତେବେଳେ ପଞ୍ଜାବରେ ଟ୍ରେନିଂ ନେଉଥିବା ନିରୋଜଙ୍କୁ ସାଥ ଦେଇନଥିଲା ପାଗ, ସେତେବେଳେ ହାତ ଧରିଥିଲା କଳିଙ୍ଗ ଷ୍ଟାଡ଼ିୟମ  ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟାନସିପରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ସମୟରେ ଦୁଇ ମାସରୁ ଅଧିକ ହେବ ସହ ଓଡ଼ିଶା ରହିଥିଲେ । କଳିଙ୍ଗ ଷ୍ଟାଡିୟମରେ ଲଗାତାର ଅଭ୍ୟାସ ଜାରି ରଖିଥିଲେ ନୀରଜ । କଳିଙ୍ଗରେ ଅଭ୍ୟାସ ତାଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିଲା ବୋଲି କହିଥିଲେ । ଅଭ୍ୟାସ ସମୟରେ କଳିଙ୍ଗ ଷ୍ଟାଡିୟମର ଉନ୍ନତ କ୍ରୀଡା ଭିତ୍ତିଭୂମିକୁ ଖୁବ୍ ପ୍ରଶଂସା କରିଥିଲେ ନୀରଜ । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଏପରିକି ଅଲିମ୍ପିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରୁ ନିଜର ପ୍ରିୟ ଅଭ୍ୟାସ ଗ୍ରାଉଣ୍ଡ ଭାବେ ବାଛିଥିଲେ ନୀରଜ ।

 

 

ପଞ୍ଜାବର ପଟିଆଲାରେ ନେତାଜୀ ସୁବାଷ ବୋଷ ଟ୍ରେନିଂ କ୍ୟାମ୍ପରେ ପ୍ରଶିକ୍ଷଣ ପାଇଁ ନିରୋଜ ପହଁଚିଥିଲେ  । ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଆରମ୍ଭ ହୋଇଥିଲା କସରତ  । କିନ୍ତୁ କସରତ ପୂର୍ବରୁ ନୀରଜଙ୍କୁ ଅସୁସ୍ଥ କରିଦେଇଥିଲା ସେଠାକାର ମୌସୁମୀ  । ପ୍ରଚୁର ଥଣ୍ଡା ପାଇଁ ପ୍ରଶିକ୍ଷଣ ନେବା ସମ୍ଭବପର ହେଉନଥିଲା  । ପରବର୍ତ୍ତୀ ସମୟରେ ଓଡିଶା ଆସିବାକୁ ଚାହିଁଥିଲେ ଜାଭଲିନ ଖେଳଳି ନୀରଜ  । ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ୨୦୨୦ ମସିହା ଡିସେମ୍ବର ମାସରେ ପହଁଚିଥିଲେ ନୀରଜ  । ସାଥି ଖେଳାଳି ଶିବପାଲ ସିଂ, ଅନୁ ରାଣୀ, ରୋହିତ ଯାଦବ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମରେ ପହଁଚିଥିଲେ  ।

ଟୋକିଓ ଅଲିମ୍ପିକ୍ସ ପାଇଁ ଶେଷରେ ଜାଭେଲିନ କସରତର ଶେଷ ପ୍ରୟୋଗଶାଳା ପାଲଟିଥିଲା କଳିଙ୍ଗ ଷ୍ଟାଡ଼ିୟମ  । ଆଇ ଏହି ଠାରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲେ ଆଜିର ସୁନା ପୁଅ ନୀରଜ  । ୨୦୧୭ ମସିହା ଏସିଆନ ଚମ୍ପିଆନସିପରେ ସ୍ୱର୍ଣ୍ଣ ଆଣିଥିବା ହରିଆଣାର ହିରୋ ହିଁ କଳିଙ୍ଗ ଷ୍ଟାଡ଼ିୟମର କ୍ରୀଡା ପରକିବେଶକୁ ପସନ୍ଦ କରିଥିଲେ  । ଓଡି଼ଶାର ପାଣିପାଗ ତାଙ୍କୁ ପ୍ରଶିକ୍ଷଣ ପାଇଁ ଆହୁରି ସକ୍ଷମ କରିଥିବା ସେ ନିଜେ ପ୍ରକାଶ କରିଥିଲେ  ।  ସେତେବେଳେ ବି ସେ ପ୍ରତିଶ୍ରୁତିବଦ୍ଧ ରହିଥିଲେ ଯେ ନିଶ୍ଚେ ଟୋକିଓରୁ ସୁନା ନେଇ ଫେରିବେ  । ଏବଂ ଶେଷରେ କଳିଙ୍ଗଷ୍ଟାଡ଼ିୟମର ରଣଭୂମୀରୁ ଟୋକିଓ ରଣାଙ୍ଗନକୁ ଯାଇଥିବା ନୀରଜ ଚୋପ୍ରା ସ୍ୱର୍ଣ୍ଣୀୟ ଇତିହାସରେ ଦସ୍ତଖସ୍ତ କରିଛନ୍ତି, ଶେଷ ମ୍ୟାଚରେ ଭାରତକୁ ସୁନା ଭେଟି ଦେଇଛନ୍ତି  ।